< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 12 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସ୍ତ୍ରୀର ରଜଧର୍ମର ଅଶୁଚିତା ସମୟ ପରି ସେ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ।
“Sọ fún àwọn ará Israẹli pé: ‘Obìnrin tí ó bá lóyún tí ó sì bí ọmọkùnrin, yóò wà láìmọ́ fún ọjọ́ méje bí ìgbà tí ó wà ní ipò àìmọ́ lákokò nǹkan oṣù rẹ̀.
3 ତହୁଁ ଅଷ୍ଟମ ଦିନରେ ବାଳକର ପୁରୁଷାଙ୍ଗଚର୍ମର ଛେଦନ ହେବ।
Ní ọjọ́ kẹjọ ni kí ẹ kọ ọmọ náà ní ilà.
4 ପୁଣି ସେହି ସ୍ତ୍ରୀ ତେତିଶ ଦିନ ପର୍ଯ୍ୟନ୍ତ ଆପଣାର ଶୁଚି ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ; ଆଉ ଯେପର୍ଯ୍ୟନ୍ତ ଶୁଚିର ଦିନ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ସେହି କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ; କିଅବା ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ।
Obìnrin náà yóò sì dúró fún ọjọ́ mẹ́tàlélọ́gbọ̀n láti di mímọ́ kúrò nínú ìsun ẹ̀jẹ̀ rẹ̀. Kò gbọdọ̀ fi ọwọ́ kan ohunkóhun tí ó jẹ́ mímọ́ tàbí kí ó lọ sí ibi mímọ́ Olúwa títí di ọjọ́ tí ìwẹ̀nùmọ́ rẹ̀ yóò kọjá.
5 ମାତ୍ର ଯଦି ସେ କନ୍ୟା ପ୍ରସବ କରେ, ତେବେ ସ୍ତ୍ରୀର ରଜଧର୍ମର ଅଶୁଚିତା ସମୟ ପରି ସେ ଦୁଇ ସପ୍ତାହ ଅଶୁଚି ରହିବ; ପୁଣି ସେ ଛଷଠି ଦିନ ଆପଣା ଶୁଚି ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ।
Bí ó bá ṣe obìnrin ni ó bí, fún ọ̀sẹ̀ méjì ni obìnrin náà yóò fi wà ní ipò àìmọ́, gẹ́gẹ́ bí àkókò nǹkan oṣù rẹ̀. Ó sì gbọdọ̀ dúró ní ọjọ́ mẹ́rìndínláàádọ́rin láti di mímọ́ kúrò nínú ìsun ẹ̀jẹ̀ rẹ̀.
6 ତହିଁ ଉତ୍ତାରେ ପୁତ୍ର ବା କନ୍ୟା ପ୍ରସବର ଅଶୁଚି ଦିନ ପୂର୍ଣ୍ଣ ହେଲେ, ସେ ହୋମବଳି ନିମନ୍ତେ ଏକ ବର୍ଷୀୟ ଏକ ମେଷବତ୍ସ ଓ ପାପାର୍ଥକ ବଳି ନିମନ୍ତେ ଏକ ପାରାଛୁଆ ବା ଏକ କପୋତ ସମାଗମ-ତମ୍ବୁର ଦ୍ୱାରର ଯାଜକ ନିକଟକୁ ଆଣିବ।
“‘Nígbà tí ọjọ́ ìwẹ̀nùmọ́ rẹ̀ fún ọmọkùnrin tàbí ọmọbìnrin bá kọjá kí ó mú ọ̀dọ́-àgùntàn ọlọ́dún kan wá fún àlùfáà ní ẹnu-ọ̀nà àgọ́ ìpàdé fún ẹbọ sísun àti ọmọ ẹyẹlé tàbí àdàbà kan fún ẹbọ ẹ̀ṣẹ̀.
7 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ; ପୁତ୍ର ବା କନ୍ୟା ପ୍ରସବକାରିଣୀ ନିମନ୍ତେ ଏହି ବ୍ୟବସ୍ଥା।
Ó gbọdọ̀ fi wọ́n rú ẹbọ níwájú Olúwa láti ṣe ètùtù fún obìnrin náà lẹ́yìn náà ni yóò di mímọ́ kúrò nínú ìsun ẹ̀jẹ̀ rẹ̀. “‘Ìwọ̀nyí ni àwọn ìlànà fún obìnrin tí ó bá bí ọmọkùnrin tàbí ọmọbìnrin.
8 ମାତ୍ର ଯଦି ସେ ମେଷବତ୍ସ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ, ତହିଁରୁ ଗୋଟିଏକୁ ହୋମାର୍ଥକ ବଳି ରୂପେ ଓ ଅନ୍ୟଟିକୁ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ; ପୁଣି ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଶୁଚି ହେବ।”
Bí kò bá lágbára àti fi àgùntàn ṣe é, ó gbọdọ̀ le mú àdàbà méjì tàbí ọmọ ẹyẹlé méjì, ọ̀kan fún ẹbọ ẹ̀ṣẹ̀, àti èkejì fún ẹbọ sísun. Báyìí ni àlùfáà yóò ṣe ètùtù fún un. Òun yóò sì di mímọ́.’”

< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 12 >