< ଯିରିମୀୟଙ୍କ ବିଳାପ 1 >

1 ହାୟ ହାୟ, ଲୋକରେ ପରିପୂର୍ଣ୍ଣ ନଗରୀ କିପରି ଏକାକିନୀ ହୋଇ ବସିଅଛି! ସେ କିପରି ବିଧବା ତୁଲ୍ୟ ହୋଇଅଛି! ଯେ ଗୋଷ୍ଠୀଗଣ ମଧ୍ୟରେ ପ୍ରଧାନା ଥିଲା ଓ ପ୍ରଦେଶସମୂହ ମଧ୍ୟରେ ରାଣୀ ଥିଲା, ସେ କିପରି କରଦାୟିନୀ ହୋଇଅଛି!
Báwo ni ìlú ṣe jókòó nìkan, nígbà kan tí ó sì kún fún ènìyàn! Ó ti fìgbà kan jẹ́ ìlú olókìkí láàrín àwọn orílẹ̀-èdè, tí ó wà ní ipò opó, ẹni tí ó jẹ́ ọmọ ọbabìnrin láàrín ìlú ni ó padà di ẹrú.
2 ସେ ରାତ୍ରିରେ ଅତିଶୟ ରୋଦନ କରେ, ତାହାର ଲୋତକ ଗାଲରେ ପଡ଼ିଅଛି; ତାହାର ସମସ୍ତ ପ୍ରେମିକଙ୍କ ମଧ୍ୟରେ ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ତାହାର ବନ୍ଧୁ ସମସ୍ତେ ତାହାକୁ ପ୍ରବଞ୍ଚନା କରିଅଛନ୍ତି, ସେମାନେ ତାହାର ଶତ୍ରୁ ହୋଇଅଛନ୍ତି।
Ọ̀gànjọ́ òru ni ó fi máa ń sọkún kíkorò pẹ̀lú omijé ní ẹ̀rẹ̀kẹ́ rẹ̀ tí ó dúró sí ẹ̀rẹ̀kẹ́ rẹ̀. Nínú gbogbo àwọn olólùfẹ́ rẹ̀ kò sí ọ̀kan nínú wọn láti rẹ̀ ẹ́ lẹ́kún. Gbogbo àwọn ọ̀rẹ́ rẹ̀ ti jọ̀wọ́ rẹ̀ wọ́n ti di alátakò rẹ̀.
3 ଦୁଃଖ ସକାଶୁ ଓ ମହାଦାସତ୍ୱ ସକାଶୁ ଯିହୁଦା ବନ୍ଦୀ ହୋଇ ଯାଇଅଛି; ସେ ନାନା ଗୋଷ୍ଠୀ ମଧ୍ୟରେ ବାସ କରେ, ମାତ୍ର ସେ କିଛି ବିଶ୍ରାମ ପାଏ ନାହିଁ; ତାହାର ତାଡ଼ନାକାରୀ ସମସ୍ତେ ସଂକୀର୍ଣ୍ଣ ପଥରେ ତାହାକୁ ଧରିଅଛନ୍ତି।
Lẹ́yìn ìjìyà àti ìpọ́njú nínú oko ẹrú, Juda lọ sí àjò Ó tẹ̀dó láàrín àwọn orílẹ̀-èdè, ṣùgbọ́n kò rí ibi ìsinmi. Àwọn tí ó ń tẹ̀lé ká á mọ́ ibi tí kò ti le sá àsálà.
4 ସିୟୋନର ପଥସକଳ ଶୋକ କରଇ, କାରଣ କେହି ମହାସଭାକୁ ଆସେ ନାହିଁ; ତାହାର ଦ୍ୱାରସବୁ ଶୂନ୍ୟ, ତାହାର ଯାଜକମାନେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି; ତାହାର କୁମାରୀଗଣ ଦୁଃଖଗ୍ରସ୍ତ ଓ ସେ ନିଜେ ମନଃପୀଡ଼ା ପାଇଅଛି।
Gbogbo ọ̀nà tí ó wọ Sioni ń ṣọ̀fọ̀, nítorí ẹnìkan kò wá sí àjọ̀dún tí a yàn. Gbogbo ẹnu-bodè rẹ̀ dahoro, àwọn àlùfáà rẹ̀ kẹ́dùn, àwọn wúńdíá rẹ̀ sì ń káàánú, òun gan an wà ní ọkàn kíkorò.
5 ତାହାର ବିପକ୍ଷଗଣ ମସ୍ତକ ସ୍ୱରୂପ ହୋଇଅଛନ୍ତି, ତାହାର ଶତ୍ରୁମାନେ ସମୃଦ୍ଧ ହୋଇଅଛନ୍ତି; କାରଣ ତାହାର ଅସଂଖ୍ୟ ଆଜ୍ଞାଲଙ୍ଘନ ସକାଶୁ ସଦାପ୍ରଭୁ ତାହାକୁ କ୍ଳେଶ ଦେଇଅଛନ୍ତି; ତାହାର ଶିଶୁ ସନ୍ତାନଗଣ ବିପକ୍ଷର ସମ୍ମୁଖରେ ବନ୍ଦୀ ହୋଇ ଯାଇଅଛନ୍ତି।
Àwọn aninilára rẹ̀ gbogbo di olúwa rẹ̀, nǹkan sì rọrùn fún àwọn ọ̀tá rẹ̀, Olúwa ti fún un ní ìjìyà tó tọ́ nítorí àwọn ẹ̀ṣẹ̀ rẹ̀. Àwọn ẹ̀ṣọ́ wẹ́wẹ́ rẹ̀ lọ sí oko ẹrú, ìgbèkùn níwájú àwọn ọ̀tá.
6 ସିୟୋନ କନ୍ୟାର ଦୀପ୍ତି ତାହାଠାରୁ ଯାଇଅଛି। ତାହାର ଅଧିପତିଗଣ ଚରାଣି ସ୍ଥାନ ନ ପାଇବା ହରିଣୀମାନଙ୍କ ପରି ହୋଇଅଛନ୍ତି, ପୁଣି ସେମାନେ ପଛେ ଗୋଡ଼ାଇବା ଲୋକର ଆଗେ ଆଗେ ଶକ୍ତିହୀନ ହୋଇ ଗମନ କରିଅଛନ୍ତି।
Gbogbo ẹwà ti di ohun ìgbàgbé kúrò lọ́dọ̀ ọmọbìnrin Sioni. Àwọn ìjòyè rẹ̀ dàbí i àgbọ̀nrín tí kò rí ewé tútù jẹ; nínú àárẹ̀ wọ́n sáré níwájú ẹni tí ó ń lé wọn.
7 ନିଜ ଦୁଃଖ ଓ ଦୁର୍ଗତିର ସମୟରେ, ଯିରୂଶାଲମ ଆପଣା ପୂର୍ବକାଳର ମନୋହର ବିଷୟସବୁ ସ୍ମରଣ କରୁଅଛି। ଯେତେବେଳେ ତାହାର ଲୋକମାନେ ବିପକ୍ଷର ହସ୍ତରେ ପଡ଼ିଲେ ଓ କେହି ତାହାର ସାହାଯ୍ୟ କଲେ ନାହିଁ, ସେତେବେଳେ ବିପକ୍ଷଗଣ ତାହାକୁ ଦେଖି ତାହାର ଉତ୍ସନ୍ନତାରେ ଉପହାସ କଲେ।
Ní ọjọ́ ìpọ́njú àti àrìnká rẹ̀ ni Jerusalẹmu rántí àwọn ohun ìní dáradára rẹ̀ tí ó jẹ́ tirẹ̀ ní ọjọ́ pípẹ́. Nígbà tí àwọn ènìyàn rẹ̀ ṣubú ṣọ́wọ́ àwọn ọ̀tá, kò sì ṣí olùrànlọ́wọ́ fún un. Àwọn ọ̀tá rẹ̀ wò ó wọ́n sì ń fi ìparun rẹ̀ ṣẹlẹ́yà.
8 ଯିରୂଶାଲମ ଅତିଶୟ ପାପ କରିଅଛି, ଏଥିପାଇଁ ସେ ଅଶୁଚି ବସ୍ତୁ ତୁଲ୍ୟ ହୋଇଅଛି; ଯେଉଁମାନେ ତାହାକୁ ସମ୍ମାନ କଲେ, ସେମାନେ ସମସ୍ତେ ତାହାକୁ ତୁଚ୍ଛ କରନ୍ତି, କାରଣ ସେମାନେ ତାହାର ଉଲଙ୍ଗତା ଦେଖିଅଛନ୍ତି; ହଁ, ସେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛି, ସେ ପଛକୁ ମୁଖ ଫେରାଉଅଛି।
Jerusalẹmu sì ti dẹ́ṣẹ̀ púpọ̀ ó sì ti di aláìmọ́. Àwọn tí ó ń tẹríba fún un sì kẹ́gàn rẹ̀, nítorí wọ́n ti rí ìhòhò rẹ̀; ó kérora fúnra rẹ̀, ó sì lọ kúrò.
9 ତାହାର ଅଶୁଚିତା ତାହାର ବସ୍ତ୍ରର ଅଞ୍ଚଳରେ ଥିଲା; ସେ ଆପଣାର ଶେଷ ଦଶା ସ୍ମରଣ କଲା ନାହିଁ; ଏଥିପାଇଁ ସେ ଆଶ୍ଚର୍ଯ୍ୟଜନକ ରୂପେ ଅଧଃପତିତ ହୋଇଅଛି; ତାହାର ସାନ୍ତ୍ୱନାକାରୀ କେହି ନାହାନ୍ତି। ହେ ସଦାପ୍ରଭୁ, ମୋହର ଦୁଃଖ ଦେଖ, କାରଣ ଶତ୍ରୁ ଆପଣାକୁ ବଡ଼ କରିଅଛି।
Ìdọ̀tí wà ní etí aṣọ rẹ̀, bẹ́ẹ̀ ni kò wo ọjọ́ iwájú rẹ̀. Ìṣubú rẹ̀ ya ni lẹ́nu; olùtùnú kò sì ṣí fún un. “Wo ìpọ́njú mi, Olúwa, nítorí àwọn ọ̀tá ti borí.”
10 ତାହାର ସକଳ ମନୋହର ବିଷୟ ଉପରେ ବିପକ୍ଷ ଆପଣା ହସ୍ତ ପ୍ରସାରିଅଛି; ହଁ, ଯେଉଁ ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭ ସମାଜରେ ପ୍ରବେଶ କରିବା ପାଇଁ ତୁମ୍ଭେ ନିଷେଧ କରିଅଛ, ସେମାନଙ୍କୁ ସେ ତାହାର ପବିତ୍ର ସ୍ଥାନରେ ପ୍ରବେଶ କରିବାର ଦେଖିଅଛି।
Ọ̀tá ti gbọ́wọ́ lé gbogbo ìní rẹ; o rí pé àwọn orílẹ̀-èdè tí wọ́n wọ ibi mímọ́ rẹ— àwọn tí o ti kọ̀sílẹ̀ láti wọ ìpéjọpọ̀ rẹ.
11 ତାହାର ଲୋକସକଳ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି, ସେମାନେ ଆହାର ଖୋଜୁଅଛନ୍ତି; ସେମାନେ ପ୍ରାଣ ଶୀତଳ କରିବା ପାଇଁ ଖାଦ୍ୟ ନିମନ୍ତେ ଆପଣା ଆପଣାର ମନୋହର ସାମଗ୍ରୀସବୁ ଦେଇଅଛନ୍ତି। ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, କାରଣ ମୁଁ ତୁଚ୍ଛନୀୟ ହୋଇଅଛି।
Àwọn ènìyàn rẹ̀ ń kérora bí wọ́n ti ń wá oúnjẹ; wọ́n fi ohun ìní wọn ṣe pàṣípàrọ̀ oúnjẹ láti mú wọn wà láààyè. “Wò ó, Olúwa, kí o sì rò ó, nítorí a kọ̀ mí sílẹ̀.”
12 ହେ ପଥିକ ସମସ୍ତେ, ଏହା କି ତୁମ୍ଭମାନଙ୍କ ପ୍ରତି କିଛି ନୁହେଁ? ଦେଖି ବୁଝ, ମୋତେ ଯେଉଁ ଦୁଃଖ ଦିଆଯାଇଅଛି, ମୋହର ସେହି ଦୁଃଖ ପରି କି କୌଣସି ଦୁଃଖ ଅଛି? ତଦ୍ଦ୍ୱାରା ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧର ଦିନରେ ମୋତେ କ୍ଳେଶଯୁକ୍ତ କରିଅଛନ୍ତି।
“Kò ha jẹ́ nǹkan kan sí i yín? Gbogbo ẹ̀yin tí ń rékọjá. Ǹjẹ́ ẹnìkan ń jìyà bí èmi ti ń jìyà tí a fi fún mi, ti Olúwa mú wá fún mi ní ọjọ́ ìbínú gbígbóná rẹ̀.
13 ସେ ଊର୍ଦ୍ଧ୍ୱରୁ ମୋʼ ଅସ୍ଥିସକଳର ମଧ୍ୟକୁ ଅଗ୍ନି ପ୍ରେରଣ କରିଅଛନ୍ତି, ଆଉ ତାହା ସେସବୁକୁ ପରାସ୍ତ କରଇ; ସେ ମୋʼ ଚରଣ ପାଇଁ ଜାଲ ପାତିଅଛନ୍ତି, ସେ ମୋତେ ଫେରାଇ ଅଛନ୍ତି; ସେ ମୋତେ ଅନାଥିନୀ ଓ ଦିନସାରା ମୂର୍ଚ୍ଛିତ କରିଅଛନ୍ତି।
“Ó rán iná láti òkè sọ̀kalẹ̀ sínú egungun ara mi. Ó dẹ àwọ̀n fún ẹsẹ̀ mi, ó sì yí mi padà. Ó ti pa mí lára mó ń kú lọ ní gbogbo ọjọ́.
14 ମୋର ଅଧର୍ମରୂପ ଯୁଆଳି ତାହାଙ୍କ ହସ୍ତ ଦ୍ୱାରା ବନ୍ଧାଯାଇଅଛି; ତାହା ଏକତ୍ର ଜଡ଼ିତ ହୋଇଅଛି, ତାହା ମୋʼ ସ୍କନ୍ଧ ଉପରକୁ ଆସିଅଛି; ସେ ମୋʼ ବଳ ଖର୍ବ କରିଅଛନ୍ତି; ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ନ ପାରେ, ସେମାନଙ୍କ ହସ୍ତରେ ପ୍ରଭୁ ମୋତେ ସମର୍ପଣ କରିଅଛନ୍ତି।
“Ẹ̀ṣẹ̀ mi ti di sísopọ̀ sí àjàgà; ọwọ́ rẹ̀ ni a fi hun ún papọ̀. Wọ́n ti yí ọrùn mi ká Olúwa sì ti dín agbára mi kù. Ó sì ti fi mí lé àwọn tí n kò le dojúkọ lọ́wọ́.
15 ପ୍ରଭୁ ମୋହର ମଧ୍ୟବର୍ତ୍ତୀ ବୀର ସମସ୍ତଙ୍କୁ ଅକିଞ୍ଚନା କରିଅଛନ୍ତି; ସେ ମୋʼ ଯୁବକଗଣକୁ ଦଳି ପକାଇବା ପାଇଁ ମୋʼ ବିରୁଦ୍ଧରେ ଏକ ମହାସଭା ଆହ୍ୱାନ କରିଅଛନ୍ତି; ଦ୍ରାକ୍ଷାକୁଣ୍ଡରେ ମର୍ଦ୍ଦନ କଲା ପରି ପ୍ରଭୁ ଯିହୁଦାର କୁମାରୀକୁ ମର୍ଦ୍ଦନ କରିଅଛନ୍ତି।
“Olúwa kọ àwọn akọni mi sílẹ̀, ó rán àwọn ológun lòdì sí mi kí wọn pa àwọn ọ̀dọ́mọkùnrin mi run. Nínú ìfúntí wáìnì rẹ̀ Olúwa tẹ́ àwọn ọ̀dọ́mọbìnrin Juda.
16 ଏହିସବୁ ବିଷୟର ଲାଗି ମୁଁ କ୍ରନ୍ଦନ କରୁଅଛି; ମୋର ଚକ୍ଷୁ, ମୋର ଚକ୍ଷୁ ଜଳର ନିର୍ଝର ହୋଇଅଛି; କାରଣ ମୋʼ ସାନ୍ତ୍ୱନାକାରୀ ଯେ ମୋହର ପ୍ରାଣକୁ ଆଶ୍ୱାସ ଦିଅନ୍ତା; ସେ ମୋʼ ଠାରୁ ଦୂରରେ ଅଛି; ଶତ୍ରୁ ଜୟଯୁକ୍ତ ହେବାରୁ ମୋର ସନ୍ତାନଗଣ ଅନାଥ ହୋଇଅଛନ୍ତି।
“Ìdí nìyí tí mo fi ń sọkún tí omijé sì ń dà lójú mi. Olùtùnú àti ẹni tí ó le mú ọkàn mi sọjí jìnnà sí mi, kò sí ẹni tí yóò dá ẹ̀mí mi padà. Àwọn ọmọ mi di aláìní nítorí ọ̀tá ti borí.”
17 ସିୟୋନ ଆପଣା ହସ୍ତ ପ୍ରସାରୁଅଛି; ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ଯାକୁବର ଚତୁର୍ଦ୍ଦିଗବର୍ତ୍ତୀ ଲୋକମାନେ ତାହାର ବିପକ୍ଷ ହେବେ ବୋଲି ସଦାପ୍ରଭୁ ତାହା ବିଷୟରେ ଏହି ଆଜ୍ଞା କରିଅଛନ୍ତି; ଯିରୂଶାଲମ ସେମାନଙ୍କ ମଧ୍ୟରେ ଅଶୁଚି ବସ୍ତୁ ତୁଲ୍ୟ ଅଛି।
Sioni na ọwọ́ jáde, ṣùgbọ́n kò sí olùtùnú fún un. Olúwa ti pàṣẹ fún Jakọbu pé àwọn ará ilé rẹ̀ di ọ̀tá fún un Jerusalẹmu ti di ohun aláìmọ́ láàrín wọn.
18 ସଦାପ୍ରଭୁ ଧାର୍ମିକ ଅଟନ୍ତି; ମୁଁ ତାହାଙ୍କ ଆଜ୍ଞାର ପ୍ରତିକୂଳାଚରଣ କରିଅଛି; ହେ ଗୋଷ୍ଠୀସକଳ, ବିନୟ କରୁଅଛି, ତୁମ୍ଭେମାନେ ଶୁଣ ଓ ମୋହର ଦୁଃଖ ଦେଖ; ମୋହର କୁମାରୀଗଣ ଓ ଯୁବକଗଣ ବନ୍ଦୀତ୍ୱ ସ୍ଥାନକୁ ଯାଇଅଛନ୍ତି।
“Olóòtítọ́ ni Olúwa, ṣùgbọ́n mo ṣọ̀tẹ̀ sí àṣẹ rẹ̀. Ẹ gbọ́, gbogbo ènìyàn; ẹ wò mí wò ìyà mi. Gbogbo ọ̀dọ́mọkùnrin àti ọ̀dọ́mọbìnrin mi ni a ti kó lọ sí ìgbèkùn.
19 ମୁଁ ଆପଣା ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋତେ ପ୍ରବଞ୍ଚନା କଲେ; ମୋର ଯାଜକମାନେ ଓ ମୋର ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ, ସେମାନେ ଆପଣା ଆପଣା ପ୍ରାଣକୁ ଆଶ୍ୱାସ କରିବା ପାଇଁ ଆହାର ଖୋଜୁ ଖୋଜୁ ମଲେ।
“Mo pe àwọn ọ̀rẹ́ mi ṣùgbọ́n wọ́n dà mí. Àwọn olórí àlùfáà àti àgbàgbà mi ṣègbé sínú ìlú nígbà tí wọ́n ń wá oúnjẹ tí yóò mú wọn wà láààyè.
20 ହେ ସଦାପ୍ରଭୁ, ଦେଖ; କାରଣ ମୁଁ ବିପଦଗ୍ରସ୍ତା; ମୋହର ଅନ୍ତ୍ର ବ୍ୟଥିତ ହେଉଅଛି; ମୋର ହୃଦୟ ମୋʼ ଅନ୍ତରରେ ବିକାରପ୍ରାପ୍ତ ହେଉଅଛି; କାରଣ ମୁଁ ଅତ୍ୟନ୍ତ ବିଦ୍ରୋହାଚରଣ କରିଅଛି; ବାହାରେ ଖଡ୍ଗ ବଧ କରୁଅଛି, ଗୃହରେ ମୃତ୍ୟୁୁ ଥିଲା ପରି ହେଉଅଛି।
“Olúwa, wò ó, bí mo ti wà nínú ìnira! Tí mo sì ń jẹ̀rora nínú mi, ìdààmú dé bá ọkàn mi nítorí pé a ti ṣọ̀tẹ̀ sí mi gidigidi. Ní gbangba ni idà ń parun; ikú wà nínú ilé pẹ̀lú.
21 ଲୋକମାନେ ମୋହର ଦୀର୍ଘ ନିଶ୍ୱାସ ଶୁଣିଅଛନ୍ତି; ମୋତେ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ମୋର ଶତ୍ରୁ ସମସ୍ତେ ମୋʼ ବିପଦର କଥା ଶୁଣିଅଛନ୍ତି; ତୁମ୍ଭେ ତାହା ଘଟାଇଅଛ ବୋଲି ସେମାନେ ଆନନ୍ଦିତ ଅଟନ୍ତି; ତୁମ୍ଭେ ଯେଉଁ ଦିନର କଥା ପ୍ରଚାର କରିଅଛ, ତାହା ଉପସ୍ଥିତ କରିବ, ପୁଣି ସେମାନେ ମୋହର ତୁଲ୍ୟ ହେବେ।
“Àwọn ènìyàn ti gbọ́ ìrora mi, ṣùgbọ́n kò sí olùtùnú fún mi. Àwọn ọ̀tá mi ti gbọ́ ìparun mi; wọ́n yọ̀ sí ohun tí o ṣe. Kí o mú ọjọ́ tí o ti kéde, kí wọ́n le dàbí tèmi.
22 ସେମାନଙ୍କର ସକଳ ଦୁଷ୍ଟତା ତୁମ୍ଭ ସମ୍ମୁଖରେ ପ୍ରବେଶ ହେଉ ଓ ତୁମ୍ଭେ ମୋହର ସକଳ ଆଜ୍ଞାଲଙ୍ଘନ ସକାଶୁ ମୋʼ ପ୍ରତି ଯେରୂପ କରିଅଛ, ସେମାନଙ୍କ ପ୍ରତି ସେରୂପେ କର; କାରଣ ମୋହର ଦୀର୍ଘ ନିଶ୍ୱାସ ଅନେକ ଓ ମୋର ହୃଦୟ ମୂର୍ଚ୍ଛିତ ହୋଇଅଛି।
“Jẹ́ kí ìwà ìkà wọn wá síwájú rẹ; jẹ wọ́n ní yà bí o ṣe jẹ mí ní yà nítorí gbogbo ẹ̀ṣẹ̀ mi. Ìrora mi pọ̀ ọkàn mi sì rẹ̀wẹ̀sì.”

< ଯିରିମୀୟଙ୍କ ବିଳାପ 1 >