< ବିଚାରକର୍ତ୍ତା 9 >

1 ଏଥିଉତ୍ତାରେ ଯିରୁବ୍ବାଲ୍‍ର ପୁତ୍ର ଅବୀମେଲକ୍‍ ଶିଖିମରେ ଆପଣା ମାତାର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଓ ନିଜ ମାତାର ପିତୃଗୃହର ସମସ୍ତ ବଂଶକୁ କହିଲା;
Ní ọjọ́ kan Abimeleki ọmọ Jerubbaali lọ sí ọ̀dọ̀ àwọn arákùnrin ìyá rẹ̀ ní Ṣekemu ó sì bá wọn sọ̀rọ̀ àti gbogbo àwọn ìbátan ìyá rẹ̀ wí pé,
2 “ବିନୟ କରୁଅଛି, ତୁମ୍ଭେମାନେ ଶିଖିମ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ଯିରୁବ୍ବାଲ୍‍ର ସତୁରି ପୁତ୍ରଯାକ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ, ନା ଜଣେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ‘ତୁମ୍ଭମାନଙ୍କ ପକ୍ଷରେ କି ଭଲ?’ ଏହା ମଧ୍ୟ ମନେ କର ଯେ, ମୁଁ ତୁମ୍ଭମାନଙ୍କର ଅସ୍ଥି ଓ ମାଂସ ଅଟେ।”
“Ẹ bi gbogbo àwọn ará Ṣekemu léèrè, ‘Èwo ló sàn fún un yín, ṣé kí gbogbo àwọn àádọ́rin ọmọ Jerubbaali jẹ ọba lórí yín ni tàbí kí ẹnìkan ṣoṣo ṣe àkóso yín?’ Ṣùgbọ́n ẹ rántí pé ẹran-ara yín àti ẹ̀jẹ̀ yín ni èmi ń ṣe.”
3 ତହିଁରେ ତାହାର ମାତାର ଭାଇମାନେ ଶିଖିମ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ ତାହାର ପକ୍ଷରେ ଏସବୁ କଥା କହନ୍ତେ, ଅବୀମେଲକ୍‍ର ପଶ୍ଚାଦ୍‍ଗାମୀ ହେବାକୁ ସେମାନଙ୍କ ମନ ମଙ୍ଗିଲା; କାରଣ ସେମାନେ କହିଲେ, ସେ ଆମ୍ଭମାନଙ୍କର ଭାଇ।
Nígbà tí àwọn arákùnrin rẹ̀ sọ èyí ní etí àwọn ará Ṣekemu, ọkàn wọn fà sí àti tẹ̀lé Abimeleki torí, wọ́n sọ wí pé, “Arákùnrin wa ní í ṣe.”
4 ପୁଣି ସେମାନେ ତାହାକୁ ବାଲ୍‍-ବରୀତର ମନ୍ଦିରରୁ ସତୁରି ଖଣ୍ଡ ରୂପା ଦେଲେ, ତହିଁରେ ଅବୀମେଲକ୍‍ ବେତନ ଦେଇ ଅଦରକାରୀ ଓ ଦୁଃସାହସୀ ଲୋକମାନଙ୍କୁ ରଖିଲା, ସେମାନେ ତାହାର ପଶ୍ଚାଦ୍‍ଗାମୀ ହେଲେ।
Wọ́n fún un ní àádọ́rin ṣékélì fàdákà láti ilé òrìṣà Baali-Beriti, Abimeleki fi owó náà gba àwọn jàǹdùkú àti aláìníláárí ènìyàn tí wọ́n sì di olùtẹ̀lé rẹ̀.
5 ତହୁଁ ସେ ଅଫ୍ରାସ୍ଥିତ ଆପଣା ପିତୃଗୃହକୁ ଯାଇ ଆପଣାର ସତୁରି ଭାଇ ଯିରୁବ୍ବାଲ୍‍ର ପୁତ୍ରମାନଙ୍କୁ ଏକ ପ୍ରସ୍ତର ଉପରେ ବଧ କଲା; ମାତ୍ର ଯିରୁବ୍ବାଲ୍‍ର କନିଷ୍ଠ ପୁତ୍ର ଯୋଥମ୍‍ ଆପଣାକୁ ଲୁଚାଇବାରୁ ଅବଶିଷ୍ଟ ରହିଲା।
Ó kó wọn lọ sí ilé baba rẹ̀ ní Ofira, níbẹ̀ ní orí òkúta kan ṣoṣo ni ó ti pa àádọ́rin nínú àwọn arákùnrin rẹ̀, àwọn Jerubbaali, ṣùgbọ́n Jotamu, àbíkẹ́yìn nínú àwọn ọmọ Jerubbaali, bọ́ yọ nítorí pé ó sá pamọ́.
6 ପୁଣି, ଶିଖିମ ନିବାସୀ ଲୋକମାନେ ଓ ମିଲ୍ଲୋ ନିବାସୀ ସମସ୍ତେ ଏକତ୍ରିତ ହୋଇଯାଇ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନ ବୃକ୍ଷ ମୂଳରେ ଅବୀମେଲକ୍‍କୁ ରାଜା କଲେ।
Gbogbo àwọn ará Ṣekemu àti àwọn ará Beti-Milo pàdé pọ̀ ní ẹ̀bá igi óákù ní ibi òpó ní Ṣekemu láti fi Abimeleki jẹ ọba.
7 ତହୁଁ ଲୋକମାନେ ଯୋଥମ୍‍କୁ ଏହି ସମ୍ବାଦ ଦିଅନ୍ତେ, ସେ ଯାଇ ଗରିଷୀମ ପର୍ବତ ଶିଖରରେ ଠିଆ ହୋଇ ଉଚ୍ଚସ୍ୱରରେ ଡାକି ସେମାନଙ୍କୁ କହିଲା, ହେ ଶିଖିମ ନିବାସୀ ଲୋକଗଣ, “ଆମ୍ଭ କଥା ଶୁଣ, ତହିଁରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।
Nígbà tí wọ́n sọ ohun tí ó ń ṣẹlẹ̀ yìí fún Jotamu, ó gun orí ṣóńṣó òkè Gerisimu lọ, ó sì ké lóhùn rara pé, “Ẹ tẹ́tí sí mi, ẹ̀yin àgbàgbà Ṣekemu, kí Ọlọ́run le tẹ́tí sí yín.
8 ଏକ ସମୟରେ ବୃକ୍ଷମାନେ ଆପଣା ଉପରେ ରାଜା ଅଭିଷେକ କରିବାକୁ ଗଲେ; ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର;’
Ní ọjọ́ kan àwọn igi jáde lọ láti fi òróró yan ọba fún ara wọn. Wọ́n pe igi Olifi pé, ‘Wá ṣe ọba wa.’
9 ମାତ୍ର ଜୀତବୃକ୍ଷ ସେମାନଙ୍କୁ କହିଲା, ‘ମୋହର ଯେଉଁ ତୈଳ ଘେନି ଲୋକମାନେ ମୋʼ ଦ୍ୱାରା ପରମେଶ୍ୱରଙ୍କର ଓ ମନୁଷ୍ୟର ଗୌରବ କରନ୍ତି, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’
“Ṣùgbọ́n igi Olifi dá wọn lóhùn pé, ‘Èmi yóò ha fi òróró mi sílẹ̀ èyí tí a ń lò láti fi ọ̀wọ̀ fún àwọn ọlọ́run àti ènìyàn kí èmi sì wá ṣe olórí àwọn igi?’
10 ତହୁଁ ବୃକ୍ଷମାନେ ଡିମ୍ବିରିବୃକ୍ଷକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
“Àwọn igi sọ fún igi ọ̀pọ̀tọ́ pé, ‘Wá jẹ ọba ní orí wa.’
11 ମାତ୍ର ଡିମ୍ବିରିବୃକ୍ଷ ସେମାନଙ୍କୁ କହିଲା, ‘ମୁଁ କି ଆପଣା ମିଷ୍ଟତା ଓ ଉତ୍ତମ ଫଳ ତ୍ୟାଗ କରି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’
“Ṣùgbọ́n ọ̀pọ̀tọ́ dá wọn lóhùn pé, ‘Kí èmi fi èso mi tí ó dára tí ó sì dùn sílẹ̀ láti wá ṣe olórí àwọn igi?’
12 ଏଉତ୍ତାରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
“Àwọn igi sì tún sọ fún àjàrà pé, ‘Wá, kí o ṣe ọba wa.’
13 ତହିଁରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋହର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?
“Ṣùgbọ́n àjàrà dáhùn pé, ‘Ṣé kí èmi dẹ́kun àti máa so èso wáìnì mi èyí tí ó ń mú inú Ọlọ́run àti àwọn ènìyàn dùn láti máa ṣe olórí àwọn igi?’
14 ତହୁଁ ବୃକ୍ଷଯାକ କଣ୍ଟକଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
“Ní ìparí gbogbo àwọn igi lọ bá igi ẹ̀gún wọ́n sì sọ fún un pé, ‘Wá kí ó ṣe ọba wa.’
15 ତହିଁରେ କଣ୍ଟକଲତା ବୃକ୍ଷମାନଙ୍କୁ କହିଲା, ‘ଯେବେ ତୁମ୍ଭେମାନେ ମୋତେ ତୁମ୍ଭମାନଙ୍କ ଉପରେ ସତ୍ୟରେ ରାଜା କରିବାକୁ ଅଭିଷେକ କର, ତେବେ ଆସି ମୋର ଛାୟାରେ ଆଶ୍ରୟ ନିଅ; ନୋହିଲେ କଣ୍ଟକଲତାରୁ ଅଗ୍ନି ବାହାରି ଲିବାନୋନର ଏରସ ବୃକ୍ଷମାନଙ୍କୁ ଗ୍ରାସ କରୁ।’
“Igi ẹ̀gún dá àwọn igi lóhùn pé, ‘Bí olóòtítọ́ ni ẹ bá fẹ́ yàn mí ní ọba yín. Ẹ sá àsálà sí abẹ́ ibòòji mi; ṣùgbọ́n tí kì í bá ṣe bẹ́ẹ̀ jẹ́ kí iná jáde láti inú igi ẹ̀gún kí ó sì jó àwọn igi kedari àti ti Lebanoni run!’
16 ଏବେ ତୁମ୍ଭେମାନେ ଅବୀମେଲକ୍‍କୁ ରାଜା କରିବାରେ ଯେବେ ସତ୍ୟ ଓ ସରଳ ବ୍ୟବହାର କରିଥାଅ ଓ ଯିରୁବ୍ବାଲ୍‍ ଓ ତାଙ୍କ ବଂଶ ପ୍ରତି ଭଲ ବ୍ୟବହାର କରିଥାଅ ଓ ତାଙ୍କର ହସ୍ତକୃତ କର୍ମାନୁସାରେ ତାଙ୍କ ପ୍ରତି ବ୍ୟବହାର କରିଥାଅ, (ତେବେ ଉତ୍ତମ);
“Báyìí tí ó bá jẹ́ pé ẹ̀yin ṣe ohun tí ó ní ọlá àti pẹ̀lú ẹ̀mí òtítọ́ ní fífi Abimeleki jẹ ọba, tí ó bá ṣe pé ohun tí ó tọ́ ni ẹ ṣe sí Jerubbaali àti ìdílé rẹ̀, bí ẹ bá san ẹ̀san tó yẹ fún un.
17 କାରଣ ମୋର ପିତା ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିଥିଲେ ଓ ପ୍ରାଣପଣ କରି ମିଦୀୟନର ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ;
Nítorí pé baba mi jà nítorí yín, ó fi ẹ̀mí rẹ̀ wéwu láti gbà yín sílẹ̀ lọ́wọ́ àwọn ará Midiani;
18 ମାତ୍ର ତୁମ୍ଭେମାନେ ଆଜି ମୋର ପିତୃଗୃହ ବିରୁଦ୍ଧରେ ଉଠିଅଛ ଓ ତାଙ୍କର ସତୁରି ପୁତ୍ରଙ୍କୁ ଏକ ପ୍ରସ୍ତର ଉପରେ ବଧ କରିଅଛ ଓ ତାଙ୍କ ଦାସୀପୁତ୍ର ଅବୀମେଲକ୍‍ ତୁମ୍ଭମାନଙ୍କ ଭାଇ ହେବା ସକାଶୁ ତାହାକୁ ଶିଖିମ ନିବାସୀ ଲୋକମାନଙ୍କ ଉପରେ ରାଜା କରିଅଛ।
ṣùgbọ́n lónìí ẹ̀yin ṣọ̀tẹ̀ sí ilé baba mi, ní orí òkúta kan ṣoṣo ni ẹ ti pa àwọn àádọ́rin ọmọ rẹ̀, ẹ̀yin sì ti fi Abimeleki ọmọ ẹrúbìnrin rẹ̀ jẹ ọba lórí àwọn ènìyàn Ṣekemu nítorí tí ó jẹ́ arákùnrin yín.
19 ଏହେତୁ ଯେବେ ଆଜି ତୁମ୍ଭେମାନେ ଯିରୁବ୍ବାଲ୍‍ ଓ ତାଙ୍କର ବଂଶ ସଙ୍ଗେ ସତ୍ୟ ଓ ସରଳ ବ୍ୟବହାର କରିଥାଅ, ତେବେ ଅବୀମେଲକ୍‍କୁ ଘେନି ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ଘେନି ଆନନ୍ଦ କରୁ।
Bí ohun tí ẹ ṣe sí Jerubbaali àti ìdílé rẹ̀ bá jẹ́ ohun tí ó yẹ, tí ẹ sì ṣe òtítọ́ inú sí i, kí ẹ ní ayọ̀ nínú Abimeleki kí òun náà sì ní ayọ̀ nínú yín.
20 ମାତ୍ର ଯେବେ କରି ନାହଁ, ତେବେ ଅବୀମେଲକ୍‍ଠାରୁ ଅଗ୍ନି ବାହାରି ଶିଖିମ ନିବାସୀ ଲୋକଗଣଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଗ୍ରାସ କରୁ; ପୁଣି ଶିଖିମ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକ୍‍କୁ ଗ୍ରାସ କରୁ।”
Ṣùgbọ́n tí kò bá ṣe bẹ́ẹ̀ jẹ́ kí iná jó jáde wá láti ọ̀dọ̀ Abimeleki kí ó sì jó yín run. Ẹ̀yin ará Ṣekemu àti ará Beti-Milo, kí iná pẹ̀lú jáde láti ọ̀dọ̀ yín wá ẹ̀yin ará Ṣekemu àti ará Beti-Milo kí ó sì jó Abimeleki run.”
21 ଏଉତ୍ତାରେ ଯୋଥମ୍‍ ବେଗେ ପଳାଇଲା, ପୁଣି ଆପଣା ଭାଇ ଅବୀମେଲକ୍‍ ଭୟରେ ବେରରେ ଯାଇ ବାସ କଲା।
Lẹ́yìn tí Jotamu ti sọ èyí tan, ó sá àsálà lọ sí Beeri, ó sì gbé níbẹ̀ nítorí ó bẹ̀rù arákùnrin rẹ̀ Abimeleki.
22 ଏଥିଉତ୍ତାରେ ଅବୀମେଲକ୍‍ ଇସ୍ରାଏଲ ଉପରେ ତିନି ବର୍ଷ ଅଧିପତି ହେଲା।
Lẹ́yìn tí Abimeleki ti ṣe àkóso Israẹli fún ọdún mẹ́ta,
23 ପରମେଶ୍ୱର ଅବୀମେଲକ୍‍ ଓ ଶିଖିମ ନିବାସୀ ଲୋକମାନଙ୍କ ମଧ୍ୟରେ ମନ୍ଦ ଆତ୍ମା ପଠାଇଲେ, ତହିଁରେ ଶିଖିମ ନିବାସୀ ଲୋକମାନେ ଅବୀମେଲକ୍‍ ପ୍ରତି ବିଶ୍ୱାସଘାତକତା କଲେ,
Ọlọ́run rán ẹ̀mí búburú sáàárín Abimeleki àti àwọn ará Ṣekemu, àwọn ẹni tí ó hu ìwà ọ̀tẹ̀.
24 ଯେପରି ଯିରୁବ୍ବାଲ୍‍ର ସତୁରି ପୁତ୍ରଙ୍କ ପ୍ରତି ନିଷ୍ଠୁରତାର ପ୍ରତିଫଳ ଘଟେ ଓ ସେମାନଙ୍କୁ ବଧ କରିଥିଲା ଯେ ସେମାନଙ୍କ ଭାଇ ଅବୀମେଲକ୍‍ ଉପରେ ଏବଂ ଭାଇମାନଙ୍କୁ ବଧ କରିବାରେ ତାହାର ସାହାଯ୍ୟକାରୀ ଶିଖିମ ନିବାସୀ ଲୋକଙ୍କ ଉପରେ ସେହି ରକ୍ତପାତର ଅପରାଧ ବର୍ତ୍ତେ।
Ọlọ́run ṣe èyí láti gbẹ̀san àwọn ìwà búburú, àti ìtàjẹ̀ sílẹ̀ àwọn àádọ́rin ọmọ Jerubbaali lára Abimeleki arákùnrin wọn àti lára àwọn ènìyàn Ṣekemu, ẹni tí ó ràn án lọ́wọ́ láti pa àwọn arákùnrin rẹ̀.
25 ଆଉ ଶିଖିମ ନିବାସୀ ଲୋକଗଣ ତାହା ଲାଗି ପର୍ବତ ଶୃଙ୍ଗମାନଙ୍କରେ ଲୋକମାନଙ୍କୁ ଗୋପନରେ ଛକି ବସାଇଲେ, ତହିଁରେ ସେମାନଙ୍କ ନିକଟ ଦେଇ ସେହି ବାଟେ ଯାହା କିଛି ଗଲା, ତାହାସବୁ ସେମାନେ ଲୁଟ କଲେ; ପୁଣି ଅବୀମେଲକ୍‍ ତହିଁର ସମ୍ବାଦ ପାଇଲା।
Nítorí ìkórìíra tí wọ́n ni sí àwọn olórí, ni Ṣekemu dẹ àwọn ènìyàn sí àwọn orí òkè láti máa dá àwọn ènìyàn tó ń kọjá lọ́nà, kí wọn sì máa jà wọ́n lólè, àwọn kan ló sọ èyí fún Abimeleki.
26 ଏଥିଉତ୍ତାରେ ଏବଦର ପୁତ୍ର ଗାଲ୍‍ ଆପଣା ଭାଇମାନଙ୍କୁ ସଙ୍ଗେ ନେଇ ଶିଖିମକୁ ଗଲା, ପୁଣି ଶିଖିମ ନିବାସୀ ଲୋକମାନେ ତାହା ଉପରେ ନିର୍ଭର ରଖିଲେ।
Gaali ọmọ Ebedi àti àwọn arákùnrin rẹ̀ wá sí Ṣekemu, àwọn ará Ṣekemu sì gbẹ́kẹ̀lé wọn, wọ́n sì fi inú tán wọn.
27 ଆଉ ସେମାନେ ଦ୍ରାକ୍ଷାକ୍ଷେତ୍ରକୁ ଯାଇ ଆପଣା ଆପଣା ଦ୍ରାକ୍ଷାଫଳ ସଂଗ୍ରହ କରି ଦଳିଲେ ଓ ଉତ୍ସବ କରି ଆପଣା ଦେବତାର ମନ୍ଦିରକୁ ଯାଇ ଭୋଜନପାନ କରି ଅବୀମେଲକ୍‍କୁ ଶାପ ଦେଲେ।
Lẹ́yìn ìgbà tí wọ́n jáde lọ sí oko, wọ́n sì ṣa èso àjàrà wọn jọ, wọ́n fún èso àjàrà náà, wọ́n sì ṣe àjọ̀dún nínú ilé òrìṣà wọn. Nígbà tí wọ́n ń jẹ tí wọ́n ń mu wọ́n fi Abimeleki ré.
28 ତହିଁରେ ଏବଦର ପୁତ୍ର ଗାଲ୍‍ କହିଲା, “ଅବୀମେଲକ୍‍ କିଏ ଓ ଶିଖିମ କିଏ ଯେ, ଆମ୍ଭେମାନେ ତାହାର ସେବା କରିବୁ? ସେ କି ଯିରୁବ୍ବାଲ୍‍ର ପୁତ୍ର ନୁହେଁ? ଓ ସବୂଲ୍‍ କି ତାହାର ସେନାପତି ନୁହେଁ? ତୁମ୍ଭେମାନେ ଶିଖିମର ପିତା ହମୋରର ଲୋକମାନଙ୍କୁ ସେବା କର, ମାତ୍ର କାହିଁକି ଆମ୍ଭେମାନେ ତାହାର ସେବା କରିବୁ?
Gaali ọmọ Ebedi dáhùn pé, “Ta ni Abimeleki tàbí ta ni Ṣekemu tí àwa ó fi sìn ín? Ọmọ Jerubbaali kọ́ ní ṣe tàbí Sebulu kọ́ ní igbákejì rẹ̀? Ẹ má sin àwọn ará Hamori baba àwọn ará Ṣekemu, èéṣe tí a ó fi sin Abimeleki?
29 ଆଃ, ଏହି ଲୋକମାନେ ଯେବେ ମୋର ହସ୍ତଗତ ହୁଅନ୍ତେ! ତେବେ ଆମ୍ଭେ ଅବୀମେଲକ୍‍କୁ ଦୂର କରି ଦିଅନ୍ତୁ।” ପୁଣି ସେ ଅବୀମେଲକ୍‍କୁ ଲକ୍ଷ୍ୟ କରି କହିଲା, “ତୁମ୍ଭେ ଆପଣା ସୈନ୍ୟ ବଢ଼ାଇ ବାହାରକୁ ଆସ।”
Ìbá se pé àwọn ènìyàn yìí wà ní abẹ́ ìṣàkóso mi ni! Èmi ìbá bọ́ àjàgà rẹ̀ kúrò ní ọrùn yín. Èmi yóò wí fún Abimeleki pé, ‘Kó gbogbo àwọn ogun rẹ jáde láti jà.’”
30 ଏବଦର ପୁତ୍ର ଗାଲ୍‍ର ଏ କଥା ନଗରର ଅଧିପତି ସବୂଲ୍‍ ଶୁଣନ୍ତେ, ତାହାର କ୍ରୋଧ ପ୍ରଜ୍ୱଳିତ ହେଲା।
Nígbà tí Sebulu, alákòóso ìlú náà gbọ́ ohun tí Gaali ọmọ Ebedi sọ, inú bí i gidigidi.
31 ପୁଣି ସେ ଛଳରେ ଅବୀମେଲକ୍‍ ନିକଟକୁ ଦୂତମାନଙ୍କୁ ପଠାଇ କହିଲା, “ଦେଖ, ଏବଦର ପୁତ୍ର ଗାଲ୍‍ ଓ ତାହାର ଭାଇମାନେ ଶିଖିମକୁ ଆସିଅଛନ୍ତି; ଆଉ ଦେଖ, ସେମାନେ ତୁମ୍ଭ ବିରୁଦ୍ଧରେ ନଗରରେ କୁପ୍ରବୃତ୍ତି ଦେଉଅଛନ୍ତି।
Ó ránṣẹ́ sí Abimeleki pé, “Gaali ọmọ Ebedi àti àwọn arákùnrin rẹ̀ wá láti máa gbé ní Ṣekemu ṣùgbọ́n, wọ́n ń rú àwọn ènìyàn sókè láti ṣọ̀tẹ̀ sí ọ.
32 ଏହେତୁ ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଲୋକମାନେ ରାତ୍ରିରେ ଉଠି କ୍ଷେତ୍ରରେ ଛକି ବସ।
Wá ní òru kí ìwọ àti àwọn ogun rẹ sá pamọ́ dè wọ́n nínú igbó.
33 ପୁଣି ସକାଳେ ସୂର୍ଯ୍ୟୋଦୟ ହେବାମାତ୍ର ଚଞ୍ଚଳ ଉଠି ନଗର ଆକ୍ରମଣ କରିବ; ତହିଁରେ ଦେଖ, ସେ ଓ ତାହାର ସଙ୍ଗୀ ଲୋକମାନେ ତୁମ୍ଭ ବିରୁଦ୍ଧରେ ବାହାର ହୋଇ ଆସିଲେ ତୁମ୍ଭ ଦ୍ୱାରା ଯେପରି ହେବ, ସେପରି କରିବ।”
Ní òwúrọ̀ kùtùkùtù bí oòrùn ti ń yọ ìwọ yóò wọ inú ìlú náà lọ láti bá a jà. Yóò sì ṣe nígbà tí Gaali àti àwọn ogun rẹ̀ tí ó wà pẹ̀lú rẹ̀ bá jáde sí ọ láti bá ọ jà, ìwọ yóò ṣe ohunkóhun tí o bá fẹ́ sí wọn.”
34 ଏଥିରେ ଅବୀମେଲକ୍‍ ଓ ତାହାର ସଙ୍ଗୀ ସମସ୍ତେ ରାତ୍ରିରେ ଉଠି ଚାରିଦଳ ହୋଇ ଶିଖିମ ବିରୁଦ୍ଧରେ ଛକି ବସିଲେ।
Abimeleki àti gbogbo àwọn ogun rẹ̀ sì jáde ní òru, wọ́n sì sá pamọ́ sí ọ̀nà mẹ́rin yí Ṣekemu ká.
35 ପୁଣି ଏବଦର ପୁତ୍ର ଗାଲ୍‍ ବାହାରେ ଯାଇ ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହେଲା; ଆଉ ଅବୀମେଲକ୍‍ ଓ ତାହାର ସଙ୍ଗୀ ଲୋକମାନେ ଛକିବା ସ୍ଥାନରୁ ଉଠିଲେ।
Gaali ọmọ Ebedi jáde síta, ó sì dúró ní ẹnu-ọ̀nà ibodè ìlú náà ní àkókò tí Abimeleki àti àwọn ọmọ-ogun rẹ̀ jáde kúrò níbi tí wọn sá pamọ́ sí.
36 ଆଉ ଗାଲ୍‍ ଲୋକମାନଙ୍କୁ ଦେଖନ୍ତେ, ସେ ସବୂଲ୍‍କୁ କହିଲା, “ଦେଖ, ପର୍ବତ ଶିଖରରୁ ଲୋକମାନେ ଓହ୍ଲାଇ ଆସୁଅଛନ୍ତି। ତହିଁରେ ସବୂଲ୍‍ ତାହାକୁ କହିଲା, ପର୍ବତର ଛାୟା ତୁମ୍ଭକୁ ମନୁଷ୍ୟ ପରି ଦିଶୁଅଛି।”
Nígbà tí Gaali rí àwọn ènìyàn náà, ó sọ fún Sebulu pé, “Wò ó, àwọn ènìyàn ń ti orí òkè sọ̀kalẹ̀ wá!” Sebulu sì wí fún un pé, “Òjìji òkè wọ̀n-ọn-nì ni ìwọ rí bi ẹni pé ènìyàn.”
37 ଏଥିଉତ୍ତାରେ ଗାଲ୍‍ ପୁନର୍ବାର କହିଲା, “ଦେଖ, ଲୋକମାନେ ଦେଶ ମଧ୍ୟଦେଇ ଓହ୍ଲାଇ ଆସୁଅଛନ୍ତି, ଆଉ ଏକ ଦଳ ମିଓନିନିମ ଅଲୋନ ବୃକ୍ଷର ପଥ ଦେଇ ଆସୁଅଛନ୍ତି।”
Gaali ké ó ní, “Wòkè, àwọn ènìyàn ń tọ̀ wá bọ̀ láti agbede-méjì ilẹ̀ wá àti ẹ̀gbẹ́ kan sì ń ti ọ̀nà igi óákù Meonenimu wá.”
38 ତହୁଁ ସବୂଲ୍‍ ତାହାକୁ କହିଲା, ତୁମ୍ଭେ ଯେ କହିଥିଲ, “ଅବୀମେଲକ୍‍ କିଏ ଯେ, ଆମ୍ଭେମାନେ ତାହାର ସେବା କରିବୁ, ତୁମ୍ଭର ସେହି ମୁହଁଟି ଏବେ କାହିଁ? ତୁମ୍ଭେ କି ଏହି ଲୋକମାନଙ୍କୁ ତୁଚ୍ଛ କରି ନ ଥିଲ? ତେଣୁ, ଏବେ ବାହାରି ସେମାନଙ୍କ ସଙ୍ଗେ ଯୁଦ୍ଧ କର?”
Nígbà náà ni Sebulu dá a lóhùn pé, “Níbo ni ẹnu tí ó ń ṣe ni wà báyìí. Ṣe bí o wí pé, ‘Ta ni Abimeleki tí àwa ó fi máa sìn ín?’ Àwọn ẹni tí ó gàn án kọ́ nìyí? Jáde lọ kí o sì bá wọn jà!”
39 ଏଥିରେ ଗାଲ୍‍ ଶିଖିମ ନିବାସୀ ଲୋକଗଣ ସମ୍ମୁଖରେ ବାହାର ହୋଇ ଅବୀମେଲକ୍‍ ସଙ୍ଗରେ ଯୁଦ୍ଧ କଲା।
Gaali sì síwájú àwọn ogun ará Ṣekemu lọ kọjú Abimeleki láti bá wọn jagun.
40 ତହିଁରେ ଅବୀମେଲକ୍‍ ତାହାକୁ ଗୋଡ଼ାନ୍ତେ, ସେ ତାହା ସମ୍ମୁଖରୁ ପଳାଇଲା ଓ ଦ୍ୱାର-ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଅନେକେ ହତ ହୋଇ ପଡ଼ିଲେ।
Abimeleki sì lé e, ọ̀pọ̀lọpọ̀ àwọn ọmọ-ogun ṣubú wọ́n sì gbọgbẹ́ bí wọ́n ṣe ń sálọ, títí dé ẹnu-ọ̀nà ibùdó ìlú náà.
41 ଏଉତ୍ତାରେ ଅବୀମେଲକ୍‍ ଅରୁମାରେ ରହିଲା; ପୁଣି ସବୂଲ୍‍ ଗାଲ୍‍କୁ ଓ ତାହାର ଭ୍ରାତୃଗଣକୁ ତଡ଼ିଦେଲା, ସେମାନଙ୍କୁ ଶିଖିମରେ ବାସ କରିବାକୁ ଦେଲା ନାହିଁ।
Abimeleki dúró sí Aruma, nígbà tí Sebulu lé Gaali àti àwọn arákùnrin rẹ̀ kúrò ni Ṣekemu, kò sì jẹ́ kí wọ́n gbé Ṣekemu mọ́.
42 ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯାଆନ୍ତେ, କେହି ଜଣେ ଅବୀମେଲକ୍‍କୁ ସମ୍ବାଦ ଦେଲା।
Ní ọjọ́ kejì àwọn ará Ṣekemu sì jà lọ́ sí oko, ẹnìkan ló ṣe òfófó rẹ̀ fún Abimeleki.
43 ତେଣୁ ସେ ଲୋକ ନେଇ ତିନି ଦଳ କରି କ୍ଷେତ୍ର ମଧ୍ୟରେ ଛକି ବସିଲା; ପୁଣି ସେ ଅନାଇଲା ଯେ, ଦେଖ, ଲୋକମାନେ ନଗରରୁ ବାହାରି ଆସୁଅଛନ୍ତି; ତହିଁରେ ସେ ସେମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ଆଘାତ କଲା।
Ó kó àwọn ènìyàn rẹ̀, ó pín wọn sí ẹgbẹ́ mẹ́ta ó sì sá pamọ́ sí inú oko. Nígbà tí ó sì rí tí àwọn ènìyàn náà ń jáde kúrò nínú ìlú, ó dìde ó gbóguntì wọ́n.
44 ପୁଣି ଅବୀମେଲକ୍‍ ଓ ତାହାର ସଙ୍ଗୀଦଳ ଶୀଘ୍ର ଆକ୍ରମଣ କରି ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ ଓ ଅନ୍ୟ ଦୁଇ ଦଳ କ୍ଷେତ୍ରସ୍ଥିତ ସମସ୍ତ ଲୋକଙ୍କୁ ଆକ୍ରମଣ କରି ବଧ କଲେ।
Abimeleki àti àwọn ọmọ-ogun tí ó wà pẹ̀lú rẹ̀ sáré síwájú, wọ́n gba ẹnu ibodè ìlú náà, wọ́n sì dúró níbẹ̀. Àwọn ẹgbẹ́ méjì tókù sì sáré sí àwọn tó wà ní oko wọ́n sì gbóguntì wọ́n.
45 ପୁଣି ଅବୀମେଲକ୍‍ ସେହି ସାରାଦିନ ନଗର ବିରୁଦ୍ଧରେ ଯୁଦ୍ଧ କଲା ଓ ନଗର ହସ୍ତଗତ କରି ତହିଁ ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବଧ କଲା; ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ବୁଣିଲା।
Ní gbogbo ọjọ́ náà ni Abimeleki fi bá àwọn ará ìlú náà jà, ó sì ṣẹ́gun wọn, ó sì pa àwọn ènìyàn ìlú náà ó wó ìlú náà palẹ̀ pátápátá ó sì fọ́n iyọ̀ sí i.
46 ଏଥିଉତ୍ତାରେ ଶିଖିମ ଗଡ଼ସ୍ଥିତ ଲୋକଗଣ ଏ କଥା ଶୁଣି ଏଲ୍‍-ବରୀତ୍‍ ମନ୍ଦିରସ୍ଥିତ ଉଚ୍ଚ ଗୃହରେ ପ୍ରବେଶ କଲେ।
Àwọn ènìyàn ilé ìṣọ́ Ṣekemu gbọ́ ohun tí ó ṣẹlẹ̀, wọ́n sálọ fún ààbò sí inú ilé ìṣọ́ òrìṣà El-Beriti.
47 ପୁଣି ଶିଖିମ ଗଡ଼ର ଲୋକମାନେ ଏକତ୍ରିତ ହୋଇଅଛନ୍ତି, ଏ କଥା ଅବୀମେଲକ୍‍ର କର୍ଣ୍ଣଗୋଚର ହେଲା।
Nígbà tí wọ́n sọ fún Abimeleki pé gbogbo àwọn ènìyàn ilé ìṣọ́ Ṣekemu kó ara wọn jọ pọ̀.
48 ତହିଁରେ ଅବୀମେଲକ୍‍ ଓ ତାହାର ସଙ୍ଗୀ ଲୋକ ସମସ୍ତେ ସଲମୋନ୍‍ ପର୍ବତକୁ ଉଠିଗଲେ ଓ ଅବୀମେଲକ୍‍ ହାତରେ କୁହ୍ରାଡ଼ି ଘେନି ବୃକ୍ଷରୁ ଖଣ୍ଡିଏ ଡାଳ ହାଣିଲା ଓ ତାହା ଉଠାଇ ଆପଣା କାନ୍ଧରେ ରଖିଲା; ଆଉ ଆପଣା ସଙ୍ଗୀମାନଙ୍କୁ କହିଲା, “ତୁମ୍ଭେମାନେ ମୋତେ ଯାହା କରିବାର ଦେଖିଲ, ତାହା ଶୀଘ୍ର କର ଓ ମୁଁ ଯେପରି କଲି, ସେପରି କର;”
Abimeleki àti gbogbo àwọn ọmọ-ogun rẹ̀ gun òkè Salmoni lọ. Ó gé àwọn ẹ̀ka díẹ̀ pẹ̀lú àáké, ó gbé àwọn ẹ̀ka wọ̀nyí sí èjìká rẹ̀. Ó sọ fún àwọn ọmọ-ogun rẹ̀ pé, “Ẹ ṣe ohun tí ẹ rí tí mo ń ṣe yìí ní kíákíá.”
49 ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ସେହିପରି ଏକ ଏକ ଡାଳ କାଟି ଅବୀମେଲକ୍‍ର ପଛେ ପଛେ ଯାଇ ସେହି ଉଚ୍ଚ ଗୃହ ପାଖରେ ରଖିଲେ ଓ ସେହି ଉଚ୍ଚ ଗୃହରେ ସେମାନଙ୍କ ଉପରେ ଅଗ୍ନି ଲଗାଇଲେ; ତେଣୁ ଶିଖିମ ଗଡ଼ର ସମସ୍ତ ଲୋକ ମଧ୍ୟ ମଲେ, ସେମାନେ ସ୍ତ୍ରୀ ପୁରୁଷ ଊଣାଧିକ ଏକ ହଜାର ଲୋକ ଥିଲେ।
Báyìí gbogbo àwọn ọkùnrin tí ó wà lọ́dọ̀ rẹ̀ gé àwọn ẹ̀ka igi wọn tẹ̀lé Abimeleki. Wọ́n kó wọn ti ilé ìṣọ́ agbára níbi tí àwọn ènìyàn sá pamọ́ sí wọ́n sì fi iná sí i, tóbẹ́ẹ̀ tí gbogbo àwọn ọkùnrin ilé ìṣọ́ Ṣekemu fi kú pẹ̀lú. Gbogbo àwọn ènìyàn náà tí ó tó ẹgbẹ̀rún ènìyàn lọ́kùnrin àti lóbìnrin sì kú.
50 ଏଉତ୍ତାରେ ଅବୀମେଲକ୍‍ ତେବେସକୁ ଗଲା ଓ ତେବସ ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କଲା।
Abimeleki tún lọ sí Tebesi, ó yí ìlú náà ká pẹ̀lú àwọn ọmọ-ogun, ó sì ṣẹ́gun rẹ̀.
51 ମାତ୍ର ସେହି ନଗର ଭିତରେ ଗୋଟିଏ ଦୃଢ଼ ଗଡ଼ ଥିଲା; ଏଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ସେସ୍ଥାନକୁ ପଳାଇ ତହିଁ ଭିତରେ ଆପଣାମାନଙ୍କୁ ରୁଦ୍ଧ କରି ଗଡ଼ର ଛାତ ଉପରକୁ ଗଲେ।
Ilé ìṣọ́ kan tí ó ní agbára sì wà nínú ìlú náà. Gbogbo àwọn ènìyàn ìlú náà ọkùnrin àti obìnrin sá sínú ilé ìṣọ́ náà. Wọ́n ti ara wọn mọ́ ibẹ̀ wọ́n sì sálọ sí inú àjà ilé ìṣọ́ náà.
52 ତହୁଁ ଅବୀମେଲକ୍‍ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହା ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ଗଡ଼ଦ୍ୱାରର ଅତି ନିକଟକୁ ଗଲା।
Abimeleki lọ sí ìsàlẹ̀ ilé ìṣọ́ náà, ó sì ń bá a jà. Ṣùgbọ́n bí ó ti súnmọ́ ẹnu-ọ̀nà ilé ìṣọ́ náà láti dáná sun ún,
53 ତହିଁରେ ଜଣେ ସ୍ତ୍ରୀ ଚକିର ଉପର-ପଟ ଅବୀମେଲକ୍‍ର ମୁଣ୍ଡ ଉପରକୁ ପକାଇ ତାହାର ଖପୁରି ଭାଙ୍ଗି ପକାଇଲା।
obìnrin kan sọ ọmọ ọlọ lu Abimeleki lórí, ó sì fọ́ ọ ní agbárí.
54 ତେଣୁ ସେ ଶୀଘ୍ର ଆପଣା ଅସ୍ତ୍ରବାହକ ଯୁବାକୁ ଡାକି ତାହାକୁ କହିଲା, “ତୁମ୍ଭ ଖଡ୍ଗ ବାହାର କରି ମୋତେ ବଧ କର, ଯେପରି ଲୋକମାନେ ଆମ୍ଭ ବିଷୟରେ ନ କହିବେ ଯେ, ‘ଜଣେ ସ୍ତ୍ରୀ ତାହାକୁ ବଧ କଲା।’” ତହିଁରେ ତାହାର ଯୁବା ଲୋକ ତାହାକୁ ଭୁସି ଦିଅନ୍ତେ, ସେ ମଲା।
Ní ojú kan náà ni ó pe ẹni tí ó ru àpáta rẹ̀ pé, “Yára yọ idà rẹ kí o sì pa mí, kí wọn má ba à sọ pé, ‘Obìnrin ni ó pa á.’” Ọ̀dọ́mọkùnrin náà sì fi ọ̀kọ̀ gún un, ó sì kú.
55 ତହିଁରେ ଇସ୍ରାଏଲ ଲୋକମାନେ ଅବୀମେଲକ୍‍ର ମରଣ ଦେଖି ପ୍ରତ୍ୟେକେ ଆପଣା ଆପଣା ସ୍ଥାନକୁ ଚାଲିଗଲେ।
Nígbà tí àwọn ará Israẹli rí i pé Abimeleki kú, olúkúlùkù wọn padà sí ilé rẹ̀.
56 ଏହିରୂପେ ଅବୀମେଲକ୍‍ ଆପଣାର ସତୁରି ଭାଇଙ୍କୁ ବଧ କରି ଆପଣା ପିତା ବିରୁଦ୍ଧରେ ଯେଉଁ ଦୁଷ୍କର୍ମ କରିଥିଲା, ପରମେଶ୍ୱର ତହିଁର ପ୍ରତିଫଳ ତାହାକୁ ଦେଲେ;
Báyìí ni Ọlọ́run san ẹ̀san ìwà búburú ti Abimeleki hù sí baba rẹ̀ ní ti pípa tí ó pa, àwọn àádọ́rin arákùnrin rẹ̀.
57 ପୁଣି ପରମେଶ୍ୱର ଶିଖିମ ନିବାସୀ ଲୋକମାନଙ୍କୁ ସମସ୍ତ ଦୁଷ୍କର୍ମର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇଲେ ଓ ଯିରୁବ୍ବାଲ୍‌ଙ୍କ ପୁତ୍ର ଯୋଥମ୍‍ର ଅଭିଶାପ ସେମାନଙ୍କ ଉପରେ ଫଳିଲା।
Ọlọ́run jẹ́ kí ìwà búburú àwọn ará Ṣekemu pẹ̀lú padà sí orí wọn. Ègún Jotamu ọmọ Jerubbaali pàápàá wá sí orí wọn.

< ବିଚାରକର୍ତ୍ତା 9 >