< ବିଚାରକର୍ତ୍ତା 9 >
1 ଏଥିଉତ୍ତାରେ ଯିରୁବ୍ବାଲ୍ର ପୁତ୍ର ଅବୀମେଲକ୍ ଶିଖିମରେ ଆପଣା ମାତାର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଓ ନିଜ ମାତାର ପିତୃଗୃହର ସମସ୍ତ ବଂଶକୁ କହିଲା;
Elment Abímélekh, Jerubbáal fia, Sekhémbe anyja testvéreihez és beszélt hozzájuk és anyja atyai házának egész családjához, mondván:
2 “ବିନୟ କରୁଅଛି, ତୁମ୍ଭେମାନେ ଶିଖିମ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ଯିରୁବ୍ବାଲ୍ର ସତୁରି ପୁତ୍ରଯାକ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ, ନା ଜଣେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ‘ତୁମ୍ଭମାନଙ୍କ ପକ୍ଷରେ କି ଭଲ?’ ଏହା ମଧ୍ୟ ମନେ କର ଯେ, ମୁଁ ତୁମ୍ଭମାନଙ୍କର ଅସ୍ଥି ଓ ମାଂସ ଅଟେ।”
Beszéljetek, kérlek, mind a Sekhém urainak fülei előtt: mi jobb nektek, hogy uralkodjék rajtatok hetven ember, Jerubbáal valamennyi fia, avagy hogy uralkodjék rajtatok egy ember? Arról is emlékezzetek meg, hogy csontotok, húsotok vagyok?
3 ତହିଁରେ ତାହାର ମାତାର ଭାଇମାନେ ଶିଖିମ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ ତାହାର ପକ୍ଷରେ ଏସବୁ କଥା କହନ୍ତେ, ଅବୀମେଲକ୍ର ପଶ୍ଚାଦ୍ଗାମୀ ହେବାକୁ ସେମାନଙ୍କ ମନ ମଙ୍ଗିଲା; କାରଣ ସେମାନେ କହିଲେ, ସେ ଆମ୍ଭମାନଙ୍କର ଭାଇ।
És elmondták felőle anyjának testvérei mind a Sekhém urainak fülei előtt mind e szavakat; ekkor hajolt szívük Abímélekh felé, mert azt mondták: testvérünk ő.
4 ପୁଣି ସେମାନେ ତାହାକୁ ବାଲ୍-ବରୀତର ମନ୍ଦିରରୁ ସତୁରି ଖଣ୍ଡ ରୂପା ଦେଲେ, ତହିଁରେ ଅବୀମେଲକ୍ ବେତନ ଦେଇ ଅଦରକାରୀ ଓ ଦୁଃସାହସୀ ଲୋକମାନଙ୍କୁ ରଖିଲା, ସେମାନେ ତାହାର ପଶ୍ଚାଦ୍ଗାମୀ ହେଲେ।
És adtak neki hetven ezüstöt Báal-Berít házából; és bérelt rajta Abímélekh üres és szilaj embereket, s utána mentek.
5 ତହୁଁ ସେ ଅଫ୍ରାସ୍ଥିତ ଆପଣା ପିତୃଗୃହକୁ ଯାଇ ଆପଣାର ସତୁରି ଭାଇ ଯିରୁବ୍ବାଲ୍ର ପୁତ୍ରମାନଙ୍କୁ ଏକ ପ୍ରସ୍ତର ଉପରେ ବଧ କଲା; ମାତ୍ର ଯିରୁବ୍ବାଲ୍ର କନିଷ୍ଠ ପୁତ୍ର ଯୋଥମ୍ ଆପଣାକୁ ଲୁଚାଇବାରୁ ଅବଶିଷ୍ଟ ରହିଲା।
Elment atyja házába, Ofrába és megölte testvéreit, Jerubbáal fiait, hetven embert egy kövön; de megmaradt Jótám, Jerubbáal legkisebb fia, mert elrejtőzött.
6 ପୁଣି, ଶିଖିମ ନିବାସୀ ଲୋକମାନେ ଓ ମିଲ୍ଲୋ ନିବାସୀ ସମସ୍ତେ ଏକତ୍ରିତ ହୋଇଯାଇ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନ ବୃକ୍ଷ ମୂଳରେ ଅବୀମେଲକ୍କୁ ରାଜା କଲେ।
Összegyűltek mind a Sekhém urai és egész Bét-Milló, elmentek és királlyá tették Abímélekhet az oszlop melletti terebinthusnál, mely Sekhémben van.
7 ତହୁଁ ଲୋକମାନେ ଯୋଥମ୍କୁ ଏହି ସମ୍ବାଦ ଦିଅନ୍ତେ, ସେ ଯାଇ ଗରିଷୀମ ପର୍ବତ ଶିଖରରେ ଠିଆ ହୋଇ ଉଚ୍ଚସ୍ୱରରେ ଡାକି ସେମାନଙ୍କୁ କହିଲା, ହେ ଶିଖିମ ନିବାସୀ ଲୋକଗଣ, “ଆମ୍ଭ କଥା ଶୁଣ, ତହିଁରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।
Midőn tudtára adták Jótámnak, elment és megállt a Gerizzim hegy tetején, fölemelte hangját és szólt; mondta nekik: Hallgassatok reám, Sekhém urai, s majd hallgat reátok Isten!
8 ଏକ ସମୟରେ ବୃକ୍ଷମାନେ ଆପଣା ଉପରେ ରାଜା ଅଭିଷେକ କରିବାକୁ ଗଲେ; ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର;’
Elmentek egyszer a fák, hogy fölkenjenek maguknak királyt. És mondták az olajfának: Légy a mi királyunk!
9 ମାତ୍ର ଜୀତବୃକ୍ଷ ସେମାନଙ୍କୁ କହିଲା, ‘ମୋହର ଯେଉଁ ତୈଳ ଘେନି ଲୋକମାନେ ମୋʼ ଦ୍ୱାରା ପରମେଶ୍ୱରଙ୍କର ଓ ମନୁଷ୍ୟର ଗୌରବ କରନ୍ତି, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’
Mondta nekik az olajfa: Elveszítettem-e zsíromat, a mellyel tisztelnek istent és embert, hogy menjek lebegni a fák fölött?
10 ତହୁଁ ବୃକ୍ଷମାନେ ଡିମ୍ବିରିବୃକ୍ଷକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
És mondták a fák a fügefának: Jer te, légy a mi királyunk!
11 ମାତ୍ର ଡିମ୍ବିରିବୃକ୍ଷ ସେମାନଙ୍କୁ କହିଲା, ‘ମୁଁ କି ଆପଣା ମିଷ୍ଟତା ଓ ଉତ୍ତମ ଫଳ ତ୍ୟାଗ କରି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’
Mondta nekik a fügefa: Elveszítettem-e édességemet és jó gyümölcsömet, hogy menjek lebegni a fák fölött?
12 ଏଉତ୍ତାରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
És mondták a fák a szőlőtőnek: Jer te, légy a mi királyunk!
13 ତହିଁରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋହର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?
Mondta nekik a szőlőtő: Elveszítettem-e mustomat, mely örvendeztet istent és embert, hogy menjek lebegni a fák fölött?
14 ତହୁଁ ବୃକ୍ଷଯାକ କଣ୍ଟକଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
Erre mondták mind a fák a tövisbokornak: Jer te, légy a mi királyunk!
15 ତହିଁରେ କଣ୍ଟକଲତା ବୃକ୍ଷମାନଙ୍କୁ କହିଲା, ‘ଯେବେ ତୁମ୍ଭେମାନେ ମୋତେ ତୁମ୍ଭମାନଙ୍କ ଉପରେ ସତ୍ୟରେ ରାଜା କରିବାକୁ ଅଭିଷେକ କର, ତେବେ ଆସି ମୋର ଛାୟାରେ ଆଶ୍ରୟ ନିଅ; ନୋହିଲେ କଣ୍ଟକଲତାରୁ ଅଗ୍ନି ବାହାରି ଲିବାନୋନର ଏରସ ବୃକ୍ଷମାନଙ୍କୁ ଗ୍ରାସ କରୁ।’
Mondta. a tövisbokor a fáknak: Ha igazán föl akartok engem kenni királytoknak, akkor jöjjetek, keressetek ótalmat árnyékomban, ha pedig nem, csapjon ki tűz a tövisbokorból és eméssze föl a Libánon czédrusait.
16 ଏବେ ତୁମ୍ଭେମାନେ ଅବୀମେଲକ୍କୁ ରାଜା କରିବାରେ ଯେବେ ସତ୍ୟ ଓ ସରଳ ବ୍ୟବହାର କରିଥାଅ ଓ ଯିରୁବ୍ବାଲ୍ ଓ ତାଙ୍କ ବଂଶ ପ୍ରତି ଭଲ ବ୍ୟବହାର କରିଥାଅ ଓ ତାଙ୍କର ହସ୍ତକୃତ କର୍ମାନୁସାରେ ତାଙ୍କ ପ୍ରତି ବ୍ୟବହାର କରିଥାଅ, (ତେବେ ଉତ୍ତମ);
Most tehát, ha igazán és őszintén cselekedtetek, midőn királlyá tettétek Abímélekhet és ha jót cselekedtetek Jerubbáallal és házával és ha kezeinek tette szerint cselekedtetek vele –
17 କାରଣ ମୋର ପିତା ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିଥିଲେ ଓ ପ୍ରାଣପଣ କରି ମିଦୀୟନର ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ;
hogy harczolt értetek az atyám és messzire elvetette életét s megmentett titeket Midján kezéből,
18 ମାତ୍ର ତୁମ୍ଭେମାନେ ଆଜି ମୋର ପିତୃଗୃହ ବିରୁଦ୍ଧରେ ଉଠିଅଛ ଓ ତାଙ୍କର ସତୁରି ପୁତ୍ରଙ୍କୁ ଏକ ପ୍ରସ୍ତର ଉପରେ ବଧ କରିଅଛ ଓ ତାଙ୍କ ଦାସୀପୁତ୍ର ଅବୀମେଲକ୍ ତୁମ୍ଭମାନଙ୍କ ଭାଇ ହେବା ସକାଶୁ ତାହାକୁ ଶିଖିମ ନିବାସୀ ଲୋକମାନଙ୍କ ଉପରେ ରାଜା କରିଅଛ।
holott ti fölkeltetek ma atyám háza ellen és megöltétek fiait, hetven embert egy kövön s királlyá tettétek Abímélekhet, szolgálójának fiát, Sekhém urai fölé, mert testvéretek ő –
19 ଏହେତୁ ଯେବେ ଆଜି ତୁମ୍ଭେମାନେ ଯିରୁବ୍ବାଲ୍ ଓ ତାଙ୍କର ବଂଶ ସଙ୍ଗେ ସତ୍ୟ ଓ ସରଳ ବ୍ୟବହାର କରିଥାଅ, ତେବେ ଅବୀମେଲକ୍କୁ ଘେନି ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ଘେନି ଆନନ୍ଦ କରୁ।
ha tehát igazán és őszintén cselekedtetek Jerubbáallal és házával e mai napon: örüljetek Abímélekhkel, s örüljön ő is veletek.
20 ମାତ୍ର ଯେବେ କରି ନାହଁ, ତେବେ ଅବୀମେଲକ୍ଠାରୁ ଅଗ୍ନି ବାହାରି ଶିଖିମ ନିବାସୀ ଲୋକଗଣଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଗ୍ରାସ କରୁ; ପୁଣି ଶିଖିମ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକ୍କୁ ଗ୍ରାସ କରୁ।”
Ha pedig nem, csapjon ki tűz Abímélekhtől és eméssze föl Sekhém urait és Bét-Millót és csapjon ki tűz Sekhém uraiból és Bét-Millóból és eméssze föl Abimélekhet.
21 ଏଉତ୍ତାରେ ଯୋଥମ୍ ବେଗେ ପଳାଇଲା, ପୁଣି ଆପଣା ଭାଇ ଅବୀମେଲକ୍ ଭୟରେ ବେରରେ ଯାଇ ବାସ କଲା।
Erre megfutamodott Jótám, menekült és elment Beérbe; és ott maradt testvére Abímélekh miatt.
22 ଏଥିଉତ୍ତାରେ ଅବୀମେଲକ୍ ଇସ୍ରାଏଲ ଉପରେ ତିନି ବର୍ଷ ଅଧିପତି ହେଲା।
És uralkodott Abímélekh Izraél fölött három évig.
23 ପରମେଶ୍ୱର ଅବୀମେଲକ୍ ଓ ଶିଖିମ ନିବାସୀ ଲୋକମାନଙ୍କ ମଧ୍ୟରେ ମନ୍ଦ ଆତ୍ମା ପଠାଇଲେ, ତହିଁରେ ଶିଖିମ ନିବାସୀ ଲୋକମାନେ ଅବୀମେଲକ୍ ପ୍ରତି ବିଶ୍ୱାସଘାତକତା କଲେ,
Ekkor küldött Isten gonosz szellemet Abímélekh és Sekhém urai közé, úgy hogy hűtlenek lettek Sekhém urai Abímélekhhez;
24 ଯେପରି ଯିରୁବ୍ବାଲ୍ର ସତୁରି ପୁତ୍ରଙ୍କ ପ୍ରତି ନିଷ୍ଠୁରତାର ପ୍ରତିଫଳ ଘଟେ ଓ ସେମାନଙ୍କୁ ବଧ କରିଥିଲା ଯେ ସେମାନଙ୍କ ଭାଇ ଅବୀମେଲକ୍ ଉପରେ ଏବଂ ଭାଇମାନଙ୍କୁ ବଧ କରିବାରେ ତାହାର ସାହାଯ୍ୟକାରୀ ଶିଖିମ ନିବାସୀ ଲୋକଙ୍କ ଉପରେ ସେହି ରକ୍ତପାତର ଅପରାଧ ବର୍ତ୍ତେ।
hogy elkövetkezzék a Jerubbáal hetven fiának bántalma és hogy vérük szálljon testvérükre, Abímélekhre, ki megölte őket, és Sekhém uraira, kik erősítették kezeit testvéreinek megölésére.
25 ଆଉ ଶିଖିମ ନିବାସୀ ଲୋକଗଣ ତାହା ଲାଗି ପର୍ବତ ଶୃଙ୍ଗମାନଙ୍କରେ ଲୋକମାନଙ୍କୁ ଗୋପନରେ ଛକି ବସାଇଲେ, ତହିଁରେ ସେମାନଙ୍କ ନିକଟ ଦେଇ ସେହି ବାଟେ ଯାହା କିଛି ଗଲା, ତାହାସବୁ ସେମାନେ ଲୁଟ କଲେ; ପୁଣି ଅବୀମେଲକ୍ ତହିଁର ସମ୍ବାଦ ପାଇଲା।
S elhelyeztek ellene Sekhém urai leselkedőket a hegyek csúcsain és kiraboltak mindenkit, a ki mellettük elment az úton; ez tudtára adatott Abímélekhnek.
26 ଏଥିଉତ୍ତାରେ ଏବଦର ପୁତ୍ର ଗାଲ୍ ଆପଣା ଭାଇମାନଙ୍କୁ ସଙ୍ଗେ ନେଇ ଶିଖିମକୁ ଗଲା, ପୁଣି ଶିଖିମ ନିବାସୀ ଲୋକମାନେ ତାହା ଉପରେ ନିର୍ଭର ରଖିଲେ।
Odajött Gáal, Ébed fia meg testvérei és bevonultak Sekhémbe; és megbíztak benne Sekhém urai.
27 ଆଉ ସେମାନେ ଦ୍ରାକ୍ଷାକ୍ଷେତ୍ରକୁ ଯାଇ ଆପଣା ଆପଣା ଦ୍ରାକ୍ଷାଫଳ ସଂଗ୍ରହ କରି ଦଳିଲେ ଓ ଉତ୍ସବ କରି ଆପଣା ଦେବତାର ମନ୍ଦିରକୁ ଯାଇ ଭୋଜନପାନ କରି ଅବୀମେଲକ୍କୁ ଶାପ ଦେଲେ।
Kimentek a mezőre, leszüretelték szőlőiket, sajtoltak és hálaünnepet tartottak; bementek istenük házába, ettek és ittak és átkozták Abímélekhet.
28 ତହିଁରେ ଏବଦର ପୁତ୍ର ଗାଲ୍ କହିଲା, “ଅବୀମେଲକ୍ କିଏ ଓ ଶିଖିମ କିଏ ଯେ, ଆମ୍ଭେମାନେ ତାହାର ସେବା କରିବୁ? ସେ କି ଯିରୁବ୍ବାଲ୍ର ପୁତ୍ର ନୁହେଁ? ଓ ସବୂଲ୍ କି ତାହାର ସେନାପତି ନୁହେଁ? ତୁମ୍ଭେମାନେ ଶିଖିମର ପିତା ହମୋରର ଲୋକମାନଙ୍କୁ ସେବା କର, ମାତ୍ର କାହିଁକି ଆମ୍ଭେମାନେ ତାହାର ସେବା କରିବୁ?
És mondta Gáal, Ébed fia: Kicsoda Abimélekh és micsoda Sekhém, hogy szolgáljuk őt? Nemde Jerubbáal fia, Zebúl pedig a megbízottja! Szolgáljátok Chamórnak, Sekhém atyjának embereit, de miért szolgáljuk mi őt?
29 ଆଃ, ଏହି ଲୋକମାନେ ଯେବେ ମୋର ହସ୍ତଗତ ହୁଅନ୍ତେ! ତେବେ ଆମ୍ଭେ ଅବୀମେଲକ୍କୁ ଦୂର କରି ଦିଅନ୍ତୁ।” ପୁଣି ସେ ଅବୀମେଲକ୍କୁ ଲକ୍ଷ୍ୟ କରି କହିଲା, “ତୁମ୍ଭେ ଆପଣା ସୈନ୍ୟ ବଢ଼ାଇ ବାହାରକୁ ଆସ।”
Bárcsak kezemben volna ez a nép, majd letenném én Abímélekhet! És megizente Abímélekhnek: Szaporítsd seregedet és vonulj ki!
30 ଏବଦର ପୁତ୍ର ଗାଲ୍ର ଏ କଥା ନଗରର ଅଧିପତି ସବୂଲ୍ ଶୁଣନ୍ତେ, ତାହାର କ୍ରୋଧ ପ୍ରଜ୍ୱଳିତ ହେଲା।
Midőn meghallotta Zebúl, a város parancsolója Gáalnak, Ébed fiának szavait, föllobbant haragja.
31 ପୁଣି ସେ ଛଳରେ ଅବୀମେଲକ୍ ନିକଟକୁ ଦୂତମାନଙ୍କୁ ପଠାଇ କହିଲା, “ଦେଖ, ଏବଦର ପୁତ୍ର ଗାଲ୍ ଓ ତାହାର ଭାଇମାନେ ଶିଖିମକୁ ଆସିଅଛନ୍ତି; ଆଉ ଦେଖ, ସେମାନେ ତୁମ୍ଭ ବିରୁଦ୍ଧରେ ନଗରରେ କୁପ୍ରବୃତ୍ତି ଦେଉଅଛନ୍ତି।
És küldött követeket Abímélekhez alattomban, mondván: Íme, Gáal, Ébed fia és testvérei Sekhémbe jöttek és lázítják ellened a várost.
32 ଏହେତୁ ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଲୋକମାନେ ରାତ୍ରିରେ ଉଠି କ୍ଷେତ୍ରରେ ଛକି ବସ।
Most tehát kelj föl éjjel, te meg a nép, mely veled van és leselkedjél a mezőn;
33 ପୁଣି ସକାଳେ ସୂର୍ଯ୍ୟୋଦୟ ହେବାମାତ୍ର ଚଞ୍ଚଳ ଉଠି ନଗର ଆକ୍ରମଣ କରିବ; ତହିଁରେ ଦେଖ, ସେ ଓ ତାହାର ସଙ୍ଗୀ ଲୋକମାନେ ତୁମ୍ଭ ବିରୁଦ୍ଧରେ ବାହାର ହୋଇ ଆସିଲେ ତୁମ୍ଭ ଦ୍ୱାରା ଯେପରି ହେବ, ସେପରି କରିବ।”
és lészen reggel, a mint felsüt a nap, kelj föl korán és ronts a városra, és íme ő és a nép, mely vele van, kivonulnak ellened, akkor majd teszel vele, a mint bírja a kezed.
34 ଏଥିରେ ଅବୀମେଲକ୍ ଓ ତାହାର ସଙ୍ଗୀ ସମସ୍ତେ ରାତ୍ରିରେ ଉଠି ଚାରିଦଳ ହୋଇ ଶିଖିମ ବିରୁଦ୍ଧରେ ଛକି ବସିଲେ।
Erre fölkelt Abimélekh és a az egész nép, mely vele volt, éjjel, és leselkedtek Sekhémre négy csapatban.
35 ପୁଣି ଏବଦର ପୁତ୍ର ଗାଲ୍ ବାହାରେ ଯାଇ ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହେଲା; ଆଉ ଅବୀମେଲକ୍ ଓ ତାହାର ସଙ୍ଗୀ ଲୋକମାନେ ଛକିବା ସ୍ଥାନରୁ ଉଠିଲେ।
S kivonult Gáal, Ébed fia és megállt a város kapuja bejáratán; akkor fölkelt Abímélekh és a nép, mely vele volt, a lesből.
36 ଆଉ ଗାଲ୍ ଲୋକମାନଙ୍କୁ ଦେଖନ୍ତେ, ସେ ସବୂଲ୍କୁ କହିଲା, “ଦେଖ, ପର୍ବତ ଶିଖରରୁ ଲୋକମାନେ ଓହ୍ଲାଇ ଆସୁଅଛନ୍ତି। ତହିଁରେ ସବୂଲ୍ ତାହାକୁ କହିଲା, ପର୍ବତର ଛାୟା ତୁମ୍ଭକୁ ମନୁଷ୍ୟ ପରି ଦିଶୁଅଛି।”
Mikor Gáal látta a népet, szólt Zebúlhoz: Íme, nép száll le a hegyek csúcsairól. Mondta neki Zebúl: A hegyek árnyékát nézed embereknek.
37 ଏଥିଉତ୍ତାରେ ଗାଲ୍ ପୁନର୍ବାର କହିଲା, “ଦେଖ, ଲୋକମାନେ ଦେଶ ମଧ୍ୟଦେଇ ଓହ୍ଲାଇ ଆସୁଅଛନ୍ତି, ଆଉ ଏକ ଦଳ ମିଓନିନିମ ଅଲୋନ ବୃକ୍ଷର ପଥ ଦେଇ ଆସୁଅଛନ୍ତି।”
Tovább is beszélt Gáal és mondta: Íme, nép száll le az ország köldökéről és egy csapat jő a jóslók terebinthusának útja felől.
38 ତହୁଁ ସବୂଲ୍ ତାହାକୁ କହିଲା, ତୁମ୍ଭେ ଯେ କହିଥିଲ, “ଅବୀମେଲକ୍ କିଏ ଯେ, ଆମ୍ଭେମାନେ ତାହାର ସେବା କରିବୁ, ତୁମ୍ଭର ସେହି ମୁହଁଟି ଏବେ କାହିଁ? ତୁମ୍ଭେ କି ଏହି ଲୋକମାନଙ୍କୁ ତୁଚ୍ଛ କରି ନ ଥିଲ? ତେଣୁ, ଏବେ ବାହାରି ସେମାନଙ୍କ ସଙ୍ଗେ ଯୁଦ୍ଧ କର?”
Mondta neki Zebúl: Hol van hát a szájad, mellyel mondtad, kicsoda Abímélekh, hogy szolgáljuk őt? Nemde, ez az a nép, melyet megvetettél, most hát vonulj ki és harczolj vele.
39 ଏଥିରେ ଗାଲ୍ ଶିଖିମ ନିବାସୀ ଲୋକଗଣ ସମ୍ମୁଖରେ ବାହାର ହୋଇ ଅବୀମେଲକ୍ ସଙ୍ଗରେ ଯୁଦ୍ଧ କଲା।
Ekkor kivonult Gáal Sekhém urai élén és harczolt Abímélekhkel.
40 ତହିଁରେ ଅବୀମେଲକ୍ ତାହାକୁ ଗୋଡ଼ାନ୍ତେ, ସେ ତାହା ସମ୍ମୁଖରୁ ପଳାଇଲା ଓ ଦ୍ୱାର-ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଅନେକେ ହତ ହୋଇ ପଡ଼ିଲେ।
És üldözte őt Abímélekh és megfutamodott előle; és elesett sok halott a kapu bejáratáig.
41 ଏଉତ୍ତାରେ ଅବୀମେଲକ୍ ଅରୁମାରେ ରହିଲା; ପୁଣି ସବୂଲ୍ ଗାଲ୍କୁ ଓ ତାହାର ଭ୍ରାତୃଗଣକୁ ତଡ଼ିଦେଲା, ସେମାନଙ୍କୁ ଶିଖିମରେ ବାସ କରିବାକୁ ଦେଲା ନାହିଁ।
S maradt Abímélekh Arúmában és kiűzte Zebúl Gáalt és testvéreit, úgy hogy nem maradtak Sekhémben.
42 ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯାଆନ୍ତେ, କେହି ଜଣେ ଅବୀମେଲକ୍କୁ ସମ୍ବାଦ ଦେଲା।
Volt pedig másnapon, kivonult a nép a mezőre, s tudtára adták Abímélekhnek.
43 ତେଣୁ ସେ ଲୋକ ନେଇ ତିନି ଦଳ କରି କ୍ଷେତ୍ର ମଧ୍ୟରେ ଛକି ବସିଲା; ପୁଣି ସେ ଅନାଇଲା ଯେ, ଦେଖ, ଲୋକମାନେ ନଗରରୁ ବାହାରି ଆସୁଅଛନ୍ତି; ତହିଁରେ ସେ ସେମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ଆଘାତ କଲା।
Vette a népet, elosztotta három csapatra és leselkedett a mezőn; akkor látta, íme a nép kijő a városból, reájuk támadt és megverte őket.
44 ପୁଣି ଅବୀମେଲକ୍ ଓ ତାହାର ସଙ୍ଗୀଦଳ ଶୀଘ୍ର ଆକ୍ରମଣ କରି ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ ଓ ଅନ୍ୟ ଦୁଇ ଦଳ କ୍ଷେତ୍ରସ୍ଥିତ ସମସ୍ତ ଲୋକଙ୍କୁ ଆକ୍ରମଣ କରି ବଧ କଲେ।
Abímélekh ugyanis meg a csapatok, melyek vele voltak, kirontottak és megállottak a város kapuja bejáratán; két csapat pedig rárontott mind a mezőn levőkre és megverték őket.
45 ପୁଣି ଅବୀମେଲକ୍ ସେହି ସାରାଦିନ ନଗର ବିରୁଦ୍ଧରେ ଯୁଦ୍ଧ କଲା ଓ ନଗର ହସ୍ତଗତ କରି ତହିଁ ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବଧ କଲା; ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ବୁଣିଲା।
S Abímélekh harczolt a város ellen amaz egész napon, bevette a várost és a benne levő népet megölte; lerombolta a várost és behintette sóval.
46 ଏଥିଉତ୍ତାରେ ଶିଖିମ ଗଡ଼ସ୍ଥିତ ଲୋକଗଣ ଏ କଥା ଶୁଣି ଏଲ୍-ବରୀତ୍ ମନ୍ଦିରସ୍ଥିତ ଉଚ୍ଚ ଗୃହରେ ପ୍ରବେଶ କଲେ।
Meghallották Sekhém tornyának mind az urai, s bementek Él-Berít házának várába.
47 ପୁଣି ଶିଖିମ ଗଡ଼ର ଲୋକମାନେ ଏକତ୍ରିତ ହୋଇଅଛନ୍ତି, ଏ କଥା ଅବୀମେଲକ୍ର କର୍ଣ୍ଣଗୋଚର ହେଲା।
Tudtára adatott Abímélekhnek, hogy összegyülekeztek Sekhém tornyának mind az urai.
48 ତହିଁରେ ଅବୀମେଲକ୍ ଓ ତାହାର ସଙ୍ଗୀ ଲୋକ ସମସ୍ତେ ସଲମୋନ୍ ପର୍ବତକୁ ଉଠିଗଲେ ଓ ଅବୀମେଲକ୍ ହାତରେ କୁହ୍ରାଡ଼ି ଘେନି ବୃକ୍ଷରୁ ଖଣ୍ଡିଏ ଡାଳ ହାଣିଲା ଓ ତାହା ଉଠାଇ ଆପଣା କାନ୍ଧରେ ରଖିଲା; ଆଉ ଆପଣା ସଙ୍ଗୀମାନଙ୍କୁ କହିଲା, “ତୁମ୍ଭେମାନେ ମୋତେ ଯାହା କରିବାର ଦେଖିଲ, ତାହା ଶୀଘ୍ର କର ଓ ମୁଁ ଯେପରି କଲି, ସେପରି କର;”
Akkor fölment Abímélekh Czalmón hegyére, ő meg az egész nép, mely vele volt, s kezébe vette Abímélekh a fejszéket, levágott egy faágat, fölvette, a vállára tette és szólt a néphez, mely vele volt: A mit láttatok, hogy tettem, sietve tegyétek, úgy mint én.
49 ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ସେହିପରି ଏକ ଏକ ଡାଳ କାଟି ଅବୀମେଲକ୍ର ପଛେ ପଛେ ଯାଇ ସେହି ଉଚ୍ଚ ଗୃହ ପାଖରେ ରଖିଲେ ଓ ସେହି ଉଚ୍ଚ ଗୃହରେ ସେମାନଙ୍କ ଉପରେ ଅଗ୍ନି ଲଗାଇଲେ; ତେଣୁ ଶିଖିମ ଗଡ଼ର ସମସ୍ତ ଲୋକ ମଧ୍ୟ ମଲେ, ସେମାନେ ସ୍ତ୍ରୀ ପୁରୁଷ ଊଣାଧିକ ଏକ ହଜାର ଲୋକ ଥିଲେ।
És levágta az egész nép is kiki a maga ágát, mentek Abímélekh után és letették a vár körül és rájuk gyújtották a várat tűzben. Így meghaltak Sekhém tornyának mind az emberei, mintegy ezer férfi és asszony.
50 ଏଉତ୍ତାରେ ଅବୀମେଲକ୍ ତେବେସକୁ ଗଲା ଓ ତେବସ ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କଲା।
Erre elment Abímélekh Tébécz ellen, tábort ütött Tébécz ellen és bevette azt.
51 ମାତ୍ର ସେହି ନଗର ଭିତରେ ଗୋଟିଏ ଦୃଢ଼ ଗଡ଼ ଥିଲା; ଏଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ସେସ୍ଥାନକୁ ପଳାଇ ତହିଁ ଭିତରେ ଆପଣାମାନଙ୍କୁ ରୁଦ୍ଧ କରି ଗଡ଼ର ଛାତ ଉପରକୁ ଗଲେ।
De erős torony volt a város közepén, oda menekültek mind a férfiak és asszonyok, meg mind a város urai és bezárták magukat; és fölmentek a torony tetejére.
52 ତହୁଁ ଅବୀମେଲକ୍ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହା ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ଗଡ଼ଦ୍ୱାରର ଅତି ନିକଟକୁ ଗଲା।
Jött Abímélekh a toronyhoz s harczolt ellene; és oda lépett a torony bejáratához, hogy elégesse tűzben.
53 ତହିଁରେ ଜଣେ ସ୍ତ୍ରୀ ଚକିର ଉପର-ପଟ ଅବୀମେଲକ୍ର ମୁଣ୍ଡ ଉପରକୁ ପକାଇ ତାହାର ଖପୁରି ଭାଙ୍ଗି ପକାଇଲା।
Ekkor ledobott egy asszony egy malomkődarabot Abimélekh fejére és szétzúzta koponyáját.
54 ତେଣୁ ସେ ଶୀଘ୍ର ଆପଣା ଅସ୍ତ୍ରବାହକ ଯୁବାକୁ ଡାକି ତାହାକୁ କହିଲା, “ତୁମ୍ଭ ଖଡ୍ଗ ବାହାର କରି ମୋତେ ବଧ କର, ଯେପରି ଲୋକମାନେ ଆମ୍ଭ ବିଷୟରେ ନ କହିବେ ଯେ, ‘ଜଣେ ସ୍ତ୍ରୀ ତାହାକୁ ବଧ କଲା।’” ତହିଁରେ ତାହାର ଯୁବା ଲୋକ ତାହାକୁ ଭୁସି ଦିଅନ୍ତେ, ସେ ମଲା।
Hamar hívta fegyverhordozó legényét és mondta neki: Rántsd ki kardodat és ölj meg, nehogy azt mondják rólam: asszony ölte meg. És átszúrta őt a legénye és meghalt.
55 ତହିଁରେ ଇସ୍ରାଏଲ ଲୋକମାନେ ଅବୀମେଲକ୍ର ମରଣ ଦେଖି ପ୍ରତ୍ୟେକେ ଆପଣା ଆପଣା ସ୍ଥାନକୁ ଚାଲିଗଲେ।
Midőn látták Izraél emberei, hogy meghalt Abímélekh, elmentek ki-ki helyére.
56 ଏହିରୂପେ ଅବୀମେଲକ୍ ଆପଣାର ସତୁରି ଭାଇଙ୍କୁ ବଧ କରି ଆପଣା ପିତା ବିରୁଦ୍ଧରେ ଯେଉଁ ଦୁଷ୍କର୍ମ କରିଥିଲା, ପରମେଶ୍ୱର ତହିଁର ପ୍ରତିଫଳ ତାହାକୁ ଦେଲେ;
Így visszahárította Isten Abímélekh gonoszságát, melyet atyján elkövetett azzal, hogy megölte hetven testvérét;
57 ପୁଣି ପରମେଶ୍ୱର ଶିଖିମ ନିବାସୀ ଲୋକମାନଙ୍କୁ ସମସ୍ତ ଦୁଷ୍କର୍ମର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇଲେ ଓ ଯିରୁବ୍ବାଲ୍ଙ୍କ ପୁତ୍ର ଯୋଥମ୍ର ଅଭିଶାପ ସେମାନଙ୍କ ଉପରେ ଫଳିଲା।
Sekhém embereinek egész gonoszságát pedig visszahárította Isten az ő fejükre és rájuk jött Jótámnak, Jerubbáal fiának átka.