< ବିଚାରକର୍ତ୍ତା 8 >

1 ଏଥିଉତ୍ତାରେ ଇଫ୍ରୟିମର ଲୋକମାନେ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ?” ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ।
Àwọn àgbàgbà ẹ̀yà Efraimu sì bínú gidigidi sí Gideoni wọ́n bi í léèrè pé, kí ló dé tí o fi ṣe irú èyí sí wa? Èéṣe tí ìwọ kò fi pè wá nígbà tí ìwọ kọ́kọ́ jáde lọ láti bá àwọn ará Midiani jagun? Ohùn ìbínú ni wọ́n fi bá a sọ̀rọ̀.
2 ଏଥିରେ ସେ ସେମାନଙ୍କୁ କହିଲେ, “ଏବେ ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିଅଛି? ଅବୀୟେଷ୍ରୀୟର ସମସ୍ତ ଦ୍ରାକ୍ଷାଫଳ ସଂଗ୍ରହଠାରୁ କି ଇଫ୍ରୟିମର ଦ୍ରାକ୍ଷାଫଳ ରାଁ କରିବାର ଶ୍ରେଷ୍ଠ ନୁହେଁ?
Ṣùgbọ́n Gideoni dá wọn lóhùn pé, “Àṣeyọrí wo ni mo ti ṣe tí ó tó fiwé tiyín? Àṣàkù àjàrà Efraimu kò ha dára ju gbogbo ìkórè àjàrà Abieseri lọ bí?
3 ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦୀୟନର ଓରେବ୍‍ ଓ ସେବ୍‍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରି ପାରିଲି?” ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କର କ୍ରୋଧ ନିବୃତ୍ତ ହେଲା।
Ọlọ́run ti fi Orebu àti Seebu àwọn olórí àwọn ará Midiani lé yín lọ́wọ́. Kí ni ohun tí Mose ṣe tí ó tó fiwé e yín tàbí tí ó tó àṣeyọrí i yín?” Nígbà tí ó wí èyí ríru ìbínú wọn rọlẹ̀.
4 ଏଉତ୍ତାରେ ଗିଦିୟୋନ୍‍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି।
Gideoni àti àwọn ọ̀ọ́dúnrún ọkùnrin tí ó wà pẹ̀lú rẹ̀ tẹ̀síwájú láti lépa àwọn ọ̀tá bí ó tilẹ̀ jẹ́ pé ó ti rẹ̀ wọ́n, wọ́n dé Jordani wọ́n sì kọjá sí òdìkejì.
5 ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, “ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍‍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।”
Ó wí fún àwọn ọkùnrin Sukkoti pé, “Ẹ fún àwọn ọmọ-ogun mi ní oúnjẹ díẹ̀, nítorí ó ti rẹ̀ wọ́n, èmi sì ń lépa Seba àti Salmunna àwọn ọba Midiani.”
6 ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, “ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ?”
Ṣùgbọ́n àwọn ìjòyè Sukkoti fèsì pé ṣé ọwọ́ rẹ ti tẹ Seba àti Salmunna náà ni? Èéṣe tí àwa yóò ṣe fún àwọn ológun rẹ ní oúnjẹ?
7 ତହିଁରେ ଗିଦିୟୋନ୍‍ କହିଲେ, “ଏସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋʼ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି।”
Gideoni dá wọn lóhùn pé, “Ó dára, nígbà tí Olúwa bá fi Seba àti Salmunna lé mi lọ́wọ́ tán èmi yóò fi ẹ̀gún ijù àti ẹ̀gún òṣùṣú ya ẹran-ara yín.”
8 ତହୁଁ ସେ ସେଠାରୁ ପନୂୟେଲକୁ ଉଠିଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ।
Láti ibẹ̀, ó lọ sí Penieli ó sì bẹ̀ wọ́n bẹ́ẹ̀ gẹ́gẹ́, ṣùgbọ́n àwọn náà dá a lóhùn bí àwọn ará Sukkoti ti dá a lóhùn.
9 ତେବେ ସେ ପନୂୟେଲର ସେହି ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ (ତୁମ୍ଭମାନଙ୍କ) ଏହି ଗଡ଼ ଭାଙ୍ଗି ପକାଇବି।”
Nígbà náà ni ó sọ fún àwọn ọkùnrin Penieli pé, “Nígbà tí mo bá ṣẹ́gun tí mo sì padà dé ní àlàáfíà, èmi yóò wó ilé ìṣọ́ yìí.”
10 ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ।
Ní àsìkò náà Seba àti Salmunna wà ní Karkori pẹ̀lú ọmọ-ogun wọn tí ó tó ẹgbẹ̀rún mẹ́ẹ̀ẹ́dógún ọkùnrin, àwọn wọ̀nyí ni ó ṣẹ́kù nínú gbogbo ogun àwọn ènìyàn apá ìlà-oòrùn, nítorí ọ̀kẹ́ mẹ́fà ọkùnrin tí ó fi idà jà ti kú ní ojú ogun.
11 ଏଉତ୍ତାରେ ଗିଦିୟୋନ୍‍ ନୋବହ ଓ ଯଗ୍‍ବିହର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠିଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ।
Gideoni gba ọ̀nà tí àwọn darandaran máa ń rìn ní apá ìhà ìlà-oòrùn Noba àti Jogbeha ó sì kọjú ogun sí àwọn ọmọ-ogun náà nítorí wọ́n ti túra sílẹ̀.
12 ସେତେବେଳେ ସେବହ ଓ ସଲମୁନ୍ନ ପଳାୟନ କଲେ; ଏଣୁ ସେ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ; ପୁଣି ମିଦୀୟନର ସେହି ଦୁଇ ରାଜା ସେବହ ଓ ସଲମୁନ୍ନକୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍‍ବିଗ୍ନ କଲେ।
Seba àti Salmunna, àwọn ọba Midiani méjèèjì sá, ṣùgbọ́n Gideoni lépa wọn ó sì mú wọn, ó run gbogbo ogun wọn.
13 ତହୁଁ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ହେରସର ଘାଟି ଦେଇ ଯୁଦ୍ଧରୁ ଫେରି ଆସିଲେ।
Gideoni ọmọ Joaṣi gba ọ̀nà ìgòkè Heresi padà sẹ́yìn láti ojú ogun.
14 ପୁଣି ସେ ସୁକ୍କୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ; ତହିଁରେ ସେ ସୁକ୍କୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କ ସତସ୍ତରି ଜଣର ନାମ ତାଙ୍କ ପାଇଁ ଲେଖାଇ ଦେଲା।
Ó mú ọ̀dọ́mọkùnrin kan ará Sukkoti, ó sì béèrè àwọn ìbéèrè ní ọwọ́ rẹ̀, ọ̀dọ́mọkùnrin náà sì kọ orúkọ àwọn ìjòyè Sukkoti mẹ́tàdínlọ́gọ́rin fún un tí wọ́n jẹ́ àgbàgbà ìlú náà.
15 ଏଥିଉତ୍ତାରେ ସେ ସୁକ୍କୋତର ଲୋକମାନଙ୍କ ନିକଟକୁ ଆସି କହିଲେ, “ସେବହ ଓ ସଲମୁନ୍ନକୁ ଦେଖ, ଏମାନଙ୍କ ବିଷୟରେ ତୁମ୍ଭେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ, ‘ସେବହ ଓ ସଲମୁନ୍ନର ହାତ କି ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭର କ୍ଳାନ୍ତ ଲୋକମାନଙ୍କୁ ରୁଟି ଦେବୁ?’”
Nígbà náà ni Gideoni wá ó sọ fún àwọn ọkùnrin Sukkoti pé, “Seba àti Salmunna nìwọ̀nyí nípa àwọn tí ẹ̀yin fi mí ṣẹ̀fẹ̀ nígbà tí ẹ wí pé, ‘Ṣé ó ti ṣẹ́gun Seba àti Salmunna? Èéṣe tí àwa ó fi fún àwọn ọmọ-ogun rẹ tí ó ti rẹ̀ ní oúnjẹ?’”
16 ତହୁଁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟକାଦି ନେଇ ତଦ୍ଦ୍ୱାରା ସୁକ୍କୋତର ଲୋକମାନଙ୍କୁ ଶିକ୍ଷା ଦେଲେ।
Ó mú àwọn àgbàgbà ìlú náà, ó sì fi kọ́ àwọn Sukkoti lọ́gbọ́n nípa jíjẹ wọ́n ní yà pẹ̀lú àwọn ẹ̀gún ijù àti ẹ̀gún ọ̀gàn.
17 ପୁଣି ସେ ପନୂୟେଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଧ କଲେ।
Ó wó ilé ìṣọ́ Penieli, ó sì pa àwọn ọkùnrin ìlú náà.
18 ଆଉ ସେ ସେବହକୁ ଓ ସଲମୁନ୍ନକୁ କହିଲେ, “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ?” ତହିଁରେ ସେମାନେ ଉତ୍ତର କଲେ, “ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକେ ରାଜପୁତ୍ର ପରି ଥିଲେ।”
Gideoni bi Seba àti Salmunna pé, “Irú ọkùnrin tí ẹ pa ní Tabori, báwo ni wọ́n ṣe rí?” “Àwọn ọkùnrin náà dàbí rẹ ọ̀kọ̀ọ̀kan wọn dàbí ọmọ ọba,” ní ìdáhùn wọn.
19 ତେବେ ସେ କହିଲେ, “ସେମାନେ ତ ମୋହର ଭାଇ, ମୋʼ ମାତାର ପୁତ୍ର; ମୁଁ ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ତୁମ୍ଭେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାʼନ୍ତ ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ।”
Gideoni dáhùn pé, “Arákùnrin mi ni wọ́n, àwọn ọmọ ìyá mi. Mo fi Olúwa búra, bí ó bá ṣe pé ẹ dá ẹ̀mí wọn sí, èmi náà ò nípa yín.”
20 ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, “ଉଠ, ସେମାନଙ୍କୁ ବଧ କର,” ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା।
Ó yí padà sí Jeteri, ọmọ rẹ̀ tí ó dàgbà jùlọ, ó wí fún un pé, “Pa wọ́n!” Ṣùgbọ́n Jeteri kò fa idà rẹ̀ yọ láti pa wọ́n nítorí ó jẹ́ ọ̀dọ́mọdé ẹ̀rù sì bà á láti pa wọ́n.
21 ତହିଁରେ ସେବହ ଓ ସଲମୁନ୍ନ କହିଲେ, “ତୁମ୍ଭେ ଉଠି ଆମ୍ଭମାନଙ୍କୁ ଆଘାତ କର; କାରଣ ଯେ ଯେପରି ପୁରୁଷ, ତାହାର ସେପରି ବୀରତ୍ୱ।” ଏଉତ୍ତାରେ ଗିଦିୟୋନ୍‍ ଉଠି ସେବହକୁ ଓ ସଲମୁନ୍ନକୁ ବଧ କଲେ, ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ି ନେଲେ।
Seba àti Salmunna dá Gideoni lóhùn pé, “Wá pa wá fún raàrẹ, ‘Nítorí bí ènìyàn bá ti rí bẹ́ẹ̀ ni agbára rẹ̀ yóò rí.’” Gideoni bọ́ síwájú ó sì pa wọ́n, ó sì mú ohun ọ̀ṣọ́ tí ó wà ní ọrùn àwọn ìbákasẹ wọn.
22 ଏଥିଉତ୍ତାରେ ଇସ୍ରାଏଲ ଲୋକମାନେ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ପୁତ୍ର, ମଧ୍ୟ ତୁମ୍ଭ ପୁତ୍ରର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର; କାରଣ ତୁମ୍ଭେ ମିଦୀୟନର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ।”
Àwọn ará Israẹli wí fún Gideoni pé, “Jọba lórí wa—ìwọ, àwọn ọmọ rẹ àti àwọn ọmọ ọmọ rẹ pẹ̀lú, nítorí tí ìwọ ti gbà wá lọ́wọ́ àwọn ará Midiani.”
23 ତହିଁରେ ଗିଦିୟୋନ୍‍ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିଅବା ମୋʼ ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ; ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ।”
Ṣùgbọ́n Gideoni dá wọn lóhùn pé, “Èmi kì yóò jẹ ọba lórí yín, bẹ́ẹ̀ ni àwọn ọmọ mi kì yóò jẹ ọba lórí yín. Olúwa ni yóò jẹ ọba lórí yín.”
24 ପୁଣି ଗିଦିୟୋନ୍‍ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି ଯେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଲୁଟିତ ନଥ ଆମ୍ଭକୁ ଦିଅ।” କାରଣ ସେମାନେ ଇଶ୍ମାୟେଲୀୟ ଲୋକ ଥିବାରୁ ସେମାନଙ୍କର ସୁବର୍ଣ୍ଣ ନଥ ଥିଲା।
Gideoni sì wí pé, “Mo ní ẹ̀bẹ̀ kan tí mo fẹ́ bẹ̀ yín kí ẹnìkọ̀ọ̀kan yín fún mi ní yẹtí kọ̀ọ̀kan láti inú ohun ti ó kàn yín láti inú ìkógun.” (Àṣà àwọn ará Iṣmaeli ni láti máa fi yẹtí wúrà sétí.)
25 ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକେ ତହିଁ ମଧ୍ୟରେ ଆପଣା ଆପଣା ଲୁଟିତ ନଥ ପକାଇଲେ।
Wọ́n dáhùn pé, “Tayọ̀tayọ̀ ni àwa yóò fi wọ́n sílẹ̀.” Wọ́n tẹ́ aṣọ kan sílẹ̀ ọkùnrin kọ̀ọ̀kan sì ń sọ yẹtí kọ̀ọ̀kan tí ó kàn wọ́n láti ibi ìkógun síbẹ̀.
26 ତହିଁରେ ଚନ୍ଦ୍ରହାର ଓ ଝୁମୁକା ଓ ମିଦୀୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗ ବସ୍ତ୍ର ଓ ସେମାନଙ୍କ ଓଟର ଗଳାହାର ଛଡ଼ା ତାଙ୍କର ବାଞ୍ଛିତ ସୁବର୍ଣ୍ଣ ନଥର ପରିମାଣ ଏକ ସହସ୍ର ସାତ ଶହ ଶେକଲ ସୁବର୍ଣ୍ଣ ହେଲା।
Ìwọ̀n òrùka wúrà tí ó béèrè fún tó ẹ̀ẹ́dẹ́gbẹ̀sán ìwọ̀n ṣékélì, láìka àwọn ohun ọ̀ṣọ́ àti ohun sísorọ̀ tí ó wà lára ìlẹ̀kẹ̀ ọrùn àti aṣọ elése àlùkò tí àwọn ọba Midiani ń wọ̀ tàbí àwọn ẹ̀wọ̀n tí ó wà ní ọrùn àwọn ìbákasẹ wọn.
27 ତହୁଁ ଗିଦିୟୋନ୍‍ ତହିଁରେ ଏକ ଏଫୋଦ ବନାଇ ଆପଣାର ଅଫ୍ରା ନାମକ ନଗରରେ ରଖିଲେ; ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦ୍‍ଗମନ କରି ସେଠାରେ ବ୍ୟଭିଚାରୀ ହେଲେ; ପୁଣି ତାହା ଗିଦିୟୋନ୍‍ଙ୍କ ପ୍ରତି ଓ ତାଙ୍କର ବଂଶ ପ୍ରତି ଫାନ୍ଦ ସ୍ୱରୂପ ହେଲା।
Gideoni fi àwọn wúrà náà ṣe efodu èyí tí ó gbé kalẹ̀ ní Ofira ìlú rẹ̀. Àwọn ọmọ Israẹli sì sọ ara wọn di àgbèrè nípa sínsin-ín ní ibẹ̀. Ó sì di ìdẹ̀kùn fún Gideoni àti ìdílé rẹ̀.
28 ଏହିରୂପେ ମିଦୀୟନ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ବଶୀଭୂତ ହେଲା ଓ ସେମାନେ ଆଉ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ। ତହୁଁ ଗିଦିୟୋନ୍‍ଙ୍କର ସମୟରେ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲା।
Báyìí ni a ṣe tẹrí àwọn ará Midiani ba níwájú àwọn ọmọ Israẹli bẹ́ẹ̀ ni wọn kò tún gbé orí mọ́. Ní ọjọ́ Gideoni, Israẹli wà ní àlàáfíà fún ogójì ọdún.
29 ଏଥିଉତ୍ତାରେ ଯୋୟାଶ୍‍ର ପୁତ୍ର ଯିରୁବ୍ବାଲ୍‍ ଯାଇ ତାଙ୍କ ନିଜ ଗୃହରେ ବାସ କଲେ।
Jerubbaali ọmọ Joaṣi padà lọ láti máa gbé ní ìlú rẹ̀.
30 ସେହି ଗିଦିୟୋନ୍‍ର ଔରସଜାତ ସତୁରି ଜଣ ପୁତ୍ର ଥିଲେ; କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ।
Àádọ́rin ọmọ ni Gideoni bí, nítorí ó ní ọ̀pọ̀lọpọ̀ àwọn ìyàwó.
31 ପୁଣି ଶିଖିମରେ ତାଙ୍କର ଯେଉଁ ଉପପତ୍ନୀ ଥିଲା, ସେ ମଧ୍ୟ ତାଙ୍କର ଏକ ପୁତ୍ର ଜନ୍ମ କଲା, ତହିଁରେ ସେ ତାହାର ନାମ ଅବୀମେଲକ୍‍ ରଖିଲେ।
Àlè rẹ̀, tó ń gbé ní Ṣekemu, pàápàá bí ọmọkùnrin kan fún un tí ó pe orúkọ rẹ̀ ní Abimeleki.
32 ଏଥିଉତ୍ତାରେ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ଉତ୍ତମ ବୃଦ୍ଧାବସ୍ଥାରେ ମଲେ, ପୁଣି ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ତାଙ୍କ ପିତା ଯୋୟାଶ୍‍ର କବରରେ କବର ପାଇଲେ।
Gideoni ọmọ Joaṣi kú ní ògbólógbòó ọjọ́ rẹ̀, ó sì pọ̀ ní ọjọ́ orí, wọ́n sì sin ín sí ibojì baba rẹ̀ ní Ofira ti àwọn ará Abieseri.
33 ଏଥିଉତ୍ତାରେ ଗିଦିୟୋନ୍‍ ମଲା କ୍ଷଣି ଇସ୍ରାଏଲ ଲୋକମାନେ ଫେରି ବାଲ୍‍ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ବ୍ୟଭିଚାରୀ ହେଲେ, ପୁଣି ବାଲ୍‍-ବରୀତକୁ ଆପଣାମାନଙ୍କର ଦେବତା ମାନିଲେ।
Láìpẹ́ jọjọ lẹ́yìn ikú Gideoni ni àwọn ará Israẹli ṣe àgbèrè tọ Baali lẹ́yìn, wọ́n fi Baali-Beriti ṣe òrìṣà wọn.
34 ଆଉ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ-ସନ୍ତାନଗଣକୁ ରକ୍ଷା କରିଥିଲେ ଯେଉଁ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ।
Wọn kò sì rántí Olúwa Ọlọ́run wọn, ẹni tí ó gbà wọ́n kúrò lọ́wọ́ àwọn ọ̀tá wọn gbogbo tí ó wà ní gbogbo àyíká wọn.
35 କିଅବା ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଇସ୍ରାଏଲ ପ୍ରତି ଯେରୂପ ସଦୟ ହୋଇଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ।
Wọ́n kùnà láti fi inú rere hàn sí ìdílé Jerubbaali (èyí ni Gideoni) fún gbogbo oore tí ó ṣe fún wọn.

< ବିଚାରକର୍ତ୍ତା 8 >