< ବିଚାରକର୍ତ୍ତା 8 >
1 ଏଥିଉତ୍ତାରେ ଇଫ୍ରୟିମର ଲୋକମାନେ ଗିଦିୟୋନ୍ଙ୍କୁ କହିଲେ, “ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ?” ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ।
Men Efraimiterne sagde til ham: »Hvorfor handler du saaledes over for os, at du ikke kaldte os til, da du drog i Kamp mod Midjaniterne?« Og de gik stærkt i Rette med ham.
2 ଏଥିରେ ସେ ସେମାନଙ୍କୁ କହିଲେ, “ଏବେ ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିଅଛି? ଅବୀୟେଷ୍ରୀୟର ସମସ୍ତ ଦ୍ରାକ୍ଷାଫଳ ସଂଗ୍ରହଠାରୁ କି ଇଫ୍ରୟିମର ଦ୍ରାକ୍ଷାଫଳ ରାଁ କରିବାର ଶ୍ରେଷ୍ଠ ନୁହେଁ?
Men han svarede dem: »Hvad er min Daad i Sammenligning med eders? Er ikke Efraims Efterhøst bedre end Abiezers Vinhøst?
3 ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦୀୟନର ଓରେବ୍ ଓ ସେବ୍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରି ପାରିଲି?” ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କର କ୍ରୋଧ ନିବୃତ୍ତ ହେଲା।
I eders Haand gav Gud Midjaniternes Høvdinger Oreb og Ze'eb, hvad har jeg formaaet i Sammenligning med eder?« Og da han talte saaledes, lagde deres Vrede sig mod ham.
4 ଏଉତ୍ତାରେ ଗିଦିୟୋନ୍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି।
Da Gideon naaede Jordan, gik han og de 300 Mand, der var med ham, over, udmattede og sultne.
5 ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, “ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।”
Han sagde da til Folkene i Sukkot: »Giv Folkene, der følger mig, nogle Brød, thi de er udmattede, og jeg er i Færd med at forfølge Midjaniterkongerne Zeba og Zalmunna!«
6 ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, “ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ?”
Men Høvedsmændene i Sukkot svarede: »Har du allerede faaet fat i Zeba og Zalmunna, siden vi skal give dine Folk Brød?«
7 ତହିଁରେ ଗିଦିୟୋନ୍ କହିଲେ, “ଏସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋʼ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି।”
Da sagde Gideon: »Til Gengæld skal jeg tærske eders Kroppe med Ørkentorne og Tidsler, naar HERREN har givet Zeba og Zalmunna i min Haand!«
8 ତହୁଁ ସେ ସେଠାରୁ ପନୂୟେଲକୁ ଉଠିଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ।
Saa drog han derfra til Penuel og sagde det samme til dem; og da Folkene i Penuel gav ham samme Svar som Folkene i Sukkot,
9 ତେବେ ସେ ପନୂୟେଲର ସେହି ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ (ତୁମ୍ଭମାନଙ୍କ) ଏହି ଗଡ଼ ଭାଙ୍ଗି ପକାଇବି।”
tiltalte han dem paa lignende Maade og sagde: »Naar jeg kommer uskadt tilbage, vil jeg nedbryde Borgen her!«
10 ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ।
Zeba og Zalmunna befandt sig imidlertid med deres Hær i Karkor, henved 15 000 Mand; det var alle dem, der var tilbage af Østens Stammers, Hær; de faldne udgjorde 120 000 vaabenføre Mænd.
11 ଏଉତ୍ତାରେ ଗିଦିୟୋନ୍ ନୋବହ ଓ ଯଗ୍ବିହର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠିଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ।
Og Gideon drog op ad Teltboernes Vej østen for Noba og Jogbeha og slog Hæren, der ikke anede Uraad.
12 ସେତେବେଳେ ସେବହ ଓ ସଲମୁନ୍ନ ପଳାୟନ କଲେ; ଏଣୁ ସେ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ; ପୁଣି ମିଦୀୟନର ସେହି ଦୁଇ ରାଜା ସେବହ ଓ ସଲମୁନ୍ନକୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍ବିଗ୍ନ କଲେ।
Zeba og Zalmunna flygtede, men han satte efter dem og fangede de to Midjaniterkonger Zeba og Zalmunna og slog hele Hæren med Rædsel.
13 ତହୁଁ ଯୋୟାଶ୍ର ପୁତ୍ର ଗିଦିୟୋନ୍ ହେରସର ଘାଟି ଦେଇ ଯୁଦ୍ଧରୁ ଫେରି ଆସିଲେ।
Da Gideon, Joasj's Søn, vendte tilbage fra Kampen, fra Herespasset,
14 ପୁଣି ସେ ସୁକ୍କୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ; ତହିଁରେ ସେ ସୁକ୍କୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କ ସତସ୍ତରି ଜଣର ନାମ ତାଙ୍କ ପାଇଁ ଲେଖାଇ ଦେଲା।
fik han fat i en ung Mand fra Sukkot og spurgte ham ud, og den unge Mand skrev Navnene paa Høvedsmændene og de Ældste i Sukkot op til ham, syv og halvfjerdsindstyve Mænd.
15 ଏଥିଉତ୍ତାରେ ସେ ସୁକ୍କୋତର ଲୋକମାନଙ୍କ ନିକଟକୁ ଆସି କହିଲେ, “ସେବହ ଓ ସଲମୁନ୍ନକୁ ଦେଖ, ଏମାନଙ୍କ ବିଷୟରେ ତୁମ୍ଭେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ, ‘ସେବହ ଓ ସଲମୁନ୍ନର ହାତ କି ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭର କ୍ଳାନ୍ତ ଲୋକମାନଙ୍କୁ ରୁଟି ଦେବୁ?’”
Saa drog han til Folkene i Sukkot og sagde: »Se, her er Zeba og Zalmunna, som I haanede mig med, da I sagde: Har du allerede faaet fat i Zeba og Zalmunna, siden vi skal give dine udmattede Mænd Brød?«
16 ତହୁଁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟକାଦି ନେଇ ତଦ୍ଦ୍ୱାରା ସୁକ୍କୋତର ଲୋକମାନଙ୍କୁ ଶିକ୍ଷା ଦେଲେ।
Derpaa greb han Byens Ældste, tog Ørkentorne og Tidsler og tærskede Folkene i Sukkot med dem;
17 ପୁଣି ସେ ପନୂୟେଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଧ କଲେ।
og Borgen i Penuel brød han ned og dræbte Folkene i Byen.
18 ଆଉ ସେ ସେବହକୁ ଓ ସଲମୁନ୍ନକୁ କହିଲେ, “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ?” ତହିଁରେ ସେମାନେ ଉତ୍ତର କଲେ, “ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକେ ରାଜପୁତ୍ର ପରି ଥିଲେ।”
Men til Zeba og Zalmunna sagde han: »Hvorledes var de Mænd, I ihjelslog ved Tabor?« De svarede: »De lignede dig, de saa begge ud som Kongesønner!«
19 ତେବେ ସେ କହିଲେ, “ସେମାନେ ତ ମୋହର ଭାଇ, ମୋʼ ମାତାର ପୁତ୍ର; ମୁଁ ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ତୁମ୍ଭେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାʼନ୍ତ ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ।”
Da sagde han: »Mine Brødre, min Moders Sønner var det! Saa sandt HERREN lever; havde I skaanet deres Liv, havde jeg ikke slaaet eder ihjel!«
20 ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, “ଉଠ, ସେମାନଙ୍କୁ ବଧ କର,” ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା।
Derpaa sagde han til sin førstefødte Søn Jeter: »Staa op og dræb dem!« Men den unge Mand drog ikke sit Sværd; han havde ikke Mod dertil, fordi han endnu var ung.
21 ତହିଁରେ ସେବହ ଓ ସଲମୁନ୍ନ କହିଲେ, “ତୁମ୍ଭେ ଉଠି ଆମ୍ଭମାନଙ୍କୁ ଆଘାତ କର; କାରଣ ଯେ ଯେପରି ପୁରୁଷ, ତାହାର ସେପରି ବୀରତ୍ୱ।” ଏଉତ୍ତାରେ ଗିଦିୟୋନ୍ ଉଠି ସେବହକୁ ଓ ସଲମୁନ୍ନକୁ ବଧ କଲେ, ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ି ନେଲେ।
Da sagde Zeba og Zalmunna: »Staa selv op og giv os Dødsstødet, thi som Manden saaledes hans Styrke!« Saa stod Gideon op og dræbte Zeba og Zalmunna. Og han tog de Halvmaaner, deres Kameler havde om Halsen.
22 ଏଥିଉତ୍ତାରେ ଇସ୍ରାଏଲ ଲୋକମାନେ ଗିଦିୟୋନ୍ଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ପୁତ୍ର, ମଧ୍ୟ ତୁମ୍ଭ ପୁତ୍ରର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର; କାରଣ ତୁମ୍ଭେ ମିଦୀୟନର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ।”
Derefter sagde Israeliterne til Gideon: »Vær vor Hersker, du selv og siden din Søn og din Sønnesøn, da du nu har frelst os af Midjaniternes Haand!«
23 ତହିଁରେ ଗିଦିୟୋନ୍ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିଅବା ମୋʼ ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ; ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ।”
Men Gideon svarede dem: »Hverken jeg eller min Søn vil herske over eder; HERREN skal herske over eder!«
24 ପୁଣି ଗିଦିୟୋନ୍ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି ଯେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଲୁଟିତ ନଥ ଆମ୍ଭକୁ ଦିଅ।” କାରଣ ସେମାନେ ଇଶ୍ମାୟେଲୀୟ ଲୋକ ଥିବାରୁ ସେମାନଙ୍କର ସୁବର୍ଣ୍ଣ ନଥ ଥିଲା।
Derpaa sagde Gideon til dem: »Jeg har noget at bede eder om: Enhver af eder skal give mig de Ringe, der findes mellem hans Bytte!« Hine havde nemlig Guldringe, thi de var Ismaeliter.
25 ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକେ ତହିଁ ମଧ୍ୟରେ ଆପଣା ଆପଣା ଲୁଟିତ ନଥ ପକାଇଲେ।
De svarede: »Ja, vi vil gerne give dig dem!« Saa bredte han sin Kappe ud, og enhver af dem lagde de Ringe, der fandtes mellem hans Bytte, derpaa.
26 ତହିଁରେ ଚନ୍ଦ୍ରହାର ଓ ଝୁମୁକା ଓ ମିଦୀୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗ ବସ୍ତ୍ର ଓ ସେମାନଙ୍କ ଓଟର ଗଳାହାର ଛଡ଼ା ତାଙ୍କର ବାଞ୍ଛିତ ସୁବର୍ଣ୍ଣ ନଥର ପରିମାଣ ଏକ ସହସ୍ର ସାତ ଶହ ଶେକଲ ସୁବର୍ଣ୍ଣ ହେଲା।
Vægten af Guldringene, som han havde bedt om, udgjorde 1700 Sekel Guld bortset fra Halvmaanerne, Ørenringene og Purpurklæderne, som Midjaniterkongerne bar, og Kæderne paa Kamelernes Halse.
27 ତହୁଁ ଗିଦିୟୋନ୍ ତହିଁରେ ଏକ ଏଫୋଦ ବନାଇ ଆପଣାର ଅଫ୍ରା ନାମକ ନଗରରେ ରଖିଲେ; ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦ୍ଗମନ କରି ସେଠାରେ ବ୍ୟଭିଚାରୀ ହେଲେ; ପୁଣି ତାହା ଗିଦିୟୋନ୍ଙ୍କ ପ୍ରତି ଓ ତାଙ୍କର ବଂଶ ପ୍ରତି ଫାନ୍ଦ ସ୍ୱରୂପ ହେଲା।
Gideon lavede deraf en Efod, som han gav Plads i sin Fødeby Ofra; og alle Israeliterne bolede med den, og den blev Gideon og hans Hus en Snare.
28 ଏହିରୂପେ ମିଦୀୟନ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ବଶୀଭୂତ ହେଲା ଓ ସେମାନେ ଆଉ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ। ତହୁଁ ଗିଦିୟୋନ୍ଙ୍କର ସମୟରେ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲା।
Saaledes bukkede Midjaniterne under for Israeliterne, og de rejste sig ikke mere; og Landet havde Ro i fyrretyve Aar, saa længe Gideon levede.
29 ଏଥିଉତ୍ତାରେ ଯୋୟାଶ୍ର ପୁତ୍ର ଯିରୁବ୍ବାଲ୍ ଯାଇ ତାଙ୍କ ନିଜ ଗୃହରେ ବାସ କଲେ।
Og Jerubba'al, Joasj's Søn, begav sig til sit Hjem og opholdt sig der.
30 ସେହି ଗିଦିୟୋନ୍ର ଔରସଜାତ ସତୁରି ଜଣ ପୁତ୍ର ଥିଲେ; କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ।
Gideon havde halvfjerdsindstyve Sønner, der var avlede af ham, thi han havde mange Hustruer.
31 ପୁଣି ଶିଖିମରେ ତାଙ୍କର ଯେଉଁ ଉପପତ୍ନୀ ଥିଲା, ସେ ମଧ୍ୟ ତାଙ୍କର ଏକ ପୁତ୍ର ଜନ୍ମ କଲା, ତହିଁରେ ସେ ତାହାର ନାମ ଅବୀମେଲକ୍ ରଖିଲେ।
Han havde en Medhustru i Sikem; hun fødte ham en Søn, som han gav Navnet Abimelek.
32 ଏଥିଉତ୍ତାରେ ଯୋୟାଶ୍ର ପୁତ୍ର ଗିଦିୟୋନ୍ ଉତ୍ତମ ବୃଦ୍ଧାବସ୍ଥାରେ ମଲେ, ପୁଣି ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ତାଙ୍କ ପିତା ଯୋୟାଶ୍ର କବରରେ କବର ପାଇଲେ।
Gideon, Joasj's Søn, døde i en høj Alder og blev jordet i sin Fader Abiezriten Joasj's Grav i Ofra.
33 ଏଥିଉତ୍ତାରେ ଗିଦିୟୋନ୍ ମଲା କ୍ଷଣି ଇସ୍ରାଏଲ ଲୋକମାନେ ଫେରି ବାଲ୍ ଦେବତାଗଣର ପଶ୍ଚାଦ୍ଗାମୀ ହୋଇ ବ୍ୟଭିଚାରୀ ହେଲେ, ପୁଣି ବାଲ୍-ବରୀତକୁ ଆପଣାମାନଙ୍କର ଦେବତା ମାନିଲେ।
Men da Gideon var død, gav Israeliterne sig atter til at bole med Ba'alerne og gjorde Ba'al-Berit til deres Gud;
34 ଆଉ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ-ସନ୍ତାନଗଣକୁ ରକ୍ଷା କରିଥିଲେ ଯେଉଁ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ।
og Israeliterne kom ikke HERREN deres Gud i Hu, ham, som frelste dem fra alle deres Fjender, der omgav dem paa alle Kanter.
35 କିଅବା ଯିରୁବ୍ବାଲ୍, ଅର୍ଥାତ୍, ଗିଦିୟୋନ୍ ଇସ୍ରାଏଲ ପ୍ରତି ଯେରୂପ ସଦୟ ହୋଇଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ।
Og de handlede ikke vel mod Jerubba'als, Gideons, Hus, trods alt det gode, han havde gjort Israel.