< ବିଚାରକର୍ତ୍ତା 7 >

1 ଏଥିଉତ୍ତାରେ ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।
Ní òwúrọ̀ kùtùkùtù Jerubbaali (èyí ni Gideoni) pẹ̀lú gbogbo àwọn ọmọ-ogun tí ó wà pẹ̀lú rẹ̀ kó ogun jọ lẹ́bàá a orísun Harodi. Àwọn ogun Midiani sì wà ní apá àríwá tí wọ́n ní àfonífojì tí ó wà ní ẹ̀bá òkè More.
2 ଏଥିଉତ୍ତାରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ, ଆମ୍ଭେ ମିଦୀୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ; କଲେ, ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ବିରୁଦ୍ଧରେ ଦର୍ପ କରିବ।
Olúwa wí fún Gideoni pé, “Àwọn ọmọ-ogun tí o kójọ sọ́dọ̀ ti pọ̀jù fún mi láti fi àwọn ogun Midiani lé wọn lọ́wọ́, kí Israẹli má ba à gbé ara rẹ̀ ga sí mi wí pé agbára òun ni ó gbà á là,
3 ଏଣୁ ଏବେ ଏହା କର, ‘ଯେକେହି ଭୟାର୍ତ୍ତ ଓ କମ୍ପିତ, ସେ ଫେରି ଗିଲୀୟଦ ପର୍ବତରୁ ଚାଲିଯାଉ, ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର।’” ତହିଁରେ ଲୋକମାନଙ୍କ ମଧ୍ୟରୁ ବାଇଶ ହଜାର ଲୋକ ଫେରିଗଲେ ଓ ଦଶ ହଜାର ଲୋକ ରହିଲେ।
sì kéde sí àwọn ènìyàn nísinsin yìí pé, ‘Ẹnikẹ́ni tí ó bá ń gbọ̀n, tí ó sì ń bẹ̀rù lè padà sẹ́yìn, kí ó sì kúrò lórí òkè Gileadi.’” Báyìí ni Gideoni ṣe ya àwọn ènìyàn náà. Ẹgbẹ̀rún méjìlélógún ọkùnrin sì padà sẹ́yìn àwọn ẹgbẹ̀rún mẹ́wàá sì dúró.
4 ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ,’ ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ ନାହିଁ,’ ସେ ଯିବ ନାହିଁ।”
Olúwa sì tún sọ fún Gideoni pé, “Àwọn ènìyàn yìí sì tún pọ̀jù. Kó wọn lọ sí ibi tí omi wà, èmi yóò sì yọ̀rọ̀ wọn níbẹ̀ fún ọ. Bí mo bá wí pé eléyìí yóò bá ọ lọ yóò lọ, ṣùgbọ́n tí mo bá sọ pé, ‘Eléyìí kò ní bá ọ lọ,’ òun kò gbọdọ̀ lọ.”
5 ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “କୁକ୍କୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ କର।”
Gideoni sì kó àwọn ọkùnrin náà lọ sí ibi ìsun omi. Níbẹ̀ ni Olúwa ti wí fún un pé, “Kí ó pín àwọn ènìyàn náà sí ọ̀nà méjì. Ya àwọn tí ó fi ahọ́n wọn lá omi bí ajá kúrò lára àwọn tí ó kúnlẹ̀ láti mu omi pẹ̀lú ọwọ́ wọn.”
6 ତହିଁରେ ଯେଉଁମାନେ ଆପଣା ଆପଣା ମୁଖରେ ହାତ ଦେଇ ଚାକୁ ଚାକୁ କରି ଜଳ ଖାଇଲେ, ସେମାନେ ସଂଖ୍ୟାରେ ତିନି ଶହ ଲୋକ ହେଲେ; ମାତ୍ର ଅବଶିଷ୍ଟ ଲୋକ ସମସ୍ତେ ଜଳ ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିଲେ।
Ọ̀ọ́dúnrún ọkùnrin ni ó lá omi pẹ̀lú ahọ́n wọn. Gbogbo àwọn ìyókù ni ó kúnlẹ̀ láti mu mi.
7 ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ଯେଉଁ ତିନି ଶହ ଲୋକ ଚାକୁ ଚାକୁ କରି ଜଳ ଖାଇଲେ, ସେମାନଙ୍କ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ମିଦୀୟନୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ଆଉ ସମସ୍ତ ଲୋକ ଆପଣା ଆପଣା ସ୍ଥାନକୁ ଚାଲିଯାଆନ୍ତୁ।”
Olúwa wí fún Gideoni pé, “Àwọn ọ̀ọ́dúnrún ọkùnrin tí ó lá omi ni èmi yóò lò láti gbà yín là àti láti fi ogun Midiani lé yín lọ́wọ́. Jẹ́ kí àwọn tókù padà sí ilé wọn.”
8 ଏଥିରେ ଲୋକମାନେ ଆପଣା ଆପଣା ହସ୍ତରେ ଖାଦ୍ୟଦ୍ରବ୍ୟ ଓ ତୂରୀ ଘେନିଲେ; ପୁଣି ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ମାତ୍ର ସେହି ତିନି ଶହ ଲୋକଙ୍କୁ ରଖିଲେ; ସେସମୟରେ ମିଦୀୟନୀୟ ଛାଉଣି ତାହାର ନୀଚସ୍ଥ ତଳଭୂମିରେ ଥିଲା।
Báyìí ni Gideoni ṣe dá àwọn Israẹli tí ó kù padà sí àgọ́ wọn, ṣùgbọ́n ó dá àwọn ọ̀ọ́dúnrún ọkùnrin náà dúró. Àwọn wọ̀nyí sì gba gbogbo ohun èlò àti fèrè àwọn tí ó ti padà. Ibùdó ogun àwọn Midiani wà ní àfonífojì ní ìsàlẹ̀. Ibi tí ó wà.
9 ଏଥିଉତ୍ତାରେ ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ; କାରଣ ଆମ୍ଭେ ତୁମ୍ଭ ହସ୍ତରେ ତାହା ସମର୍ପଣ କଲୁ।
Ní òru ọjọ́ náà Olúwa sọ fún Gideoni pé, “Dìde, dojú ogun kọ ibùdó ogun àwọn ará Midiani nítorí èmi yóò fi lé ọ lọ́wọ́.
10 ମାତ୍ର ତୁମ୍ଭେ ଯିବାକୁ ଭୟ କଲେ, ତୁମ୍ଭ ଦାସ ଫୁରାକୁ ସଙ୍ଗେ ନେଇ ଛାଉଣିକୁ ଓହ୍ଲାଇ ଯାଅ।
Ṣùgbọ́n bí ẹ̀rù àti kọlù wọ́n bá ń bà ọ́, yọ́ wọ ibùdó wọn lọ kí o mú Pura ìránṣẹ́ rẹ lọ́wọ́
11 ଆଉ, ସେମାନେ ଯାହା କହନ୍ତି, ତୁମ୍ଭେ ତାହା ଶୁଣିବ; ତହିଁ ଉତ୍ତାରେ ଛାଉଣିକୁ ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ।” ତହିଁରେ ସେ ଆପଣା ଦାସ ଫୁରା ସହିତ ଛାଉଣିରେ ଥିବା ସସଜ୍ଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ।
kí o sì fi ara balẹ̀ gbọ́ ohun tí wọ́n ń sọ nínú ibùdó náà. Lẹ́yìn èyí ọkàn rẹ̀ yóò le láti kọlù ibùdó náà.” Báyìí ni òun àti Pura ìránṣẹ́ rẹ̀ wọ ẹnu-ọ̀nà ibùdó yìí.
12 ସେହି ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ବହୁସଂଖ୍ୟକ ହେତୁରୁ ପଙ୍ଗପାଳ ପରି ତଳଭୂମିରେ ପଡ଼ି ରହିଥିଲେ; ସେମାନଙ୍କର ଓଟ ବହୁସଂଖ୍ୟକ ହେତୁରୁ ସମୁଦ୍ରତୀରସ୍ଥ ବାଲି ପରି ଅସଂଖ୍ୟ ଥିଲେ।
Àwọn ará Midiani, àwọn ará Amaleki àti gbogbo ènìyàn ìlà-oòrùn tó lọ ní àfonífojì bí eṣú ni wọ́n rí nítorí púpọ̀ wọn. Àwọn ìbákasẹ wọn kò sì lóǹkà, wọ́n sì pọ̀ bí yanrìn inú Òkun.
13 ପୁଣି ଗିଦିୟୋନ୍‍ ଉପସ୍ଥିତ ହେଲା ବେଳେ, “ଦେଖ, ଜଣେ ଲୋକ ଆପଣା ସଙ୍ଗୀକୁ ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ, ମୁଁ ସ୍ୱପ୍ନ ଦେଖିଲି ଯେ, ଏକ ଯବ ରୁଟି ମିଦୀୟନୀୟ ଛାଉଣି ଆଡ଼କୁ ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ, ତାହା ପଡ଼ିଗଲା; ପୁଣି ତାକୁ ଓଲଟାଇ ପକାନ୍ତେ, ସେହି ତମ୍ବୁ ଶୋଇ ପଡ଼ିଲା।”
Gideoni dé sí àsìkò tí ọkùnrin kan bẹ̀rẹ̀ sí í rọ́ àlá tí ó lá sí ọ̀kan nínú àwọn ọ̀rẹ́ rẹ̀. Ó ní, “Mo lá àlá kan, nínú àlá náà mo rí àkàrà kan tó ṣe róbótó tí a fi barle ṣe ń yí wọ inú ibùdó àwọn ará Midiani, ó sì kọlu àgọ́ pẹ̀lú agbára ńlá dé bi wí pé àgọ́ náà dojúdé, ó sì ṣubú.”
14 ତହୁଁ ତାହାର ସଙ୍ଗୀ ଉତ୍ତର କରି କହିଲା, “ଏହା ଇସ୍ରାଏଲୀୟ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ଙ୍କର ଖଡ୍ଗ ଛଡ଼ା ଆଉ କିଛି ନୁହେଁ; ପରମେଶ୍ୱର ମିଦୀୟନକୁ ଓ ସମୁଦାୟ ସୈନ୍ୟଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି।”
Ọ̀rẹ́ rẹ̀ dá a lóhùn pé, “Èyí kò le túmọ̀ sí ohun mìíràn ju idà Gideoni ọmọ Joaṣi ará Israẹli lọ: Ọlọ́run ti fi àwọn ará Midiani àti gbogbo ogun ibùdó lé e lọ́wọ́.”
15 ସେତେବେଳେ ଗିଦିୟୋନ୍‍ ସେହି ସ୍ୱପ୍ନର କଥା ଓ ତହିଁର ଅର୍ଥ ଶୁଣି ପ୍ରଣାମ କଲେ; ପୁଣି ସେ ଇସ୍ରାଏଲ ଛାଉଣିକୁ ଫେରିଆସି କହିଲେ, “ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦୀୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।”
Nígbà tí Gideoni gbọ́ àlá náà àti ìtumọ̀ rẹ̀, ó wólẹ̀ sin Ọlọ́run: lẹ́yìn náà ni ó padà sí ibùdó àwọn ọmọ Israẹli ó sì pè wọ́n pé, “Ẹ dìde! Nítorí pé Olúwa yóò lò yín láti ṣẹ́gun gbogbo ogun Midiani.”
16 ତହୁଁ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭାଗ କରି ସେସମସ୍ତଙ୍କ ହସ୍ତରେ ତୂରୀ ଓ ଶୂନ୍ୟ କଳସ ଓ କଳସ ମଧ୍ୟରେ ଦିହୁଡ଼ି ଦେଲେ।
Nígbà tí ó ti pín àwọn ọ̀ọ́dúnrún ọkùnrin wọ̀n-ọn-nì sí ọ̀nà mẹ́ta, ó fi fèrè, pẹ̀lú àwọn òfìfo ìkòkò lé ẹnìkọ̀ọ̀kan wọn lọ́wọ́, iná sì wà nínú àwọn ìkòkò náà.
17 ଆଉ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋʼ ପ୍ରତି ଦୃଷ୍ଟି ରଖି ମୋʼ ପରି କର୍ମ କର; ପୁଣି ମୁଁ ଛାଉଣି ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ ଯେରୂପ କରିବି, ତୁମ୍ଭେମାନେ ମଧ୍ୟ ସେରୂପ କରିବ।
Ó sọ fún wọn pé, “Ẹ máa wò mí, kí ẹ sì máa ṣe ohun tí mo bá ṣe. Nígbà tí mo bá dé igun ibùdó wọn ẹ ṣe ohun tí mo bá ṣe.
18 ଯେତେବେଳେ ମୁଁ ଓ ଆମ୍ଭ ସଙ୍ଗୀ ସମସ୍ତେ ତୂରୀ ବଜାଇବୁ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣିର ଚାରିଆଡ଼େ ତୂରୀ ବଜାଅ ଓ କୁହ, (ଖଡ୍ଗ) ‘ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ।’”
Nígbà tí èmi àti àwọn ọkùnrin tí ó wà pẹ̀lú mi bá fun fèrè wa, bẹ́ẹ̀ ni kí ẹ̀yin náà ni gbogbo igun ibùdó tí ẹ̀ bá wà kí ẹ fun àwọn fèrè yín kí ẹ sì hó pé, ‘Fún Olúwa àti fún Gideoni.’”
19 ଏଥିଉତ୍ତାରେ ମଧ୍ୟାହ୍ନ-ପ୍ରହରର ଆରମ୍ଭରେ ମିଦୀୟନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ଏକ ଶହ ଲୋକ ଛାଉଣିର ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ; ପୁଣି ସେମାନେ ତୂରୀ ବଜାଇ ସେମାନଙ୍କ ହସ୍ତରେ ଥିବା କଳସ କଚାଡ଼ି ଭାଙ୍ଗି ପକାଇଲେ।
Gideoni àti àwọn ọgọ́rùn-ún ọkùnrin tí ó wà pẹ̀lú rẹ̀ dé òpin ibùdó àwọn ará Midiani ní nǹkan bí agogo méjìlá padà. Wọ́n fun fèrè wọn, wọ́n sì tún fọ́ àwọn ìkòkò tí ó wà ní ọwọ́ mọ́lẹ̀.
20 ଏରୂପେ ତିନିଦଳସ୍ଥ ଲୋକ ତୂରୀ ବଜାଇଲେ ଓ କଳସ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୂରୀ ଧରିଲେ ଓ ସେମାନେ ଡାକ ପକାଇ କହିଲେ, “ଖଡ୍ଗ, ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ।”
Àwọn ẹgbẹ́ mẹ́tẹ̀ẹ̀ta fun fèrè wọn, wọ́n tún fọ́ àwọn ìkòkò wọn mọ́lẹ̀. Wọ́n mú àwọn fìtílà iná wọn ní ọwọ́ òsì wọn àti fèrè tí wọ́n ń fun ní ọwọ́ ọ̀tún wọn. Wọ́n pariwo hé è pé, “Idà kan fún Olúwa àti fún Gideoni!”
21 ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ; ତହିଁରେ ସୈନ୍ୟଦଳ ଦଉଡ଼ାଦଉଡ଼ି କଲେ; ତେବେ ଇସ୍ରାଏଲୀୟ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ।
Nígbà tí ọkùnrin kọ̀ọ̀kan dúró ní ipò rẹ̀ yí ibùdó àwọn Midiani ká, gbogbo àwọn ọmọ-ogun Midiani ń sá káàkiri, wọ́n ń pariwo bí wọ́n ṣe ń sálọ.
22 ପୁଣି ସେମାନେ ସେହି ତିନି ଶହ ତୂରୀ ବଜାନ୍ତେ, ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ; ତହିଁରେ ସୈନ୍ୟଦଳ ସରୋଦା ଆଡ଼େ ବେଥ୍-ଶିଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲ୍‍-ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।
Nígbà tí àwọn ọ̀ọ́dúnrún ọkùnrin wọ̀n-ọn-nì fun fèrè wọn, Olúwa sì yí ojú idà ọkùnrin kọ̀ọ̀kan padà sí ẹnìkejì rẹ̀ àti sí gbogbo ogun wọn. Àwọn ọmọ-ogun sì sá títí dé Beti-Sitta ní ọ̀nà Serera títí lọ dé ìpínlẹ̀ Abeli-Mehola ní ẹ̀bá Tabbati.
23 ଏଥିଉତ୍ତାରେ ନପ୍ତାଲି ଓ ଆଶେର ଓ ସମୁଦାୟ ମନଃଶି ଦେଶରୁ ଇସ୍ରାଏଲୀୟ ଲୋକେ ଏକତ୍ରିତ ହୋଇ ମିଦୀୟନୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।
Gbogbo àwọn ọmọ-ogun Israẹli láti ẹ̀yà Naftali, Aṣeri àti gbogbo Manase ni Gideoni ránṣẹ́ si, wọ́n wá wọ́n sì lé àwọn ará Midiani.
24 ପୁଣି ଗିଦିୟୋନ୍‍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, “ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର;” ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ।
Gideoni tún ránṣẹ́ sí gbogbo àwọn ìlú tí ó wà ní orí òkè Efraimu wí pé, “Ẹ jáde wá bá àwọn ará Midiani jà, kí ẹ tètè gba àwọn omi Jordani títí dé Beti-Bara kí wọ́n tó dé bẹ̀.” Báyìí ni a ṣe pe gbogbo ọkùnrin ológun Efraimu jáde tí wọ́n sì gba gbogbo àwọn à bá wọ odò Jordani títí dé Beti-Bara.
25 ଏଥିରେ ସେମାନେ ଓରେବ୍‍ ଓ ସେବ୍‍ ନାମକ ମିଦୀୟନର ଦୁଇ ଅଧିପତିଙ୍କୁ ଧରିଲେ; ପୁଣି ସେମାନେ ଓରେବ୍‍କୁ ଓରେବ୍‍-ଶୈଳ ନିକଟରେ ବଧ କଲେ, ଆଉ ସେବ୍‍କୁ ସେମାନେ ସେବ୍‍-ଦ୍ରାକ୍ଷାଯନ୍ତ୍ର ନିକଟରେ ବଧ କରି ମିଦୀୟନର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଓରେବ୍‍ ଓ ସେବ୍‍ର ମସ୍ତକ ଯର୍ଦ୍ଦନ ସେପାରିକି ଗିଦିୟୋନ୍‍ଙ୍କ ନିକଟକୁ ଆଣିଲେ।
Wọ́n mú méjì nínú àwọn olórí àwọn ará Midiani, àwọn náà ni Orebu àti Seebu. Wọ́n pa Horebu nínú àpáta Orebu, wọ́n sì pa Seebu níbi tí àwọn ènìyàn ti mọ̀ fún wáìnì tí a ń pè ní ìfúntí Seebu. Wọ́n lé àwọn ará Midiani, nígbà tí wọ́n gbé orí Orebu àti Seebu tọ Gideoni wá ẹni tí ó wà ní apá kejì Jordani.

< ବିଚାରକର୍ତ୍ତା 7 >