< ବିଚାରକର୍ତ୍ତା 7 >
1 ଏଥିଉତ୍ତାରେ ଯିରୁବ୍ବାଲ୍, ଅର୍ଥାତ୍, ଗିଦିୟୋନ୍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।
Tad JerubBaāls, tas ir Gideons, un visi ļaudis, kas pie viņa, agri cēlās un apmetās pie Aroda avota, tā ka Midijaniešu karaspēks viņam bija pret ziemeļa pusi, aiz Mores pakalna, ielejā.
2 ଏଥିଉତ୍ତାରେ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, “ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ, ଆମ୍ଭେ ମିଦୀୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ; କଲେ, ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ବିରୁଦ୍ଧରେ ଦର୍ପ କରିବ।
Un Tas Kungs sacīja uz Gideonu: Pārāk daudz ļaužu ir pie tevis, nekā Es dotu Midijaniešus viņu rokā; lai Israēls pret Mani nelielās un nesaka: mana roka mani izpestījusi.
3 ଏଣୁ ଏବେ ଏହା କର, ‘ଯେକେହି ଭୟାର୍ତ୍ତ ଓ କମ୍ପିତ, ସେ ଫେରି ଗିଲୀୟଦ ପର୍ବତରୁ ଚାଲିଯାଉ, ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର।’” ତହିଁରେ ଲୋକମାନଙ୍କ ମଧ୍ୟରୁ ବାଇଶ ହଜାର ଲୋକ ଫେରିଗଲେ ଓ ଦଶ ହଜାର ଲୋକ ରହିଲେ।
Tad izsauc jel to ļaužu ausīs un saki: kas šaubīgs un bailīgs, lai griežas atpakaļ un steidzās projām no Gileāda kalna. Tad no tiem ļaudīm griezās atpakaļ divdesmit divi tūkstoši, un tik desmit tūkstoši atlika.
4 ତହୁଁ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, “ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ,’ ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ ନାହିଁ,’ ସେ ଯିବ ନାହିଁ।”
Un Tas Kungs sacīja uz Gideonu: ļaužu vēl ir par daudz; noved tos pie ūdens, tur Es tos tev pārbaudīšu, un par kuru Es uz tevi sacīšu: šim būs iet ar tevi, tas lai iet ar tevi, bet par kuru Es tev sacīšu, tam nebūs iet ar tevi, tas lai neiet.
5 ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, “କୁକ୍କୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ କର।”
Un viņš tos ļaudis noveda pie ūdens. Tad Tas Kungs sacīja uz Gideonu: ikkatru, kas ar savu mēli ūdeni laks, kā suns lok, to nostādi par sevi, un tāpat ikkatru, kas nometīsies ceļos dzert.
6 ତହିଁରେ ଯେଉଁମାନେ ଆପଣା ଆପଣା ମୁଖରେ ହାତ ଦେଇ ଚାକୁ ଚାକୁ କରି ଜଳ ଖାଇଲେ, ସେମାନେ ସଂଖ୍ୟାରେ ତିନି ଶହ ଲୋକ ହେଲେ; ମାତ୍ର ଅବଶିଷ୍ଟ ଲୋକ ସମସ୍ତେ ଜଳ ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିଲେ।
Un to pulks, kas no savas rokas pie mutes bija lakuši, bija trīssimt vīri, bet visi citi ļaudis bija ūdeni dzēruši ceļos nometušies.
7 ତହୁଁ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, “ଯେଉଁ ତିନି ଶହ ଲୋକ ଚାକୁ ଚାକୁ କରି ଜଳ ଖାଇଲେ, ସେମାନଙ୍କ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ମିଦୀୟନୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ଆଉ ସମସ୍ତ ଲୋକ ଆପଣା ଆପଣା ସ୍ଥାନକୁ ଚାଲିଯାଆନ୍ତୁ।”
Un Tas Kungs sacīja uz Gideonu: caur šiem trīs simti vīriem, kas lakuši, Es jūs izpestīšu un nodošu Midijaniešus tavā rokā; tāpēc atlaid visus citus ļaudis, ikvienu uz savu vietu.
8 ଏଥିରେ ଲୋକମାନେ ଆପଣା ଆପଣା ହସ୍ତରେ ଖାଦ୍ୟଦ୍ରବ୍ୟ ଓ ତୂରୀ ଘେନିଲେ; ପୁଣି ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ମାତ୍ର ସେହି ତିନି ଶହ ଲୋକଙ୍କୁ ରଖିଲେ; ସେସମୟରେ ମିଦୀୟନୀୟ ଛାଉଣି ତାହାର ନୀଚସ୍ଥ ତଳଭୂମିରେ ଥିଲା।
Un tie ļaudis ņēma savu maizi savā rokā un savas trumetes, bet visus citus Israēla vīrus viņš atlaida, ikvienu uz savu dzīvokli, un tos trīs simti vīrus viņš paturēja, un Midijaniešu karaspēks viņam bija ielejas pusē.
9 ଏଥିଉତ୍ତାରେ ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ; କାରଣ ଆମ୍ଭେ ତୁମ୍ଭ ହସ୍ତରେ ତାହା ସମର୍ପଣ କଲୁ।
Un notika tanī naktī, ka Tas Kungs uz viņu sacīja: celies, noej uz lēģeri, jo Es to esmu devis tavā rokā.
10 ମାତ୍ର ତୁମ୍ଭେ ଯିବାକୁ ଭୟ କଲେ, ତୁମ୍ଭ ଦାସ ଫୁରାକୁ ସଙ୍ଗେ ନେଇ ଛାଉଣିକୁ ଓହ୍ଲାଇ ଯାଅ।
Bet ja tev ir bail noiet, tad noej uz to lēģeri tu un Purus, tavs puisis,
11 ଆଉ, ସେମାନେ ଯାହା କହନ୍ତି, ତୁମ୍ଭେ ତାହା ଶୁଣିବ; ତହିଁ ଉତ୍ତାରେ ଛାଉଣିକୁ ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ।” ତହିଁରେ ସେ ଆପଣା ଦାସ ଫୁରା ସହିତ ଛାଉଣିରେ ଥିବା ସସଜ୍ଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ।
Tad tu dzirdēsi, ko tie runā, un pēc tam tavas rokas stiprināsies, un tu celsies pret to lēģeri. Tad viņš nogāja ar Puru, savu puisi, pie tiem pirmiem apbruņotiem, kas bija lēģerī.
12 ସେହି ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ବହୁସଂଖ୍ୟକ ହେତୁରୁ ପଙ୍ଗପାଳ ପରି ତଳଭୂମିରେ ପଡ଼ି ରହିଥିଲେ; ସେମାନଙ୍କର ଓଟ ବହୁସଂଖ୍ୟକ ହେତୁରୁ ସମୁଦ୍ରତୀରସ୍ଥ ବାଲି ପରି ଅସଂଖ୍ୟ ଥିଲେ।
Un Midijanieši un Amalekieši un visi tie austruma bērni gulēja ielejā kā siseņu pulks, un viņu kamieļu pulku nevarēja skaitīt, kā smiltis jūrmalā.
13 ପୁଣି ଗିଦିୟୋନ୍ ଉପସ୍ଥିତ ହେଲା ବେଳେ, “ଦେଖ, ଜଣେ ଲୋକ ଆପଣା ସଙ୍ଗୀକୁ ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ, ମୁଁ ସ୍ୱପ୍ନ ଦେଖିଲି ଯେ, ଏକ ଯବ ରୁଟି ମିଦୀୟନୀୟ ଛାଉଣି ଆଡ଼କୁ ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ, ତାହା ପଡ଼ିଗଲା; ପୁଣି ତାକୁ ଓଲଟାଇ ପକାନ୍ତେ, ସେହି ତମ୍ବୁ ଶୋଇ ପଡ଼ିଲା।”
Kad nu Gideons nonāca, redzi, tur viens savam biedram stāstīja sapni un sacīja: redzi, es esmu sapni redzējis, un redzi, cepta miežu maize vēlās Midijaniešu lēģerī un atnāca līdz pat teltij un to sita, ka tā krita, un to pavisam apgāza, un telts gulēja (pie zemes).
14 ତହୁଁ ତାହାର ସଙ୍ଗୀ ଉତ୍ତର କରି କହିଲା, “ଏହା ଇସ୍ରାଏଲୀୟ ଯୋୟାଶ୍ର ପୁତ୍ର ଗିଦିୟୋନ୍ଙ୍କର ଖଡ୍ଗ ଛଡ଼ା ଆଉ କିଛି ନୁହେଁ; ପରମେଶ୍ୱର ମିଦୀୟନକୁ ଓ ସମୁଦାୟ ସୈନ୍ୟଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି।”
Tad viņa biedrs atbildēja un sacīja: tas nav nekas cits, kā Gideona, Joasa dēla, tā Israēlieša, zobens; Dievs Midijaniešus un visu šo lēģeri devis viņa rokā.
15 ସେତେବେଳେ ଗିଦିୟୋନ୍ ସେହି ସ୍ୱପ୍ନର କଥା ଓ ତହିଁର ଅର୍ଥ ଶୁଣି ପ୍ରଣାମ କଲେ; ପୁଣି ସେ ଇସ୍ରାଏଲ ଛାଉଣିକୁ ଫେରିଆସି କହିଲେ, “ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦୀୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।”
Un kad Gideons dzirdēja šā sapņa stāstīšanu un izskaidrošanu, tad viņš pielūdza Dievu, griezās atpakaļ uz Israēla lēģeri un sacīja: ceļaties, jo Tas Kungs Midijaniešu karaspēku devis jūsu rokās.
16 ତହୁଁ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭାଗ କରି ସେସମସ୍ତଙ୍କ ହସ୍ତରେ ତୂରୀ ଓ ଶୂନ୍ୟ କଳସ ଓ କଳସ ମଧ୍ୟରେ ଦିହୁଡ଼ି ଦେଲେ।
Un viņš dalīja tos trīs simtI vīrus trijos pulkos, un deva visiem trumetes un tukšas krūzes rokā un lāpas krūzēs.
17 ଆଉ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋʼ ପ୍ରତି ଦୃଷ୍ଟି ରଖି ମୋʼ ପରି କର୍ମ କର; ପୁଣି ମୁଁ ଛାଉଣି ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ ଯେରୂପ କରିବି, ତୁମ୍ଭେମାନେ ମଧ୍ୟ ସେରୂପ କରିବ।
Un viņš uz tiem sacīja: skatāties uz mani un tā dariet; un redzi, kad es nākšu pie lēģera malas, tad dariet jūs tā, kā es daru.
18 ଯେତେବେଳେ ମୁଁ ଓ ଆମ୍ଭ ସଙ୍ଗୀ ସମସ୍ତେ ତୂରୀ ବଜାଇବୁ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣିର ଚାରିଆଡ଼େ ତୂରୀ ବଜାଅ ଓ କୁହ, (ଖଡ୍ଗ) ‘ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍ଙ୍କର ପକ୍ଷ।’”
Kad es trumetēšu, es un visi, kas pie manis, tad jums arīdzan būs trumetēt ap visu lēģeri un saukt: Tā Kunga un Gideona (zobens)!
19 ଏଥିଉତ୍ତାରେ ମଧ୍ୟାହ୍ନ-ପ୍ରହରର ଆରମ୍ଭରେ ମିଦୀୟନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ, ଗିଦିୟୋନ୍ ଓ ତାଙ୍କର ସଙ୍ଗୀ ଏକ ଶହ ଲୋକ ଛାଉଣିର ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ; ପୁଣି ସେମାନେ ତୂରୀ ବଜାଇ ସେମାନଙ୍କ ହସ୍ତରେ ଥିବା କଳସ କଚାଡ଼ି ଭାଙ୍ଗି ପକାଇଲେ।
Tad Gideons un tie simts vīri ar viņu nāca pie lēģera malas ap nakts vidu, kad nule sargi bija mainīti, un tie pūta trumetēs un sadauzīja tās krūzes savās rokās.
20 ଏରୂପେ ତିନିଦଳସ୍ଥ ଲୋକ ତୂରୀ ବଜାଇଲେ ଓ କଳସ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୂରୀ ଧରିଲେ ଓ ସେମାନେ ଡାକ ପକାଇ କହିଲେ, “ଖଡ୍ଗ, ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍ଙ୍କର ପକ୍ଷ।”
Tā tie trīs pulki pūta trumetēs un sadauzīja tās krūzes un turēja ar kreiso roku tās lāpas un savā labajā rokā tās trumetes un pūta un kliedza: Tā Kunga un Gideona zobens.
21 ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ; ତହିଁରେ ସୈନ୍ୟଦଳ ଦଉଡ଼ାଦଉଡ଼ି କଲେ; ତେବେ ଇସ୍ରାଏଲୀୟ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ।
Un tie stāvēja ikviens savā vietā ap to lēģeri. Tad viss karaspēks sāka skriet un tie brēca un bēga.
22 ପୁଣି ସେମାନେ ସେହି ତିନି ଶହ ତୂରୀ ବଜାନ୍ତେ, ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ; ତହିଁରେ ସୈନ୍ୟଦଳ ସରୋଦା ଆଡ଼େ ବେଥ୍-ଶିଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲ୍-ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।
Jo kad tie trīs simti vīri trumetēs pūta, tad Tas Kungs grieza viena zobenu pret otru visā lēģerī, un tas karaspēks bēga līdz BetZitai uz Careratas pusi, līdz AbelMeolas robežai pie Tābatas.
23 ଏଥିଉତ୍ତାରେ ନପ୍ତାଲି ଓ ଆଶେର ଓ ସମୁଦାୟ ମନଃଶି ଦେଶରୁ ଇସ୍ରାଏଲୀୟ ଲୋକେ ଏକତ୍ରିତ ହୋଇ ମିଦୀୟନୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।
Tad Israēla vīri tapa sasaukti no Naftalus un no Ašera un no visa Manasus, un tie dzinās pakaļ Midijanam.
24 ପୁଣି ଗିଦିୟୋନ୍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, “ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର;” ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ।
Un Gideons sūtīja vēstnešus uz visiem Efraīma kalniem un sacīja: nonāciet pretī Midijaniešiem un aizstājiet tiem to ūdeni līdz Betbarai un Jardāni. Tā visi Efraīma vīri tika sasaukti un aizstāja to ūdeni līdz Betbarai un Jardāni.
25 ଏଥିରେ ସେମାନେ ଓରେବ୍ ଓ ସେବ୍ ନାମକ ମିଦୀୟନର ଦୁଇ ଅଧିପତିଙ୍କୁ ଧରିଲେ; ପୁଣି ସେମାନେ ଓରେବ୍କୁ ଓରେବ୍-ଶୈଳ ନିକଟରେ ବଧ କଲେ, ଆଉ ସେବ୍କୁ ସେମାନେ ସେବ୍-ଦ୍ରାକ୍ଷାଯନ୍ତ୍ର ନିକଟରେ ବଧ କରି ମିଦୀୟନର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଓରେବ୍ ଓ ସେବ୍ର ମସ୍ତକ ଯର୍ଦ୍ଦନ ସେପାରିକି ଗିଦିୟୋନ୍ଙ୍କ ନିକଟକୁ ଆଣିଲେ।
Un tie gūstīja divus Midijaniešu valdniekus, Orebu un Zeēbu, un nokāva Orebu pie Oreb akmens, un Zeēbu tie nokāva pie Zeēba spaida un dzinās pakaļ Midijanam un nonesa Oreba un Zeēba galvas pie Gideona viņpus Jardānes.