< ବିଚାରକର୍ତ୍ତା 6 >

1 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ-ସନ୍ତାନଗଣ ତାହା କଲେ; ତହୁଁ ସଦାପ୍ରଭୁ ସେମାନଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ମିଦୀୟନୀୟମାନଙ୍କ ହସ୍ତରେ ସମର୍ପଣ କଲେ।
Israelfoɔ no yɛɛ deɛ ɛyɛ Awurade ani so bɔne bio. Ɛno enti, Awurade de wɔn hyɛɛ Midianfoɔ nsa mfeɛ nson.
2 ତେଣୁ ମିଦୀୟନୀୟମାନଙ୍କ ହସ୍ତ ଇସ୍ରାଏଲ ବିରୁଦ୍ଧରେ ପ୍ରବଳ ହେଲା; ପୁଣି ମିଦୀୟନୀୟମାନଙ୍କ ସକାଶୁ ଇସ୍ରାଏଲ-ସନ୍ତାନଗଣ ପର୍ବତସ୍ଥ ଗୋହିରୀ ଓ ଗୁମ୍ଫା ଓ ଦୁର୍ଗମ ସ୍ଥାନମାନଙ୍କରେ ବସା କଲେ।
Esiane sɛ na Midianfoɔ no yɛ atirimuɔdenfoɔ enti, Israelfoɔ no dwane kɔɔ mmepɔ so kɔpɛɛ ahintaeɛ wɔ abodan ne atu mu.
3 ତହୁଁ ଏହିପରି ହେଲା ଯେ, ଇସ୍ରାଏଲୀୟମାନେ ବୀଜ ବୁଣିଲେ ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସନ୍ତି; ସେମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସି
Ɛberɛ biara a Israelfoɔ duaa wɔn nnɔbaeɛ no, Midianfoɔ, Amalekfoɔ ne nnipa a wɔte apueeɛ fam no kɔto hyɛ wɔn so.
4 ସେମାନଙ୍କ ସମ୍ମୁଖରେ ଛାଉଣି କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କରନ୍ତି, ପୁଣି ଇସ୍ରାଏଲଙ୍କ ମଧ୍ୟରେ ପ୍ରାଣ ବଞ୍ଚିବାର କୌଣସି ଉପାୟ, କି ମେଷ, କି ଗୋରୁ, କି ଗଧ, କିଛି ରଖନ୍ତି ନାହିଁ।
Wɔbɛyɛ atenaeɛ wɔ wɔn asase no so sɛe mfudeɛ no firi Gasa a wɔnnya Israelfoɔ aduane biribiara. Wɔfa nnwan, anantwie ne mfunumu.
5 କାରଣ ସେମାନେ ଆପଣା ଆପଣା ପଶୁ ଓ ତମ୍ବୁ ଘେନି ଚଢ଼ି ଆସନ୍ତି, ସେମାନେ ପଙ୍ଗପାଳ ପରି ବହୁସଂଖ୍ୟକ ହୋଇ ଆସନ୍ତି, ସେମାନେ ଓ ସେମାନଙ୍କ ଓଟ ଉଭୟ ଅସଂଖ୍ୟ; ଆଉ ସେମାନେ ଦେଶକୁ ଉଚ୍ଛିନ୍ନ କରିବାକୁ ଆସନ୍ତି।
Saa atamfoɔ dɔm yi de wɔn nyɛmmoa ne wɔn ntomadan foro ba te sɛ ntutummɛ. Wɔtete nyoma a wɔntumi nkane wɔn dodoɔ so na wɔba. Na wɔtena asase no so kɔsi ɛso nneɛma nyinaa bɛsa.
6 ଏଣୁ ଇସ୍ରାଏଲ ମିଦୀୟନ ସମ୍ମୁଖରେ ଅତି କ୍ଷୀଣ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
Enti Midianfoɔ no maa ɛkɔm baa Israel. Afei Israelfoɔ no su frɛɛ Awurade pɛɛ mmoa.
7 ଏଥିରେ ଇସ୍ରାଏଲ-ସନ୍ତାନଗଣ ମିଦୀୟନ ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ,
Ɛberɛ a Midianfoɔ enti, Israelfoɔ su frɛɛ Awurade no,
8 ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପ୍ରେରଣ କଲେ; ତହୁଁ ସେ ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଦାସଗୃହରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ;
Awurade somaa odiyifoɔ kɔɔ wɔn nkyɛn. Ɔkaa sɛ, “Asɛm a Awurade, Israel Onyankopɔn, ka nie: Meyii mo firii Misraim nkoasom mu
9 ପୁଣି ଆମ୍ଭେ ତୁମ୍ଭମାନଙ୍କୁ ମିସରୀୟମାନଙ୍କ ହସ୍ତରୁ ଓ ଯେଉଁମାନେ ତୁମ୍ଭମାନଙ୍କୁ ଉପଦ୍ରବ କଲେ, ସେ ସମସ୍ତଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେଲୁ, ଆଉ ସେମାନଙ୍କ ଦେଶ ତୁମ୍ଭମାନଙ୍କୁ ଦେଲୁ;
Meyii mo firii Misraim tumi ne wɔn a wɔhyɛ mo so nyinaa ase. Mepamoo mo atamfoɔ de wɔn asase maa mo.
10 ପୁଣି ଆମ୍ଭେ ତୁମ୍ଭମାନଙ୍କୁ କହିଲୁ, ‘ଆମ୍ଭେ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର; ତୁମ୍ଭେମାନେ ଯେଉଁ ଇମୋରୀୟମାନଙ୍କ ଦେଶରେ ବାସ କରୁଅଛ, ସେମାନଙ୍କ ଦେବତାଗଣକୁ ଭୟ କରିବ ନାହିଁ;’ ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ।”
Meka kyerɛɛ mo sɛ, ‘Mene Awurade, mo Onyankopɔn. Monnsom Amorifoɔ a mote wɔn asase so no anyame.’ Nanso moantie me.”
11 ଏଥିଉତ୍ତାରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାଶ୍‍ର ଅଧିକାରସ୍ଥ ଅଫ୍ରାରେ ଅଲୋନ ବୃକ୍ଷ ମୂଳରେ ବସିଲେ; ସେହି ସମୟରେ ତାହାର ପୁତ୍ର ଗିଦିୟୋନ୍‍ ମିଦୀୟନୀୟମାନଙ୍କଠାରୁ ଗହମ ଲୁଚାଇବା ପାଇଁ ଦ୍ରାକ୍ଷାରସ-କୁଣ୍ଡ ଭିତରେ ତାହା ମଳୁଥିଲେ।
Na Awurade ɔbɔfoɔ bɛtenaa odupɔn a ɛsi Ofra a ɛyɛ Yoas a ɔfiri Abieser abusua mu dea no ase. Na Yoas babarima Gideon reporo ayuo wɔ nsakyiamena ase sɛ ɔde resie Midianfoɔ no.
12 ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, “ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।”
Awurade ɔbɔfoɔ yii ne ho adi kyerɛɛ Gideon, kaa sɛ, “Dɔmmarima, Awurade ka wo ho.”
13 ଏଥିରେ ଗିଦିୟୋନ୍‍ ତାହାଙ୍କୁ କହିଲେ, ହେ ମୋହର ପ୍ରଭୋ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି, ତେବେ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଅଛି କାହିଁକି? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିସରରୁ ଆଣି ନାହାନ୍ତି, ଏହା କହି ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେସବୁ ଆଶ୍ଚର୍ଯ୍ୟକ୍ରିୟାର କୀର୍ତ୍ତନ କରିଥିଲେ, ସେସବୁ କାହିଁ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦୀୟନର ହସ୍ତରେ ସମର୍ପଣ କରିଅଛନ୍ତି।
Gideon buaa sɛ, “Owura, sɛ Awurade ka yɛn ho a, adɛn enti na saa nsɛm yi nyinaa aba yɛn so? Na anwanwadeɛ a yɛn agyanom kaa ho asɛm kyerɛɛ yɛn no nso wɔ he? Wɔanka sɛ, ‘Awurade yii yɛn firii Misraim anaa?’ Nanso, seesei deɛ, Awurade agyaa yɛn de yɛn ahyɛ Midianfoɔ nsam.”
14 ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, “ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ?”
Na Awurade danee ne ho ka kyerɛɛ no sɛ, “Fa ahoɔden a wowɔ no kɔ na kɔgye Israelfoɔ firi Midianfoɔ no nsam. Me na meresoma wo.”
15 ତହୁଁ ସେ ତାହାଙ୍କୁ କହିଲେ, “ହେ ପ୍ରଭୋ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋʼ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ।”
Gideon buaa sɛ, “Na Awurade, mɛyɛ dɛn magye Israelfoɔ? Mʼabusua na ɛyɛ mmerɛ koraa wɔ Manase abusuakuo mu na me na mesua koraa wɔ me fiefoɔ nyinaa mu.”
16 ତେବେ ସଦାପ୍ରଭୁ ତାହାକୁ କହିଲେ, “ଆମ୍ଭେ ନିଶ୍ଚୟ ତୁମ୍ଭ ସଙ୍ଗେ ହେବା, ତହିଁରେ ତୁମ୍ଭେ ମିଦୀୟନୀୟମାନଙ୍କୁ ଏପରି ସଂହାର କରିବ ଯେପରି ଏକ ଜଣକୁ ସଂହାର କରୁଅଛ।”
Awurade ka kyerɛɛ no sɛ, “Mɛka wo ho. Wobɛsɛe Midianfoɔ no sɛdeɛ woresɛe onipa fua.”
17 ତହୁଁ ସେ ତାହାଙ୍କୁ କହିଲେ, “ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଏବେ ଅନୁଗ୍ରହ ପାଇଲି, ତେବେ ଆପଣ ଯେ ମୋହର ସଙ୍ଗରେ କଥା କହୁଅଛନ୍ତି, ତହିଁର ଏକ ଚିହ୍ନ ମୋତେ ଦେଖାଉନ୍ତୁ।
Gideon buaa sɛ, “Sɛ wobɛboa me ampa ara deɛ a, yɛ nsɛnkyerɛnneɛ bi ma menhunu sɛ, nokorɛm, ɛyɛ wo Awurade na worekasa kyerɛ me yi.
18 ବିନୟ କରୁଅଛି, ମୁଁ ଆପଣା ଭେଟି ଘେନିଆସି ଆପଣଙ୍କ ସମ୍ମୁଖରେ ଥୋଇବା ପର୍ଯ୍ୟନ୍ତ ଏ ସ୍ଥାନରୁ ପ୍ରସ୍ଥାନ କରନ୍ତୁ ନାହିଁ।” ତହିଁରେ ସେ କହିଲେ, “ତୁମ୍ଭେ ଫେରି ଆସିବା ଯାଏ ଆମ୍ଭେ ରହିବା।”
Nkɔ, kɔsi sɛ mɛsane mʼakyi aba de mʼafɔrebɔdeɛ abrɛ wo.” Awurade buaa sɛ, “Mɛtena ha atwɛn kɔsi sɛ wobɛba.”
19 ତହୁଁ ଗିଦିୟୋନ୍‍ ଭିତରକୁ ଯାଇ ଏକ ଛେଳିଛୁଆ ଓ ଏକ ଐଫା ମଇଦାର ତାଡ଼ିଶୂନ୍ୟ ପିଠା ପ୍ରସ୍ତୁତ କଲେ; ମାଂସ ଗୋଟିଏ ଡାଲାରେ ଓ ଝୋଳ ଗୋଟିଏ କହ୍ରାଇରେ ରଖି ବାହାରେ ତାହାଙ୍କ ନିକଟକୁ ଆଣି ଅଲୋନ ବୃକ୍ଷ ମୂଳେ ଥୋଇଲେ।
Gideon yɛɛ ntɛm kɔɔ efie. Ɔkɔsiesie abirekyie ba, too burodo asikyiresiam lita aduonu mmienu a mmɔreka nni mu. Afei, ɔsoaa ɛnam no wɔ kɛntɛn mu a nkwan no nso wɔ ɛsɛn bi mu de baeɛ. Ɔde brɛɛ ɔbɔfoɔ no wɔ odupɔn no ase.
20 ତହୁଁ ପରମେଶ୍ୱରଙ୍କ ଦୂତ ତାଙ୍କୁ କହିଲେ, “ଏହି ମାଂସ ଓ ତାଡ଼ିଶୂନ୍ୟ ପିଠାସବୁ ନେଇ ଏହି ଶୈଳ ଉପରେ ରଖ ଓ ତହିଁ ଉପରେ ଝୋଳ ଢାଳ;” ତହୁଁ ସେ ସେପରି କଲେ।
Awurade ɔbɔfoɔ no ka kyerɛɛ no sɛ, “Fa ɛnam no ne burodo a ɛnkaeɛ no gu ɔbotan yi so na hwie nkwan no gu so.” Na Gideon yɛɛ deɛ ɔbɔfoɔ no kyerɛɛ no sɛ ɔnyɛ no.
21 ତେବେ ସଦାପ୍ରଭୁଙ୍କ ଦୂତ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ସ୍ପର୍ଶ କଲେ; ଏଥିରେ ସେହି ଶୈଳରୁ ଅଗ୍ନି ବାହାରି ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ଦଗ୍ଧ କଲା; ତହୁଁ ସଦାପ୍ରଭୁଙ୍କ ଦୂତ ତାହାର ଦୃଷ୍ଟିଗୋଚରରୁ ପ୍ରସ୍ଥାନ କଲେ।
Afei, Awurade ɔbɔfoɔ no de poma a ɛkura no no kaa ɛnam ne burodo no, na ogya pue firii ɔbotan no mu hyee deɛ ɔde baeɛ no nyinaa. Na ɔbɔfoɔ no yeraeɛ.
22 ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ଗିଦିୟୋନ୍‍ ବୁଝିଲେ; ପୁଣି ଗିଦିୟୋନ୍‍ କହିଲେ, “ହାୟ ହାୟ! ହେ ପ୍ରଭୋ ସଦାପ୍ରଭୋ, ମୁଁ ସମ୍ମୁଖାସମ୍ମୁଖୀ ହୋଇ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖିଲି।”
Ɛberɛ a Gideon hunuu sɛ ɛyɛ Awurade ɔbɔfoɔ no, ɔteaam sɛ, “Asafo Awurade, mahunu Awurade ɔbɔfoɔ animu ne animu.”
23 ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭର ଶାନ୍ତି ହେଉ; ଭୟ ନ କର; ତୁମ୍ଭେ ମରିବ ନାହିଁ।”
Awurade buaa sɛ, “Nsuro na worenwu.”
24 ତହୁଁ ଗିଦିୟୋନ୍‍ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ, ତହିଁର ନାମ ଯିହୋବାଃ ଶାଲୋମ୍‍ ରଖିଲେ; ତାହା ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ଆଜି ପର୍ଯ୍ୟନ୍ତ ଅଛି।
Na Gideon sii afɔrebukyia wɔ hɔ maa Awurade na ɔtoo no edin “Awurade Yɛ Asomdwoeɛ.” Afɔrebukyia no da so wɔ Ofra a ɛyɛ Abieserfoɔ abusua asase so de bɛsi ɛnnɛ.
25 ଏଥିଉତ୍ତାରେ ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆପଣା ପିତାର ଗୋବତ୍ସକୁ, ଅର୍ଥାତ୍‍, ସାତ ବର୍ଷର ଦ୍ୱିତୀୟ ଗୋବତ୍ସକୁ ନିଅ, ତୁମ୍ଭ ପିତାର ଥିବା ବାଲ୍‍ଦେବତାର ଯଜ୍ଞବେଦି ଭାଙ୍ଗି ପକାଅ ଓ ତନ୍ନିକଟସ୍ଥ ଆଶେରାର ମୂର୍ତ୍ତି କାଟି ପକାଅ;
Anadwo no, Awurade ka kyerɛɛ Gideon sɛ, “Kyere nantwinini ɔdi mu, ɔtɔ so mmienu na wadi mfeɛ nson firi wʼagya anantwie mu. Dwiri wʼagya afɔrebukyia a ɔsi maa Baal no, na twa Asera dua a ɛsi nkyɛn no.
26 ପୁଣି ଏହି ଗଡ଼ ଉପରେ ରୀତି ଅନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କର, ଆଉ ତୁମ୍ଭେ ଯେଉଁ ଆଶେରାର ମୂର୍ତ୍ତି ଛେଦନ କରିବ, ତହିଁର କାଷ୍ଠ ନେଇ ସେହି ଦ୍ୱିତୀୟ ଗୋବତ୍ସକୁ ହୋମବଳି ରୂପେ ଉତ୍ସର୍ଗ କର।”
Afei, si afɔrebukyia wɔ bepɔ yi so ma Awurade, wo Onyankopɔn. Hyehyɛ afɔrebukyia aboɔ no yie. Fa nantwinini bɔ ɔhyeɛ afɔdeɛ wɔ afɔrebukyia no so. Fa Asera dua a wotwaeɛ no yensin yɛ egya.”
27 ତହିଁରେ ଗିଦିୟୋନ୍‍ ଆପଣା ଦାସମାନଙ୍କ ମଧ୍ୟରୁ ଦଶଜଣଙ୍କୁ ସଙ୍ଗରେ ନେଲେ ଓ ସଦାପ୍ରଭୁ ଯେପରି କହିଥିଲେ, ସେପରି କଲେ, ମାତ୍ର ଆପଣା ପିତୃପରିବାର ଓ ନଗରସ୍ଥ ଲୋକମାନଙ୍କୁ ଭୟ କରିବାରୁ ସେ ଦିନ ବେଳେ ତାହା କରି ନ ପାରି ରାତ୍ରି ବେଳେ ତାହା କଲେ।
Enti, Gideon faa nʼasomfoɔ edu de wɔn yɛɛ sɛdeɛ Awurade hyɛɛ noɔ no. Nanso, ɔyɛɛ no anadwo, ɛfiri sɛ, na ɔsuro nʼagya fiefoɔ ne kuro mma no. Na ɔnim deɛ ɛbɛsie, sɛ wɔhunu onipa a ɔyɛɛ saa adeɛ no a.
28 ତହୁଁ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲ୍‍ର ଯଜ୍ଞବେଦି ଭଙ୍ଗା ଓ ତନ୍ନିକଟସ୍ଥ ଆଶେରା ମୂର୍ତ୍ତି କଟା; ପୁଣି ନିର୍ମିତ ଯଜ୍ଞବେଦି ଉପରେ ସେହି ଦ୍ୱିତୀୟ ଗୋବତ୍ସର ଉତ୍ସର୍ଗ ହୋଇଅଛି।
Adeɛ kyee anɔpahema a kuro no mu nnipa hyɛɛ aseɛ nyanenyaneeɛ no, obi hunuu sɛ wɔadwiri Baal afɔrebukyia no agu, na Asera dua a ɛsi ho no nso, wɔatwa atwene na wɔasi afɔrebukyia foforɔ asi ananmu. Na wɔhunuu afɔrebɔdeɛ bi nkaeɛ wɔ so.
29 ତହୁଁ ସେମାନେ ପରସ୍ପର କହିଲେ, “ଏ କଥା କିଏ କରିଅଛି;” ପୁଣି ସେମାନେ ପଚାରି ବୁଝି କହିଲେ, “ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ଏ କଥା କରିଅଛି।”
Ɔmanfoɔ no bisabisaa wɔn ho wɔn ho sɛ, “Hwan na ɔyɛɛ yei?” Wɔbisabisa, too wɔn bo ase feefee mu no, wɔhunuu sɛ Yoas babarima Gideon na ɔyɛɛ saa.
30 ତେବେ ନଗରସ୍ଥ ଲୋକମାନେ ଯୋୟାଶ୍‍କୁ କହିଲେ, “ତୁମ୍ଭ ପୁତ୍ରକୁ ବାହାର କରି ଆଣ, ସେ ହତ ହେବ; କାରଣ ସେ ବାଲ୍‍ର ଯଜ୍ଞବେଦି ଭାଙ୍ଗିଅଛି ଓ ତନ୍ନିକଟସ୍ଥ ଆଶେରା ମୂର୍ତ୍ତି କାଟି ପକାଇଅଛି।”
Ɔmanfoɔ no teaam guu Yoas so sɛ, “Fa wo babarima no bra. Sɛe a ɔsɛee Baal afɔrebukyia ne twa a ɔtwaa Asera dua no enti, ɛsɛ sɛ ɔwuo.”
31 ତହିଁରେ ଯୋୟାଶ୍‍ ଆପଣା ପ୍ରତିକୂଳରେ ଠିଆ ହେବା ସମସ୍ତଙ୍କୁ କହିଲା, “ତୁମ୍ଭେମାନେ କି ବାଲ୍‍ ପକ୍ଷରେ ବିବାଦ କରିବ? ଅବା ତୁମ୍ଭେମାନେ କି ତାହାକୁ ଉଦ୍ଧାର କରିବ? ଯେ ତାହାର ପକ୍ଷରେ ବିବାଦ କରିବ, ଏହି ସକାଳ ଥାଉ ଥାଉ ତାହାର ପ୍ରାଣଦଣ୍ଡ ହେଉ; ଯେବେ ସେ ଦେବତା, ତେବେ ସେ ଆପଣା ପକ୍ଷରେ ଆପେ ବିବାଦ କରୁ, କାରଣ କେହି ତାହାର ଯଜ୍ଞବେଦି ଭାଙ୍ଗିଅଛି।”
Nanso, Yoas teaam guu nnipakuo no so sɛ, “Adɛn enti na mogye Baal ti? Mobɛtumi aka nʼasɛm ama no anaa? Obiara a ɔbɛgye ne ti no, wɔbɛkum no ansa na adeɛ akye. Sɛ Baal yɛ onyame bi ampa ara a ɔno ara nni mma ne ho na ɔnkum deɛ ɔdwirii nʼafɔrebukyia no!”
32 ଏହେତୁ ସେ ବାଲ୍‍ର ଯଜ୍ଞବେଦି ଭାଙ୍ଗିବାରୁ “ସେ ତାହା ପ୍ରତିକୂଳରେ ବିବାଦ କରୁ,” ଏହା କହି ତାହାର ପିତା ସେହି ଦିନ ଗିଦିୟୋନ୍‍ଙ୍କ ନାମ “ଯିରୁବ୍ବାଲ୍‍” (ବାଲ୍‍ ବିବାଦ କରୁ) ରଖିଲା।
Ɛfiri saa ɛberɛ no rekɔ no, wɔfrɛɛ Gideon Yerubaal a asekyerɛ ne “Baal nni mma ne ne ho,” ɛfiri sɛ, ɔno ara na ɔdwirii Baal afɔrebukyia no guiɛ.
33 ସେସମୟରେ ସମସ୍ତ ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ଆପଣାମାନଙ୍କୁ ଏକତ୍ର କଲେ; ପୁଣି ସେମାନେ ପାର ହୋଇ ଯିଷ୍ରିୟେଲର ତଳଭୂମିରେ ଛାଉଣି କଲେ।
Afei, Midianfoɔ nyinaa, Amalekfoɔ nyinaa ne nnipa a wɔfifiri apueeɛ fam no kaa wɔn ho bɔɔ mu tia Israel. Wɔtwaa Yordan, kɔbɔɔ atenaeɛ wɔ Yesreel bɔnhwa mu.
34 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଗିଦିୟୋନ୍‍ଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ତୂରୀ ବଜାଇଲେ; ତହିଁରେ ଅବୀୟେଷ୍ରୀୟ (ବଂଶ) ତାଙ୍କ ପଛେ ଏକତ୍ର ହେଲେ।
Awurade honhom baa Gideon so na ɔbɔɔ totorobɛnto de frɛɛ dɔm. Mmarima a wɔfiri Abieser abusua mu no baa ne nkyɛn.
35 ପୁଣି ସେ ମନଃଶି (ଦେଶର) ସର୍ବତ୍ର ଦୂତ ପଠାନ୍ତେ, ସେମାନେ ମଧ୍ୟ ତାହାର ପଛେ ଏକତ୍ର ହେଲେ, ତହୁଁ ସେ ଆଶେର ଓ ସବୂଲୂନ ଓ ନପ୍ତାଲି (ବଂଶ) ନିକଟକୁ ଦୂତ ପଠାନ୍ତେ, ସେମାନେ ସେମାନଙ୍କ ସଙ୍ଗେ ମିଳିବାକୁ ଆସିଲେ।
Ɔsomaa abɔfoɔ kɔɔ Manase, Aser, Sebulon ne Naftali nyinaa mu kɔfrɛɛ wɔn akodɔm, na wɔn nyinaa penee so.
36 ଏଉତ୍ତାରେ ଗିଦିୟୋନ୍‍ ପରମେଶ୍ୱରଙ୍କୁ କହିଲେ, “ଯେବେ ତୁମ୍ଭେ ଆପଣା ବାକ୍ୟ ପ୍ରମାଣେ ମୋʼ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ,
Gideon ka kyerɛɛ Onyankopɔn sɛ, “Sɛ wonam me nsa so bɛgye Israel sɛdeɛ woahyɛ bɔ no a,
37 ତେବେ ଦେଖ, ମୁଁ ଖଳାରେ ଗଦାଏ ମେଷଲୋମ ରଖିବି; ଯେବେ କେବଳ ସେହି ଲୋମଗଦା ଉପରେ କାକର ପଡ଼େ ଓ ସମସ୍ତ ଭୂମି ଶୁଷ୍କ ରହେ, ତେବେ ତୁମ୍ଭେ ଆପଣା ବାକ୍ୟାନୁସାରେ ମୋʼ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ ବୋଲି ମୁଁ ଜାଣିବି।”
fa saa ɛkwan yi so kyerɛ me, mede odwannwi bɛkata ayuporobea hɔ anadwo yi. Sɛ obosuo fɔ odwannwi no, na sɛ ɛhɔ amfɔ a, na mahunu sɛ ampa ara, wonam me nsa so bɛgye Israel sɛdeɛ woahyɛ ho bɔ no.”
38 ତହିଁରେ ସେରୂପ ହେଲା; ସେ ପରଦିନ ପ୍ରଭାତରେ ଉଠି ସେହି ଲୋମ ଏକତ୍ର ଚିପି କାକର ଚିପୁଡ଼ନ୍ତେ, ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।
Na saa na ɛbaeɛ. Gideon sɔree adekyeeɛ kyii odwannwi no mu nyaa nsuo adeɛ ma.
39 ସେତେବେଳେ ଗିଦିୟୋନ୍‍ ପରମେଶ୍ୱରଙ୍କୁ କହିଲେ, “ମୋʼ ପ୍ରତିକୂଳରେ ତୁମ୍ଭର କ୍ରୋଧ ପ୍ରଜ୍ୱଳିତ ନ ହେଉ, ମୁଁ ଏହି ଥରକ ମାତ୍ର କହିବି; ବିନୟ କରୁଅଛି; ଏହି ଲୋମ ଦ୍ୱାରା ମୋତେ ଏହି ଥରକ ମାତ୍ର ପରୀକ୍ଷା ନେବାକୁ ଦିଅ; ବିନୟ କରୁଅଛି, କେବଳ ଲୋମ ଉପରେ ଶୁଷ୍କତା ହେଉ ଓ ସମସ୍ତ ଭୂମି ଉପରେ କାକର ପଡ଼ୁ।”
Afei, Gideon ka kyerɛɛ Onyankopɔn sɛ, “Mma wo bo mfu me. Ma memmisa adeɛ baako. Ma memfa odwannwi no nsɔ biribi nhwɛ. Saa ɛberɛ yi deɛ, ma odwannwi no nyɛ wesee na baabi a ɛda hɔ no nyinaa mfɔ.”
40 ତହୁଁ ପରମେଶ୍ୱର ସେହି ରାତ୍ରି ସେରୂପ କଲେ; କେବଳ ଲୋମ ଉପରେ ଶୁଷ୍କତା ହେଲା ଓ ସମସ୍ତ ଭୂମିରେ କାକର ପଡ଼ିଲା।
Anadwo no, Onyankopɔn yɛɛ sɛdeɛ Gideon bisaeɛ no. Anɔpa no odwannwi yɛɛ wesee a na obosuo afɔ fam hɔ nyinaa.

< ବିଚାରକର୍ତ୍ତା 6 >