< ବିଚାରକର୍ତ୍ତା 5 >

1 ସେହି ଦିନ ଦବୋରା ଓ ଅବୀନୋୟମର ପୁତ୍ର ବାରକ୍‍ ଗାୟନ କରି କହିଲେ:
Nígbà náà ni Debora àti Baraki ọmọ Abinoamu kọ orin ní ọjọ́ náà wí pé,
2 “ଇସ୍ରାଏଲ ମଧ୍ୟରେ ଅଗ୍ରଗାମୀମାନେ ଅଗ୍ରସର ହେଲେ, ଲୋକମାନେ ସ୍ୱେଚ୍ଛାରେ ଆପଣା ଆପଣାକୁ ଉତ୍ସର୍ଗ କଲେ, ଏଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର!
“Nítorí bí àwọn olórí ti síwájú ní Israẹli, nítorí bi àwọn ènìyàn ti fi tọkàntọkàn wa, ẹ fi ìbùkún fún Olúwa!
3 ହେ ରାଜାଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର; ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି।
“Ẹ gbọ́ ẹ̀yin ọba! Ẹ fetí yín sílẹ̀ ẹ̀yin ọmọ-aládé! Èmi yóò kọrin sí Olúwa, èmi yóò kọrin ìyìn sí Olúwa: Ọlọ́run Israẹli.
4 ହେ ସଦାପ୍ରଭୁ, ତୁମ୍ଭେ ସେୟୀରରୁ ବାହାରିବା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କରିବା ବେଳେ ପୃଥିବୀ କମ୍ପିଲା, ଆକାଶ ମଧ୍ୟ ବିନ୍ଦୁପାତ କଲା, ହଁ, ମେଘମାଳା ଜଳପାତ କଲା।
“Olúwa nígbà tí o jáde kúrò ní Seiri, nígbà tí ìwọ ń yan jáde wá láti pápá Edomu, ilẹ̀ mì tìtì, àwọn ọ̀run sì kán sílẹ̀, àní àwọsánmọ̀ pẹ̀lú kàn omi sílẹ̀.
5 ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ସୀନୟ ମଧ୍ୟ (କମ୍ପମାନ ହେଲା)
Àwọn òkè ńlá wárìrì ní iwájú Olúwa, bẹ́ẹ̀ ni Sinai ní iwájú Olúwa Ọlọ́run Israẹli.
6 ଅନାତ-ପୁତ୍ର ଶମ୍‍ଗର ସମୟରେ, ଯାୟେଲ ସମୟରେ ରାଜପଥସକଳ ଶୂନ୍ୟ ଥିଲା ଓ ପଥିକମାନେ ବକ୍ର ଉପପଥ ଦେଇ ଗମନ କଲେ।
“Ní ọjọ́ Ṣamgari ọmọ Anati, ní ọjọ́ Jaeli, àwọn ọ̀nà òpópó dá; àwọn arìnrìn-àjò sì ń gba ọ̀nà ìkọ̀kọ̀.
7 ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତୃଗଣ ଶୂନ୍ୟ ଥିଲେ, ମୁଁ ଦବୋରା ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ମୁଁ ଇସ୍ରାଏଲ ମଧ୍ୟରେ ମାତୃ ତୁଲ୍ୟ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ।
Àwọn olórí tán ní Israẹli, wọ́n tán, títí èmi Debora fi dìde bí ìyá ní Israẹli.
8 ସେମାନେ ନୂତନ ଦେବତାମାନଙ୍କୁ ମନୋନୀତ କଲେ, ତେଣୁ ନଗର-ଦ୍ୱାରସବୁରେ ଯୁଦ୍ଧ ହେଲା; ଇସ୍ରାଏଲ ମଧ୍ୟରେ, ଚାଳିଶ ସହସ୍ର ଲୋକଙ୍କ ମଧ୍ୟରେ କି ଗୋଟିଏ ଢାଲ ଅବା ବର୍ଚ୍ଛା ଦେଖାଗଲା?
Wọ́n ti yan ọlọ́run tuntun, nígbà náà ni ogun wà ní ibodè a ha rí asà tàbí ọ̀kọ̀ kan láàrín ọ̀kẹ́ méjì ní Israẹli bí.
9 ମୋହର ହୃଦୟ ଇସ୍ରାଏଲର ଶାସନକର୍ତ୍ତାମାନଙ୍କ ଆଡ଼େ ଅଛି, ଯେଉଁମାନେ ସ୍ୱେଚ୍ଛାରେ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କୁ ଉତ୍ସର୍ଗ କଲେ। ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
Àyà mi fà sí àwọn aláṣẹ Israẹli àwọn tí wọ́n yọ̀ǹda ara wọn tinútinú láàrín àwọn ènìyàn. Ẹ fi ìbùkún fún Olúwa!
10 ହେ ଶ୍ୱେତ ଗର୍ଦ୍ଦଭୀ-ଆରୋହୀମାନେ, ହେ ଗାଲିଚାରେ ବସିବା ଲୋକମାନେ ଓ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
“Ẹ kéde rẹ̀: ẹ̀yin tí ń gun kẹ́tẹ́kẹ́tẹ́ funfun, ẹ̀yin tí ń jókòó lórí ẹní dáradára, àti ẹ̀yin tí ó ń rìn ní ọ̀nà. Ní ọ̀nà jíjìn sí
11 ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ, ଜଳକଢ଼ା ସ୍ଥଳମାନରେ, ଲୋକମାନେ ସଦାପ୍ରଭୁଙ୍କ ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାହାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ୱାରରୁ ଓହ୍ଲାଇ ଆସିଲେ।
ariwo àwọn tafàtafà, ní ibi tí a gbé ń fa omi. Níbẹ̀ ni wọ́n gbé ń sọ ti iṣẹ́ òdodo Olúwa, àní iṣẹ́ òdodo ìjọba rẹ̀ ní Israẹli. “Nígbà náà ni àwọn ènìyàn Olúwa sọ̀kalẹ̀ lọ sí ibodè.
12 ହେ ଦବୋରେ, ଜାଗ, ଜାଗ; ଜାଗ, ଜାଗ, ଗୀତ ଗାନ କର; ହେ ବାରକ୍‍, ଉଠ; ହେ ଅବୀନୋୟମର ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀସ୍ଥାନକୁ ନେଇଯାଅ।
‘Jí, jí, Debora! Jí, jí, kọ orin dìde! Dìde ìwọ Baraki! Kó àwọn ìgbèkùn rẹ ní ìgbèkùn ìwọ ọmọ Abinoamu.’
13 ତହୁଁ ପ୍ରଧାନମାନଙ୍କ ମଧ୍ୟରୁ ଅବଶିଷ୍ଟ ଥୋକାଏ ଓ ଲୋକମାନେ ଓହ୍ଲାଇ ଆସିଲେ, ସଦାପ୍ରଭୁ ଆମ୍ଭର ସପକ୍ଷ ହୋଇ ସେହି ବୀରମାନଙ୍କ ବିରୁଦ୍ଧରେ ଓହ୍ଲାଇ ଆସିଲେ।
“Nígbà náà ni àwọn tókù sọ̀kalẹ̀ àwọn ọlọ́lá lọ; àwọn ènìyàn Olúwa tọ̀ mí wá pẹ̀lú àwọn alágbára.
14 ଅମାଲେକ (ଦେଶ)ରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରୟିମରୁ ଆସିଲେ; ତୁମ୍ଭ ପଛେ ବିନ୍ୟାମୀନ୍ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା; ମାଖୀରଠାରୁ ଶାସନକର୍ତ୍ତାମାନେ ଓ ସବୂଲୂନଠାରୁ ସୈନ୍ୟଗଣନାକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ।
Àwọn kan jáde wá láti Efraimu, àwọn tí gbòǹgbò wọn wà ní Amaleki; Benjamini wà pẹ̀lú àwọn tí ó tẹ̀lé ọ. Láti Makiri ni àwọn aláṣẹ ti sọ̀kalẹ̀ wá, láti Sebuluni ni àwọn ẹni tí ń mú ọ̀pá oyè lọ́wọ́.
15 ପୁଣି ଇଷାଖରର ଅଧିପତିମାନେ ଦବୋରା ସଙ୍ଗେ ଥିଲେ; ଯେପରି ଇଷାଖର, ସେପରି ବାରକ୍‍ ଥିଲା; ସେମାନେ ତଳଭୂମିରେ ତାହାର ଗୋଡ଼େ ଗୋଡ଼େ ମାଡ଼ିଗଲେ। ରୁବେନ୍‍ ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।
Àwọn ọmọ-aládé Isakari wá pẹ̀lú Debora; bí Isakari ti ṣe olóòtítọ́ sí Baraki, wọ́n fi ẹsẹ̀ súré tẹ̀lé wọn lọ sí àfonífojì náà. Ní ipadò Reubeni ni ìgbèrò púpọ̀ wà.
16 ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ, କି ମେଷପଲ ନିକଟରେ ବଂଶୀନାଦ ଶୁଣିବାକୁ? ରୁବେନ୍‍ର ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।
Èéṣe tí ìwọ fi dúró pẹ́ láàrín agbo àgùntàn láti máa gbọ́ fèrè olùṣọ́-àgùntàn? Ní ipadò Reubeni ni ìgbèrò púpọ̀ wà.
17 ଗିଲୀୟଦ ଯର୍ଦ୍ଦନ ସେପାରିରେ ବାସ କଲା, ଆଉ ଦାନ୍ କାହିଁକି ଜାହାଜରେ ରହିଲା? ଆଶେର ସମୁଦ୍ର ତୀରରେ ବସି ରହିଲା ଓ ଆପଣା ବନ୍ଦର ନିକଟରେ ବାସ କଲା।
Gileadi dúró ní òkè odò Jordani. Èéṣe tí Dani fi dúró nínú ọkọ̀ ojú omi? Aṣeri jókòó ní etí bèbè Òkun, ó sì ń gbé èbúté rẹ̀.
18 ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରାଣପଣକାରୀ ଲୋକ ହେଲା। ଆଉ ନପ୍ତାଲି (ଯୁଦ୍ଧ) କ୍ଷେତ୍ରର ଉଚ୍ଚସ୍ଥାନ ଉପରେ (ପ୍ରାଣପଣ କଲା)।
Àwọn ènìyàn Sebuluni fi ẹ̀mí wọn wéwu ikú; bẹ́ẹ̀ sì ni àwọn ènìyàn Naftali ní ibi gíga pápá.
19 ରାଜାମାନେ ଆସି ଯୁଦ୍ଧ କଲେ; ତହୁଁ କିଣାନର ରାଜାଗଣ ମଗିଦ୍ଦୋର ଜଳତୀରସ୍ଥ ତାନକ୍‍‍ରେ ଯୁଦ୍ଧ କଲେ, ସେମାନେ କିଛି ରୂପା ଲାଭ କଲେ ନାହିଁ।
“Àwọn ọba wá, wọ́n sì jà; àwọn ọba Kenaani jà ní Taanaki ní etí odo Megido, ṣùgbọ́n wọn kò sì gba èrè owó.
20 ତାରାଗଣ ଆକାଶରୁ ଯୁଦ୍ଧ କଲେ, ସେମାନେ ଆପଣା ଆପଣା ପଥରେ ସୀଷରା ବିରୁଦ୍ଧରେ ଯୁଦ୍ଧ କଲେ।
Àwọn ìràwọ̀ já láti ojú ọ̀run wá láti inú ipa ọ̀nà wọn ni wọ́n bá Sisera jà.
21 କିଶୋନ୍‍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍‍ ନଦୀ ସୀଷରାକୁ ଓ ତାହାର ରଥ ଓ ଜନତାକୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ।
Odò Kiṣoni gbá wọn lọ, odò ìgbàanì, odò Kiṣoni. Máa yan lọ, ìwọ ọkàn mi, nínú agbára!
22 ସେତେବେଳେ ଅଶ୍ୱମାନଙ୍କ ଖୁରା ଭୂମି ମନ୍ଥି ପକାଇଲା, ଯେହେତୁ ସେମାନେ କୁଦା ମାରିଲେ, ସେମାନଙ୍କ ବଳିଷ୍ଠମାନେ କୁଦା ମାରିଲେ।
Nígbà náà ni pátákò ẹsẹ̀ ẹṣin ki ilẹ̀, nítorí eré sísá, eré sísá àwọn alágbára wọn.
23 ସଦାପ୍ରଭୁଙ୍କ ଦୂତ କହିଲେ, ‘ତୁମ୍ଭେମାନେ ମେରୋସକୁ ଶାପ ଦିଅ,’ ‘ତୁମ୍ଭେମାନେ ତହିଁ ନିବାସୀମାନଙ୍କୁ ଦାରୁଣ ଶାପ ଦିଅ; କାରଣ ସେମାନେ ସଦାପ୍ରଭୁଙ୍କ ସାହାଯ୍ୟକୁ, ବୀରମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ସାହାଯ୍ୟକୁ ଆସିଲେ ନାହିଁ।’
‘Ẹ fi Merosi bú,’ ni angẹli Olúwa wí. ‘Ẹ fi àwọn ènìyàn inú rẹ̀ bú ìbú kíkorò, nítorí wọn kò wá sí ìrànlọ́wọ́ Olúwa, láti dojúkọ àwọn alágbára.’
24 ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ଭାର୍ଯ୍ୟା ଯାୟେଲ ଧନ୍ୟ ହେବ, ତମ୍ବୁନିବାସୀ ସ୍ତ୍ରୀମାନଙ୍କ ମଧ୍ୟରେ ସେ ଧନ୍ୟ ହେବ।
“Ìbùkún ni fún Jaeli, aya Heberi ará Keni ju àwọn obìnrin lọ, ìbùkún ni fún un ju àwọn obìnrin tí ń gbé nínú àgọ́.
25 ସୀଷରା ଜଳ ମାଗନ୍ତେ, ସେ ତାହାକୁ ଦୁଗ୍ଧ ଦେଲା; ସେ ରାଜୋପଯୁକ୍ତ ପାତ୍ରରେ ଦଧି ଆଣି ତାହାକୁ ଦେଲା।
Ó béèrè omi, ó fún un ní wàrà; ó mú òrí-àmọ́ tọ̀ ọ́ wá nínú àwo iyebíye tí ó yẹ fún àwọn ọlọ́lá.
26 ସେ ତମ୍ବୁ ମେଖ ଧରିବାକୁ ଆପଣା ହସ୍ତ ଓ କାରିଗରର ପିଟଣା ଧରିବାକୁ ଆପଣା ଦକ୍ଷିଣ ହସ୍ତ ବଢ଼ାଇଲା; ସେ ସୀଷରାକୁ ପିଟିଲା, ସେ ତାହାର ମସ୍ତକ ବିନ୍ଧି ପକାଇଲା, ହଁ, ସେ ତାହାର କର୍ଣ୍ଣମୂଳ ଫୋଡ଼ି ଭେଦ କଲା।
Ó na ọwọ́ rẹ̀ mú ìṣó àgọ́, ó fi ọwọ́ ọ̀tún rẹ̀ mú òòlù awọ gbẹ́nàgbẹ́nà, òòlù náà ni ó sì fi lu Sisera, ó gbá a mọ́ ọn ní orí, ó sì gun, ó sì kàn ẹ̀bátí rẹ̀ mọ́lẹ̀ ṣinṣin.
27 ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ସେ ଶୋଇଲା; ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା; ଯେଉଁଠାରେ ସେ ନଇଁଲା, ସେହିଠାରେ ସେ ହତ ହୋଇ ପଡ଼ିଲା।
Ní ẹsẹ̀ rẹ̀ ó wólẹ̀, ó ṣubú; ó dùbúlẹ̀. Ó wólẹ̀ ní ẹsẹ̀ rẹ̀, ó ṣubú níbi tí ó gbé ń wólẹ̀; níbẹ̀ náà ni ó ṣubú kú sí.
28 ସୀଷରାର ମାତା ଝରକା ଦେଇ ଚାହିଁ ଚାହିଁ ଡାକି କହିଲା, ସେ ଜାଲି ପରଦା ଦେଇ ଡାକି କହିଲା, ‘ତାହାର ରଥ ଆସିବାକୁ କାହିଁକି ଏତେ ବିଳମ୍ବ କରୁଛି? ତାହାର ରଥଚକ୍ର କାହିଁକି ପଛେ ପଡ଼ୁଅଛି?’
“Ìyá Sisera yọjú láti ojú fèrèsé, ó sì kígbe, ó kígbe ní ojú fèrèsé ọlọ́nà pé, ‘Èéṣe tí kẹ̀kẹ́-ẹṣin rẹ fi pẹ́ bẹ́ẹ̀ láti dé? Èéṣe tí ẹsẹ̀ kẹ̀kẹ́-ẹṣin rẹ̀ fi dúró lẹ́yìn?’
29 ତାହାର ଜ୍ଞାନବତୀ ସହଚରୀମାନେ ତାହାକୁ ଉତ୍ତର ଦେଲେ, ହଁ, ସେ ମଧ୍ୟ ଆପେ ଆପଣାକୁ ଉତ୍ତର ଦେଇ କହିଲା,
Àwọn amòye obìnrin rẹ̀ dá a lóhùn; àní òun náà pẹ̀lú ti dá ara rẹ̀ lóhùn pé,
30 ‘ସେମାନେ କି ଲୁଟ ପାଇ ନାହାନ୍ତି, ସେମାନେ କି ବିଭାଗ କରି ନାହାନ୍ତି? ପ୍ରତ୍ୟେକ ପୁରୁଷ ପାଇଁ ଏକ କାମିନୀ, କିମ୍ବା ଦୁଇ କାମିନୀ; ସୀଷରା ପାଇଁ ନାନା ବର୍ଣ୍ଣର ଲୁଟ, ନାନା ବର୍ଣ୍ଣର ସୂଚିକର୍ମନିର୍ମିତ ଚିତ୍ରିତ ବସ୍ତ୍ରର ଲୁଟ, ଲୁଟିତମାନଙ୍କ ଗଳାରୁ ଦୁଇ ପାଖରେ ସୂଚିକର୍ମନିର୍ମିତ ନାନା ରଙ୍ଗର ଚିତ୍ରିତ ବସ୍ତ୍ର।’
‘Wọn kò ha ń wa kiri, wọn kò ha ti pín ìkógun bi: ọmọbìnrin kan tàbí méjì fún ọkùnrin kan, fún Sisera ìkógun aṣọ aláràbarà, ìkógun aṣọ aláràbarà àti ọlọ́nà, àwọn aṣọ ọlọ́nà iyebíye fún ọrùn mi, gbogbo èyí tí a kó ní ogun?’
31 ହେ ସଦାପ୍ରଭୋ, ତୁମ୍ଭର ସମସ୍ତ ଶତ୍ରୁ ଏହିରୂପେ ବିନଷ୍ଟ ହେଉନ୍ତୁ, ମାତ୍ର ତାହାଙ୍କ ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରୀ ସୂର୍ଯ୍ୟ ତୁଲ୍ୟ ହେଉନ୍ତୁ।” ଏଥିଉତ୍ତାରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।
“Bẹ́ẹ̀ ni kí ó jẹ́ kí gbogbo àwọn ọ̀tá rẹ kí ó ṣègbé Olúwa! Ṣùgbọ́n jẹ́ kí àwọn tí ó fẹ́ ọ ràn bí oòrùn, nígbà tí ó bá yọ nínú agbára rẹ̀.” Ilẹ̀ náà sì sinmi ní ogójì ọdún.

< ବିଚାରକର୍ତ୍ତା 5 >