< ବିଚାରକର୍ତ୍ତା 21 >
1 ଇସ୍ରାଏଲୀୟ ଲୋକମାନେ ମିସ୍ପାରେ ଶପଥ କରି କହିଥିଲେ, “ଆମ୍ଭମାନଙ୍କର କେହି ବିନ୍ୟାମୀନ୍ ସହିତ ଆପଣା କନ୍ୟାର ବିବାହ ଦେବ ନାହିଁ।”
Israelfoɔ aka ntam wɔ Mispa sɛ, wɔremfa wɔn mmammaa mma ɔbarima biara a ɔfiri Benyamin abusuakuo mu awadeɛ.
2 ତେଣୁ ଲୋକମାନେ ବେଥେଲ୍କୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସମ୍ମୁଖରେ ବସି ରବ ଉଠାଇ ଅତ୍ୟନ୍ତ ରୋଦନ କଲେ।
Nnipa no kɔɔ Bet-El kɔtenaa Onyankopɔn anim kɔsii anwummerɛ, maa wɔn nne so, suu dendeenden kaa sɛ,
3 ଆଉ ସେମାନେ କହିଲେ, “ହେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୋ, ଆଜି ଯେ ଇସ୍ରାଏଲ ମଧ୍ୟରୁ ଏକ ବଂଶର ଊଣା ହେଲା, ଇସ୍ରାଏଲ ମଧ୍ୟରେ ଏପରି କାହିଁକି ଘଟିଲା?”
“Ao Awurade, Israel Onyankopɔn, adɛn enti na saa asɛm yi asi? Seesei yɛn mmusuakuo no mu baako ayera!”
4 ତହୁଁ ଆରଦିନ ଲୋକମାନେ ଅତି ପ୍ରଭାତରେ ଉଠି ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
Adekyeɛ mu no, nnipa no tuaa nhema sii afɔrebukyia, na wɔbɔɔ ɔhyeɛ ne asomdwoeɛ afɔdeɛ.
5 ପୁଣି ଇସ୍ରାଏଲ ସନ୍ତାନମାନେ କହିଲେ, “ସମାଜ ସହିତ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ଏପରି କିଏ ଅଛି?” କାରଣ ମିସ୍ପାକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିବ, “ସେ ଅବଶ୍ୟ ହତ ହେବ,” ଏହା କହି ସେମାନେ ମହା ଶପଥ କରିଥିଲେ।
Wɔbisaa sɛ, “Abusuakuo bi wɔ hɔ a wannya ɔnanmusini ɛberɛ a yɛkɔɔ nhyiamu kɛseɛ wɔ Awurade anim wɔ Mispa no anaa?” Saa ɛberɛ no, na wɔaka ntankɛseɛ wɔ Awurade anim sɛ, obiara a wamma no, ɛsɛ sɛ ɔwu.
6 ପୁଣି ଇସ୍ରାଏଲ ସନ୍ତାନମାନେ ଆପଣା ଭାଇ ବିନ୍ୟାମୀନ୍ ପାଇଁ ଅନୁତାପ କରି କହିଲେ, “ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ବଂଶ ଉଚ୍ଛିନ୍ନ ହେଲା।
Na Israelfoɔ no dii yea wɔ Benyaminfoɔ no ho kaa sɛ, “Ɛnnɛ yi, abusuakuo baako afiri yɛn mu; na nʼase reyɛ atɔre.
7 ସେମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା? କାରଣ ସେମାନଙ୍କ ସହିତ ଆପଣା ଆପଣା କନ୍ୟାର ବିବାହ ଦେବୁ ନାହିଁ ବୋଲି ସଦାପ୍ରଭୁଙ୍କ ନାମରେ ଆମ୍ଭେମାନେ ଶପଥ କରିଅଛୁ।”
Na ɛbɛyɛ dɛn na yɛanya yerenom ama wɔn a wɔaka no, ɛsiane sɛ, yɛaka Awurade ntam sɛ yɛremfa yɛn mmammaa mu biara mma wɔn awadeɛ?”
8 ପୁଣି ସେମାନେ କହିଲେ, “ମିସ୍ପାକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲ ବଂଶସମୂହ ମଧ୍ୟରେ ଏପରି କେଉଁ ବଂଶ ଅଛି?” ତହିଁରେ ଦେଖ, ଯାବେଶ-ଗିଲୀୟଦରୁ କେହି ଛାଉଣିସ୍ଥ ସମାଜକୁ ଆସି ନ ଥିଲେ।
Enti wɔbisaa sɛ, “Ɛberɛ a yɛde yɛn ho kyerɛɛ Awurade wɔ Mispa no na obi nni hɔ bi anaa?” Ɛhɔ na wɔhunuu sɛ, obiara amfiri Yabes Gilead amma saa badwa no mu bi.
9 କାରଣ ଲୋକମାନେ ଗଣିତ ହେବା ବେଳେ, ଦେଖ, ସେଠାରେ ଯାବେଶ-ଗିଲୀୟଦ ନିବାସୀମାନଙ୍କ ମଧ୍ୟରୁ କେହି ନ ଥିଲେ।
Na wɔkan nnipa no nyinaa no, wɔannya obiara a ɔfiri Yabes Gilead.
10 ତହୁଁ ମଣ୍ଡଳୀ ସେ ସ୍ଥାନକୁ ବାର ହଜାର ମହାବୀର ପୁରୁଷ ପଠାଇ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଯାଇ ସ୍ତ୍ରୀ ବାଳକ ସମେତ ଯାବେଶ-ଗିଲୀୟଦ ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କର।
Enti, wɔsomaa akofoɔ mpem dumienu kɔɔ Yabes Gilead sɛ wɔnkɔkunkum obiara a ɔwɔ hɔ a mmaa ne mmɔfra ka ho.
11 ଆହୁରି ତୁମ୍ଭେମାନେ ଏହା କରିବ; ତୁମ୍ଭେମାନେ ପ୍ରତ୍ୟେକ ପୁରୁଷକୁ ଓ ପୁରୁଷ-ସହବାସିନୀ ପ୍ରତ୍ୟେକ ସ୍ତ୍ରୀକୁ ବର୍ଜିତ ରୂପେ ବିନାଶ କରିବ।”
Wɔkaa sɛ, “Yei na ɛsɛ sɛ moyɛ. Monkum ɔbarima ne ɔbaa biara a ɔnyɛ ɔbaabunu.”
12 ତହୁଁ ସେମାନେ ଯାବେଶ-ଗିଲୀୟଦ ନିବାସୀମାନଙ୍କ ମଧ୍ୟରେ ପୁରୁଷ-ସହବାସରହିତା ଚାରି ଶହ ଅବିବାହିତା କନ୍ୟା ପାଇଲେ; ଆଉ ସେମାନଙ୍କୁ କିଣାନ ଦେଶସ୍ଥ ଶୀଲୋ ଛାଉଣିକୁ ଆଣିଲେ।
Yabes Gileadfoɔ mu no, wɔhunuu mmaabunu ahanan a wɔne mmarima nnaa da, na wɔde wɔn baa nsraban a ɛwɔ Silo wɔ Kanaan asase so hɔ.
13 ଏଥିଉତ୍ତାରେ ସମଗ୍ର ମଣ୍ଡଳୀ ରିମ୍ମୋନ୍ ଶୈଳସ୍ଥିତ ବିନ୍ୟାମୀନ୍-ସନ୍ତାନଗଣ ସହିତ ଆଳାପ କଲେ ଓ ଦୂତ ପଠାଇ ସେମାନଙ୍କ ନିକଟରେ ଶାନ୍ତି ପ୍ରଚାର କଲେ।
Na Israelfoɔ badwa no somaa asomdwoeɛ abɔfoɔ ma wɔkɔɔ Benyaminfoɔ nkaeɛ no a na wɔte Rimon botan ho no nkyɛn.
14 ସେସମୟରେ ବିନ୍ୟାମୀନୀୟ ଲୋକମାନେ ଫେରି ଆସିଲେ; ତହୁଁ ଯାବେଶ-ଗିଲୀୟଦର ଯେଉଁ ସ୍ତ୍ରୀମାନଙ୍କୁ ଇସ୍ରାଏଲୀୟମାନେ ବଞ୍ଚାଇ ରଖିଥିଲେ, ସେମାନଙ୍କୁ ସେମାନଙ୍କ ସହିତ ବିବାହ କରିଦେଲେ, ତଥାପି ସେମାନଙ୍କ ପାଇଁ କନ୍ୟା ଅଣ୍ଟିଲେ ନାହିଁ।
Na Benyaminfoɔ no sane kɔɔ wɔn afie mu, na wɔde mmaabunu a wɔfiri Yabes Gilead a wɔankum bi no maa wɔn awadeɛ. Nanso, mmaa no anso wɔn so.
15 ଏହେତୁ ସଦାପ୍ରଭୁ ଇସ୍ରାଏଲ ବଂଶସମୂହ ମଧ୍ୟରେ ଛିଦ୍ର କରିବାରୁ ଲୋକମାନେ ବିନ୍ୟାମୀନୀୟମାନଙ୍କ ବିଷୟରେ ଅନୁତାପ କଲେ।
Nnipa no dii Benyaminfoɔ no ho yea, sɛ Awurade ama mpaapaemu aba Israel mmusuakuo no mu.
16 ତେବେ ମଣ୍ଡଳୀର ପ୍ରାଚୀନମାନେ କହିଲେ, “ବିନ୍ୟାମୀନ୍ ମଧ୍ୟରୁ ସ୍ତ୍ରୀମାନେ ଉଚ୍ଛିନ୍ନ ହୋଇଅଛନ୍ତି, ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା?”
Enti, Israel ntuanofoɔ no bisaa sɛ, “Sɛ wɔatɔre mmaa a wɔfiri Benyamin ase yi, ɛbɛyɛ dɛn na yɛanya yerenom ama mmarima a aka no?
17 ଆହୁରି ସେମାନେ କହିଲେ, “ଇସ୍ରାଏଲ ମଧ୍ୟରୁ ଏକ ବଂଶର ଲୋପ ଯେପରି ନ ହୁଏ, ଏଥିପାଇଁ ବିନ୍ୟାମୀନ୍ର ଅଧିକାର ସେହି ଅବଶିଷ୍ଟ ଲୋକମାନଙ୍କର ହେଉ।
Ɛsɛ sɛ Benyaminfoɔ a aka no nya adedifoɔ sɛdeɛ ɛbɛyɛ a, Israel abusuakuo bi ase ntɔre.
18 ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣାମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେକେହି ବିନ୍ୟାମୀନ୍କୁ କନ୍ୟା ଦେବ, ‘ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ-ସନ୍ତାନଗଣ ଶପଥ କରିଅଛନ୍ତି।’”
Nanso yɛrentumi mfa yɛn mmammaa mma wɔn awadeɛ, ɛfiri sɛ, yɛaka ntankɛseɛ sɛ, obiara a ɔde ne babaa bɛma Benyaminni awadeɛ no, Awurade nnome mmra ne so.”
19 ଆହୁରି ସେମାନେ କହିଲେ, “ଦେଖ, ବେଥେଲ୍ର ଉତ୍ତର ଦିଗରେ, ବେଥେଲ୍ରୁ ଶିଖିମକୁ ଯିବା ସଡ଼କର ପୂର୍ବ ଆଡ଼େ ଓ ଲବୋନାର ଦକ୍ଷିଣ ଦିଗରେ ସ୍ଥିତ ଶୀଲୋରେ ପ୍ରତି ବର୍ଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସବ ହୋଇଥାଏ।”
Afei wɔdwenee Awurade afeafe afahyɛ no ho, deɛ wɔdi wɔ Silo, a ɛwɔ Lebona ne Bet-El ntam, wɔ ɛkwan a ɛfiri Bet-El kɔsi Sekem no apueeɛ fam.
20 ଏହେତୁ ସେମାନେ ବିନ୍ୟାମୀନ୍-ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦ୍ରାକ୍ଷାକ୍ଷେତ୍ରରେ ଛକି ବସି ଅନାଅ;
Na wɔka kyerɛɛ Benyamin mmarima a wɔda so hwehwɛ yerenom no sɛ, “Monkɔtɛ wɔ bobe nturo no mu.
21 ଆଉ ଦେଖ, ଶୀଲୋର କନ୍ୟାମାନେ ମେଳ ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିଲେ, ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକେ ଆପଣା ଆପଣା ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ଭାର୍ଯ୍ୟା ଧରି ବିନ୍ୟାମୀନ୍ ଦେଶକୁ ଚାଲିଯାଅ।
Sɛ mmaa a wɔfiri Silo no ba bɛsa wɔn asa no a, mompue mfiri bobe nturo no mu, na mo mu biara bɛtumi afa wɔn mu baako de no akɔ efie sɛ ne yere.
22 ପୁଣି ସେମାନଙ୍କ ପିତା ଅବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ବିବାଦ କରିବାକୁ ଆସିଲେ ଆମ୍ଭେମାନେ ସେମାନଙ୍କୁ କହିବୁ, ‘ଆମ୍ଭମାନଙ୍କୁ ଅନୁଗ୍ରହ କରି ସେମାନଙ୍କୁ ଛାଡ଼ିଦିଅ; କାରଣ ଆମ୍ଭେମାନେ ଯୁଦ୍ଧରେ ସେମାନଙ୍କର ପ୍ରତି ଜଣ ପାଇଁ ଭାର୍ଯ୍ୟା ନେଇ ନାହୁଁ; ଅବା ତୁମ୍ଭେମାନେ ହିଁ ସେମାନଙ୍କୁ ତୁମ୍ଭମାନଙ୍କ କନ୍ୟାଗଣ ବିବାହ ନିମନ୍ତେ ଦେଇ ନାହଁ; ନୋହିଲେ ତୁମ୍ଭେମାନେ ଏବେ ଅପରାଧୀ ହୁଅନ୍ତ।’”
Na sɛ wɔn agyanom ne wɔn nuanom mmarima ba sɛ wɔmpene so a, yɛbɛka akyerɛ wɔn sɛ, ‘Yɛsrɛ mo, monte aseɛ. Momma wɔmfa mo mmammaa no, ɛfiri sɛ, ɛberɛ a yɛkunkumm Yabes Gileadfoɔ no, yɛannya mmaa a ɛbɛso wɔn nyinaa so amma wɔn. Monnni ntam no ho fɔ, ɛfiri sɛ, ɛnyɛ mo na mode mo mmammaa maa wɔn awadeɛ.’”
23 ତହିଁରେ ବିନ୍ୟାମୀନ୍-ସନ୍ତାନଗଣ ସେରୂପ କରି ଆପଣାମାନଙ୍କ ସଂଖ୍ୟାନୁସାରେ ନୃତ୍ୟକାରିଣୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ନେଇ ଚାଲିଗଲେ ଆଉ ସେମାନେ ଆପଣା ଆପଣା ଅଧିକାରକୁ ଫେରିଯାଇ ନଗର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ।
Enti, Benyamin mmarima no yɛɛ sɛdeɛ wɔkyerɛɛ wɔn no. Wɔwiawiaa mmaa a wɔbaa afahyɛ no ase, de wɔn kɔɔ asase a ɛyɛ wɔn agyapadeɛ no so. Na wɔkyekyeree wɔn nkuro no bio tenaa mu.
24 ତହୁଁ ଇସ୍ରାଏଲ-ସନ୍ତାନଗଣ ସେତେବେଳେ ସେଠାରୁ ପ୍ରସ୍ଥାନ କରି ପ୍ରତ୍ୟେକେ ଆପଣା ଆପଣା ବଂଶ ଓ ଗୋଷ୍ଠୀ ନିକଟକୁ ଯାଇ ସେଠାରୁ ଆପଣା ଆପଣା ଅଧିକାରକୁ ଗଲେ।
Na Israelfoɔ mmusuakuo ne mmusua no firii hɔ sane kɔɔ wɔn ankasa afie mu.
25 ସେସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା; ଯାହା ଦୃଷ୍ଟିରେ ଯାହା ଭଲ, ସେ ତାହା କଲା।
Saa ɛberɛ no na Israel nni ɔhene, enti na deɛ nnipa no gye di sɛ ɛyɛ wɔ wɔn ani so no na wɔyɛ.