< ବିଚାରକର୍ତ୍ତା 2 >

1 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ଗିଲ୍‍ଗଲ୍‍ରୁ ବୋଖୀମକୁ ଆସିଲେ, ଆଉ ସେ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲୁ, ସେଠାକୁ ତୁମ୍ଭମାନଙ୍କୁ ଆଣିଅଛୁ; ପୁଣି ଆମ୍ଭେ କହିଲୁ, ‘ଆମ୍ଭେ ତୁମ୍ଭମାନଙ୍କ ସହିତ ଆପଣା ନିୟମ ଅନନ୍ତକାଳ ପର୍ଯ୍ୟନ୍ତ ଲଙ୍ଘନ କରିବା ନାହିଁ।
Na Awurade ɔbɔfoɔ firi Gilgal kɔɔ Bokim de nkra kɔmaa Israelfoɔ sɛ, “Meyii mo firii Misraim, de mo baa asase a mekaa ho ntam sɛ mede bɛma mo agyanom no so. Mekaa sɛ, Meremmu mʼapam a me ne mo ayɛ no so.
2 ଆଉ ତୁମ୍ଭେମାନେ ଏହି ଦେଶନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭାଙ୍ଗି ପକାଇବ;’ ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ, କାହିଁକି ତୁମ୍ଭେମାନେ ଏହି କର୍ମ କରିଅଛ?
Mo fam deɛ ne sɛ, mo ne nnipa a wɔte asase yi so no nnyɛ apam biara na mmom mobɛsɛe wɔn afɔrebukyia nyinaa. Na adɛn enti na moanni me mmaransɛm so?
3 ଏଥିପାଇଁ ଆମ୍ଭେ ମଧ୍ୟ କହିଲୁ, ‘ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ; ମାତ୍ର ସେମାନେ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ଓ ସେମାନଙ୍କ ଦେବତାମାନେ ତୁମ୍ଭମାନଙ୍କ ପ୍ରତି ଫାନ୍ଦ ହେବେ।’”
Deɛ moayɛ yi enti, merempam nnipa a wɔtete mo asase so no. Wɔbɛyɛ mo nkyɛnmu nkasɛɛ na wɔn anyame nso ayɛ mfidie ama mo.”
4 ଯେତେବେଳେ ସଦାପ୍ରଭୁଙ୍କ ଦୂତ ଇସ୍ରାଏଲର ସମସ୍ତ ସନ୍ତାନଙ୍କୁ ଏହି କଥା କହିଲେ, ସେତେବେଳେ ଲୋକମାନେ ରବ ଉଠାଇ ରୋଦନ କଲେ।
Awurade ɔbɔfoɔ kasa wieeɛ no Israelfoɔ no suu denden.
5 ଏନିମନ୍ତେ ସେମାନେ ସେହି ସ୍ଥାନର ନାମ ବୋଖୀମ ରଖିଲେ; ପୁଣି ସେମାନେ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
Enti wɔtoo beaeɛ hɔ edin “Agyaadwotwa”. Na wɔbɔɔ afɔdeɛ wɔ hɔ maa Awurade.
6 ଯିହୋଶୂୟ ଆପଣା ନିକଟରୁ ଲୋକମାନଙ୍କୁ ବିଦାୟ କଲା ଉତ୍ତାରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରତ୍ୟେକେ ଅଧିକାର କରିବା ନିମନ୍ତେ ଆପଣା ଆପଣା ଦେଶକୁ ଗଲେ।
Yosua gyaa nkurɔfoɔ no kwan akyi no, mmusuakuo no mu biara kɔfaa nʼagyapadeɛ a wɔde maa no sɛ ne kyɛfa no.
7 ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ ମହତ କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯିହୋଶୂୟଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଲୋକମାନେ ସଦାପ୍ରଭୁଙ୍କ ସେବା କଲେ।
Na Israelfoɔ no somm Awurade wɔ Yosua ne mpanimfoɔ a wɔanyini sene Yosua a wɔhunuu nneɛma akɛseɛ a Awurade yɛ maa Israel, Yosua nkwa nna nyinaa mu no.
8 ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।
Afei, Nun babarima Yosua, Awurade ɔsomfoɔ wuiɛ a na wadi mfirinhyia ɔha ne edu.
9 ତହୁଁ ଲୋକମାନେ ଗାଶ୍‍-ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନତ୍‍-ହେରସରେ ତାଙ୍କର ଅଧିକାର-ସୀମା ମଧ୍ୟରେ ତାଙ୍କୁ କବର ଦେଲେ।
Wɔsiee no wɔ nʼawunya asase a na ɛwɔ Timnat-Heres, Efraim bepɔ asase no a ɛwɔ Gaas bepɔ no atifi fam no.
10 ପୁଣି ସେହି ପିଢ଼ିର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ; ସେମାନଙ୍କ ପରେ ଯେଉଁ ପିଢ଼ିର ଲୋକମାନେ ସଦାପ୍ରଭୁଙ୍କୁ ଜାଣି ନ ଥିଲେ, କି ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କର କୃତ କର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ।
Saa awoɔ ntoatoasoɔ no akyi no, awoɔ ntoatoasoɔ foforɔ nyiniiɛ a na wɔnnim Awurade, na wɔnkae nneɛma akɛseɛ a wayɛ ama Israel.
11 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କର ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ବାଲ୍‍ ଦେବତାଗଣର ସେବା କଲେ।
Na Israelfoɔ no yɛɛ deɛ ɛnyɛ wɔ Awurade ani so, na wɔsom Baalim ahoni.
12 ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍‍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।
Wɔgyaa Awurade, wɔn agyanom Onyankopɔn a ɔyii wɔn firii Misraim no. Wɔdii anyame foforɔ akyi, somm saa anyame no a ɛyɛ nnipa a wɔatwa wɔn ho ahyia no dea. Na wɔmaa Awurade bo fuiɛ.
13 ଆହୁରି ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବାଲ୍‍ଦେବ ଓ ଅଷ୍ଟାରୋତ୍‍ ଦେବୀଗଣର ସେବା କଲେ।
Wɔgyaa Awurade akyi die, kɔsom Baalim ne Astoret ahoni.
14 ତହିଁରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ତେଣୁ ସେମାନେ ସେମାନଙ୍କୁ ଲୁଟିଲେ; ଆହୁରି ସେ ସେମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ, ତହିଁରେ ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇ ପାରିଲେ ନାହିଁ।
Yei maa Awurade bo fuu Israel, enti ɔde wɔn hyɛɛ afomfafoɔ nsa, ma wɔwiaa wɔn ahodeɛ. Ɔtɔn wɔn maa wɔn atamfoɔ a wɔatwa wɔn ho ahyia, na wɔantumi annyina wɔn ano.
15 ସଦାପ୍ରଭୁ ଯେପରି କହିଥିଲେ ଓ ସଦାପ୍ରଭୁ ସେମାନଙ୍କ ନିକଟରେ ଯେପରି ଶପଥ କରିଥିଲେ, ତଦନୁସାରେ ସେମାନେ ଯେଉଁଆଡ଼େ ଗଲେ, ସେଆଡ଼େ ଅମଙ୍ଗଳ କରିବାକୁ ସଦାପ୍ରଭୁଙ୍କ ହସ୍ତ ସେମାନଙ୍କର ବିରୁଦ୍ଧ ହେଲା; ଏହିପରି ସେମାନେ ଭାରୀ କ୍ଳେଶରେ ପଡ଼ିଲେ।
Ɛberɛ biara a Israelfoɔ bɛkɔ ɔko no, Awurade ko tia wɔn ma wɔdi nkoguo, sɛdeɛ ɔhyɛɛ bɔ no. Enti, wɔn ho hiahiaa wɔn papaapa.
16 ତହୁଁ ସଦାପ୍ରଭୁ ବିଚାରକର୍ତ୍ତାଗଣଙ୍କୁ ଉତ୍ଥାପନ କରି ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
Afei, Awurade pagyaa atemmufoɔ ma wɔbɛgyee Israelfoɔ firi wɔn atamfoɔ nsam.
17 ତଥାପି ସେମାନେ ଆପଣାମାନଙ୍କ ବିଚାରକର୍ତ୍ତାମାନଙ୍କ କଥା ଶୁଣିଲେ ନାହିଁ, ମାତ୍ର ଅନ୍ୟ ଦେବତାଗଣର ଅନୁଗମନ କରି ବ୍ୟଭିଚାର କଲେ ଓ ସେମାନଙ୍କୁ ପ୍ରଣାମ କଲେ; ସେମାନଙ୍କର ପିତୃଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ଯେଉଁ ପଥରେ ଗମନ କଲେ, ସେମାନେ ତଦନୁସାରେ ନ କରି ସେହି ପଥରୁ ଶୀଘ୍ର ବିମୁଖ ହେଲେ।
Nanso, Israelfoɔ no antie atemmufoɔ no. Wɔkɔɔ so de wɔn ho bɔɔ anyame foforɔ, kotoo wɔn. Wɔtwee wɔn ho ntɛm so firii wɔn agyanom a wɔyɛɛ ɔsetie maa Awurade mmaransɛm no kwan so.
18 ଆଉ ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ କୌଣସି ବିଚାରକର୍ତ୍ତାକୁ ଉତ୍ଥାପନ କଲେ, ସେତେବେଳେ ସେହି ବିଚାରକର୍ତ୍ତାର ଜୀବନଯାଏ ସଦାପ୍ରଭୁ ତାହାର ସଙ୍ଗେ ସଙ୍ଗେ ଥାଇ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରୁ ଉଦ୍ଧାର କଲେ; କାରଣ ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ।
Ɛberɛ biara a Awurade de ɔtemmufoɔ bi bɛdua Israel so no, na ɔka saa ɔtemmufoɔ no ho na ɔgye nnipa no firi wɔn atamfoɔ no nsam wɔ saa ɔtemmufoɔ no nkwa nna nyinaa mu. Ɛfiri sɛ, Awurade hunuu ne nkurɔfoɔ a wɔredi wɔn nya na wɔrehunu amane no mmɔbɔ.
19 ମାତ୍ର ସେହି ବିଚାରକର୍ତ୍ତାର ମୃତ୍ୟୁୁ ହୁଅନ୍ତେ, ସେମାନେ ପୁନର୍ବାର ଫେରି ସେମାନଙ୍କ ପିତୃଲୋକଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଚରଣ କଲେ ଓ ଅନ୍ୟ ଦେବତାଗଣର ସେବା କରି ଓ ସେମାନଙ୍କୁ ପ୍ରଣାମ କରି ସେମାନଙ୍କର ଅନୁଗାମୀ ହେଲେ; ସେମାନେ ଆପଣା ଆପଣା କ୍ରିୟାରୁ ଓ ଅବାଧ୍ୟତା-ମାର୍ଗରୁ କ୍ଷାନ୍ତ ହେଲେ ନାହିଁ।
Nanso, atemmufoɔ no wuo akyi no, nnipa no sane kɔɔ wɔn bra bɔne no mu a, afei na wɔasɛesɛe sene wɔn a wɔdii wɔn anim ɛkan no. Wɔdii anyame foforɔ akyi. Wɔkotoo wɔn, somm wɔn. Na wɔampɛ sɛ wɔgyae wɔn nnebɔnesɛm ne kɔnseneeɛsɛm no.
20 ଏହେତୁ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ପୁଣି ସେ କହିଲେ, “ଆମ୍ଭେ ଏହି ଲୋକମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ଏମାନେ ଲଙ୍ଘନ କରିଅଛନ୍ତି ଓ ଆମ୍ଭର ରବ ଶୁଣୁ ନାହାନ୍ତି।
Enti, Awurade bo fuu Israel. Ɔkaa sɛ, “Esiane sɛ saa nnipa yi abu apam a me ne wɔn agyanom yɛeɛ so, na wɔapo me mmaransɛm enti,
21 ଏହେତୁ ଯିହୋଶୂୟ ମରଣକାଳରେ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲା, ଆମ୍ଭେ ମଧ୍ୟ ସେମାନଙ୍କୁ ଏମାନଙ୍କ ସମ୍ମୁଖରୁ ଅଦ୍ୟାବଧି ଆଉ ତଡ଼ିଦେବା ନାହିଁ;
merempamo aman a Yosua anni wɔn so ansa na ɔrewuo no.
22 ଯେପରି ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ମାର୍ଗ ରକ୍ଷା କରିଥିଲେ, ସେପରି ଏମାନେ ତହିଁରେ ଗମନ କରି ତାହା ରକ୍ଷା କରିବେ କି ନାହିଁ, ଏ ବିଷୟରେ ସେହି ଗୋଷ୍ଠୀୟମାନଙ୍କ ଦ୍ୱାରା ଆମ୍ଭେ ଇସ୍ରାଏଲକୁ ପରୀକ୍ଷା କରିବା।”
Meyɛɛ yei de sɔɔ Israel hwɛeɛ sɛ wɔbɛtie Awurade sɛdeɛ wɔn agyanom yɛeɛ no.”
23 ଏଥିପାଇଁ ସଦାପ୍ରଭୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଶୀଘ୍ର ତଡ଼ି ନ ଦେଇ ଅବା ଯିହୋଶୂୟଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ ନ କରି ଅବଶିଷ୍ଟ ରଖିଲେ।
Ɛno enti na amma Awurade ampam aman no ntɛm so na wamma Yosua ammɛdi wɔn nyinaa so no.

< ବିଚାରକର୍ତ୍ତା 2 >