< ବିଚାରକର୍ତ୍ତା 2 >
1 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ଗିଲ୍ଗଲ୍ରୁ ବୋଖୀମକୁ ଆସିଲେ, ଆଉ ସେ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲୁ, ସେଠାକୁ ତୁମ୍ଭମାନଙ୍କୁ ଆଣିଅଛୁ; ପୁଣି ଆମ୍ଭେ କହିଲୁ, ‘ଆମ୍ଭେ ତୁମ୍ଭମାନଙ୍କ ସହିତ ଆପଣା ନିୟମ ଅନନ୍ତକାଳ ପର୍ଯ୍ୟନ୍ତ ଲଙ୍ଘନ କରିବା ନାହିଁ।
RAB'bin meleği Gilgal'dan Bokim'e gitti ve İsrailliler'e şöyle dedi: “Sizi Mısır'dan çıkarıp atalarınıza söz verdiğim toprağa getirdim. ‘Sizinle yaptığım antlaşmayı hiçbir zaman bozmayacağım’ dedim.
2 ଆଉ ତୁମ୍ଭେମାନେ ଏହି ଦେଶନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭାଙ୍ଗି ପକାଇବ;’ ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ, କାହିଁକି ତୁମ୍ଭେମାନେ ଏହି କର୍ମ କରିଅଛ?
Dedim ki, ‘Bu topraklarda yaşayanlarla antlaşma yapmayın; sunaklarını yıkın.’ Ama sözümü dinlemediniz. Bunu neden yaptınız?
3 ଏଥିପାଇଁ ଆମ୍ଭେ ମଧ୍ୟ କହିଲୁ, ‘ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ; ମାତ୍ର ସେମାନେ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ଓ ସେମାନଙ୍କ ଦେବତାମାନେ ତୁମ୍ଭମାନଙ୍କ ପ୍ରତି ଫାନ୍ଦ ହେବେ।’”
Onun için şimdi, ‘Bu halkları önünüzden kovmayacağım; onlar böğrünüzde diken, ilahları da size tuzak olacak’ diyorum.”
4 ଯେତେବେଳେ ସଦାପ୍ରଭୁଙ୍କ ଦୂତ ଇସ୍ରାଏଲର ସମସ୍ତ ସନ୍ତାନଙ୍କୁ ଏହି କଥା କହିଲେ, ସେତେବେଳେ ଲୋକମାନେ ରବ ଉଠାଇ ରୋଦନ କଲେ।
RAB'bin meleği sözlerini bitirince bütün İsrail halkı hıçkıra hıçkıra ağlamaya başladı.
5 ଏନିମନ୍ତେ ସେମାନେ ସେହି ସ୍ଥାନର ନାମ ବୋଖୀମ ରଖିଲେ; ପୁଣି ସେମାନେ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
Bu yüzden oraya Bokim adını verdiler ve orada RAB'be kurban sundular.
6 ଯିହୋଶୂୟ ଆପଣା ନିକଟରୁ ଲୋକମାନଙ୍କୁ ବିଦାୟ କଲା ଉତ୍ତାରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରତ୍ୟେକେ ଅଧିକାର କରିବା ନିମନ୍ତେ ଆପଣା ଆପଣା ଦେଶକୁ ଗଲେ।
Bundan sonra Yeşu halkı gönderdi. İsrailliler paylarına düşen toprakları miras edinmek için yola çıktılar.
7 ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ ମହତ କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯିହୋଶୂୟଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଲୋକମାନେ ସଦାପ୍ରଭୁଙ୍କ ସେବା କଲେ।
Yeşu yaşadıkça ve RAB'bin İsrail için yaptığı büyük işleri görmüş olup Yeşu'dan sonra sağ kalan ileri gelenler durdukça halk RAB'be kulluk etti.
8 ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।
RAB'bin kulu Nun oğlu Yeşu yüz on yaşında öldü.
9 ତହୁଁ ଲୋକମାନେ ଗାଶ୍-ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନତ୍-ହେରସରେ ତାଙ୍କର ଅଧିକାର-ସୀମା ମଧ୍ୟରେ ତାଙ୍କୁ କବର ଦେଲେ।
Onu Efrayim'in dağlık bölgesindeki Gaaş Dağı'nın kuzeyine, kendi mülkünün sınırları içinde kalan Timnat-Heres'e gömdüler.
10 ପୁଣି ସେହି ପିଢ଼ିର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ; ସେମାନଙ୍କ ପରେ ଯେଉଁ ପିଢ଼ିର ଲୋକମାନେ ସଦାପ୍ରଭୁଙ୍କୁ ଜାଣି ନ ଥିଲେ, କି ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କର କୃତ କର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ।
Bu kuşaktan olanların hepsi ölüp atalarına kavuştuktan sonra, RAB'bi tanımayan ve O'nun İsrail için yaptıklarını bilmeyen yeni bir kuşak yetişti.
11 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କର ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ବାଲ୍ ଦେବତାଗଣର ସେବା କଲେ।
İsrailliler RAB'bin gözünde kötü olanı yaptılar, Baallar'a taptılar.
12 ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।
Kendilerini Mısır'dan çıkaran atalarının Tanrısı RAB'bi terk ettiler. Çevrelerinde yaşayan ulusların değişik ilahlarına bağlanıp onlara taparak RAB'bi öfkelendirdiler.
13 ଆହୁରି ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବାଲ୍ଦେବ ଓ ଅଷ୍ଟାରୋତ୍ ଦେବୀଗଣର ସେବା କଲେ।
Çünkü RAB'bi terk edip Baal'a ve Aştoretler'e taptılar.
14 ତହିଁରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ତେଣୁ ସେମାନେ ସେମାନଙ୍କୁ ଲୁଟିଲେ; ଆହୁରି ସେ ସେମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ, ତହିଁରେ ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇ ପାରିଲେ ନାହିଁ।
Bunun üzerine RAB İsrail'e öfkelendi. Onları, her şeylerini alan yağmacıların eline teslim etti; artık karşı koyamadıkları çevredeki düşmanlarının kölesi yaptı.
15 ସଦାପ୍ରଭୁ ଯେପରି କହିଥିଲେ ଓ ସଦାପ୍ରଭୁ ସେମାନଙ୍କ ନିକଟରେ ଯେପରି ଶପଥ କରିଥିଲେ, ତଦନୁସାରେ ସେମାନେ ଯେଉଁଆଡ଼େ ଗଲେ, ସେଆଡ଼େ ଅମଙ୍ଗଳ କରିବାକୁ ସଦାପ୍ରଭୁଙ୍କ ହସ୍ତ ସେମାନଙ୍କର ବିରୁଦ୍ଧ ହେଲା; ଏହିପରି ସେମାନେ ଭାରୀ କ୍ଳେଶରେ ପଡ଼ିଲେ।
RAB söylediği ve ant içtiği gibi, onlara karşı olduğundan, savaşa her gittiklerinde yenilgiye uğradılar. Büyük sıkıntı içindeydiler.
16 ତହୁଁ ସଦାପ୍ରଭୁ ବିଚାରକର୍ତ୍ତାଗଣଙ୍କୁ ଉତ୍ଥାପନ କରି ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
Sonra RAB onları yağmacıların elinden kurtaran hâkimler çıkardı.
17 ତଥାପି ସେମାନେ ଆପଣାମାନଙ୍କ ବିଚାରକର୍ତ୍ତାମାନଙ୍କ କଥା ଶୁଣିଲେ ନାହିଁ, ମାତ୍ର ଅନ୍ୟ ଦେବତାଗଣର ଅନୁଗମନ କରି ବ୍ୟଭିଚାର କଲେ ଓ ସେମାନଙ୍କୁ ପ୍ରଣାମ କଲେ; ସେମାନଙ୍କର ପିତୃଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ଯେଉଁ ପଥରେ ଗମନ କଲେ, ସେମାନେ ତଦନୁସାରେ ନ କରି ସେହି ପଥରୁ ଶୀଘ୍ର ବିମୁଖ ହେଲେ।
Ama hâkimlerini de dinlemediler. RAB'be vefasızlık ederek başka ilahlara taptılar. RAB'bin buyruklarını yerine getiren ataları gibi davranmadılar, onların izlediği yoldan çabucak saptılar.
18 ଆଉ ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ କୌଣସି ବିଚାରକର୍ତ୍ତାକୁ ଉତ୍ଥାପନ କଲେ, ସେତେବେଳେ ସେହି ବିଚାରକର୍ତ୍ତାର ଜୀବନଯାଏ ସଦାପ୍ରଭୁ ତାହାର ସଙ୍ଗେ ସଙ୍ଗେ ଥାଇ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରୁ ଉଦ୍ଧାର କଲେ; କାରଣ ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ।
RAB onlar için ne zaman bir hâkim çıkardıysa, onunla birlikte oldu; hâkim yaşadığı sürece onları düşmanlarının elinden kurtardı. Baskı ve zulüm altında inledikleri zaman RAB onlara acıyordu.
19 ମାତ୍ର ସେହି ବିଚାରକର୍ତ୍ତାର ମୃତ୍ୟୁୁ ହୁଅନ୍ତେ, ସେମାନେ ପୁନର୍ବାର ଫେରି ସେମାନଙ୍କ ପିତୃଲୋକଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଚରଣ କଲେ ଓ ଅନ୍ୟ ଦେବତାଗଣର ସେବା କରି ଓ ସେମାନଙ୍କୁ ପ୍ରଣାମ କରି ସେମାନଙ୍କର ଅନୁଗାମୀ ହେଲେ; ସେମାନେ ଆପଣା ଆପଣା କ୍ରିୟାରୁ ଓ ଅବାଧ୍ୟତା-ମାର୍ଗରୁ କ୍ଷାନ୍ତ ହେଲେ ନାହିଁ।
Ne var ki, hâkimleri ölür ölmez yine başka ilahlara bağlanıyor, onlara kulluk edip tapıyorlardı. Bu yolda atalarından beter oldular. Yaptıkları kötülüklerden ve inatçılıktan vazgeçmediler.
20 ଏହେତୁ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ପୁଣି ସେ କହିଲେ, “ଆମ୍ଭେ ଏହି ଲୋକମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ଏମାନେ ଲଙ୍ଘନ କରିଅଛନ୍ତି ଓ ଆମ୍ଭର ରବ ଶୁଣୁ ନାହାନ୍ତି।
RAB bu yüzden İsrail'e öfkelenerek şöyle dedi: “Madem bu ulus atalarının uymasını buyurduğum antlaşmayı bozdu ve sözümü dinlemedi,
21 ଏହେତୁ ଯିହୋଶୂୟ ମରଣକାଳରେ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲା, ଆମ୍ଭେ ମଧ୍ୟ ସେମାନଙ୍କୁ ଏମାନଙ୍କ ସମ୍ମୁଖରୁ ଅଦ୍ୟାବଧି ଆଉ ତଡ଼ିଦେବା ନାହିଁ;
ben de Yeşu öldüğünde bu topraklarda bıraktığı ulusların hiçbirini artık önlerinden kovmayacağım.
22 ଯେପରି ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ମାର୍ଗ ରକ୍ଷା କରିଥିଲେ, ସେପରି ଏମାନେ ତହିଁରେ ଗମନ କରି ତାହା ରକ୍ଷା କରିବେ କି ନାହିଁ, ଏ ବିଷୟରେ ସେହି ଗୋଷ୍ଠୀୟମାନଙ୍କ ଦ୍ୱାରା ଆମ୍ଭେ ଇସ୍ରାଏଲକୁ ପରୀକ୍ଷା କରିବା।”
Ataları gibi özenle RAB'bin yolundan gidip gitmeyeceklerini görmek için onları bu uluslarla sınayacağım.”
23 ଏଥିପାଇଁ ସଦାପ୍ରଭୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଶୀଘ୍ର ତଡ଼ି ନ ଦେଇ ଅବା ଯିହୋଶୂୟଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ ନ କରି ଅବଶିଷ୍ଟ ରଖିଲେ।
RAB o ulusları hemen kovmamış, Yeşu'nun eline teslim etmeyerek ülkelerinde kalmalarına izin vermişti.