< ବିଚାରକର୍ତ୍ତା 13 >
1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ତହିଁରେ ସଦାପ୍ରଭୁ ଚାଳିଶ ବର୍ଷ ଯାଏ ସେମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ।
Àwọn ọmọ Israẹli sì túnṣe ohun tí ó burú ní ojú Olúwa, Olúwa sì fi wọ́n lé àwọn ará Filistini lọ́wọ́ fún ogójì ọdún.
2 ସେହି ସମୟରେ ଦାନୀୟ ଗୋଷ୍ଠୀ ମଧ୍ୟରେ ସରାୟ ନିବାସୀ ଏକ ମନୁଷ୍ୟ ଥିଲା, ତାହାର ନାମ ମାନୋହ; ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରି ନ ଥିଲା।
Ọkùnrin ará Sora kan wà, orúkọ rẹ̀ a máa jẹ́ Manoa láti ẹ̀yà Dani. Aya rẹ̀ yàgàn kò sì bímọ.
3 ପୁଣି ସଦାପ୍ରଭୁଙ୍କ ଦୂତ ସେହି ସ୍ତ୍ରୀକୁ ଦର୍ଶନ ଦେଇ ତାହାକୁ କହିଲେ, “ଦେଖ, ତୁମ୍ଭେ ବନ୍ଧ୍ୟା ଓ ପ୍ରସବ କରି ନାହଁ; ମାତ୍ର ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ।
Angẹli Olúwa fi ara han obìnrin náà, ó sì wí fún un pé, “Bí ó tilẹ̀ jẹ́ pé ìwọ yàgàn, ìwọ kò sì tí ì bímọ, ìwọ yóò lóyún, ìwọ yóò sì bí ọmọkùnrin kan.
4 ଏହେତୁ ଏବେ ଏହା କର ଓ ତୁମ୍ଭେ ସାବଧାନ ହୁଅ, ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ;
Báyìí rí i dájúdájú pé ìwọ kò mu wáìnì tàbí ọtí líle kankan àti pé ìwọ kò jẹ ohun aláìmọ́ kankan,
5 କାରଣ ଦେଖ, ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ, ଆଉ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ଯେହେତୁ ସେ ବାଳକ ଗର୍ଭାବଧି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ ଓ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିବାକୁ ଆରମ୍ଭ କରିବ।”
nítorí ìwọ yóò lóyún, ìwọ yóò sì bí ọmọkùnrin kan. Má ṣe fi abẹ kan orí rẹ̀, nítorí pé Nasiri, ẹni ìyàsọ́tọ̀ fún Ọlọ́run ni ọmọ náà yóò jẹ́ láti ọjọ́ ìbí rẹ̀. Òun ni yóò bẹ̀rẹ̀ ìdáǹdè àwọn ọmọ Israẹli kúrò ní ọwọ́ àwọn ará Filistini.”
6 ଏଉତ୍ତାରେ ସେହି ସ୍ତ୍ରୀ ଆସି ଆପଣା ସ୍ୱାମୀକୁ କହିଲା, “ପରମେଶ୍ୱରଙ୍କର ଏକ ଲୋକ ମୋʼ ନିକଟକୁ ଆସିଲେ। ତାହାଙ୍କ ରୂପ ପରମେଶ୍ୱରଙ୍କ ଦୂତଙ୍କ ରୂପ ତୁଲ୍ୟ ଅତି ଭୟଙ୍କର; ମାତ୍ର ସେ କେଉଁଠାରୁ ଆସିଲେ, ଏହା ମୁଁ ତାହାଙ୍କୁ ପଚାରିଲି ନାହିଁ, କିଅବା ସେ ଆପଣା ନାମ ମୋତେ କହିଲେ ନାହିଁ;
Nígbà náà ni obìnrin náà tọ ọkọ rẹ̀ lọ, o sì sọ fún un wí pé, “Ènìyàn Ọlọ́run kan tọ̀ mí wá. Ó jọ angẹli Ọlọ́run, ó ba ènìyàn lẹ́rù gidigidi. Èmi kò béèrè ibi tí ó ti wá, òun náà kò sì sọ orúkọ rẹ̀ fún mi.
7 ମାତ୍ର ସେ ମୋତେ କହିଲେ, ‘ଦେଖ, ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ; ଏହେତୁ ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ; କାରଣ ସେହି ବାଳକ ଗର୍ଭାବଧି ମରଣ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ,’”
Ṣùgbọ́n ó sọ fún mi wí pé, ‘Ìwọ yóò lóyún, ìwọ yóò sì bí ọmọkùnrin kan, fún ìdí èyí, má ṣe mu wáìnì tàbí àwọn ọtí líle mìíràn bẹ́ẹ̀ ni kí ìwọ má ṣe jẹ ohunkóhun tí í ṣe aláìmọ́, nítorí pé Nasiri Ọlọ́run ni ọmọ náà yóò jẹ́ láti ọjọ́ ìbí rẹ̀ títí di ọjọ́ ikú rẹ̀.’”
8 ତହିଁରେ ମାନୋହ ସଦାପ୍ରଭୁଙ୍କୁ ବିନତି କରି କହିଲା, “ହେ ପ୍ରଭୋ, ବିନୟ କରୁଅଛି, ପରମେଶ୍ୱରଙ୍କ ଯେଉଁ ଲୋକଙ୍କୁ ଆପଣ ପଠାଇଥିଲେ, ସେ ଆମ୍ଭମାନଙ୍କ ନିକଟକୁ ପୁନର୍ବାର ଆସନ୍ତୁ ଓ ଯେଉଁ ବାଳକ ଜନ୍ମିବ, ତାହା ପ୍ରତି ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏହା ଆମ୍ଭମାନଙ୍କୁ ଶିଖାଉନ୍ତୁ।”
Nígbà náà ni Manoa gbàdúrà sí Olúwa wí pé, “Háà Olúwa, èmi bẹ̀ ọ́, jẹ́ kí ènìyàn Ọlọ́run tí ìwọ rán sí wa padà tọ̀ wá wá láti kọ́ wa bí àwa yóò ti ṣe tọ́ ọmọ tí àwa yóò bí náà.”
9 ତହୁଁ ପରମେଶ୍ୱର ମାନୋହର ରବ ଶୁଣିଲେ; ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ୱରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ; ମାତ୍ର ତାହାର ସ୍ୱାମୀ ମାନୋହ ତାହା ସଙ୍ଗରେ ନ ଥିଲା।
Ọlọ́run fetí sí ohùn Manoa, angẹli Ọlọ́run náà tún padà tọ obìnrin náà wá nígbà tí ó wà ní oko ṣùgbọ́n ọkọ rẹ̀ Manoa kò sí ní ọ̀dọ̀ rẹ̀.
10 ଏଣୁ ସେ ସ୍ତ୍ରୀ ଶୀଘ୍ର ଧାଇଁଯାଇ ଆପଣା ସ୍ୱାମୀକୁ ସମ୍ବାଦ ଦେଇ କହିଲା, “ଦେଖ, ସେଦିନ ଯେଉଁ ଲୋକ ମୋʼ ନିକଟକୁ ଆସିଥିଲେ, ସେ ମୋତେ ଦର୍ଶନ ଦେଇଅଛନ୍ତି।”
Nítorí náà ni obìnrin náà ṣe yára lọ sọ fún ọkọ rẹ̀ pé, “Ọkùnrin tí ó fi ara hàn mí ní ọjọ́sí ti tún padà wá.”
11 ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, “ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ସେ କି ଆପଣ?” ସେ କହିଲେ, “ହଁ, ମୁଁ ସେହି।”
Manoa yára dìde, ó sì tẹ̀lé aya rẹ̀, nígbà tí ó dé ọ̀dọ̀ ọkùnrin náà ó ní, “Ǹjẹ́ ìwọ ni o bá obìnrin yìí sọ̀rọ̀?” Ọkùnrin náà dáhùn pé, “Èmi ni.”
12 ତହୁଁ ମାନୋହ କହିଲା, “ଆପଣଙ୍କ ବାକ୍ୟ ସଫଳ ହେଉ; ବାଳକ ପ୍ରତି କି ବିଧି ଓ ତାହାର କି କାର୍ଯ୍ୟ ହେବ?”
Manoa bi ọkùnrin náà pé, “Nígbà tí ọ̀rọ̀ rẹ bá ṣẹ kí ni yóò jẹ́ ìlànà fún ìgbé ayé àti iṣẹ́ ọmọ náà?”
13 ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, “ଆମ୍ଭେ ସେହି ସ୍ତ୍ରୀକୁ ଯାହା ଯାହା କହିଅଛୁ, ତାହାସବୁ ସେ ମାନୁ।
Angẹli Olúwa náà dáhùn wí pé, “Aya rẹ gbọdọ̀ ṣe gbogbo ohun tí mo ti sọ fún un
14 ସେ ଦ୍ରାକ୍ଷାଲତାଜାତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ, ଅବା ସେ ଦ୍ରାକ୍ଷାରସ କି ମଦ୍ୟ ପାନ ନ କରୁ, କିଅବା କୌଣସି ଅଶୁଚି ଦ୍ରବ୍ୟ ଭୋଜନ ନ କରୁ; ଆମ୍ଭେ ତାହାକୁ ଯାହା ଯାହା ଆଜ୍ଞା କରିଅଛୁ, ତାହାସବୁ ସେ ମାନୁ।”
kò gbọdọ̀ jẹ ohunkóhun tí ó bá ti inú èso àjàrà jáde wá, bẹ́ẹ̀ ni kò gbọdọ̀ mu wáìnì tàbí àwọn ọtí líle mìíràn tàbí jẹ ohunkóhun tí ó bá jẹ́ aláìmọ́. Ó ní láti ṣe ohun gbogbo tí mo ti pàṣẹ fún un.”
15 ଆହୁରି ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ବିନୟ କରୁଅଛି, ଆପଣଙ୍କ ପାଇଁ ଛେଳି ଛୁଆଟିଏ ପ୍ରସ୍ତୁତ କରିବା ଯାଏ ଆମ୍ଭେମାନେ ଆପଣଙ୍କୁ ଅଟକାଇ ରଖୁ।”
Manoa sọ fún angẹli Olúwa náà pé, “Jọ̀wọ́ dára dúró títí àwa yóò fi pèsè ọ̀dọ́ ewúrẹ́ kan fún ọ.”
16 ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, “ତୁମ୍ଭେ ଆମ୍ଭକୁ ଅଟକାଇ ରଖିଲେ ହେଁ ଆମ୍ଭେ ତୁମ୍ଭ ଆହାର ଭୋଜନ କରିବୁ ନାହିଁ; ପୁଣି ଯେବେ ତୁମ୍ଭେ ହୋମବଳି ପ୍ରସ୍ତୁତ କର, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କର।” ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ମାନୋହ ଜାଣି ନ ଥିଲା।
Angẹli Olúwa náà dá Manoa lóhùn pé, “Bí ẹ̀yin tilẹ̀ dá mi dúró, èmi kì yóò jẹ ọ̀kankan nínú oúnjẹ tí ẹ̀yin yóò pèsè. Ṣùgbọ́n tí ẹ̀yin bá fẹ́ ẹ pèsè ọrẹ ẹbọ sísun, kí ẹ sì fi rú ẹbọ sí Olúwa.” (Manoa kò mọ̀ pé angẹli Olúwa ní i ṣe.)
17 ଏଥିଉତ୍ତାରେ ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ଆପଣଙ୍କର ନାମ କଅଣ? ଆପଣଙ୍କ ବାକ୍ୟ ସଫଳ ହେଲେ, ଆମ୍ଭେମାନେ ଆପଣଙ୍କର ଗୌରବ କରିବୁ।”
Manoa sì béèrè lọ́wọ́ angẹli Olúwa náà pé, “Kí ni orúkọ rẹ, kí àwa bá à lè fi ọlá fún ọ nígbà tí ọ̀rọ̀ rẹ bá ṣẹ?”
18 ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଆମ୍ଭ ନାମ କାହିଁକି ପଚାରୁଅଛ, ତାହା ତ ଆଶ୍ଚର୍ଯ୍ୟ?”
Ṣùgbọ́n angẹli Olúwa náà dáhùn pé, “Èéṣe tí ìwọ ń béèrè orúkọ mi? Ìyanu ni, ó kọjá ìmọ̀.”
19 ତହିଁରେ ମାନୋହ ସେହି ଛେଳିଛୁଆ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ତହୁଁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ।
Lẹ́yìn náà ni Manoa mú ọ̀dọ́ ewúrẹ́, pẹ̀lú ẹbọ ọkà, ó sì fi rú ẹbọ lórí àpáta kan sí Olúwa. Nígbà tí Manoa àti ìyàwó dúró tí wọn ń wò Olúwa ṣe ohun ìyanu kan.
20 ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦିର ଅଗ୍ନିଶିଖାରେ ଊର୍ଦ୍ଧ୍ୱଗମନ କଲେ। ସେସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ; ଆଉ ସେମାନେ ଭୂମିରେ ମୁହଁ ମାଡ଼ି ପଡ଼ିଲେ।
Bí ẹ̀là ahọ́n iná ti là jáde láti ibi pẹpẹ ìrúbọ náà sí ọ̀run, angẹli Olúwa gòkè re ọ̀run láàrín ahọ́n iná náà. Nígbà tí wọ́n rí ìṣẹ̀lẹ̀ yìí, Manoa àti aya rẹ̀ wólẹ̀ wọ́n sì dojúbolẹ̀.
21 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ମାନୋହକୁ ଓ ତାହାର ଭାର୍ଯ୍ୟାକୁ ଆଉ ଦର୍ଶନ ଦେଲେ ନାହିଁ। ତହୁଁ ସେ ସଦାପ୍ରଭୁଙ୍କ ଦୂତ ବୋଲି ମାନୋହ ଜାଣିଲା।
Nígbà tí angẹli Olúwa náà kò tún fi ara rẹ̀ han Manoa àti aya rẹ̀ mọ́, Manoa wá mọ̀ pé angẹli Olúwa ni.
22 ଏଣୁ ମାନୋହ ଆପଣା ଭାର୍ଯ୍ୟାକୁ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କୁ ଦେଖିଅଛୁ, ଏଣୁ ଅବଶ୍ୟ ମରିବା।”
Manoa sọ fún aya rẹ̀ pé, “Dájúdájú àwa yóò kú nítorí àwa ti fi ojú rí Ọlọ́run.”
23 ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, “ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥାଆନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରି ନ ଥାଆନ୍ତେ, ଅବା ସେ ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନ ଥାଆନ୍ତେ, କିଅବା ଏସମୟରେ ଏପରି କଥା ଶୁଣାଇ ନ ଥାଆନ୍ତେ।”
Ṣùgbọ́n ìyàwó rẹ̀ dáhùn pé, “Bí Olúwa bá ní èrò àti pa wá kò bá tí gba ẹbọ sísun àti ọrẹ ọkà wa, tàbí fi gbogbo nǹkan wọ̀nyí hàn wá tó sọ nǹkan ìyanu yìí fún wa.”
24 ଏଥିଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରି ତାହାର ନାମ ଶାମ୍ଶୋନ୍ ଦେଲା। ତହୁଁ ସେହି ବାଳକ ବଢ଼ିଲା ଓ ସଦାପ୍ରଭୁ ତାହାକୁ ଆଶୀର୍ବାଦ କଲେ।
Obìnrin náà sì bí ọmọkùnrin kan, ó sì sọ orúkọ rẹ̀ ní Samsoni. Ọmọ náà dàgbà Olúwa sì bùkún un.
25 ପୁଣି ସଦାପ୍ରଭୁଙ୍କ ଆତ୍ମା ସରାୟ ଓ ଇଷ୍ଟାୟୋଲ ମଧ୍ୟବର୍ତ୍ତୀ ମହନୀ-ଦାନରେ ତାହାକୁ ଚଳାଇବାକୁ ଲାଗିଲେ।
Ẹ̀mí Olúwa sì bẹ̀rẹ̀ sí ru sókè nígbà tí ó wà ní Mahane-Dani ní agbede-méjì Sora àti Eṣtaoli.