< ବିଚାରକର୍ତ୍ତା 12 >
1 ଏଥିଉତ୍ତାରେ ଇଫ୍ରୟିମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ, ପୁଣି ସେମାନେ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବା ବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା।”
Àwọn ọkùnrin Efraimu pe àwọn ológun wọn jáde, wọ́n sì rékọjá sí ìhà àríwá, wọ́n sì bi Jefta pé, “Èéṣe tí o fi lọ bá àwọn ará Ammoni jagun láì ké sí wa láti bá ọ lọ? Àwa yóò sun ilé rẹ mọ́ ọ lórí.”
2 ତହିଁରେ ଯିପ୍ତହ ସେମାନଙ୍କୁ କହିଲେ, “ଅମ୍ମୋନ-ସନ୍ତାନଗଣ ସହିତ ମୋହର ଓ ମୋʼ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା; ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ, ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ।
Jefta dáhùn pé, “Èmi àti àwọn ènìyàn ní ìyọnu ńlá pẹ̀lú àwọn ará Ammoni, bí ó tilẹ̀ jẹ́ pé mo pè yín, ẹ̀yin kò gbà mí sílẹ̀ ní ọwọ́ wọn.
3 ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ, ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି, ତହୁଁ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ; ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋʼ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?”
Nígbà tí mo rí i pé ẹ̀yin kò gbà mí, mo fi ẹ̀mí mi wéwu. Mó sì gòkè lọ láti bá àwọn ará Ammoni jà, Olúwa sì fún mi ní ìṣẹ́gun lórí wọn, èéṣe báyìí tí ẹ fi dìde wá lónìí láti bá mi jà?”
4 ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, “ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।”
Nígbà náà ni Jefta kó gbogbo ọkùnrin Gileadi jọ, ó sì bá Efraimu jà. Àwọn ọkùnrin Gileadi sì kọlù Efraimu, nítorí wọ́n ti sọtẹ́lẹ̀ pé, “Ẹ̀yin ará Gileadi jẹ́ àsáwọ̀ àwọn ará Efraimu àti ti Manase.”
5 ପୁଣି ଗିଲୀୟଦୀୟ ଲୋକମାନେ ଇଫ୍ରୟିମୀୟମାନଙ୍କ ନିକଟସ୍ଥ ଯର୍ଦ୍ଦନ ଘାଟ ହସ୍ତଗତ କଲେ; ତହିଁରେ ଇଫ୍ରୟିମର ପଳାତକ କୌଣସି ଲୋକ ଯେତେବେଳେ “ଆମ୍ଭକୁ ପାର ହୋଇ ଯିବାକୁ ଦିଅ” ବୋଲି କହିଲା, ସେତେବେଳେ ଗିଲୀୟଦର ଲୋକମାନେ ତାହାକୁ ପଚାରିଲେ, “ତୁମ୍ଭେ କି ଇଫ୍ରୟିମୀୟ ଲୋକ?” ଯେବେ ସେ କହିଲା, “ନା;”
Àwọn ará Gileadi gba à bá wọ odò Jordani tí wọ́n máa gbà lọ sí Efraimu, nígbàkígbà tí àwọn ará Efraimu bá wí pé, “Jẹ́ kí ń sálọ sí òkè,” lọ́hùn ún àwọn ará Gileadi yóò bi í pé, “Ṣé ará Efraimu ni ìwọ ń ṣe?” Tí ó bá wí pé, “Bẹ́ẹ̀ kọ́,”
6 ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍” ତହିଁରେ ସେ କହିଲା, “ସିବ୍ବୋଲେତ୍,” କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ।
wọ́n ó wí fún un pé, “Ó dá à wí pé ‘Ṣibolẹti.’” Tí ó bá ní, “Sibolẹti,” torí pé kò ní mọ̀ ọ́n pé dáradára, wọ́n á mú un wọn, a sì pa á ni à bá wọ odò Jordani. Àwọn ará Efraimu tí wọn pa ní àkókò yìí jẹ́ ẹgbẹ̀rún méjìlélógójì ọkùnrin.
7 ଯିପ୍ତହ ଛଅ ବର୍ଷ ଇସ୍ରାଏଲର ବିଚାର କଲେ। ଏଥିଉତ୍ତାରେ ଗିଲୀୟଦୀୟ ଯିପ୍ତହ ମଲେ ଓ ଗିଲୀୟଦୀୟ ଏକ ନଗରରେ କବର ପାଇଲେ।
Jefta ṣe ìdájọ́ Israẹli ní ọdún mẹ́fà. Lẹ́yìn náà Jefta ará Gileadi kú, wọ́n sì sin ín sí ọ̀kan nínú àwọn ìlú Gileadi.
8 ତାହା ଉତ୍ତାରେ ବେଥଲିହିମର ଇବ୍ସନ୍ ଇସ୍ରାଏଲର ବିଚାର କଲେ।
Lẹ́yìn Jefta, Ibsani ará Bẹtilẹhẹmu ṣe ìdájọ́ àwọn ọmọ Israẹli.
9 ତାଙ୍କର ତିରିଶ ପୁତ୍ର ଥିଲେ ଓ ସେ ତିରିଶ କନ୍ୟା ବାହାରେ ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ ତିରିଶ କନ୍ୟା ବାହାରୁ ଆଣିଲେ। ପୁଣି ସେ ସାତ ବର୍ଷ ଇସ୍ରାଏଲର ବିଚାର କଲେ।
Ó ní ọgbọ̀n ọmọkùnrin àti ọgbọ̀n ọmọbìnrin fún àwọn tí kì í ṣe ẹ̀yà rẹ̀ gẹ́gẹ́ bí ìyàwó, ó sì fẹ́ ọgbọ̀n àwọn ọmọbìnrin fún àwọn ọmọ rẹ̀ ọkùnrin lára àwọn tí kì í ṣe ẹ̀yà rẹ̀. Ibsani ṣe ìdájọ́ Israẹli fún ọdún méje.
10 ଏଥିଉତ୍ତାରେ ଇବ୍ସନ୍ ମଲେ ଓ ବେଥଲିହିମରେ କବର ପାଇଲେ।
Lẹ́yìn náà ni Ibsani kú, wọ́n sì sin ín sí Bẹtilẹhẹmu.
11 ତାହା ଉତ୍ତାରେ ସବୂଲୂନୀୟ ଏଲୋନ୍ ଇସ୍ରାଏଲର ବିଚାର କଲେ ଓ ସେ ଦଶ ବର୍ଷ ଇସ୍ରାଏଲର ବିଚାର କଲେ।
Lẹ́yìn rẹ̀, Eloni ti ẹ̀yà Sebuluni ṣe àkóso Israẹli fún ọdún mẹ́wàá.
12 ଏଥିଉତ୍ତାରେ ସବୂଲୂନୀୟ ଏଲୋନ୍ ମଲେ ଓ ସବୂଲୂନ ଦେଶସ୍ଥ ଅୟାଲୋନ୍ରେ କବର ପାଇଲେ।
Eloni sì kú, wọ́n sì sin ín sí Aijaloni ní ilẹ̀ Sebuluni.
13 ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ଇସ୍ରାଏଲର ବିଚାର କଲେ।
Lẹ́yìn rẹ̀ ni Abdoni ọmọ Hileli tí Piratoni n ṣe àkóso Israẹli.
14 ଆଉ ତାହାର ଚାଳିଶ ପୁତ୍ର ଓ ତିରିଶ ପୌତ୍ର ଥିଲେ, ସେମାନେ ସତୁରି ଗର୍ଦ୍ଦଭ ଚଢ଼ିଲେ; ପୁଣି ସେ ଆଠ ବର୍ଷ ଇସ୍ରାଏଲର ବିଚାର କଲେ।
Òun ní ogójì ọmọkùnrin àti ọgbọ̀n ọmọ ọmọ àwọn tí ó ń gun àádọ́rin kẹ́tẹ́kẹ́tẹ́. Ó ṣe ìdájọ́ Israẹli ní ọdún mẹ́jọ.
15 ଏଥିଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ମଲେ ଓ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫିରୀୟାଥୋନରେ କବର ପାଇଲେ।
Abdoni ọmọ Hileli sì kú, wọ́n sin ín sí Piratoni ní ilé Efraimu ní ìlú òkè àwọn ará Amaleki.