< ବିଚାରକର୍ତ୍ତା 10 >

1 ଅବୀମେଲକ୍‍ର ମରଣ ଉତ୍ତାରେ ଇଷାଖର ବଂଶୀୟ ଦୋଦୟର ପୌତ୍ର, ପୂୟାର ପୁତ୍ର ତୋଲୟ ଇସ୍ରାଏଲର ଉଦ୍ଧାର ନିମନ୍ତେ ଉତ୍ପନ୍ନ ହେଲେ; ସେ ଇଫ୍ରୟିମ-ପର୍ବତମୟ ଦେଶସ୍ଥ ଶାମୀରରେ ବାସ କଲେ।
Lẹ́yìn ikú Abimeleki, ọkùnrin kan láti ẹ̀yà Isakari tí orúkọ rẹ̀ ń jẹ́ Tola ọmọ Pua, ọmọ Dodo, dìde láti gba Israẹli sílẹ̀. Ní Ṣamiri tí ó wà ní òkè Efraimu ni ó gbé.
2 ପୁଣି ସେ ତେଇଶ ବର୍ଷ ଇସ୍ରାଏଲର ବିଚାର କଲେ; ତହିଁ ଉତ୍ତାରେ ସେ ମଲେ ଓ ଶାମୀରରେ କବର ପାଇଲେ।
Ó ṣe àkóso Israẹli ní ọdún mẹ́tàlélógún. Nígbà tí ó kú wọ́n sìn ín sí Ṣamiri.
3 ତାହା ଉତ୍ତାରେ ଗିଲୀୟଦୀୟ ଯାୟୀର ବିଚାରକର୍ତ୍ତା ହୋଇ ଉଠିଲେ, ସେ ବାଇଶ ବର୍ଷ ଇସ୍ରାଏଲର ବିଚାର କଲେ।
Jairi ti ẹ̀yà Gileadi ni ó dìde lẹ́yìn rẹ̀, ó ṣàkóso Israẹli ní ọdún méjìlélógún.
4 ପୁଣି ତାଙ୍କର ତିରିଶ ପୁତ୍ର ଥିଲେ, ସେମାନେ ତିରିଶ ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରିଶ ନଗର ଥିଲା, ସେହି ସବୁକୁ ଆଜି ପର୍ଯ୍ୟନ୍ତ ହବୋତ୍‍-ଯାୟୀର (ଯାୟୀର ଗ୍ରାମ) ବୋଲାଯାଏ; ତାହାସବୁ ଗିଲୀୟଦ ଦେଶରେ ଅଛି।
Àwọn ọgbọ̀n ọmọ tí ó n gun ọgbọ̀n kẹ́tẹ́kẹ́tẹ́. Wọ́n ṣe àkóso ọgbọ̀n ìlú ní Gileadi, tí a pe orúkọ wọn ní Hafoti-Jairi títí di òní.
5 ଏଉତ୍ତାରେ ଯାୟୀର ମଲେ ଓ କାମୋନରେ କବର ପାଇଲେ।
Nígbà tí Jairi kú wọ́n sin ín sí Kamoni.
6 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ, ଆଉ ବାଲ୍‍ ଦେବତାଗଣର ଓ ଅଷ୍ଟାରୋତ୍‍ ଦେବୀଗଣର ଓ ଅରାମ ଦେବଗଣର ଓ ସୀଦୋନ ଦେବଗଣର ଓ ମୋୟାବ ଦେବଗଣର ଓ ଅମ୍ମୋନ-ସନ୍ତାନମାନଙ୍କ ଦେବଗଣର ଓ ପଲେଷ୍ଟୀୟ ଦେବଗଣର ସେବା କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପାସୋରିଲେ ଓ ତାହାଙ୍କର ସେବା କଲେ ନାହିଁ।
Àwọn ọmọ Israẹli sì túnṣe ohun tí ó burú lójú Olúwa. Wọ́n sin Baali àti Aṣtoreti àti àwọn òrìṣà Aramu, òrìṣà Sidoni, òrìṣà Moabu, òrìṣà àwọn ará Ammoni àti òrìṣà àwọn ará Filistini. Nítorí àwọn ará Israẹli kọ Olúwa sílẹ̀ tí wọn kò sì sìn ín mọ́,
7 ଏନିମନ୍ତେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ଅମ୍ମୋନ-ସନ୍ତାନମାନଙ୍କ ହସ୍ତରେ ସେମାନଙ୍କୁ ବିକ୍ରୟ କଲେ।
ó bínú sí wọn, ó fi wọ́n sílẹ̀ fún àwọn ará Filistini àti Ammoni láti jẹ ẹ́ ní ìyà.
8 ତହିଁରେ ସେମାନେ ସେହି ବର୍ଷ ଇସ୍ରାଏଲ-ସନ୍ତାନଗଣକୁ ଚୂର୍ଣ୍ଣଶୀର୍ଣ୍ଣ କଲେ; ସେମାନେ ଅଠର ବର୍ଷ ପର୍ଯ୍ୟନ୍ତ ଯର୍ଦ୍ଦନପାରିସ୍ଥ ଗିଲୀୟଦର ଅନ୍ତର୍ଗତ ଇମୋରୀୟ ଦେଶ ନିବାସୀ ସମସ୍ତ ଇସ୍ରାଏଲ ସନ୍ତାନ ପ୍ରତି (ଏପରି କଲେ)।
Ní ọdún náà, wọ́n tú wọn ká wọ́n sì pọ́n wọn lójú. Fún ọdún méjìdínlógún ni wọ́n fi ni gbogbo àwọn ọmọ Israẹli tí ó wà ní ìlà-oòrùn odò Jordani ní ilẹ̀ àwọn ará Amori lára (èyí nì ní Gileadi).
9 ଆହୁରି ଅମ୍ମୋନ-ସନ୍ତାନମାନେ ଯିହୁଦା ବିରୁଦ୍ଧରେ, ବିନ୍ୟାମୀନ୍ ବିରୁଦ୍ଧରେ, ଇଫ୍ରୟିମ ବଂଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇଗଲେ; ତହିଁରେ ଇସ୍ରାଏଲ ଅତିଶୟ କ୍ଲେଶ ପାଇଲେ।
Àwọn ará Ammoni sì la odò Jordani kọjá láti bá Juda, Benjamini àti àwọn ará ilé Efraimu jagun: Israẹli sì dojúkọ ìpọ́njú tó lágbára.
10 ତେଣୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, “ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ବାଲ୍‍ ଦେବତାଗଣର ସେବା କରିଅଛୁ।”
Nígbà tí èyí ti ṣẹlẹ̀ àwọn ọmọ Israẹli ké pe Olúwa wí pé, “Àwa ti ṣẹ̀ sí ọ, nítorí pé àwa ti kọ Ọlọ́run wa sílẹ̀, àwa sì ń sin Baali.”
11 ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ଆମ୍ଭେ କି ମିସରୀୟମାନଙ୍କଠାରୁ ଓ ଇମୋରୀୟମାନଙ୍କଠାରୁ, ଅମ୍ମୋନ-ସନ୍ତାନମାନଙ୍କଠାରୁ ଓ ପଲେଷ୍ଟୀୟମାନଙ୍କଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରି ନାହୁଁ?
Olúwa sì dáhùn pé, “Ǹjẹ́ nígbà tí àwọn ará Ejibiti, Amori, Ammoni, Filistini,
12 ଆହୁରି ସୀଦୋନୀୟମାନେ ଓ ଅମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ; ତହିଁରେ ତୁମ୍ଭେମାନେ ଆମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ଆମ୍ଭେ ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ।
àwọn ará Sidoni, Amaleki pẹ̀lú Maoni ni yín lára, tí ẹ sì ké pè mí fún ìrànlọ́wọ́, ǹjẹ́ èmi kò gbà yín sílẹ̀ kúrò ní ọwọ́ wọn?
13 ତଥାପି ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ ଓ ଅନ୍ୟ ଦେବଗଣର ସେବା କରିଅଛ; ଏହେତୁ ଆମ୍ଭେ ଆଉ ତୁମ୍ଭମାନଙ୍କୁ ଉଦ୍ଧାର କରିବା ନାହିଁ।
Síbẹ̀síbẹ̀ ẹ̀yin kọ̀ mí sílẹ̀ láti sin àwọn ọlọ́run mìíràn, torí ìdí èyí, èmi kì yóò sì tún gbà yín mọ́.
14 ତୁମ୍ଭେମାନେ ଯେଉଁ ଦେବଗଣକୁ ମନୋନୀତ କରିଅଛ, ସେମାନଙ୍କ ନିକଟକୁ ଯାଇ କ୍ରନ୍ଦନ କର; ତୁମ୍ଭମାନଙ୍କ ସଙ୍କଟ ସମୟରେ ସେମାନେ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତୁ।”
Ẹ lọ kí ẹ sì ké pe àwọn òrìṣà tí ẹ̀yin ti yàn fún ara yín. Jẹ́ kí wọn gbà yín sílẹ̀ ní àsìkò ìpọ́njú yín!”
15 ଏଥିରେ ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, “ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର।”
Àwọn ọmọ Israẹli sì dá Olúwa lóhùn pé, “Àwa ti ṣẹ̀, ṣe ohun tí ó bá fẹ́ pẹ̀lú wa, ṣùgbọ́n, jọ̀wọ́ gbà wá sílẹ̀ náání àsìkò yìí.”
16 ଏଥିଉତ୍ତାରେ ସେମାନେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବଗଣକୁ ଦୂର କରି ସଦାପ୍ରଭୁଙ୍କର ସେବା କଲେ; ତହିଁରେ ଇସ୍ରାଏଲର ଦୁଃଖରେ ତାହାଙ୍କର ପ୍ରାଣ ଅସ୍ଥିର ହେଲା।
Nígbà náà ni wọ́n kó gbogbo ọlọ́run àjèjì tí ó wà láàrín wọn kúrò wọ́n sì sin Olúwa nìkan, ọkàn rẹ̀ kò sì le gbàgbé ìrora Israẹli mọ́.
17 ସେସମୟରେ ଅମ୍ମୋନ-ସନ୍ତାନଗଣ ଏକତ୍ରିତ ହୋଇ ଗିଲୀୟଦରେ ଛାଉଣି ସ୍ଥାପନ କରିଥିଲେ। ପୁଣି ଇସ୍ରାଏଲ ସନ୍ତାନମାନେ ଏକତ୍ରିତ ହୋଇ ମିସ୍ପାରେ ଛାଉଣି ସ୍ଥାପନ କରିଥିଲେ।
Nígbà tí àwọn ará Ammoni kógun jọ ní Gileadi láti bá Israẹli jà, àwọn ọmọ Israẹli gbárajọpọ̀, wọ́n sì tẹ̀dó ogun ní Mispa.
18 ତହିଁରେ ଗିଲୀୟଦୀୟ ଲୋକମାନେ, ଅର୍ଥାତ୍‍, ଅଧିପତିମାନେ ଏକକୁ ଆରେକ କହିଲେ, “ଅମ୍ମୋନ-ସନ୍ତାନମାନଙ୍କ ସଙ୍ଗରେ କିଏ ଯୁଦ୍ଧ ଆରମ୍ଭ କରିବ? ସେ ଗିଲୀୟଦ ନିବାସୀ ସମସ୍ତ ଲୋକଙ୍କର ମସ୍ତକ ସ୍ୱରୂପ ହେବ।”
Àwọn ìjòyè: aṣíwájú àwọn ará Gileadi wí fún ará wọn pé, “Ẹnikẹ́ni tí yóò kọ́ ṣígun si àwọn ará Ammoni ni yóò jẹ́ orí fún gbogbo àwọn tí ń gbé ní Gileadi.”

< ବିଚାରକର୍ତ୍ତା 10 >