< ଯିହୂଦା 1 >

1 ଯିହୂଦା, ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ ଓ ଯାକୁବଙ୍କ ଭାଇ, ଯେଉଁମାନେ ଆହୂତ ଓ ପିତା ଈଶ୍ବରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
ଆଇଙ୍ଗ୍‌ ଯିହୁଦା, ୟୀଶୁ ଖ୍ରୀଷ୍ଟ୍‌ଆଃ ମିଆଁଦ୍‌ ଦାସି, ଆଡଃ ଯାକୁବ୍‌ଆଃ ହାଗାତେ ତାନିଙ୍ଗ୍‌ । ପାର୍‌ମେଶ୍ୱାର୍‌ ଅକନ୍‌କକେ କେଡ଼ାକାଦ୍‌କଆ, ଆପୁ ପାର୍‌ମେଶ୍ୱାର୍‌ ଅକନ୍‌କକେ ଦୁଲାଡ଼୍‌କାଦ୍‌କଆ, ଆଡଃ ୟୀଶୁ ଖ୍ରୀଷ୍ଟ୍‌ ନାଗେନ୍ତେ ଅକନ୍‌କ ଜାତ୍‌ନାଅକେଦ୍‌ତେ ମାଣ୍ଡାଅକାନାକ, ଇନ୍‌କୁତାଃତେ ନେ ଚିଟାଉ ଅଲେତାନାଇଙ୍ଗ୍‌ ।
2 ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବର୍ତ୍ତୁ।
ପାର୍‌ମେଶ୍ୱାର୍‌ଆଃ ଲିନିବୁଇ, ଜୀଉସୁକୁ, ଆଡଃ ଦୁଲାଡ଼୍‌ ପୁରାଃଗି ଆପେଲଃ ହବାଃଅକା ।
3 ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି।
ହେ ଦୁଲାଡ଼୍‌ ହାଗା ମିଶିକ, ଆଇଙ୍ଗ୍‌ ଆବୁ ସବେନ୍‌କଆଃ ଏନ୍‌ ମିଆଁଦ୍‌ ଜୀଉବାଞ୍ଚାଅ ବିଷାଏରେ ପୁରାଃ ଚିହୁଲ୍‌ତାନ୍‌ଲଃ ଆପେତାଃତେ ଅଲ୍‌ ନାଙ୍ଗ୍‌ ସାନାଙ୍ଗ୍‌ ତାଇକେନାଇଙ୍ଗ୍‌ । ମେନ୍‌ଦ ପାର୍‌ମେଶ୍ୱାର୍‌ ଆୟାଃ ପାବିତାର୍‌ ହଡ଼କକେ ମିସାଗି ଏମାକାଦ୍‌କ ବିଶ୍ୱାସ୍‌ ନାଗେନ୍ତେ ଲାଡ଼ାଇ ଆଡଃ ଆପେକେ ଜୀଉରେ ରାସ୍‌କା ଏମ୍‌ ନାଗେନ୍ତେ ଅଲ ନାଙ୍ଗ୍‌ ଲାଗାତିଙ୍ଗ୍‌ୟାଁଃ ମେନ୍ତେଇଙ୍ଗ୍‌ ମନେକେଦା ।
4 କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ବରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି।
ଚିମିନ୍‌ ହଡ଼କଦ ଉକୁଉକୁତେକ ବଲଆକାନା, ଇନ୍‌କୁ ନାଗେନ୍ତେ ନାଙ୍କ ପାରିୟାଏତେ ନେ ସାଜାଇରେୟାଃ ବିଚାର୍‌ କାଜିଆୟାରାକାନା । ଇନ୍‌କୁ ଏତ୍‌କାନ୍‌କତାନ୍‌କ ଆଡଃ ଆବୁଆଃ ପାର୍‌ମେଶ୍ୱାର୍‌ଆଃ ସାୟାଦ୍‌ ବିଷାଏରେୟାଃ କାଜିକେ ବାଦ୍‌ଲାଏତାନାକ । ଆଡଃ ଆବୁଆଃ ମିଆଁଦ୍‌ଗି ଗମ୍‌କେ ଆଡଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌କେ କାକ ମାନାତିଙ୍ଗ୍‌ ତାନା ।
5 ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ।
ପ୍ରାଭୁ ମିସାର୍‌ ଦିଶୁମ୍‌ଏତେ ଇସ୍ରାଏଲ୍‌ ହଡ଼କକେ ବାଞ୍ଚାଅକେଦ୍‌କଆ, ଆଡଃ କା ବିଶ୍ୱାସ୍‌ତାନ୍‌କକେ ଜିୟନ୍‌କେଦ୍‌କଆ ନେ ସବେନାଃ ଆପେ ସାରିତାନ୍‌ରେୟ, ଆଇଙ୍ଗ୍‌ ଆପେକେ ପାହାମ୍‌ଇଚି ନାଙ୍ଗ୍‌ ମନେକେଦାଇଙ୍ଗ୍‌ ।
6 ପୁଣି, ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହା ବିଚାର ଦିନ ପର୍ଯ୍ୟନ୍ତ ଅନନ୍ତସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି। (aïdios g126)
ଦୁଁତ୍‌କ ଆକଆଃ ମାରାଙ୍ଗ୍‌ ଠାୟାଦ୍‌ କା ଦହକେଦ୍‌ତେ ଆକଆଃ ତାଇନଃ ଠାୟାଦ୍‌ ବାଗିକେଦାକ । ପାର୍‌ମେଶ୍ୱାର୍‌ ଇନ୍‌କୁକେ ଏନ୍‌ ମାରାଙ୍ଗ୍‌ ସାଜାଇହୁଲାଙ୍ଗ୍‌ ଜାକେଦ୍‌ ଜାନାଅ ଜାନାଅରେୟାଃ ସିକ୍‌ଡ଼ି ତନଲ୍‌ରେ ତଲ୍‌କେଦ୍‌ତେ ନୁବାଗାକାନ୍‌ ଠାୟାଦ୍‌ରେ ଦହକାଦ୍‌କଆ, ଏନା ପାହାମେପେ । (aïdios g126)
7 ସେହିପରି ସଦୋମ ଓ ଗମୋରା ପୁଣି, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି। (aiōnios g166)
ସୋଦମ୍‌ ଆଡଃ ଗମ୍‌ରା, ଆଡଃ ହପର୍‌ଜାପାଃକରାଃ ନାଗାର୍‌ରେନ୍‌ ହଡ଼କକେ ପାହାମ୍‌କପେ । ଇନ୍‌କୁ ଆପାଙ୍ଗିର୍‌କାମି ଆଡଃ କା ବାୟୁଃଲେକାନ୍‌ ଏତ୍‌କାନ୍‌କାମିକରେକ ବାଲୁୟାନା । ଏଟାଃ ସବେନ୍‌କକେ ଚେତାଅ ନାଗେନ୍ତେ ଇନ୍‌କୁ ଜାନାଅ ସେଙ୍ଗେଲ୍‌ରେ ସାଜାଇକ ନାମେତାନା । (aiōnios g166)
8 ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ଅଧିକାରୀମାନଙ୍କର ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି।
ଏନ୍‌ଲେକାଗି, କୁମୁନେଲ୍‌ତାନ୍‌ ନେ ସବେନ୍‌କହଗି ଆକଆଃ ହଡ଼୍‌ମକ ସତ୍‌ରାଏତାନା, ଆଡଃ ପାର୍‌ମେଶ୍ୱାର୍‌ଆଃ ଆକ୍‌ତେୟାର୍‌ କାକ ମାନାତିଙ୍ଗ୍‌ ତାନା ଆଡଃ ମାନାରାଙ୍ଗ୍‌ରେୟାଃ ପେଡ଼େଃକେକ ହିଲାଙ୍ଗ୍‌ ତାନା ।
9 କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ।
ମେନ୍‌ଦ ମୁଲ୍‌ ସିର୍ମାଦୁତ୍‌ ମିଖେଲ୍‌ହ ନେ'ଲେକା କାମି କାଏ କାମିକାଦ୍‌ ତାଇକେନା । ମୁଶା ନାବୀରାଃ ଗଏଃ ହଡ଼୍‌ମ ଇଦିକେଦ୍‌ତେ ସାଏତାନ୍‌ଲଃ କାପ୍‌ଜିତାଇକେନ୍‌ ଇମ୍‌ତା ମିଖେଲ୍‌ ନିନ୍ଦାକେଦ୍‌ତେ ସାଏତାନ୍‌କେ କାଏ ବିଚାର୍‌କାଇ ତାଇକେନା । ପ୍ରାଭୁ ଆମ୍‌କେ ଏଗେର୍‌ମେକାଏ ମେନ୍ତେ ଇନିଃ କାଜିକାଦ୍‌ ତାଇକେନାଏ ।
10 ଅନ୍ୟ ପକ୍ଷରେ ଏମାନେ ଯେଉଁ ସମସ୍ତ ବିଷୟ ଜାଣନ୍ତି ନାହିଁ, ସେହି ସବୁର ନିନ୍ଦା କରନ୍ତି, ପୁଣି, ଅଜ୍ଞାନ ପଶୁ ପରି ଯାହା ଯାହା ସ୍ୱାଭାବିକ ଭାବେ ବୁଝନ୍ତି, ସେ ସବୁ ଦ୍ୱାରା ବିନଷ୍ଟ ହୁଅନ୍ତି।
୧୦ମେନ୍‌ଦ ନେ ହଡ଼କ ଅକ୍‌ନାଃ କାକ ଆଟ୍‌କାର୍‌ଉରୁମେୟାଁ ଏନ୍‌ ବିଷାଏରେ ଏତ୍‌କାନ୍‌ କାଜିକ କାଜିୟା, ଆଡଃ ଜାଁତୁ ଲେକା ଆକଆଃ ସଭାବ୍‌ଲଃ ଆଟ୍‌କାର୍‌ଉରୁମଃଆକ, ଆଡଃ ଏନ୍‌ ସବେନାଃ ନାଗେନ୍ତେକ ଜିୟନଃଆ ।
11 ହାୟ, ସେମାନେ ସନ୍ତାପର ପାତ୍ର, କାରଣ ସେମାନେ କୟିନର ପଥରେ ଚାଲିଯାଇଅଛନ୍ତି, ଅର୍ଥଲୋଭ ସକାଶେ ବିଲୀୟାମ ଭ୍ରାନ୍ତିରେ ପଡ଼ିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି।
୧୧ହାଏ, ଇନ୍‌କୁ ନାଗେନ୍ତେ ନେଆଁଁ ପୁରାଃ ବରୱାନ୍‌ଗିୟା, ଚିୟାଃଚି ଇନ୍‌କୁଦ କୟିନ୍‌ଆଃ ଏତ୍‌କାନ୍‌ ହରାକ ଅତଙ୍ଗ୍‌କାଦା । ବାଲାମ୍‌ ଟାକା ପାଏସାରାଃ ହାୟାତେ ଭୁଲ୍‌ କାମିକେଦାଏ । ଏନ୍‌ଲେକାଗି ଇନ୍‌କୁ ବେଦାକାନାକ ଆଡଃ କୋରହ ଲେକା ହାଲାଗୁଲାରେକ ଜିୟନଃତାନା ।
12 ସେମାନେ ନିର୍ଭୟରେ ତୁମ୍ଭମାନଙ୍କ ସହିତ ଭୋଜନପାନ କରି ତୁମ୍ଭମାନଙ୍କ ପ୍ରେମଭୋଜିର କଳଙ୍କ ସ୍ୱରୂପ ଅଟନ୍ତି; ସେମାନେ ଆପଣା ଆପଣା ଉଦର ପରିପୂର୍ଣ୍ଣ କରନ୍ତି; ସେମାନେ ବାୟୁଚାଳିତ ଜଳଶୂନ୍ୟ ମେଘ ତୁଲ୍ୟ; ସେମାନେ ଦୁଇ ଥର ମୃତ, ମୂଳରୁ ଉତ୍ପାଟିତ ହେମନ୍ତ କାଳର ଫଳଶୂନ୍ୟବୃକ୍ଷ ସଦୃଶ;
୧୨ଇନ୍‌କୁ ବେଗାର୍‌ ଗିହୁଃତେ ଆପେଲଃ ଜମ୍‌ ନୁଁ କେଦ୍‌ତେ ଆପେୟାଃ ଦୁପୁଲାଡ଼୍‌ ମେନେସା ଜମେୟାଃଁରେ ମାଇଲାକାନ୍‌ ଦାଗ୍‌ଲେକାନ୍‌କ ତାନ୍‌କ । ଇନ୍‌କୁ ଆକଆଃନାଙ୍ଗ୍‌ ଏସ୍‌କାର୍‌ ଜାତାନ୍‌ଇଦିୟାକ, ଇନ୍‌କୁ ହୟତେ ଅଟାଙ୍ଗ୍‌ଅଃତାନ୍‌ ଦାଆଃ ବାନଃ ରିମିଲ୍‌ ଲେକାନ୍‌କ ତାନ୍‌କ । ଇନ୍‌କୁ ରାବାଙ୍ଗ୍‌ ସାହାରେ ଜ ବାନଃ ଦାରୁ ଲେକାନ୍‌କ ତାନ୍‌କ, ଆଡଃ ରେହେଦ୍‌ସାମେଦ୍‌ ତୁଦ୍‌କେଦ୍‌ତେ ଗଜାକାନ୍‌ ଲେକାନ୍‌କ ତାନ୍‌କ ।
13 ସେମାନେ ଆପଣା ଆପଣା ଲଜ୍ଜା ସ୍ୱରୂପ ଫେଣ ଉଦ୍ଗାରକାରୀ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ; ସେମାନେ ଭ୍ରମଣକାରୀ ତାରା ତୁଲ୍ୟ; ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ଅନନ୍ତକାଳ ରଖାଯାଇଅଛି। (aiōn g165)
୧୩ଇନ୍‌କୁ ଦରେୟାରାଃ ବରୱାନ୍‌ ଆଲ୍‌ପୁଙ୍ଗ୍‌ ଲେକାନ୍‌କ ତାନ୍‌କ, ଆକଆଃ ଗିହୁଗଃ ଲେକାନ୍‌ କାମିକ ପୁତ୍‌ରିଦ୍‌ ଲେକା ଚେତାନ୍‌ରେ ନେଲଃତାନା । ଇନ୍‌କୁ ହନର୍‌ବାଡ଼ାତାନ୍‌ ଇପିଲ୍‌କ ଲେକାନ୍‌କ ତାନ୍‌କ, ପାର୍‌ମେଶ୍ୱାର୍‌ ଇନ୍‌କୁନାଙ୍ଗ୍‌ କୁଲ୍‌କୁଲ୍‌ ନୁବାଃରେୟାଃ ଗାଡ଼ା ଜାନାଅ ଜାନାଅ ନାଙ୍ଗ୍‌ ଦହାକାଦାଏ । (aiōn g165)
14 ଆଦମଙ୍କଠାରୁ ସପ୍ତମ ପୁରୁଷ ଯେ ହନୋକ, ସେ ମଧ୍ୟ ସେମାନଙ୍କ ବିଷୟରେ ଭାବବାଣୀ ପ୍ରଚାର କରି କହିଥିଲେ,
୧୪ଆଦାମ୍‌ତାଃଏତେ ସାତ୍‌ଠୁ କିଲିରେନ୍‌ ହନୋକ୍‌ ନୁତୁମ୍‌ ହଡ଼ ସିଦା ଦିପିଲିଏତେ ନେ ବିଷାଏରେ ଆୟାର୍‌କାଜି କାଜିକାଦ୍‌ ତାଇକେନା: “ପ୍ରାଭୁ ଆୟାଃ ହାଜାର୍‌ ହାଜାର୍‌ ପାବିତାର୍‌ ଦୁଁତ୍‌କଲଃ
15 ଦେଖ, ପ୍ରଭୁ ସମସ୍ତଙ୍କର ବିଚାର କରିବା ନିମନ୍ତେ, ପୁଣି, ଅଧାର୍ମିକ ଲୋକ ସମସ୍ତେ ନିଜ ନିଜ ଅଧାର୍ମିକତାରେ ଯେଉଁସବୁ ଅଧର୍ମ କର୍ମ କରିଅଛନ୍ତି ଓ ଅଧାର୍ମିକ ପାପୀମାନେ ତାହାଙ୍କ ବିରୁଦ୍ଧରେ ଯେଉଁସବୁ କଟୁ କଥା କହିଅଛନ୍ତି, ସେ ସମସ୍ତ ବିଷୟରେ ସେମାନଙ୍କୁ ଦୋଷୀ କରି ଦଣ୍ଡ ଦେବା ନିମନ୍ତେ ଆପଣା ଅୟୁତ ଅୟୁତ ସାଧୁଙ୍କ ସହିତ ଆସୁଅଛନ୍ତି।
୧୫ସବେନ୍‌କଆଃ ବିଚାର୍‌ ନାଗେନ୍ତେ ହିଜୁଃଆ । କା ଧାର୍‌ମାନ୍‌ ହଡ଼କ ଏତ୍‌କାନ୍‌ କାମିକାଦ୍‌ ନାଗେନ୍ତେ ଆଡଃ ପ୍ରାଭୁଆଃ ବିରୁଧ୍‌ରେ ଏତ୍‌କାନ୍‌ କାଜି କାଜିକାଦ୍‌ ନାଗେନ୍ତେ ଜୀଉରେ ସାଜାଇ ଏମାକଆଏ ।”
16 ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୁଅଭିଳାଷରେ ଚାଳିତ; ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ୱାର୍ଥସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି।
୧୬ନେ ହଡ଼କ ସବେନ୍‌ ଇମ୍‌ତା କା ସୁକୁଆନ୍‌ କାଜିକ କାଜିତାନା ଆଡଃ ଏଟାଃକକେ ଚିଟାକ ତାନା । ଇନ୍‌କୁ ଆକଆଃ ଏତ୍‌କାନ୍‌ ସାନାଙ୍ଗ୍‌ଲେକାକ ସେସେନ୍‌ତାନା, ଆକଆଃ ମଚାଏତେ ମାପ୍‌ରାଙ୍ଗ୍‌ କାଜିକ ଅଡଙ୍ଗ୍‌ଅଃତାନା ଆଡଃ ଇନ୍‌କୁ ଆକଆଃ ବୁଗିନାଃ ନାଗେନ୍ତେ ଏଟାଃକଆଃ ମାଇନାନ୍‌ କାଜିକ କାଜିୟାଃ ।
17 କିନ୍ତୁ, ହେ ପ୍ରିୟମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତମାନେ ପୂର୍ବେ ଯେଉଁସବୁ କଥା କହିଅଛନ୍ତି, ସେହିସବୁ ସ୍ମରଣ କର;
୧୭ହେ ଦୁଲାଡ଼୍‌ ହାଗା ମିଶିକ, ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ପ୍ରେରିତ୍‌କ ସିଦା ଦିପିଲିରେ କାଜିକାଦ୍‌ତେୟାଃ ପାହାମେପେ,
18 ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷକାଳରେ ଆପଣା ଆପଣା କୁଅଭିଳାଷାନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ।
୧୮ଇନ୍‌କୁ ଆପେକେ କାଜିକାଦ୍‌ପେୟାକ, “ଟୁଣ୍ଡୁ ଦିପିଲି ହିଜୁଃରେ, ଆକଆଃ ଏତ୍‌କାନ୍‌ ସାନାଙ୍ଗ୍‌ରେ ସେସେନ୍‌ତାନ୍‌ ହଡ଼କ ହିଜୁଃଆ ଆଡଃ ଆପେକେ ଲାନ୍ଦାପେୟାକ ।”
19 ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକମନା ଓ ଈଶ୍ବରଙ୍କ ଆତ୍ମାବିହୀନ।
୧୯ଏନ୍‌ ହଡ଼କଗି ବିନ୍‌ଗାଅତେୟାଃ ଏଟେଦାଃକ । ଇନ୍‌କୁ ଆକଆଃ ହଡ଼୍‌ମରାଃ ଏତ୍‌କାନ୍‌ ସାନାଙ୍ଗ୍‌ତେ ସେସେନାଃକ ଆଡଃ ଇନ୍‌କୁରେ ପାର୍‌ମେଶ୍ୱାର୍‌ଆଃ ଆତ୍ମା ବାନଃଆ ।
20 କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣା ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର,
୨୦ମେନ୍‌ଦ ହେ ଦୁଲାଡ଼୍‌କ, ଆପେ ପାବିତାର୍‌ ଧାରାମ୍‌ ବିଶ୍ୱାସ୍‌ରେ ଆପେୟାଃ ଜୀୱାନ୍‌କେ ବାଇକାତେପେ, ଆଡଃ ପାବିତାର୍‌ ଆତ୍ମାରାଃ ପେଡ଼େଃତେ ବିନ୍ତିପେ ।
21 ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ବରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ। (aiōnios g166)
୨୧ଆଡଃ ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ଲିବୁଇତେ ଜାନାଅ ଜୀଦାନ୍‌ ନାମେ ନାଙ୍ଗ୍‌ ତାଙ୍ଗିତାନ୍‌ଲଃ ପାର୍‌ମେଶ୍ୱାର୍‌ଆଃ ଦୁଲାଡ଼୍‌ରେ ତାଇନ୍‌କାନ୍‌ପେ । (aiōnios g166)
22 ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର।
୨୨ଆଡ଼ାଃଉଡ଼ୁଃଗଃ ତାନ୍‌ ହଡ଼କଆଃ ମନ୍‌ରେ ଲିନିବୁଇ ଉଦୁବ୍‌କପେ;
23 ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ରକୁ ମଧ୍ୟ ଘୃଣା କରି ଭୟ ସହକାରେ ଆଉ କେତେକଙ୍କୁ ଦୟା କର।
୨୩ଏଟାଃକକେ ସେଙ୍ଗେଲ୍‌ହେତେ ଥାଇଜ୍‌ ଅଡଙ୍ଗ୍‌କତାନ୍‌ ଲେକା ବାଞ୍ଚାଅକପେ, ଆଡଃ ଚିମିନ୍‌ ହଡ଼କଆଃ ପାପ୍‌ତେ ହୁମୁଆକାନ୍‌ ତୁସିଙ୍ଗ୍‌ ଲିଜାଃକେହ ହିଲାଙ୍ଗ୍‌ୟେଁପେ, ମେନ୍‌ଦ ବରତାନ୍‌ଲଃ ଇନ୍‌କୁକେ ଲିବୁଇକପେ ।
24 ଯେ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ,
୨୪ଅକଏଚି ଆପେକେ ଗୁହ୍ନାଁଁଏତେ ବାଚାଅ ଦାଡ଼ିୟାଏ, ଆଡଃ ଆୟାଃ ମାନାରାଙ୍ଗ୍‌ରେୟାଃ ଆୟାର୍‌ରେ ବେଗାର୍‌ ଚିଟାକାନ୍‌ ଆଡଃ ପୁରାଃ ରାସ୍‌କାତେ ଆଉ ଦାଡ଼ିୟାଏ,
25 ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ବର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର। ଆମେନ୍‍। (aiōn g165)
୨୫ଏନ୍‌ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ହରାତେ ଆବୁଆଃ ମିଆଁଦ୍‌ଗି ଜୀଉବାଞ୍ଚାଅନିଃ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌, ମାଇନାନ୍‌, ପୁରାଃ ପେଡ଼େଃ, ଆଡଃ ଆକ୍‌ତେୟାର୍‌, ସବେନ୍‌ ଯୁଗ୍‌ହେତେ ସିଦା, ନାହାଁଃ ଆଡଃ ଜାନାଅ ଜାନାଅଗି ଆୟାଃ ହବାଅଃକା! ଆମେନ୍‌ । (aiōn g165)

< ଯିହୂଦା 1 >