< ଯିହୋଶୂୟ 7 >

1 ମାତ୍ର ଇସ୍ରାଏଲ-ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କଲେ; କାରଣ ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍‍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍‍ ବର୍ଜିତ ବସ୍ତୁରୁ କିଛି ହରଣ କଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
Ṣùgbọ́n àwọn ará Israẹli ṣe àìṣòótọ́ nípa ohun ìyàsọ́tọ̀, Akani ọmọ Karmi, ọmọ Sabdi, ọmọ Sera, ẹ̀yà Juda, mú nínú wọn. Bẹ́ẹ̀ ni ìbínú Olúwa ru sí àwọn ará Israẹli.
2 ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବେଥେଲ୍‍ର ପୂର୍ବଦିଗସ୍ଥିତ ବେଥ୍-ଆବନର ପାର୍ଶ୍ୱସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, “ଉଠ, ଯାଇ ଦେଶ ଅନୁସନ୍ଧାନ କର;” ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ।
Joṣua rán àwọn ọkùnrin láti Jeriko lọ sí Ai, tí ó súnmọ́ Beti-Afeni ní ìlà-oòrùn Beteli, ó sì sọ fún wọn pé, “Ẹ gòkè lọ kí ẹ sì ṣe ayọ́lẹ̀wò.” Bẹ́ẹ̀ ni àwọn arákùnrin náà lọ, wọ́n sì yọ́ Ai wò.
3 ଏଉତ୍ତାରେ ସେମାନେ ଯିହୋଶୂୟଙ୍କ ନିକଟକୁ ଫେରିଆସି ତାଙ୍କୁ କହିଲେ, “ସମସ୍ତ ଲୋକ ନ ଯାଉନ୍ତୁ; କେବଳ ଦୁଇ ତିନି ସହସ୍ର ଲୋକ ଯାଇ ଅୟ ନଗର ପରାସ୍ତ କରନ୍ତୁ; ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପମାତ୍ର।”
Nígbà tí wọ́n padà sí ọ̀dọ̀ Joṣua, wọ́n wí pé, “Kì í ṣe gbogbo àwọn ènìyàn ni ó ni láti gòkè lọ bá Ai jà. Rán ẹgbẹ̀rún méjì tàbí ẹgbẹ̀rún mẹ́ta ọkùnrin láti gbà á, kí ó má ṣe dá gbogbo àwọn ènìyàn ní agara, nítorí ìba ọkùnrin díẹ̀ ní ó wà níbẹ̀.”
4 ତେଣୁ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ସହସ୍ର ସେଠାକୁ ଗଲେ, ମାତ୍ର ସେମାନେ ଅୟ ନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ।
Bẹ́ẹ̀ ní àwọn bí ẹgbẹ̀rún mẹ́ta ọkùnrin lọ; ṣùgbọ́n àwọn ọkùnrin Ai lé wọn sá.
5 ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ ଛତିଶ ଜଣଙ୍କୁ ଆଘାତ କଲେ; ନଗରଦ୍ୱାରରୁ ଶବାରୀମ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିନେଇ ଗଡ଼ନ୍ତି ବାଟରେ ଆଘାତ କଲେ; ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା।
Àwọn ènìyàn Ai sì pa àwọn bí mẹ́rìndínlógójì nínú wọn. Wọ́n sì ń lépa àwọn ará Israẹli láti ibodè ìlú títí dé Ṣebarimu, wọ́n sì pa àwọn tí ń sọ̀kalẹ̀. Àyà àwọn ènìyàn náà sì já, ọkàn wọn sì pami.
6 ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।
Joṣua sì fa aṣọ rẹ̀ ya, ó sì dojúbolẹ̀ níwájú àpótí ẹ̀rí Olúwa títí di àṣálẹ́. Àwọn àgbà Israẹli sì ṣe bákan náà, wọ́n ku eruku sí orí wọn.
7 ପୁଣି ଯିହୋଶୂୟ କହିଲେ, “ହାୟ ହାୟ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର କରାଇ ଆଣିଲ କାହିଁକି, କି ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଯର୍ଦ୍ଦନ ସେପାରିରେ ରହିଥାʼନ୍ତୁ!
Joṣua sì wí pé, “Háà, Olúwa Olódùmarè, nítorí kín ni ìwọ ṣe mú àwọn ènìyàn yìí kọjá Jordani, láti fi wọ́n lé àwọn ará Amori lọ́wọ́, láti pa wọn run? Àwa ìbá mọ̀ kí a dúró ní òdìkejì Jordani?
8 ହେ ପ୍ରଭୋ, ମୁଁ କଅଣ କହିବି, ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରି ଆସିଲାଣି।
Olúwa, kín ni èmi yóò sọ nísinsin yìí tí Israẹli sì ti sá níwájú ọ̀tá a rẹ̀?
9 କାରଣ କିଣାନୀୟମାନେ ଓ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କʼଣ କରିବ?”
Àwọn Kenaani àti àwọn ènìyàn ìlú tí ó kù náà yóò gbọ́ èyí, wọn yóò sì yí wa ká, wọn yóò sì ké orúkọ wa kúrò ní ayé. Kí ni ìwọ ó ha ṣe fún orúkọ ńlá à rẹ?”
10 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଉଠ, ଏ କଅଣ, ତୁମ୍ଭେ କାହିଁକି ଅଧୋମୁଖ ହୋଇ ପଡ଼ିଅଛ?
Olúwa sì sọ fún Joṣua pé, “Dìde! Kín ni ìwọ ń ṣe tí ó fi dojúbolẹ̀?
11 ଇସ୍ରାଏଲ ପାପ କରିଅଛନ୍ତି; ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ସେମାନେ ଲଙ୍ଘନ କରିଅଛନ୍ତି; ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି।
Israẹli ti ṣẹ̀, wọ́n sì ti ba májẹ̀mú mi jẹ́, èyí tí mo pàṣẹ fún wọn pé kí wọn pamọ́. Wọ́n ti mú nínú ohun ìyàsọ́tọ̀, wọ́n ti jí, wọ́n pa irọ́, wọ́n ti fi wọ́n sí ara ohun ìní wọn.
12 ଏଥିଲାଗି ଇସ୍ରାଏଲ-ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁ ନାହାନ୍ତି, ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁ ଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ, ଆମ୍ଭେ ଆଉ ତୁମ୍ଭମାନଙ୍କ ସଙ୍ଗରେ ରହିବା ନାହିଁ।
Ìdí nì èyí tí àwọn ará Israẹli kò fi lè dúró níwájú àwọn ọ̀tá wọn; wọ́n yí ẹ̀yìn wọn padà, wọ́n sì sálọ níwájú ọ̀tá a wọn nítorí pé àwọn gan an ti di ẹni ìparun. Èmi kì yóò wà pẹ̀lú u yín mọ́, bí kò ṣe pé ẹ̀yin pa ohun ìyàsọ́tọ̀ run kúrò ní àárín yín.
13 ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।
“Lọ, ya àwọn ènìyàn náà sí mímọ́. Sọ fún wọn pé, ‘Ẹ ya ara yín sí mímọ́ fún ọ̀la, nítorí báyìí ni Olúwa, Ọlọ́run Israẹli wí, ohun ìyàsọ́tọ̀ kan ń bẹ ní àárín yín, Israẹli. Ẹ̀yin kì yóò lè dúró níwájú àwọn ọ̀tá a yín títí ẹ̀yin yóò fi mú kúrò.
14 ଏନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ; ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ; ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ।
“‘Ní òwúrọ̀, kí ẹ mú ará yín wá síwájú ní ẹ̀yà kọ̀ọ̀kan. Ẹ̀yà tí Olúwa bá mú yóò wá sí iwájú ní agbo ilé kọ̀ọ̀kan, agbo ilé tí Olúwa bá mú yóò wá sí iwájú ní ìdílé kọ̀ọ̀kan, ìdílé tí Olúwa bá sì mú yóò wá sí iwájú ní ẹni kọ̀ọ̀kan.
15 ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।”
Ẹnikẹ́ni tí a bá ká mọ́ pẹ̀lú ohun ìyàsọ́tọ̀ náà, a ó fi iná pa á run, pẹ̀lú gbogbo ohun tí ó ní. Ó ti ba májẹ̀mú Olúwa jẹ́, ó sì ti ṣe nǹkan ìtìjú ní Israẹli!’”
16 ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଇଲେ; ତହିଁରେ ଯିହୁଦା ବଂଶ ନିର୍ଣ୍ଣୀତ ହେଲା।
Ní kùtùkùtù òwúrọ̀ ọjọ́ kejì, Joṣua mú Israẹli wá síwájú ní ẹ̀yà kọ̀ọ̀kan, a sì mú ẹ̀yà Juda.
17 ତହୁଁ ସେ ଯିହୁଦା ଗୋଷ୍ଠୀକୁ ନିକଟକୁ ଅଣାନ୍ତେ, ସେରହର ଗୋଷ୍ଠୀ ନିର୍ଣ୍ଣୀତ ହେଲା; ତହୁଁ ସେ ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ସବ୍‍ଦି ନିର୍ଣ୍ଣୀତ ହେଲା।
Àwọn agbo ilé e Juda wá sí iwájú, ó sì mú agbo ilé Sera. Ó sì mú agbo ilé Sera wá síwájú ní ìdílé kọ̀ọ̀kan, a sì mú ìdílé Sabdi.
18 ତହୁଁ ସେ ତାହାର ପରିବାରର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍‍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍‍ ନିର୍ଣ୍ଣୀତ ହେଲା।
Joṣua sì mú ìdílé Simri wá síwájú ní ọkùnrin kọ̀ọ̀kan, a sì mú Akani ọmọ Karmi, ọmọ Sabdi, ọmọ Sera ti ẹ̀yà Juda.
19 ତେବେ ଯିହୋଶୂୟ ଆଖନ୍‍କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର; ଆଚ୍ଛା, ତୁମ୍ଭେ କଅଣ କରିଅଛ, ମୋତେ କୁହ; ମୋʼ ଠାରୁ ତାହା ଲୁଚାଅ ନାହିଁ।”
Nígbà náà ní Joṣua sọ fún Akani pé, “Ọmọ mi fi ògo fún Olúwa, Ọlọ́run Israẹli, kí o sì fi ìyìn fún un. Sọ fún mi ohun tí ìwọ ti ṣe, má ṣe fi pamọ́ fún mi.”
20 ତହିଁରେ ଆଖନ୍‍ ଉତ୍ତର କରି ଯିହୋଶୂୟଙ୍କୁ କହିଲା, “ସତ୍ୟ, ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ମୁଁ ଅମୁକ ଅମୁକ କାର୍ଯ୍ୟ କରିଅଛି।
Akani sì dáhùn pé, “Òtítọ́ ni! Mo ti ṣẹ̀ sí Olúwa, Ọlọ́run Israẹli. Nǹkan tí mo ṣe nìyìí,
21 ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ ଦୁଇ ଶହ ଶେକଲ ରୂପା ଓ ପଚାଶ ଶେକଲ ପରିମିତ ଏକ ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି; ଆଉ ଦେଖ, ସେସବୁ ମୋʼ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି, ଆଉ ରୂପା ତହିଁ ତଳେ ଅଛି।”
nígbà tí mo rí ẹ̀wù Babeli kan tí ó dára nínú ìkógun, àti igba ṣékélì fàdákà àti odindi wúrà olóṣùnwọ́n àádọ́ta ṣékélì, mo ṣe ojúkòkòrò wọn mo sì mú wọn. Mo fi wọ́n pamọ́ ní abẹ́ àgọ́ mi àti fàdákà ní abẹ́ rẹ̀.”
22 ଏଥିରେ ଯିହୋଶୂୟ ଦୂତ ପଠାନ୍ତେ, ସେମାନେ ତମ୍ବୁକୁ ଦୌଡ଼ି ଗଲେ; ଆଉ ଦେଖ, ତାହା ତାହାର ତମ୍ବୁରେ ପୋତା ଓ ତହିଁ ତଳେ ରୂପା ଅଛି।
Bẹ́ẹ̀ ni Joṣua ran àwọn òjíṣẹ́, wọ́n sì sáré wọ inú àgọ́ náà, ó sì wà níbẹ̀, a sì fi pamọ́ nínú àgọ́ ọ rẹ̀, àti fàdákà ní abẹ́ ẹ rẹ̀.
23 ତେବେ ସେମାନେ ତମ୍ବୁ ମଧ୍ୟରୁ ସେସବୁ ନେଇ ଯିହୋଶୂୟଙ୍କର ଓ ଇସ୍ରାଏଲର ସମସ୍ତ ସନ୍ତାନଗଣର ନିକଟକୁ ଆଣିଲେ, ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଥୋଇଦେଲେ।
Wọ́n sì mú àwọn nǹkan náà jáde láti inú àgọ́ rẹ̀, wọ́n mú wọn wá fún Joṣua àti gbogbo àwọn ọmọ Israẹli, wọ́n sì fi wọ́n lélẹ̀ níwájú Olúwa.
24 ପୁଣି, ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ସନ୍ତାନ ସେହି ଆଖନ୍‍କୁ ଓ ସେହି ରୂପା ଓ ବସ୍ତ୍ର ଓ ସୁନାମୁଣ୍ଡା ଓ ତାହାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାହାର ଗୋରୁ ଓ ଗଧ ଓ ମେଣ୍ଢା ଓ ତମ୍ବୁ, ସର୍ବସ୍ୱ ନେଇ ଆଖୋର୍‍ ଉପତ୍ୟକାକୁ ଆଣିଲେ।
Nígbà náà ni Joṣua pẹ̀lú gbogbo Israẹli, mú Akani ọmọ Sera, fàdákà, ẹ̀wù àti wúrà tí a dà, àwọn ọmọ rẹ̀ ọkùnrin àti obìnrin, màlúù rẹ̀, kẹ́tẹ́kẹ́tẹ́ àti àgùntàn àgọ́ rẹ̀ àti gbogbo ohun tí ó ni, wọ́n sì kó wọn lọ sí ibi àfonífojì Akori.
25 ପୁଣି ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ।” ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।
Joṣua sì wí pé, “Èéṣe tí ìwọ mú wàhálà yìí wá sí orí wa? Olúwa yóò mú ìpọ́njú wá sí orí ìwọ náà lónìí.” Nígbà náà ni gbogbo Israẹli sọ ọ́ ní òkúta pa, lẹ́yìn ìgbà tí wọ́n sọ àwọn tókù ní òkúta pa tán, wọ́n sì jó wọn níná.
26 ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍‍ ଉପତ୍ୟକା ବୋଲି ଖ୍ୟାତ ଅଛି।
Wọ́n sì kó òkìtì òkúta ńlá lé Akani lórí títí di òní yìí. Nígbà náà ní Olúwa sì yí ìbínú gbígbóná rẹ̀ padà. Nítorí náà ni a ṣe ń pe orúkọ ibẹ̀ ní àfonífojì Akori láti ìgbà náà.

< ଯିହୋଶୂୟ 7 >