< ଯିହୋଶୂୟ 5 >

1 ଏଥିଉତ୍ତାରେ ଆମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ ନଦୀର ଜଳ କିପରି ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମପାରିସ୍ଥିତ ଇମୋରୀୟ ରାଜାଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ।
Basi wafalme wote wa Waamori magharibi ya Yordani na wafalme wote wa Kanaani waliokuwa kwenye pwani waliposikia jinsi Bwana alivyoukausha Mto Yordani mbele ya Waisraeli hata tulipokwisha kuvuka, mioyo yao ikayeyuka kwa hofu, wala hawakuwa na ujasiri kuwakabili Waisraeli.
2 ସେସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ-ସନ୍ତାନଗଣକୁ ସୁନ୍ନତ କର।”
Wakati huo Bwana akamwambia Yoshua, “Tengeneza visu vya mawe magumu sana na uwatahiri Waisraeli tena.”
3 ଏଥିରେ ଯିହୋଶୂୟ ଶିଳା-ଛୁରୀମାନ ନିର୍ମାଣ କରି ତ୍ୱକ୍‍-ପର୍ବତ ନିକଟରେ ଇସ୍ରାଏଲ-ସନ୍ତାନଗଣର ସୁନ୍ନତ କରାଇଲେ।
Kwa hiyo Yoshua akatengeneza visu vya mawe magumu sana na kutahiri Waisraeli huko Gibeath-Haaralothi.
4 ପୁଣି ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି; ମିସରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ, ମିସରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ।
Hii ndiyo sababu ya Yoshua kufanya hivyo: Wanaume wote waliotoka Misri, wote wenye umri wa kwenda vitani, walikufa jangwani wakiwa njiani baada ya kuondoka Misri.
5 ବାହାରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ; ମାତ୍ର ମିସରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇ ନ ଥିଲା।
Watu wote waliotoka Misri walikuwa wametahiriwa, lakini watu wote waliozaliwa jangwani wakiwa safarini toka Misri walikuwa hawajatahiriwa.
6 ମିସରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ, ଯୋଦ୍ଧା ମନୁଷ୍ୟମାନେ, ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେସମସ୍ତଙ୍କ ସଂହାର ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ।
Waisraeli walitembea jangwani miaka arobaini mpaka wanaume wote wale waliokuwa na umri wa kwenda vitani wakati waliondoka Misri walipokwisha kufa, kwa kuwa hawakumtii Bwana. Kwa maana Bwana alikuwa amewaapia kuwa wasingeweza kuona nchi ambayo alikuwa amewaahidi baba zao katika kuapa kutupatia, nchi inayotiririka maziwa na asali.
7 ଏଣୁ ସେମାନଙ୍କ ପରିବର୍ତ୍ତେ ସେମାନଙ୍କ ଯେଉଁ ସନ୍ତାନଗଣକୁ ସେ ଉଠାଇଲେ, ଯିହୋଶୂୟ ସେମାନଙ୍କର ସୁନ୍ନତ କରାଇଲେ; ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନ ଥିଲା।
Kwa hiyo akawainua wana wao baada yao na hawa ndio hao ambao Yoshua aliwatahiri. Walikuwa hawajatahiriwa bado kwa sababu walikuwa safarini.
8 ସେହି ସମସ୍ତ ଗୋଷ୍ଠୀୟ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ।
Baada ya taifa lote kutahiriwa, waliendelea kukaa kambini mpaka walipokuwa wamepona.
9 ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ଆମ୍ଭେ ତୁମ୍ଭମାନଙ୍କଠାରୁ ମିସରର ଦୁର୍ନାମ ଘୁଞ୍ଚାଇଲୁ;” ଏହେତୁ ଆଜିଯାଏ ସେହି ସ୍ଥାନର ନାମ ଗିଲ୍‍ଗଲ୍‍ ରହିଲା।
Bwana akamwambia Yoshua, “Leo nimeiondoa aibu ya Wamisri kutoka kwenu.” Basi mahali pale pakaitwa Gilgali hadi leo.
10 ଇସ୍ରାଏଲ-ସନ୍ତାନଗଣ ଗିଲ୍‍ଗଲ୍‍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ ପଦାରେ ନିସ୍ତାର ପର୍ବ ପାଳନ କଲେ।
Jioni ya siku ya kumi na nne ya mwezi, wakiwa kambini huko Gilgali katika tambarare za Yeriko, Waisraeli wakaadhimisha Pasaka.
11 ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ, ସେହି ଦିନ ତାଡ଼ିଶୂନ୍ୟ ରୁଟି ଓ ଭଜା ଶସ୍ୟ ଖାଇଲେ।
Siku iliyofuata Pasaka, katika siku ile ile, wakala mazao ya nchi, mikate isiyotiwa chachu na nafaka za kukaanga.
12 ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନ୍ନା ନିବୃତ୍ତ ହେଲା; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଉ ମାନ୍ନା ପାଇଲେ ନାହିଁ; ମାତ୍ର ସେମାନେ ସେହି ବର୍ଷ କିଣାନ ଦେଶର ଫଳ ଭୋଜନ କଲେ।
Mana ilikoma siku iliyofuata baada ya Waisraeli kula chakula kilichotoka katika nchi; hapakuwa na mana tena kwa ajili ya Waisraeli, ila mwaka huo walikula mazao ya nchi ya Kanaani.
13 ପୁଣି ଯିହୋଶୂୟ ଯିରୀହୋ ନିକଟରେ ଥିବା ବେଳେ ଏପରି ହେଲା ଯେ, ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ, ନିଷ୍କୋଷ ଖଡ୍ଗ ହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ; ଏଥିରେ ଯିହୋଶୂୟ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, “ତୁମ୍ଭେ ଆମ୍ଭମାନଙ୍କ ପକ୍ଷ କି ଆମ୍ଭମାନଙ୍କ ବିପକ୍ଷମାନଙ୍କ ପକ୍ଷ?”
Basi wakati Yoshua alipokuwa karibu na Yeriko, akainua macho, akaona mtu aliyesimama mbele yake, akiwa na upanga mkononi uliofutwa kwenye ala. Yoshua akamwendea na kumuuliza, “Je, wewe uko upande wetu au upande wa adui zetu?”
14 ତହୁଁ ସେ କହିଲେ, “ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ;” ତହିଁରେ ଯିହୋଶୂୟ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, “ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉଅଛନ୍ତି?”
Akajibu, “La, siko upande wowote, lakini mimi nimekuja nikiwa jemadari wa jeshi la Bwana.” Yoshua akaanguka kifudifudi hadi chini, akasujudu, akamuuliza, “Je, Bwana, una ujumbe gani kwa mtumishi wako?”
15 ତହୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଯିହୋଶୂୟଙ୍କୁ କହିଲେ, “ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହେଉଅଛ, ତାହା ପବିତ୍ର।” ଆଉ ଯିହୋଶୂୟ ସେପରି କଲେ।
Jemadari wa jeshi la Bwana akajibu, “Vua viatu vyako, kwa maana mahali hapa unaposimama ni patakatifu.” Naye Yoshua akafanya hivyo.

< ଯିହୋଶୂୟ 5 >