< ଯିହୋଶୂୟ 4 >
1 ଏହିରୂପେ ସମୁଦାୟ ଗୋଷ୍ଠୀ ସମ୍ପୂର୍ଣ୍ଣ ରୂପେ ଯର୍ଦ୍ଦନ ପାର ହେଲା ଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,
Quibus transgressis, dixit Dominus ad Iosue:
2 “ତୁମ୍ଭେମାନେ ଲୋକମାନଙ୍କର ଏକ ଏକ ବଂଶ ମଧ୍ୟରୁ ଏକ ଏକ ଜଣ, ଏରୂପେ ବାରଗୋଟି ଜଣ ଗ୍ରହଣ କରି
Elige duodecim viros singulos per singulas tribus:
3 ସେମାନଙ୍କୁ ଆଜ୍ଞା ଦେଇ କୁହ, ‘ଯର୍ଦ୍ଦନର ଯେଉଁ ମଧ୍ୟସ୍ଥାନରେ ଯାଜକମାନଙ୍କ ଚରଣ ସ୍ଥିର ହୋଇ ରହିଥିଲା, ସେହି ସ୍ଥାନରୁ ତୁମ୍ଭେମାନେ ବାରଗୋଟି ପ୍ରସ୍ତର ଗ୍ରହଣ କରି ଆପଣାମାନଙ୍କ ସଙ୍ଗେ ସେପାରିକି ନେଇଯାଅ, ପୁଣି ଆଜି ରାତ୍ର ଯେଉଁ ସ୍ଥାନରେ ତୁମ୍ଭେମାନେ ବସା କରିବ, ସେହି ସ୍ଥାନରେ ତାହା ରଖିବ।’”
et praecipe eis ut tollant de medio Iordanis alveo, ubi steterunt pedes sacerdotum, duodecim durissimos lapides, quos ponetis in loco castrorum, ubi fixeritis hac nocte tentoria.
4 ତେବେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ବଂଶରୁ ଏକ ଏକ ଜଣ କରି ଯେଉଁ ବାର ଜଣ ନିରୂପଣ କରିଥିଲେ, ସେମାନଙ୍କୁ ଡାକିଲେ;
Vocavitque Iosue duodecim viros, quos elegerat de filiis Israel, singulos de singulis tribubus,
5 ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନ ମଧ୍ୟକୁ ଯାଅ ଓ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲ-ସନ୍ତାନଗଣର ବଂଶ ସଂଖ୍ୟାନୁସାରେ ଏକ ଏକ ପଥର ଆପଣା ଆପଣା କାନ୍ଧରେ ଘେନ;
et ait ad eos: Ite ante arcam Domini Dei vestri ad Iordanis medium, et portate inde singuli singulos lapides in humeris vestris, iuxta numerum filiorum Israel,
6 ତାହା ତୁମ୍ଭମାନଙ୍କ ମଧ୍ୟରେ ଚିହ୍ନସ୍ୱରୂପ ହେବ, ପୁଣି ‘ତୁମ୍ଭମାନଙ୍କର ଏସବୁ ପଥର କʼଣ?’ ଭବିଷ୍ୟତ କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଏହା ପଚାରିଲେ,
ut sit signum inter vos: et quando interrogaverint vos filii vestri cras, dicentes: Quid sibi volunt isti lapides?
7 ତୁମ୍ଭେମାନେ ସେମାନଙ୍କୁ କହିବ, ‘ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ତାହା ଯର୍ଦ୍ଦନ ପାର ହେବା ସମୟରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ଏହେତୁ ଏହି ପ୍ରସ୍ତରସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଅନନ୍ତକାଳଯାଏ ସ୍ମରଣୀୟ ହେବ।’”
respondebitis eis: Defecerunt aquae Iordanis ante arcam foederis Domini, cum transiret eum: idcirco positi sunt lapides isti in monimentum filiorum Israel usque in aeternum.
8 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯିହୋଶୂୟଙ୍କର ଆଜ୍ଞାନୁସାରେ କର୍ମ କଲେ, ସଦାପ୍ରଭୁ ଯିହୋଶୂୟଙ୍କୁ ଯେପରି କହିଥିଲେ, ସେପରି ସେମାନେ ଇସ୍ରାଏଲ-ସନ୍ତାନଗଣର ବଂଶର ସଂଖ୍ୟାନୁସାରେ ଯର୍ଦ୍ଦନ ମଧ୍ୟରୁ ବାରଗୋଟି ପ୍ରସ୍ତର ଉଠାଇ ଆପଣାମାନଙ୍କ ସଙ୍ଗେ ସେପାରିକି ନେଇ ବସା କରିବା ସ୍ଥାନରେ ରଖିଲେ।
Fecerunt ergo filii Israel sicut praecepit eis Iosue, portantes de medio Iordanis alveo duodecim lapides, ut Dominus ei imperarat, iuxta numerum filiorum Israel, usque ad locum, in quo castrametati sunt, ibique posuerunt eos.
9 ଆହୁରି ଯେଉଁ ସ୍ଥାନରେ ନିୟମ-ସିନ୍ଦୁକବାହକ ଯାଜକଗଣର ଚରଣ ସ୍ଥଗିତ ଥିଲା, ଯର୍ଦ୍ଦନର ସେହି ସ୍ଥାନରେ ଯିହୋଶୂୟ ବାରଗୋଟି ପ୍ରସ୍ତର ସ୍ଥାପନ କଲେ; ସେସବୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛି।
Alios quoque duodecim lapides posuit Iosue in medio Iordanis alveo, ubi steterunt sacerdotes, qui portabant arcam foederis Domini: et sunt ibi usque in praesentem diem.
10 ପୁଣି ଯିହୋଶୂୟଙ୍କ ପ୍ରତି ମୋଶାଙ୍କର ଆଦେଶାନୁସାରେ ଯେସମସ୍ତ କଥା ଲୋକମାନଙ୍କୁ କହିବା ପାଇଁ ସଦାପ୍ରଭୁ ଯିହୋଶୂୟଙ୍କୁ ଆଜ୍ଞା ଦେଇଥିଲେ, ସେସବୁର ସମାପ୍ତି ପର୍ଯ୍ୟନ୍ତ ସିନ୍ଦୁକ-ବାହକ ଯାଜକଗଣ ଯର୍ଦ୍ଦନ ମଧ୍ୟରେ ସ୍ଥଗିତ ହୋଇ ରହିଲେ, ଆଉ ଲୋକମାନେ ଶୀଘ୍ର ପାର ହୋଇଗଲେ।
Sacerdotes autem, qui portabant arcam, stabant in Iordanis medio, donec omnia complerentur, quae Iosue, ut loqueretur ad populum, praeceperat Dominus, et dixerat ei Moyses. Festinavitque populus, et transiit.
11 ଏହିରୂପେ ସମସ୍ତ ଲୋକ ସମ୍ପୂର୍ଣ୍ଣ ରୂପେ ପାର ହେଲା ଉତ୍ତାରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ଯାଜକଗଣ ଲୋକମାନଙ୍କ ସମ୍ମୁଖରେ ପାର ହୋଇଗଲେ।
Cumque transissent omnes, transivit et arca Domini, sacerdotesque pergebant ante populum.
12 ସେସମୟରେ ରୁବେନ୍ର ସନ୍ତାନଗଣ ଓ ଗାଦ୍ର ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ, ଆପଣାମାନଙ୍କ ପ୍ରତି ମୋଶାଙ୍କର ବାକ୍ୟାନୁସାରେ ସସଜ୍ଜ ହୋଇ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ପାର ହୋଇଗଲେ;
Filii quoque Ruben, et Gad, et dimidia tribus Manasse, armati praecedebant fratres suos filios Israel, sicut eis praeceperat Moyses:
13 ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ପ୍ରାୟ ଚାଳିଶ ସହସ୍ର ଲୋକ ଯୁଦ୍ଧ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ-ପଦାକୁ ଗଲେ।
et quadraginta pugnatorum millia per turmas, et cuneos, incedebant per plana atque campestria urbis Iericho.
14 ସେଦିନ ସଦାପ୍ରଭୁ ସମସ୍ତ ଇସ୍ରାଏଲ ସାକ୍ଷାତରେ ଯିହୋଶୂୟଙ୍କୁ ସମ୍ଭ୍ରାନ୍ତ କଲେ; ତହିଁରେ ଲୋକମାନେ ଯେପରି ମୋଶାଙ୍କୁ ଭୟ କରିଥିଲେ, ସେପରି ତାଙ୍କର ଯାବଜ୍ଜୀବନ ତାଙ୍କୁ ଭୟ କଲେ।
In die illo magnificavit Dominus Iosue coram omni Israel, ut timerent eum, sicut timuerant Moysen, adhuc viveret.
15 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,
Dixitque ad eum:
16 “ସାକ୍ଷ୍ୟ-ସିନ୍ଦୁକବାହୀ ଯାଜକମାନଙ୍କୁ ଯର୍ଦ୍ଦନରୁ ଉଠି ଆସିବାକୁ ଆଜ୍ଞା ଦିଅ।”
Praecipe sacerdotibus, qui portant arcam foederis, ut ascendant de Iordane.
17 ଏଣୁ ଯିହୋଶୂୟ ଯାଜକମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯର୍ଦ୍ଦନରୁ ଉଠି ଆସ।”
Qui praecepit eis, dicens: Ascendite de Iordane.
18 ଏଥିରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଯାଜକମାନେ ଯର୍ଦ୍ଦନ ମଧ୍ୟରୁ ଉଠି ଆସିବା ସମୟରେ, ଯାଜକମାନେ ଶୁଷ୍କ ଭୂମିକୁ ତଳିପା ଉଠାନ୍ତେ, ଯର୍ଦ୍ଦନର ଜଳସମୂହ ସ୍ୱ ସ୍ୱ ସ୍ଥାନକୁ ଫେରିଆସି ପୂର୍ବ ପରି ସମସ୍ତ ତୀରମାନଙ୍କ ଉପରେ ଉଠିଲା।
Cumque ascendissent portantes arcam foederis Domini, et siccam humum calcare coepissent, reversae sunt aquae in alveum suum, et fluebant sicut ante consueverant.
19 ଏହିରୂପେ ଲୋକମାନେ ପ୍ରଥମ ମାସର ଦଶମ ଦିନରେ ଯର୍ଦ୍ଦନରୁ ଉଠି ଆସି ଯିରୀହୋର ପୂର୍ବସୀମାସ୍ଥିତ ଗିଲ୍ଗଲ୍ରେ ଛାଉଣି ସ୍ଥାପନ କଲେ।
Populus autem ascendit de Iordane, decimo die mensis primi, et castrametati sunt in Galgalis contra Orientalem plagam urbis Iericho.
20 ଆଉ ଲୋକମାନେ ଯର୍ଦ୍ଦନରୁ ଯେଉଁ ବାର ପ୍ରସ୍ତର ନେଇଥିଲେ, ଯିହୋଶୂୟ ତାହାସବୁ ଗିଲ୍ଗଲ୍ରେ ସ୍ଥାପନ କଲେ।
Duodecim quoque lapides, quos de Iordanis alveo sumpserant, posuit Iosue in Galgalis,
21 ପୁଣି ସେ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ଏସବୁ ପଥର କଅଣ? ଭବିଷ୍ୟତ କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଆପଣା ଆପଣା ପିତୃଗଣକୁ ଏହା ପଚାରିଲେ,
et dixit ad filios Israel: Quando interrogaverint filii vestri cras patres suos, et dixerint eis: Quid sibi volunt lapides isti?
22 ତୁମ୍ଭେମାନେ ଆପଣା ଆପଣା ସନ୍ତାନମାନଙ୍କୁ ଜଣାଇବ, ଇସ୍ରାଏଲ ଶୁଷ୍କ ଭୂମି ଦେଇ ଏହି ଯର୍ଦ୍ଦନ ପାର ହୋଇ ଆସିଥିଲେ।
docebitis eos, atque dicetis: Per arentem alveum transivit Israel Iordanem istum,
23 କାରଣ ଆମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସୂଫ ସାଗର ପ୍ରତି ଯେପରି କରି ଆମ୍ଭମାନଙ୍କ ସମ୍ମୁଖରୁ ତାହା ଶୁଷ୍କ କରିଥିଲେ, ସେପରି ତୁମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ଯର୍ଦ୍ଦନ-ଜଳ ଶୁଷ୍କ କଲେ;
siccante Domino Deo nostro aquas eius in conspectu vestro, donec transiretis: sicut fecerat prius in mari rubro, quod siccavit donec transiremus:
24 (ଏଥିର ଅଭିପ୍ରାୟ ଏହି), ଯେପରି ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁଙ୍କ ହସ୍ତ ବଳବାନ ବୋଲି ଜାଣି ପାରିବେ, ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ସର୍ବଦା ଭୟ କରି ପାରିବେ।”
ut discant omnes terrarum populi fortissimam Domini manum, ut et vos timeatis Dominum Deum vestrum omni tempore.