< ଯିହୋଶୂୟ 24 >

1 ଏଥିଉତ୍ତାରେ ଯିହୋଶୂୟ ଇସ୍ରାଏଲ ବଂଶସମୂହକୁ ଶିଖିମରେ ଏକତ୍ର କରି ସେମାନଙ୍କ ପ୍ରାଚୀନବର୍ଗକୁ ଓ ସେମାନଙ୍କ ପ୍ରଧାନମାନଙ୍କୁ ଓ ସେମାନଙ୍କ ବିଚାରକର୍ତ୍ତୃଗଣଙ୍କୁ ଓ ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ଡକାଇଲେ, ତହିଁରେ ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେଲେ।
Tsono Yoswa anasonkhanitsa mafuko onse a Israeli ku Sekemu. Iye anayitanitsa akuluakulu, atsogoleri, oweruza, ndi akuluakulu a boma la Israeli, ndipo iwo anafika pamaso pa Mulungu.
2 ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ପୂର୍ବକାଳରେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ନଦୀ ସେପାରିରେ ବାସ କରି ଅନ୍ୟ ଦେବତାମାନଙ୍କର ସେବା କରୁଥିଲେ;
Yoswa anati kwa anthu onse, “Yehova Mulungu wa Israeli akuti, ‘Kalekale makolo anu, kuphatikiza Tera, abambo a Abrahamu ndi Nahori ankakhala kutsidya kwa Mtsinje ndipo ankapembedza milungu ina.
3 ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମଙ୍କୁ ସେହି ନଦୀ ସେପାରିରୁ ନେଇ କିଣାନ ଦେଶର ସର୍ବତ୍ର ଭ୍ରମଣ କରାଇଲୁ ଓ ତାହାର ବଂଶକୁ ବହୁପ୍ରଜ କଲୁ ଓ ତାହାକୁ ଇସ୍‌ହାକ ଦେଲୁ।
Koma ine ndinatenga kholo lanu Abrahamu kumuchotsa ku dziko la kutsidya kwa mtsinje wa Yufurate ndipo ndinamutsogolera kupita ku dziko la Kanaani. Ndinamupatsa zidzukulu zambiri. Ndinamupatsa Isake,
4 ଆଉ ଆମ୍ଭେ ଇସ୍‌ହାକକୁ ଯାକୁବ ଓ ଏଷୌ ଦେଲୁ; ପୁଣି ଆମ୍ଭେ ଅଧିକାରାର୍ଥେ ଏଷୌକୁ ସେୟୀର ପର୍ବତ ଦେଲୁ; ଆଉ ଯାକୁବ ଓ ତାହାର ସନ୍ତାନମାନେ ମିସରକୁ ଗଲେ।
ndipo Isake ndinamupatsa Yakobo ndi Esau. Ndinapereka dziko la mapiri la Seiri kwa Esau, koma Yakobo ndi ana ake anapita ku Igupto.
5 ଏଉତ୍ତାରେ ଆମ୍ଭେ ମୋଶା ଓ ହାରୋଣକୁ ପଠାଇଲୁ ଓ ମିସର ମଧ୍ୟରେ ଯେଉଁ କାର୍ଯ୍ୟ କଲୁ, ତଦ୍ଦ୍ୱାରା ତାହାକୁ ଦଣ୍ଡ ଦେଲୁ; ତହିଁ ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ।
“‘Kenaka ndinatuma Mose ndi Aaroni, ndipo ine ndinazunza Aigupto. Pambuyo pake ndinakutulutsani.
6 ପୁଣି ଆମ୍ଭେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିଲୁ; ତହୁଁ ତୁମ୍ଭେମାନେ ସମୁଦ୍ର ନିକଟରେ ଉପସ୍ଥିତ ହେଲ; ସେତେବେଳେ ମିସରୀୟମାନେ ରଥ ଓ ଅଶ୍ୱାରୂଢ଼ ସୈନ୍ୟ ନେଇ ସୂଫ ସାଗର ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇଲେ।
Nditatulutsa makolo anu ku Igupto ndinafika nawo ku Nyanja Yofiira. Aigupto anawathamangira ndi magaleta ndi okwera pa akavalo mpaka ku Nyanja Yofiira.
7 ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ, ସେ ତୁମ୍ଭମାନଙ୍କ ଓ ମିସରୀୟମାନଙ୍କ ମଧ୍ୟରେ ଅନ୍ଧକାର ସ୍ଥାପନ କଲେ, ଆଉ ସେମାନଙ୍କ ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ; ଆମ୍ଭେ ମିସରରେ ଯାହା କଲୁ; ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଲା, ତହିଁ ଉତ୍ତାରେ ତୁମ୍ଭେମାନେ ଅନେକ ଦିନ ପ୍ରାନ୍ତରରେ ବାସ କଲ।
Tsono makolo anuwo anapemphera kwa Ine kuti ndiwathandize, ndipo ndinayika mtambo wakuda pakati pawo ndi Aiguptowo, ndipo Nyanja inamiza Aigupto aja. Inu munaona ndi maso anu zimene ndinachita kwa Aiguptowo ndipo inu munakhala mʼchipululu nthawi yayitali.
8 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯର୍ଦ୍ଦନ ସେପାରିରେ ବାସକାରୀ ଇମୋରୀୟମାନଙ୍କ ଦେଶକୁ ଆଣିଲୁ; ପୁଣି ସେମାନେ ତୁମ୍ଭମାନଙ୍କ ସଙ୍ଗେ ଯୁଦ୍ଧ କଲେ; ତହିଁରେ ଆମ୍ଭେ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲୁ ଓ ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କଲ; ଏହିରୂପେ ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବିନାଶ କଲୁ।
“‘Pambuyo pake Ine ndinabwera nanu ku dziko la Aamori amene amakhala kummawa kwa Yorodani. Iwo anamenyana nanu koma ndinawapereka mʼdzanja lanu. Ndinawawononga pamaso panu, ndipo inu munalanda dziko lawo.
9 ତେବେ ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକ ଉଠି ଇସ୍ରାଏଲ ପ୍ରତିକୂଳରେ ଯୁଦ୍ଧ କଲା, ପୁଣି ସେ ଲୋକ ପଠାଇ ତୁମ୍ଭମାନଙ୍କୁ ଶାପ ଦେବା ନିମନ୍ତେ ବିୟୋରର ପୁତ୍ର ବିଲୀୟମ୍‍କୁ ଡକାଇଲା।
Balaki mwana wa Zipori, mfumu ya Mowabu, analimbana ndi Israeli. Iye anayitanitsa Balaamu mwana wa Beori kuti akutemberereni.
10 ମାତ୍ର ଆମ୍ଭେ ବିଲୀୟମ୍‍ର କଥା ଶୁଣିବାକୁ ଅସମ୍ମତ ହେଲୁ; ତହିଁରେ ସେ ତୁମ୍ଭମାନଙ୍କୁ କେବଳ ଆଶୀର୍ବାଦ କଲା; ଏରୂପେ ଆମ୍ଭେ ତାହା ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ।
Koma ine sindinamvere Balaamu, kotero iye anakudalitsani mowirikiza ndipo ndinakulanditsani mʼdzanja lake.
11 ଏଉତ୍ତାରେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯିରୀହୋରେ ଉପସ୍ଥିତ ହେଲ; ତହିଁରେ ଯିରୀହୋ ନିବାସୀମାନେ, ପୁଣି ଇମୋରୀୟ ଓ ପରିଷୀୟ ଓ କିଣାନୀୟ ଓ ହିତ୍ତୀୟ ଓ ଗିର୍ଗାଶୀୟ ଓ ହିବ୍ବୀୟ ଓ ଯିବୂଷୀୟମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ଯୁଦ୍ଧ କରନ୍ତେ, ଆମ୍ଭେ ତୁମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ,
“‘Ndipo inu munawoloka Yorodani ndi kufika ku Yeriko. Anthu a ku Yeriko analimbana nanu pamodzi ndi Aamori, Aperezi, Akanaani, Ahiti, Agirigasi, Ahivi ndi Ayebusi. Koma Ine ndinawapereka mʼdzanja lanu.
12 ଆଉ ତୁମ୍ଭର ଖଡ୍ଗ କି ତୁମ୍ଭର ଧନୁ ଦ୍ୱାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ, ଯେ ସେମାନଙ୍କୁ, ଅର୍ଥାତ୍‍, ଇମୋରୀୟମାନଙ୍କ ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଲା।
Ine ndinatumiza mavu amene anapirikitsa mafumu awiri Aamori aja pamaso panu. Inu simunachite izi ndi lupanga ndi uta wanu.
13 ଆଉ ତୁମ୍ଭେମାନେ ଯହିଁରେ ପରିଶ୍ରମ କରି ନାହଁ, ଏପରି ଏକ ଦେଶ ଓ ଯାହା ଯାହା ତୁମ୍ଭେମାନେ ନିର୍ମାଣ କରି ନାହଁ, ଏପରି ନଗରମାନ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରୁଅଛ; ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ରୋପଣ ନ କଲ, ତାହା ତୁମ୍ଭେମାନେ ଭୋଗ କରୁଅଛ।’
Motero ndinakupatsani dziko limene simunalivutikire ndiponso mizinda imene simunamange. Inu mukukhala mʼmenemo ndi kumadya zipatso za mʼmunda wamphesa ndi kuthyola zipatso mʼmitengo ya olivi zimene simunadzale.’
14 ଏହେତୁ ଏବେ ସଦାପ୍ରଭୁଙ୍କୁ ଭୟ କର, ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟତାରେ ତାହାଙ୍କର ସେବା କର; ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ନଦୀ ସେପାରିରେ ଓ ମିସରରେ ଯେଉଁ ଦେବତାମାନଙ୍କର ସେବା କଲେ, ସେମାନଙ୍କୁ ଦୂର କର; ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କର।
“Ndipo tsopano wopani Yehova ndi kumutumikira Iye mokhulupirika ndi moona. Chotsani milungu imene makolo anu ankapembedza kutsidya kwa mtsinje wa Yufurate ndi ku Igupto ndipo tumikirani Yehova.
15 ଯଦିବା ସଦାପ୍ରଭୁଙ୍କୁ ସେବା କରିବା ତୁମ୍ଭମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମ୍ଭେମାନେ କାହାର ସେବା କରିବ, ତାହା ଆଜି ମନୋନୀତ କର; କି ନଦୀ ସେପାରିରେ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ, ସେମାନଙ୍କ, କିଅବା ଯେଉଁ ଇମୋରୀୟମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଅଛ, ସେମାନଙ୍କ ଦେବତାମାନଙ୍କୁ (ସେବା କରିବ, ଏହା ମନୋନୀତ କର); ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା।”
Koma ngati kutumikira Yehova kukuyipirani, sankhani lero amene mudzamutumikire, kapena milungu imene makolo anu ankayitumikira kutsidya kwa mtsinje wa Yufurate, kapena milungu ya Aamori, amene mukukhala mʼdziko lawo. Koma ine ndi banja langa, tidzatumikira Yehova.”
16 ଏଥିରେ ଲୋକମାନେ ଉତ୍ତର ଦେଇ କହିଲେ, “ଅନ୍ୟ ଦେବତାମାନଙ୍କ ସେବା କରିବା ନିମନ୍ତେ ଆମ୍ଭେମାନେ ଯେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବୁ, ଏହା ଦୂରେ ଥାଉ।
Ndipo anthu anayankha, “Sizingatheke kuti timusiye Yehova ndi kutumikira milungu ina!
17 ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ସେ ଆପେ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସର ଦେଶର ଦାସଗୃହରୁ ବାହାର କରି ଆଣିଲେ ଓ ଆମ୍ଭମାନଙ୍କ ଦୃଷ୍ଟିଗୋଚରରେ ଏହିସବୁ ମହା ଚିହ୍ନ ପ୍ରକାଶ କଲେ, ପୁଣି ଯେଉଁ ସକଳ ପଥରେ ଓ ଯେ ଯେ ଗୋଷ୍ଠୀ ଦେଇ ଆମ୍ଭେମାନେ ଆସିଅଛୁ, ସେମାନଙ୍କ ମଧ୍ୟରେ ସେ ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି।
Yehova Mulungu wathu ndiye amene anatitulutsa ife ndi makolo athu mu ukapolo, mʼdziko la Igupto. Tinaona ndi maso athu zizindikiro zozizwitsa zimene anachita. Iye anatiteteza pa ulendo wathu wonse ndi pakati pa mitundu yonse imene tinkakumana nayo.
18 ଆହୁରି ସେହି ସଦାପ୍ରଭୁ ଏ ଦେଶ ନିବାସୀ ଇମୋରୀୟ ଆଦି ସବୁ ଗୋଷ୍ଠୀକୁ ଆମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କର ସେବା କରିବୁ, କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର।”
Ife tikufika Iye anapirikitsa anthu onse pamodzi ndi Aamori amene ankakhala mʼdzikoli. Ifenso tidzatumikira Yehova chifukwa Iye ndiye Mulungu.”
19 ଏଥିରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ସେବା କରି ପାରିବ ନାହିଁ, କାରଣ ସେ ପବିତ୍ର ପରମେଶ୍ୱର; ସେ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ ପରମେଶ୍ୱର; ସେ ତୁମ୍ଭମାନଙ୍କର ଅଧର୍ମ କି ପାପ କ୍ଷମା କରିବେ ନାହିଁ।
Koma Yoswa anati kwa anthuwo, “Inutu simungathe kutumikira Yehova. Iye ndi Mulungu woyera, salola kupikisana naye. Sadzakukhululukirani ngati mumuwukira ndi kumuchimwira.
20 ତୁମ୍ଭେମାନେ ଯେବେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କରିବ, ତେବେ ସେ ତୁମ୍ଭମାନଙ୍କ ପ୍ରତି ଫେରି ଅମଙ୍ଗଳ କରିବେ, ପୁଣି ତୁମ୍ଭମାନଙ୍କର ମଙ୍ଗଳ କରିଥିଲେ ହେଁ ତୁମ୍ଭମାନଙ୍କୁ ସଂହାର କରିବେ।”
Ngati inu musiya Yehova ndi kutumikira milungu yachilendo, adzakufulatirani. Iye adzakulangani ndi kukuwonongani ngakhale kuti poyamba anakuchitirani zabwino.”
21 ତହୁଁ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନାହିଁ; ମାତ୍ର ଆମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବା।”
Koma anthuwo anati kwa Yoswa, “Ayi! Ife tidzatumikira Yehova.”
22 ତେବେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ତାହାଙ୍କୁ ଆପଣା ଆପଣା ପାଇଁ ମନୋନୀତ କରିଅଛ, ଏ ବିଷୟରେ ତୁମ୍ଭେମାନେ ନିଜେ ନିଜେ ଆପଣାମାନଙ୍କ ପ୍ରତିକୂଳରେ ସାକ୍ଷୀ।” ତହିଁରେ ସେମାନେ କହିଲେ, “ଆମ୍ଭେମାନେ ସାକ୍ଷୀ।”
Kenaka Yoswa anati, “Inu mukudzichitira nokha umboni kuti mwasankha kutumikira Yehova.” Iwo anayankha kuti, “Inde ife ndife mboni.”
23 ସେ କହିଲେ, “ତେବେ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟ ଦେବତାମାନେ ଅଛନ୍ତି, ସେମାନଙ୍କୁ ଏବେ ବାହାର କରିଦିଅ, ପୁଣି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଡ଼କୁ ଆପଣା ଆପଣା ହୃଦୟ ଡେର।”
Yoswa anati, “Tsono chotsani milungu yachilendo imene ili pakati panu ndipo perekani mitima yanu kwa Yehova Mulungu wa Israeli.”
24 ତହିଁରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସେବା ଆମ୍ଭେମାନେ କରିବୁ ଓ ତାହାଙ୍କ ରବ ଶୁଣିବୁ।”
Ndipo anthuwo anati kwa Yoswa, “Ife tidzatumikira Yehova Mulungu wathu ndi kumvera Iye.”
25 ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।
Choncho pa tsiku limenelo Yoswa anachita pangano mʼmalo mwa anthuwo, ndipo pa Sekemu pomwepo iye anapereka malamulo ndi malangizo kwa anthu aja.
26 ଏଥିଉତ୍ତାରେ ଯିହୋଶୂୟ ସେହି ସକଳ କଥା ପରମେଶ୍ୱରଙ୍କ ବ୍ୟବସ୍ଥା ଗ୍ରନ୍ଥରେ ଲେଖିଲେ ଓ ଏକ ବୃହତ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନ ବୃକ୍ଷ ମୂଳେ ସ୍ଥାପନ କଲେ।
Ndipo Yoswa analemba zinthu izi mʼbuku la malamulo a Mulungu. Kenaka iye anatenga mwala waukulu nawuyimika pansi pa mtengo wa thundu pa malo wopatulika a Yehova.
27 ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ଦେଖ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯାହା ଯାହା କହିଲେ, ସେସବୁ କଥା ଏ ଶୁଣିଅଛି; ଏହେତୁ ତୁମ୍ଭେମାନେ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କୁ ଅସ୍ୱୀକାର ନ କର, ଏଥିପାଇଁ ଏ ତୁମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ।”
Yoswa anati kwa anthu onse, “Tamvani! Mwala uwu udzakhala mboni yotitsutsa. Mwalawu wamva mawu onse amene Yehova wayankhula kwa ife. Udzakhala mboni yotitsutsa ngati mukhala osakhulupirika kwa Mulungu wanu.”
28 ଏଉତ୍ତାରେ ଯିହୋଶୂୟ ଲୋକମାନଙ୍କର ପ୍ରତି ଜଣକୁ ଆପଣା ଆପଣା ଅଧିକାରକୁ ଯିବା ପାଇଁ ବିଦାୟ କଲେ।
Kenaka Yoswa analola anthu kuti apite, aliyense ku dera lake.
29 ଏହିସବୁ ଘଟଣା ଉତ୍ତାରେ ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।
Zitatha zinthu izi, Yoswa mwana wa Nuni, mtumiki wa Yehova, anamwalira ali ndi zaka 110,
30 ତହିଁରେ ଲୋକମାନେ ଗାଶ୍‍-ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନାତ୍‍ସେରହରେ ତାଙ୍କର ଅଧିକାର-ସୀମା ମଧ୍ୟରେ ତାଙ୍କୁ କବର ଦେଲେ।
ndipo anamuyika mʼmanda mʼdziko lake, ku Timnati-Sera dziko lamapiri la ku Efereimu, kumpoto kwa phiri la Gaasi.
31 ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ କାର୍ଯ୍ୟ ଜ୍ଞାତ ଥିଲେ, ସେମାନଙ୍କ ମଧ୍ୟରୁ ଯିହୋଶୂୟଙ୍କ ଉତ୍ତାରେ ଯେଉଁମାନେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଇସ୍ରାଏଲ ସଦାପ୍ରଭୁଙ୍କର ସେବା କଲେ।
Israeli anatumikira Yehova pa nthawi yonse imene Yoswa anali ndi moyo ndiponso pa nthawi ya akuluakulu amene anali moyo Yoswa atamwalira, anthu amene ankadziwa zonse zimene Yehova anachitira Israeli.
32 ପୁଣି ଯାକୁବ ଏକ ଶହ ରୌପ୍ୟ ମୁଦ୍ରାରେ ଶିଖିମର ପିତା ହମୋର ସନ୍ତାନମାନଙ୍କଠାରୁ ଯେଉଁ ଭୂମି କ୍ରୟ କରିଥିଲେ, ଶିଖିମସ୍ଥିତ ସେହି ଭୂମିଖଣ୍ଡରେ ଇସ୍ରାଏଲ-ସନ୍ତାନଗଣ ଯୋଷେଫଙ୍କର ଯେଉଁ ଅସ୍ଥି ମିସରରୁ ଆଣିଥିଲେ, ତାହା ପୋତିଲେ, ଆଉ ତାହା ଯୋଷେଫ-ସନ୍ତାନମାନଙ୍କ ଅଧିକାର ହେଲା।
Ndipo mafupa a Yosefe amene Aisraeli anawatulutsa ku Igupto anawayika mʼmanda a ku Sekemu pa malo amene Yakobo anagula ndi ndalama zasiliva 100 kwa ana a Hamori, abambo a Sekemu. Malo awa anakhala cholowa cha adzukulu a Yosefe.
33 ଏଉତ୍ତାରେ ହାରୋଣଙ୍କ ପୁତ୍ର ଇଲୀୟାସର ମଲା; ତହିଁରେ ଲୋକମାନେ ଇଫ୍ରୟିମର ପର୍ବତମୟ ଦେଶରେ ତାହାର ପୁତ୍ର ପୀନହସ୍‍କୁ ଦତ୍ତ ପର୍ବତରେ ତାହାକୁ କବର ଦେଲେ।
Ndipo Eliezara mwana wa Aaroni anamwalira ndipo anayikidwa mʼmanda ku Gibeya, malo amene anapatsidwa kwa Finehasi mwana wake, mʼdziko lamapiri la Efereimu.

< ଯିହୋଶୂୟ 24 >