< ଯିହୋଶୂୟ 23 >

1 ଏଥିଉତ୍ତାରେ ବହୁ ଦିନ ଉତ୍ତାରେ ସଦାପ୍ରଭୁ ଇସ୍ରାଏଲଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁଙ୍କଠାରୁ ବିଶ୍ରାମ ଦିଅନ୍ତେ; ପୁଣି ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୁଅନ୍ତେ, ଏପରି ଘଟିଲା,
Depuis longtemps l’Éternel avait donné du repos à Israël, en le délivrant de tous les ennemis qui l’entouraient. Josué était vieux, avancé en âge.
2 ଯେ ଯିହୋଶୂୟ ସମସ୍ତ ଇସ୍ରାଏଲଙ୍କୁ, ସେମାନଙ୍କ ପ୍ରାଚୀନବର୍ଗଙ୍କୁ ଓ ସେମାନଙ୍କ ପ୍ରଧାନମାନଙ୍କୁ, ପୁଣି ସେମାନଙ୍କ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ମୁଁ ବୃଦ୍ଧ ଓ ଗତବୟସ୍କ ହେଲି।
Alors Josué convoqua tout Israël, ses anciens, ses chefs, ses juges et ses officiers. Il leur dit: Je suis vieux, je suis avancé en âge.
3 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସକାଶୁ ଏହିସବୁ ଦେଶୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ତାହାସବୁ ତୁମ୍ଭେମାନେ ଦେଖିଅଛ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିଅଛନ୍ତି।
Vous avez vu tout ce que l’Éternel, votre Dieu, a fait à toutes ces nations devant vous; car c’est l’Éternel, votre Dieu, qui a combattu pour vous.
4 ଦେଖ, ଯର୍ଦ୍ଦନ ଅବଧି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଯେସମସ୍ତ ଦେଶୀୟମାନଙ୍କୁ ମୁଁ ଉଚ୍ଛିନ୍ନ କରିଅଛି, ଆଉ ଯେଉଁ ଦେଶୀୟମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ଦେଶ ଅଧିକାର କରିବାକୁ ମୁଁ ତୁମ୍ଭମାନଙ୍କ ବଂଶାନୁସାରେ ଗୁଲିବାଣ୍ଟ ଦ୍ୱାରା ବିଭାଗ କରି ତୁମ୍ଭମାନଙ୍କୁ ଦେଲି।
Voyez, je vous ai donné en héritage par le sort, selon vos tribus, ces nations qui sont restées, à partir du Jourdain, et toutes les nations que j’ai exterminées, jusqu’à la grande mer vers le soleil couchant.
5 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବେ ଓ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରୁ ତଡ଼ି ଦେବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟାନୁସାରେ ସେମାନଙ୍କ ଦେଶ ଅଧିକାର କରିବ।
L’Éternel, votre Dieu, les repoussera devant vous et les chassera devant vous; et vous posséderez leur pays, comme l’Éternel, votre Dieu, vous l’a dit.
6 ଏନିମନ୍ତେ ତୁମ୍ଭେମାନେ ମୋଶାଙ୍କର ବ୍ୟବସ୍ଥା ଗ୍ରନ୍ଥରେ ଲିଖିତ ସମସ୍ତ କଥା ମାନିବାକୁ ଓ କରିବାକୁ ସାହସିକ ହୁଅ, ତହିଁର ଦକ୍ଷିଣରେ କି ବାମରେ ନ ଫେର;
Appliquez-vous avec force à observer et à mettre en pratique tout ce qui est écrit dans le livre de la loi de Moïse, sans vous en détourner ni à droite ni à gauche.
7 ପୁଣି ସେହି ଗୋଷ୍ଠୀୟମାନଙ୍କର ଯେ ଅବଶିଷ୍ଟ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରବେଶ ନ କର; କି ସେମାନଙ୍କ ଦେବତାମାନଙ୍କ ନାମ ଉଚ୍ଚାରଣ ନ କର, କି ସେମାନଙ୍କ ନାମରେ ଶପଥ ନ କରାଅ, କି ସେମାନଙ୍କ ସେବା ନ କର, କିଅବା ସେମାନଙ୍କୁ ପ୍ରଣାମ ନ କର।
Ne vous mêlez point avec ces nations qui sont restées parmi vous; ne prononcez point le nom de leurs dieux, et ne l’employez point en jurant; ne les servez point, et ne vous prosternez point devant eux.
8 ମାତ୍ର ଯେପରି ଆଜି ପର୍ଯ୍ୟନ୍ତ କରି ଆସୁଅଛ, ସେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ଥାଅ।
Mais attachez-vous à l’Éternel, votre Dieu, comme vous l’avez fait jusqu’à ce jour.
9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ମହାନ ଓ ବଳବାନ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଅଛନ୍ତି; ପୁଣି ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇ ପାରି ନାହିଁ।
L’Éternel a chassé devant vous des nations grandes et puissantes; et personne, jusqu’à ce jour, n’a pu vous résister.
10 ତୁମ୍ଭମାନଙ୍କର ଏକ ଲୋକ ସହସ୍ର ଲୋକଙ୍କୁ ଘଉଡ଼ାଇ ଦେବ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେରୂପ କହିଅଛନ୍ତି, ତଦନୁସାରେ ସେ ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି।
Un seul d’entre vous en poursuivait mille; car l’Éternel, votre Dieu, combattait pour vous, comme il vous l’a dit.
11 ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତି ସାବଧାନ ହୋଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କର।
Veillez donc attentivement sur vos âmes, afin d’aimer l’Éternel, votre Dieu.
12 ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି;
Si vous vous détournez et que vous vous attachiez au reste de ces nations qui sont demeurées parmi vous, si vous vous unissez avec elles par des mariages, et si vous formez ensemble des relations,
13 ତେବେ ଏହା ନିଶ୍ଚୟ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଗୋଷ୍ଠୀୟମାନଙ୍କୁ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରୁ ଆଉ ତଡ଼ି ଦେବେ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କର ଜାଲ ଓ ଫାନ୍ଦ ଓ ପାର୍ଶ୍ୱରେ କୋରଡ଼ା ଓ ଚକ୍ଷୁରେ କଣ୍ଟକ ସ୍ୱରୂପ ହେବେ।
soyez certains que l’Éternel, votre Dieu, ne continuera pas à chasser ces nations devant vous; mais elles seront pour vous un filet et un piège, un fouet dans vos côtés et des épines dans vos yeux, jusqu’à ce que vous ayez péri de dessus ce bon pays que l’Éternel, votre Dieu, vous a donné.
14 ଆଉ ଦେଖ, ଆଜି ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି। ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ବୁଦ୍ଧିରେ ଜ୍ଞାତ ଅଛ ଯେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ବିଷୟରେ ଯେତେ ମଙ୍ଗଳ କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହୋଇ ନାହିଁ; ତୁମ୍ଭମାନଙ୍କ ପକ୍ଷରେ ସବୁ ସଫଳ ହୋଇଅଛି, ତହିଁରୁ ଗୋଟିଏ କଥା ହିଁ ବିଫଳ ହୋଇ ନାହିଁ।
Voici, je m’en vais maintenant par le chemin de toute la terre. Reconnaissez de tout votre cœur et de toute votre âme qu’aucune de toutes les bonnes paroles prononcées sur vous par l’Éternel, votre Dieu, n’est restée sans effet; toutes se sont accomplies pour vous, aucune n’est restée sans effet.
15 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ଯେସକଳ ମଙ୍ଗଳ କଥା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପକ୍ଷରେ ସଫଳ ହେଲା, ସେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ଯାଏ ତୁମ୍ଭମାନଙ୍କ ପ୍ରତି ଅମଙ୍ଗଳ କଥାସବୁ ସଫଳ କରିବେ।
Et comme toutes les bonnes paroles que l’Éternel, votre Dieu, vous avait dites se sont accomplies pour vous, de même l’Éternel accomplira sur vous toutes les paroles mauvaises, jusqu’à ce qu’il vous ait détruits de dessus ce bon pays que l’Éternel, votre Dieu, vous a donné.
16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ତାହା ଯେବେ ତୁମ୍ଭେମାନେ ଲଙ୍ଘନ କରିବ ଓ ଯାଇ ଅନ୍ୟ ଦେବତାମାନଙ୍କର ସେବା କରିବ, ପୁଣି ସେମାନଙ୍କୁ ପ୍ରଣାମ କରିବ, ତେବେ ତୁମ୍ଭମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ଯେଉଁ ଉତ୍ତମ ଦେଶ ତୁମ୍ଭମାନଙ୍କୁ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ବିନଷ୍ଟ ହେବ।”
Si vous transgressez l’alliance que l’Éternel, votre Dieu, vous a prescrite, et si vous allez servir d’autres dieux et vous prosterner devant eux, la colère de l’Éternel s’enflammera contre vous, et vous périrez promptement dans le bon pays qu’il vous a donné.

< ଯିହୋଶୂୟ 23 >