< ଯିହୋଶୂୟ 22 >
1 ଏଥିଉତ୍ତାରେ ଯିହୋଶୂୟ ରୁବେନୀୟ ଓ ଗାଦୀୟ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଡାକି ସେମାନଙ୍କୁ କହିଲେ,
Akkor hívta Józsua a Reúbénit, a Gádit és Menasse fél törzsét;
2 “ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେ ସବୁ ତୁମ୍ଭେମାନେ ପାଳନ କରିଅଛ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଅଛୁ, ସେସବୁରେ ତୁମ୍ଭେମାନେ ଆମ୍ଭ ରବ ଶୁଣିଅଛ;
és szólt hozzájuk: Ti megőriztétek mindazt, amit parancsolt nektek Mózes, az Örökkévaló szolgája; hallgattatok szavamra mindenben, amit nektek parancsoltam.
3 ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।
El nem hagytátok testvéreiteket immár sok idő óta mind e mai napig és megőriztétek az Örökkévaló a ti Istentek parancsolatának őrizetét.
4 ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତମ୍ବୁକୁ ଫେରିଯାଅ।
Most pedig nyugalmat szerzett az Örökkévaló a ti Istentek testvéreiteknek, amint szólt felőlük; most tehát forduljatok és menjetek el sátraitokba, örök birtoktok földjére, amelyet adott nektek Mózes, az Örökkévaló szolgája, a Jordánon túl.
5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ।”
Csakhogy vigyázzatok nagyon, hogy megtegyétek a parancsolatot és a tant, melyet parancsolt nektek Mózes, az Örökkévaló szolgája, szeretvén az Örökkévalót, a ti Istenteket és járván mind az ő utjaiban, megőrizvén parancsolatait és ragaszkodván hozzá és szolgálván őt egész szívetekkel és egész lelketekkel.
6 ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କରି ବିଦାୟ କଲେ, ତହିଁରେ ସେମାନେ ଆପଣା ଆପଣା ତମ୍ବୁକୁ ପ୍ରସ୍ଥାନ କଲେ।
Erre megáldotta őket Józsua, elbocsátotta őket és elmentek sátraikhoz.
7 ମୋଶା ମନଃଶିର ଅର୍ଦ୍ଧ ବଂଶକୁ ବାଶନରେ ଅଧିକାର ଦେଇଥିଲେ; ମାତ୍ର ଅନ୍ୟ ଅର୍ଦ୍ଧ ବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ଅଧିକାର ଦେଲେ। ଆହୁରି ସେମାନଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ,
Menasse fél törzsének Mózes adott volt Básánban, másik felének pedig adott Józsua testvéreikkel együtt a Jordánon innen nyugatról; akkor is, midőn elbocsátotta őket Józsua sátraikhoz és megáldotta,
8 “ତୁମ୍ଭେମାନେ ପ୍ରଚୁର ସମ୍ପତ୍ତି ଓ ପଲ ପଲ ପଶୁ, ରୂପା, ସୁନା ଓ ପିତ୍ତଳ ଓ ଲୁହା ଓ ଅପାର ବସ୍ତ୍ର ସଙ୍ଗେ ନେଇ ଆପଣା ଆପଣା ତମ୍ବୁକୁ ଫେରିଯାଅ; ଆପଣା ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ଆପଣା ଆପଣା ଭ୍ରାତୃଗଣ ମଧ୍ୟରେ ବିଭାଗ କର।”
így szólt hozzájuk, mondván: Számos javakkal térjetek vissza sátraitokhoz, igen sok jószággal, ezüsttel, arannyal, rézzel és vassal, meg igen sok ruhával; osszátok meg ellenségeitek zsákmányát testvéreitekkel!
9 ତହିଁରେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଶୀଲୋଠାରେ ଇସ୍ରାଏଲ-ସନ୍ତାନଗଣ ନିକଟରୁ ବିଦାୟ ନେଇ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଦତ୍ତ ଆଜ୍ଞାନୁସାରେ ସେମାନେ ଯହିଁର ଅଧିକାରୀ ହୋଇଥିଲେ, ଆପଣାମାନଙ୍କ ସେହି ଅଧିକୃତ ଗିଲୀୟଦ ଦେଶକୁ ଫେରିଗଲେ।
És visszatértek és elmentek Reúbén fiai, Gád fiai és Menasse fél törzse Izraél fiaitól Sílóból, mely Kanaán országában van, hogy menjenek Gileád országába birtokuk földjére, melyet birtokul foglaltak el az Örökkévaló parancsára Mózes által.
10 ପୁଣି ଯେତେବେଳେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଯର୍ଦ୍ଦନ ସୀମାରେ ଉପସ୍ଥିତ ହେଲେ, ସେତେବେଳେ ସେମାନେ ସେଠାରେ ଯର୍ଦ୍ଦନ ନିକଟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ, ସେହି ବେଦି ଦେଖିବାକୁ ବଡ଼।
Eljutottak a Jordán tájaihoz, melyek Kanaán országában vannak és építettek ott Réubén fiai, Gád fiai és Menasse fél törzse oltárt a Jordán mellett, nagy oltárt látásra.
11 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଏହି କଥା ଶୁଣିଲେ, ଦେଖ, ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲ ସନ୍ତାନମାନଙ୍କ ଅଧିକୃତ ପାର୍ଶ୍ୱରେ ଯର୍ଦ୍ଦନ ସୀମାନ୍ତର୍ଗତ କିଣାନ ଦେଶ ଆଗରେ ଏକ ଯଜ୍ଞବେଦି ନିର୍ମାଣ କରିଅଛନ୍ତି।
S meghallották Izraél fiai, mondván: Íme, építették Réubén fiai, Gád fiai és Menasse fél törzse az oltárt Kanaán országa átellenében, a Jordán tájain, Izraél fiainak oldala felé.
12 ତହୁଁ ଇସ୍ରାଏଲ-ସନ୍ତାନଗଣ ଯେତେବେଳେ ଏହି କଥା ଶୁଣିଲେ, ସେତେବେଳେ ସେମାନଙ୍କ ପ୍ରତିକୂଳରେ ଯୁଦ୍ଧକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ସମଗ୍ର ମଣ୍ଡଳୀ ଶୀଲୋରେ ଏକତ୍ରିତ ହେଲେ।
Meghallották Izraél fiai, s egybegyűlt Izraél fiainak egész községe Sílóba, hogy vonuljanak ellenük hadba.
13 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଇଲୀୟାସର ଯାଜକର ପୁତ୍ର ପୀନହସ୍କୁ
És küldték Izraél fiai Reúbén fiaihoz, Gád fiaihoz és Menasse fél törzséhez Gileád országába Pinechászt, Eleázár pap fiát;
14 ଓ ତାହା ସଙ୍ଗେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ଏକ ପିତୃଗୃହାଧିପତି, ଏରୂପେ ଦଶ ଅଧିପତି ଗିଲୀୟଦ ଦେଶକୁ ପଠାଇଲେ, ସେମାନେ ଇସ୍ରାଏଲର ସହସ୍ର ସହସ୍ର ମଧ୍ୟରେ ଆପଣା ଆପଣା ପିତୃଗୃହର ପ୍ରଧାନ ଥିଲେ।
meg tíz fejedelmet vele, egy-egy fejedelmet atyai házanként, mind az Izraél törzseiből, mindegyik atyai házaik feje ők Izraél ezreiből.
15 ତହୁଁ ସେମାନେ ଗିଲୀୟଦ ଦେଶରେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଆସି ସେମାନଙ୍କୁ କହିଲେ,
Eljutottak Reúbén fiaihoz, Gád fiaihoz és Menasse fél törzséhez Gileád országába; s beszéltek velük mondván:
16 “ସଦାପ୍ରଭୁଙ୍କ ସମଗ୍ର ମଣ୍ଡଳୀ ଏରୂପ କହନ୍ତି, ‘ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେବା ନିମନ୍ତେ ଆପଣାମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରି ତୁମ୍ଭେମାନେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହୋଇ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ଏହି ଯେ ସତ୍ୟ-ଲଙ୍ଘନ କରିଅଛ, ଏ କʼଣ?
Így szólt az Örökkévalónak egész községe: Micsoda hűtelenség ez, mellyel hűtelenkedtetek Izraél Istene ellen, elfordulván ma az Örökkévalótól azzal, hogy építettetek magatoknak oltárt, hogy föllázadjatok ma az Örökkévaló ellen.
17 ପିୟୋର ବିଷୟକ ଯେଉଁ ଅପରାଧ ସକାଶୁ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲେ ହେଁ ତହିଁରୁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଆପଣାମାନଙ୍କୁ ପରିଷ୍କୃତ କରିପାରି ନାହୁଁ, ଏହା କି ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ,
Kevés-e nekünk Peór bűne, amelyből meg nem tisztultunk mind e mai napig és hogy a csapás érte az Örökkévaló községét?
18 ଯେ ଆଜି ତୁମ୍ଭେମାନେ ସଦାପ୍ରଭୁଙ୍କର ଅନୁସରଣରୁ ବିମୁଖ ହେଉଅଛ? ତୁମ୍ଭେମାନେ ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେଲେ, ସେ କାଲି ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କ୍ରୋଧ କରିବେ।
És ti elfordultok ma az Örökkévalótól? És lészen, ti ma föllázadtok az Örökkévaló ellen és holnap Izraél egész községére haragszik.
19 ଯେବେ ତୁମ୍ଭମାନଙ୍କ ଅଧିକାର-ଦେଶ ଅଶୁଚି ହୁଏ, ତେବେ ପାର ହୋଇ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ, ସଦାପ୍ରଭୁଙ୍କ ସେହି ଅଧିକାର-ଦେଶକୁ ଆସ ଓ ଆମ୍ଭମାନଙ୍କ ମଧ୍ୟରେ ଅଧିକାର ଗ୍ରହଣ କର; ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଛଡ଼ା ଆପଣାମାନଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ନ ହୁଅ, କିଅବା ଆମ୍ଭମାନଙ୍କର ବିଦ୍ରୋହୀ ନ ହୁଅ।
Ámde ha tisztátalan birtoktok földje, keljetek át az Örökkévaló birtokának földjére, ahol lakozik az Örökkévaló hajléka és foglaljatok birtokot közöttünk! De az Örökkévaló ellen ne lázadjatok és ellenünk se lázadjatok föl azzal, hogy építtek magatoknak oltárt, az Örökkévaló, ami Istenünk oltárán kívül.
20 ସେରହର ପୁତ୍ର ଆଖନ୍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ?’”
Nemde, Ákhán, Zérach fia hűtlenséget követett el az örökszentséggel, és Izraél egész községén volt harag; ő csak egy ember volt s nem egyedül pusztult el bűnében!
21 ତହିଁରେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନଙ୍କୁ ଉତ୍ତର ଦେଇ କହିଲେ,
Feleltek Reúbén fiai, Gád fiai és Menasse fél törzse és beszéltek Izraél ezrei fejével:
22 “ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ସେ ଜାଣନ୍ତି ଓ ଇସ୍ରାଏଲ ମଧ୍ୟ ଜାଣିବ; ଯେବେ ଏହା ବିଦ୍ରୋହ ଭାବରେ, ଅବା ଯେବେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ ଭାବରେ ହୋଇଥାଏ, ତେବେ ତୁମ୍ଭେ ଆଜି ଆମ୍ଭମାନଙ୍କୁ ରକ୍ଷା ନ କର;
A Hatalmas, Isten, az Örökkévaló – a Hatalmas, Isten, az Örökkévaló, ő tudja és Izraél tudja meg: ha lázadással s ha hűtlenséggel az Örökkévaló ellen – ne segélj minket e napon –
23 ଯେବେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବା ପାଇଁ ଅବା ଏହି ଯଜ୍ଞବେଦି ଉପରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ତାହା ନିର୍ମାଣ କରିଥାଉ, ତେବେ ସଦାପ୍ରଭୁ ସ୍ୱୟଂ ତହିଁର ପ୍ରତିଫଳ ଦେଉନ୍ତୁ;
ha építünk magunknak oltárt, hogy elforduljunk az Örökkévalótól s ha azért, hogy azon bemutassunk égőáldozatot és lisztáldozatot s ha azért, hogy készítsünk rajta békeáldozatokat – az Örökkévaló, ő kérje számon!
24 ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି।
S ha nem valami miatt való aggodalomból tettük ezt, mondván holnap majd így szólnak fiaitok fiainkhoz, mondván: mi közötök az Örökkévalóhoz, Izraél Istenéhez;
25 କାରଣ ହେ ରୁବେନ୍-ସନ୍ତାନଗଣ, ହେ ଗାଦ୍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ;’ ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷାନ୍ତ କରାଇବେ;
hiszen határul adta az Örökkévaló köztünk és köztetek, Reúbén fiai és Gád fiai, a Jordánt, nincs részetek az Örökkévalóban! Így elvonnák fiaitok fiainkat attól, hogy féljék az Örökkévalót.
26 ଏହେତୁ ଆମ୍ଭେମାନେ କହିଲୁ, ‘ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ,
Mondtuk tehát: hadd tegyük ezt magunknak, hogy építsük az oltárt, nem égőáldozatnak s nem vágóáldozatnak;
27 ମାତ୍ର ଆମ୍ଭେମାନେ ଯେ ହୋମ ଓ ବଳି ଓ ମଙ୍ଗଳାର୍ଥକ ଉପହାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେବା କରି ପାରୁ, ଏଥିପାଇଁ ତାହା ତୁମ୍ଭମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ, ପୁଣି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷ ମଧ୍ୟରେ ଏକ ସାକ୍ଷୀ ହେବ; ତହିଁରେ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ, ଏପରି କଥା ଆସନ୍ତା କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଆମ୍ଭମାନଙ୍କ ସନ୍ତାନଗଣକୁ କହି ପାରିବେ ନାହିଁ।’
hanem tanú az köztünk és köztetek meg nemzedékeink között mi utánunk, hogy végezzük az Örökkévaló szolgálatát őelőtte égőáldozatainkkal, vágóáldozatainkkal és békeáldozatainkkal s ne mondják holnap fiaitok fiainknak: nincsen részetek az Örökkévalóban.
28 ଆହୁରି ଆମ୍ଭେମାନେ କହିଲୁ, ‘ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏରୂପ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କ ଯଜ୍ଞବେଦିର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ।’
Mondtuk tehát, lészen, ha majd holnap így szólnak hozzánk és nemzedékeinkhez, akkor azt mondjuk: lássátok az Örökkévaló oltárának mintáját, melyet készítettek őseink, nem égőáldozatnak s nem vágóáldozatnak, hanem tanú ő köztünk és köztetek.
29 ଆମ୍ଭେମାନେ ଯେ ହୋମ କି ଭକ୍ଷ୍ୟ ନୈବେଦ୍ୟ ଓ ବଳିଦାନ ନିମନ୍ତେ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଆବାସ-ସମ୍ମୁଖସ୍ଥିତ ତାହାଙ୍କ ଯଜ୍ଞବେଦି ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ହେବୁ, କି ଆଜି ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବୁ, ଏହା ଦୂରେ ଥାଉ।”
Távol legyen tőlünk, hogy mi föllázadjunk az Örökkévaló ellen és elforduljunk ma az Örökkévalótól, építvén oltárt égőáldozatnak, lisztáldozatnak és vágóáldozatnak az Örökkévaló ami Istenünk oltárán kívül, mely hajléka előtt vagyon.
30 ସେତେବେଳେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶି-ସନ୍ତାନଗଣ ଯାହା କହିଲେ, ତାହା ଶୁଣି ପୀନହସ୍ ଯାଜକ ଓ ତାହାର ସଙ୍ଗୀ ମଣ୍ଡଳୀର ଅଧିପତିମାନେ ଓ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନେ ସନ୍ତୁଷ୍ଟ ହେଲେ।
Hallotta Pinechász a pap, meg a község fejedelmei és Izraél ezreinek fejei, kik vele voltak, azon szavakat, melyeket szóltak Reúbén fiai, Gád fiai és Menasse fiaihoz, s jónak tetszett szemeikben.
31 ପୁଣି ଇଲୀୟାସର ଯାଜକର ପୁତ୍ର ପୀନହସ୍ ରୁବେନ୍-ସନ୍ତାନଗଣକୁ ଓ ଗାଦ୍-ସନ୍ତାନଗଣକୁ ଓ ମନଃଶି-ସନ୍ତାନଗଣକୁ କହିଲା, “ସଦାପ୍ରଭୁ ଯେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ଆମ୍ଭେମାନେ ଆଜି ଜାଣିଲୁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ କରି ନାହଁ; ଏବେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କ ହସ୍ତରୁ ଉଦ୍ଧାର କଲ।”
És szólt Pinechász, Eleázár a papnak fia, Reúbén fiaihoz, Gád fiaihoz és Menasse fiaihoz: Ma megtudtuk, hogy közöttünk van az Örökkévaló, mivel nem hűtlenkedtetek az Örökkévaló ellen e hűtlenséggel; most megmentettétek Izraél fiait az Örökkévaló kezétől.
32 ତହୁଁ ଇଲୀୟାସର ଯାଜକର ପୁତ୍ର ପୀନହସ୍ ଓ ଅଧିପତିମାନେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ନିକଟରୁ ଗିଲୀୟଦ ଦେଶରୁ ବାହାରି କିଣାନ ଦେଶକୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଫେରିଯାଇ ସେମାନଙ୍କୁ ସମ୍ବାଦ ଦେଲେ।
Erre visszatért Pinechász, Eleázár a papnak fia meg a fejedelmek Reúbén fiáitól és Gád fiaitól Gileád országából Kanaán országába Izraél fiaihoz és vittek nekik választ.
33 ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍-ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।
És jónak tetszett a dolog Izraél fiainak szemeiben és áldották Izraél fiai Istent és nem mondták, hogy hadra vonulnak ellenük, hogy elpusztítsák az országot, melyben laktak Reúbén fiai és Gád fiai.
34 ଏଉତ୍ତାରେ ରୁବେନ୍-ସନ୍ତାନମାନେ ଓ ଗାଦ୍-ସନ୍ତାନମାନେ ସେହି ବେଦିର ନାମ ଏଦ୍ ରଖିଲେ, କାରଣ ସେମାନେ କହିଲେ, “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧ୍ୟରେ ଏଥିର ସାକ୍ଷୀ ଏହି।”
És elnevezték Reúbén fiai és Gád fiai az oltárt; mert tanú ő közöttünk, hogy az Örökkévaló az Isten.