< ଯିହୋଶୂୟ 2 >

1 ଏଥିଉତ୍ତାରେ ନୂନର ପୁତ୍ର ଯିହୋଶୂୟ ଶିଟୀମଠାରୁ ଗୁପ୍ତଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, “ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର।” ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ଅସ୍ଥାୟୀ ଭାବରେ ବସା କଲେ।
Nígbà náà ni Joṣua ọmọ Nuni rán àwọn ayọ́lẹ̀wò méjì jáde ní àṣírí láti Ṣittimu. Ó sì wí pé, “Ẹ lọ wo ilẹ̀ náà, pàápàá Jeriko.” Wọ́n sì lọ, wọ́n wọ ilé panṣágà kan, tí à ń pè ní Rahabu wọ́n sì dúró síbẹ̀.
2 ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, “ଦେଖ, ଆଜି ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏହି ସ୍ଥାନକୁ ଆସିଅଛନ୍ତି।”
A sì sọ fún ọba Jeriko, “Wò ó! Àwọn ará Israẹli kan wá ibí ní alẹ́ yìí láti wá yọ́ ilẹ̀ yí wò.”
3 ତହିଁରେ ଯିରୀହୋର ରାଜା ରାହାବ ନିକଟକୁ କହି ପଠାଇଲେ, “ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି।”
Ọba Jeriko sì ránṣẹ́ sí Rahabu pé, “Mú àwọn ọkùnrin nì tí ó tọ̀ ọ́ wá, tí ó wọ inú ilé rẹ jáde wá, nítorí wọ́n wá láti yọ́ gbogbo ilẹ̀ yìí wò ni.”
4 ଏଥିରେ ସେ ସ୍ତ୍ରୀ ସେହି ଦୁଇ ଲୋକଙ୍କୁ ନେଇ ଲୁଚାଇ ରଖିଲା; ଆଉ ସେ କହିଲା, “ହଁ, ସେହି ଲୋକମାନେ ମୋʼ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ, ତାହା ମୁଁ ଜାଣେ ନାହିଁ।
Ṣùgbọ́n obìnrin náà ti mú àwọn ọkùnrin méjì náà o sì fi wọ́n pamọ́. Ó sì wí pé, “Lóòtítọ́ ní àwọn ọkùnrin náà wá sí ọ̀dọ̀ mi, ṣùgbọ́n èmi kò mọ ibi tí wọ́n ti wá.
5 ମାତ୍ର ଅନ୍ଧକାର ହୁଅନ୍ତେ, ପ୍ରାୟ ନଗର-ଦ୍ୱାର ବନ୍ଦ କରିବା ସମୟରେ ସେହି ଲୋକମାନେ ବାହାରିଗଲେ; ମାତ୍ର ସେମାନେ କେଉଁଆଡ଼େ ଗଲେ, ତାହା ମୁଁ ଜାଣେ ନାହିଁ; ଶୀଘ୍ର ସେମାନଙ୍କ ପଛେ ପଛେ ଗୋଡ଼ାଅ, ତେବେ ସେମାନଙ୍କୁ ଧରି ପାରିବ।”
Nígbà tí ilẹ̀ ṣú, nígbà tí ó tó àkókò láti ti ìlẹ̀kùn ẹnu ibodè, àwọn ọkùnrin náà sì jáde lọ. Èmi kò sì mọ ọ̀nà tí wọ́n gbà lọ. Ẹ lépa wọn kíákíá. Ẹ̀yin yóò bá wọn.”
6 ମାତ୍ର ସେ ସ୍ତ୍ରୀ ସେମାନଙ୍କୁ ଛାତ ଉପରକୁ ନେଇ ଛାତ ଉପରେ ସଜାଇ ରଖିଥିବା ଆପଣା ମସିନାଝାଟିରେ ଲୁଚାଇ ରଖିଥିଲା।
(Ṣùgbọ́n ó ti mú wọn gòkè àjà ó sì fi wọ́n pamọ́ sí abẹ́ pòròpòrò ọkà tó tò jọ sí orí àjà.)
7 ଏଣୁ ସେହି ଲୋକମାନେ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ; ପୁଣି ଗୁପ୍ତଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ଲୋକମାନେ ନଗର-ଦ୍ୱାର ବନ୍ଦ କଲେ।
Àwọn ọkùnrin náà jáde lọ láti lépa àwọn ayọ́lẹ̀wò náà ní ọ̀nà tí ó lọ sí ìwọdò Jordani, bí àwọn tí ń lépa wọn sì ti jáde, wọ́n ti ìlẹ̀kùn ẹnu ibodè.
8 ଆଉ ଗୁପ୍ତଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା,
Kí àwọn ayọ́lẹ̀wò náà tó sùn ní alẹ́, ó gòkè tọ̀ wọ́n lọ lókè àjà.
9 “ମୁଁ ଜାଣେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ଭୟ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି।
Ó sì sọ fún wọn, “Èmi mọ̀ pé Olúwa ti fún un yín ní ilẹ̀ yìí àti pé ẹ̀rù u yín ti sọ wá di ojo dé ibi pé ìdí gbogbo àwọn tí ó n gbé ilẹ̀ yìí ti di omi nítorí i yín.
10 କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସାଗରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥିତ ସୀହୋନ ଓ ଓଗ୍‍ ନାମକ ଇମୋରୀୟମାନଙ୍କ ଦୁଇ ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ;
Àwa ti gbọ́ bí Olúwa ti mú omi Òkun Pupa gbẹ níwájú u yín nígbà tí ẹ̀yin jáde kúrò ní ilẹ̀ Ejibiti, àti ohun tí ẹ̀yin ṣe sí Sihoni àti Ogu, àwọn ọba méjèèjì ti Amori ti ìlà-oòrùn Jordani, tí ẹ̀yin parun pátápátá.
11 ଆଉ ତାହା ଶୁଣିବାମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳି ଗଲା; ପୁଣି ତୁମ୍ଭମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନୀଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି।
Bí a ti gbọ́ nǹkan wọ̀nyí, ọkàn wa pami kò sì sí okun kankan fún wa mọ́ nítorí i yín, nítorí pé Olúwa Ọlọ́run yín ni Ọlọ́run ní òkè ọ̀run àti ní ayé.
12 ଏଣୁ ଏବେ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋʼ ସଙ୍ଗେ ଏକ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋʼ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ-ଚିହ୍ନ ଦିଅ।
Ǹjẹ́ nísinsin yìí, ẹ jọ̀wọ́ ẹ búra fún mi ní ti Olúwa pé ẹ̀yin yóò ṣe àánú fún ìdílé mi, nítorí pé mo ti ṣe yín ní oore. Ẹ̀yin yóò fún mi ní àmì tó dájú:
13 ପୁଣି ତୁମ୍ଭେମାନେ ମୋର ପିତା ଓ ମୋର ମାତା ଓ ମୋର ଭ୍ରାତୃଗଣ ଓ ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ; ପୁଣି ମରଣରୁ ଆମ୍ଭମାନଙ୍କ ପ୍ରାଣ ଉଦ୍ଧାର କରିବ।”
pé ẹ̀yin yóò dá ẹ̀mí baba àti ìyá mi sí; arákùnrin mi àti arábìnrin mi, àti ohun gbogbo tí wọ́n ní, àti pé ẹ̀yin yóò gbà wá là lọ́wọ́ ikú.”
14 ଏଥିରେ ସେମାନେ ତାହାକୁ କହିଲେ, “ତୁମ୍ଭେମାନେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ ନ କରିବ, ତେବେ ତୁମ୍ଭମାନଙ୍କ ପ୍ରାଣ ବଦଳେ ଆମ୍ଭମାନଙ୍କ ପ୍ରାଣ ଯିବ; ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଦେଶ ଦେବେ, ସେତେବେଳେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରିବା।”
“Ẹ̀mí wa fún ẹ̀mí in yín!” àwọn ọkùnrin náà mú dá a lójú. “Tí ìwọ kò bá sọ ohun tí àwa ń ṣe, àwa yóò sì fi òtítọ́ àti àánú bá ọ lò nígbà tí Olúwa bá fún wa ní ilẹ̀ náà.”
15 ଏଥିରେ ସେ ସ୍ତ୍ରୀ ସେମାନଙ୍କୁ ଝରକା ବାଟେ ଦଉଡ଼ିରେ ଓହ୍ଲାଇ ଦେଲା, କାରଣ ତାହାର ଗୃହ ନଗରର ପ୍ରାଚୀରରେ ଥିଲା ଓ ସେ ପ୍ରାଚୀର ଉପରେ ବାସ କରୁଥିଲା।
Nígbà náà ní ó fi okùn sọ̀ wọ́n kalẹ̀ ní ojú u fèrèsé, nítorí ilé tí ó ń gbé wà ní ara odi ìlú.
16 ପୁଣି ସେ ସେମାନଙ୍କୁ କହିଲା, “କେଜାଣି ଗୋଡ଼ାଇବା ଲୋକମାନେ ତୁମ୍ଭମାନଙ୍କୁ ହାବୁଡ଼ିବେ, ଏଥିପାଇଁ ତୁମ୍ଭେମାନେ ପର୍ବତକୁ ଯାଅ, ଆଉ ସେମାନେ ନେଉଟି ଆସିବା ପର୍ଯ୍ୟନ୍ତ ସେଠାରେ ତିନି ଦିନ ଲୁଚି ରୁହ, ତହିଁ ଉତ୍ତାରେ ତୁମ୍ଭେମାନେ ଆପଣା ବାଟରେ ଚାଲିଯିବ।”
Ó sì ti sọ fún wọn pé, “Ẹ lọ sí orí òkè, kí ẹ sì fi ara pamọ́ níbẹ̀ fún ọjọ́ mẹ́ta kí àwọn tí ń lépa yín má ba à rí i yín títí tí wọn yóò fi darí. Lẹ́yìn náà kí ẹ máa bá ọ̀nà yín lọ.”
17 ତହିଁରେ ସେହି ଲୋକମାନେ ତାହାକୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ସେ ବିଷୟରେ ଆମ୍ଭେମାନେ ନିର୍ଦ୍ଦୋଷ ହେବା।
Àwọn arákùnrin náà sì sọ fún un pé, “Kí ọrùn un wa ba à lè mọ́ kúrò nínú ìbúra tí ìwọ mú wa bú yìí.
18 ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏ ଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂର ବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ।
Nígbà tí àwa bá wọ ilé è rẹ, ìwọ yóò so okùn aláwọ̀ aró yìí sí ojú fèrèsé èyí tí ìwọ fi sọ̀ wá kalẹ̀, kí ìwọ kí ó mú baba rẹ, ìyá rẹ, àwọn arákùnrin in rẹ àti gbogbo ìdílé è rẹ kí wọ́n wá sí inú ilé è rẹ.
19 ତହିଁରେ ଯେକେହି ତୁମ୍ଭ ଗୃହଦ୍ୱାରରୁ ବାହାରି ଦାଣ୍ଡକୁ ଯିବ, ତାହାର ରକ୍ତପାତ ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତିବ, ଆଉ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ; ମାତ୍ର ଯେକେହି ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥାଏ, ତାହା ଉପରେ ଯଦି କେହି ହାତ ଦିଏ, ତେବେ ତାହାର ରକ୍ତପାତ ଅପରାଧ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ।
Bí ẹnikẹ́ni bá jáde sí ìta láti inú ilé è rẹ sí inú ìgboro ìlú, ẹ̀jẹ̀ rẹ̀ yóò sì wà ní orí ara rẹ̀; ẹ̀bi rẹ̀ yóò sì wà lórí i rẹ̀. Fún ẹnikẹ́ni tí ó bá wà nínú ilé pẹ̀lú rẹ, ẹ̀jẹ̀ rẹ̀ yóò wà ní orí i wa bí ẹnikẹ́ni bá fi ọwọ́ kàn án.
20 ମାତ୍ର ତୁମ୍ଭେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତୁମ୍ଭ ସେହି ଶପଥରୁ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ।”
Ṣùgbọ́n bí ìwọ bá sọ ohun tí àwa ń ṣe, àwa yóò bọ́ nínú ìbúra tí ìwọ mú wa bú.”
21 ତହିଁରେ ସେ କହିଲା, “ତୁମ୍ଭେମାନେ ଯେପରି କହିଲ, ସେପରି ହେଉ।” ଏଉତ୍ତାରେ ସେ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି ସେ ସେହି ସିନ୍ଦୂର ବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା।
Ó dáhùn pé, “Ó dára bẹ́ẹ̀. Ẹ jẹ́ kí ó rí gẹ́gẹ́ bí ẹ̀yin tí sọ.” Ó sì rán wọn lọ wọ́n sì lọ. Ó sì so okùn òdòdó náà sí ojú fèrèsé.
22 ତହୁଁ ସେମାନେ ପର୍ବତକୁ ଯାଇ ଗୋଡ଼ାଇବା ଲୋକମାନେ ନେଉଟି ଆସିବା ଯାଏ ସେଠାରେ ତିନି ଦିନ ରହିଲେ; ଏଣୁ ଗୋଡ଼ାଇବା ଲୋକମାନେ ବାଟଯାକ ଖୋଜିଲେ, ମାତ୍ର ପାଇଲେ ନାହିଁ।
Nígbà tí wọ́n kúrò, wọ́n sì lọ sí orí òkè wọ́n sì dúró ní ibẹ̀ ní ọjọ́ mẹ́ta, títí àwọn alépa fi wá wọn ní gbogbo ọ̀nà wọ́n sì padà láìrí wọn.
23 ଏଉତ୍ତାରେ ସେହି ଦୁଇ ଲୋକ ଫେରି ପର୍ବତରୁ ଓହ୍ଲାଇଲେ, ପୁଣି ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଗଲେ; ଆଉ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହାସବୁ ତାଙ୍କୁ କହିଲେ।
Nígbà náà ni àwọn ọkùnrin méjì náà padà. Wọ́n sì sọ̀kalẹ̀ láti orí òkè, wọ odò, wọ́n sì wá sí ọ̀dọ̀ Joṣua ọmọ Nuni wọ́n sì sọ fún un gbogbo ohun tí ó ti ṣẹlẹ̀ sí wọn.
24 ଆହୁରି ସେମାନେ ଯିହୋଶୂୟଙ୍କୁ କହିଲେ, “ସତ୍ୟ, ସଦାପ୍ରଭୁ ଏହି ସମସ୍ତ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏହାଛଡ଼ା ସେ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି।”
Wọ́n sì sọ fún Joṣua, “Nítòótọ́ ni Olúwa tí fi gbogbo ilẹ̀ náà lé wa lọ́wọ́; gbogbo olùgbé ilẹ̀ náà ni ìbẹ̀rùbojo ti mú nítorí i wa.”

< ଯିହୋଶୂୟ 2 >