< ଯିହୋଶୂୟ 2 >

1 ଏଥିଉତ୍ତାରେ ନୂନର ପୁତ୍ର ଯିହୋଶୂୟ ଶିଟୀମଠାରୁ ଗୁପ୍ତଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, “ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର।” ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ଅସ୍ଥାୟୀ ଭାବରେ ବସା କଲେ।
Et Josué, fils de Nun, envoya secrètement de Sittim deux espions, disant: Allez, voyez le pays et Jéricho. Et ils s’en allèrent, et vinrent dans la maison d’une prostituée, nommée Rahab, et y couchèrent.
2 ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, “ଦେଖ, ଆଜି ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏହି ସ୍ଥାନକୁ ଆସିଅଛନ୍ତି।”
Et on parla au roi de Jéricho, disant: Voici, des hommes d’entre les fils d’Israël sont venus ici cette nuit pour examiner le pays.
3 ତହିଁରେ ଯିରୀହୋର ରାଜା ରାହାବ ନିକଟକୁ କହି ପଠାଇଲେ, “ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି।”
Et le roi de Jéricho envoya vers Rahab, disant: Fais sortir les hommes qui sont venus chez toi, qui sont entrés dans ta maison; car ils sont venus pour examiner tout le pays.
4 ଏଥିରେ ସେ ସ୍ତ୍ରୀ ସେହି ଦୁଇ ଲୋକଙ୍କୁ ନେଇ ଲୁଚାଇ ରଖିଲା; ଆଉ ସେ କହିଲା, “ହଁ, ସେହି ଲୋକମାନେ ମୋʼ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ, ତାହା ମୁଁ ଜାଣେ ନାହିଁ।
Et la femme prit les deux hommes et les cacha; et elle dit: Il est vrai, les hommes sont venus chez moi, et je ne savais pas d’où ils étaient;
5 ମାତ୍ର ଅନ୍ଧକାର ହୁଅନ୍ତେ, ପ୍ରାୟ ନଗର-ଦ୍ୱାର ବନ୍ଦ କରିବା ସମୟରେ ସେହି ଲୋକମାନେ ବାହାରିଗଲେ; ମାତ୍ର ସେମାନେ କେଉଁଆଡ଼େ ଗଲେ, ତାହା ମୁଁ ଜାଣେ ନାହିଁ; ଶୀଘ୍ର ସେମାନଙ୍କ ପଛେ ପଛେ ଗୋଡ଼ାଅ, ତେବେ ସେମାନଙ୍କୁ ଧରି ପାରିବ।”
et comme la porte allait être fermée, dans les ténèbres, les hommes sont sortis; je ne sais pas où ces hommes sont allés; poursuivez-les en hâte, car vous les atteindrez.
6 ମାତ୍ର ସେ ସ୍ତ୍ରୀ ସେମାନଙ୍କୁ ଛାତ ଉପରକୁ ନେଇ ଛାତ ଉପରେ ସଜାଇ ରଖିଥିବା ଆପଣା ମସିନାଝାଟିରେ ଲୁଚାଇ ରଖିଥିଲା।
Or elle les avait fait monter sur le toit, et les avait cachés sous des tiges de lin qu’elle avait arrangées pour elle sur le toit.
7 ଏଣୁ ସେହି ଲୋକମାନେ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ; ପୁଣି ଗୁପ୍ତଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ଲୋକମାନେ ନଗର-ଦ୍ୱାର ବନ୍ଦ କଲେ।
Et les hommes les poursuivirent par le chemin du Jourdain, jusqu’aux gués; et après que ceux qui les poursuivaient furent sortis, on ferma la porte.
8 ଆଉ ଗୁପ୍ତଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା,
Et, avant qu’ils se couchent, elle monta vers les hommes sur le toit,
9 “ମୁଁ ଜାଣେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ଭୟ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି।
et leur dit: Je sais que l’Éternel vous a donné le pays, et que la terreur de votre [nom] est tombée sur nous, et que tous les habitants du pays se fondent devant vous;
10 କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସାଗରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥିତ ସୀହୋନ ଓ ଓଗ୍‍ ନାମକ ଇମୋରୀୟମାନଙ୍କ ଦୁଇ ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ;
car nous avons entendu comment l’Éternel a mis à sec les eaux de la mer Rouge devant vous, lorsque vous sortiez d’Égypte, et ce que vous avez fait aux deux rois des Amoréens qui étaient au-delà du Jourdain, à Sihon et à Og, que vous avez entièrement détruits.
11 ଆଉ ତାହା ଶୁଣିବାମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳି ଗଲା; ପୁଣି ତୁମ୍ଭମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନୀଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି।
Nous l’avons entendu, et notre cœur s’est fondu, et le courage d’aucun homme ne se soutient plus devant vous; car l’Éternel, votre Dieu, est Dieu dans les cieux en haut, et sur la terre en bas.
12 ଏଣୁ ଏବେ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋʼ ସଙ୍ଗେ ଏକ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋʼ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ-ଚିହ୍ନ ଦିଅ।
Et maintenant, je vous prie, jurez-moi par l’Éternel, que, puisque j’ai usé de bonté envers vous, vous aussi vous userez de bonté envers la maison de mon père; et vous me donnerez un signe certain
13 ପୁଣି ତୁମ୍ଭେମାନେ ମୋର ପିତା ଓ ମୋର ମାତା ଓ ମୋର ଭ୍ରାତୃଗଣ ଓ ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ; ପୁଣି ମରଣରୁ ଆମ୍ଭମାନଙ୍କ ପ୍ରାଣ ଉଦ୍ଧାର କରିବ।”
que vous laisserez vivre mon père, et ma mère, et mes frères, et mes sœurs, et tous ceux qui sont à eux, et que vous sauverez nos âmes de la mort.
14 ଏଥିରେ ସେମାନେ ତାହାକୁ କହିଲେ, “ତୁମ୍ଭେମାନେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ ନ କରିବ, ତେବେ ତୁମ୍ଭମାନଙ୍କ ପ୍ରାଣ ବଦଳେ ଆମ୍ଭମାନଙ୍କ ପ୍ରାଣ ଯିବ; ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଦେଶ ଦେବେ, ସେତେବେଳେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରିବା।”
Et les hommes lui dirent: Nos vies paieront pour vous, si vous ne divulguez pas notre affaire, et il arrivera que, lorsque l’Éternel nous aura donné le pays, nous userons de bonté et de vérité envers toi.
15 ଏଥିରେ ସେ ସ୍ତ୍ରୀ ସେମାନଙ୍କୁ ଝରକା ବାଟେ ଦଉଡ଼ିରେ ଓହ୍ଲାଇ ଦେଲା, କାରଣ ତାହାର ଗୃହ ନଗରର ପ୍ରାଚୀରରେ ଥିଲା ଓ ସେ ପ୍ରାଚୀର ଉପରେ ବାସ କରୁଥିଲା।
Et elle les fit descendre avec une corde par la fenêtre, car sa maison était sur la muraille du rempart, et elle habitait sur le rempart.
16 ପୁଣି ସେ ସେମାନଙ୍କୁ କହିଲା, “କେଜାଣି ଗୋଡ଼ାଇବା ଲୋକମାନେ ତୁମ୍ଭମାନଙ୍କୁ ହାବୁଡ଼ିବେ, ଏଥିପାଇଁ ତୁମ୍ଭେମାନେ ପର୍ବତକୁ ଯାଅ, ଆଉ ସେମାନେ ନେଉଟି ଆସିବା ପର୍ଯ୍ୟନ୍ତ ସେଠାରେ ତିନି ଦିନ ଲୁଚି ରୁହ, ତହିଁ ଉତ୍ତାରେ ତୁମ୍ଭେମାନେ ଆପଣା ବାଟରେ ଚାଲିଯିବ।”
Et elle leur dit: Allez à la montagne, de peur que ceux qui [vous] poursuivent ne vous rencontrent; et cachez-vous là trois jours, jusqu’à ce que ceux qui [vous] poursuivent soient de retour; et après, vous irez votre chemin.
17 ତହିଁରେ ସେହି ଲୋକମାନେ ତାହାକୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ସେ ବିଷୟରେ ଆମ୍ଭେମାନେ ନିର୍ଦ୍ଦୋଷ ହେବା।
Et les hommes lui dirent: Nous serons quittes de ce serment que tu nous as fait prêter.
18 ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏ ଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂର ବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ।
Voici, nous allons entrer dans le pays; tu attacheras ce cordon de fil écarlate à la fenêtre par laquelle tu nous as fait descendre, et tu rassembleras auprès de toi, dans la maison, ton père, et ta mère, et tes frères, et toute la maison de ton père.
19 ତହିଁରେ ଯେକେହି ତୁମ୍ଭ ଗୃହଦ୍ୱାରରୁ ବାହାରି ଦାଣ୍ଡକୁ ଯିବ, ତାହାର ରକ୍ତପାତ ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତିବ, ଆଉ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ; ମାତ୍ର ଯେକେହି ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥାଏ, ତାହା ଉପରେ ଯଦି କେହି ହାତ ଦିଏ, ତେବେ ତାହାର ରକ୍ତପାତ ଅପରାଧ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ।
Et il arrivera que quiconque sortira hors des portes de ta maison, son sang sera sur sa tête, et nous serons quittes; mais quiconque sera avec toi dans la maison, son sang sera sur notre tête, si on met la main sur lui.
20 ମାତ୍ର ତୁମ୍ଭେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତୁମ୍ଭ ସେହି ଶପଥରୁ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ।”
Et si tu divulgues notre affaire, nous serons quittes du serment que tu nous as fait prêter.
21 ତହିଁରେ ସେ କହିଲା, “ତୁମ୍ଭେମାନେ ଯେପରି କହିଲ, ସେପରି ହେଉ।” ଏଉତ୍ତାରେ ସେ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି ସେ ସେହି ସିନ୍ଦୂର ବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା।
Et elle dit: Qu’il en soit selon vos paroles. Et elle les renvoya, et ils s’en allèrent; et elle attacha le cordon d’écarlate à la fenêtre.
22 ତହୁଁ ସେମାନେ ପର୍ବତକୁ ଯାଇ ଗୋଡ଼ାଇବା ଲୋକମାନେ ନେଉଟି ଆସିବା ଯାଏ ସେଠାରେ ତିନି ଦିନ ରହିଲେ; ଏଣୁ ଗୋଡ଼ାଇବା ଲୋକମାନେ ବାଟଯାକ ଖୋଜିଲେ, ମାତ୍ର ପାଇଲେ ନାହିଁ।
Et ils s’en allèrent, et vinrent à la montagne, et demeurèrent là trois jours, jusqu’à ce que ceux qui les poursuivaient soient de retour. Et ceux qui les poursuivaient cherchèrent par tout le chemin, et ils ne les trouvèrent pas.
23 ଏଉତ୍ତାରେ ସେହି ଦୁଇ ଲୋକ ଫେରି ପର୍ବତରୁ ଓହ୍ଲାଇଲେ, ପୁଣି ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଗଲେ; ଆଉ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହାସବୁ ତାଙ୍କୁ କହିଲେ।
Et les deux hommes s’en retournèrent et descendirent de la montagne, et passèrent, et vinrent vers Josué, fils de Nun, et lui racontèrent tout ce qui leur était arrivé.
24 ଆହୁରି ସେମାନେ ଯିହୋଶୂୟଙ୍କୁ କହିଲେ, “ସତ୍ୟ, ସଦାପ୍ରଭୁ ଏହି ସମସ୍ତ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏହାଛଡ଼ା ସେ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି।”
Et ils dirent à Josué: Oui, l’Éternel a livré tout le pays en nos mains; et aussi tous les habitants du pays se fondent devant nous.

< ଯିହୋଶୂୟ 2 >