< ଯିହୋଶୂୟ 19 >
1 ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।
Sedan föll den andre lotten Simeons barnas slägtes, efter deras ätter; och deras arfvedel var ibland Juda barnas arfvedel.
2 ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେର୍ଶେବା ବା ଶେବଃ ଓ ମୋଲାଦା
Och kom på deras arfvedel BerSeba, Seba, Molada,
3 ଓ ହତ୍ସର-ଶୁୟାଲ୍ ଓ ବାଲା ଓ ଏତ୍ସମ୍
HazarSual, Bala, Azem,
4 ଓ ଇଲତୋଲଦ୍ ଓ ବଥୁଲ ଓ ହର୍ମା
Eltolad, Bethul, Horma,
5 ଓ ସିକ୍ଲଗ୍ ଓ ବେଥ୍-ମର୍କାବୋତ୍ ଓ ହତ୍ସରସୂଷୀମ୍
Ziklag, BethMarkaboth, HazarSusa,
6 ଓ ବେଥ୍-ଲବାୟୋତ୍ ଓ ଶାରୁହନ୍; ଗ୍ରାମ ସମେତ ଏହି ତେର ନଗର।
BethLebaoth, Saruhen. Det äro tretton städer, och deras byar.
7 ଐନ୍ ଓ ରିମ୍ମୋନ୍ ଓ ଏଥର୍ ଓ ଆଶନ୍; ଗ୍ରାମ ସମେତ ଏହି ଚାରି ନଗର
Ain, Rimmon, Ether, Asan. Det äro fyra städer och deras byar.
8 ଓ ବାଲତ୍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା।
Dertill alla byar, som ligga omkring dessa städerna, allt intill BaalathBer, Ramath söderut. Detta är Simeons barnas arfvedel i deras ätter.
9 ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା-ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା-ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ।
Ty Simeons barnas arfvedel är ibland Juda barnas snöre; efter Juda barnom var deras arfvedel för stor; derföre fingo Simeons barn del ibland deras arfvedel.
10 ଏଥିଉତ୍ତାରେ ସବୂଲୂନ-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା।
Tredje lotten föll på Sebulons barn efter deras ätter; och deras arfvedels gränsa var allt intill Sarid;
11 ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା।
Och går uppåt vesterut till Marala, och stöter inpå Dabbaseth, och stöter inpå bäcken, som löper framom Jokneam;
12 ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତ୍ରେ ବାହାରି ଯାଫୀୟକୁ ଉଠିଗଲା।
Och vänder sig ifrå Sarid österut, allt intill den gränsan CislothThabor; och går ut till Dabberath, och räcker upp till Japhia;
13 ପୁଣି ସେଠାରୁ ପୂର୍ବଦିଗ ହୋଇ ଗାଥ୍-ହେଫର ଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋନ୍କୁ ଗଲା।
Och löper dädan österåt igenom GittaHepher, IttaKazin, och kommer ut till Rimmon, Hammethoar, Hannea;
14 ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା।
Och böjer sig omkring ifrå nordan inåt Nathon; och utgången är i den dalen JiphtaEl;
15 ପୁଣି କଟତ୍ ଓ ନହଲୋଲ୍ ଓ ଶିମ୍ରୋଣ ଓ ଯିଦାଲା ଓ ବେଥଲିହିମ; ଗ୍ରାମ ସମେତ ଏହି ବାର ନଗର।
Kattath, Nahalal, Simron, Jideala och BethLehem. Det äro tolf städer, och deras byar.
16 ଗ୍ରାମ ସମେତ ଏସବୁ ନଗର ସବୂଲୂନ-ସନ୍ତାନମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା।
Detta är nu Sebulons barnas arfvedel till deras ätter; och detta är deras städer och byar.
17 ଏଥିଉତ୍ତାରେ ଇଷାଖରର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା।
Fjerde lotten föll på Isaschars barn efter deras ätter.
18 ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ଶୂନେମ
Och deras gränsa var Jisreel, Chesulloth, Sunem,
19 ଓ ହଫାରୟିମ୍ ଓ ଶୀୟୋନ ଓ ଅନହରତ୍
Hapharaim, Sion, Anaharath,
20 ଓ ରାବ୍ବୀତ୍ ଓ କିଶୀୟୋନ୍ ଓ ଏବସ
Rabbith, Kisjon, Abez.
21 ଓ ରେମତ୍ ଓ ଐନ୍-ଗନ୍ନୀମ୍ ଓ ଐନ୍-ହଦ୍ଦା ଓ ବେଥ୍-ପତ୍ସେସ ପର୍ଯ୍ୟନ୍ତ ଗଲା।
Remeth, EnGannim, EnHadda, BethPazzez;
22 ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍ ଓ ବେଥ୍-ଶେମଶ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର।
Och stöter inpå Thabor, Sahazima, BethSemes, och utgången deraf var inuppå Jordan; sexton städer, och deras byar.
23 ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।
Detta är nu Isaschars barnas slägters arfvedel till deras ätter, städer och byar.
24 ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା।
Femte lotten föll på Assers barnas slägte i deras ätter.
25 ଆଉ ସେମାନଙ୍କର ସୀମା ହିଲକତ୍ ଓ ହଲୀ ଓ ବେଟନ ଓ ଅକ୍ଷଫ
Och deras gränsa var Helkath, Hali, BetenAchsaph,
26 ଓ ଅଲମେଲକ୍ ଓ ଅମୀୟାଦ୍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍ନତ ପର୍ଯ୍ୟନ୍ତ ଗଲା।
Alammelech, Amead, Miseal; och stöter inpå Carmel vid hafvet, och till SihorLibnath;
27 ପୁଣି ସୂର୍ଯ୍ୟୋଦୟ ଦିଗରେ ବେଥ୍-ଦାଗୁନ୍ ଆଡ଼େ ବୁଲି ବେଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
Och vänder sig österut till BethDagon, och stöter inpå Sebulon, och till den dalen JiphthahEl norrut, BethEmek, Negiel, och kommer ut vid Cabul på venstra sidone;
28 ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;
Ebron, Rehob, Hammon, Kana, allt intill det stora Zidon;
29 ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀର-ବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକଷୀବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା।
Och vänder sig inåt Rama, allt intill den fasta staden Zor; och vänder sig åt Hosa, och går ut vid hafvet efter snöret åt Achsib;
30 ମଧ୍ୟ ଉମ୍ମା ଓ ଅଫେକ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା।
Umma, Aphek, Rehob; två och tjugu städer, och deras byar.
31 ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା।
Detta är nu Assers barnas slägters arfvedel till deras ätter, städer och byar.
32 ଏଥିଉତ୍ତାରେ ନପ୍ତାଲିର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା।
Sjette lotten föll på Naphthali barn i deras ätter.
33 ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍ବ ଓ ଯବ୍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।
Och deras gränsa var ifrå Heleph, Allon, igenom Zaanannim, Adami, Nekeb, JabneEl, allt intill Lakum, och går ut inpå Jordan;
34 ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନୋତ୍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ୍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା।
Och vänder sig vesterut åt Asnoth Thabor; och kommer dädan ut och till Hukkob, och stöter inpå Sebulon söderut, och till Assur vesterut, och till Juda invid Jordan österut;
35 ପୁଣି ସବୀମ ଓ ସେର ଓ ହମ୍ମତ୍, ରକ୍କତ୍ ଓ କିନ୍ନେରତ୍
Och hafver fasta städer, Ziddim, Zer, Hammath, Rakkath, Chinnareth,
36 ଓ ଆଦାମା ଓ ରାମା ଓ ହାସୋର
Adama, Rama, Hazor,
37 ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର
Kedes, Edrei, EnHazor,
38 ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀର-ବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣେଇଶ ନଗର।
Jireon, MigdalEl, Horem, BethAnath, BethSames; nitton städer, och deras byar.
39 ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର।
Detta är nu Naphthali barnas slägters arfvedel till deras ätter, städer och byar.
40 ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା।
Sjunde lotten föll på Dans barnas slägte i deras ätter.
41 ସେମାନଙ୍କ ଅଧିକାରର ସୀମା ସରାୟ ଓ ଇଷ୍ଟାୟୋଲ ଓ ଇରଶେମଶ୍
Och gränsan af deras arfvedel var: Zorga, Esthaol, IrSames,
42 ଓ ଶାଲବୀନ୍ ଓ ଅୟାଲୋନ୍ ଓ ଯିତ୍ଲା
Saalabbin, Ajalon, Jithla,
43 ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ
Elon, Timnatha, Ekron,
44 ଓ ଇଲତ୍କୀ ଓ ଗିବ୍ବଥୋନ ଓ ବାଲତ୍
Eltheke, Gibbethon, Baalath,
45 ଓ ଯିହୂଦ୍ ଓ ବନେବରକ୍ ଓ ଗାଥ୍-ରିମ୍ମୋନ
Jehud, Benebarak, GathRimmon,
46 ଓ ମେୟକୋନ୍ ଓ ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।
MeJarkon, Rakkon med den gränsona vid Japho:
47 ମାତ୍ର ଦାନ୍-ସନ୍ତାନଗଣର ସୀମା ସେହି ସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ।
Och der går Dans barnas gränsa ut. Och Dans barn drogo upp, och stridde emot Lesem och vunno det, och slogo det med svärdsegg; och togo det in, och bodde deruti, och kallade det Dan, efter deras faders namn.
48 ଆପଣା ଆପଣା ବଂଶାନୁସାରେ ଦାନ୍-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
Detta är nu Dans barnas slägtes arfvedel i deras ätter, städer och byar.
49 ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ।
Och då de hade lyktat utskifta landet med dess gränsor, gåfvo Israels barn Josua, Nuns son, en arfvedel ibland sig;
50 ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ-ପର୍ବତମୟ ଦେଶରେ ତିମ୍ନାତ୍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ।
Och gåfvo honom efter Herrans befallning den stad, som han begärade, som var ThimnathSerah uppå Ephraims berg; den staden byggde han, och bodde deruti.
51 ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟି ଦେଲେ। ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।
Desse äro nu de arfvedelar, som Eleazar Presten, och Josua, Nuns son, och de öfverste af fäderna ibland slägterna, genom lott utskifte Israels barnom i Silo för Herranom, inför dörrene af vittnesbördsens tabernakel; och lyktade så landsens utskiftning.