< ଯିହୋଶୂୟ 17 >
1 ମନଃଶି ବଂଶର ଏହି ବାଣ୍ଟ; ଯେହେତୁ ସେ ଯୋଷେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲୀୟଦର ପିତା, ମନଃଶିର ଜ୍ୟେଷ୍ଠ ପୁତ୍ର ମାଖୀର, ଯୋଦ୍ଧା ହେବା ହେତୁରୁ ଗିଲୀୟଦ ଓ ବାଶନ ପାଇଥିଲା।
Huu ndio mgawo wa kabila la Manase kama mzaliwa wa kwanza wa Yosefu, yaani kwa ajili ya Makiri, mzaliwa wa kwanza wa Manase. Makiri alikuwa baba wa Wagileadi, ambao walipokea Gileadi na Bashani kwa sababu Wamakiri walikuwa askari wakuu.
2 ମନଃଶିର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ବାଣ୍ଟ ହେଲା; ଯଥା, ଅବୀୟେଷର-ସନ୍ତାନଗଣ ଓ ହେଲକ-ସନ୍ତାନଗଣ ଓ ଅସ୍ରୀୟେଲ-ସନ୍ତାନଗଣ ଓ ଶେଖମ-ସନ୍ତାନଗଣ ଓ ହେଫର-ସନ୍ତାନଗଣ ଓ ଶମୀଦା-ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା; ଏମାନେ ଆପଣା ଆପଣା ବଂଶାନୁସାରେ ଯୋଷେଫର ପୁତ୍ର ମନଃଶିର ପୁତ୍ରସନ୍ତାନ ଥିଲେ।
Kwa hiyo mgawo huu ulikuwa kwa ajili ya watu wa Manase waliokuwa wamebaki, ambao ni koo za Abiezeri, Heleki, Asirieli, Shekemu, Heferi na Shemida. Hawa ndio wanaume wale wengine wa uzao wa Manase mwana wa Yosefu kwa koo zao.
3 ମାତ୍ର ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ସଲଫାଦର ପୁତ୍ରସନ୍ତାନ ନ ଥିଲେ, କେବଳ କେତେକ କନ୍ୟା ଥିଲେ; ତାହାର କନ୍ୟାମାନଙ୍କ ନାମ ମହଲା ଓ ନୋୟା ଓ ହଗ୍ଲା ଓ ମିଲ୍କା ଓ ତିର୍ସା।
Basi Selofehadi mwana wa Heferi, mwana wa Gileadi, mwana wa Makiri, mwana wa Manase hakuwa na wana waume ila mabinti tu, ambao majina yao yalikuwa Mahla, Noa, Hogla, Milka na Tirsa.
4 ଏମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଅଧ୍ୟକ୍ଷମାନଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କ ଭ୍ରାତୃଗଣ ମଧ୍ୟରେ ଆମ୍ଭମାନଙ୍କୁ ଏକ ଅଧିକାର ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ; ଏହେତୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସେମାନଙ୍କ ପିତାର ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ।
Wakamwendea kuhani Eleazari, Yoshua mwana wa Nuni, na viongozi, wakasema: “Bwana alimwagiza Mose atupatie urithi miongoni mwa ndugu zetu.” Kwa hiyo Yoshua akawapa urithi pamoja na ndugu wa baba yao, kufuatana na agizo la Bwana.
5 ଏଣୁ ଯର୍ଦ୍ଦନର ସେପାରିସ୍ଥ ଗିଲୀୟଦ ଓ ବାଶନ ଛଡ଼ା ମନଃଶିର ବାଣ୍ଟରେ ଦଶ ଅଂଶ ପଡ଼ିଲା।
Fungu la Manase lilikuwa na sehemu kumi za nchi, licha ya Gileadi na Bashani mashariki mwa Yordani,
6 କାରଣ ମନଃଶିର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ; ପୁଣି ଗିଲୀୟଦ ଦେଶ ମନଃଶିର ଅବଶିଷ୍ଟ ପୁତ୍ରମାନଙ୍କର ହେଲା।
kwa sababu wale binti za kabila la Manase walipokea urithi miongoni mwa wana wa kiume. Nchi ya Gileadi ilikuwa mali ya wazao wa Manase waliobaki.
7 ମନଃଶିର ସୀମା ଆଶେରଠାରୁ ଶିଖିମ ସମ୍ମୁଖସ୍ଥିତ ମିକ୍ମଥତ୍ ପର୍ଯ୍ୟନ୍ତ ଥିଲା; ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଐନ୍-ତପୂହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା।
Eneo la Manase lilienea kuanzia Asheri hadi Mikmeta mashariki mwa Shekemu. Mpaka ule ulielekea upande wa kusini kutoka pale kujumuisha watu walioishi En-Tapua.
8 ତପୂହ ଦେଶ ମନଃଶିର ହେଲା; ମାତ୍ର ମନଃଶିର ସୀମାନ୍ତର୍ଗତ ତପୂହନଗର ଇଫ୍ରୟିମ-ସନ୍ତାନଗଣର ହେଲା।
(Nchi ya Tapua ilikuwa mali ya Manase, lakini Tapua yenyewe iliyo mpakani mwa nchi ya Manase ilikuwa ya Waefraimu.)
9 ପୁଣି ସେହି ସୀମା କାନ୍ନା ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା; ମନଃଶିର ସକଳ ନଗର ମଧ୍ୟରେ ଏହିସବୁ ନଗର ଇଫ୍ରୟିମର ଥିଲା, ମନଃଶିର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା।
Kisha mpaka ule uliendelea kuelekea kusini hadi Bonde la Kana. Kulikuwepo miji ya Efraimu iliyokuwa miongoni mwa miji ya Manase, lakini mpaka wa Manase ulikuwa upande wa kaskazini wa lile bonde na kuishia kwenye bahari.
10 ଦକ୍ଷିଣ ଦିଗ ଇଫ୍ରୟିମର ଓ ଉତ୍ତର ଦିଗ ମନଃଶିର ଥିଲା ଓ ସମୁଦ୍ର ତାହାର ସୀମା ଥିଲା; ପୁଣି ତାହା ଉତ୍ତର ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇଷାଖର ପର୍ଯ୍ୟନ୍ତ ଗଲା।
Nchi ya kusini ilikuwa ya Efraimu, na ile iliyokuwa upande wa kaskazini ilikuwa ya Manase. Eneo la Manase lilifika bahari na ikapakana na Asheri upande wa kaskazini, na Isakari upande wa mashariki.
11 ପୁଣି ଇଷାଖର ଓ ଆଶେର ମଧ୍ୟରେ ବେଥ୍-ଶାନ ଓ ତହିଁର ଉପନଗର, ଯିବ୍ଲିୟିମ ଓ ତହିଁର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ, ଐନ୍-ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲା।
Katika Isakari na Asheri Manase alikuwa na miji pia: Beth-Shani, Ibleamu na watu wa Dori, Endori, Taanaki na Megido, pamoja na vijiji vyote vinavyohusika na miji hiyo (ya tatu katika orodha ni Nafothi).
12 ତଥାପି ମନଃଶିର ସନ୍ତାନଗଣ ସେହି ସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।
Lakini Wamanase hawakuweza kuimiliki miji hii, kwa kuwa Wakanaani walikazana kuishi katika maeneo hayo.
13 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ, କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ।
Hata hivyo, Waisraeli walivyoendelea kupata nguvu waliwatumikisha Wakanaani na kuwatia katika kazi za kulazimishwa, lakini hawakuwafukuza kabisa.
14 ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁଗୋଷ୍ଠୀ ହୋଇଅଛୁ।”
Watu wa Yosefu wakamwambia Yoshua, “Kwa nini umetupa sisi mgawo mmoja tu na sehemu moja tu kuwa urithi? Sisi tu watu wengi sana, na Bwana ametubariki kwa wingi.”
15 ତହିଁରେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେ ଯେବେ ବହୁଗୋଷ୍ଠୀ ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରୟିମର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ; ଆଉ ସେଠାରେ ପରିଷୀୟ ଓ ରଫାୟୀୟମାନଙ୍କ ଦେଶରେ ଆପଣା ପାଇଁ ବନ କାଟ।”
Yoshua akajibu, “Kama ninyi ni wengi sana, na kama nchi ya vilima ya Efraimu ni ndogo sana kwenu, pandeni msituni mkafyeke eneo kwa ajili yenu wenyewe huko kwenye nchi ya Waperizi na Warefai.”
16 ତହିଁରେ ଯୋଷେଫର ସନ୍ତାନଗଣ କହିଲେ, “ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବେଥ୍-ଶାନରେ ଓ ତହିଁର ଉପନଗରମାନରେ ଓ ଯିଷ୍ରିୟେଲର ତଳଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି, ସେମାନଙ୍କର ଲୌହ ରଥ ଅଛି।”
Watu wa Yosefu wakajibu, “Hiyo nchi ya vilima haitutoshi, nao Wakanaani wote wanaoishi katika tambarare wanayo magari ya vita ya chuma, wote wa Beth-Shani na miji yake, na wale walio katika Bonde la Yezreeli.”
17 ତହିଁରେ ଯିହୋଶୂୟ ଯୋଷେଫଙ୍କର ବଂଶ ଇଫ୍ରୟିମ ଓ ମନଃଶିକୁ କହିଲେ, “ତୁମ୍ଭେ ବହୁଗୋଷ୍ଠୀ ଓ ତୁମ୍ଭର ମହାପରାକ୍ରମ ଅଛି; ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ।
Lakini Yoshua akanena na nyumba ya Yosefu, yaani Efraimu na Manase: “Ninyi ni wengi sana na wenye nguvu sana. Hamtakuwa na mgawo mmoja tu,
18 ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ; ପୁଣି ତାହା ବନ ହେଲେ ହେଁ ତୁମ୍ଭେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ; କାରଣ କିଣାନୀୟମାନଙ୍କ ଲୌହ ରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ।”
bali pia nchi hii ya kilima yenye msitu. Ifyekeni, nayo mipaka yake itakuwa yenu umbali mtakaoweza kufika. Ingawa Wakanaani wana magari ya chuma, nao wana nguvu, mwaweza kuwafukuza humo.”