< ଯିହୋଶୂୟ 16 >
1 ପୂର୍ବଦିଗସ୍ଥିତ ଯିରୀହୋର ଜଳ ନିକଟବର୍ତ୍ତୀ ଯିରୀହୋ ସନ୍ନିକଟ ଯର୍ଦ୍ଦନ ଅବଧି ଯିରୀହୋଠାରୁ ପର୍ବତମୟ ଦେଶ ଦେଇ ବେଥେଲ୍କୁ ଉର୍ଦ୍ଧ୍ବଗାମୀ ପ୍ରାନ୍ତର ଯୋଷେଫ-ସନ୍ତାନମାନଙ୍କ ବାଣ୍ଟ ହେଲା।
Ìpín ti àwọn ọmọ Josẹfu láti Jordani lẹ́bàá Jeriko, ní omi Jeriko ní ìhà ìlà-oòrùn, àní aginjù, tí ó gòkè láti Jeriko lọ dé ilẹ̀ òkè Beteli.
2 ତହୁଁ ସେ ସୀମା ବେଥେଲ୍ଠାରୁ ଲୂସ୍କୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରୋତ୍କୁ ଗଲା;
Ó sì tẹ̀síwájú láti Beteli (tí í ṣe Lusi) kọjá lọ sí agbègbè àwọn ará Arki ní Atarotu,
3 ପୁଣି ପଶ୍ଚିମ ଦିଗରେ ଯଫ୍ଲେଟୀୟ ସୀମା ଆଡ଼େ ନିମ୍ନଗାମୀ ବେଥ୍-ହୋରଣର ସୀମା ଓ ଗେଷର ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା।
Ó sì sọ̀kalẹ̀ lọ sí ìhà ìwọ̀-oòrùn agbègbè àwọn ará Jefileti, títí dé ilẹ̀ ìsàlẹ̀ Beti-Horoni, àní dé Geseri, ó sì parí sí etí Òkun.
4 ଏହିରୂପେ ଯୋଷେଫର ସନ୍ତାନ ମନଃଶି ଓ ଇଫ୍ରୟିମ ଆପଣା ଆପଣା ଅଧିକାର ଗ୍ରହଣ କଲେ।
Báyìí ni Manase àti Efraimu, àwọn ọmọ Josẹfu, gba ilẹ̀ ìní wọn.
5 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବ ଦିଗରେ ଉଚ୍ଚତର ବେଥ୍-ହୋରଣ ପର୍ଯ୍ୟନ୍ତ ଅଟାରୋତ୍-ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା।
Èyí ni ilẹ̀ Efraimu, ní agbo ilé agbo ilé. Ààlà ìní wọn lọ láti Atarotu-Addari ní ìlà-oòrùn lọ sí òkè Beti-Horoni.
6 ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍ମଥତ୍ ଉତ୍ତରରେ ବାହାରିଗଲା; ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍ଶୀଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ଯାଇ ପୂର୍ବ ଦିଗରେ ଯାନୋହକୁ ଗଲା।
Ó sì lọ títí dé Òkun. Láti Mikmeta ní ìhà àríwá, ó sì yí lọ sí ìhà ìlà-oòrùn lọ sí Taanati-Ṣilo, ó sì kọjá ní ẹ̀bá rẹ̀ lọ sí Janoa ní ìlà-oòrùn.
7 ପୁଣି ଯାନୋହଠାରୁ ଅଟାରୋତ୍ ଓ ନାରା ହୋଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା।
Láti Janoa ó yípo lọ sí gúúsù sí Atarotu àti Naara, ó sì dé Jeriko, ó sì pín sí odò Jordani.
8 ତହୁଁ ସେ ସୀମା ତପୂହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର।
Láti Tapua ààlà náà sì lọ sí ìhà ìwọ̀-oòrùn, ní Kana-Rafini, ó sì parí ní Òkun. Èyí ni ìní ẹ̀yà àwọn ọmọ Efraimu, ní agbo ilé agbo ilé.
9 ଏହାଛଡ଼ା ମନଃଶି-ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ-ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା।
Ó tún mú àwọn ìlú àti ìletò wọn tí ó yà sọ́tọ̀ fún àwọn ọmọ Efraimu tí ó wà ní àárín ìní àwọn ọmọ Manase.
10 ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି।
Wọn kò lé àwọn ara Kenaani tí ń gbé ni Geseri kúrò, títí di òní yìí ni àwọn ará Kenaani ń gbé láàrín àwọn ènìyàn Efraimu, ṣùgbọ́n wọ́n mú wọ́n sìn.