< ଯିହୋଶୂୟ 15 >

1 ଯିହୁଦା-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସୀନ୍‍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତଭାଗରେ ଥିଲା।
To je bil torej žreb rodu Judovih otrok po njihovih družinah, celó do meje Edóma. Divjina Cin proti jugu je bila najskrajnejši del južne pokrajine.
2 ପୁଣି ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତଭାଗ, ଅର୍ଥାତ୍‍, ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ
Njihova južna meja je bila od obale slanega morja, od zaliva, ki gleda proti jugu
3 ଦକ୍ଷିଣ ଦିଗରେ ଅକ୍ରବ୍ବୀମ ଘାଟି ଦେଇ ସୀନ୍‍ ପର୍ଯ୍ୟନ୍ତ ଗଲା, ପୁଣି ଦକ୍ଷିଣରେ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା; ତହୁଁ ହିଷ୍ରୋଣ ଦେଇ ଯାଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା।
in ta je šla ven k južni strani Maleh-Akrabíma in šla vzdolž Cina in se dvignila na južno stran do Kadeš Barnée in šla vzdolž Hecróna in se dvignila do Adárja in po ovinkih šla do Karkoja.
4 ଏଉତ୍ତାରେ ଅସ୍ମୋନକୁ ଯାଇ ମିସର ନଦୀ ପାଖେ ପାଖେ ବାହାରିଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା; ଏହା ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।
Od tam je ta šla proti Acmónu in šla ven k egiptovski reki in izhodi te pokrajine so bili pri morju. To bo vaša južna pokrajina.
5 ପୁଣି ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା। ପୁଣି ଉତ୍ତର ସୀମା ଯର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତଠାରୁ ଥିଲା
Vzhodna meja je bila slano morje, celó do konca Jordana. In njihova meja na severni četrtini je bila od morskega zaliva pri najbolj oddaljenem delu Jordana.
6 ଓ ସେହି ସୀମା ବେଥ୍-ହୋଗ୍ଲା ପର୍ଯ୍ୟନ୍ତ ଉଠି ବେଥ୍-ଅରାବାର ଉତ୍ତର ଦେଇ ଗଲା; ତହୁଁ ସେ ସୀମା ରୁବେନ୍‍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା।
Meja se je dvignila k Bet Hogli in šla vzdolž ob severu Bet Arábe in meja se je dvignila do kamna Rubenovega sina Bohana.
7 ଏଉତ୍ତାରେ ସେହି ସୀମା ଆଖୋର୍‍ ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା; ଏରୂପେ ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍‍ ଘାଟି ସମ୍ମୁଖସ୍ଥ ଗିଲ୍‍ଗଲ୍‍ ଆଡ଼କୁ ମୁଖ କରି ଉତ୍ତର ଦିଗକୁ ଗଲା ଓ ଐନ୍‍-ଶେମଶ୍‍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ପ୍ରାନ୍ତଭାଗ ଐନ୍‍-ରୋଗେଲ ନିକଟରେ ଥିଲା।
Meja se je iz doline Ahór dvignila proti Debírju in tako proti severu, zroč proti Gilgálu, to je preden se vzpneš k Adumímu, ki je na južni strani reke. Meja je šla proti vodam En Šemeša in njihovi izhodi so bili pri En Rogelu.
8 ସେ ସୀମା ହିନ୍ନୋମ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ଆଡ଼କୁ ଗଲା, ଏହାକୁ ଯିରୂଶାଲମ କହନ୍ତି; ଏଉତ୍ତାରେ ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ସମ୍ମୁଖରେ ରଫାୟୀମ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତ ଶୃଙ୍ଗ ପର୍ଯ୍ୟନ୍ତ ଗଲା।
Meja se je dvignila pri dolini sina Hinómovega k južni strani Jebusejcev; isti je Jeruzalem. Meja se je dvignila k vrhu gore, ki leži pred Hinómovo dolino proti zahodu, ki je pri koncu doline velikanov proti severu
9 ଏଉତ୍ତାରେ ସେହି ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳ ନିର୍ଝର ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା; ପୁଣି ସେ ସୀମା କିରୀୟଥ୍‍-ଯିୟାରୀମ୍‍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା।
in meja je bila potegnjena od vrha hriba k vodnemu studencu Neftóaha in šla ven k mestom gore Efróna in meja je bila potegnjena k Baáli, ki je Kirját Jearím.
10 ତହୁଁ ସେ ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ ନାମରେ ପ୍ରସିଦ୍ଧ ଯିୟାରୀମ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ତହୁଁ ତାହା ବେଥ୍-ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଗଲା।
Meja je od Baále zavila proti zahodu, na gorovje Seír in šla vzdolž, do pobočja gore Jearím, ki je Kesalón, na severno stran in se spustila dol k Bet Šemešu in šla naprej do Timne.
11 ପୁଣି ସେ ସୀମା ଇକ୍ରୋଣର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ତହୁଁ ସେ ସୀମା ଶକ୍‍କେରୋନ୍‍ ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ବାଲା ପର୍ବତରେ ପଡ଼ି ଯବ୍‍ନୀୟେଲକୁ ଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା।
Meja je šla ven k severni strani Ekróna in meja je bila potegnjena k Šikarónu in šla vzdolž do gore Baálo in šla ven k Jabneéli; in izhodi meje so bili pri morju.
12 ପୁଣି ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା; ଆପଣା ଆପଣା ବଂଶାନୁସାରେ ଯିହୁଦା-ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହି।
Zahodna meja je bila do velikega morja in njegove pokrajine. To je pokrajina Judovih otrok naokoli, glede na njihove družine.
13 ଏଥିଉତ୍ତାରେ ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଯିହୁଦା-ସନ୍ତାନଗଣ ମଧ୍ୟରେ ଯିଫୁନ୍ନିର ପୁତ୍ର କାଲେବଙ୍କର ଭାଗ ନିମନ୍ତେ ହିବ୍ରୋଣ ନାମରେ ପ୍ରସିଦ୍ଧ କିରୀୟଥ୍‍-ଅର୍ବ ଦେଲେ, ଅର୍ବ ଅନାକର ପିତା ଥିଲା।
Jefunéjevemu sinu Kalébu je dal delež med Judovimi otroki, glede na Gospodovo zapoved Józuetu, torej mesto Arba, Anákovega očeta, ki je mesto Hebrón.
14 ପୁଣି କାଲେବ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍‍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ।
Kaléb je od tam pregnal tri Anákove sinove: Šešája, Ahimána in Talmája, Anákove otroke.
15 ଏଉତ୍ତାରେ ସେଠାରୁ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଗମନ କଲେ; ପୂର୍ବକାଳରେ ସେହି ଦବୀର କିରୀୟଥ୍‍-ସେଫର ନାମରେ ବିଖ୍ୟାତ ଥିଲା।
Od tam je odšel gor k prebivalcem Debírja. Ime Debírja je bilo prej Kirját Sefer.
16 ସେହି ସମୟରେ କାଲେବ କହିଲେ, “ଯେଉଁ ଜନ କିରୀୟଥ୍‍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍‍ଷାର ବିବାହ ଦେବି।”
Kaléb je rekel: »Kdor udari Kirját Sefer in ga zavzame, njemu bom dal svojo hčer Ahso za ženo.«
17 ତହିଁରେ କାଲେବର ଭ୍ରାତା କନସର ପୁତ୍ର ଅତ୍ନୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍‍ଷାର ବିବାହ ଦେଲେ।
Zavzel ga je Kenázov sin Otniél, Kalébov brat in dal mu je svojo hčer Ahso za ženo.
18 ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ?”
Pripetilo se je, ko je prišla k njemu, da ga je primorala, da prosi od svojega očeta polje in razjahala je svojega osla in Kaléb ji je rekel: »Kaj hočeš?«
19 ତହୁଁ ସେ କହିଲା, “ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ।” ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ।
Ta je odgovorila: »Daj mi blagoslov, kajti dal si mi južno deželo; daj mi tudi vodne izvire.« In dal ji je gornje izvire in spodnje izvire.
20 ଯିହୁଦା ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର।
To je dediščina rodu Judovih otrok glede na njihove družine.
21 ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଯିହୁଦା-ସନ୍ତାନମାନଙ୍କ ବଂଶର ପ୍ରାନ୍ତଭାଗସ୍ଥ ଏସବୁ ନଗର ଥିଲା, କବ୍‍ସେଲ ଓ ଏଦର ଓ ଯାଗୁର
Najbolj oddaljena mesta rodu Judovih otrok proti pokrajini Edóm, proti jugu, so bila: Kabceél, Eder, Jagúr,
22 ଓ କୀନା ଓ ଦୀମୋନା ଓ ଅଦାଦା
Kina, Dimón, Adáda,
23 ଓ କେଦଶ୍‍ ଓ ହାସୋର ଓ ଯିତ୍ନନ୍;
Kedeš, Hacór, Jitnán,
24 ସୀଫ୍‍ ଓ ଟେଲମ୍‍ ଓ ବାଲୋତ୍‍
Zif, Telem, Bealót,
25 ଓ ହାସୋର-ହଦତ୍ତା ଓ କରିୟୋଥ୍‍-ହିଷ୍ରୋଣ (ଅବା ହାସୋର
Hacór, Hadáta, Kerijót in Hecrón, ki je Hacór,
26 ଅମାମ୍‍ ଓ ଶେମା ଓ ମୋଲାଦା
Amám, Šemaá, Moládaj,
27 ଓ ହତ୍‍ସର-ଗଦ୍ଦା ଓ ହିଷ୍‍ମୋନ୍‍ ଓ ବେଥ୍-ପେଲଟ
Hacár Gada, Hešmón, Bet Pelet,
28 ଓ ହତ୍‍ସର-ଶୁୟାଲ୍‍ ଓ ବେର୍‍ଶେବା ଓ ବିଷିୟୋଥିୟା;
Hacár Šuál, Beeršéba, Bizjótja,
29 ବାଲା ଓ ଇୟୀମ୍‍ ଓ ଏତ୍ସମ୍‍;
Baála, Ijím, Ecem,
30 ଇଲତୋଲଦ୍‍ ଓ କସୀଲ ଓ ହର୍ମା
Eltolád, Kesíl, Horma,
31 ଓ ସିକ୍ଲଗ୍‍ ଓ ମଦ୍‍ମନ୍ନା ଓ ସନ୍‍ସନ୍ନା
Ciklág, Madmaná, Sansána,
32 ଓ ଲବାୟୋତ୍‍ ଓ ଶିଲହୀମ୍‍ ଓ ଐନ୍‍ ଓ ରିମ୍ମୋନ୍‍; ଗ୍ରାମ ସମେତ ସର୍ବସୁଦ୍ଧା ଅଣତିରିଶ ନଗର।
Lebaót, Šilhím, Ajin in Rimón. Vseh mest je devetindvajset, z njihovimi vasmi.
33 ତଳଭୂମିରେ ଇଷ୍ଟାୟୋଲ ଓ ସରାୟ ଓ ଅସ୍‍ନା
In v dolini Eštaól, Cora, Ašna,
34 ଓ ସାନୋହ ଓ ଐନ୍‍-ଗନ୍ନୀମ୍‍ ଓ ତପୂହ ଓ ଐନମ୍;
Zanóah, En Ganím, Tapúah, Enájim,
35 ଯର୍ମୂତ ଓ ଅଦୁଲ୍ଲମ, ସୋଖୋ ଓ ଅସେକା
Jarmút, Adulám, Sohó, Azéka,
36 ଓ ଶାରୟିମ୍‍ ଓ ଅଦୀଥୟିମ୍‍ ଓ ଗଦେରା ଓ ଗଦେରୋଥୟିମ୍‍; ଗ୍ରାମ ସମେତ ଏହି ଚଉଦ ନଗର।
Šaarájim, Aditájim, Gedêra in Gederotaim, štirinajst mest z njihovimi vasmi.
37 ସନାନ୍‍ ଓ ହଦାଶା ଓ ମିଗ୍‍ଦଲଗାଦ
Cenán, Hadáša, Migdál Gad,
38 ଓ ଦିଲୀୟନ୍‍ ଓ ମିସ୍ପେ ଓ ଯକ୍ତେଲ;
Dilán, Micpa, Jokteél,
39 ଲାଖୀଶ୍‍ ଓ ବସ୍କତ୍‍ ଓ ଇଗ୍ଲୋନ୍‍;
Lahíš, Bockát, Eglón,
40 କେବ୍ବୋନ୍‍ ଓ ଲହମମ ଓ କିତୀଶ୍‍
Kabón, Lahmás, Kitlíš,
41 ଓ ଗଦେରୋତ୍‍, ବେଥ୍-ଦାଗୋନ୍‍ ଓ ନୟମା ଓ ମକ୍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର।
Gederót, Bet Dagón, Naáma in Makéda; šestnajst mest z njihovimi vasmi.
42 ଲିବ୍‍ନା ଓ ଏଥର୍‍ ଓ ଆଶନ୍‍
Libna, Eter, Ašán,
43 ଓ ଯିପ୍ତହ ଓ ଅସ୍‍ନା ଓ ନତ୍ସୀବ୍‍;
Jiftáh, Ašna, Necíb,
44 କିୟୀଲା ଓ ଅକଷୀବ୍ ଓ ମାରେଶା; ଗ୍ରାମ ସମେତ ନଅ ନଗର।
Keíla, Ahzíb in Marešá; devet mest z njihovimi vasmi.
45 ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;
Ekrón z njegovimi mesti in njegovimi vasmi.
46 ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସ୍ଦୋଦ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ।
Od Ekróna, celo do morja, vse kar leži blizu Ašdóda, z njegovimi vasmi.
47 ଅସ୍ଦୋଦ, ତହିଁର ଉପନଗର ଓ ଗ୍ରାମମାନ; ଘସା, ତହିଁର ଉପନଗର ଓ ଗ୍ରାମମାନ; ମିସର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ।
Ašdód z njegovimi mesti in njegovimi vasmi, Gaza s svojimi mesti in svojimi vasmi, do egiptovske reke in vélikega morja in njegove meje.
48 ପର୍ବତମୟ ଦେଶରେ ଶାମୀର ଓ ଯତ୍ତୀର ଓ ସୋଖୋ;
Na gorah: Šamír, Jatír, Sohó,
49 ପୁଣି ଦନ୍ନା ଓ କିରୀୟଥ୍‍-ସନ୍ନା (ଏହାକୁ ଦବୀର କହନ୍ତି)
Dana, Kirját Sana, ki je Debír,
50 ଓ ଅନାବ୍ ଓ ଇଷ୍ଟିମୋୟ ଓ ଆନୀମ୍‍
Anáb, Eštemóa, Aním,
51 ଓ ଗୋଶନ ଓ ହୋଲୋନ୍‍ ଓ ଗୀଲୋ; ଏହିସବୁ ଗ୍ରାମ ସମେତ ଏଗାର ନଗର।
Gošen, Holón in Gilo, enajst mest z njihovimi vasmi.
52 ଅରାବ୍‍ ଓ ଦୂମା ଓ ଇଶୀୟନ୍‍
Aráb, Dumá, Ešán,
53 ଓ ଯାନୁମ୍‍ ଓ ବେଥ୍-ତ୍ତପୂହ ଓ ଅଫେକା
Janúm, Bet Tapúah, Aféka,
54 ଓ ହୁମ୍ଟା ଓ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର।
Humta, Kirját Arba, ki je Hebrón in Ciór, devet mest z njihovimi vasmi.
55 ମାୟୋନ୍‍, କର୍ମିଲ ଓ ସୀଫ୍‍ ଓ ଯୁଟା
Maón, Karmel, Zif, Juta,
56 ଓ ଯିଷ୍ରିୟେଲ ଓ ଯଗ୍‍ଦୀୟାମ୍‍ ଓ ସାନୋହ;
Jezreél, Jokdeám, Zanóah,
57 କୟିନ ଓ ଗିବୀୟା ଓ ତିମ୍ନା; ଏସବୁ ଗ୍ରାମ ସମେତ ଦଶ ନଗର।
Kajin, Gíbei in Timna, deset mest z njihovimi vasmi.
58 ହଲହୁଲ ଓ ବେଥ୍-ସୁର ଓ ଗଦୋର
Halhúl, Bet Cur, Gedór,
59 ଓ ମାରତ୍‍ ଓ ବେଥ୍-ଅନୋତ୍‍ ଓ ଇଲ୍‍ତକୋନ; ଏସବୁ ଗ୍ରାମ ସମେତ ଛଅ ନଗର।
Maarát, Bet Anót in Eltekón, šest mest z njihovimi vasmi.
60 କିରୀୟଥ୍‍-ବାଲ (ଏହାକୁ କିରୀୟଥ୍‍-ଯିୟାରୀମ୍‍ କହନ୍ତି) ଓ ରବ୍ବା; ଏଥିର ଗ୍ରାମ ସମେତ ଦୁଇ ନଗର।
Kirját Báal, ki je Kirját Jearím in Raba, dve mesti z njunimi vasmi.
61 ପ୍ରାନ୍ତରରେ ବେଥ୍-ଅରାବା, ମିଦ୍ଦୀନ୍‍ ଓ ସକାଖା
V divjini Bet Arába, Midín, Seháha,
62 ଓ ନିବ୍‍ଶନ୍‍ ଓ ଲବଣ ନଗର ଓ ଐନଗଦୀ; ଏସବୁ ଗ୍ରାମ ସମେତ ଛଅ ନଗର।
Nibšán, Solno mesto in En Gedi, šest mest z njihovimi vasmi.
63 ମାତ୍ର ଯିହୁଦା-ସନ୍ତାନଗଣ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ଏହେତୁ ଯିବୂଷୀୟମାନେ ଅଦ୍ୟାବଧି ଯିହୁଦା-ସନ୍ତାନଗଣ ସହିତ ଯିରୂଶାଲମରେ ବାସ କରୁଅଛନ୍ତି।
Kar se tiče Jebusejcev, prebivalcev Jeruzalema, jih Judovi otroki niso mogli pognati ven, temveč so Jebusejci prebivali z Judovimi otroki pri Jeruzalemu do današnjega dne.

< ଯିହୋଶୂୟ 15 >