< ଯିହୋଶୂୟ 13 >
1 ଏହି ସମୟରେ ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ; ପୁଣି ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ଓ ଗତବୟସ୍କ ହେଲ; ମାତ୍ର ଏବେ ହେଁ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି।
Da Josua var blevet gammel og til Aars, sagde HERREN til ham: »Du er blevet gammel og til Aars, og der er endnu saare meget tilbage af Landet at indtage.
2 ସେହି ଅବଶିଷ୍ଟ ଦେଶ ଏହି; ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ଡଳ ଓ ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ;
Dette er det Land, som er tilbage: Hele Filisternes Landomraade og alle Gesjuriterne,
3 ଅର୍ଥାତ୍, ମିସର-ସମ୍ମୁଖସ୍ଥିତ ଶୀହୋରଠାରୁ ଇକ୍ରୋଣର ଉତ୍ତର ସୀମା ପର୍ଯ୍ୟନ୍ତ କିଣାନୀୟମାନଙ୍କ ଦେଶ; ଘସାତୀୟ ଓ ଅସ୍ଦୋଦୀୟ, ଅସ୍କିଲୋନୀୟ, ଗାଥୀୟ ଓ ଇକ୍ରୋଣୀୟ, ପଲେଷ୍ଟୀୟ ଏହି ପାଞ୍ଚ ଅଧିପତିମାନଙ୍କ ଦେଶ;
Landet fra Sjihor østen for Ægypten indtil Ekrons Landemærke i Nord — det regnes til Kana'anæerne — de fem Filisterfyrster i Gaza, Asdod, Askalon, Gat og Ekron, desuden Avviterne
4 ଆଉ ଦକ୍ଷିଣ ଦିଗସ୍ଥ ଅବ୍ବୀୟମାନଙ୍କ ଦେଶ; କିଣାନୀୟମାନଙ୍କ ସମସ୍ତ ଦେଶ ଓ ଇମୋରୀୟମାନଙ୍କ ସୀମାସ୍ଥିତ ଅଫେକ ପର୍ଯ୍ୟନ୍ତ ସୀଦୋନୀୟମାନଙ୍କ ଅଧୀନ ମୀୟାରା।
mod Syd, hele Kana'anæerlandet fra Meara, som tilhører Zidonierne, indtil Afek og til Amoriternes Landemærke,
5 ପୁଣି ଗିବ୍ଲୀୟମାନଙ୍କ ଦେଶ ଓ ହର୍ମୋଣ ପର୍ବତର ତଳସ୍ଥିତ ବାଲ୍ଗାଦ୍ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ଦିଗସ୍ଥ ସମସ୍ତ ଲିବାନୋନ।
og det Land, som mod Øst grænser til Libanon fra Ba'al-Gad ved Hermonbjergets Fod til Egnen hen imod Hamat.
6 ଲିବାନୋନଠାରୁ ମିଷ୍ରଫୋତ୍-ମୟିମ୍ ପର୍ଯ୍ୟନ୍ତ ପର୍ବତ ନିବାସୀ ସମସ୍ତ ସୀଦୋନୀୟମାନଙ୍କ ଦେଶ; ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେବା; ତୁମ୍ଭେ ଆମ୍ଭ ଆଜ୍ଞାନୁସାରେ ତାହା ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ।
Alle Indbyggerne i Bjerglandet fra Libanon til Misrefot Majim, alle Zidonierne, vil jeg drive bort foran Israeliterne. Tildel kun Israel det som Ejendom, saaledes som jeg har paalagt dig.
7 ଏନିମନ୍ତେ ଏବେ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଏହି ଦେଶ ବିଭାଗ କରିଦିଅ।”
Udskift derfor dette Land som Ejendom til de halvtiende Stammer.« Manasses halve Stamme
8 ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଯର୍ଦ୍ଦନର ପୂର୍ବପାରିରେ ମୋଶାଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ,
saavel som Rubeniterne og Gaditerne havde nemlig faaet deres Arvelod, som Moses gav dem hinsides Jordan, paa Østsiden, saaledes som HERRENS Tjener Moses gav dem,
9 ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି,
fra Aroer ved Arnonflodens Bred og Byen midt nede i Dalen, hele Højsletten fra Medeba til Dibon,
10 ଆଉ ଅମ୍ମୋନ-ସନ୍ତାନଗଣର ସୀମା ପର୍ଯ୍ୟନ୍ତ ହିଷ୍ବୋନରେ କର୍ତ୍ତୃତ୍ୱକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମସ୍ତ ନଗର;
alle de Byer, som havde tilhørt Amoriterkongen Sihon, der herskede i Hesjbon, indtil Ammoniternes Landemærke,
11 ପୁଣି ଗିଲୀୟଦ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ,
fremdeles Gilead og Gesjuriternes og Ma'akatiternes Landemærke, hele Hermonbjerget og hele Basan indtil Salka,
12 ଅର୍ଥାତ୍, ଅଷ୍ଟାରୋତ୍ରେ ଓ ଇଦ୍ରିୟୀରେ ରାଜତ୍ୱକାରୀ ରଫାୟୀୟମାନଙ୍କ ମଧ୍ୟରେ ଅବଶିଷ୍ଟ ଓଗ୍ ବାଶନ ରାଜ୍ୟ ଦେଇଥିଲା; କାରଣ ମୋଶା ଏମାନଙ୍କୁ ପରାଜୟ କରି ଘଉଡ଼ାଇ ଦେଇଥିଲେ।
hele det Rige, der havde tilhørt Og af Basan, som herskede i Asjtarot og Edre'i, den sidste, der var tilbage af Refaiterne; Moses havde overvundet dem alle og drevet dem bort.
13 ତଥାପି ଇସ୍ରାଏଲ-ସନ୍ତାନଗଣ ଗଶୂରୀୟମାନଙ୍କୁ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଲେ ନାହିଁ; ସେହି ଗଶୂରୀୟ ଓ ମାଖାଥୀୟମାନେ ଆଜିଯାଏ ଇସ୍ରାଏଲ ମଧ୍ୟରେ ବାସ କରୁଅଛନ୍ତି।
Men Israeliterne drev ikke Gesjuriterne og Ma'akatiterne bort, saa at Gesjur og Ma'akat bor iblandt Israel den Dag i Dag.
14 କେବଳ ଲେବୀ ବଂଶକୁ ମୋଶା କିଛି ଅଧିକାର ଦେଲେ ନାହିଁ; କାରଣ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ସେମାନଙ୍କର ଅଧିକାର ହେଲା, ଯେପରି ସଦାପ୍ରଭୁ ମୋଶାଙ୍କୁ କହିଥିଲେ।
Kun Levis Stamme gav han ingen Arvelod; HERREN, Israels Gud, er hans Arvelod, saaledes som han tilsagde ham.
15 ପୁଣି ମୋଶା ରୁବେନ୍ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ।
Moses gav Rubeniternes Stamme Land, Slægt for Slægt,
16 ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେମାନଙ୍କର ସୀମା ଥିଲା ଓ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମଭୂମି;
og de fik deres Omraade fra Aroer ved Arnonflodens Bred og Byen midt nede i Dalen, hele Højsletten indtil
17 ହିଷ୍ବୋନ ଓ ସମଭୂମିସ୍ଥିତ ଦୀବୋନ୍ ଓ ବାମତ୍ବାଲ ଓ ବେଥ୍-ବାଲ-ମିୟୋନ,
Hesjbon og alle de Byer, som ligger paa Højsletten, Dibon, Bamot-Ba'al, Bet-Ba'al-Meon,
18 ଯହସ ଓ କଦେମୋତ୍ ଓ ମେଫାତ୍
Jaza, Kedemot, Mefa'at,
19 ଓ କିରୀୟାଥୟିମ୍ ଓ ସିବ୍ମା ଓ ତଳଭୂମିର ପର୍ବତସ୍ଥ ସେରତ୍ ସହର
Kirjatajim, Sibma, Zeret-Sjahar paa Dalbjerget,
20 ଓ ବେଥ୍-ପିୟୋର ଓ ଅସଦୋତ୍-ପିସ୍ଗା ଓ ବେଥ୍-ଯିଶିମୋତ, ତହିଁର ଏହି ସମସ୍ତ ନଗର।
Bet-Peor ved Pisgas Skrænter. Bet-Jesjimot
21 ପୁଣି ସମଭୂମିସ୍ଥିତ ସମସ୍ତ ନଗର ଓ ହିଷ୍ବୋନରେ ରାଜତ୍ୱକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମୁଦାୟ ରାଜ୍ୟ, କାରଣ ମୋଶା ତାହାକୁ ଓ ସେହି ଦେଶ ନିବାସୀ ମିଦୀୟନର ପ୍ରଧାନବର୍ଗ ଇବି ଓ ରେକମ୍ ଓ ସୂର୍ ଓ ହୂର ଓ ରେବା ନାମକ ସୀହୋନର ଏହି ଅଧିପତିମାନଙ୍କୁ ବିନାଶ କରିଥିଲେ।
og alle de andre Byer paa Højsletten og hele det Rige, der havde tilhørt Amoriterkongen Sihon, som herskede i Hesjbon, hvem Moses havde overvundet tillige med Midjans Fyrster Evi, Rekem, Zur, Hur og Reba, der var Sihons Lydkonger og boede i Landet;
22 ଇସ୍ରାଏଲ-ସନ୍ତାନଗଣ ଖଡ୍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲୀୟମ୍କୁ ମଧ୍ୟ ବଧ କରିଥିଲେ।
ogsaa Sandsigeren Bileam, Beors Søn, havde Israeliterne dræbt med Sværdet sammen med de andre af dem, der blev slaaet ihjel.
23 ଆଉ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ୍-ସନ୍ତାନଗଣର ସୀମା ଥିଲା, ରୁବେନ୍-ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
Rubeniternes Grænse blev Jordan; den var Grænseskel. Det var Rubeniternes Arvelod efter deres Slægter, de nævnte Byer med Landsbyer.
24 ଆଉ ମୋଶା ଗାଦ୍ ବଂଶୀୟ ଗାଦ୍-ସନ୍ତାନମାନକୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ।
Og Moses gav Gads Stamme, Gaditerne, Land, Slægt for Slægt,
25 ଯାସେର ଓ ଗିଲୀୟଦର ସମସ୍ତ ନଗର ଓ ରବ୍ବାର ସମ୍ମୁଖସ୍ଥ ଅରୋୟେର ପର୍ଯ୍ୟନ୍ତ ଅମ୍ମୋନ-ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା।
og de fik følgende Landomraade: Ja'zer og alle Byerne i Gilead og Halvdelen af Ammoniternes Land indtil Aroer, som ligger østen for Rabba,
26 ପୁଣି ହିଷ୍ବୋନଠାରୁ ରାମତ୍-ମିସ୍ପେ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟିମଠାରୁ ଦବୀର ସୀମା ପର୍ଯ୍ୟନ୍ତ
og Landet fra Hesjbon til Ramat-Mizpe og Betonim, og fra Mahanajim til Lodebars Landemærke;
27 ଓ ତଳଭୂମିରେ ବେଥ୍-ହାରମ୍ ଓ ବେଥ୍-ନିମ୍ରା ଓ ସୁକ୍କୋତ ଓ ସାଫୋନ୍ ଓ ହିଷ୍ବୋନସ୍ଥ ସୀହୋନ ରାଜାର ଅବଶିଷ୍ଟ ରାଜ୍ୟ, ପୁଣି ଯର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ୍ ହ୍ରଦର ପ୍ରାନ୍ତ ପର୍ଯ୍ୟନ୍ତ ଯର୍ଦ୍ଦନ ଓ ତହିଁର ଅଞ୍ଚଳ।
og i Lavningen Bet-Haram, Bet-Nimra, Sukkot og Zafon, Resten af Kong Sihon af Hesjbons Rige, med Jordan til Grænse, indtil Enden af Kinnerets Sø, hinsides Jordan, paa Østsiden.
28 ଗାଦ୍ର ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
Det var Gaditernes Arvelod efter deres Slægter: de nævnte Byer med Landsbyer.
29 ଆଉ ମୋଶା ମନଃଶିର ଅର୍ଦ୍ଧ ବଂଶକୁ ଅଧିକାର ଦେଲେ; ମନଃଶି-ସନ୍ତାନଗଣର ବଂଶାନୁସାରେ ତାହା ସେମାନଙ୍କ ଅର୍ଦ୍ଧ ବଂଶର ହେଲା।
Og Moses gav Manasses halve Stamme Land, Slægt for Slægt;
30 ସେମାନଙ୍କର ସୀମା ମହନୟିମଠାରୁ ସମସ୍ତ ବାଶନ ଦେଶ, ବାଶନର ରାଜା ଓଗ୍ର ସମସ୍ତ ରାଜ୍ୟ ଓ ବାଶନର ଅନ୍ତର୍ଗତ ଯାୟୀରର ସମସ୍ତ ଉପନଗର, ଏରୂପେ ଷାଠିଏ ନଗର
og deres Landomraade strakte sig fra Mahanajim over hele Basan, hele Kong Og af Basans Rige og alle Ja'irs Teltbyer, som ligger i Basan, tresindstyve Byer,
31 ପୁଣି ଅର୍ଦ୍ଧ ଗିଲୀୟଦ ଓ ଅଷ୍ଟାରୋତ୍ ଓ ଇଦ୍ରିୟୀ, ଓଗ୍ର ବାଶନ ରାଜ୍ୟସ୍ଥିତ ଏହି ଏହି ନଗର ମନଃଶିର ପୁତ୍ର ମାଖୀର-ସନ୍ତାନଗଣର ବଂଶାନୁସାରେ ମାଖୀର-ସନ୍ତାନଗଣର ଅର୍ଦ୍ଧ ବଂଶର ହେଲା।
Halvdelen af Gilead og Asjtarot og Edre'i, Ogs Kongsbyer i Basan; det gav han Manasses Søn Makirs Sønner, Halvdelen af Makirs Sønner, Slægt for Slægt.
32 ଯର୍ଦ୍ଦନ-ପୂର୍ବପାରିରେ ଯିରୀହୋ ନିକଟସ୍ଥ ମୋୟାବ-ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରିଦେଲେ।
Det er alt, hvad Moses udskiftede paa Moabs Sletter hinsides Jordan over for Jeriko, paa Østsiden.
33 ମାତ୍ର ମୋଶା ଲେବୀ ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି।
Men Levis Stamme gav Moses ingen Arvelod; HERREN, Israels Gud, er deres Arvelod, saaledes som han tilsagde dem.