< ଯିହୋଶୂୟ 12 >

1 ଇସ୍ରାଏଲ-ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି।
以色列人在约旦河外向日出之地击杀二王,得他们的地,就是从亚嫩谷直到黑门山,并东边的全亚拉巴之地。
2 ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ସୀହୋନ ରାଜା, ସେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲୀୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ-ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍‍ ନଦୀ ପର୍ଯ୍ୟନ୍ତ
这二王,有住希实本、亚摩利人的王西宏。他所管之地是从亚嫩谷边的亚罗珥和谷中的城,并基列一半,直到亚扪人的境界,雅博河
3 ଓ ପଦାଭୂମିସ୍ଥିତ କିନ୍ନେରତ୍‍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।
与约旦河东边的亚拉巴,直到基尼烈海,又到亚拉巴的海,就是盐海,通伯·耶西末的路,以及南方,直到毗斯迦的山根。
4 ପୁଣି ବାଶନୀୟ ଓଗ୍‍ ରାଜାର ଅଞ୍ଚଳ (ଅଧିକାର କଲେ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍‍ ଓ ଇଦ୍ରିୟୀରେ ବାସ କଲା,
又有巴珊王噩。他是利乏音人所剩下的,住在亚斯他录和以得来。
5 ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍‍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧ ଦେଶରେ କର୍ତ୍ତୃତ୍ୱ କଲେ।
他所管之地是黑门山、撒迦、巴珊全地,直到基述人和玛迦人的境界,并基列一半,直到希实本王西宏的境界。
6 ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ।
这二王是耶和华仆人摩西和以色列人所击杀的;耶和华仆人摩西将他们的地赐给吕便人、迦得人,和玛拿西半支派的人为业。
7 ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନର ସମସ୍ଥଳୀସ୍ଥିତ ବାଲ୍‍ଗାଦ୍‍ଠାରୁ ସେୟୀରଗାମୀ ହାଲକ୍‍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ
约书亚和以色列人在约旦河西击杀了诸王。他们的地是从黎巴嫩平原的巴力·迦得,直到上西珥的哈拉山。约书亚就将那地按着以色列支派的宗族分给他们为业,
8 ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ୱ ସ୍ୱ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହି ସବୁ ରାଜା ଏହି;
就是赫人、亚摩利人,迦南人、比利洗人、希未人、耶布斯人的山地、高原亚拉巴、山坡、旷野,和南地。
9 ଯିରୀହୋର ରାଜା, ଏକ; ବେଥେଲ୍‍ର ନିକଟସ୍ଥ ଅୟର ରାଜା
他们的王:一个是耶利哥王,一个是靠近伯特利的艾城王,
10 ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ;
一个是耶路撒冷王,一个是希伯 王,
11 ଯର୍ମୂତର ରାଜା, ଏକ; ଲାଖୀଶ୍‍ର ରାଜା, ଏକ;
一个是耶末王,一个是拉吉王,
12 ଇଗ୍ଲୋନ୍‍ର ରାଜା, ଏକ; ଗେଷରର ରାଜା, ଏକ;
一个是伊矶伦王,一个是基色王,
13 ଦବୀରର ରାଜା, ଏକ; ଗେଦରର ରାଜା, ଏକ;
一个是底璧王,一个是基德王,
14 ହର୍ମାର ରାଜା, ଏକ; ଅରାଦର ରାଜା, ଏକ;
一个是何珥玛王,一个是亚拉得王,
15 ଲିବ୍‍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ;
一个是立拿王,一个是亚杜兰王,
16 ମକ୍କେଦାର ରାଜା, ଏକ; ବେଥେଲ୍‍ର ରାଜା, ଏକ;
一个是玛基大王,一个是伯特利王,
17 ତପୂହର ରାଜା, ଏକ; ହେଫରର ରାଜା, ଏକ;
一个是他普亚王,一个是希弗王,
18 ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ;
一个是亚弗王,一个是拉沙 王,
19 ମାଦୋନର ରାଜା, ଏକ; ହାସୋରର ରାଜା, ଏକ;
一个是玛顿王,一个是夏琐王,
20 ଶିମ୍ରୋଣମରୋଣର ରାଜା, ଏକ; ଅକ୍‍ଷଫର ରାଜା, ଏକ;
一个是伸 ·米 王,一个是押煞王,
21 ତାନକ୍‍ର ରାଜା, ଏକ; ମଗିଦ୍ଦୋର ରାଜା, ଏକ;
一个是他纳王,一个是米吉多王,
22 କେଦଶର ରାଜା, ଏକ; କର୍ମିଲସ୍ଥ ଯଗ୍ନିୟାମର ରାଜା, ଏକ;
一个是基低斯王,一个是靠近迦密的约念王,
23 ଦୋର ଉପପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍‍ଗଲ୍‍ସ୍ଥ ଗୋୟିମର ରାଜା, ଏକ;
一个是多珥山冈的多珥王,一个是吉甲的戈印王,
24 ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତିରିଶ ରାଜା।
一个是得撒王;共计三十一个王。

< ଯିହୋଶୂୟ 12 >