< ଯିହୋଶୂୟ 10 >

1 ଏଥିଉତ୍ତାରେ ଯିହୋଶୂୟ ଅୟକୁ ହସ୍ତଗତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ପୁଣି ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କରିଥିଲେ, ସେରୂପ ଅୟ ଓ ତହିଁର ରାଜା ପ୍ରତି କରିଅଛନ୍ତି, ଆଉ ଗିବୀୟୋନ୍‍ ନିବାସୀମାନେ ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି, ଏହିସବୁ କଥା ଯିରୂଶାଲମର ରାଜା ଅଦୋନିଷେଦକ ଶୁଣନ୍ତେ, ଲୋକମାନେ ଅତିଶୟ ଭୀତ ହେଲେ।
Ní báyìí tí Adoni-Sedeki ọba Jerusalẹmu gbọ́ pé Joṣua ti gba Ai, tí ó sì ti pa wọ́n pátápátá; tí ó sì ṣe sí Ai àti ọba rẹ̀ gẹ́gẹ́ bí ó ti ṣe sí Jeriko àti ọba rẹ̀, àti bí àwọn ènìyàn Gibeoni ti ṣe àdéhùn àlàáfíà pẹ̀lú Israẹli, tí wọ́n sì ń gbé nítòsí wọn.
2 କାରଣ ଗିବୀୟୋନ୍‍ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ।
Ìbẹ̀rù sì mú òun àti àwọn ènìyàn rẹ̀ torí pé Gibeoni jẹ́ ìlú tí ó ṣe pàtàkì, bí ọ̀kan nínú àwọn ìlú ọba; ó tóbi ju Ai lọ, gbogbo ọkùnrin rẹ̀ ní ó jẹ́ jagunjagun.
3 ଏଣୁ ଯିରୂଶାଲମର ରାଜା ଅଦୋନିଷେଦକ ହିବ୍ରୋଣର ହୋହମ୍‍ ରାଜାର ଓ ଯର୍ମୂତର କିରାମ୍‍ ରାଜାର ଓ ଲାଖୀଶ୍‍ର ଯାଫୀୟ ରାଜାର ଓ ଇଗ୍ଲୋନ୍‍ର ଦବୀର ରାଜାର ନିକଟକୁ କହି ପଠାଇଲା,
Nítorí náà Adoni-Sedeki ọba Jerusalẹmu bẹ Hohamu ọba Hebroni, Piramu ọba Jarmatu, Jafia ọba Lakiṣi àti Debiri ọba Egloni. Wí pe,
4 “ମୋʼ ନିକଟକୁ ଆସି ମୋର ସାହାଯ୍ୟ କର, ଆସ, ଆମ୍ଭେମାନେ ଗିବୀୟୋନୀୟ ଲୋକମାନଙ୍କୁ ଆଘାତ କରୁ; କାରଣ ସେମାନେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସହିତ ସନ୍ଧି କରିଅଛନ୍ତି।”
“Ẹ gòkè wá, kí ẹ sì ràn mi lọ́wọ́ láti kọlu Gibeoni, nítorí tí ó ti wà ní ìrẹ́pọ̀ pẹ̀lú Joṣua àti àwọn ará Israẹli.”
5 ଏନିମନ୍ତେ ଯିରୂଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍‍ର ରାଜା ଓ ଇଗ୍ଲୋନ୍‍ର ରାଜା, ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ଆପଣା ଆପଣା ସମସ୍ତ ସୈନ୍ୟ ସହିତ ଏକତ୍ର ଉଠିଯାଇ ଗିବୀୟୋନ୍‍ ସମ୍ମୁଖରେ ଛାଉଣି ସ୍ଥାପନ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
Àwọn ọba Amori márààrún, ọba Jerusalẹmu, Hebroni, Jarmatu, Lakiṣi àti Egloni, kó ara wọn jọ, wọ́n sì gòkè, àwọn àti gbogbo ogun wọn, wọ́n sì dojúkọ Gibeoni, wọ́n sì kọlù ú.
6 ଏଥିରେ ଗିବୀୟୋନୀୟ ଲୋକମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କହି ପଠାଇଲେ, “ତୁମ୍ଭେ ଆପଣାର ଏହି ଦାସମାନଙ୍କଠାରୁ ଆପଣା ହାତ କାଢ଼ି ନ ନିଅ; ଶୀଘ୍ର ଆମ୍ଭମାନଙ୍କ ନିକଟକୁ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କର ଉପକାର କର; କାରଣ ପର୍ବତ ନିବାସୀ ଇମୋରୀୟମାନଙ୍କ ସମସ୍ତ ରାଜା ଆମ୍ଭମାନଙ୍କ ବିରୁଦ୍ଧରେ ଏକତ୍ର ହୋଇଅଛନ୍ତି।”
Àwọn ará Gibeoni sì ránṣẹ́ sí Joṣua ní ibùdó ní Gilgali pé, “Ẹ má ṣe fi ìránṣẹ́ yín sílẹ̀. Ẹ gòkè tọ̀ wà wá ní kánkán kí ẹ sì gbà wá là. Ẹ ràn wá lọ́wọ́, nítorí gbogbo àwọn ọba Amori tí ń gbé ní orílẹ̀-èdè òkè dojú ìjà kọ wá.”
7 ତହିଁରେ ଯିହୋଶୂୟ ଓ ତାଙ୍କ ସହିତ ସମସ୍ତ ଯୋଦ୍ଧା ଓ ମହାବିକ୍ରମଶାଳୀ ସମସ୍ତ ଲୋକ ଗିଲ୍‍ଗଲ୍‍ରୁ ଯାତ୍ରା କଲେ।
Bẹ́ẹ̀ ni Joṣua gòkè lọ láti Gilgali pẹ̀lú gbogbo ogun rẹ̀, àti akọni nínú àwọn ọmọ-ogun rẹ̀.
8 ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ ନ କର; କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ସେମାନଙ୍କ ମଧ୍ୟରୁ ଜଣେ ହେଲେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇ ପାରିବ ନାହିଁ।”
Olúwa sì sọ fún Joṣua pé, “Má ṣe bẹ̀rù wọn, Mo ti fi wọ́n lé ọ lọ́wọ́. Kò sí ẹnikẹ́ni nínú wọn ti yóò lè dojúkọ ọ́.”
9 ତହୁଁ ଯିହୋଶୂୟ ଅକସ୍ମାତ୍‍ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; କାରଣ ସେ ଗିଲ୍‍ଗଲ୍‍ଠାରୁ ରାତ୍ରିଯାକ ଚାଲିଥିଲେ।
Lẹ́yìn ìgbà tí wọ́n ti wọ́de ogun ní gbogbo òru náà láti Gilgali, Joṣua sì yọ sí wọn lójijì.
10 ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍‍ବିଗ୍ନ କଲେ ଓ ସେ ଗିବୀୟୋନ୍‍ରେ ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବେଥ୍-ହୋରଣର ଘାଟି ପଥ ଦେଇ ସେମାନଙ୍କୁ ଘଉଡ଼ାଇ ଦେଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।
Olúwa mú kí wọn dààmú níwájú àwọn Israẹli, wọ́n sì pa wọ́n ní ìpakúpa ní Gibeoni. Israẹli sì lépa wọn ní ọ̀nà tí ó lọ sí Beti-Horoni, ó sì pa wọ́n dé Aseka, àti Makkeda.
11 ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବେଥ୍-ହୋରଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ୍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ।
Bí wọ́n sì tí ń sá ní iwájú Israẹli ní gẹ̀rẹ́gẹ̀rẹ́ ní ọ̀nà láti Beti-Horoni títí dé Aseka, Olúwa rọ yìnyín ńlá sí wọn láti ọ̀run wá, àwọn tí ó ti ipa yìnyín kú sì pọ̀ ju àwọn tí àwọn ará Israẹli fi idà pa lọ.
12 ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, “ସୂର୍ଯ୍ୟ, ଗିବୀୟୋନ୍‍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍‍ର ତଳଭୂମିରେ (ସ୍ତବ୍ଧ ହୁଅ)।”
Ní ọjọ́ tí Olúwa fi àwọn ọmọ Amori lé Israẹli lọ́wọ́, Joṣua sọ fún Olúwa níwájú àwọn ará Israẹli, “Ìwọ oòrùn, dúró jẹ́ẹ́ ní orí Gibeoni, Ìwọ òṣùpá, dúró jẹ́ẹ́ lórí àfonífojì Aijaloni.”
13 ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା। ଏହା କି ନ୍ୟାୟ ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ।
Bẹ́ẹ̀ ni oòrùn náà sì dúró jẹ́ẹ́, òṣùpá náà sì dúró, títí tí ìlú náà fi gbẹ̀san lára àwọn ọ̀tá rẹ̀, gẹ́gẹ́ bí a ti kọ́ nínú ìwé Jaṣari. Oòrùn sì dúró ní agbede-méjì ọ̀run, kò sì wọ̀ ní ìwọ̀n odindi ọjọ́ kan.
14 ଯେଉଁ ଦିନ ସଦାପ୍ରଭୁ ମନୁଷ୍ୟର ରବ ଏରୂପ ଶୁଣିଲେ, ଏଥିପୂର୍ବେ ବା ଏଉତ୍ତାରେ ଏପରି ଦିନ ଆଉ ହୋଇ ନାହିଁ; କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
Kò sí ọjọ́ tí o dàbí rẹ̀ ṣáájú tàbí ní ẹ̀yìn rẹ̀, ọjọ́ tí Olúwa gbọ́ ohùn ènìyàn. Dájúdájú Olúwa jà fún Israẹli!
15 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ନେଉଟି ଆସିଲେ।
Nígbà náà ni Joṣua àti gbogbo Israẹli padà sí ibùdó ní Gilgali.
16 ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ଫାରେ ଆପଣାମାନଙ୍କୁ ଲୁଚାଇଲେ।
Ní báyìí àwọn ọba Amori márùn-ún ti sálọ, wọ́n sì fi ara pamọ́ nínú ihò àpáta kan ní Makkeda,
17 ତହୁଁ “ସେହି ପାଞ୍ଚ ରାଜା ମକ୍କେଦା ଗୁମ୍ଫାରେ ଲୁଚି ରହିଅଛନ୍ତି,” ଏ କଥା ଯିହୋଶୂୟଙ୍କୁ କୁହାଯାʼନ୍ତେ,
nígbà tí wọ́n sọ fún Joṣua pé, a ti rí àwọn ọba márààrún, ti ó fi ara pamọ́ nínú ihò àpáta ní Makkeda,
18 ଯିହୋଶୂୟ କହିଲେ, “ବଡ଼ ବଡ଼ ପଥର ଗୁମ୍ଫା ମୁହଁକୁ ଗଡ଼ାଇଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର।
ó sì wí pé, “Ẹ yí òkúta ńlá dí ẹnu ihò àpáta náà, kí ẹ sì yan àwọn ọkùnrin sí ibẹ̀ láti ṣọ́ ọ.
19 ମାତ୍ର ତୁମ୍ଭେମାନେ ସ୍ଥଗିତ ହୋଇ ରୁହ ନାହିଁ; ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକମାନଙ୍କୁ ଉଚ୍ଛିନ୍ନ କର; ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
Ṣùgbọ́n, ẹ má ṣe dúró! Ẹ lépa àwọn ọ̀tá yín, ẹ kọlù wọ́n láti ẹ̀yìn, kí ẹ má ṣe jẹ́ kí wọn kí ó dé ìlú wọn, nítorí tí Olúwa Ọlọ́run yín tí fi wọ́n lé yín lọ́wọ́.”
20 ଏଥିରେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀର-ବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ।
Bẹ́ẹ̀ ní Joṣua àti àwọn ọmọ Israẹli pa wọ́n ní ìpakúpa wọ́n sì pa gbogbo ọmọ-ogun àwọn ọba márààrún run, àyàfi àwọn díẹ̀ tí wọ́n tiraka láti dé ìlú olódi wọn.
21 ତହୁଁ ସମସ୍ତ ଲୋକ ମକ୍କେଦା ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କୁଶଳରେ ଫେରି ଆସିଲେ; ଇସ୍ରାଏଲ-ସନ୍ତାନଗଣର କାହାରି ପ୍ରତିକୂଳରେ କେହି ମୁଖ ଖୋଲିବା ପାଇଁ ସାହସ କଲେ ନାହିଁ।
Gbogbo àwọn ọmọ-ogun sì padà sí ọ̀dọ̀ Joṣua ní ibùdó ogun ní Makkeda ní àlàáfíà, kò sí àwọn tí ó dábàá láti tún kọlu Israẹli.
22 ଏଥିଉତ୍ତାରେ ଯିହୋଶୂୟ କହିଲେ, “ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।”
Joṣua sì wí pe, “Ẹ ṣí ẹnu ihò náà, kí ẹ sì mú àwọn ọba márààrún jáde wá fún mi.”
23 ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।
Bẹ́ẹ̀ ni wọ́n sì mú àwọn ọba márààrún náà kúrò nínú ihò àpáta, àwọn ọba Jerusalẹmu, Hebroni, Jarmatu, Lakiṣi àti Egloni.
24 ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, “ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।
Nígbà tí wọ́n mú àwọn ọba náà tọ Joṣua wá, ó pe gbogbo àwọn ọkùnrin Israẹli, ó sì sọ fún àwọn olórí ọmọ-ogun tí ó wà pẹ̀lú rẹ̀ pé, “Ẹ súnmọ́ bí, kí ẹ sì fi ẹsẹ̀ yín lé ọrùn àwọn ọba wọ̀nyí.” Bẹ́ẹ̀ ni wọ́n wá sí iwájú, wọ́n sì gbé ẹsẹ̀ lé ọrùn wọn.
25 ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ଭୟ ନ କର, ଅବା ନିରାଶ ନ ହୁଅ; ବଳବାନ ଓ ସାହସିକ ହୁଅ; କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ, ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ।”
Joṣua sì sọ fún wọn pé, “Ẹ má ṣe bẹ̀rù, ẹ má sì ṣe fòyà. Ẹ ṣe gírí, kí ẹ sì mú àyà le. Báyìí ni Olúwa yóò ṣe sí gbogbo àwọn ọ̀tá yín, tí ẹ̀yin yóò bá jà.”
26 ଏଉତ୍ତାରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ; ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ।
Nígbà náà ni Joṣua kọlù wọ́n, ó sì pa àwọn ọba márààrún náà, ó sì so wọ́n rọ̀ ní orí igi ọ̀tọ̀ọ̀tọ̀ márùn-ún, wọ́n sì fi wọ́n sí orí igi títí di ìrọ̀lẹ́.
27 ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣାମାନଙ୍କୁ ଲୁଚାଇଥିଲେ, ତହିଁ ଭିତରେ ପକାଇଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଥୋଇଲେ; ତାହା ଆଜିଯାଏ ଅଛି।
Nígbà tí oòrùn wọ̀, Joṣua pàṣẹ, wọ́n sì sọ̀ wọ́n kalẹ̀ kúrò ní orí igi, wọ́n sì gbé wọn jù sí inú ihò àpáta ní ibi tí wọ́n sá pamọ́ sí. Wọ́n sì fi òkúta ńlá dí ẹnu ihò náà, tí ó sì wà níbẹ̀ di òní yìí.
28 ଏଥିଉତ୍ତାରେ ଯିହୋଶୂୟ ସେହି ଦିନ ମକ୍କେଦା ହସ୍ତଗତ କରି ଖଡ୍ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ; ସେ ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; କାହାକୁ ଅବଶିଷ୍ଟ ରଖିଲେ ନାହିଁ; ପୁଣି ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ମକ୍କେଦା ରାଜା ପ୍ରତି କଲେ।
Ní ọjọ́ náà Joṣua gba Makkeda. Ó sì fi ojú idà kọlu ìlú náà àti ọba rẹ̀, ó sì run gbogbo wọn pátápátá, kò fi ẹnìkan sílẹ̀. Ó sì ṣe sí ọba Makkeda gẹ́gẹ́ bí o ti ṣe sí ọba Jeriko.
29 ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକ୍କେଦାରୁ ଲିବ୍‍ନାକୁ ଗଲେ ଓ ଲିବ୍‍ନା ପ୍ରତିକୂଳରେ ଯୁଦ୍ଧ କଲେ;
Nígbà náà ní Joṣua àti gbogbo Israẹli tí ó wà pẹ̀lú rẹ̀ kọjá láti Makkeda lọ sí Libina wọ́n sì kọlù ú.
30 ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।
Olúwa sì fi ìlú náà àti ọba rẹ̀ lé Israẹli lọ́wọ́. Ìlú náà àti gbogbo àwọn ènìyàn ibẹ̀ ni Joṣua fi idà pa. Kò fi ẹnìkan sílẹ̀ ní ibẹ̀: Ó sì ṣe sí ọba rẹ̀ gẹ́gẹ́ bí ó ti ṣe sí ọba Jeriko.
31 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବ୍‍ନାରୁ ଲାଖୀଶ୍‍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
Nígbà náà ni Joṣua àti gbogbo ará Israẹli, tí ó wà pẹ̀lú rẹ̀ kọjá láti Libina lọ sí Lakiṣi; ó sì dó tì í, ó sì kọlù ú.
32 ତହିଁରେ ସଦାପ୍ରଭୁ ଲାଖୀଶ୍‍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ୱିତୀୟ ଦିନ ଲାଖୀଶ୍‍ ଆକ୍ରମଣ କରି ଯେପରି ଲିବ୍‍ନା ପ୍ରତି କରିଥିଲେ, ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ।
Olúwa sì fi Lakiṣi lé Israẹli lọ́wọ́, Joṣua sì gbà á ní ọjọ́ kejì. Ìlú náà àti gbogbo ènìyàn ibẹ̀ ní ó fi idà pa gẹ́gẹ́ bí ó ti ṣe sí Libina.
33 ସେସମୟରେ ଗେଷରର ରାଜା ହୋରମ୍‍ ଲାଖୀଶ୍‍ର ସହାୟତା କରିବାକୁ ଆସିଥିଲା; ତେଣୁ ଯିହୋଶୂୟ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ।
Ní àkókò yìí, Horamu ọba Geseri gòkè láti ran Lakiṣi lọ́wọ́, ṣùgbọ́n Joṣua ṣẹ́gun rẹ̀ àti àwọn ọmọ-ogun rẹ̀ títí ti kò fi ku ẹnìkan sílẹ̀.
34 ତହୁଁ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖୀଶ୍‍ରୁ ଇଗ୍ଲୋନ୍‍କୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
Nígbà náà ni Joṣua àti gbogbo Israẹli tí ó wà pẹ̀lú rẹ̀ kọjá láti Lakiṣi lọ sí Egloni; wọ́n sì dó tì í, wọ́n sì kọlù ú.
35 ପୁଣି ସେହି ଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ୍ଗଧାରରେ ଆଘାତ କଲେ ଓ ସେ ଯେପରି ଲାଖୀଶ୍‍ ପ୍ରତି କରିଥିଲେ, ସେପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ସେହି ଦିନ ବର୍ଜିତ ରୂପେ ବିନାଶ କଲେ।
Wọ́n gbà á ní ọjọ́ náà, wọ́n sì fi ojú idà kọlù ú, wọ́n sì run gbogbo ènìyàn ibẹ̀ pátápátá, gẹ́gẹ́ bí wọ́n ti ṣe sí Lakiṣi.
36 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନ୍‍ରୁ ହିବ୍ରୋଣକୁ ଗଲେ ଓ ସେମାନେ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ;
Nígbà náà ni Joṣua àti gbogbo Israẹli ṣí láti Egloni lọ sí Hebroni, wọ́n sì kọlù ú.
37 ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ, ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ; ଯେପରି ସେ ଇଗ୍ଲୋନ୍‍ ପ୍ରତି କରିଥିଲେ, ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
Wọ́n gba ìlú náà, wọ́n sì ti idà bọ̀ ọ́, pẹ̀lú ọba rẹ̀, gbogbo ìletò wọn àti gbogbo ènìyàn ibẹ̀. Wọn kò dá ẹnìkan sí. Gẹ́gẹ́ bí ti Egloni, wọ́n run un pátápátá àti gbogbo ènìyàn inú rẹ̀.
38 ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବୀରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ।
Nígbà náà ni Joṣua àti gbogbo Israẹli tí ó wà pẹ̀lú rẹ̀ yí padà, wọ́n sì kọlu Debiri.
39 ପୁଣି, ସେ ତାହା ଓ ତହିଁର ରାଜା ଓ ତହିଁର ନଗରସବୁ ହସ୍ତଗତ କଲେ; ଆଉ ସେମାନେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ଯେପରି ସେ ହିବ୍ରୋଣ ପ୍ରତି, ମଧ୍ୟ ଲିବ୍‍ନା ଓ ତହିଁର ରାଜା ପ୍ରତି କରିଥିଲେ, ସେପରି ସେ ଦବୀର ଓ ତହିଁର ରାଜା ପ୍ରତି କଲେ।
Wọ́n gba ìlú náà, ọba rẹ̀ àti gbogbo ìlú wọn, wọ́n sì fi idà pa wọ́n. Gbogbo ènìyàn inú rẹ̀ ni wọ́n parun pátápátá. Wọn kò sì dá ẹnìkankan sí. Wọ́n ṣe sí Debiri àti ọba rẹ̀ gẹ́gẹ́ bí wọn ti ṣe sí Libina àti ọba rẹ̀ àti sí Hebroni.
40 ଏହିରୂପେ ଯିହୋଶୂୟ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ ଓ ତଳଭୂମି ଓ ଅଧିତ୍ୟକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ; ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ନିଃଶ୍ୱାସପ୍ରଶ୍ୱାସଧାରୀ ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
Bẹ́ẹ̀ ni Joṣua ṣẹ́gun gbogbo agbègbè náà, ìlú òkè, gúúsù, ìlú ẹsẹ̀ òkè ti ìhà ìwọ̀-oòrùn àti gẹ̀rẹ́gẹ̀rẹ́ òkè pẹ̀lú gbogbo ọba, wọn kò dá ẹnìkankan sí. Ó pa gbogbo ohun alààyè run pátápátá, gẹ́gẹ́ bí Olúwa Ọlọ́run Israẹli, ti pàṣẹ.
41 ପୁଣି ଯିହୋଶୂୟ କାଦେଶ-ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିବୀୟୋନ୍‍ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
Joṣua sì ṣẹ́gun wọn láti Kadeṣi-Barnea sí Gasa àti láti gbogbo agbègbè Goṣeni lọ sí Gibeoni.
42 ପୁଣି ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣକୁ ଏକାବେଳେ ହସ୍ତଗତ କଲେ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
Gbogbo àwọn ọba wọ̀nyí àti ilẹ̀ wọn ní Joṣua ṣẹ́gun ní ìwọ́de ogun ẹ̀ẹ̀kan, nítorí tí Olúwa, Ọlọ́run Israẹli, jà fún Israẹli.
43 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ଫେରି ଆସିଲେ।
Nígbà náà ni Joṣua padà sí ibùdó ní Gilgali pẹ̀lú gbogbo Israẹli.

< ଯିହୋଶୂୟ 10 >