< ଯିହୋଶୂୟ 10 >

1 ଏଥିଉତ୍ତାରେ ଯିହୋଶୂୟ ଅୟକୁ ହସ୍ତଗତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ପୁଣି ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କରିଥିଲେ, ସେରୂପ ଅୟ ଓ ତହିଁର ରାଜା ପ୍ରତି କରିଅଛନ୍ତି, ଆଉ ଗିବୀୟୋନ୍‍ ନିବାସୀମାନେ ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି, ଏହିସବୁ କଥା ଯିରୂଶାଲମର ରାଜା ଅଦୋନିଷେଦକ ଶୁଣନ୍ତେ, ଲୋକମାନେ ଅତିଶୟ ଭୀତ ହେଲେ।
Esi Adoni Zedek, Yerusalem fia se ale si Yosua xɔ Ai du, tsrɔ̃e gbidigbidi, eye wòwu Ai fia kple ale si wòwɔ Ai fia kple Yeriko fia kpakple ale si Gibeontɔwo wɔ nubabla kple Israelviwo, eye wozu Israel dzi nɔlawo la,
2 କାରଣ ଗିବୀୟୋନ୍‍ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ।
vɔvɔ̃ gã aɖe ɖoe, elabena Gibeon lolo abe fiadu ene, eye wòlolo sãa wu Ai, evɔ Gibeontɔwo nye aʋawɔla sesẽwo,
3 ଏଣୁ ଯିରୂଶାଲମର ରାଜା ଅଦୋନିଷେଦକ ହିବ୍ରୋଣର ହୋହମ୍‍ ରାଜାର ଓ ଯର୍ମୂତର କିରାମ୍‍ ରାଜାର ଓ ଲାଖୀଶ୍‍ର ଯାଫୀୟ ରାଜାର ଓ ଇଗ୍ଲୋନ୍‍ର ଦବୀର ରାଜାର ନିକଟକୁ କହି ପଠାଇଲା,
eya ta Adoni Zedek, Yerusalem fia ɖo du ɖe fia siawo: Hebron fia, Hoham, Yarmut fia, Piran, Lakis fia, Yafia kple Eglon fia, Debir.
4 “ମୋʼ ନିକଟକୁ ଆସି ମୋର ସାହାଯ୍ୟ କର, ଆସ, ଆମ୍ଭେମାନେ ଗିବୀୟୋନୀୟ ଲୋକମାନଙ୍କୁ ଆଘାତ କରୁ; କାରଣ ସେମାନେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସହିତ ସନ୍ଧି କରିଅଛନ୍ତି।”
Fia Adoni Zedek gblɔ na wo be, “Miva kpe ɖe ŋunye míatsrɔ̃ Gibeontɔwo, elabena wowɔ ŋutifafa kple Yosua kple Israelviwo.”
5 ଏନିମନ୍ତେ ଯିରୂଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍‍ର ରାଜା ଓ ଇଗ୍ଲୋନ୍‍ର ରାଜା, ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ଆପଣା ଆପଣା ସମସ୍ତ ସୈନ୍ୟ ସହିତ ଏକତ୍ର ଉଠିଯାଇ ଗିବୀୟୋନ୍‍ ସମ୍ମୁଖରେ ଛାଉଣି ସ୍ଥାପନ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
Ale Amoritɔwo ƒe fia atɔ̃ siawo ƒo ƒu woƒe aʋakɔwo katã ɖekae be yewoaho aʋa ɖe Gibeontɔwo ŋu.
6 ଏଥିରେ ଗିବୀୟୋନୀୟ ଲୋକମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କହି ପଠାଇଲେ, “ତୁମ୍ଭେ ଆପଣାର ଏହି ଦାସମାନଙ୍କଠାରୁ ଆପଣା ହାତ କାଢ଼ି ନ ନିଅ; ଶୀଘ୍ର ଆମ୍ଭମାନଙ୍କ ନିକଟକୁ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କର ଉପକାର କର; କାରଣ ପର୍ବତ ନିବାସୀ ଇମୋରୀୟମାନଙ୍କ ସମସ୍ତ ରାଜା ଆମ୍ଭମାନଙ୍କ ବିରୁଦ୍ଧରେ ଏକତ୍ର ହୋଇଅଛନ୍ତି।”
Gibeontɔwo ɖo ame ɖe Yosua le Gilgal enumake be, “Miva kpe ɖe miaƒe subɔlawo ŋu! Miva kaba ne miava ɖe mí! Amoritɔwo ƒe fiawo katã tso woƒe nɔƒewo le toawo dzi va le mía gbɔ kple woƒe aʋakɔwo.”
7 ତହିଁରେ ଯିହୋଶୂୟ ଓ ତାଙ୍କ ସହିତ ସମସ୍ତ ଯୋଦ୍ଧା ଓ ମହାବିକ୍ରମଶାଳୀ ସମସ୍ତ ଲୋକ ଗିଲ୍‍ଗଲ୍‍ରୁ ଯାତ୍ରା କଲେ।
Yosua kple Israelviwo ƒe aʋakɔ la ho tso Gilgal, eye woyi be yewoaxɔ na Gibeontɔwo.
8 ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ ନ କର; କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ସେମାନଙ୍କ ମଧ୍ୟରୁ ଜଣେ ହେଲେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇ ପାରିବ ନାହିଁ।”
Yehowa gblɔ na Yosua be, “Mègavɔ̃ wo o, elabena mieɖu wo dzi xoxo! Metsɔ wo na mi be miatsrɔ̃ wo, wo dometɔ ɖeka pɛ gɔ̃ hã mate ŋu anɔ te ɖe mia nu o.”
9 ତହୁଁ ଯିହୋଶୂୟ ଅକସ୍ମାତ୍‍ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; କାରଣ ସେ ଗିଲ୍‍ଗଲ୍‍ଠାରୁ ରାତ୍ରିଯାକ ଚାଲିଥିଲେ।
Yosua kple Israelviwo ƒe aʋakɔ la zɔ mɔ zã blibo la tso Gilgal, eye woɖi ɖe futɔwo dzi kpoyi.
10 ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍‍ବିଗ୍ନ କଲେ ଓ ସେ ଗିବୀୟୋନ୍‍ରେ ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବେଥ୍-ହୋରଣର ଘାଟି ପଥ ଦେଇ ସେମାନଙ୍କୁ ଘଉଡ଼ାଇ ଦେଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।
Tete Yehowa na futɔwo vɔ̃ eye wotɔtɔ, ale Israelviwo wu ame geɖewo le Gibeon, eye wonya ame mamlɛawo, nɔ wo wum le mɔa dzi yi keke Bet Horon kple Azeka kple Makeda.
11 ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବେଥ୍-ହୋରଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ୍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ।
Esi futɔwo nɔ sisim tso toawo dzi henɔ abu ɖim la, Yehowa na kpewo ge tso dziƒo va dze wo dzi hetsrɔ̃ wo le mɔa dzi va se ɖe keke Azeka ke. Ame siwo kpe siawo wu la sɔ gbɔ wu ame siwo Israelviwo wu kple yi.
12 ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, “ସୂର୍ଯ୍ୟ, ଗିବୀୟୋନ୍‍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍‍ର ତଳଭୂମିରେ (ସ୍ତବ୍ଧ ହୁଅ)।”
Esime Israelviwo nɔ Amoritɔwo nyam, nɔ wo wum la, Yosua do gbe ɖa na Yehowa kple gbe sesẽ be, “Na ɣe natɔ ɖe Gibeon tame, eye nàna ɣleti hã natɔ ɖe Aiyalon balime tame!”
13 ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା। ଏହା କି ନ୍ୟାୟ ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ।
Eye ɣe kple ɣleti siaa megaʋã o va se ɖe esime Israelviwo ƒe aʋakɔ la tsrɔ̃ eƒe futɔwo keŋkeŋ! Woŋlɔ nu geɖewo wu esia tso aʋa sia wɔwɔ ŋuti ɖe Yasar ƒe Agbalẽ me. Ale ɣe tɔ ɖe dziƒo abe gaƒoƒo blaeve-vɔ-ene sɔŋ ene!
14 ଯେଉଁ ଦିନ ସଦାପ୍ରଭୁ ମନୁଷ୍ୟର ରବ ଏରୂପ ଶୁଣିଲେ, ଏଥିପୂର୍ବେ ବା ଏଉତ୍ତାରେ ଏପରି ଦିନ ଆଉ ହୋଇ ନାହିଁ; କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
Ŋkeke sia tɔgbi meva yi kpɔ o, eye etɔgbi megava kpɔ o tso gbe ma gbe, esi Yehowa tɔ ɣe kple ɣleti le ame ɖeka ƒe gbedodoɖa ta. Ke Yehowa nɔ aʋa wɔm na Israel.
15 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ନେଉଟି ଆସିଲେ।
Le esia megbe la, Israelviwo ƒe aʋakɔ la trɔ yi Gilgal.
16 ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ଫାରେ ଆପଣାମାନଙ୍କୁ ଲୁଚାଇଲେ।
Amoritɔwo ƒe fia atɔ̃awo si le aʋa la me yi ɖaɣla wo ɖokuiwo ɖe agado aɖe me le Makeda.
17 ତହୁଁ “ସେହି ପାଞ୍ଚ ରାଜା ମକ୍କେଦା ଗୁମ୍ଫାରେ ଲୁଚି ରହିଅଛନ୍ତି,” ଏ କଥା ଯିହୋଶୂୟଙ୍କୁ କୁହାଯାʼନ୍ତେ,
Esime wona nyanya Yosua be wokpɔ fiawo la,
18 ଯିହୋଶୂୟ କହିଲେ, “ବଡ଼ ବଡ଼ ପଥର ଗୁମ୍ଫା ମୁହଁକୁ ଗଡ଼ାଇଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର।
eɖe gbe be woamli kpe gã aɖe axe agado la nu, eye woana dzɔlawo nanɔ afi ma akpɔ egbɔ be fiawo tsi agado la me.
19 ମାତ୍ର ତୁମ୍ଭେମାନେ ସ୍ଥଗିତ ହୋଇ ରୁହ ନାହିଁ; ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକମାନଙ୍କୁ ଉଚ୍ଛିନ୍ନ କର; ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
Yosua ɖe gbe na aʋakɔ la be, “Minɔ futɔwo nyanya dzi, eye miawu wo tso megbe; migana woade woƒe duwo me o, elabena Yehowa miaƒe Mawu akpe ɖe mia ŋu miatsrɔ̃ wo keŋkeŋ.”
20 ଏଥିରେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀର-ବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ।
Ale Yosua kple Israelʋakɔ la yi futɔwo wuwu dzi. Wotsrɔ̃ aʋakɔ atɔ̃awo katã negbe ame ʋɛ aɖewo koe te ŋu ɖo woƒe du siwo woɖo gli ƒo xlã la me.
21 ତହୁଁ ସମସ୍ତ ଲୋକ ମକ୍କେଦା ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କୁଶଳରେ ଫେରି ଆସିଲେ; ଇସ୍ରାଏଲ-ସନ୍ତାନଗଣର କାହାରି ପ୍ରତିକୂଳରେ କେହି ମୁଖ ଖୋଲିବା ପାଇଁ ସାହସ କଲେ ନାହିଁ।
Le esia megbe la, Israelviwo gbugbɔ yi woƒe asaɖa me le Makeda. Womewu aʋawɔla ɖeka pɛ gɔ̃ hã le wo dome o! Tso esia dzi la, futɔ aɖeke megaho aʋa ɖe Israelviwo ŋu kpɔ o.
22 ଏଥିଉତ୍ତାରେ ଯିହୋଶୂୟ କହିଲେ, “ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।”
Yosua ɖe gbe be woaɖe kpe gã la ɖa le agado la nu, eye woakplɔ fia atɔ̃awo vɛ.
23 ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।
Ale woʋu agado la, eye wokplɔ Yerusalem, Hebron, Yarmut, Lakis kple Eglon fiawo vɛ.
24 ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, “ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।
Esi wokplɔ fia atɔ̃ siawo va Yosua gbɔ la, eyɔ Israel ŋutsuwo katã eye wòɖe gbe na eƒe aʋakplɔlawo, ame siwo de aʋa kplii be, “Mite va eye miaɖo afɔ ve dzi na fia siawo!” Tete wote va eye woɖo afɔ ve dzi na fia atɔ̃awo.
25 ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ଭୟ ନ କର, ଅବା ନିରାଶ ନ ହୁଅ; ବଳବାନ ଓ ସାହସିକ ହୁଅ; କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ, ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ।”
Yosua gblɔ na Israelviwo be, “Migavɔ̃ gbeɖegbeɖe o. Ŋusẽ nenɔ mia ŋu, eye mialé dzi ɖe ƒo, elabena Yehowa awɔ miaƒe futɔwo katã alea.”
26 ଏଉତ୍ତାରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ; ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ।
Tete Yosua tsɔ eƒe yi wu fia atɔ̃awo, eye wòde ka wo ɖe ati atɔ̃ ŋu va se ɖe fiẽ.
27 ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣାମାନଙ୍କୁ ଲୁଚାଇଥିଲେ, ତହିଁ ଭିତରେ ପକାଇଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଥୋଇଲେ; ତାହା ଆଜିଯାଏ ଅଛି।
Esime ɣe nɔ to ɖom la, Yosua na woɖe wo le atiawo ŋu, wotsɔ wo ƒu gbe ɖe agado si me wosi yi ɖaɣla wo ɖokuiwo ɖo la me, eye woli kɔ kpe gãwo ɖe agado la nu. Kpe siawo gale afi ma va se ɖe egbe.
28 ଏଥିଉତ୍ତାରେ ଯିହୋଶୂୟ ସେହି ଦିନ ମକ୍କେଦା ହସ୍ତଗତ କରି ଖଡ୍ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ; ସେ ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; କାହାକୁ ଅବଶିଷ୍ଟ ରଖିଲେ ନାହିଁ; ପୁଣି ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ମକ୍କେଦା ରାଜା ପ୍ରତି କଲେ।
Gbe ma gbe ke la, Yosua tsrɔ̃ Makeda du la, eye wòwu fia la kple ame sia ame si nɔ dua me; womena ame ɖeka pɛ gɔ̃ hã tsi agbe le du blibo la me o.
29 ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକ୍କେଦାରୁ ଲିବ୍‍ନାକୁ ଗଲେ ଓ ଲିବ୍‍ନା ପ୍ରତିକୂଳରେ ଯୁଦ୍ଧ କଲେ;
Tso afi sia la, Israelviwo yi Libna.
30 ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।
Yehowa tsɔ du la kple fia la de asi na Israel le afi sia hã; wowu ame sia ame le dua me abe ale si wowɔ le Yeriko ene.
31 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବ୍‍ନାରୁ ଲାଖୀଶ୍‍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
Israelviwo tso Libna, eye woyi ɖadze Lakis du la hã dzi.
32 ତହିଁରେ ସଦାପ୍ରଭୁ ଲାଖୀଶ୍‍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ୱିତୀୟ ଦିନ ଲାଖୀଶ୍‍ ଆକ୍ରମଣ କରି ଯେପରି ଲିବ୍‍ନା ପ୍ରତି କରିଥିଲେ, ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ।
Yehowa tsɔ du sia hã na Israel le ŋkeke evelia dzi. Wowu ame sia ame le afi sia hã abe ale si wowɔ le Libna ene.
33 ସେସମୟରେ ଗେଷରର ରାଜା ହୋରମ୍‍ ଲାଖୀଶ୍‍ର ସହାୟତା କରିବାକୁ ଆସିଥିଲା; ତେଣୁ ଯିହୋଶୂୟ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ।
Esime Israelviwo nɔ aʋa wɔm le Lakis la, Gezer fia Horan va do kple eƒe aʋakɔ be yeaʋli Lakis du la ta. Ke Yosua ƒe amewo wui, eye wotsrɔ̃ eƒe aʋakɔ blibo la.
34 ତହୁଁ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖୀଶ୍‍ରୁ ଇଗ୍ଲୋନ୍‍କୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
Yosua kple Israel katã dzo le Lakis heyi Eglon. Woɖe to ɖe du sia, eye woho aʋa ɖe eŋu.
35 ପୁଣି ସେହି ଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ୍ଗଧାରରେ ଆଘାତ କଲେ ଓ ସେ ଯେପରି ଲାଖୀଶ୍‍ ପ୍ରତି କରିଥିଲେ, ସେପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ସେହି ଦିନ ବର୍ଜିତ ରୂପେ ବିନାଶ କଲେ।
Woxɔ du sia hã gbe ma gbe ke, eye wowu ame sia ame abe ale si wowu Lakistɔwo katã ene.
36 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନ୍‍ରୁ ହିବ୍ରୋଣକୁ ଗଲେ ଓ ସେମାନେ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ;
Esi wodzo le Eglon la, woyi Hebron.
37 ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ, ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ; ଯେପରି ସେ ଇଗ୍ଲୋନ୍‍ ପ୍ରତି କରିଥିଲେ, ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
Woxɔ du sia kple du sue siwo ƒo xlãe, eye wowu ameawo katã kple woƒe fia; womena ame ɖeka pɛ gɔ̃ hã tsi agbe o.
38 ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବୀରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ।
Wotrɔ azɔ yi Debir.
39 ପୁଣି, ସେ ତାହା ଓ ତହିଁର ରାଜା ଓ ତହିଁର ନଗରସବୁ ହସ୍ତଗତ କଲେ; ଆଉ ସେମାନେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ଯେପରି ସେ ହିବ୍ରୋଣ ପ୍ରତି, ମଧ୍ୟ ଲିବ୍‍ନା ଓ ତହିଁର ରାଜା ପ୍ରତି କରିଥିଲେ, ସେପରି ସେ ଦବୀର ଓ ତହିଁର ରାଜା ପ୍ରତି କଲେ।
Woɖu Debirtɔwo dzi enumake, wu ame sia ame abe ale si wowɔ le Libna ene.
40 ଏହିରୂପେ ଯିହୋଶୂୟ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ ଓ ତଳଭୂମି ଓ ଅଧିତ୍ୟକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ; ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ନିଃଶ୍ୱାସପ୍ରଶ୍ୱାସଧାରୀ ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
Ale Yosua kple eƒe aʋakɔ la woɖu anyigba blibo la dzi; woɖu dukɔ siwo nɔ toawo dzi, esiwo nɔ anyigba sɔsɔe dzi kple esiwo nɔ toawo ŋu la dzi. Wowu ame sia ame le anyigba la dzi, abe ale si Yehowa, Israel ƒe Mawu la ɖo na wo be woawɔ ene.
41 ପୁଣି ଯିହୋଶୂୟ କାଦେଶ-ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିବୀୟୋନ୍‍ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
Wowu wo tso Kades Barnea yi Gaza, tso Gosen yi Gibeon.
42 ପୁଣି ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣକୁ ଏକାବେଳେ ହସ୍ତଗତ କଲେ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
Wowɔ nu siawo katã le aʋadzedze ɖeka pɛ ko me, elabena Yehowa, Israel ƒe Mawu la nɔ aʋa wɔm na wo.
43 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ଫେରି ଆସିଲେ।
Le dziɖuɖu siawo megbe la, Yosua kple Israel blibo la trɔ yi asaɖa la me le Gilgal.

< ଯିହୋଶୂୟ 10 >