< ଯୂନସ 1 >

1 ଅମିତ୍ତୟଙ୍କ ପୁତ୍ର ଯୂନସଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
Ọ̀rọ̀ Olúwa sì tọ Jona ọmọ Amittai wá, wí pé:
2 “ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।”
“Dìde lọ sí ìlú ńlá Ninefe kí o sì wàásù sí i, nítorí ìwà búburú rẹ̀ gòkè wá iwájú mi.”
3 ମାତ୍ର ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଯାଫୋ ନଗରକୁ ଯାଇ ତର୍ଶୀଶଗାମୀ ଏକ ଜାହାଜ ପାଇଲେ; ତହୁଁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ।
Ṣùgbọ́n Jona dìde kúrò láti sálọ sí Tarṣiṣi kúrò níwájú Olúwa, ó sì sọ̀kalẹ̀ lọ sí Joppa, ìbí ti ó tí rí ọkọ̀ kan tí ń lọ sí Tarṣiṣi: lẹ́yìn ti ó sanwó ọkọ̀, ó wọlé sínú rẹ̀, láti bá wọn lọ sí Tarṣiṣi kúrò níwájú Olúwa.
4 ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା।
Nígbà náà ni Olúwa rán ìjì ńlá jáde sí ojú Òkun, ìjì líle sì wà nínú Òkun tó bẹ́ẹ̀ tí ọkọ̀ náà dàbí ẹni pé yóò fọ́.
5 ସେତେବେଳେ ନାବିକମାନେ, ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ; ପୁଣି, ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇଦେଲେ। ମାତ୍ର, ଯୂନସ ଜାହାଜର ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ।
Nígbà náà ni àwọn atukọ̀ bẹ̀rù, olúkúlùkù sì ń kígbe sí ọlọ́run rẹ̀, wọ́n kó ẹrù tí ó wà nínú ọkọ̀ dà sínú Òkun, kí ó bá à lè fúyẹ́. Ṣùgbọ́n Jona sọ̀kalẹ̀ lọ sí ìsàlẹ̀ ọkọ̀ ó sì dùbúlẹ̀, ó sùn wọra.
6 ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲେ, “ହେ ନିଦ୍ରାଳୁ, କଅଣ କରୁଅଛ? ଉଠ, ତୁମ୍ଭ ଦେବତାଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ତୁମ୍ଭର ଦେବତା ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।”
Bẹ́ẹ̀ ni olórí ọkọ̀ tọ̀ ọ́ wá, ó sì wí fún un pé, “Èéṣe tí ìwọ fi sùn, ìwọ olóòórùn? Dìde kí o ké pe Ọlọ́run rẹ! Bóyá yóò ro tiwa, kí àwa má ba à ṣègbé.”
7 ପୁଣି, ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ।” ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା।
Nígbà náà ni àwọn atukọ̀ sọ fún ara wọn pé, “Wá, ẹ jẹ́ kí a sẹ́ kèké, kí àwa kí o le mọ̀ nítorí ta ni búburú yìí ṣe wá sórí wa.” Wọ́n ṣẹ́ kèké, kèké sì mú Jona.
8 ସେତେବେଳେ ସେମାନେ ତାଙ୍କୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି, ତାହା ଆମ୍ଭମାନଙ୍କୁ କୁହ; ତୁମ୍ଭେ କେଉଁ ବ୍ୟବସାୟୀ ଓ କେଉଁଠାରୁ ଆସିଅଛ? ତୁମ୍ଭର କେଉଁ ଦେଶ? ଓ ତୁମ୍ଭେ କେଉଁ ଗୋଷ୍ଠୀର ଲୋକ?”
Nígbà náà ni wọn wí fún un pé, “Sọ fún wa, àwa bẹ̀ ọ́, nítorí ta ni búburú yìí ṣe wá sórí wa? Kí ni iṣẹ́ rẹ? Níbo ni ìwọ ti wá? Kí ni orúkọ ìlú rẹ? Ẹ̀yà orílẹ̀-èdè wo sì ni ìwọ sì í ṣe?”
9 ତହିଁରେ ସେ ସେମାନଙ୍କୁ କହିଲେ, “ମୁଁ ଜଣେ ଏବ୍ରୀୟ; ପୁଣି, ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ।”
Òun sì dá wọn lóhùn pé, “Heberu ni èmi, mo sì bẹ̀rù Olúwa, Ọlọ́run ọ̀run ẹni tí ó dá Òkun àti ìyàngbẹ ilẹ̀.”
10 ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, “ତୁମ୍ଭେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ, ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି।”
Nígbà náà ni àwọn ọkùnrin náà bẹ̀rù gidigidi, wọn sì wí fún un pé, “Èéṣe tí ìwọ fi ṣe èyí?” (Nítorí àwọn ọkùnrin náà mọ̀ pé ó ń sá kúrò ní iwájú Olúwa ni, nítorí òun ti sọ fun wọn bẹ́ẹ̀).
11 ସେତେବେଳେ ସେମାନେ ତାଙ୍କୁ କହିଲେ, “ସମୁଦ୍ର ଯେପରି ଆମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?” କାରଣ, ସମୁଦ୍ର ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା।
Nígbà náà ni wọ́n wí fún un pé, “Kí ni kí àwa ó ṣe sí ọ kí Òkun lè dákẹ́ fún wa?” Nítorí Òkun ru, ó sì ja ẹ̀fúùfù líle.
12 ତହିଁରେ ସେ ସେମାନଙ୍କୁ କହିଲେ, “ମୋତେ ଧରି ସମୁଦ୍ରରେ ପକାଇଦିଅ; ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ; କାରଣ ମୋʼ ସକାଶୁ ତୁମ୍ଭମାନଙ୍କ ନିକଟରେ ଏହି ମହାତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ।”
Òun sì wí fún wọn pé, “Ẹ gbé mi, kí ẹ sì sọ mi sínú Òkun, bẹ́ẹ̀ ni okun yóò sì dákẹ́ fún un yin. Nítorí èmi mọ̀ pé, nítorí mi ni ẹ̀fúùfù líle yìí ṣe dé bá a yín.”
13 ତଥାପି ସେହି ଲୋକମାନେ କୂଳକୁ ଫେରିଯିବା ନିମନ୍ତେ ବଡ଼ ଯତ୍ନରେ ଆହୁଲା ପକାଇଲେ; ମାତ୍ର ସେମାନେ ପାରିଲେ ନାହିଁ; କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା।
Ṣùgbọ́n àwọn ọkùnrin náà gbìyànjú gidigidi láti mú ọkọ̀ wà sí ilẹ̀, ṣùgbọ́n wọn kò lè ṣe é: nítorí tí Òkun túbọ̀ ru sí i, ó sì ja ẹ̀fúùfù líle sí wọn.
14 ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ-ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।”
Nítorí náà wọ́n kígbe sí Olúwa, wọ́n sì wí pé, “Olúwa àwa bẹ̀ ọ́, má ṣe jẹ́ kí àwa ṣègbé nítorí ẹ̀mí ọkùnrin yìí. Má sì ka ẹ̀jẹ̀ aláìṣẹ̀ sí wa ní ọrùn, nítorí ìwọ, Olúwa, ti ṣe bí ó ti wù ọ́.”
15 ଏଥିରେ ସେମାନେ ଯୂନସଙ୍କୁ ଧରି ସମୁଦ୍ରରେ ପକାଇଦେଲେ; ପୁଣି, ସମୁଦ୍ର ଆପଣା ପ୍ରଚଣ୍ଡତାରୁ ନିବୃତ୍ତ ହେଲା।
Bẹ́ẹ̀ ni wọ́n gbé Jona, tí wọ́n sì sọ ọ́ sínú Òkun, Òkun sì dẹ́kun ríru rẹ̀.
16 ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ ଓ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଓ ନାନା ମାନତ କଲେ।
Nígbà náà ni àwọn ọkùnrin náà bẹ̀rù Olúwa gidigidi, wọn si rú ẹbọ sí Olúwa, wọ́n sì jẹ́ ẹ̀jẹ́.
17 ପୁଣି, ଯେତେବେଳେ ସେମାନେ ଯୂନସଙ୍କୁ ସମୁଦ୍ରରେ ପକାଇଦେଲେ, ତାହାଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ ମତ୍ସ୍ୟ ନିରୂପଣ କଲେ; ପୁଣି, ଯୂନସ ସେହି ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ରହିଲେ।
Ṣùgbọ́n Olúwa ti pèsè ẹja ńlá kan láti gbé Jona mì. Jona sì wà nínú ẹja náà ni ọ̀sán mẹ́ta àti òru mẹ́ta.

< ଯୂନସ 1 >