< ଯୋହନ 9 >
1 ଯୀଶୁ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ।
ମେସୁଆ ଜିସୁ ଗାଲି ୱେନେ ବେଲା ମୁଇଙ୍ଗ୍ କାନାକେ ଅବାକେ ।
2 ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ପିତାମାତା?
ସିସ୍ଇଂ ସାଲିଆକୁକେ, “ଗୁରୁ ଜାନେ ପାପ୍ ନ୍ସା ଏନ୍ ରେମୁଆଁ କାନା ଡିଙ୍ଗ୍ଚେ ଜନମ୍ ଡିଙ୍ଗ୍ଲେ ମେଁ ନିଜେନେ ଲେଃ ମେଁନେ ବା ଡିଆନେ ପାପ୍ ନ୍ସା?”
3 ଯୀଶୁ ଉତ୍ତର ଦେଲେ, “ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ବରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି।
ଜିସୁ ଉତର୍ ବିକେ “ମେଁନେ ଲେଃ ମେଁ ବାଡ୍ୟାନେ ପାପ୍- ମେଃନେଡିଗ୍ କ୍ମେନେ କାରନ୍ ଣ୍ଡୁ ଇସ୍ପର୍ନେ ବପୁ ଡିରକମ୍ ମେଁନ୍ନିଆ ତାର୍ଏ ଡାଗ୍ଚେ ମେଁ ଏଃକେ କାନା ଡିଙ୍ଗ୍ଚେ ଜନମ୍ ଡିଙ୍ଗ୍ଲେଃକେ ।
4 ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି।
ସ୍ମିନେ ତାର୍କିଗ୍ ଲେଃ ବିତ୍ରେ, ଆନିଂକେ ବେବକ୍ନେ ମାପ୍ରୁନେ କାମ୍ ନିଂ ଡିଙ୍ଗ୍ନେ ପଡ଼େଏ । ମିଡିଗ୍ ଡିଂକେ ଆତେନ୍ ବେଲା ଜା କାମ୍ ଡିଙ୍ଗ୍ ଆୟା ଣ୍ଡୁ ।
5 ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ।”
ଏନ୍ ଦର୍ତନିନ୍ନିଆ ଲେଃଜାକ ନେଙ୍ଗ୍ ଦର୍ତନିନେ ତାର୍କିଗ୍ସ ।”
6 ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ,
ଦେକ୍ ବାସଙ୍ଗ୍ଚେ ଜିସୁ ତୁବନ୍ନିଆ ବିତୁର୍ଚେ ଇକୁଡ଼ା ବୁର୍ଦା ଆଡିଙ୍କେ; ଆତେନ୍ ଇକୁଡ଼ା ଡୁଙ୍ଗ୍ ୱେଚେ ରେମୁଆଁନେ ମ୍ମୁଆଃନ୍ନିଆ ଲିଗ୍ ବିଚେ ବାସଙ୍ଗ୍କେ
7 ଯାଅ, ଶୀଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) “ପୋଖରୀରେ ଧୋଇ ହୁଅ।” ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା।
“ୱେଲା ଶିଲୋହ ବନ୍ଦ୍ନ୍ନିଆ ଗେମୁଆଁଚେ ପାଙ୍ଗ୍ଲା ।” ଶିଲୋହ ଡାଗ୍ଲା ପ୍ରେରିତ୍ ଆତେନ୍ ରେମୁଆଁ ୱେଚେ ଗେମୁଆଁଚେ ମୁଆଃ କିକେନେ ବପୁ ବାଚେ ଆଣ୍ଡେକେ ।
8 ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ?
ମେଁନେ ଡାଗ୍ରା ଡୁଆଣ୍ଡ୍ରେଇଂ ଆରି ଜାଣ୍ଡେଇଂ ଆମେକେ ସିସେବାନ୍ ବିକ୍ ସାଲିଆକ୍ନେ ବେଲା କେଲେଗେ ମେଇଂ ସାଲିଆକୁଆର୍କେ “ଏନ୍ ରେମୁଆଁ କଚେ ବିକ୍ ସାଲିଆ ଆଡିଙ୍ଗେ?”
9 କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି। ସେ କହିଲା, ମୁଁ ସେହି।
ଉଡ଼ିରୁଆ ବାସଙ୍ଗ୍କେ, “ଅଃଅଁ ଏନ୍ ରେମୁଆଁ ଆଃ ।” ବିନ୍ଣ୍ଡ୍ରେଇଂ ବାସଙ୍ଗ୍କେ, “ଣ୍ଡୁ ମେଁ ଣ୍ଡୁ ମାତର୍ ମେଁ ସୁଗୁଆ ତ୍ନାଡିଙ୍ଗ୍ ।” ମାତର୍ ମେଁ ନିଜେ ବାସଙ୍ଗ୍ “ନେଙ୍ଗ୍ଆଃ ଆତେନ୍ ରେମୁଆଁ ।”
10 ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା?
ରେମୁଆଁଇଂ ଆମେକେ ସାଲିଆକୁକେ, “ତେଲା ନାଁ ଡିରକମ୍ କେୟା ନାଡିଙ୍ଗ୍କେ?”
11 ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶୀଲୋହ ପୋଖରୀକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି।
ଆତେନ୍ ରେମୁଆଁ ବାସଙ୍ଗ୍କେ, “ଜିସୁ ଡାଗ୍ଚେ ମୁଇଙ୍ଗ୍ ରେମୁଆଁ ତୁବନ୍ନିଆ ଇକୁଡ଼ା ତୁବଃ ଆନ୍ସିଂଚେ ନେଙ୍ଗ୍ ମ୍ମୁଆଃନ୍ନିଆ ଲିଗ୍ ବିଚେ ଆରି ଶିଲୋହନ୍ନିଆ ଗେମୁଆଚେ ପାଙ୍ଗ୍ନେ ବାସଙ୍ଗ୍କେ ଦେତୁଆ ୱେଚେ ଗେମୁଆକ୍ନେ ଦାପ୍ରେ ନେଙ୍ଗ୍ କିକେ ଇଁୟାଏ ।”
12 ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ।
“ମେଁ ଆଣ୍ଡିକା” ଡାଗ୍ଚେ ରେମୁଆଁ ଆମେକେ ସାଲିଆକୁକେ । ଆତେନ୍ ରେମୁଆଁ ଉତର୍ ବିକେ “ନେଙ୍ଗ୍ ନାମ୍ୟାଃକେ ଣ୍ଡୁ ।”
13 ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ।
ମ୍ମୁଆଃ କିକେନେ ବପୁ ବାଲେକ୍ନେ ଆତେନ୍ କାନା ରେମୁଆଁକେ ପାରୁସିଇଂନେ ଡାଗ୍ରା ଡୁଙ୍ଗ୍ ୱେଆର୍ଗେ ।
14 ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର।
ଜିସୁ ଆଣ୍ଡିନେ ଦିନା ତୁବଃ ଆବୁର୍ଦାଚେ ଆମେକେ ମ୍ମୁଆଃ କିକେନେ ବପୁ ବିବଗେ ଆତେନ୍ ଦିନା ଲେଃଗେ ପୁଣ୍ଡେନେ ଦିନା ।
15 ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି।
ପାରୁସୀଇଂ ଆମେକେ ସାଲିଆକୁଆର୍କେ, “ଡିରକମ୍ ମେଁ ମେଁନେ ମ୍ମୁଆଃ କେୟାକେ?” ମେଁ ଉତର୍ ବିଚେ ବାସଙ୍ଗ୍କେ, “ନେଙ୍ଗ୍ ମ୍ମୁଆଃନ୍ନିଆ ମେଁ ଇକୁଡ଼ା ତୁବଃ ଇକୁଡ଼ା ଲିଗ୍ ବିକେ, ନେଙ୍ଗ୍ ୱେଚେ ମ୍ମୁଆଃ ଗେମୁଆଁଚେ ମ୍ପାକେ । ଏକେ କେୟା ଣ୍ଡିଂ ।”
16 ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ। ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରିପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା।
ପାରୁସିଇଂନେ ବାନ୍ ଉଡ଼ିରୁଆ ବାସଙ୍ଗ୍କେ “ଜା ଏନ୍ କାମ୍ ଡିଙ୍ଗ୍ବ ମେଁ ଇସ୍ପର୍ ବାନ୍ ଆପାଙ୍ଗ୍କେ ଣ୍ଡୁ ମେଃନ୍ସା ଡାଗ୍ଲା ମେଁ ପୁଣ୍ଡେନେ ନିୟମ୍ ଆପାଲେକେ ଣ୍ଡୁ ।” ବିନ୍ଣ୍ଡ୍ରେଇଂ ବାସଙ୍ଗ୍କେ “ମୁଇଙ୍ଗ୍ ରେମୁଆଁ ପାପି ଡିଙ୍ଗ୍ଚେ ଦେକ୍ ରକମ୍ କାବା ଡିଙ୍ଗ୍କ୍ନେ କାମ୍ ଡିରକମ୍ ଡିଙ୍ଗ୍ୟାଏ?” ଆକେନ୍ ବିସୟ୍ରେ ମେଇଂନେ ବିତ୍ରେ ୱିଙ୍ଗ୍ଆରିଙ୍ଗ୍ଆ ଡିଙ୍ଗ୍ଆର୍କେ ।
17 ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତାʼ ବିଷୟରେ କଅଣ କହୁଅଛୁ? ସେ କହିଲା, ସେ ଜଣେ ଭାବବାଦୀ।
ଫାରୁଶୀଇଂ ଆତେନ୍ ରେମୁଆଁକେ ବାରି ମୁଇଂତର୍ ସାଲିଆକୁକେ, “ନା ବାସଙ୍ଗ୍ ନାଡିଙ୍ଗ୍, ମେଁ ଆନାକେ ମ୍ମୁଆଃ ଆକେବକେ, ମେଁନେ ବିସୟ୍ରେ ନା ମେଃନେ ବାସଙ୍ଗ୍ନାଡିଙ୍ଗ୍କେ?” ଆତେନ୍ ରେମୁଆଁ ବାସଙ୍ଗ୍କେ । “ମେଁ ମୁଇଙ୍ଗ୍ ବାବବାଦି ।”
18 ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ କେତେକ ଯିହୁଦୀ ନେତାମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ।
ମାତର୍ ମେଁ ଜନମ୍ ବାନ୍ ଆଃ କାନା ଲେଃଗେ ଆରି ଏକେ ମୁଆଃ ବପୁ ବାଲେଃ । ଏନ୍ ସାମୁଆଁ ମେଁନେ ବାଡିଆକେ ସାଲିଆକୁଚେ ମାବୁଜେ ଜାକ ଜିଉଦି କର୍ତ୍ତୁପକ୍ଷଇଂ ସତ୍ ମାନେନ୍ସା ଚାଏଁ ଆଡିଙ୍ଗେ ଣ୍ଡୁ ।
19 ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କଅଣ ତୁମ୍ଭମାନଙ୍କର ସେହି ପୁଅ? ତାହାହେଲେ ସେ କିପରି ଏବେ ଦେଖୁଅଛି?
ତେଲା ମେଇଂ ମେଁନେ ବାଡିଆକେ ସାଲିଆକୁକେ “ଏନ୍ ନାଉଂ? ମେଁ କାନା ଡିଙ୍ଗ୍ଚେ ଜନମ୍ ଡିଙ୍ଗ୍ଲେଗେ ଡାଗ୍ଚେ ବାସଙ୍ଗ୍ ପେଡିଙ୍ଗ୍ । ତେଲା ମେଁ ଏକେ ଡିରକମ୍ କେୟାଡିଙ୍ଗ୍କେ?”
20 ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ;
ମେଁନେ ବାଡିଆ ଉତର୍ ବିକେ “ଅଃଅଁ ଆତେନ୍ ନେଙ୍ଗ୍ନେ ଗଡ଼େଅ ମେଁ କାନା ଡିଙ୍ଗ୍ଚେ ଜନମ୍ ଡିଙ୍ଗ୍ଲେଗେ ଆକେନ୍ ନେ ମ୍ୟାନେଲେଃକେ ।
21 କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହୁଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ।
ମାତର୍ ମେଁ ଏକେ ଡିରକମ୍ କେଡିଂକେ ଆରି ଜା ଆମେକେ କିକେନେ ବପୁ ବିବ ନେ ଆମେକେ ନେମ୍ୟାକେ ଣ୍ଡୁ । ମେଁନେ ବଏସ୍ ଡିଙ୍ଗ୍ଲେ ଆମେକେ ସାଲିଆକୁପା ମେଁ ନିଜେ ନିଜେନେ ସାମୁଆଁ ବାସଙ୍ଗ୍ ୟାଏ ।”
22 ତାହାର ପିତାମାତା ଯିହୁଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୁଦୀମାନେ ଏକମତ ହୋଇଥିଲେ।
ରେମୁଆଁନେ ବାଡିଆ ଇହୁଦୀ କର୍ତ୍ତୁପକ୍ଷଇଂକେ ବୁଟଚେ ଏନ୍ ସାମୁଆଁ ବାସଙ୍ଗ୍ ବଗେ । ମେଃନ୍ସା ଡାଗ୍ଲା ଆତେନ୍ କର୍ତ୍ତୁପକ୍ଷଇଂ ଚାଏଁ ଲେଃଗେ ଜେ ଜାଣ୍ଡେଇଂ ଜିସୁକେ କିସ୍ଟ ଡାଗ୍ଚେ ବାସଙ୍ଗ୍ ଆର୍ଏ ଆମେଇଂକେ କୁକପାର୍ ଡୁଆ ବାନ୍ ଆନ୍ତାର୍ ବିଏ ।
23 ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ।
ଆତେନ୍ସା ମେଁନେ ଇୟାଙ୍ଗ୍ଡେ ବାଡ଼େ ବାସଙ୍ଗ୍କେ “ମେଁନେ ବୟସ୍ ଡିଙ୍ଗ୍ଲେକେ ଆମେକେ ସାଲ୍ୟାକୁପା ।”
24 ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ବରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ।
ଫାରୁଶୀଇଂ ଆତେନ୍ କାନା ରେମୁଆଁକେ ବାରି ମୁଇଂତର୍ ୱାଚେ ବାସଙ୍ଗ୍କେ, “ଇସ୍ପର୍ନେ ସାମ୍ନେ ପାର୍ମାନ୍ ଡିଙ୍ଗ୍ଚେ ବାସଙ୍ଗ୍ ନାଁ ସତ୍ ନାବାସଙ୍ଗ୍ଏ । ନେ ମ୍ୟାନେଲେଃକେ, ମୁଡ଼ି ରେମୁଆଁ ଆନାକେ ମ୍ମୁଆଃ କିକେନେ ବପୁ ବିବକେ, ମେଁ ମୁଇଙ୍ଗ୍ ପାପି ।”
25 ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି।
ଆତେନ୍ ରେମୁଆଁ ଉତର୍ ବିକେ “ମେଁ ପାପି ଲେଃ ଣ୍ଡୁ ନେଙ୍ଗ୍ ନ୍ନାମ୍ୟାକେ ଣ୍ଡୁ । ମାତର୍ ମୁଇଙ୍ଗ୍ ସାମୁଆଁ ମ୍ୟାନ୍ଲେକେ ନେଙ୍ଗ୍ କାନା ନ୍ଲେଗେ ଏକେ କେୟାଣ୍ଡିଂକେ ।”
26 ତେଣୁ ସେମାନେ ତାହାକୁ କହିଲେ, ସେ ତୋତେ କଅଣ କଲା? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା?
ମେଇଂ ସାଲିଆକୁକେ, “ଆନାକେ ମେଁ ମେଃ ଡିଂକେ? ଡିରକମ୍ ମେଁ ନାନେ ମ୍ମୁଆଃ ଆକେ ବିକେ?”
27 ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି? ଆପଣମାନେ ମଧ୍ୟ କଅଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି?
ଆତେନ୍ ରେମୁଆଁ ଉତର୍ ବିକେ “ସେନୁଗ୍ ତ ବାସଙ୍ଗ୍ ଆଡା ମ୍ବକେ ମାତର୍ ପେ ଆତେନ୍ ସାମୁଆଁକେ ଦ୍ରିଗ୍ନ୍ସା ଇକ୍ଚା ପେଡିଂକେ ଣ୍ଡୁ । ବାରି ମୁଇଂତର୍ ଦ୍ରିଗ୍ନ୍ସା ମେସା ଚାଏଁ ପେଡିଙ୍ଗ୍? ନ୍ନାମ୍ୟାକେ ଣ୍ଡୁ ପେଡିଗ୍ ମେଃନେ ସିସ୍ ଡିଙ୍ଗ୍ନେସା ଇକ୍ଚା ଡିଙ୍ଗ୍ ପେଡିଙ୍ଗ୍ ।”
28 ସେଥିରେ ସେମାନେ ତାହାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ।
ମେଇଂ ଆମେକେ ସାଇବ୍ ବିଚେ ବାସଙ୍ଗ୍କେ “ନା ସିନା ମେଁନେ ସିସ୍ । ମାତର୍ ନେ ମୋଶାନେ ସିସ୍ ।
29 ଆମ୍ଭେମାନେ ଜାଣୁ ଯେ, ଈଶ୍ବର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ।
ନେ ମ୍ୟାନେଲେଃକେ, ଇସ୍ପର୍ ମୋଶା ଏତେ ବାଲିର୍ବାତା ଡିଙ୍ଗ୍ଆର୍ଗେ । ମାତର୍ ଆତେନ୍ ରେମୁଆଁ ଆଣ୍ଡିବାନ୍ ପାଙ୍ଗ୍ଲେ ଆତେନ୍ ଡିଗ୍ ନେମ୍ୟାଃକେ ଣ୍ଡୁ ।”
30 ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା।
ରେମୁଆଁ ଉତର୍ ବିକେ “ଏନ୍ ଉଡ଼ି ବକୁଆ ଡିଙ୍ଗ୍କ୍ନେ ସୁଗୁଆ ସାମୁଆଁ ମେଁ ଆଣ୍ଡିବାନ୍ ପାଙ୍ଗ୍ଲେକେ ପେ ପେମ୍ୟାକେ ଣ୍ଡୁ; ମାତର୍ ମେଁ ଆନେଙ୍ଗ୍କେ ମ୍ମୁଆଃ କିକେନେ ବପୁ ବିବକେ ।
31 ଈଶ୍ବର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ବରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାହାର କଥା ଶୁଣନ୍ତି।
ନେ ସାପାରେ ମ୍ୟାଃନେଲେଃକେ, ଇସ୍ପର୍ ପାପିଇଂନେ ସାମୁଆଁ ଆଅଁ ଣ୍ଡୁ । ଜାଣ୍ଡେଇଂ ଇସ୍ପର୍କେ ପାଲେ ଆର୍ଏ ଆରି ମେଁଇଂନେ ଇକ୍ଚାରେ କାମ୍ ଡିଙ୍ଗ୍ ଆର୍ଏ ଇସ୍ପର୍ ମାତର୍ ମେଁଇଂନେ ସାମୁଆଁ ଅଁଏ ।
32 କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା। (aiōn )
ଅସେବାନ୍ ଜା କାନାକେ ମ୍ମୁଆଃ କିକେନେ ବପୁ ବିଃକ୍ନେ ସାମୁଆଁ ଅଃନା ଅଁ ନେଲେଗେ ଣ୍ଡୁ । (aiōn )
33 ଏ ଈଶ୍ବରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ।
ଇସ୍ପର୍ ବାନ୍ ଆକେନ୍ ରେମୁଆଁ ପାଙ୍ଗ୍ ଆଲେଃଲା ମେଁ ଅଃନା ଏନ୍ କାମ୍ ଡିଙ୍ଗ୍ ଆୟା ଣ୍ଡୁ ।”
34 ସେମାନେ ତାହାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ? ସେଥିରେ ସେମାନେ ତାହାକୁ ବାହାର କରିଦେଲେ।
ମେଇଂ ବାସଙ୍ଗ୍କେ “ପାପ୍ନ୍ନିଆ ଜନମ୍ ଡିଙ୍ଗ୍ଚେ ପାପ୍ନ୍ନିଆ ମ୍ନା ନେଲେଃକେ । ନା ବାରି ମେଃନେ ଆନେକେ ଆଃସିକେ ନାଡିଙ୍ଗ୍କେ?” ଦେକ୍ ବାସଙ୍ଗ୍ଚେ ମେଇଂ ଆମେକେ ଗୁଲିସାଙ୍ଗ୍ ବାନ୍ ଆନ୍ତାର୍ ବିଃକେ ।
35 ସେମାନେ ଯେ ତାହାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତାହାର ଦେଖା ପାଇ କହିଲେ, “ତୁମ୍ଭେ କଅଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ?”
ଜିସୁ ଏନ୍ ସାପା କଟେକ୍ନେ ବିସୟ୍ ଅଁଚେ ବାରି ମୁଇଂତର୍ ଆତେନ୍ ରେମୁଆଁକେ ଅବାଚେ ଆମେକେ ସାଲିଆକୁକେ, “ନାଁ ମେଃନେ ରେମୁଆଁ ଉଙ୍ଗ୍ଡେନ୍ନିଆ ସତ୍ ମାନେଃ ନାଡିଙ୍ଗ୍କେ?”
36 ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି?
ମେଁ ଉତର୍ ବିକେ “ଅ ମାପ୍ରୁ, ମେଁ ଜାଣ୍ଡେଃ ବାସଙ୍ଗ୍, ଆମେକେ ନେଙ୍ଗ୍ ସତ୍ ମ୍ମାନେଃଏ ।”
37 ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି।”
ଜିସୁ ଆମେକେ ବାସଙ୍ଗ୍କେ, “ନାଁ ଆମେକେ କେନାଲେକେ! ନାଁ ଏତେ ଜା ଏକ୍ରେ ସାମୁଆଁ ବାସଙ୍ଗ୍ଡିଙ୍ଗେ ମେଁ ଆତେନ୍ ।”
38 ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା।
“ନେଙ୍ଗ୍ ସତ୍ ମାନେଃ ଣ୍ଡିଙ୍ଗ୍ ମାପ୍ରୁ!” ଦେକ୍ ବାସଙ୍ଗ୍ଚେ ଆତେନ୍ ରେମୁଆଁ ଜିସୁନେ ସେନୁଗ୍ ଡେଙ୍ଗଚେ ସାର୍ଲକେ ।
39 ପୁଣି, ଯୀଶୁ କହିଲେ, “ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି।”
ଜିସୁ ବାସଙ୍ଗ୍କେ “ରେମୁଆଁନେ ବିଚାର୍ ନ୍ସା ନେଙ୍ଗ୍ ମଞ୍ଚ୍ପୁର୍ ପାଙ୍ଗ୍ଲେକେ । କାନାଇଂ ମ୍ମୁଆଃ କିକେନେ ବପୁ ବାଆର୍ଏ ମାତର୍ ଗୁଲେରୁଆ ମୁଆଃ ଲେଃଚେ ଡିଗ୍ କାନା ଡିଙ୍ଗ୍ଆର୍ଏ ।”
40 ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଅଣ ଅନ୍ଧ?
ଆତ୍ ଅରିଆ ଲେଃକ୍ନେ ଉଡ଼ି ଫାରୁଶୀଇଂ ଏନ୍ ସାମୁଆଁ ଅଁଚେ ଆମେକେ ବାସଙ୍ଗ୍କେ “ନେ କାନା ଡାଗ୍ଚେ ମେଃନେ ନାଁ ବାବେ ନାଡିଙ୍ଗ୍ ।”
41 ଯୀଶୁ ସେମାନଙ୍କୁ କହିଲେ, “ଯଦି ଅନ୍ଧ ହୋଇଥାଆନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ।”
ଜିସୁ ଉତର୍ ବିକେ “କାନା ଡିଙ୍ଗ୍ ପେଲେଲା ପେଇଂ ଦସ୍ ଡିଙ୍ଗ୍ ପେପାଲେ । ମାତର୍ କେୟାନାଡିଙ୍ଗ୍କେ ଡାଗ୍ଚେ ବାସଙ୍ଗ୍ ପେଡିଙ୍ଗ୍ଲା ପେ ଜାବର୍ ଦସି ।”