< ଯୋହନ 7 >

1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।
Після цього Ісус ходив по Галілеї, не хотів бо ходи́ти по Юдеї, бо юдеї шукали наго́ди, щоб убити Його.
2 କିନ୍ତୁ ଯିହୁଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,
А надхо́дило свято юдейське — Ку́чки.
3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ,
І сказали до Нього брати Його: „Піди звідси, і йди до Юдеї, щоб і учні Твої побачили вчинки Твої, що Ти робиш.
4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।
Тайкома́ бо не робить нічо́го ніхто, але сам прагне бути відо́мий. Коли Ти таке чиниш, то з'яви́ Себе світові“.
5 କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ।
Бо не вірували в Нього навіть брати Його!
6 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ।
А Ісус промовляє до них: „Не настав ще Мій час, але за́вжди готовий час ваш.
7 ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି।
Вас нена́видіти світ не може, а Мене він нена́видить, бо Я сві́дчу про нього, що діла́ його злі.
8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”
Ідіть на це свято, Я ж іще не піду́ на це свято, бо не ви́повнився ще Мій час“.
9 ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ।
Це сказавши до них, Він зоставсь у Галілеї.
10 କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ-ପ୍ରକାର ଗୋପନରେ।
Коли ж вийшли на свято брати Його, тоді й Сам Він пішов, — не відкрито, але́ ніби по́тай.
11 ଏଣୁ ଯିହୁଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ?
А юдеї за свята шукали Його та питали: „Де Він?“
12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି।
І поголо́ска велика про Нього в наро́ді була. Одні говорили: „Він добрий“, а інші казали: „Ні, — Він зводить з дороги наро́д“.
13 ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।
Та відкрито про Нього ніхто не казав, — бо боялись юдеїв.
14 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ।
У половині вже свята Ісус у храм увійшов і навчав.
15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା?
І дивувались юдеї й казали: „Як Він знає Писа́ння, не вчившись?“
16 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର।
Відповів їм Ісус і сказав: „Наука Моя — не Моя, а Того, Хто послав Мене.
17 କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ।
Коли хоче хто волю чинити Його, той довідається про науку, чи від Бога вона, чи від Себе Самого кажу́ Я.
18 ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ।
Хто говорить від себе самого, той власної слави шукає, а Хто слави шукає Того, Хто послав Його, Той правдивий, — і в Ньому неправедности нема.
19 ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”
Чи ж Зако́на вам дав не Мойсей? Та ніхто з вас Зако́на того не виконує. На́що хочете вбити Мене?“
20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?
Наро́д відповів: „Чи Ти де́мона маєш? Хто Тебе хоче вбити?“
21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ।
Ісус відповів і сказав їм: „Одне ді́ло зробив Я, — і всі ви дивуєтесь.
22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ।
Через це Мойсей дав обрі́зання вам, — не тому́, що воно від Мойсея, але від отців, — та ви й у суботу обрізуєте чоловіка.
23 ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ?
Коли ж чоловік у суботу приймає обрі́зання, щоб Зако́ну Мойсеєвого не порушити, чого ж ре́мствуєте ви на Мене, що Я всю люди́ну в суботу вздоро́вив?
24 ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ୍ ନ୍ୟାୟବିଚାର କର।”
Не судіть за обличчям, але суд справедливий чиніть!“
25 ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ?
Дехто ж з єрусали́млян казали: „Хіба́ це не Той, що Його шукають убити?
26 ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି?
Бо говорить відкрито ось Він, — і нічого не кажуть Йому. Чи то справді дізналися старші, що Він дійсно Христос?
27 ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି।
Та ми знаєм Цього, звідки Він. Про Христа ж, коли при́йде, ніхто знати не бу́де, звідки Він“.
28 ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।
І скликнув у храмі Ісус, навчаючи й кажучи: „І Мене знаєте ви, і знаєте, звідки Я. А Я не прийшов Сам від Себе; правдивий же Той, Хто послав Мене, що Його ви не знаєте.
29 ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।”
Я знаю Його, — Я бо від Нього, і послав Мене Він!“
30 ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
Тож шукали вони, щоб схопи́ти Його, та ніхто не наклав рук на Нього, — бо то ще не настала година Його́.
31 କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କଅଣ ଅଧିକ କରିବେ?
А багато з наро́ду в Нього ввірували та казали: „Коли при́йде Христос, чи ж Він чу́да чинитиме більші, як чинить Оцей?“
32 ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ।
Фарисеї прочули такі поголо́ски про Нього в наро́ді. Тоді первосвященики та фарисеї послали свою́ службу, щоб схопи́ти Його.
33 ସେଥିରେ ଯୀଶୁ କହିଲେ, “ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି।
Ісус же сказав: „Ще недовго побу́ду Я з вами, та й до Того піду́, Хто послав Мене.
34 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ।”
Ви бу́дете шукати Мене, — і не зна́йдете; а туди, де Я є, ви прибути не можете“.
35 ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍‍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍‍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
Тоді говорили юдеї між собою: „Куди це Він хоче йти, що не зна́йдемо Його? Чи не хоче йти до виселе́нців між греки, та й греків навчати?
36 “ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ,” ସେ ଏହି ଯେଉଁ କଥା କହିଲେ, ସେ କଅଣ?
Що за слово, яке Він сказав: „Ви бу́дете шукати Мене, — і не знайдете; а туди, де Я є, ви прибути не можете?“
37 ଶେଷଦିନ, ଅର୍ଥାତ୍‍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋʼ ନିକଟକୁ ଆସି ପାନ କରୁ।
А останнього великого дня свята Ісус стояв і кликав, говорячи: „Коли прагне хто з вас — нехай при́йде до Мене та й п'є!
38 ଯେ ମୋʼ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ।”
Хто вірує в Мене, як каже Писа́ння, то ріки живої води потечуть із утро́би його́“.
39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।
Це ж сказав Він про Духа, що мали прийняти Його, хто ввірував у Нього. Не було́ бо ще Духа на них, — не був бо Ісус ще просла́влений.
40 ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ।
А багато з наро́ду, почувши слова́ ті, казали: „Він справді пророк!“
41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?
Інші казали: „Він Христос“. А ще інші казали: „Хіба при́йде Христос із Галілеї?
42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କଅଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ?
Чи ж не каже Писа́ння, що Христос при́йде з роду Давидового, і з села Вифлеє́му, звідкіля́ був Давид?“
43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
Так повстала незгода в наро́ді з-за Нього.
44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ।
А де́котрі з них мали замір схопи́ти Його́, — та ніхто не поклав рук на Нього.
45 ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?
І вернулася слу́жба до первосвящеників та фарисеїв, а ті їх запитали: „Чому не привели́ ви Його?“
46 ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ।
Відказала та слу́жба: „Чоловік ще ніко́ли так не промовляв, як Оцей Чоловік“.
47 ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କଅଣ ଭ୍ରାନ୍ତ ହୋଇଅଛ?
А їм відповіли́ фарисеї: „Чи й вас із дороги не зве́дено?
48 ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କଅଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି?
Хіба́ хто з старши́х або з фарисеїв увірував у Нього?
49 କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।
Та прокля́тий народ, що не знає Зако́ну!“
50 ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ,
Говорить до них Никоди́м, що приходив до Ньо́го вночі, і що був один із них:
51 ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?
„Хіба судить Зако́н наш люди́ну, як перше її не вислухає, і не дізнається, що́ вона робить?“
52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଅଣ ଜଣେ ଗାଲିଲୀୟ ଲୋକ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।
Йому відповіли та сказали вони: „Чи й ти не з Галілеї? Досліди та побач, що не при́йде Пророк із Галілеї“.
53 [ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,
І до дому свого́ пішов кожен.

< ଯୋହନ 7 >