< ଯୋହନ 7 >
1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।
ଇଡ଼ିଙ୍ଗ୍ ଜିସୁ ଗାଲିଲୀନ୍ନିଆ ଅଲେଙ୍ଗ୍ସାର୍ ୱେଗେ । ମେଁ ଆରି ଜିହୁଦା ଦେସ୍ନ୍ନିଆ ୱେନ୍ସା ଇକ୍ଚା ଆଡିଙ୍କେ ଣ୍ଡୁ ମେଃନ୍ସା ଡାଗ୍ଲା ଆତେନ୍ ଇନିନେ ଇହୁଦୀ କର୍ତ୍ତୁପକ୍ଷଇଂ ଆମେକେ ଜିବନ୍ରେ ବାଗୁଏ ବିଃନ୍ସା ଚାଏଁ ଡିଙ୍ଗେ ।
2 କିନ୍ତୁ ଯିହୁଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,
ଇହୁଦୀଇଂନେ କୁଟିରବାସ ପାଣ୍ଡୁଏନେ ବେଲା ଡାଗ୍ରା ପାଙ୍ଗ୍ ଲେଃଗେ ।
3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ,
ତେଲା ମେଁନେ ବୟାଁଣ୍ଡେଇଂ ଆମେକେ ବାସଙ୍ଗ୍କେ “ଏନ୍ ଜାଗା ଆନ୍ତାର୍ଚେ ଜିହୁଦା ଇନି ଆଣ୍ଡେ ୱିଗ୍ଲା । ନାନେ ଡିଙ୍ଗ୍ନାବକ୍ନେ କାମ୍ ସାପା ଆତ୍ ଅରିଆ ନାନେ ପ୍ଲା ଡିଙ୍ଗ୍ଲେଃକ୍ନେ ରେମୁଆଁଇଂ କେଲେ ।
4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।
ଜା ଆଃସାମୁଆଁନେ ଇକ୍ଚା ଡିଙ୍ଗ୍ଏ ମେଁ ନିଜେନେ କାମ୍ ବୁଡ଼ିଚେ ଆବ ଣ୍ଡୁ । ନାଁ ଉଡ଼ି ବେଲା ଆକେନ୍ ସାପା କାମ୍ ଡିଙ୍ଗ୍ନାୟାଏ ଦର୍ତନିନେ ସାପାରେ ଆନାକେ ସାମୁଆଁ ଆର୍ଲେ ।”
5 କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ।
ମେଁନେ ବୟାଁଣ୍ଡେଇଂ ଡିଗ୍ ଆମେକେ ସତ୍ ଆମାନେଃକେ ଣ୍ଡୁ ।
6 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ।
ଜିସୁ ଆମେଇଂକେ ବାସଙ୍ଗ୍କେ “ନେଙ୍ଗ୍ନେ ନିମାଣ୍ଡାନେ ବେଲା ଏଜାକ ଆପାଙ୍ଗ୍କେ ଣ୍ଡୁ । ମାତର୍ ଉଡ଼ିବେଲା ଡିଗ୍ ପେନ୍ସା ଟିକ୍ ଡିଙ୍ଗ୍ୟାଏ
7 ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି।
ଡାଗ୍ଲା ଦର୍ତନି ଆପେକେ ଆଇଙ୍ଗ୍ଚେ ଣ୍ଡୁ । ମାତର୍ ଦର୍ତନି ଆନେଙ୍ଗ୍କେ ଇଙ୍ଗ୍ଚେଏ ଡାଗ୍ଲା ମେଁନେ କାମ୍ ଦଦ୍ୟା ଡାଗ୍ଚେ ନେଙ୍ଗ୍ ବାସଙ୍ଗ୍ ପାଙ୍ଗ୍ଣ୍ଡିଙ୍ଗ୍ ।
8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”
ପେଇଂ ଏନ୍ ବଜିନ୍ନିଆ ୱେଲାପା; ନେଙ୍ଗ୍ ୱେନାୟା ଣ୍ଡୁ । ମେଃନ୍ସା ଡାଗ୍ଲା ଏ ଜାକ ନେଙ୍ଗ୍ସା ସମାନ୍ ବେଲା ଙ୍କାରେ ପାଙ୍ଗ୍ ।
9 ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ।
ଜିସୁ ଆକେନ୍ ସାପା ସାମୁଆଁ ବାସଙ୍ଗ୍ଚେ ଗାଲିଲୀନ୍ନିଆ ଲେଃୱେଗେ ।
10 କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ-ପ୍ରକାର ଗୋପନରେ।
ମାତର୍ ଜିସୁନେ ବୟାଁଣ୍ଡେଇଂ ଆତେନ୍ ବଜିନ୍ନିଆବାନ୍ ଡକ୍ନେ ଇଡ଼ିଙ୍ଗ୍ ଜିସୁ ପାଣ୍ଡୁଏନ୍ନିଆ ମାୱେଚେ ସୁନ୍ସାନ୍ ଜାଗାନ୍ନିଆ ୱେକେ ।
11 ଏଣୁ ଯିହୁଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ?
ପାଣ୍ଡୁନେ ବେଲା ଇହୁଦୀ କର୍ତ୍ତୁପକ୍ଷଇଂ ଆମେକେ ତୁର୍ ତୁର୍ଚେ ସାଲିଆକୁକେ, ମେଁ ଆଣ୍ଡିକା?”
12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି।
ରେମୁଆଁଇଂ ଜିସୁନେ ବିସୟ୍ରେ ଅଲେଙ୍ଗ୍ ଅଲେଙ୍ଗ୍ଚେ ଲେଃଗା ଲେଃଗା ବାଲିର୍ବାତା ଡିଙ୍ଗ୍ଆର୍ଡିଙ୍କେ । ଉଡ଼ିରୁଆ ବାସଙ୍ଗ୍କେ “ମେଁ ମୁଇଙ୍ଗ୍ ନିମାଣ୍ଡା ରେମୁଆଁ ।” ବିନ୍ଣ୍ଡ୍ରେଇଂ ବାସଙ୍ଗ୍କେ “ଣ୍ଡୁ ଆତେନ୍ ରେମୁଆଁକେ ଦଦିଆ ଗାଲିନୁଗ୍ ୱେଡିଂକେ ।”
13 ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।
ମାତର୍ ଇହୁଦୀ କର୍ତ୍ତୁପକ୍ଷଇଂକେ ବୁଟଚେ ଜାଡିଗ୍ ମେଁନେ ବିସୟ୍ରେ ବାସଙ୍ଗ୍ମ୍ୟାକ୍ନେ ଅରିଆ ବାସଙ୍ଗ୍ ଆୟାକେ ଣ୍ଡୁ ।
14 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ।
ପାଣ୍ଡୁଏଃ ଇକୁଡ଼ା ତେଡାକ୍ନେ ବେଲା ଇଡ଼ିଙ୍ଗ୍ ଜିସୁ ମନ୍ଦିର୍ନ୍ନିଆ ୱେଚେ ସିକ୍ୟା ବିଃନେ ମୁଲେକେ ।
15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା?
ଆତ୍ ଅରିଆ ଇହୁଦୀଇଂ ଇରିଆତୁଗ୍ଚେ ବାସଙ୍ଗ୍କେ “ମେଁ ପାଟ୍ ମାଲଚେ ଆକେନ୍ ବିସୟ୍ରେ ଡିରକମ୍ ମ୍ୟାକେ?”
16 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର।
ତେଲା ଜିସୁ ଆମେଇଂକେ ବାସଙ୍ଗ୍କେ “ନେଙ୍ଗ୍ନେ ସିକ୍ୟା ନେଙ୍ଗ୍ ନିଜର୍ନେ ଣ୍ଡୁ ମାତର୍ ଆନେଙ୍ଗ୍କେ ବେବକ୍ନ ଇସ୍ପର୍ନେ ବାନ୍ ପାଙ୍ଗ୍ଲେକେ ।
17 କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ।
ଜାଣ୍ଡେ ଜଦି ଇସ୍ପର୍ନେ ଇକ୍ଚାରେ କାମ୍ ଡିଙ୍ଗ୍ନେ ରାଜି ତେଲା ନେଙ୍ଗ୍ନେ ସିକ୍ୟା ଇସ୍ପର୍ନେ ବାନ୍ ତାର୍ଲେଃକ୍ଲେ ନେଙ୍ଗ୍ ନିଜେ ନେଙ୍ଗ୍ନେ ଅଦିକାର୍ରେ ବାସଙ୍ଗ୍ଣ୍ଡିଂକେ ଆତେନ୍ ମେଁ ମ୍ୟାଏ ।
18 ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ।
ଜାଣ୍ଡେ ନିଜର୍ ଅଦିକାର୍ରେ ସାମୁଆଁ ବାସଙ୍ଗ୍ଏ ନିଜେନେ ମଇମା ଡିଙ୍ଗ୍ନେ ମେଁନେ କାମ୍ ମାତର୍ ଜା ନିଜେ ବେବକ୍ନେ ମାପ୍ରୁନେ ଗୌରବ୍ ବାନ୍ସା ଇକ୍ଚା ଡିଙ୍ଗ୍ଏ ମେଁ ଅରିଆ ମେଃଡିଗ୍ ଅଦର୍ମ ଆଲେଃ ଣ୍ଡୁ ।
19 ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”
ମୋଶା ପେନ୍ସା ନିଅମ୍ ଆର୍ମେଚେ ସାପା ବେକେ । ମାତର୍ ପେନେବାନ୍ ଜା ଡିଗ୍ ଆତେନ୍ ନିଅମ୍ ପେପାଲେକେ । ପେ ଆନେଙ୍ଗ୍କେ ବାଗୁଏଃ ନ୍ସା ମେସା ଚେସ୍ଟା ଡିଙ୍ଗ୍ ପେଡିଙ୍ଗ୍?”
20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?
ରେମୁଆଁଇଂ ଆମେକେ ବାସଙ୍ଗ୍କେ “ଆନାକେ ସେଆଁରେ ସାଃଲେଃକେ । ଆନାକେ ଜା ବାଗୁଏଃନେସା ଚେସ୍ଟା ଡିଂକେ?”
21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ।
ଜିସୁ ଆମେଇଂକେ ବାସଙ୍ଗ୍କେ “ନେଙ୍ଗ୍ ମୁଇଙ୍ଗ୍ ମ୍ନାନେ କାମ୍ ଡିଂକ୍ନେ କେଚେ ପେଇଂ କାବା ପେଡିଂକେ ।
22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ।
ପେଉଙ୍ଗ୍କେ ପବିତ୍ର ଆଡିଙ୍ଗ୍ ନ୍ସା ମୋଶା ଆଦେସ୍ ବିବଗେ । ମୋଶା ଏନ୍ ନିୟମ୍ ମୁଲେ ଆବଗେ ଣ୍ଡୁ; ଅସେନେ ନ୍ତାଞ୍ଜାଇଂନେ ବାନ୍ ଆକେନ୍ ଚଲେ ପାଙ୍ଗ୍ଡିଙ୍ଗେ । ପୁଣ୍ଡେନେ ଦିନା ଡିଗ୍ ପେ ଆତେନ୍ ପବିତ୍ର କାମ୍ ଆଡିଙ୍ଗ୍ ପେଡିଙ୍ଗ୍ ମାତର୍ ଆତେନ୍ ନ୍ସା ଜା ପୁଣ୍ଡେନେ ଦିନା ନିଅମ୍ ଅମାନି ଡିଙ୍ଗ୍ ପେଡିଙ୍ଗ୍ ପେଏତେକେ ଣ୍ଡୁ ।
23 ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ?
ମୋଶାନେ ନିଅମ୍ ମାଡିଙ୍ଗ୍ ନ୍ସା ଜଦି ପୁଣ୍ଡେନେ ଦିନା ରେମୁଆଁନେ ପବିତ୍ର ଡିଙ୍ଗ୍ ଆର୍ଏ ତେଲା ନେଙ୍ଗ୍ ପୁଣ୍ଡେନେ ଦିନା ମୁଇଙ୍ଗ୍ ଗଡ଼େଅକେ ସାପାରେକେ ନିମାଣ୍ଡା ଆଡିଙ୍ଗ୍ଲା ପେଇଂ ମେସା ନେଙ୍ଗ୍ ଆଡ଼ାତ୍ରା ଗିସେ ଡିଙ୍ଗ୍ପେଡିଙ୍ଗ୍?
24 ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ୍ ନ୍ୟାୟବିଚାର କର।”
ବାଏରେନେ ବିସୟ୍ କେଚେ ବିଚାର୍ ଆଡିଙ୍ଗ୍ପା ମାତର୍ ସତ୍ ବିଚାର୍ ଡିଙ୍ଗ୍ପା ।”
25 ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ?
ଯିରୂଶାଲମ୍ନେ ଉଡ଼ି ରେମୁଆଁ ବାସଙ୍ଗ୍କେ “ମୁଡ଼ି ରେମୁଆଁ ବାଗୁଏଃ ନ୍ସା ଜିଉଦି କର୍ତ୍ତୁପକ୍ଷଇଂ ଚେସ୍ଟା ଡିଙ୍ଗ୍ ଡିଙ୍ଗ୍ଗେ ମେଁ ଏନ୍ ରେମୁଆଁ ଣ୍ଡୁ ତ?”
26 ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି?
ଆରି କେଲାପା, ମେଁ ବାସଙ୍ଗ୍ ଅଲେଙ୍ଗ୍ଡିଂକେ ଆରି ମେଇଂ ଆମେକେ ମେଃଡିଗ୍ ଆଡିଙ୍ଗ୍ ଆର୍କେ । ଏନ୍ କିସ୍ଟ ଏନ୍ ମେଃନେ ନେତାଇଂ ସତେଆ ମ୍ୟାଃଆର୍ଗେ?
27 ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି।
ଉଡ଼ିବେଲା କିସ୍ଟ ପାଙ୍ଗ୍ଏ ମେଁ ଆଣ୍ଡିବାନ୍ ପାଙ୍ଗ୍ଡିଙ୍ଗ୍ ଜା ମ୍ୟା ଆୟାକେ ଣ୍ଡୁ; ମାତର୍ ଏନ୍ ରେମୁଆଁ ଆଣ୍ଡିବାନ୍ ପାଙ୍ଗ୍ଣ୍ଡିଙ୍ଗ୍, ନେ ସାପାରେ ଆତେନ୍ ମ୍ୟାନେଲେଃକେ ।
28 ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।
ଜିସୁ ମନ୍ଦିର୍ନ୍ନିଆ ସିକ୍ୟା ବିଃନେ ବେଲା କିରଚେ ବାସଙ୍ଗ୍କେ, “ନେଙ୍ଗ୍ ଜାଣ୍ଡେ ଆରି ଆଣ୍ଡିବାନ୍ ପାଙ୍ଗ୍ନେ ପେ ମେଁନେ ସତେଆ ମ୍ୟାପେଲେ? ନେଙ୍ଗ୍ ନିଜେନେ ଅଦିକାର୍ରେ ନାପାଙ୍ଗ୍କେ ଣ୍ଡୁ । ଆନେଙ୍ଗ୍କେ ଜା ବେବକେ ମେଁ ସତ୍ । ପେଇଂ ଆମେକେ ପେମ୍ୟାକେ ଣ୍ଡୁ ।
29 ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।”
ନେଙ୍ଗ୍ ଆମେକେ ମ୍ୟାନ୍ଲେକେ ମେଃନ୍ସା ଡାଗ୍ଲା ମେଁ ଆନେଙ୍ଗ୍କେ ବେବକେ ନେଙ୍ଗ୍ ମେଁ ବାନ୍ ପାଙ୍ଗ୍ ନ୍ଲେକେ ।”
30 ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
ଏନ୍ ଅଁଚେ ମେଇଂ ଆମେକେ ସାଃନ୍ସା ଚେସ୍ଟା ଡିଂକେ । ମାତର୍ ଜା ଡିଗ୍ ମେଁ ଆଡ଼ାତ୍ରା ନ୍ତି ଆଲିଗ୍ଆର୍କେ ମେଃନ୍ସା ଡାଗ୍ଲା ମେଁନେ ବେଲା ପାଙ୍ଗ୍ ଆଲେଃଗେ ଣ୍ଡୁ ।
31 କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କଅଣ ଅଧିକ କରିବେ?
ମାତର୍ ରେମୁଆଁ ବିତ୍ରେବାନ୍ ଉଡ଼ିରୁଆ ଜିସୁନ୍ନିଆ ବିସ୍ବାସ୍ ଡିଙ୍ଗ୍ଚେ ବାସଙ୍ଗ୍କେ “କିସ୍ଟ ପାଙ୍ଗ୍ଲା ଏନ୍ ରେମୁଆଁ ବାନ୍ ମେଁ ମେଁନେ ଆରି ଜାବର୍ ଇରିଆଃତୁଗ୍ ସୁଗୁଆ କାମ୍ ଡିଙ୍ଗ୍ଏ?”
32 ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ।
ଜିସୁନେ ବିସୟ୍ରେ ରେମୁଆଁଇଂ ଦେକ୍ରକମ୍ ବାଲିର୍ ସାମୁଆଁ ଡିଙ୍ଗ୍ ଡିଙ୍ଗ୍କ୍ନେ ଫାରୁଶୀଇଂ ଅଁଆର୍କେ । ତେସା ମେଇଂ ଆରି ମ୍ନା ପୁଜାରିଇଂ ଜିସୁକେ ବନ୍ଦି ଆଡିଙ୍ଗ୍ନ୍ସା ମୁଇଂ ମାନ୍ଦା ଉର୍ଣ୍ଡ୍ରେକେ ବେକେ ।
33 ସେଥିରେ ଯୀଶୁ କହିଲେ, “ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି।
ଜିସୁ ବାସଙ୍ଗ୍କେ, “ଆନେଙ୍ଗ୍ ପେଏତେଏ ଆରି ଇକୁଡ଼ା ବେଲା ନ୍ସା ନ୍ଲେଏ ଆରି ଆନେଙ୍ଗ୍କେ ବେବକ୍ନେ ମାପ୍ରୁନ୍ନିଆ ଆଣ୍ଡେ ଉଁୱିଗ୍ଏ ।
34 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ।”
ପେଇଂ ଆନେଙ୍ଗ୍କେ ପେତୁର୍ଏ ମାତର୍ ପେଅବା ଣ୍ଡୁ ମେଃନ୍ସା ଡାଗ୍ଲା ନେଙ୍ଗ୍ ଆଣ୍ଡି ନ୍ଲେଏ ପେ ଆତେନ୍ ଅରିଆ ୱେପେୟା ଣ୍ଡୁ ।”
35 ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
ଜିହୁଦି କର୍ତ୍ତୁପକ୍ଷଇଂ ମେଇଂମେଇଂ ବିତ୍ରେ ବାଲିର୍ବାତା ଆର୍କେ “ମେଁ ଦେକ୍ରକମ୍ ଆଣ୍ଡିନେ ଜାଗାନ୍ନିଆ ୱେଏ ଜେ ନେ ଆମେକେ ତୁର୍ ଅବା ନେୟା ଣ୍ଡୁ? ମୁଡ଼ି ଗ୍ରୀକ୍ ନଗର୍ଇଂନ୍ନିଆ ନେନେ ରେମୁଆଁଇଂ ଲେଃକେ, ମେଁ ମେଁନେ ଆତ୍ ଅରିଆ ୱେଚେ ଗ୍ରିକ୍ଇଂକେ ସିକ୍ୟା ବିଏ?
36 “ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ,” ସେ ଏହି ଯେଉଁ କଥା କହିଲେ, ସେ କଅଣ?
ମେଁ ବାସଙ୍ଗ୍ ଡିଙ୍ଗ୍, ନେ ଆମେକେ ତୁର୍ଚେ ଅବା ନେୟା ଣ୍ଡୁ ଆଣ୍ଡି ଅରିଆ ମେଁ ୱେଏ ଆତ୍ ଅରିଆ ନେ ୱେନେୟା ଣ୍ଡୁ ଡାଗ୍ଲା ମେଃନେ?”
37 ଶେଷଦିନ, ଅର୍ଥାତ୍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋʼ ନିକଟକୁ ଆସି ପାନ କରୁ।
ପାଣ୍ଡୁଏନେ ସାରାସାରି ବା ମ୍ନା ଦିନ୍ କେଲା ଜିସୁ ତୁଆଁଚେ ୱାସାର୍ଚେ ବାସଙ୍ଗ୍କେ “ଆଜାକେ ଉଗ୍ଡିଆ ଡଡିଂକେ ମେଁ ନେଙ୍ଗ୍ ଡାଗ୍ରା ପାଙ୍ଗ୍ଚେ ଉଗ୍ଲେ ।”
38 ଯେ ମୋʼ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ।”
ସାସ୍ତର୍ନ୍ନିଆ ଗୁଆର୍ ବକେ, “ଜାଣ୍ଡେ ନେଙ୍ଗ୍ନ୍ନିଆ ସତ୍ ମାନେଃଏ ମେଁ ରୁଦୟ୍ ବାନ୍ ଜିବନ୍ନେ ଣ୍ଡିଆ ଲାଃଡ୍ୟାଚେ ତାର୍ ଲେଃଏ ।”
39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।
ଜିସୁ ପବିତ୍ର ଆତ୍ମା ବିସୟ୍ରେ ଏନ୍ ସାମୁଆଁ ବାସଙ୍ଗ୍କେ, “ଜାଣ୍ଡେଇଂ ଜିସୁକେ ସତ୍ ମାନେଃଡିଂଆର୍ଗେ, ମେଇଂ ଇଡ଼ିଙ୍ଗ୍ ଏନ୍ ପବିତ୍ର ଆତ୍ମାକେ ଅବା ଆର୍କେ । ଅଃତେନ୍ ବେଲା ଜାକ ଜିସୁ ଆଲାଦ୍ ଡିଙ୍ଗ୍ ଆଲେଃଲା ପବିତ୍ର ଆତ୍ମା ବିଃ ଆବଗେ ଣ୍ଡୁ ।”
40 ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ।
ଉଡ଼ିବେଲା ରେମୁଆଁଇଂ ଜିସୁନେ ଏନ୍ ସାମୁଆଁ ଅଁଆର୍କେ ମେଁଇଂନେ ବାନ୍ ଉଡ଼ିରୁଆ ବାସଙ୍ଗ୍କେ “ଏନ୍ ରେମୁଆଁ ଡିଲାଡିଗ୍ ବାବବାଦି ।”
41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?
ଜାଣ୍ଡେ ଜାଣ୍ଡେ ବାସଙ୍ଗ୍ଆର୍କେ, “ଏ କିସ୍ଟ ।” ମାତର୍ ବିନ୍ଣ୍ଡ୍ରେଇଂ ବାସଙ୍ଗ୍ ଆର୍କେ, “ମସିହ ମେଁନେ ଗାଲିଲୀବାନ୍ ଆପାଙ୍ଗ୍ ଣ୍ଡୁ ।”
42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କଅଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ?
ସାସ୍ତର୍ନ୍ନିଆ ଗୁଆର୍ ବକେ, “କିସ୍ଟ ଦାଉଦ୍ନେ କୁଲ୍ ଇଂ ଆରି ମେଁ ଦାଉଦ୍ ବାସାକ୍ନେ ଇନି ବେଥ୍ଲେହିମ ଇନିନ୍ନିଆ ଜନମ୍ ଡିଙ୍ଗ୍ଏ ।”
43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
ତେଲା ଜିସୁନେ ବିସୟ୍ରେ ରେମୁଆଁଇଂ ବିତ୍ରେ ବିନ୍ବିନ୍ ସାମୁଆଁ ତାର୍କେ ।
44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ।
ମେଁଇଂନେ ବାନ୍ ଉଡ଼ିରୁଆ ଜିସୁକେ ଆସାଲେ ଡାଗ୍ଚେ ଆମେକେ ସାଃନ୍ସା ଚେସ୍ଟା ଡିଂକେ ମାତର୍ ଜାଣ୍ଡେ ମେଁନେ ଆଡ଼ାତ୍ରା ନ୍ତି ବିଃ ଆୟାକେ ଣ୍ଡୁ ।
45 ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?
ଆକ୍ ଅରିଆ ବାନ୍ ଉର୍ଣ୍ଡ୍ରେଇଂ ଫାରୁଶୀଇଂ ଆଣ୍ଡେଲା ମ୍ନାଃ ପୁଜାରି ବାରି ଫାରୁଶୀଇଂ ଆମେଇଂକେ ସାଲିଆକୁକେ, “ଆମେକେ ମେଃନ୍ସା ସାଚେ ଡୁଙ୍ଗ୍ ପେପାଙ୍କେ?”
46 ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ।
ଉର୍ଣ୍ଡ୍ରେଇଂ ଉତର୍ ବିକେ, “ମେଁ ଅଃକେନ୍ ବକୁଆ ଡିଙ୍ଗ୍ ସୁଗୁଆ ଅଃନା ଜା ବ୍ନାଲିର୍ ଆବାସଙ୍ଗ୍କେ ଣ୍ଡୁ ।”
47 ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କଅଣ ଭ୍ରାନ୍ତ ହୋଇଅଛ?
ପାରୁସୀଇଂ ଆମେଇଂକେ ବାସଙ୍ଗ୍କେ “ମେଁ ମେଁନେ ଆପେକେ ଡିଗ୍ କାବା ଆଡିଙ୍ଗ୍ ବ?”
48 ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କଅଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି?
ପାରୁସିଇଂ ଣ୍ଡୁଲା ନେନେ ଅଦିକାରିଇଂନେ ବାନ୍ ଜାଡିଗ୍ ମୁଇଂଜା ମେଁନେ ସାମୁଆଁନ୍ନିଆ ସତ୍ ମାନେଃ ପେଡିଂକେ ଡାଗ୍ଚେ ମେଁନେ ପେ ମ୍ୟାପେଲେକେ?
49 କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।
ମାତର୍ ଆକେନ୍ ରେମୁଆଁଇଂ ମୋଶାନେ ନିୟମ୍ ଆମ୍ୟାକେ ଣ୍ଡୁ ଆତେନ୍ ଆକ୍ମେଇଂ ସାପା ଅବିସାପ୍ ବାଲେଃକ୍ନେ ।
50 ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ,
ଅଃତେନ୍ ବେଲା ଆତ୍ ଅରିଆ ନୀକଦୀମ ମ୍ନିକ୍ନେ ମୁଇଂଜା ଫାରୁଶୀ ଆତ୍ ଅରିଆ ଲେଃଗେ । ମେଁ ସେନୁଗ୍ ବାନ୍ ଆଃ ମୁଇଂତର୍ ଜିସୁକେ କିକେ ନ୍ସା ୱେଡିଙ୍ଗେ । ମେଁ ବାସଙ୍ଗ୍କେ,
51 ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?
“ମୁଇଙ୍ଗ୍ ରେମୁଆଁ ବାନ୍ ସେନୁଗ୍ ମାଅଁଚେ ଆରି ନେନେ ବେବଆର୍ ବିସୟ୍ରେ ମାମ୍ୟାଚେ ନେନେ ନିଅମ୍ ମେଃନେ ଆମେକେ ଦସ୍ ବିଏ?”
52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଅଣ ଜଣେ ଗାଲିଲୀୟ ଲୋକ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।
ମେଇଂ ଆମେକେ ଉତର୍ ବିକେ, “ନା ଡିଗ୍ ମେଃନେ ମୁଇଙ୍ଗ୍ ଗାଲିଲିନେ ରେମୁଆଁ? ଗାଲିଲୀନ୍ନିଆ ମେଃଡିଗ୍ ବାବବାଦି ଜନମ୍ ଆଡିଙ୍କେ ଣ୍ଡୁ, ଆକେନ୍ ନିମାଣ୍ଡା ସୁଗୁଆ ସାସ୍ତର୍ନ୍ନିଆ ପଡ଼େ କେଲା ।”
53 [ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,
ଆରି ମେଇଂ ସାପାରେ ନିଜେ ନିଜେନେ ଡୁଆ ୱିଗ୍ ଆର୍କେ ।