< ଯୋହନ 7 >
1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।
୧ତାର୍ ପଚେ ଜିସୁ ଗାଲିଲି ବାଟେ ବୁଲ୍ବାର୍ ଗାଲା । ସେ ଜିଉଦା ଦେସେ ଜିବାକେ ମନ୍ କରେନାଇ । କାଇକେ ବଇଲେ ଜିଉଦି ନେତାମନ୍ ତାକେ ମରାଇବାକେ ଚେସ୍ଟା କର୍ତେ ରଇଲାଟା, ସେ ଜାନି ରଇଲା ।
2 କିନ୍ତୁ ଯିହୁଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,
୨ସେ ବେଲେ ଜିଉଦିମନର୍ ଗଟେକ୍ କୁଡିଆ ପରବ୍ ଲଗେ କେଟି ରଇଲା ।
3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ,
୩ସେଟାର୍ପାଇ ଜିସୁର୍ ବାଇମନ୍ ତାକେ କଇଲାଇ, “ତୁଇ ଏ ଜାଗା ଚାଡିକରି ଜିଉଦା ଦେସେ ପରବ୍ କାଇବାର୍ ଜା, ତେବେ ତୁଇ କର୍ବା କାବାଅଇଜିବା କାମ୍ମନ୍ ତର୍ ସିସ୍ମନ୍ ଦେକି ପାରତ୍ ।”
4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।
୪ଜେ ଡାକ୍ପୁଟା ବଲି ଜାନାଇ ଅଇବାକେ ମନ୍କଲାନି, ସେ ନିଜର୍ କାମ୍ ଲୁଚାଇକରି ନ ସଙ୍ଗଇ ରଏ । ଜେଡେବେଲା ତମେ ଏସବୁ କରିପାର୍ଲାସ୍ନି ବଇଲେ, ଦୁନିଆର୍ ସବୁଲକ୍ ତମ୍କେ ଜାନ୍ବାଇ ।
5 କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ।
୫କାଇକେ ବଇଲେ ଜିସୁର୍ ନିଜର୍ ବାଇମନ୍ ମିସା ତାକେ ବିସ୍ବାସ୍ ନ କର୍ତେ ରଇଲାଇ ।
6 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ।
୬ଜିସୁ ତାର୍ ବାଇମନ୍କେ କଇଲା, “ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା । ମାତର୍ ତମର୍ପାଇ ସବୁ ବେଲା ସମାନ୍ସେ ।
7 ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି।
୭ଏ ଦୁନିଆର୍ ଲକ୍ମନ୍ ତମ୍କେ ଗିନ୍ ନ କରତ୍, ମାତର୍ ମକେ ଗିନ୍ କର୍ବାଇ । କାଇକେ ବଇଲେ ସେମନ୍ କର୍ବା କାମ୍ମନ୍ କାରାପ୍ ବଲି ମୁଇ ଜାନାଇଲିନି ।
8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”
୮ତମେ ପରବ୍ କର୍ବାକେ ଜାଆ, ମୁଇ ଜାଇ ନାପାରି । କାଇକେ ବଇଲେ ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା ।”
9 ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ।
୯ଜିସୁ ସେମନ୍କେ ଏ ସବୁ କାତା କଇକରି ଗାଲିଲିତେଇସେ ରଇଗାଲା ।
10 କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ-ପ୍ରକାର ଗୋପନରେ।
୧୦ତାର୍ ବାଇମନ୍ ପରବ୍ ଟାନେ ଗାଲାପଚେ, ଜିସୁ ମିସା ତେଇ ଗାଲା । ସେ ସବୁଲକ୍ ଦେକ୍ଲାପାରା ନ ଜାଇକରି ଲୁଚ୍ତେ ଗାଲା ।
11 ଏଣୁ ଯିହୁଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ?
୧୧ତେବେ ପରବ୍ତେଇ ଜିଉଦି ନେତାମନ୍, “ଜିସୁ କନ୍ତି ଆଚେ?” ବଲି ପାଚାରି ପାଚାରି କଜ୍ଲାଇ ।
12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି।
୧୨ତେଇ ରଇଲା ବେସି ଲକ୍ମନ୍ ନିଜର୍ ନିଜର୍ ବିତ୍ରେ ଜିସୁର୍ ବିସଇ କାତା ଅଇତେ ରଇଲାଇ । କେତେ ଲକ୍ ଜିସୁ ବେସି ନିକ ଲକ୍, ବଲି କଇତେ ରଇଲାଇ ମାତର୍ ଆରି ଅଦେକ୍ ଲକ୍ମନ୍ ତାକେ ନାଇ, ସେ ଲକ୍ମନ୍କେ ବୁଲ୍ ସିକିଆ ଦେଲାନି, ବଲି କଇତେ ରଇଲାଇ ।
13 ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।
୧୩ମାତର୍ ଜିଉଦି ନେତାମନ୍କେ ଡରିକରି କେ ମିସା ଜିସୁର୍ ବିସଇ ସବୁଲକ୍ ଜାନ୍ତେ ସବୁର୍ ମୁଆଁଟେ କଅତ୍ ନାଇ ।
14 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ।
୧୪ଆରି ପରବ୍ ଅଦାଅଦି ସାରିଗାଲା ପଚେ, ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା ।
15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା?
୧୫ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, “ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ?”
16 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର।
୧୬ଜିସୁ ସେମନ୍କେ କଇଲା, “ମୁଇ ସିକାଇଦେବା ଏ ସିକିଆ ମର୍ ନିଜର୍ଟାନେ ଅନି ନଏଁ, ମାତର୍ ମକେ ପାଟାଇରଇବା ପର୍ମେସରର୍ ତେଇଅନି ଆସିଆଚେ ।
17 କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ।
୧୭ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି ।
18 ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ।
୧୮ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ ।
19 ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”
୧୯ମସା ତମ୍କେ ନିୟମ୍ ଦେଲା ଆଚେ, ଏଟା ସତ୍ । ମାତର୍ ତମର୍ ବିତ୍ରେ କେ ମିସା ଏ ନିୟମ୍ ମାନାସ୍ ନାଇ । ତମେ କାଇକେ ମକେ ମରାଇବାକେ ଚେସ୍ଟା କଲାସ୍ନି?”
20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?
୨୦ଲକ୍ମନ୍ ତାକେ କଇଲାଇ, “ତକେ ଡୁମା ଦାର୍ଲା ଆଚେ । କେ ତକେ ମରାଇବାକେ ଚେସ୍ଟା କଲାନି?”
21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ।
୨୧ଜିସୁ ସେମନ୍କେ କଇଲା, “ମୁଇ ଗଟେକ୍ ଚକିତ୍ ଅଇଜିବା କାମ୍ କଲି, ସେଟା ଦେକି ତମେ କାବା ଅଇଗାଲାସ୍ ।
22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ।
୨୨‘ତମର୍ ପିଲାଜିଲାମନ୍କେ ସୁନତ୍ କରାଆ’ ବଲି ମସା ଆଦେସ୍ ଦେଇରଇଲା । ଅଇଲେମିସା ମସା ଏ ନିୟମ୍ ଆରାମ୍ କରି ନ ରଇଲା । ତମର୍ ଆନିଦାଦିମନର୍ ବେଲେଅନି ଏଟା ଚଲିଆଇତେରଇଲା ଆରି ତମର୍ ପିଲାମନ୍କେ ବିସ୍ରାମ୍ବାରେ ସୁନତ୍ କରାଇଲାସ୍ନି ।
23 ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ?
୨୩ଜଦି ବିସ୍ରାମ୍ବାରେ ଗଟେକ୍ ପିଲାକେ ସୁନତ୍ କରାଇବାକେ ମସାର୍ ନିୟମ୍ ମାନାସ୍ ନାଇ, ମୁଇ ଜଦି ବିସ୍ରାମ୍ବାରେ ଗଟେକ୍ ଲକ୍କେ ପୁରାପୁରୁନ୍ ନିକ କଲେ, କାଇକେ ରିସା ଅଇଗାଲାସ୍ନି?
24 ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ୍ ନ୍ୟାୟବିଚାର କର।”
୨୪ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।”
25 ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ?
୨୫ଜିରୁସାଲାମର୍ କେତେକ୍ ଲକ୍ କଇଲାଇ, “ସେ ଜିଉଦି ନେତାମନ୍ ଜନ୍ ଲକ୍କେ ମରାଇବାକେ ଚେସ୍ଟା କଲାଇନି, ଏ କାଇ ସେ ଲକ୍ ନଏଁଁ କି?
26 ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି?
୨୬ଦେକା, ସବୁଲକର୍ଟାନେ ଏତ୍କି ସବୁ କଇପାକାଇଲାନି, ମାତର୍ ତାକେ ର ବଲିକରି କେ ମିସା ପଦେକ୍ କଅତ୍ନାଇ । ସତଇସେ ଏ ପର୍ମେସର୍ ପାଟାଇଲା ମସିଅ ବଲି ନେତାମନ୍ ଜାନିଆଚତ୍ କି?
27 ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି।
୨୭ଜେଡେବେଲେ ପର୍ମେସର୍ ପାଟାଇଲା ମସିଅ ଆଇସି, ସେଡ୍କିବେଲେ ସେ କନ୍ତି ଅନି ଆସିଆଚେ ବଲି କେ ମିସା ନାଜାନତ୍ । ମାତର୍ ଏ ଲକ୍ କନ୍ତିଅନି ଆସିଆଚେ, ସେଟା ଆମେ ସବୁ ଜାନୁ ।”
28 ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।
୨୮ଜିସୁ ମନ୍ଦିରେ ସିକିଆ ଦେବାବେଲେ ବେସି ଆଉଲିଅଇ କଇଲା, “ଉଁ ତମେ ମକେ ନିକ ସଙ୍ଗ୍ ଜାନିଆଚାସ୍ । ସତଇସେ ମୁଇ କେ ଆରି କନ୍ତିଅନି ଆସିଆଚି ଜାନିଆଚାସ୍ କି? ମାତର୍ ମୁଇ ମର୍ ନିଜର୍ ଅଦିକାରେ ଆସିନାଇ, ମକେ ଜେ ପାଟାଇ ଆଚେ ସେ ସତ୍ । ତମେ ତାକେ ନାଜାନାସ୍ ।
29 ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।”
୨୯ମାତର୍ ମୁଇ ତାକେ ଜାନି ଆଚି । କାଇକେ ବଇଲେ ମୁଇ ତାର୍ତେଇଅନି ଆଇଲି ଆଚି ଆରି ସେ ମକେ ପାଟାଇଲା ଆଚେ ।”
30 ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
୩୦ଜିସୁ ଏ କାତା କଇବାବେଲେ, ସେମନ୍ ସୁନିକରି ତାକେ ଦାର୍ବାକେ ଚେସ୍ଟା କଲାଇ । ମାତର୍ କେ ମିସା ଚିଇ ନାପାର୍ଲାଇ । କାଇକେ ବଇଲେ ସେଡ୍କି ବେଲା ଜାକ ତାର୍ ବେଲା କେଟି ନ ରଇଲା ।
31 କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କଅଣ ଅଧିକ କରିବେ?
୩୧ମାତର୍ ତେଇ ରଇଲା ଲକ୍ମନର୍ ବିତ୍ରେଅନି କେତେକ୍ ଲକ୍ ଜିସୁକେ ବିସ୍ବାସ୍ କରି କଇଲାଇ, “ମସିଅ ଆଇଲେ ଆର୍ଟାନେଅନି ସେ କାଇ ଅଦିକ୍ କାବା ଅଇଜିବା କାମ୍ କର୍ସି କି? ନାଇ ନ କରେ ।”
32 ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ।
୩୨ଲକ୍ମନ୍ ଜିସୁର୍ ବିସଇ ତାକର୍ ବିତ୍ରେ ଏନ୍ତାରି କାତା ଅଇତେ ରଇଲାଟା ପାରୁସି ଦଲର୍ କେତେକ୍ ଲକ୍ମନ୍ ସୁନ୍ଲାଇ । ତେବେ ମୁକିଅ ପୁଜାରିମନ୍ ଆରି ପାରୁସି ଲକ୍ମନ୍ ଜିସୁକେ ବନ୍ଦି କର୍ବାକେ କେତେଟା ମନ୍ଦିର୍ ଜାଗୁଆଲ୍ମନ୍କେ ପାଟାଇଲାଇ ।
33 ସେଥିରେ ଯୀଶୁ କହିଲେ, “ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି।
୩୩ପଚେ ଜିସୁ କଇଲା, “ମୁଇ ଚନେକ୍ସେ ତମର୍ ସଙ୍ଗ୍ ରଇବି । ତାର୍ ପଚେ ମକେ ଜେ ପାଟାଇଲା ଆଚେ, ତାର୍ ଲଗେ ବାଉଡି ଜିବି ।
34 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ।”
୩୪ତମେ ମକେ କଜ୍ସା, ମାତର୍ ବେଟ୍ ନ ଉଆସ୍ । ଆରି ମୁଇ ଜନ୍ ଜାଗାଇ ରଇବି, ସେ ଜାଗାଇ ତମେ ଆସି ନାପାରାସ୍ ।”
35 ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
୩୫ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ “ଏନ୍ତି ବଇଲେ ଏ ଲକ୍ କନ୍ତି ଜାଇସିଜେ ଆମେ ତାକେ କଜି ନାପାରୁ । ସେ କାଇ ଗିରିକ୍ ନଅରେ ଜାଇକରି ଏନେ ତେନେ ଅଇରଇବା ଆମର୍ ଲକ୍ମନ୍କେ ସିକିଆ ଦେଇସି କି?
36 “ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ,” ସେ ଏହି ଯେଉଁ କଥା କହିଲେ, ସେ କଅଣ?
୩୬ସେ କଇଲାନି, ତମେ ମକେ କଜ୍ସା ମାତର୍ ବେଟ୍ ଅଇ ନାପାର୍ସା ବଲି । ଆରି ଏନ୍ତି ମିସା କଇଲାନି, ‘ମୁଇ ଜନ୍ ଜାଗାଇ ଜିବି, ତେଇ ତମେ ଆସିନାପାରାସ୍’ ବଲି । ଏନ୍ତି ବଇଲେ ସେ କଇବା କାତାର୍ ଅରତ୍ କାଇଟା?”
37 ଶେଷଦିନ, ଅର୍ଥାତ୍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋʼ ନିକଟକୁ ଆସି ପାନ କରୁ।
୩୭ପରବର୍ ସାରାସାରି ଦିନେ, ଜନ୍ଟାକି ମୁକିଅ ଦିନେ, ଜିସୁ ଟିଆଅଇ ଆକ୍ମାରି କଇଲା, “ଜଦି କାକେ ସସ୍ କଲାନି, ସେ ମର୍ ଲଗେ ଆସ ।
38 ଯେ ମୋʼ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ।”
୩୮ଜେ ମକେ ବିସ୍ବାସ୍ କର୍ସି, ସେ ଆସି କାଅ । କାଇକେବଇଲେ ପର୍ମେସରର୍ ସାସ୍ତରେ ଏନ୍ତି ଲେକା ଆଚେ, ଜେ ମର୍ଟାନେ ବିସ୍ବାସ୍ କର୍ସି ତାର୍ ମନ୍ ବିତ୍ରେଅନି ନ ସାର୍ବା ଜିବନ୍ ଦେବା ପାନି ଉଚ୍ଲି କରି ବାରଇସି ।”
39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।
୩୯ଜିସୁ ଜିବନ୍ ଦେବା ପାନି ବଲି ସୁକଲ୍ ଆତ୍ମାର୍ ବିସଇ କଇତେ ରଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ ପଚେ ପର୍ମେସର୍ ଏ ସୁକଲ୍ ଆତ୍ମା ଦେଇସି । ମାତର୍ ଏବେ ଜାକ, କାକେ ଦେଇ ନ ରଇଲାଇ । କାଇକେବଇଲେ ଜିସୁ ସେବେଲା ଜାକ ମଇମାଇ ପୁରାପୁରୁନ୍ ନ ଅଇରଇଲା ।
40 ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ।
୪୦ଜିସୁର୍ ଏ କାତା ସୁନିକରି କେତେକ୍ ଲକ୍ କଇଲାଇ, “ସତ୍କାତା, ଏ ଲକ୍ ଗଟେକ୍ ପର୍ମେସର୍ ଟାନେଅନି ଆସିରଇବା ବବିସତ୍ବକ୍ତା!”
41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?
୪୧ଆରି ଅଦେକ୍ ଲକ୍ କଇଲାଇ, “ସେ ପର୍ମେସର୍ ବାଚି ପାଟାଇଲା ମସିଅ” ବଲି । ଆରି ଅଦେକ୍ ଲକ୍ମନ୍ ପାଚାର୍ଲାଇ, “ପର୍ମେସର୍ ବାଚି ପାଟାଇଲା ରାଜା ମସିଅ କାଇ ଗାଲିଲି ଦେସେଅନି ନ ଆସେ କି?
42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କଅଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ?
୪୨ସାସ୍ତରେ ଏନ୍ତି ଲେକା ଅଇଲା ଆଚେ, ପର୍ମେସର୍ ବାଚି ପାଟାଇଲା ରାଜା ମସିଅ, ଦାଉଦ୍ ରାଜାର୍ ଜାଗାଇ, ତାର୍ କୁଟୁମେ ବେତ୍ଲିଇମ୍ ଗଡେ ଜନମ୍ ଅଇ ଆଇସି ।” ବଲି କଇଲାଇ ।
43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
୪୩ଏନ୍ତି ସେମନର୍ ବିତ୍ରେ ଜିସୁର୍ ବିସଇନେଇ ବାଗ୍ ବାଗ୍ ଅଇଲାଇ ।
44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ।
୪୪ଆରି ଲକ୍ମନର୍ ବିତ୍ରେଅନି କେତେ ଲକ୍ ଜିସୁକେ ବାନ୍ଦାଇ ଅ ବଲି ମନ୍ କର୍ତେରଇଲାଇ । ମାତର୍ କେ ମିସା ତାକେ ଦାରି ନାପାର୍ଲାଇ ।
45 ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?
୪୫ଜିସୁକେ ବନ୍ଦି କର୍ବାକେ ଜାଇରଇବା ଜାଗୁଆଲ୍ମନ୍, ବାଉଡିଆଇଲାଇକେ ମୁକିଅ ପୁଜାରି ଆରି ପାରୁସିମନ୍ ସେମନ୍କେ ପାଚାର୍ଲାଇ, “ତମେ କାଇକେ ଜିସୁକେ ବାନ୍ଦି କରି ଆନାସ୍ ନାଇ?”
46 ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ।
୪୬ଜାଗୁଆଲ୍ମନ୍ କଇଲାଇ, “ଏ ଲକ୍ କଇଲା ପାରା କାତା ଆଜିକେଜାକ କେ ମିସା କଅତ୍ ନାଇ ।”
47 ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କଅଣ ଭ୍ରାନ୍ତ ହୋଇଅଛ?
୪୭ପାରୁସିମନ୍ ସେମନ୍କେ କଇଲାଇ, “ଏନ୍ତି ବଇଲେ ତମ୍କେ ମିସା ସେ ବକୁଆ କରିଦେଲା କି?”
48 ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କଅଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି?
୪୮ଆରି ପାଚାର୍ଲାଇ, “ଗଟେକ୍ ନେତା ନଅଇଲେ ଗଟେକ୍ ପାରୁସି ତାକେ ବିସ୍ବାସ୍ କରିଆଚତ୍ ବଲି ତମେ ସୁନିଆଚାସ୍ କି?
49 କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।
୪୯ମାତର୍ ଏ ଲକ୍ମନ୍, ମସାର୍ ନିୟମ୍ ନାଜାନତ୍ । ତେବର୍ ପାଇ ଏମନ୍ ସବୁ ଅବିସାପ୍ ପାଇରଇବା ଲକ୍ ।”
50 ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ,
୫୦ତେଇ ସେ ଦଲେଅନି ନିକଦିମ ନାଉଁର୍ ଗଟେକ୍ ନେତା ରଇଲା । ସେ ତରେକ୍ ଜିସୁକେ ଦେକ୍ବାର୍ ଜାଇରଇଲା । ସେ କଇଲା,
51 ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?
୫୧“ଆମର୍ ନିୟମ୍ ଇସାବେ ଗଟେକ୍ ଲକ୍କେ ଦସି କର୍ବା ଆଗ୍ତୁ ତାର୍ କାତା ସୁନ୍ବାକେ ପଡ୍ସି ଆରି କାଇଟା କଲାଆଚେ କଜ୍ବାକେ ପଡ୍ସି ।”
52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଅଣ ଜଣେ ଗାଲିଲୀୟ ଲୋକ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।
୫୨ବିନ୍ଲକ୍ମନ୍ କଇଲାଇ, “ଏନ୍ତି ବଇଲେ ତୁଇ ମିସା କାଇ ଗଟେକ୍ ଗାଲିଲିର୍ ଲକ୍ କି? କେ ମିସା ପର୍ମେସରର୍ ତେଇଅନି ବବିସତ୍କାତା କଇବା ଲକ୍ ଗାଲିଲିଅନି ଆସତ୍ ନାଇ ।”
53 [ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,
୫୩ତାର୍ ପଚେ ତେଇ ରଇଲା ଲକ୍ମନ୍ ସେ ଜାଗା ଚାଡିକରି ନିଜର୍ ନିଜର୍ ଗରେ ବାଉଡି ଗାଲାଇ ।