< ଯୋହନ 6 >
1 ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍, ତିବିରୀୟା ହ୍ରଦର ଆରପାରିକୁ ଗଲେ।
ⲁ̅ⲙⲛⲛⲥⲁ ⲛⲁⲓ ⲁⲓⲥ ⲃⲱⲕ ⲉⲡⲓⲕⲣⲟ ⲛⲑⲁⲗⲁⲥⲥⲁ ⲛⲧⲅⲁⲗⲓⲗⲁⲓⲁ ⲛⲧⲓⲃⲉⲣⲓⲁⲥ
2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍ଗମନ କରିବାକୁ ଲାଗିଲେ।
ⲃ̅ⲛⲉⲩⲛ ⲟⲩⲙⲏⲏϣⲉ ⲇⲉ ⲉⲛⲁϣⲱϥ ⲟⲩⲏϩ ⲛⲥⲱϥ ϫⲉ ⲛⲉⲩⲛⲁⲩ ⲡⲉ ⲉⲙⲙⲁⲓⲛ ⲉⲛⲉϥⲉⲓⲣⲉ ⲙⲙⲟⲟⲩ ⲉϫⲛ ⲛⲉⲧϣⲱⲛⲉ
3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ।
ⲅ̅ⲓⲥ ϭⲉ ⲁϥⲃⲱⲕ ⲉϩⲣⲁⲓ ⲉϫⲙ ⲡⲧⲟⲟⲩ ⲁϥϩⲙⲟⲟⲥ ⲙⲙⲁⲩ ⲙⲛ ⲛⲉϥⲙⲁⲑⲏⲧⲏⲥ
4 ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା।
ⲇ̅ⲛⲉϥϩⲏⲛ ⲇⲉ ⲉϩⲟⲩⲛ ⲛϭⲓ ⲡⲡⲁⲥⲭⲁ ⲡϣⲁ ⲛⲓⲟⲩⲇⲁⲓ
5 ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କୁ କହିଲେ, “ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା?”
ⲉ̅ⲓⲥ ϭⲉ ⲁϥϥⲓ ⲛⲉϥⲃⲁⲗ ⲉϩⲣⲁⲓ ⲁϥⲛⲁⲩ ϫⲉ ⲟⲩⲛ ⲟⲩⲛⲟϭ ⲙⲙⲏⲏϣⲉ ⲛⲏⲩ ϣⲁⲣⲟϥ ⲡⲉϫⲁϥ ⲙⲫⲓⲗⲓⲡⲡⲟⲥ ϫⲉ ⲉⲛⲛⲁϣⲉⲡ ⲟⲉⲓⲕ ⲧⲱⲛ ϫⲉ ⲉⲣⲉⲛⲁⲓ ⲟⲩⲱⲙ
6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ।
ⲋ̅ⲛⲧⲁϥϫⲉ ⲡⲁⲓ ⲇⲉ ⲉϥⲡⲓⲣⲁⲍⲉ ⲙⲙⲟϥ ⲛⲧⲟϥ ⲅⲁⲣ ⲛⲉϥⲥⲟⲟⲩⲛ ϫⲉ ⲟⲩ ⲡⲉⲧϥⲛⲁⲁⲁϥ
7 ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି ଯଥେଷ୍ଟ ନୁହେଁ।
ⲍ̅ⲁϥⲟⲩⲱϣⲃ ⲛⲁϥ ⲛϭⲓ ⲫⲓⲗⲓⲡⲡⲟⲥ ϫⲉ ⲙⲛ ϣⲏⲧ ⲛⲥⲁⲧⲉⲉⲣⲉ ⲛⲟⲓⲕ ⲛⲁⲣⲁϣⲧⲟⲩ ϫⲉⲕⲁⲥ ⲉⲣⲉⲡⲟⲩⲁ ⲡⲟⲩⲁ ϫⲓ ⲟⲩⲕⲟⲩⲓ
8 ଶିମୋନ ପିତରଙ୍କର ଭାଇ ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି,
ⲏ̅ⲡⲉϫⲉ ⲟⲩⲁ ⲛⲁϥ ⲉⲃⲟⲗ ϩⲛ ⲛⲉϥⲙⲁⲑⲏⲧⲏⲥ ⲁⲛⲇⲣⲉⲁⲥ ⲡⲥⲟⲛ ⲛⲥⲓⲙⲱⲛ ⲡⲉⲧⲣⲟⲥ
9 ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ?
ⲑ̅ϫⲉ ⲟⲩⲛ ⲟⲩϣⲏⲣⲉ ϣⲏⲙ ⲙⲡⲉⲓⲙⲁ ⲉⲩⲛ ϯⲟⲩ ⲛⲟⲓⲕ ⲛⲓⲱⲧ ⲛⲧⲟⲟⲧϥ ⲙⲛ ⲧⲃⲧ ⲥⲛⲁⲩ ⲁⲗⲗⲁ ⲛⲁⲓ ⲉⲩⲛⲁⲣ ⲟⲩ ⲙⲡⲉⲓⲙⲏⲏϣⲉ
10 ଯୀଶୁ କହିଲେ, “ଲୋକମାନଙ୍କୁ ବସାଅ।” ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ।
ⲓ̅ⲡⲉϫⲉ ⲓⲥ ⲛⲁⲩ ϫⲉ ⲙⲁⲣⲉⲛⲣⲱⲙⲉ ⲛⲟϫⲟⲩ ⲛⲉⲩⲛ ⲟⲩⲭⲟⲣⲧⲟⲥ ⲇⲉ ⲉⲛⲁϣⲱϥ ϩⲙ ⲡⲙⲁ ⲉⲧⲙⲙⲁⲩ ⲁⲛⲣⲱⲙⲉ ϭⲉ ⲛⲟϫⲟⲩ ⲉⲩⲛⲁⲣ ⲁϯⲟⲩ ⲛϣⲟ
11 ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ।
ⲓ̅ⲁ̅ⲓⲥ ϭⲉ ⲁϥϫⲓ ⲛⲛⲟⲓⲕ ⲁⲩⲱ ⲁϥϣⲡ ϩⲙⲟⲧ ⲁϥϯ ⲛⲛⲉⲧⲛⲏϫ ⲁⲩⲱ ⲟⲛ ⲡⲉⲛⲧⲁⲩϫⲓⲧϥ ⲉⲣⲟⲟⲩ ⲉⲃⲟⲗ ϩⲛ ⲛⲧⲃⲧ
12 ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର।”
ⲓ̅ⲃ̅ⲛⲧⲉⲣⲟⲩⲥⲉⲓ ⲇⲉ ⲡⲉϫⲁϥ ⲛⲛⲉϥⲙⲁⲑⲏⲧⲏⲥ ϫⲉ ⲥⲱⲟⲩϩ ⲉϩⲟⲩⲛ ⲛⲛⲗⲁⲕⲙ ⲉⲛⲧⲁⲩⲥⲉⲉⲡⲉ ϫⲉⲕⲁⲥ ⲉⲛⲛⲉⲗⲁⲁⲩ ϩⲉ ⲉⲃⲟⲗ
13 ସେଥିରେ ସେମାନେ ସେହିସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ।
ⲓ̅ⲅ̅ⲁⲩⲥⲟⲟⲩϩⲟⲩ ϭⲉ ⲁⲩⲱ ⲁⲩⲙⲉϩ ⲙⲛⲧⲥⲛⲟⲟⲩⲥ ⲛⲕⲟⲧ ⲛⲗⲁⲕⲙ ⲉⲁⲩⲣ ϩⲟⲩⲟ ⲉⲛⲉⲛⲧⲁⲩⲟⲩⲱⲙ ⲉⲃⲟⲗ ϩⲙ ⲡϯⲟⲩ ⲛⲟⲓⲕ ⲛⲓⲱⲧ
14 ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି।
ⲓ̅ⲇ̅ⲛⲣⲱⲙⲉ ϭⲉ ⲛⲧⲉⲣⲟⲩⲛⲁⲩ ⲉⲡⲙⲁⲓⲛ ⲉⲛⲧⲁϥⲁⲁϥ ⲛⲉⲩϫⲱ ⲙⲙⲟⲥ ϫⲉ ⲡⲁⲓ ⲛⲁⲙⲉ ⲡⲉ ⲡⲉⲡⲣⲟⲫⲏⲧⲏⲥ ⲉⲧⲛⲏⲩ ⲉⲡⲕⲟⲥⲙⲟⲥ
15 ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ।
ⲓ̅ⲉ̅ⲓⲥ ϭⲉ ⲛⲧⲉⲣⲉϥⲉⲓⲙⲉ ϫⲉ ⲥⲉⲛⲏⲩ ⲛⲥⲉⲧⲟⲣⲡϥ ϫⲉⲕⲁⲥ ⲉⲩⲉⲁⲁϥ ⲛⲣⲣⲟ ⲁϥⲥⲉϩⲧϥ ⲟⲛ ⲉϩⲣⲁⲉⲓ ⲉϫⲙ ⲡⲧⲟⲟⲩ ⲙⲙⲁⲩⲁⲁϥ
16 ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ
ⲓ̅ⲋ̅ⲛⲧⲉⲣⲉⲣⲟⲩϩⲉ ⲇⲉ ϣⲱⲡⲉ ⲁⲛⲉϥⲙⲁⲑⲏⲧⲏⲥ ⲉⲓ ⲉϩⲣⲁⲓ ⲉϫⲛ ⲑⲁⲗⲁⲥⲥⲁ
17 ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ। ଅନ୍ଧକାର ହୋଇଗଲା, ପୁଣି, ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ,
ⲓ̅ⲍ̅ⲁⲩⲱ ⲁⲩⲁⲗⲉ ⲉⲡϫⲟⲉⲓ ⲉⲧⲣⲉⲩⲉⲓ ⲉⲡⲓⲕⲣⲟ ⲛⲑⲁⲗⲁⲥⲥⲁ ⲉⲕⲁⲫⲁⲣⲛⲁⲟⲩⲙ ⲛⲉⲁⲡⲕⲁⲕⲉ ⲇⲉ ϣⲱⲡⲉ ⲉⲙⲡⲉⲓⲥ ⲉⲓ ϣⲁⲣⲟⲟⲩ
18 ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା।
ⲓ̅ⲏ̅ⲉⲣⲉⲟⲩⲛⲟϭ ⲇⲉ ⲛⲧⲏⲩ ⲛⲃⲟⲗ ⲁⲑⲁⲗⲁⲥⲥⲁ ⲧⲱⲟⲩⲛ ⲉϩⲣⲁⲓ
19 ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ।
ⲓ̅ⲑ̅ⲛⲧⲉⲣⲟⲩϩⲓⲛⲉ ϭⲉ ⲉⲃⲟⲗ ⲛⲁϫⲟⲩⲧⲏ ⲛⲥⲧⲁⲇⲓⲟⲛ ⲏ ⲙⲁⲁⲃ ⲁⲩⲛⲁⲩ ⲉⲓⲥ ⲉϥⲙⲟⲟϣⲉ ϩⲓϫⲛ ⲑⲁⲗⲁⲥⲥⲁ ⲉⲁϥϩⲱⲛ ⲉϩⲟⲩⲛ ⲉⲡϫⲟⲉⲓ ⲁⲩⲱ ⲁⲩⲣ ϩⲟⲧⲉ
20 କିନ୍ତୁ ସେ ସେମାନଙ୍କୁ କହିଲେ, “ଏ ତ ମୁଁ, ଭୟ କର ନାହିଁ।”
ⲕ̅ⲛⲧⲟϥ ⲇⲉ ⲡⲉϫⲁϥ ⲛⲁⲩ ϫⲉ ⲁⲛⲟⲕ ⲡⲉ ⲙⲡⲣⲣ ϩⲟⲧⲉ
21 ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍କ୍ଷଣାତ୍ ସେହି ସ୍ଥାନରେ ପହଞ୍ଚିଲା।
ⲕ̅ⲁ̅ⲛⲉⲩⲟⲩⲱϣ ϭⲉ ⲡⲉ ⲉⲧⲁⲗⲟϥ ⲉⲡϫⲟⲉⲓ ⲁⲩⲱ ⲛⲧⲉⲩⲛⲟⲩ ⲁⲡϫⲟⲉⲓ ⲙⲟⲟⲛⲉ ⲉⲡⲉⲕⲣⲟ ⲉⲛⲉⲩⲛⲁⲃⲱⲕ ⲉⲣⲟϥ
22 ସେ ସ୍ଥାନରେ ଗୋଟିଏ ସାନ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ।
ⲕ̅ⲃ̅ⲡⲉϥⲣⲁⲥⲧⲉ ⲡⲙⲏⲏϣⲉ ⲉⲧⲁϩⲉⲣⲁⲧϥ ϩⲓ ⲡⲓⲕⲣⲟ ⲛⲑⲁⲗⲁⲥⲥⲁ ⲁⲩⲛⲁⲩ ϫⲉ ⲙⲙⲛ ϭⲉ ϫⲟⲓ ⲙⲙⲁⲩ ⲛⲥⲁ ⲡⲏ ⲉⲛⲧⲁⲙⲙⲁⲑⲏⲧⲏⲥ ⲛⲓⲥ ⲁⲗⲉ ⲉⲣⲟϥ ⲁⲩⲱ ϫⲉ ⲙⲡⲉⲓⲥ ⲁⲗⲉ ⲉⲡϫⲟⲓ ⲙⲛ ⲛⲉϥⲙⲁⲑⲏⲧⲏⲥ ⲁⲗⲗⲁ ⲛⲉϥⲙⲁⲑⲏⲧⲏⲥ ⲙⲙⲁⲩⲁⲁⲩ ⲛⲉ ⲛⲧⲁⲩⲃⲱⲕ
23 ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା;
ⲕ̅ⲅ̅ⲁⲩⲱ ⲉⲓⲥ ϩⲉⲛⲕⲉⲉϫⲏⲩ ⲁⲩⲉⲓ ⲉⲃⲟⲗ ϩⲛ ⲧⲓⲃⲉⲣⲓⲁⲥ ϩⲁⲧⲙ ⲡⲙⲁ ⲉⲛⲧⲁⲩⲟⲩⲉⲙ ⲡⲟⲉⲓⲕ ⲉⲁⲡϫⲟⲉⲓⲥ ϣⲡ︦ϩⲙⲟⲧ ⲉϫⲱϥ
24 ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସମସ୍ତ ସାନ ନୌକାଗୁଡ଼ିକରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ।
ⲕ̅ⲇ̅ⲛⲧⲉⲣⲉⲡⲙⲏⲏϣⲉ ϭⲉ ⲛⲁⲩ ϫⲉ ⲓⲥ ⲙⲙⲁⲩ ⲁⲛ ⲟⲩⲇⲉ ⲛⲉϥⲙⲁⲑⲏⲧⲏⲥ ⲁⲩⲁⲗⲉ ⲛⲧⲟⲟⲩ ⲉⲛⲉϫⲏⲩ ⲁⲩⲉⲓ ⲉⲕⲁⲫⲁⲣⲛⲁⲟⲩⲙ ⲉⲩϣⲓⲛⲉ ⲛⲥⲁ ⲓⲥ
25 ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ?
ⲕ̅ⲉ̅ⲁⲩⲱ ⲛⲧⲉⲣⲟⲩϩⲉ ⲉⲣⲟϥ ϩⲓ ⲡⲓⲕⲣⲟ ⲛⲑⲁⲗⲁⲥⲥⲁ ⲡⲉϫⲁⲩ ⲛⲁϥ ϫⲉ ϩⲣⲁⲃⲃⲉⲓ ⲛⲧⲁⲕⲉⲓ ⲉⲡⲉⲉⲓⲙⲁ ⲛⲁϣ ⲛⲛⲁⲩ
26 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ।
ⲕ̅ⲋ̅ⲁⲓⲥ ⲟⲩⲱϣⲃ ⲛⲁⲩ ⲉϥϫⲱ ⲙⲙⲟⲥ ϫⲉ ϩⲁⲙⲏⲛ ϩⲁⲙⲏⲛ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲛⲉⲧⲉⲧⲛϣⲓⲛⲉ ⲛⲥⲱⲉⲓ ⲁⲛ ϫⲉ ⲁⲧⲉⲧⲛⲛⲁⲩ ⲉϩⲉⲛⲙⲁⲓⲛ ⲁⲗⲗⲁ ϫⲉ ⲁⲧⲉⲧⲛⲟⲩⲱⲙ ⲉⲃⲟⲗ ϩⲛ ⲛⲟⲓⲕ ⲁⲩⲱ ⲁⲧⲉⲧⲛⲥⲓ
27 କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍, ଈଶ୍ବର ମୁଦ୍ରାଙ୍କିତ କଲେ।” (aiōnios )
ⲕ̅ⲍ̅ⲙⲡⲣⲣ ϩⲱⲃ ⲉⲧⲉϩⲣⲉ ⲉⲧⲛⲁⲧⲁⲕⲟ ⲁⲗⲗⲁ ⲧⲉϩⲣⲉ ⲛⲧⲟϥ ⲉⲧⲛⲁⲙⲟⲩⲛ ⲉⲃⲟⲗ ⲉⲩⲱⲛϩ ϣⲁ ⲉⲛⲉϩ ⲧⲁⲓ ⲉⲧⲉⲣⲉⲡϣⲏⲣⲉ ⲙⲡⲣⲱⲙⲉ ⲛⲁⲧⲁⲁⲥ ⲛⲏⲧⲛ ⲡⲁⲓ ⲅⲁⲣ ⲡⲉ ⲛⲧⲁⲡⲛⲟⲩⲧⲉ ⲡⲉⲓⲱⲧ ⲥⲫⲣⲁⲅⲓⲍⲉ ⲙⲙⲟϥ (aiōnios )
28 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ବରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କଅଣ କରିବାକୁ ହେବ?
ⲕ̅ⲏ̅ⲡⲉϫⲁⲩ ϭⲉ ⲛⲁϥ ϫⲉ ⲟⲩ ⲡⲉ ⲧⲛⲛⲁⲁⲁϥ ϫⲉⲕⲁⲥ ⲉⲛⲉⲣ ϩⲱⲃ ⲉⲛⲉϩⲃⲏⲩⲉ ⲙⲡⲛⲟⲩⲧⲉ
29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ବରଙ୍କ କାର୍ଯ୍ୟ ଅଟେ।”
ⲕ̅ⲑ̅ⲁⲓⲥ ⲟⲩⲱϣⲃ ⲡⲉϫⲁϥ ⲛⲁⲩ ϫⲉ ⲡⲁⲓ ⲡⲉ ⲡϩⲱⲃ ⲙⲡⲛⲟⲩⲧⲉ ϫⲉ ⲉⲧⲉⲧⲛⲉⲡⲓⲥⲧⲉⲩⲉ ⲉⲡⲉⲛⲧⲁⲡⲏ ⲧⲛⲛⲟⲟⲩϥ
30 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନସ୍ୱରୂପ କଅଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ?
ⲗ̅ⲡⲉϫⲁⲩ ⲛⲁϥ ϫⲉ ⲟⲩ ϭⲉ ⲛⲧⲟⲕ ⲙⲙⲁⲓⲛ ⲡⲉⲧⲕⲉⲓⲣⲉ ⲙⲙⲟϥ ϫⲉⲕⲁⲥ ⲉⲛⲉⲛⲁⲩ ⲁⲩⲱ ⲛⲧⲛⲡⲓⲥⲧⲉⲩⲉ ⲉⲣⲟⲕ ⲟⲩ ⲡⲉ ⲡϩⲱⲃ ⲉⲧⲕⲉⲓⲣⲉ ⲙⲙⲟϥ
31 ଆପଣ କଅଣ ସାଧନ କରୁଅଛନ୍ତି? ଆମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖାଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ।
ⲗ̅ⲁ̅ⲁⲛⲉⲛⲉⲓⲟⲧⲉ ⲟⲩⲱⲙ ⲙⲡⲙⲁⲛⲛⲁ ϩⲛ ⲧⲉⲣⲏⲙⲟⲥ ⲕⲁⲧⲁ ⲑⲉ ⲉⲧⲥⲏϩ ϫⲉ ⲁϥϯ ⲛⲁⲩ ⲛⲟⲩⲟⲓⲕ ⲉⲩⲟⲙϥ ⲉⲃⲟⲗ ϩⲛ ⲧⲡⲉ
32 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି;
ⲗ̅ⲃ̅ⲡⲉϫⲉ ⲓⲥ ϭⲉ ⲛⲁⲩ ϫⲉ ϩⲁⲙⲏⲛ ϩⲁⲙⲏⲛ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲙⲱⲩⲥⲏⲥ ⲁⲛ ⲡⲉ ⲛⲧⲁϥϯ ⲛⲏⲧⲛ ⲙⲡⲟⲉⲓⲕ ⲉⲃⲟⲗ ϩⲛ ⲧⲡⲉ ⲁⲗⲗⲁ ⲡⲁⲓⲱⲧ ⲡⲉⲧϯ ⲛⲏⲧⲛ ⲉⲃⲟⲗ ϩⲛ ⲧⲡⲉ ⲙⲡⲟⲉⲓⲕ ⲙⲙⲉ
33 କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ବରଦତ୍ତ ଆହାର।”
ⲗ̅ⲅ̅ⲡⲟⲉⲓⲕ ⲅⲁⲣ ⲡⲉ ⲡϣⲏⲣⲉ ⲙⲡⲛⲟⲩⲧⲉ ⲡⲉⲧⲛⲏⲩ ⲉⲡⲉⲥⲏⲧ ⲉⲃⲟⲗ ϩⲛ ⲧⲡⲉ ⲁⲩⲱ ⲛϥϯ ⲛⲟⲩⲱⲛϩ ⲙⲡⲕⲟⲥⲙⲟⲥ
34 ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ।
ⲗ̅ⲇ̅ⲡⲉϫⲁⲩ ϭⲉ ⲛⲁϥ ϫⲉ ⲡϫⲟⲉⲓⲥ ⲙⲁ ⲛⲁⲛ ⲙⲡⲟⲉⲓⲕ ⲛⲟⲩⲟⲓϣ ⲛⲓⲙ
35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ।
ⲗ̅ⲉ̅ⲡⲉϫⲉ ⲓⲥ ϭⲉ ⲛⲁⲩ ϫⲉ ⲁⲛⲟⲕ ⲡⲉ ⲡⲟⲉⲓⲕ ⲙⲡⲱⲛϩ ⲡⲉⲧⲛⲏⲩ ϣⲁⲣⲟⲓ ⲛϥⲛⲁϩⲕⲟ ⲁⲛ ⲁⲩⲱ ⲡⲉⲧⲡⲓⲥⲧⲉⲩⲉ ⲉⲣⲟⲉⲓ ⲛϥⲛⲁⲉⲓⲃⲉ ⲁⲛ ϣⲁ ⲉⲛⲉϩ
36 କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି।
ⲗ̅ⲋ̅ⲁⲗⲗⲁ ⲁⲓϫⲟⲟⲥ ⲛⲏⲧⲛ ϫⲉ ⲁⲧⲉⲧⲛⲛⲁⲩ ⲉⲣⲟⲓ ⲁⲩⲱ ⲛⲧⲉⲧⲛⲡⲓⲥⲧⲉⲩⲉ ⲁⲛ
37 ପିତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋʼ ନିକଟକୁ ଆସିବେ; ଆଉ, ଯେ ମୋʼ ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ;
ⲗ̅ⲍ̅ⲟⲩⲟⲛ ⲛⲓⲙ ⲉⲧⲉⲣⲉⲡⲁⲉⲓⲱⲧ ⲛⲁⲧⲁⲁϥ ⲛⲁⲓ ϥⲛⲏⲩ ϣⲁⲣⲟⲓ ⲁⲩⲱ ⲡⲉⲧⲛⲏⲩ ϣⲁⲣⲟⲓ ⲛϯⲛⲁⲛⲟϫϥ ⲁⲛ ⲉⲃⲟⲗ
38 କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି।
ⲗ̅ⲏ̅ϫⲉ ⲛⲧⲁⲉⲓ ⲉⲃⲟⲗ ϩⲛ ⲧⲡⲉ ⲉⲧⲣⲁⲉⲓⲣⲉ ⲁⲛ ⲙⲡⲁⲟⲩⲱϣ ⲁⲗⲗⲁ ⲡⲟⲩⲱϣ ⲙⲡⲉⲛⲧⲁϥⲧⲁⲟⲩⲟⲉⲓ
39 ଆଉ, ମୋହର ପ୍ରେରଣକର୍ତ୍ତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା।
ⲗ̅ⲑ̅ⲡⲁⲓ ⲇⲉ ⲡⲉ ⲡⲟⲩⲱϣ ⲙⲡⲉⲛⲧⲁϥⲧⲁⲟⲩⲟⲉⲓ ϫⲉⲕⲁⲥ ⲛⲉⲛⲧⲁϥⲧⲁⲁⲩ ⲛⲁⲓ ⲧⲏⲣⲟⲩ ⲛⲛⲁⲧⲁⲕⲟ ⲉⲃⲟⲗ ⲛϩⲏⲧⲟⲩ ⲁⲗⲗⲁ ⲉⲓⲉⲧⲟⲩⲛⲟⲟⲩⲥⲟⲩ ϩⲙ ⲡϩⲁⲉ ⲛϩⲟⲟⲩ
40 କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି। (aiōnios )
ⲙ̅ⲡⲁⲓ ⲅⲁⲣ ⲡⲉ ⲡⲟⲩⲱϣ ⲙⲡⲁⲓⲱⲧ ϫⲉⲕⲁⲥ ⲟⲩⲟⲛ ⲛⲓⲙ ⲉⲧⲛⲁⲩ ⲉⲡϣⲏⲣⲉ ⲁⲩⲱ ⲉⲧⲡⲓⲥⲧⲉⲩⲉ ⲉⲣⲟϥ ⲉϥⲉϫⲓ ⲛⲟⲩⲱⲛϩ ϣⲁ ⲉⲛⲉϩ ⲁⲩⲱ ⲁⲛⲟⲕ ϯⲛⲁⲧⲟⲩⲛⲟⲥϥ ⲙⲡϩⲁⲉ ⲛϩⲟⲟⲩ (aiōnios )
41 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ,” ସେ ଏହା କହିବାରୁ ଯିହୁଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
ⲙ̅ⲁ̅ⲛⲉⲩⲕⲣⲙⲣⲙ ϭⲉ ⲡⲉ ⲛϭⲓ ⲛⲓⲟⲩⲇⲁⲓ ⲉⲧⲃⲏⲏⲧϥ ϫⲉ ⲁϥϫⲟⲟⲥ ϫⲉ ⲁⲛⲟⲕ ⲡⲉ ⲡⲟⲓⲕ ⲉⲛⲧⲁϥⲉⲓ ⲉⲃⲟⲗ ϩⲛ ⲧⲡⲉ
42 ଏ କଅଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କଅଣ ଏହାର ପିତାମାତାକୁ ଜାଣୁ ନାହୁଁ? ତେବେ “ମୁଁ ସ୍ୱର୍ଗରୁ ଅବତରଣ କରିଅଛି” ବୋଲି ସେ ଏବେ କିପରି କହୁଅଛି?
ⲙ̅ⲃ̅ⲁⲩⲱ ⲛⲉⲩϫⲱ ⲙⲙⲟⲥ ϫⲉ ⲙⲏ ⲙⲡⲁⲓ ⲁⲛ ⲡⲉ ⲓⲥ ⲡϣⲏⲣⲉ ⲛⲓⲱⲥⲏⲫ ⲡⲁⲓ ⲁⲛⲟⲛ ⲉⲧⲛⲥⲟⲟⲩⲛ ⲙⲡⲉϥⲉⲓⲱⲧ ⲙⲛ ⲧⲉϥⲙⲁⲁⲩ ⲛⲁϣ ϭⲉ ⲛϩⲉ ϥϫⲱ ⲙⲙⲟⲥ ϫⲉ ⲛⲧⲁⲓⲉⲓ ⲉⲃⲟⲗ ϩⲛ ⲧⲡⲉ
43 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଆପଣା ଆପଣା ମଧ୍ୟରେ ବଚସା କର ନାହିଁ।
ⲙ̅ⲅ̅ⲁⲓⲥ ⲟⲩⲱϣⲃ ⲡⲉϫⲁϥ ⲛⲁⲩ ϫⲉ ⲙⲡⲣ ⲕⲣⲙⲣⲙ ⲙⲛ ⲛⲉⲧⲛⲉⲣⲏⲩ
44 ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋʼ ନିକଟକୁ ଆସିପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି।
ⲙ̅ⲇ̅ⲙⲙⲛ ϣϭⲟⲙ ⲗⲗⲁⲁⲩ ⲉⲉⲓ ϣⲁⲣⲟⲉⲓ ⲉⲓⲙⲏⲧⲓ ⲛⲧⲉ ⲡⲁⲓⲱⲧ ⲉⲛⲧⲁϥⲧⲁⲟⲩⲟⲓ ⲥⲱⲕ ⲙⲙⲟϥ ⲁⲩⲱ ⲁⲛⲟⲕ ϩⲱ ⲧⲁⲧⲟⲩⲛⲟⲥϥ ϩⲙ ⲡϩⲁⲉ ⲛϩⲟⲟⲩ
45 ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ‘ସମସ୍ତେ ଈଶ୍ବରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ।’ ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋʼ ନିକଟକୁ ଆସେ।
ⲙ̅ⲉ̅ϥⲥⲏϩ ϩⲛ ⲛⲉⲡⲣⲟⲫⲏⲧⲏⲥ ϫⲉ ⲥⲉⲛⲁϣⲱⲡⲉ ⲧⲏⲣⲟⲩ ⲛⲣⲉϥϯ ⲥⲃⲱ ⲛⲧⲙ ⲡⲛⲟⲩⲧⲉ ⲟⲩⲟⲛ ⲛⲓⲙ ⲉⲛⲧⲁϥⲥⲱⲧⲙ ⲉⲃⲟⲗ ϩⲓⲧⲙ ⲡⲁⲓⲱⲧ ⲁⲩⲱ ⲁϥϫⲓ ⲥⲃⲱ ϥⲛⲏⲩ ϣⲁⲣⲟⲉⲓ
46 କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ବରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି।
ⲙ̅ⲋ̅ⲛⲛⲉⲃⲟⲗ ⲁⲛ ϫⲉ ⲁⲟⲩⲁ ⲛⲁⲩ ⲉⲡⲓⲱⲧ ⲉⲓⲙⲏⲧⲓ ⲡⲉⲧϣⲟⲟⲡ ⲉⲃⲟⲗ ϩⲓⲧⲙ ⲡⲛⲟⲩⲧⲉ ⲡⲁⲓ ⲡⲉ ⲛⲧⲁϥⲛⲁⲩ ⲉⲡⲓⲱⲧ
47 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। (aiōnios )
ⲙ̅ⲍ̅ϩⲁⲙⲏⲛ ϩⲁⲙⲏⲛ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲡⲉⲧⲡⲓⲥⲧⲉⲩⲉ ⲉⲣⲟⲉⲓ ⲟⲩⲛⲧⲁϥ ⲙⲙⲁⲩ ⲙⲡⲱⲛϩ ϣⲁ ⲉⲛⲉϩ (aiōnios )
49 ତୁମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ।
ⲙ̅ⲑ̅ⲁⲛⲉⲧⲛⲉⲓⲟⲧⲉ ⲟⲩⲱⲙ ⲙⲡⲙⲁⲛⲛⲁ ϩⲛ ⲧⲉⲣⲏⲙⲟⲥ ⲁⲩⲱ ⲁⲩⲙⲟⲩ
50 କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥିନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ।
ⲛ̅ⲡⲁⲓ ⲇⲉ ⲡⲉ ⲡⲟⲓⲕ ⲉⲧⲛⲏⲩ ⲉⲃⲟⲗ ϩⲛ ⲧⲡⲉ ϫⲉⲕⲁⲥ ⲉⲣϣⲁⲟⲩⲁ ⲟⲩⲱⲙ ⲉⲃⲟⲗ ⲛϩⲏⲧϥ ⲛⲛⲉϥⲙⲟⲩ
51 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି।” (aiōn )
ⲛ̅ⲁ̅ⲁⲛⲟⲕ ⲡⲉ ⲡⲟⲓⲕ ⲉⲧⲟⲛϩ ⲉⲛⲧⲁϥⲉⲓ ⲉⲃⲟⲗ ϩⲛ ⲧⲡⲉ ⲉⲣϣⲁⲛⲟⲩⲁ ⲟⲩⲱⲙ ⲉⲃⲟⲗ ϩⲙ ⲡⲉⲓⲟⲓⲕ ϥⲛⲁⲱⲛϩ ϣⲁ ⲉⲛⲉϩ ⲡⲟⲓⲕ ⲇⲉ ⲉϯⲛⲁⲧⲁⲁϥ ⲁⲛⲟⲕ ⲡⲉ ⲧⲁⲥⲁⲣⲝ ϩⲁ ⲡⲱⲛϩ ⲙⲡⲕⲟⲥⲙⲟⲥ (aiōn )
52 ଏଥିରେ ଯିହୁଦୀମାନେ ପରସ୍ପର ବାଗ୍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ?
ⲛ̅ⲃ̅ⲛⲓⲟⲩⲇⲁⲓ ϭⲉ ⲛⲉⲩⲙⲓϣⲉ ⲙⲛ ⲛⲉⲩⲉⲣⲏⲩ ⲉⲩϫⲱ ⲙⲙⲟⲥ ϫⲉ ⲛⲁϣ ⲛϩⲉ ⲉⲣⲉⲡⲁⲓ ⲛⲁϣ ϯ ⲛⲁⲛ ⲛⲧⲉϥⲥⲁⲣⲝ ⲉⲩⲟⲙⲥ
53 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ।
ⲛ̅ⲅ̅ⲡⲉϫⲉ ⲓⲥ ϭⲉ ⲛⲁⲩ ϫⲉ ϩⲁⲙⲏⲛ ϩⲁⲙⲏⲛ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲉⲧⲉⲧⲛⲧⲙⲟⲩⲱⲙ ⲛⲧⲥⲁⲣⲝ ⲙⲡϣⲏⲣⲉ ⲙⲡⲣⲱⲙⲉ ⲁⲩⲱ ⲛⲧⲉⲧⲛⲥⲱ ⲙⲡⲉϥ ⲥⲛⲟϥ ⲙⲛⲧⲏⲧⲛ ⲙⲙⲁⲩ ⲙⲡⲱⲛϩ ⲛϩⲏⲧⲧⲏⲩⲧⲛ
54 ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। (aiōnios )
ⲛ̅ⲇ̅ⲡⲉⲧⲟⲩⲱⲙ ⲛⲧⲁⲥⲁⲣⲝ ⲁⲩⲱ ⲉⲧⲥⲱ ⲙⲡⲁ ⲥⲛⲟϥ ⲟⲩⲛⲧⲁϥ ⲙⲙⲁⲩ ⲙⲡⲱⲛϩ ϣⲁ ⲉⲛⲉϩ ⲁⲩⲱ ⲁⲛⲟⲕ ϯⲛⲁⲧⲟⲩⲛⲟⲥϥ ϩⲙ ⲡϩⲁⲉ ⲛϩⲟⲟⲩ (aiōnios )
55 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ।
ⲛ̅ⲉ̅ⲧⲁⲥⲁⲣⲝ ⲅⲁⲣ ⲟⲩϩⲣⲉ ⲙⲙⲉⲉ ⲧⲉ ⲁⲩⲱ ⲡⲁⲥⲛⲟϥ ⲟⲩⲥⲱ ⲙⲙⲉⲉ ⲡⲉ
56 ଯେ ମୋହର ମାଂସ ଭୋଜନ କରେ ଓ ମୋʼ ରକ୍ତ ପାନ କରେ, ସେ ମୋʼ ଠାରେ ରହେ ଓ ମୁଁ ତାହାଠାରେ ରହେ।
ⲛ̅ⲋ̅ⲡⲉⲧⲟⲩⲱⲙ ⲛⲧⲁⲥⲁⲣⲝ ⲁⲩⲱ ⲉⲧⲥⲱ ⲙⲡⲁⲥⲛⲟϥ ϥⲛⲁϭⲱ ϩⲣⲁⲓ ⲛϩⲏⲧ ⲁⲩⲱ ⲁⲛⲟⲕ ϩⲱ ϩⲣⲁⲓ ⲛϩⲏⲧϥ
57 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋʼ ହେତୁ ଜୀବିତ ରହିବ।
ⲛ̅ⲍ̅ⲕⲁⲧⲁ ⲑⲉ ⲉⲛⲧⲁϥⲧⲁⲟⲩⲟⲓ ⲛϭⲓ ⲡⲓⲱⲧ ⲉⲧⲟⲛϩ ⲁⲛⲟⲕ ϩⲱ ϯⲟⲛϩ ⲉⲧⲃⲉ ⲡⲓⲱⲧ ⲁⲩⲱ ⲡⲉⲧⲛⲁⲟⲩⲟⲙⲛⲧ ⲡⲉⲧⲙⲙⲁⲩ ϩⲱⲱϥ ⲟⲛ ⲛⲁⲱⲛϩ ⲉⲧⲃⲏⲏⲧ
58 ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃ-ପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ।” (aiōn )
ⲛ̅ⲏ̅ⲡⲁⲓ ⲡⲉ ⲡⲟⲓⲕ ⲉⲛⲧⲁϥⲉⲓ ⲉⲃⲟⲗ ϩⲛ ⲧⲡⲉ ⲛⲕⲁⲧⲁ ⲑⲉ ⲁⲛ ⲉⲛⲧⲁⲛⲓⲟⲧⲉ ⲟⲩⲱⲙ ⲁⲩⲱ ⲁⲩⲙⲟⲩ ⲡⲉⲧⲛⲁⲟⲩⲱⲙ ⲙⲡⲉⲓⲟⲓⲕ ϥⲛⲁⲱⲛϩ ϣⲁ ⲉⲛⲉϩ (aiōn )
59 ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ।
ⲛ̅ⲑ̅ⲛⲁⲓ ⲁϥϫⲟⲟⲩ ϩⲛ ⲧⲥⲩⲛⲁⲅⲱⲅⲏ ⲉϥϯ ⲥⲃⲱ ϩⲛ ⲕⲁⲫⲁⲣⲛⲁⲟⲩⲙ
60 ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ?
ⲝ̅ϩⲁϩ ϭⲉ ⲉⲃⲟⲗ ϩⲛ ⲛⲉϥⲙⲁⲑⲏⲧⲏⲥ ⲛⲧⲉⲣⲟⲩⲥⲱⲧⲙ ⲡⲉϫⲁⲩ ϫⲉ ⲡⲉⲓϣⲁϫⲉ ⲛⲁϣⲧ ⲛⲓⲙ ⲡⲉⲧⲛⲁϣ ⲥⲱⲧⲙ ⲉⲣⲟϥ
61 କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, “ଏହା କଅଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି?
ⲝ̅ⲁ̅ⲉϥⲥⲟⲟⲩⲛ ⲇⲉ ⲛϭⲓ ⲓⲥ ϩⲣⲁⲓ ⲛϩⲏⲧϥ ϫⲉ ⲛⲉϥⲙⲁⲑⲏⲧⲏⲥ ⲕⲣⲙⲣⲙ ⲉⲧⲃⲏⲏⲧϥ ⲡⲉϫⲁϥ ⲛⲁⲩ ϫⲉ ⲡⲁⲓ ⲡⲉⲧⲥⲕⲁⲛⲇⲁⲗⲓⲍⲉ ⲙⲙⲱⲧⲛ
62 ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କଅଣ?
ⲝ̅ⲃ̅ⲉⲧⲉⲧⲛϣⲁⲛⲛⲁⲩ ϭⲉ ⲉⲡϣⲏⲣⲉ ⲙⲡⲣⲱⲙⲉ ⲉϥⲛⲁ ⲉϩⲣⲁⲓ ⲉⲡⲙⲁ ⲉⲛⲉϥⲛϩⲏⲧϥ ⲛϣⲟⲣⲡ
63 ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହିସବୁ ଆତ୍ମା ଓ ଜୀବନ ଅଟେ।
ⲝ̅ⲅ̅ⲡⲉⲡⲛⲁ ⲡⲉⲧⲧⲁⲛϩⲟ ⲛⲧⲥⲁⲣⲝ ϯϩⲏⲩ ⲁⲛ ⲗⲗⲁⲁⲩ ⲛϣⲁϫⲉ ⲁⲛⲟⲕ ⲉⲛⲧⲁⲓϫⲟⲟⲩ ⲛⲏⲧⲛ ⲟⲩⲡⲛⲁ ⲡⲉ ⲁⲩⲱ ⲟⲩⲱⲛϩ ⲡⲉ
64 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାନ୍ତି।” କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ।
ⲝ̅ⲇ̅ⲁⲗⲗⲁ ⲟⲩⲛ ϩⲟⲓⲛⲉ ⲛϩⲏⲧⲧⲏⲩⲧⲛ ⲉⲛⲥⲉⲡⲓⲥⲧⲉⲩⲉ ⲁⲛ ⲛⲉϥⲥⲟⲟⲩⲛ ⲅⲁⲣ ϫⲓⲛ ⲛϣⲟⲣⲡ ⲛϭⲓ ⲓⲥ ϫⲉ ⲛⲓⲙ ⲛⲉⲧⲉⲛⲥⲉⲡⲓⲥⲧⲉⲩⲉ ⲁⲛ ⲁⲩⲱ ⲛⲓⲙ ⲡⲉⲧⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟϥ
65 ଆଉ ସେ କହିଲେ, “ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋʼ ନିକଟକୁ ଆସିପାରେ ନାହିଁ।”
ⲝ̅ⲉ̅ⲁⲩⲱ ⲛⲉϥϫⲱ ⲙⲙⲟⲥ ϫⲉ ⲉⲧⲃⲉ ⲡⲁⲓ ⲁⲓϫⲟⲟⲥ ⲛⲏⲧⲛ ϫⲉ ⲙⲙⲛ ϣϭⲟⲙ ⲗⲗⲁⲁⲩ ⲉⲉⲓ ϣⲁⲣⲟⲓ ⲉⲓⲙⲏⲧⲓ ⲛⲥⲉⲧⲁⲁⲥ ⲛⲁϥ ⲉⲃⲟⲗ ϩⲓⲧⲙ ⲡⲉⲓⲱⲧ
66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ।
ⲝ̅ⲋ̅ⲉⲧⲃⲉ ⲡⲁⲓ ⲁϩⲁϩ ⲛⲛⲉϥⲙⲁⲑⲏⲧⲏⲥ ⲃⲱⲕ ⲉⲡⲁϩⲟⲩ ⲁⲩⲱ ⲁⲩⲗⲟ ⲉⲩⲙⲟⲟϣⲉ ⲛⲙⲙⲁϥ
67 ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, “ତୁମ୍ଭେମାନେ ମଧ୍ୟ କଅଣ ଚାଲିଯିବାକୁ ଇଚ୍ଛା କରୁଅଛ?”
ⲝ̅ⲍ̅ⲡⲉϫⲉ ⲓⲥ ϭⲉ ⲙⲡⲙⲛⲧⲥⲛⲟⲟⲩⲥ ϫⲉ ⲙⲏ ⲛⲧⲱⲧⲛ ϩⲱⲧⲧⲏⲩⲧⲛ ⲧⲉⲧⲛⲟⲩⲱϣ ⲉⲃⲱⲕ
68 ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; (aiōnios )
ⲝ̅ⲏ̅ⲁϥⲟⲩⲱϣⲃ ⲛⲁϥ ⲛϭⲓ ⲥⲓⲙⲱⲛ ⲡⲉⲧⲣⲟⲥ ϫⲉ ⲡϫⲟⲉⲓⲥ ⲉⲛⲛⲁⲃⲱⲕ ϣⲁ ⲛⲓⲙ ϩⲉⲛϣⲁϫⲉ ⲛⲱⲛϩ ϣⲁ ⲉⲛⲉϩ ⲛⲉⲧⲛⲧⲟⲟⲧⲕ (aiōnios )
69 ଆଉ, ଆପଣ ଯେ ଈଶ୍ବରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ।
ⲝ̅ⲑ̅ⲁⲩⲱ ⲁⲛⲟⲛ ⲁⲛⲡⲓⲥⲧⲉⲩⲉ ⲁⲩⲱ ⲁⲛⲉⲓⲙⲉ ϫⲉ ⲛⲧⲟⲕ ⲡⲉ ⲡⲉⲭⲥ ⲉⲧⲟⲩⲁⲁⲃ ⲛⲧⲉ ⲡⲛⲟⲩⲧⲉ
70 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ କଅଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରି ନାହିଁ? ଆଉ, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ।”
ⲟ̅ⲁϥⲟⲩⲱϣⲃ ⲛⲁⲩ ⲛϭⲓ ⲓⲥ ⲡⲉϫⲁϥ ϫⲉ ⲙⲏ ⲁⲛⲟⲕ ⲁⲛ ⲁⲓⲥⲉⲧⲡ︦ⲧⲏⲩⲧⲛ ⲙⲡⲙⲛⲧⲥⲛⲟⲟⲩⲥ ⲁⲩⲱ ⲟⲩⲁ ⲉⲃⲟⲗ ⲛϩⲏⲧⲧⲏⲩⲧⲛ ⲟⲩⲇⲓⲁⲃⲟⲗⲟⲥ ⲡⲉ
71 ସେ ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଲେ, କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଆଉ ସେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା।
ⲟ̅ⲁ̅ⲛⲉϥϫⲱ ⲇⲉ ⲙⲙⲟⲥ ⲡⲉ ⲉⲧⲃⲉ ⲓⲟⲩⲇⲁⲥ ⲡϣⲏⲣⲉ ⲛⲥⲓⲙⲱⲛ ⲡⲓⲥⲕⲁⲣⲓⲱⲧⲏⲥ ⲡⲁⲓ ⲅⲁⲣ ⲡⲉⲧⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟϥ ⲉⲟⲩⲁ ⲡⲉ ⲉⲃⲟⲗ ϩⲙ ⲡⲙⲛⲧⲥⲛⲟⲟⲩⲥ