< ଯୋହନ 5 >
1 ଏଥିଉତ୍ତାରେ ଯିହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କଲେ।
ଇତାର୍ ହଃଚେ ଜିଉଦିମଃନାର୍ ଗଟ୍ ହଃର୍ବ ଆୟ୍ଲି, ଆର୍ ଜିସୁ ଜିରୁସାଲମେ ଗଃଲା ।
2 ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ।
ଜିରୁସାଲମାର୍ ମେଣ୍ଡା ଦୁଆର୍ ଲଃଗେ ସେତି ଗଟ୍ ହାଣିବଃନ୍ଦ୍ ଆଚେ । ଏବ୍ରି ବାସାୟ୍ ତାକ୍ ବେତ୍ସଃୟ୍ଦା ବଃଲି କଃଉତି, ତାର୍ ହାଁଚ୍ଗଟ୍ ହିଣ୍ଡା ଆଚେ ।
3 ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ। [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ;
ସେ ହିଣ୍ଡା ଉହ୍ରେ ଗାଦେକ୍ ରଗେ ହଃଳ୍ଲା ଲକ୍ମଃନ୍, କାଣା, ଚଟା, ଗଃଗାଳ୍ ସୁକ୍ଲା ଲକ୍ମଃନ୍ ରେତିରିଲାୟ୍ । ସେମଃନ୍ ହାଣି ଜୁଲୁକ୍ତାର୍ ଜାଗି ରେତିରିଲାୟ୍ ।
4 କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା।]
ବଃଲେକ୍ କଃଡେକଃଡେ ବଃଳ୍ ମାପ୍ରୁର୍ ଦୁତ୍ ହାଣିବଃନ୍ଦେ ଉତ୍ରି ହାଣି ଜୁଲ୍କାଉତି ରିଲା, ଆର୍ ହାଣି ଜୁଲୁକ୍ଲା ହଃଚେ ଜେ ଆଗ୍ତୁ ସେତି ବୁଡ୍ତି ରିଲା, ସେ ଜୁୟ୍ ରଗେ ହଃଳି ରିଲେକ୍ ହେଁ ଉଜ୍ ଅଃଉତି ରିଲା ।
5 ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା।
ସେତି ଦୁୟ୍କଳି ଅଃଟ୍ର ବଃର୍ସ୍ ଦଃରି ଗଟେକ୍ ମଃଳୁ ହଃଳ୍ଲା ଲକ୍ ରିଲା ।
6 ଯୀଶୁ ତାହାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାହାକୁ ପଚାରିଲେ, “ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ?”
ଜିସୁ ତାକେ ସେତି ରିଲାର୍ ଦଃକି, ବୁତେକ୍ ବଃର୍ସ୍ ହୁଣି ରଗେ ହଃଳି ଆଚେ ବଃଲି ଜାଣି ତାକ୍ ହଃଚାର୍ଲା, “ତୁୟ୍ କାୟ୍ ଉଜ୍ ଅଃଉଁକେ ମଃନ୍ କଃରୁଲିସ୍?”
7 ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋʼ ଆଗରୁ ପଶିଯାଏ।
ସେ ରଗି ଜିସୁକେ କୟ୍ଲା, “ଏ ମାପ୍ରୁ, ହାଣି ଦଃମ୍କ୍ଲା ବଃଳ୍ ମକ୍ ବଃନ୍ଦ୍ ବିତ୍ରେ ଟେକି ନେଉଁକ୍ ମର୍ କେ ହେଁ ନାୟ୍; ଆର୍ ମୁୟ୍ ଜଃଉଁ ଜଃଉଁ ବିନ୍ ଲକ୍ ମର୍ ଆଗ୍ତୁ ହାଣାୟ୍ ଜାୟ୍ ବୁଡୁଲା ।”
8 ଯୀଶୁ ତାହାଙ୍କୁ କହିଲେ, “ଉଠ, ତୁମ୍ଭର ଖଟିଆ ଘେନି ଚାଲ।”
ଜିସୁ ତାକ୍ କୟ୍ଲା, “ଉଟ୍, ତର୍ ଟାଟି ଦଃରି ଇଣ୍ଡ୍ ।”
9 ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା।
ସେଦାହ୍ରେ ସେ ରଗି ଉଜ୍ ଅୟ୍ଲା ଆର୍ ତାର୍ କଃଟ୍ ଦଃରି ଇଣ୍ଡୁକ୍ ଦଃର୍ଲା । ସେଦିନ୍ ବିସାଉଁଣି ବାର୍ ରିଲି ।
10 ଅତଏବ, କେତେକ ଯିହୁଦୀ ନେତାମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ।
ସେତାକ୍ ଜିଉଦି ମୁଳିକାମଃନ୍ ଉଜ୍ ଅୟ୍ରିଲା ଲକେ କାଉଁକେ ଦଃର୍ଲାୟ୍, “ଆଜି ବିସାଉଁଣିବାର୍, ତର୍ ଟାଟି ଉଟାୟ୍ ନେତାର୍ ବିଦି ନାୟ୍ ।”
11 କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, “ତୁମ୍ଭର ଖଟିଆ ଘେନି ଚାଲ।”
ମଃତର୍ ସେ କୟ୍ଲା, “ଜେ ମକ୍ ଉଜ୍ କଃଲା, ସେ ମକ୍ ଟାଟି ଦଃରି ଇଣ୍ଡି ଜାଆ ବଃଲି କୟ୍ଲା ।”
12 ସେମାନେ ତାହାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ?
ସେମଃନ୍ ତାକ୍ ହଃଚାର୍ଲାୟ୍, “ତର୍ ଟାଟି ଦଃରି ଇଣ୍ଡି ଜାଆ ବଃଲି ଜେ କୟ୍ଲା, ସେ ମାନାୟ୍ କେ?”
13 କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ।
ମଃତର୍ ସେ କେ, ସେ ଉଜ୍ ଅୟ୍ଲା ମାନାୟ୍ ଜାଣି ନଃରିଲା, ବଃଲେକ୍ ସେତି ଅଲେକାର୍ ଲକ୍ ରିଲାକ୍, ଜିସୁ, ନଃଜାଣ୍ଲା ହର୍ ବାରାୟ୍ ଗଃଲା ।
14 ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାହାକୁ କହିଲେ, “ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ।”
ଇତାର୍ ହଃଚେ, ଜିସୁ ତାକେ ମନ୍ଦିରେ ବେଟ୍ ହାୟ୍ଲା ଆର୍ କୟ୍ଲା, “ଦଃକ୍, ଅଃବେ ତୁୟ୍ ଉଜ୍ ଅୟ୍ ଆଚ୍ସି; ହାହ୍ କଃର୍ ନାୟ୍, ଜଃନ୍କଃରି ତର୍ ଉହ୍ରେ ଅଃଦିକ୍ ଡଃଣ୍ଡ୍ ନଃହେଳେ ।”
15 ସେହି ଲୋକ ଚାଲିଯାଇ, ଯେ ତାହାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲା।
ସେ ଲକ୍ ଜାୟ୍କଃରି, ଜେ ତାକ୍ ଉଜ୍ କଃରିରିଲା, ସେ ଜିସୁ ବଃଲି ଜିଉଦି ମୁଳିକାମଃନ୍କେ କୟ୍ଲା ।
16 ତେଣୁ ଯୀଶୁ ବିଶ୍ରାମବାର ଦିନରେ ଏହା କରୁଥିବାରୁ ଯିହୁଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ।
ତଃବେ ଜିସୁ ବିସାଉଁଣିବାର୍ ବିନ୍ ଉଜ୍ କଃର୍ତା କାମ୍ କଃରି ରିଲାକ୍, ଜିଉଦି ମୁଳିକାମଃନ୍ ତାକ୍ କଃସ୍ଟ୍ ଦେଉଁକ୍ ଦଃର୍ଲାୟ୍ ।
17 ମାତ୍ର ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି।”
ଜିସୁ ସେମଃନ୍କେ କୟ୍ଲା, “ମର୍ ଉବା ସଃବୁବଃଳ୍ କାମ୍ କଃରୁଲା, ଆର୍ ମୁୟ୍ ହେଁ କଃରୁଲେ ।”
18 ଏହି କାରଣରୁ ଯିହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ, ଯେଣୁ ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କରୁଥିଲେ, କେବଳ ତାହା ନୁହେଁ, ମାତ୍ର ଈଶ୍ବରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ବରଙ୍କ ସହିତ ସମାନ କରୁଥିଲେ।
ଇ କଃତା ସୁଣି ଜିଉଦି ଲକ୍ମଃନ୍ ଜିସୁକେ ମଃର୍ନେ ମାରୁକ୍ କୁଟ୍ କଃରୁକେ ଦଃର୍ଲାୟ୍; ବଃଲେକ୍ ଜିସୁ ବିସାଉଁଣି ବାରାର୍ ବିଦି ମାନ୍ତି ନଃରିଲା, ସେରି ହଃକା ନାୟ୍, ମଃତର୍ ଜିସୁ ଇସ୍ୱର୍କେ ନିଜାର୍ ଉବା ବଃଲି କୟ୍ ନିଜ୍କେ ଇସ୍ୱର୍ ସଃଙ୍ଗ୍ ସଃମାନ୍ କଃର୍ତି ରିଲା ।
19 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ନିଜେ କିଛି ହିଁ କରିପାରନ୍ତି ନାହିଁ। କାରଣ ସେ ଯାହା ଯାହା କରନ୍ତି, ପୁତ୍ର ମଧ୍ୟ ସେହିସବୁ ସେପ୍ରକାରେ କରନ୍ତି।
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ତୁମିକେ ସଃତ୍ କଃଉଁଲେ, ହୟ୍ସି ନିଜାର୍ କାୟ୍ରି କଃରୁ ନାହାରେ; ସେ ତାର୍ ଉବାସି ଜାୟ୍ରି କଃର୍ତାର୍ ଦଃକେଦ୍, ହୟ୍ସି ହେଁ ସେରି କଃରେଦ୍ । ଉବାସି ଜାୟ୍ରି କଃରେଦ୍, ହୟ୍ସି ହେଁ ସେରି କଃରେଦ୍ ।
20 କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହିସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥିନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ ମହତ କର୍ମ ଦେଖାଇବେ।
ବଃଲେକ୍ ଉବାସି ହୟ୍ସିକ୍ ଲାଡ୍ କଃରୁଲା, ଆରେକ୍ ସେ ନିଜେ ଜାୟ୍ଜାୟ୍ରି କଃରେଦ୍ ସେରିମଃନ୍ ତାକେ ଦଃକାୟ୍ଦ୍, ଆର୍ ତୁମିମଃନ୍ ଜଃନ୍କଃରି କାବା ଅଃଉଆସ୍, ଇତାର୍ ଗିନେ ସେ ତାକେ ଇତାର୍ ତଃୟ୍ହୁଣି ଆରେକ୍ ବଃଡ୍ ବଃଡ୍ କାମ୍ ଦଃକାୟ୍ଦ୍ ।
21 ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି।
ଜଃନ୍କଃରି ଉବା ମଃଲା ଲକେ ଉଟାୟ୍ ସେମଃନ୍କେ ଜିବନ୍ କଃରେଦ୍, ସେରଃକମ୍ ହୟ୍ସି ହେଁ ଜାକେ ମଃନ୍ କଃରେଦ୍ ତାକ୍ ଜିବନ୍ ଦଃୟ୍ଦ୍ ।
22 ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି।
ଆର୍ ଉବାସି ହେଁ କାର୍ ବିଚାର୍ ନଃକେରେ, ମଃତର୍ ସଃବୁ ଲକ୍ ଜଃନ୍କଃରି ଉବାକ୍ ଜଃଜ୍ମାନ୍ କଃରୁଲାୟ୍, ସେରଃକମ୍ ହୟ୍ସିକ୍ ହେଁ ମାନ୍ତି କଃର୍ତି, ସେତାର୍ ଗିନେ ହୟ୍ସିକ୍ ସଃବୁ ରଃକମାର୍ ବିଚାର୍ କଃର୍ତା ଅଃଦିକାର୍ ଦଃୟ୍ଆଚେ ।
23 ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ।
ସେବାନ୍ୟା ଅୟ୍ଲେକ୍ ଉବା ଜଃନ୍କଃରି ମାନ୍ତି ହାଉଁଲା, ହୟ୍ସି ହେଁ ସେନ୍କାର୍ ସଃବ୍କାର୍ ତଃୟ୍ହୁଣି ମାନ୍ତି ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ, ସେ ତାକ୍ ହଃଟାୟ୍ରିଲା ଉବାସିକ୍ ହେଁ ମାନ୍ତି ନଃକେରେ ।”
24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। (aiōnios )
“ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜେ ମର୍ କଃତା ସୁଣି ମକ୍ ହଃଟାୟ୍ଲା ଉବାକ୍ ବିସ୍ୱାସ୍ କଃରେଦ୍, ସେ ଅଃମ୍ବର୍ ଜିବନ୍ ହାୟ୍ଦ୍, ଆର୍ ସେ ବିଚାର୍ ଦଃଣ୍ଡେ ନଃହେଳି, ମଃର୍ନ୍କେ ଜିଣିକଃରି ଜିବନେ ଜାୟ୍ଆଚେ । (aiōnios )
25 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ବରଙ୍କ ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ।
ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟ୍ ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି ।
26 କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି;
ବଃଲେକ୍ ଉବା ଜଃନ୍କଃରି ନିଜେ ଜିବନ୍, ସେରଃକମ୍ ହୟ୍ସିକ୍ ହେଁ ନିଜେ ଜିବନାର୍ ମୁଳ୍ ଅଃଉଁକେ ଦଃୟ୍ଆଚେ ।
27 ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ।
ଆର୍ ସେ ନଃରାର୍ ହୟ୍ସି ଅୟ୍ଲାକ୍, ଇସ୍ୱର୍ ତାକ୍ ବିଚାର୍ କଃରୁକେ ଅଃଦିକାର୍ ଦିଲା ।
28 ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି,
ଇତାର୍ ଗିନେ କାବା ଅଃଉଆ ନାୟ୍, ବେଳା ଆସୁଲି ଜଃଡେବଃଳ୍ ଜୁୟ୍ ଲକ୍ମଃନ୍ ମଃସୁଣ୍ ବିତ୍ରେ ମଃରିଆଚ୍ତି, ସେମଃନ୍ ତାର୍ ଟଣ୍ଡ୍ ସୁଣ୍ତି,
29 ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି।”
ଆର୍ ଜୁୟ୍ ଲକ୍ମଃନ୍ ସଃତ୍ କାମ୍ କଃରିଆଚ୍ତି, ସେମଃନ୍ ଆରେକ୍ ଜିବନ୍ ହାୟ୍ ମଃସ୍ଣେ ହୁଣି ଉଟ୍ତି ଆର୍ ଅଃମ୍ବର୍ ଜିବନ୍ ହାଉତି ଆର୍ ଜୁୟ୍ ଲକ୍ମଃନ୍ ଦୁସ୍ଟ୍କାମ୍ କଃରି ଆଚ୍ତି, ସେମଃନ୍ ହେଁ ଆରେକ୍ ଉଟ୍ତି ଆର୍ ଡଃଣ୍ଡ୍ ବଗ୍ କଃରୁକେ ବିଚାର୍ ହାଉତି, ଅଃନ୍କା ବେଳା ଆସୁଲି ।”
30 “ମୁଁ ନିଜେ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ।
“ମୁୟ୍ ଅଃହ୍ଣାର୍ ତଃୟ୍ହୁଣି କାୟ୍ରି ହେଁ କଃରୁ ନାହାରି, ମୁୟ୍ ଜଃନ୍କଃରି ସୁଣିନ୍ଦ୍ ସେନ୍କଃରି ବିଚାର୍ କଃରିନ୍ଦ୍, ଆର୍ ମର୍ ବିଚାର୍ ଟିକ୍, କାୟ୍ତାକ୍ବଃଲେକ୍ ମର୍ ଇଚା ହୁରୁଣ୍ କଃରୁକେ କାମ୍ ନଃକେରି, ମଃତର୍ ମକ୍ ହଃଟାୟ୍ଲା ଉବାର୍ ଇଚା ହୁରୁଣ୍ କଃରୁକେ କାମ୍ କଃରୁଲେ ।”
31 ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ।
“ଜଦି ମୁୟ୍ ମର୍ ନିଜାର୍ ବିସୟେ ନିଜେ କଃତା କୟ୍ଦ୍, ତଃନ୍ଅୟ୍ଲେକ୍ ମର୍ ସାକି ଦିଲାର୍ ସଃତ୍ ନାୟ୍ ।
32 ମୋʼ ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋʼ ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ।
ମର୍ ବାଟ୍ ଅୟ୍ ଜେ କଃତା କଃଉଁଲା ସେ ଆରେଗଟ୍ ଲକ୍; ଆରେକ୍ ମର୍ ବିସୟେ ସେ ଜାୟ୍ରି ସାକି ଦେଉଁଲା, ସେ କଃତା ସଃତ୍, ସେରି ମୁୟ୍ ଜାଣି ।
33 ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି;
ତୁମିମଃନ୍ ଜହନ୍ ହାକ୍ ଲକ୍ ହଃଟାୟ୍ ରିଲାସ୍, ଆର୍ ସେ ସଃତ୍ ହାକ୍ ଅୟ୍ କଃତା ସାକି ଦଃୟ୍ଆଚେ ।
34 କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହିସବୁ କହୁଅଛି।
ମୁୟ୍ ଲକାର୍ କଃତା ନଃଦେରି, ମଃତର୍ ଜଃନ୍କଃରି ତୁମିମଃନ୍ ହାହେହୁଣି ମୁକ୍ତି ହାଉଁ ହାରାସ୍ ସେତାକ୍ ଇରିମଃନ୍ ସାକି ଦେଉଁଲେ ।
35 ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ।
ଜହନ୍ ଗଟ୍ କଃଚ୍ତିରିଲା ଉଜାଳ୍ ଦେତା କୁପି ହର୍ ରିଲା, ଆର୍ ତୁମିମଃନ୍ ଅଃଳକ୍ ଦିନ୍ ହଃତେକ୍ ସେ ଉଜାଳେ ଉଜାଳ୍ ଅଃଉଁକେ ମଃନ୍ କଃର୍ତି ରିଲାସ୍ ।
36 କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି।
ମଃତର୍ ଜହନ୍ ତଃୟ୍ହୁଣି ମର୍ ଗଟେକ୍ ବଃଡ୍ ସାକି ଆଚେ, ବଃଲେକ୍ ମର୍ ଉବା ଜୁୟ୍ କାମ୍ ସଃରାଉଁକେ ଦିଲାଆଚେ, ସେ ସଃବୁ ମୁୟ୍ କଃରୁଲେ, ଉବା ମକ୍ ହଃଟାୟ୍ ଆଚେ ବଃଲି ସେସଃବୁ ମର୍ ବିସୟେ କଃଉଁଲି ।
37 ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋʼ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି। ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ,
ଆର୍ ଜୁୟ୍ ଉବା ମକ୍ ହଃଟାୟ୍ଲା, ସେ ମର୍ ବିସୟେ ସାକି ଦେଉଁଲା । ତୁମିମଃନ୍ କଃବେ ହେଁ ତାର୍ ଟଣ୍ଡ୍ ନଃସୁଣାସ୍ କି ତାର୍ ମୁଉଁ ନଃଦେକାସ୍,
38 ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ।
ଆର୍ ତାର୍ କଃତା ତୁମାର୍ ମଃନ୍ ବିତ୍ରେ ଟାଣ୍ ନଃହାୟ୍, ବଃଲେକ୍ ଇସ୍ୱର୍ ଜାକେ ହଃଟାୟ୍ଲା, ତାକେ ତୁମିମଃନ୍ ବିସ୍ୱାସ୍ ନଃକେରୁଲାସ୍ ।
39 ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି। (aiōnios )
ତୁମିମଃନ୍ ଦଃର୍ମ୍ ସାସ୍ତର୍ ଲଳୁଲାସ୍, ବଃଲେକ୍ ସେତିହୁଣି ଅଃମ୍ବର୍ ଜିବନ୍ ହାଉନ୍ଦ୍ ବଃଲି ବାବୁଲାସ୍; ଆର୍, ସେ ଦଃର୍ମ୍ସାସ୍ତର୍ ମର୍ ବିସୟେ ସାକି ଦେଉଁଲି । (aiōnios )
40 କିନ୍ତୁ ତୁମ୍ଭେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋʼ ନିକଟକୁ ଆସିବାକୁ ଇଚ୍ଛା କରୁ ନାହଁ।
ମଃତର୍ ତୁମିମଃନ୍ ଜିବନ୍ ହାଉଁକ୍ ମର୍ ଲଃଗେ ଆସୁକ୍ ମଃନ୍ ନଃକେରୁଲାସ୍ ।
41 ମୁଁ ମନୁଷ୍ୟମାନଙ୍କଠାରୁ ଗୌରବ ଗ୍ରହଣ କରେ ନାହିଁ,
ମୁୟ୍ ମାନାୟ୍ମଃନାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉଁକ୍ ମଃନ୍ ନଃକେରି,
42 ମାତ୍ର ମୁଁ ତୁମ୍ଭମାନଙ୍କୁ ଜାଣିଅଛି, ତୁମ୍ଭମାନଙ୍କ ଅନ୍ତରରେ ଈଶ୍ବରଙ୍କ ପ୍ରେମ ନାହିଁ।
ମଃତର୍ ମୁୟ୍ ତୁମିମଃନ୍କେ ଜାଣିଆଚି, ତୁମିମଃନ୍ କଃନ୍କା ଲକ୍, ଆର୍ ତୁମିମଃନାର୍ ମଃନ୍ ବିତ୍ରେ ଇସ୍ୱରାର୍ ଗିନେ ଲାଡ୍ ନାୟ୍ ।
43 ମୁଁ ମୋହର ପିତାଙ୍କ ନାମରେ ଆସିଅଛି, ଆଉ ତୁମ୍ଭେମାନେ ତ ମୋତେ ଗ୍ରହଣ କରୁ ନାହଁ; ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମ୍ଭେମାନେ ତାହାକୁ ଗ୍ରହଣ କରିବ।
ମୁୟ୍ ମର୍ ଉବାର୍ ନାଉଁଏ ଆୟ୍ଲେ ଆଚି, ଆର୍ ତୁମିମଃନ୍ ତ ମକେ ନଃଦେରୁଲାସ୍; ମଃତର୍ ବିନ୍ ଲକ୍ ଜଦି ନିଜାର୍ ନାଉଁଏ ଆସେଦ୍, ତଃବେ ତୁମିମଃନ୍ ତାକ୍ ଦଃରାସ୍ ।
44 ତୁମ୍ଭେମାନେ କିପରି ବିଶ୍ୱାସ କରିପାର? ତୁମ୍ଭେମାନେ ତ ପରସ୍ପରଠାରୁ ଗୌରବ ଗ୍ରହଣ କରୁଅଛ, ପୁଣି, ଏକମାତ୍ର ଈଶ୍ବରଙ୍କଠାରୁ ଯେଉଁ ଗୌରବ, ତାହା ପାଇବା ପାଇଁ ଚେଷ୍ଟା କରୁ ନାହଁ।
ତୁମିମଃନ୍ ମକ୍ କଃନ୍କଃରି ବିସ୍ୱାସ୍ କଃରାସ୍? ତୁମିମଃନ୍ ତ ତୁମାର୍ ତୁମାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉଁଲାସ୍, ମଃତର୍ ଗଟେକ୍ ବଃଲି ଇସ୍ୱରାର୍ ଜୁୟ୍ ଜଃଜ୍ମାନ୍ ଆଚେ ସେରି ହାଉଁକ୍ ମଃନ୍ ନଃକେରୁଲାସ୍ ।
45 ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି।
ମୁୟ୍ ଜେ ଉବାର୍ ଲଃଗେ ତୁମାର୍ ବିରଦେ କଃତା କୟ୍ନ୍ଦ୍, ଇରି ବାବା ନାୟ୍; ଜୁୟ୍ ମସାକ୍ ତୁମିମଃନ୍ ଆସା କଃରି ଆଚାସ୍, ସେ ତୁମାର୍ ବିରଦେ କଃତା କଃଉଁଲା ।
46 କାରଣ ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କରିଥାଆନ୍ତ, ତେବେ ମୋତେ ବିଶ୍ୱାସ କରିଥାଆନ୍ତ, ଯେଣୁ ସେ ମୋʼ ବିଷୟରେ ଲେଖିଅଛନ୍ତି।
ବଃଲେକ୍ ତୁମିମଃନ୍ ଜଦି ମସାକ୍ ବିସ୍ୱାସ୍ କଃରି ରିଲେକ୍ ମକ୍ ହେଁ ବିସ୍ୱାସ୍ କଃଲାସ୍ ହୁଣି, ବଃଲେକ୍, ସେ ମର୍ ବିସୟେ ଲେକିଆଚେ ।
47 କିନ୍ତୁ ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ?”
ମଃତର୍ ତୁମିମଃନ୍ ଜଦି ମସା ଲେକ୍ଲା ଲେକା ବିସ୍ୱାସ୍ ନଃକେରୁଲାସ୍, ତଃବେ କଃନ୍କଃରି ମୁୟ୍ କୟ୍ଲା କଃତାକ୍ ବିସ୍ୱାସ୍ କଃରାସ୍?”