< ଯୋହନ 4 >

1 ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି
ଜଅନର୍‌ତେଇଅନି ଜିସୁକେ ଅଦିକ୍‌ ସିସ୍‌ ଅଇବାଟା ଆରି ଡୁବନ୍‌ ଦେବା କାତା ପାରୁସିମନ୍‌ ସୁନ୍‌ଲାଇ ।
2 (ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ,
ଜିସୁ ସତ‍ଇସେ ନିଜେ କାକେ ମିସା ଡୁବନ୍‌ ନ ଦେଇତେ ରଇଲା, ମାତର୍‌ ତାର୍‌ ସିସ୍‌ମନ୍‌ ଡୁବନ୍‌ ଦେଇତେ ରଇଲାଇ ।
3 ସେତେବେଳେ ସେ ଯିହୂଦିୟା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ।
ତାର୍‌ ବିସଇ ନେଇ ଲକ୍‌ମନ୍‌ ଏନ୍ତାରି କାତା ଅଇବାଟା ସୁନି, ଜିସୁ ଜିଉଦା ରାଇଜ୍‌ ଚାଡିକରି ଆରି ତରେକ୍‌ ଗାଲିଲି ଦେସେ ଉଟିଗାଲା ।
4 କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା।
ମାତର୍‌ ତାକେ ସମିରଣ୍‌ ଗଡ୍‌ ବାଟେ ଜିବାକେ ପଡ୍‌ଲା ।
5 ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ;
ଆରି ଜାକୁବ୍‌ ତାର୍‌ ନିଜର୍‌ ପିଲା ଜସେପ୍‌କେ ଜନ୍‌ ଜାଗା ଦାନ୍‌ ଦେଇରଇଲା, ସେ ଲଗେ ସମିରଣ୍‌ ଗଡର୍‌ ଗଟେକ୍‌ ସୁକାର୍‌ ନାଉଁର୍‌ ଜାଗାଇ ଜିସୁ ଆସି କେଟ୍‌ଲା ।
6 ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା।
ସେ ଜାଗାଇ ଜାକୁବର୍‌ ଗଟେକ୍‌ କୁଇସାଲ୍‌ ରଇଲା । ଜିସୁ ଇଣ୍ଡି ଇଣ୍ଡି ତାକି ଜାଇକରି କୁଇସାଲ୍‌ ଲଗେ ବସି ରଇଲା । ସେବେଲା ଟିଆମୁଇଦାନ୍‌ ଅଇରଇଲା ।
7 ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା। ଯୀଶୁ ତାହାକୁ କହିଲେ, “ମୋତେ ପିଇବାକୁ ଦିଅ।”
ଗଟେକ୍‌ ସମିରଣିୟ ମାଇଜି କୁଇସାଲେ ପାନି ନେବାକେ ଆଇଲା । ଆରି ଜିସୁ ସେ ମାଇଜିକେ କଇଲା, “ଏ ମା ମକେ ଗୁଡିକ୍‌ ପାନି କାଇବାକେ ଦେ ।”
8 କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ।
ସେଡ୍‌କିବେଲେ ତାର୍‌ ସିସ୍‌ମନ୍‌ କାଦି ଗେନ୍‌ବାକେ ଗଡ୍‌ ବିତ୍‌ରେ ଜାଇରଇଲାଇ ଆରି ଜିସୁ ଗଟେକ୍‌ ଲକ୍‌ ସେ ରଇଲା ।
9 ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୁଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋʼ ହାତରୁ ପିଇବାକୁ ମାଗୁଅଛନ୍ତି? କାରଣ ଶମିରୋଣୀୟମାନଙ୍କ ସହିତ ଯିହୁଦୀମାନଙ୍କର ବ୍ୟବହାର ନାହିଁ।
ତେଇ ସମିରଣିୟ ମାଇଜି କାବାଅଇ ଜିସୁକେ କଇଲା, “ତୁଇ ଗଟେକ୍‌ ଜିଉଦି ଲକ୍‌ ଆରି ମୁଇ ଗଟେକ୍‌ ସମିରଣିୟ, ତୁଇ କେନ୍ତି ମର୍‌ ଆତର୍‌ ପାନି କାଇବାକେ ମାଙ୍ଗ୍‌ଲୁସ୍‌ନି?” କାଇକେ ବଇଲେ, ଜିଉଦି ଲକ୍‌ମନ୍‌ ସମିରଣିୟ ଲକ୍‌ମନର୍‌ କାଇବାତେଇ ନ କାଇତେ ରଇଲାଇ ।
10 ଯୀଶୁ ତାହାକୁ ଉତ୍ତର ଦେଲେ, “ଈଶ୍ବରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।”
୧୦ଜିସୁ ତାକେ କଇଲା, “ପର୍‌ମେସର୍‌ ଦେବା ଦାନର୍‍ ବିସଇ, ତୁଇ ଅଲପ୍‌ ଆଲେ ଜାନି ରଇଲେ ଆରି ମୁଇ କେ ବଲି ଜାନ୍‌ତୁସ୍‌ ବଇଲେ ମକେ ମାଙ୍ଗ୍‌ତୁସ୍‌ । ଆରି ମୁଇ ତକେ ଜିବନ୍‌ ଦେବା ପାନି ଦେଇତି ।”
11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି?
୧୧ମାଇଜି କଇଲା, “ଆଗିଆଁ, ତମର୍‌ ଲଗେତା ପାନି ଜିକ୍‌ବାକେ ବାଲ୍‌ଟିନାଇ, ଆରି ଏ କୁଇସାଲ୍‌ ବେସି ଡେଙ୍ଗ୍‌ ଆଚେ । କନ୍ତିଅନି ତମେ ଜିବନ୍‌ ଦେବା ପାନି ମିଲାଇସୁ?
12 ଆମ୍ଭମାନଙ୍କର ଯେଉଁ ପିତୃ-ପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାହାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ?
୧୨ତୁଇ କାଇ ଆମର୍‌ ଆନିଦାଦି ଜାକୁବର୍‌ତେଇ ଅନି ବଡ୍‌ କି? ଜାକୁବ୍‌ ଆମ୍‌କେ ଏ କୁଇସାଲ୍‌ ଦେଇରଇଲା । ସେ ନିଜେ ମିସା ଏ କୁଇସାଲର୍‌ ପାନି କାଇତେରଇଲା । ତାର୍‌ ଗରର୍‌ ଲକ୍‌ମନ୍‌ ଆରି ସେ ପସିରଇଲା ଗରୁଗାଇମନ୍‌ ଇତିର୍‌ ପାନି କାଇଲାଇ” ବଲି କଇଲା ।
13 ଯୀଶୁ ତାହାକୁ ଉତ୍ତର ଦେଲେ, “ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ;
୧୩ଜିସୁ ତାକେ କଇଲା, “ଏ କୁଇସାଲର୍‌ ପାନି କାଇବା ସବୁ ଲକ୍‌ମନ୍‌କେ ଆରିସେ ସସ୍‌ ଲାଗ୍‌ସି ।
14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ।” (aiōn g165, aiōnios g166)
୧୪ମାତର୍‌ ମୁଇ ଜନ୍‌ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍‌ ନ ଲାଗେ । ମୁଇ ଜନ୍‌ ପାନି ଦେବି, ସେଟା ଜିବନ୍‌ ଦେବା ପାନି ପାରା ଉଚ୍‌ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍‌ବା ଜିବନ୍‌ ପାଇସି ।” (aiōn g165, aiōnios g166)
15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ।
୧୫ସେ ମାଇଜି ଜିସୁକେ କଇଲା, “ଏ ଆଗିଆଁ ମକେ ସେ ପାନି ଦେ, ଜେନ୍ତିକି କେବେ ମିସା ମକେ ସସ୍‌ ନ ଲାଗ ଆରି ମୁଇ ଏତେକ୍‌ ଦୁର୍‌ ପାନି ନେବାକେ ନ ଆସି ।”
16 ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ।”
୧୬ଜିସୁ ସେ ତାକେ କଇଲା, “ତୁଇ ଜାଇକରି ତର୍‌ ମୁନୁସ୍‌କେ ଇତି ଡାକିଆନ୍‌ ।”
17 ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋହର ସ୍ୱାମୀ ନାହିଁ। ଯୀଶୁ ତାହାଙ୍କୁ କହିଲେ, “ମୋହର ସ୍ୱାମୀ ନାହିଁ, ଏହା ତ ଠିକ୍ କହିଲ;
୧୭ସେ ମାଇଜି “ମକେ ମୁନୁସ୍‌ ନାଇ” ବଲି କଇଲା । ଜିସୁ ତାକେ କଇଲା, “ମକେ ମୁନୁସ୍‌ ନାଇ ବଲି ସତ୍‌ କାତା କଇଆଚୁସ୍‌ ।
18 କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ।”
୧୮କାଇକେ ବଇଲେ ତର୍‌ ପାଁଚ୍‌ଟା ମୁନୁସ୍‌ ରଇଲାଇ ଆରି ଏବେ ତୁଇ ଜନ୍‌ ଲକର୍‌ ସଙ୍ଗ୍‌ ଆଚୁସ୍‌, ସେ ମିସା ତର୍‌ ମୁନୁସ୍‌ ନଏଁ । ଏଟା ସତ୍‌ କଇଆଚୁସ୍‌ ।”
19 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି।
୧୯ସେ ମାଇଜି କଇଲା, “ଏ ଆଗିଆଁ ତୁଇ ଗଟେକ୍‌ ବବିସତର୍‌ କାତା କଇବା ଲକ୍‌ ବଲି, ଏବେ ମୁଇ ଜାନିପାର୍‌ଲିନି ।
20 ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମ ସହରରେ ଅଛି।
୨୦ଆମର୍‌ ସମିରଣିୟ ଆନିଦାଦିମନ୍‌ ପର୍‌ମେସର୍‌କେ ଏ ଡଙ୍ଗ୍‌ରେ ଉପାସନା କର୍‌ତେ ରଇଲାଇ । ମାତର୍‌ ତମେ ଜିଉଦି ଲକ୍‌ମନ୍‌ କଇଲାଇନି ଜିରୁସାଲମ୍‌ସେ ପର୍‌ମେସର୍‌କେ ଉପାସନା କର୍‌ବା ଟିକ୍‌ ଜାଗା ।”
21 ଯୀଶୁ ତାହାକୁ କହିଲେ, “ଆଗୋ ନାରୀ, ମୋʼ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମ ସହରରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି।
୨୧ଜିସୁ ତାକେ କଇଲା, “ଏ ମାଆ ମର୍‌କାତା ବିସ୍‌ବାସ୍‌ କର୍‌ । ଏନ୍ତାରି ବେଲା ଆଇଲାନି ତମେ ପର୍‌ମେସର୍‌କେ ଏ ଡଙ୍ଗ୍‌ରେ କି ଜିରୁସାଲାମେ ମିସା ଉପାସନା ନ କରାସ୍‌ ।
22 ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ।
୨୨ତମେ ସମିରଣ୍‌ ଲକ୍‌ମନ୍‌ ଜାକେ ଉପାସନା କଲାସ୍‌ନି ତାକେ ସତ‍ଇସେ ନାଜାନାସ୍‌ । ମାତର୍‌ ଆମେ ଜିଉଦି ଲକ୍‌ମନ୍‌ ତାକେ ଜାନିକରି ଉପାସନା କଲୁନି । କାଇକେ ବଇଲେ ମୁକ୍‌ତି ଜିଉଦି ଲକ୍‌ମନର୍‌ ତେଇଅନି ଆଇସି ।
23 କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ଈଶ୍ବର ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି।
୨୩ବେଲା ଆଇଲାନି ଆରି ସେ ବେଲା କେଟ୍‌ଲାବେ, ଜେଡେବେଲା କି ସୁକଲ୍‌ଆତ୍‌ମାର୍‌ ବପୁସଙ୍ଗ୍‌ ଲକ୍‌ମନ୍‌, ବାବା ପର୍‌ମେସର୍‌କେ ନିକସଙ୍ଗ୍‌ ଚିନ୍‌ବାଇ । ସେବେଲେ ସେମନ୍‌ ତାକର୍‌ ମନେ ସତ୍‌ସଙ୍ଗ୍‌ ଉପାସନା କର୍‌ବାଇ । ସେନ୍ତି ଉପାସନା କର୍‌ବା ଲକ୍‌ମନ୍‌କେ ବାବା ମନ୍‌ କଲାନି ।
24 ଈଶ୍ବର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ।”
୨୪ପର୍‌ମେସର୍‌ ଅଇଲାନି ଆତ୍‌ମା । ଆରି ଜନ୍‌ଲକ୍‌ମନ୍‌ ତାକେ ଉପାସନା କଲାଇନି, ସେମନ୍‌ ସତ୍‌ସଙ୍ଗ୍‌ ଆତ୍‌ମାଇ ଉପାସନା କର୍‌ବାର୍‌ଆଚେ ।”
25 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।
୨୫ସେ ମାଇଜି କଇଲା, “ମୁଇ ଜାନି, ମସିଅ ଜାକେ କି କିରିସ୍‌ଟ ବଲ୍‌ବାଇ । ସେବେଲାଇ ଆସି ଆମ୍‌କେ ସବୁ ବିସଇ ବୁଜାଇ ଦେଇସି ।”
26 ଯୀଶୁ ତାହାକୁ କହିଲେ, “ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ।”
୨୬ଜିସୁ ତାକେ କଇଲା, “ଏବେ ତର୍‌ ସଙ୍ଗ୍‌ ଜେ କାତା ଅଇଲାନି, ମୁଇ ସେ ।”
27 ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ।
୨୭ସେବେଲା ଜିସୁର୍‌ ସିସ୍‌ମନ୍‌ ଗଡେଅନି ବାଉଡି ଆଇଲାଇ । ଜିସୁ ଗଟେକ୍‌ ମାଇଜିସଙ୍ଗ୍‌ କାତା ଅଇବାଟା ଦେକି କାବାଅଇଗାଲାଇ । ମାତର୍‌ ତାକେ କେ ମିସା ତୁଇ କାଇକେ ତାର୍‌ ସଙ୍ଗ୍‌ କାତା ଅଇଲୁସ୍‌ନି, କି କାଇ ବିସଇ ତମେ କାତା ଅଇତେ ରଇଲାସ୍‌? ବଲି ପାଚାର୍‌ବାକେ ସାଆସ୍‌ କରତ୍‌ନାଇ ।
28 ସେଥିରେ ସେହି ସ୍ତ୍ରୀ ଆପଣା ଜାହାଲା ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ,
୨୮ତାର୍‌ ପଚେ ସେ ମାଇଜି ତାର୍‌ ଆଣ୍ଡିର୍‌ ପାନି, ତେଇ ଚାଡିକରି ସଅର୍‌ ବିତ୍‌ରେ ଉଟିଗାଲା ଆରି ଜାଇକରି ସବୁ ଲକ୍‌ମନ୍‌କେ କଇଲା,
29 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା?
୨୯“ଆସା ଗଟେକ୍‌ ଲକ୍‌କେ ଦେକ୍‌ସା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ସେ ପର୍‌ମେସର୍‌ ବାଚି ପାଟାଇଲା ରାଜା ମସିଅ ଅଇଲେ ଅଇରଇସି କାଇକି ।”
30 ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ।
୩୦ସେଟାର୍‌ପାଇ ଲକ୍‌ମନ୍‌ ସଅରେ ଅନି ବାରଇକରି ଜିସୁକେ ଦେକ୍‌ବାକେ ଗାଲାଇ ।
31 ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରନ୍ତୁ।
୩୧ଏତ୍‌କି ବିତ୍‌ରେ ସିସ୍‌ମନ୍‌ ଜିସୁକେ “ଏ ଗୁରୁ କାଇଟା ଆଲେ ଅଲପ୍‌ କାଆ ।” ବଲି ବାବୁଜିଆ କଲାଇ ।
32 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି।”
୩୨ମାତର୍‌ ଜିସୁ ସେମନ୍‌କେ କଇଲା, “ମର୍‌ ଲଗେ ଜନ୍‌ କାଦି ଆଚେ, ସେ କାଦିର୍‍ ବିସଇ ତମେ ନାଜାନାସ୍‌ ।”
33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଅଛି ପରା?
୩୩ସେଟାର୍‌ ପାଇ ସିସ୍‌ମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କୁଆବଲା ଅଇଲାଇ, “ତାର୍‌ପାଇ କେ କାଦି ଆନିଦେଲାଇ ଆଚତ୍‌ କି?”
34 ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ।
୩୪ଜିସୁ ସେମନ୍‌କେ କଇଲା, “ମକେ ପାଟାଇରଇବା ପର୍‌ମେସର୍‌ ମନ୍‌କଲାଟା ମାନିକରି ଆରି ସେ ଦେଇରଇବା କାମ୍‌ ପୁରାପୁରୁନ୍‌ କର୍‌ବାଟାସେ ମର୍‌ କାଦି ।
35 ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି।
୩୫ଚାରି ମାସ୍‌ ଗାଲେ କାଟାବେଟା ଦିନ୍‌ ଆଇସି ବଲି ତମେ କଇତେରଇସା । ମାତର୍‌ ମୁଇ ତମ୍‌କେ କଇଲିନି କେତ୍‌ମନ୍‌କେ ନିକ କରି ଦେକିଦେକା । ଏବେ ତେଇର୍‌ ତାସ୍‌ ପାଚିଗାଲା ଆଚେ ଆରି କାଟ୍‌ବା ବେଲା ସମାନ୍‌ ଅଇଲା ଆଚେ ।
36 ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି। (aiōnios g166)
୩୬ଏବେ ମିସା ଜନ୍‌ ଲକ୍‌ ତାସ୍‌ କାଟ୍‌ଲାନି ତାକେ ବୁତି ଦିଆ ଅଇଲାନି, ସେ ନ ସାର୍‌ବା ଜିବନର୍‌ ପାଇ ତାସ୍‌ ଟୁଲିଆଇଲାନି । ସେଟାର୍‌ ପାଇ ବୁନ୍‌ଲା ଲକ୍‌ ଆରି କାଟ୍‌ବା ଦୁଇ ଲକ୍‌ଜାକ ମିସି ସାର୍‌ଦା କର୍‌ବାଇ । (aiōnios g166)
37 କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ।
୩୭କାଇକେବଇଲେ ଗଟେକ୍‌ ଲକ୍‌ ବିଅନ୍‌ ବୁନ୍‌ଲେ ସେଟା ବିନ୍‌ ଲକ୍‌ କାଟ୍‌ସି । ଏ କାତା ପୁରାପୁରୁନ୍‌ ସତ୍‌ ।
38 ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ।”
୩୮ତମେ ଜନ୍ତି ବୁନି ନ ରଇଲାସ୍‌ ତେଇ କାଟ୍‌ବାକେ ପାଟାଇଆଚି । ବିନ୍‌ ଲକ୍‌ମନ୍‌ କାମ୍‌କଲାଇ ଆରି ତମେ ସେମନ୍‌ କଲା କାମେଅନି ଲାବ୍‍ ପାଇଲାସ୍‌ନି ।”
39 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
୩୯ସେ ସଅରର୍‌ କେତେକ୍‌ କେତେକ୍‌ ସମିରଣିୟମନ୍‌ ଜିସୁକେ ବିସ୍‌ବାସ୍‌ କଲାଇ । କାଇକେବଇଲେ, ସେ ମାଇଜି ସେମନ୍‌କେ କଇରଇଲା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା ।
40 ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ।
୪୦ଆରି ସମିରଣିୟ ଲକ୍‌ମନ୍‌ ଜିସୁର୍‌ ଲଗେ ଆସି ତାର୍‌ ସଙ୍ଗ୍‌ କେତେ ଦିନ୍‌ ରଇବାକେ ଗୁଆରି କଲାଇ, ସେଟାର୍‌ପାଇ ସେ ତେଇ ଦୁଇ ଦିନ୍‌ ରଇଲା ।
41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ।
୪୧ଜିସୁର୍‌ କାତା ସୁନି ତାକେ ବେସି ଲକ୍‌ମନ୍‌ ବିସ୍‌ବାସ୍‌ କଲାଇ ।
42 ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ।
୪୨ଲକ୍‌ମନ୍‌ ସେ ମାଇଜିକେ କଇଲାଇ, “ତୁଇ କଇଲାକେ ଆମେ ବିସ୍‌ବାସ୍‌ କରୁନାଇ, ଆମେ ନିଜେ ତାର୍‌ କାତା ସୁନି କରି ଏ ଆକା ଦୁନିଆର୍‌ ରକିଆକରୁ ବଲି ବିସ୍‌ବାସ୍‌ କଲୁ ।”
43 ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ।
୪୩ଜିସୁ ତେଇ ଦୁଇ ଦିନ୍‌ ରଇଲା ପଚେ ଗାଲିଲି ରାଇଜେ ଗାଲା ।
44 କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ।
୪୪ଆରି ଗଟେକ୍‌ ବବିସତ୍‌ବକ୍‌ତା ନିଜର୍‌ ଦେସେ ସନ୍‌ମାନ୍‌ ନ ପାଏ ବଲି ଜିସୁ ଆଗ୍‌ତୁସେ ତାର୍‌ ସିସ୍‌ମନ୍‌କେ କଇରଇଲା ।
45 ପୁଣି, ସେ ଗାଲିଲୀକୁ ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମ ସହରରେ ଯାହା ଯାହା କରିଥିଲେ, ସେହିସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ।
୪୫ସେଟାର୍‌ପାଇ ସେ ଜେଡେବେଲା ଗାଲିଲି ଦେସେ କେଟ୍‌ଲା, ସେବେଲା ଲକ୍‌ମନ୍‌ ଆଲାଦ୍‌ ସଙ୍ଗ୍‌ ଡାକିନେଲାଇ । କାଇକେବଇଲେ ଆଗେ ଜିରୁସାଲାମେ ନିସ୍‌ତାର୍‌ ପରବ୍‌ଟାନେ ସେମନ୍‌ ସେ କରିରଇବା କାମ୍‌ ସବୁ ଦେକିରଇଲାଇ ।
46 ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ। ଆଉ ଜଣେ ରାଜକର୍ମଚାରୀ ଥିଲେ, ତାହାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା।
୪୬ଜିସୁ ଗାଲିଲିର୍‌ କାନା ନାଉଁର୍‌ ଗଡେ ଆରି ତରେକ୍‌ ଗାଲା । ସେ ଗଡେସେ ପାନି ଅଙ୍ଗୁର୍‌ ରସ୍‌ କରିରଇଲା । ତେଇ ରମିଅ ସାସନ୍‍କାରିଆର୍‍ ଗଟେକ୍‌ ମୁକିଅ ଲକର୍‌ ପଅ କପର୍‌ନାଉମେ ଜର୍‌ ଅଇରଇଲା ।
47 ଯୀଶୁ ଯିହୂଦିୟା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାହାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍‍ ହୋଇଥିଲା।
୪୭ଜିସୁ ଜିଉଦାଇ ଅନି ଗାଲିଲି ଆଇଲା ଆଚେ ବଲି ସୁନିକରି ଜର୍‌ ଅଇଲା ପିଲାର୍‌ ବାବା ତାର୍‍ ଲଗେ ଗାଲା । ମର୍‌ବା ସମାନ୍‌ ଅଇରଇବା ପିଲାକେ ନିମାନ୍‌ କର୍‌ବାକେ କପର୍‌ନାଉମେ ଜୁ ବଲି ଜିସୁକେ ଜୁଆର୍‌ ବିଆର୍‌ କଲା ।
48 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ।”
୪୮ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍‌ ଚିନ୍‌ମନ୍‌ ନ ଦେକ୍‌ଲେ କେବେ ମିସା ମକେ ବିସ୍‌ବାସ୍‌ ନ କରାସ୍‌ ।”
49 ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ।
୪୯ସେ ଲକ୍‌ ତାକେ କଇଲା, “ଏ ଗୁରୁ, ମର୍‌ ପିଲା ନ ମର୍‌ବା ଆଗ୍‌ତୁ ତମେ ମର୍‌ ସଙ୍ଗ୍‌ ଆସା ।”
50 ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଯୀଶୁ ସେହି ବ୍ୟକ୍ତିଙ୍କୁ ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ।
୫୦ଜିସୁ ତାକେ କଇଲା, “ଏବେ ତୁଇ ତର୍‌ ଗରେ ଜା, ତର୍‌ ପିଲା ଜିବନ୍‌ ଅଇଗାଲାବେ ।” ସେ ଲକ୍‌ ଜିସୁ କଇରଇବା କାତା ବିସ୍‌ବାସ୍‌ କରି ବାଉଡିଗାଲା ।
51 ପୁଣି, ସେ ଯାଉ ଯାଉ ତାହାଙ୍କ ଦାସମାନେ ତାହାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ।
୫୧ସେ ଗରେ ଗାଲାବେଲେ ତାର୍‌ କେତେଟା ଗତି ଦାଙ୍ଗ୍‌ଡାମନ୍‌ ତାକେ ବେଟ୍‍ପାଇକରି, “ତର୍‌ ପିଲା ନିମାନ୍‌ ଅଇଲାବେ” ବଲି କଇଲାଇ ।
52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାହାଙ୍କୁ କହିଲେ, କାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାହାକୁ ଜ୍ୱର ଛାଡ଼ିଗଲା।
୫୨ସେ ଲକ୍‌ ତାର୍‌ ଗତିଦାଙ୍ଗ୍‌ଡାମନ୍‌କେ ପାଚାର୍‌ଲା, “ପିଲା କେଡେବେଲେ ନିମାନ୍‌ ଅଇଲା?” ଗତିଦାଙ୍ଗ୍‌ଡାମନ୍‌, “କାଲି ଗଁଟେ ବେଲେ ନିମାନ୍‌ ଅଇଲା” ବଲି କଇଲାଇ ।
53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ “ତୁମ୍ଭର ପୁତ୍ର ବଞ୍ଚିଲାଣି” ବୋଲି ତାହାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାହାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ।
୫୩ଜିସୁ ଟିକ୍‌ ସେବେଲାସେ ତର୍‌ ପିଲା ନିମାନ୍‌ ଅଇଲାବେ ବଲି କଇରଇଲାଟା ସେ ମୁକିଅ ଲକ୍‌ ମନେପାକାଇଲା । ସେଟାର୍‌ପାଇ ସେ ଲକ୍‌ ଆରି ତାର୍‌ ଗରର୍‌ ସବୁ ଲକ୍‌ ଜିସୁକେ ବିସ୍‌ବାସ୍‌ କଲାଇ ।
54 ଯିହୂଦିୟା ପ୍ରଦେଶରୁ ପୁର୍ନବାର ଗାଲିଲୀ ପ୍ରଦେଶକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ।
୫୪ଜିସୁ ଜିଉଦାଇ ଅନି ଗାଲିଲି ଦେସେ ଆଇଲା ପଚେ ଏଟାସଙ୍ଗ୍‌ ଦୁଇପାଲି କାବାଅଇଜିବା କାମ୍‌ କରି ରଇଲାଟା ।

< ଯୋହନ 4 >