< ଯୋହନ 3 >

1 ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କର ଜଣେ ନେତା।
Ọkùnrin kan sì wà nínú àwọn Farisi, tí a ń pè ní Nikodemu, ìjòyè kan láàrín àwọn Júù.
2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ବରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ବର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ।
Òun náà ní ó tọ Jesu wá ní òru, ó sì wí fún un pé, Rabbi, àwa mọ̀ pé olùkọ́ni láti ọ̀dọ̀ Ọlọ́run wá ni ìwọ ń ṣe, nítorí pé kò sí ẹni tí ó lè ṣe iṣẹ́ àmì wọ̀nyí tí ìwọ ń ṣe, bí kò ṣe pé Ọlọ́run wà pẹ̀lú rẹ̀.
3 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟ ଦେଖି ପାରେ ନାହିଁ।”
Jesu dáhùn ó sì wí fún un pé, “Lóòótọ́ lóòótọ́ ni mo wí fún ọ, bí kò ṣe pé a tún ènìyàn bí, òun kò lè rí ìjọba Ọlọ́run.”
4 ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇପାରେ? ସେ କଅଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ?
Nikodemu wí fún un pé, a ó ti ṣe lè tún ènìyàn bí nígbà tí ó di àgbàlagbà tan? Ó ha lè wọ inú ìyá rẹ̀ lọ nígbà kejì, kí a sì bí i?
5 ଯୀଶୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ।
Jesu dáhùn wí pé, “Lóòótọ́ lóòótọ́ ni mo wí fún ọ, bí kò ṣe pé a fi omi àti Ẹ̀mí bí ènìyàn, òun kò lè wọ ìjọba Ọlọ́run.
6 ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା।
Èyí tí a bí nípa ti ara, ti ara ni; èyí tí a sì bí nípa ti Ẹ̀mí, ti Ẹ̀mí ni.
7 ‘ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ’ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ।
Kí ẹnu kí ó má ṣe yà ọ́, nítorí mo wí fún ọ pé, ‘A kò lè ṣe aláìtún yín bí.’
8 ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ପବିତ୍ର ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର।”
Afẹ́fẹ́ ń fẹ́ sí ibi tí ó gbé wù ú, ìwọ sì ń gbọ́ ìró rẹ̀, ṣùgbọ́n ìwọ kò mọ ibi tí ó gbé ti wá, àti ibi tí ó gbé ń lọ, gẹ́gẹ́ bẹ́ẹ̀ ni olúkúlùkù ẹni tí a bí nípa ti Ẹ̀mí.”
9 ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହିସବୁ କିପରି ହୋଇପାରେ?
Nikodemu dáhùn, ó sì wí fún un pé, “Nǹkan wọ̀nyí yóò ti ṣe lè rí bẹ́ẹ̀?”
10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କଅଣ ଏହିସବୁ ବୁଝୁ ନାହଁ?
Jesu dáhùn, ó sì wí fún un pé, “Ṣé olùkọ́ni ní Israẹli ni ìwọ ń ṣe, o kò sì mọ nǹkan wọ̀nyí?
11 ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି, ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ।
Lóòótọ́ lóòótọ́ ni mo wí fún ọ, Àwa ń sọ èyí tí àwa mọ̀, a sì ń jẹ́rìí èyí tí àwa ti rí; ẹ̀yin kò sì gba ẹ̀rí wa.
12 ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ?
Bí mo bá sọ ohun ti ayé yìí fún yín, tí ẹ̀yin kò sì gbàgbọ́, ẹ̀yin ó ti ṣe gbàgbọ́ bí mo bá sọ ohun ti ọ̀run fún yín?
13 ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ।
Kò sì ṣí ẹni tí ó gòkè re ọ̀run bí kò ṣe ẹni tí ó ti ọ̀run sọ̀kalẹ̀ wá, Ọmọ Ènìyàn tí ń bẹ ní ọ̀run.
14 ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ପିତ୍ତଳର ଏକ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ,
Bí Mose sì ti gbé ejò sókè ní aginjù, bẹ́ẹ̀ gẹ́gẹ́ ni a kò le ṣe aláìgbé Ọmọ Ènìyàn sókè pẹ̀lú.
15 ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।” (aiōnios g166)
Kí ẹnikẹ́ni tí ó bá gbà á gbọ́, kí ó má bà á ṣègbé, ṣùgbọ́n kí ó le ní ìyè àìnípẹ̀kun.” (aiōnios g166)
16 କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। (aiōnios g166)
“Nítorí Ọlọ́run fẹ́ aráyé tó bẹ́ẹ̀ gẹ́ẹ́, tí ó fi ọmọ rẹ̀ kan ṣoṣo fún ni, kí ẹnikẹ́ni tí ó bá gbà á gbọ́, má bà á ṣègbé, ṣùgbọ́n kí ó lè ní ìyè àìnípẹ̀kun. (aiōnios g166)
17 ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ।
Nítorí Ọlọ́run kò rán ọmọ rẹ̀ sí ayé láti dá aráyé lẹ́jọ́; ṣùgbọ́n kí a le ti ipasẹ̀ rẹ̀ gba aráyé là.
18 ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ବରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ।
Ẹni tí ó bá gbà á gbọ́, a kò ní dá a lẹ́jọ́; ṣùgbọ́n a ti dá ẹni tí kò gbà á gbọ́ lẹ́jọ́ ná, nítorí tí kò gba orúkọ ọmọ kan ṣoṣo ti Ọlọ́run gbọ́.
19 ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ।
Èyí ni ìdájọ́ náà pé, ìmọ́lẹ̀ wá sí ayé, àwọn ènìyàn sì fẹ́ òkùnkùn ju ìmọ́lẹ̀ lọ, nítorí tí iṣẹ́ wọn burú.
20 କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ।
Nítorí olúkúlùkù ẹni tí ó bá hùwà búburú ní ìkórìíra ìmọ́lẹ̀, kì í sì í wá sí ìmọ́lẹ̀, kí a má ṣe bá iṣẹ́ rẹ̀ wí.
21 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ବରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ।
Ṣùgbọ́n ẹni tí ó bá ń sọ òtítọ́ ní í wá sí ìmọ́lẹ̀, kí iṣẹ́ rẹ̀ kí ó lè fi ara hàn pé a ṣe wọ́n nípa ti Ọlọ́run.”
22 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦିୟା ପ୍ରଦେଶକୁ ଗଲେ, ଆଉ ସେ ସେହି ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ।
Lẹ́yìn nǹkan wọ̀nyí, Jesu pẹ̀lú àwọn ọmọ-ẹ̀yìn rẹ̀ wá sí ilẹ̀ Judea; ó sì dúró pẹ̀lú wọn níbẹ̀ ó sì ń ṣe ìtẹ̀bọmi fún ni.
23 ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମ ଦେଉଥିଲେ, କାରଣ ସେ ସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ।
Johanu pẹ̀lú sì ń ṣe ìtẹ̀bọmi ní Aenoni, ní agbègbè Salimu, nítorí tí omi púpọ̀ wà níbẹ̀, wọ́n sì ń wá, a sì ń tẹ̀ ẹ́ wọn bọ omi.
24 ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ।
(Nítorí tí a kò tí ì sọ Johanu sínú túbú).
25 ସେଥିମଧ୍ୟରେ ଶୁଚିକ୍ରିୟା ସମ୍ବନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୁଦୀ ସହିତ ବାଦାନୁବାଦ ଘଟିଲା।
Nígbà náà ni iyàn kan wà láàrín àwọn ọmọ-ẹ̀yìn Johanu àti Júù kan nípa ti ìwẹ̀nù.
26 ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାହାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନ ନଦୀର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି।
Wọ́n sì tọ Johanu wá, wọ́n sì wí fún un pé, “Rabbi, ẹni tí ó ti wà pẹ̀lú rẹ lókè odò Jordani, tí ìwọ ti jẹ́rìí rẹ̀, wò ó, òun tẹ àwọn ènìyàn bọ omi, gbogbo ènìyàn sì ń tọ̀ ọ́ wá.”
27 ଯୋହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇପାରେ ନାହିଁ।
Johanu dáhùn ó sì wí pé, “Ènìyàn kò le rí nǹkan kan gbà, bí kò ṣe pé a bá ti fi fún ún láti ọ̀run wá.
28 ମୁଁ ଯେ ଖ୍ରୀଷ୍ଟ ନୁହେଁ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ।
Ẹ̀yin fúnra yín jẹ́rìí mi pé mo wí pé, ‘Èmi kì í ṣe Kristi náà, ṣùgbọ́n pé a rán mi síwájú rẹ̀.’
29 ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାହାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ। ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି।
Ẹni tí ó bá ni ìyàwó ni ọkọ ìyàwó; ṣùgbọ́n ọ̀rẹ́ ọkọ ìyàwó tí ó dúró tí ó sì ń gbóhùn rẹ̀, ó ń yọ̀ gidigidi nítorí ohùn ọkọ ìyàwó; nítorí náà ayọ̀ mi yí di kíkún.
30 ସେ ଅବଶ୍ୟ ବୃଦ୍ଧି ହେଉନ୍ତୁ, ପୁଣି ମୁଁ ହ୍ରାସ ହେବି।
Òun kò lè ṣàì máa pọ̀ sí i, ṣùgbọ́n èmi kò lè ṣàìmá rẹlẹ̀.
31 ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ।
“Ẹni tí ó ti òkè wá ju gbogbo ènìyàn lọ; ẹni tí ó ti ayé wá ti ayé ni, a sì máa sọ ohun ti ayé. Ẹni tí ó ti ọ̀run wá ju gbogbo ènìyàn lọ.
32 ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ।
Ohun tí ó ti rí tí ó sì ti gbọ́ èyí náà sì ni òun ń jẹ́rìí rẹ̀; kò sì sí ẹni tí ó gba ẹ̀rí rẹ̀.
33 ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ବର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି।
Ẹni tí ó gba ẹ̀rí rẹ̀ fi èdìdì dì í pé, olóòtítọ́ ni Ọlọ́run.
34 କାରଣ ଈଶ୍ବର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ବରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ପବିତ୍ର ଆତ୍ମା ପ୍ରଦାନ କରନ୍ତି ନାହିଁ।
Nítorí ẹni tí Ọlọ́run ti rán ń sọ ọ̀rọ̀ Ọlọ́run: nítorí tí Ọlọ́run fi Ẹ̀mí fún un láìsí gbèdéke.
35 ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି, ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି।
Baba fẹ́ Ọmọ, ó sì ti fi ohun gbogbo lé e lọ́wọ́.
36 ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ବରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ। (aiōnios g166)
Ẹni tí ó bá gba Ọmọ gbọ́, ó ní ìyè àìnípẹ̀kun, ẹni tí kò bá sì gba Ọmọ gbọ́, kì yóò rí ìyè, nítorí ìbínú Ọlọ́run ń bẹ lórí rẹ̀.” (aiōnios g166)

< ଯୋହନ 3 >