< ଯୋହନ 21 >

1 ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ;
ততঃ পৰং তিবিৰিযাজলধেস্তটে যীশুঃ পুনৰপি শিষ্যেভ্যো দৰ্শনং দত্তৱান্ দৰ্শনস্যাখ্যানমিদম্|
2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ।
শিমোন্পিতৰঃ যমজথোমা গালীলীযকান্নানগৰনিৱাসী নিথনেল্ সিৱদেঃ পুত্ৰাৱন্যৌ দ্ৱৌ শিষ্যৌ চৈতেষ্ৱেকত্ৰ মিলিতেষু শিমোন্পিতৰোঽকথযৎ মৎস্যান্ ধৰ্তুং যামি|
3 ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ। ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ।
ততস্তে ৱ্যাহৰন্ তৰ্হি ৱযমপি ৎৱযা সাৰ্দ্ধং যামঃ তদা তে বহিৰ্গতাঃ সন্তঃ ক্ষিপ্ৰং নাৱম্ আৰোহন্ কিন্তু তস্যাং ৰজন্যাম্ একমপি ন প্ৰাপ্নুৱন্|
4 କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ।
প্ৰভাতে সতি যীশুস্তটে স্থিতৱান্ কিন্তু স যীশুৰিতি শিষ্যা জ্ঞাতুং নাশক্নুৱন্|
5 ଯୀଶୁ ସେମାନଙ୍କୁ କହିଲେ, “ପିଲାମାନେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଇବାର ଅଛି?” ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ।
তদা যীশুৰপৃচ্ছৎ, হে ৱৎসা সন্নিধৌ কিঞ্চিৎ খাদ্যদ্ৰৱ্যম্ আস্তে? তেঽৱদন্ কিমপি নাস্তি|
6 ସେ ସେମାନଙ୍କୁ କହିଲେ, “ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ।” ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ।
তদা সোঽৱদৎ নৌকাযা দক্ষিণপাৰ্শ্ৱে জালং নিক্ষিপত ততো লপ্স্যধ্ৱে, তস্মাৎ তৈ ৰ্নিক্ষিপ্তে জালে মৎস্যা এতাৱন্তোঽপতন্ যেন তে জালমাকৃষ্য নোত্তোলযিতুং শক্তাঃ|
7 ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
তস্মাদ্ যীশোঃ প্ৰিযতমশিষ্যঃ পিতৰাযাকথযৎ এষ প্ৰভু ৰ্ভৱেৎ, এষ প্ৰভুৰিতি ৱাচং শ্ৰুৎৱৈৱ শিমোন্ নগ্নতাহেতো ৰ্মৎস্যধাৰিণ উত্তৰীযৱস্ত্ৰং পৰিধায হ্ৰদং প্ৰত্যুদলম্ফযৎ|
8 କିନ୍ତୁ ଅନ୍ୟ ଶିଷ୍ୟମାନେ ନୌକାରେ ଭର୍ତ୍ତି ହୋଇଥିବା ମାଛର ଜାଲ ଟାଣି ଟାଣି ନୌକାକୁ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ।
অপৰে শিষ্যা মৎস্যৈঃ সাৰ্দ্ধং জালম্ আকৰ্ষন্তঃ ক্ষুদ্ৰনৌকাং ৱাহযিৎৱা কূলমানযন্ তে কূলাদ্ অতিদূৰে নাসন্ দ্ৱিশতহস্তেভ্যো দূৰ আসন্ ইত্যনুমীযতে|
9 ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ।
তীৰং প্ৰাপ্তৈস্তৈস্তত্ৰ প্ৰজ্ৱলিতাগ্নিস্তদুপৰি মৎস্যাঃ পূপাশ্চ দৃষ্টাঃ|
10 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ।”
১০ততো যীশুৰকথযদ্ যান্ মৎস্যান্ অধৰত তেষাং কতিপযান্ আনযত|
11 ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ।
১১অতঃ শিমোন্পিতৰঃ পৰাৱৃত্য গৎৱা বৃহদ্ভিস্ত্ৰিপঞ্চাশদধিকশতমৎস্যৈঃ পৰিপূৰ্ণং তজ্জালম্ আকৃষ্যোদতোলযৎ কিন্ত্ৱেতাৱদ্ভি ৰ্মৎস্যৈৰপি জালং নাছিদ্যত|
12 ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ।
১২অনন্তৰং যীশুস্তান্ অৱাদীৎ যূযমাগত্য ভুংগ্ধ্ৱং; তদা সএৱ প্ৰভুৰিতি জ্ঞাতৎৱাৎ ৎৱং কঃ? ইতি প্ৰষ্টুং শিষ্যাণাং কস্যাপি প্ৰগল্ভতা নাভৱৎ|
13 ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ।
১৩ততো যীশুৰাগত্য পূপান্ মৎস্যাংশ্চ গৃহীৎৱা তেভ্যঃ পৰ্য্যৱেষযৎ|
14 ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ।
১৪ইত্থং শ্মশানাদুত্থানাৎ পৰং যীশুঃ শিষ্যেভ্যস্তৃতীযৱাৰং দৰ্শনং দত্তৱান্|
15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।”
১৫ভোজনে সমাপ্তে সতি যীশুঃ শিমোন্পিতৰং পৃষ্টৱান্, হে যূনসঃ পুত্ৰ শিমোন্ ৎৱং কিম্ এতেভ্যোধিকং মযি প্ৰীযসে? ততঃ স উদিতৱান্ সত্যং প্ৰভো ৎৱযি প্ৰীযেঽহং তদ্ ভৱান্ জানাতি; তদা যীশুৰকথযৎ তৰ্হি মম মেষশাৱকগণং পালয|
16 ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।”
১৬ততঃ স দ্ৱিতীযৱাৰং পৃষ্টৱান্ হে যূনসঃ পুত্ৰ শিমোন্ ৎৱং কিং মযি প্ৰীযসে? ততঃ স উক্তৱান্ সত্যং প্ৰভো ৎৱযি প্ৰীযেঽহং তদ্ ভৱান্ জানাতি; তদা যীশুৰকথযত তৰ্হি মম মেষগণং পালয|
17 ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ।
১৭পশ্চাৎ স তৃতীযৱাৰং পৃষ্টৱান্, হে যূনসঃ পুত্ৰ শিমোন্ ৎৱং কিং মযি প্ৰীযসে? এতদ্ৱাক্যং তৃতীযৱাৰং পৃষ্টৱান্ তস্মাৎ পিতৰো দুঃখিতো ভূৎৱাঽকথযৎ হে প্ৰভো ভৱতঃ কিমপ্যগোচৰং নাস্তি ৎৱয্যহং প্ৰীযে তদ্ ভৱান্ জানাতি; ততো যীশুৰৱদৎ তৰ্হি মম মেষগণং পালয|
18 ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।”
১৮অহং তুভ্যং যথাৰ্থং কথযামি যৌৱনকালে স্ৱযং বদ্ধকটি ৰ্যত্ৰেচ্ছা তত্ৰ যাতৱান্ কিন্ত্ৱিতঃ পৰং ৱৃদ্ধে ৱযসি হস্তং ৱিস্তাৰযিষ্যসি, অন্যজনস্ত্ৱাং বদ্ধ্ৱা যত্ৰ গন্তুং তৱেচ্ছা ন ভৱতি ৎৱাং ধৃৎৱা তত্ৰ নেষ্যতি|
19 ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।”
১৯ফলতঃ কীদৃশেন মৰণেন স ঈশ্ৱৰস্য মহিমানং প্ৰকাশযিষ্যতি তদ্ বোধযিতুং স ইতি ৱাক্যং প্ৰোক্তৱান্| ইত্যুক্তে সতি স তমৱোচৎ মম পশ্চাদ্ আগচ্ছ|
20 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ।
২০যো জনো ৰাত্ৰিকালে যীশো ৰ্ৱক্ষোঽৱলম্ব্য, হে প্ৰভো কো ভৱন্তং পৰকৰেষু সমৰ্পযিষ্যতীতি ৱাক্যং পৃষ্টৱান্, তং যীশোঃ প্ৰিযতমশিষ্যং পশ্চাদ্ আগচ্ছন্তং
21 ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ?
২১পিতৰো মুখং পৰাৱৰ্ত্ত্য ৱিলোক্য যীশুং পৃষ্টৱান্, হে প্ৰভো এতস্য মানৱস্য কীদৃশী গতি ৰ্ভৱিষ্যতি?
22 ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।”
২২স প্ৰত্যৱদৎ, মম পুনৰাগমনপৰ্য্যন্তং যদি তং স্থাপযিতুম্ ইচ্ছামি তত্ৰ তৱ কিং? ৎৱং মম পশ্চাদ্ আগচ্ছ|
23 ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ।
২৩তস্মাৎ স শিষ্যো ন মৰিষ্যতীতি ভ্ৰাতৃগণমধ্যে কিংৱদন্তী জাতা কিন্তু স ন মৰিষ্যতীতি ৱাক্যং যীশু ৰ্নাৱদৎ কেৱলং মম পুনৰাগমনপৰ্য্যন্তং যদি তং স্থাপযিতুম্ ইচ্ছামি তত্ৰ তৱ কিং? ইতি ৱাক্যম্ উক্তৱান্|
24 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ।
২৪যো জন এতানি সৰ্ৱ্ৱাণি লিখিতৱান্ অত্ৰ সাক্ষ্যঞ্চ দত্তৱান্ সএৱ স শিষ্যঃ, তস্য সাক্ষ্যং প্ৰমাণমিতি ৱযং জানীমঃ|
25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।
২৫যীশুৰেতেভ্যোঽপৰাণ্যপি বহূনি কৰ্ম্মাণি কৃতৱান্ তানি সৰ্ৱ্ৱাণি যদ্যেকৈকং কৃৎৱা লিখ্যন্তে তৰ্হি গ্ৰন্থা এতাৱন্তো ভৱন্তি তেষাং ধাৰণে পৃথিৱ্যাং স্থানং ন ভৱতি| ইতি||

< ଯୋହନ 21 >