< ଯୋହନ 21 >
1 ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ;
ଇତାର୍ ହଃଚେ ଜିସୁ ତିବିରିଆ ସଃମଃନ୍ଦ୍ କଃଣ୍ଡାୟ୍ ଚେଲାମଃନ୍କେ ଆରେକ୍ ଦଃକାୟ୍ ଅୟ୍ଲା । ସେ ଇରଃକମ୍ ଦଃକାୟ୍ ଅୟ୍ଲା;
2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ।
ସିମନ୍ ପିତର୍, ତମା, ଜାକେ ଦିଦୁମ୍ ବଃଲି କଃଉତି, ଗାଲିଲିର୍ କାନା ଗାଉଁଆର୍ ନିତନିଏଲ୍, ଜେବଦିର୍ ହୟ୍ସିମଃନ୍ ଆର୍ ତାର୍ ଚେଲାମଃନାର୍ ବିତ୍ରେ ଦୁୟ୍ଲକ୍ ଗଟେତଃୟ୍ଁ ରୁଣ୍ଡି ରିଲାୟ୍ ।
3 ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ। ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ।
ସିମନ୍ ପିତର୍ ସେମଃନ୍କେ କୟ୍ଲା, “ମୁୟ୍ ମାଚ୍ ଦଃରୁକ୍ ଜଃଉଁଲେ ।” ସେମଃନ୍ ତାକ୍ କୟ୍ଲାୟ୍, “ଅଃମିମଃନ୍ ହେଁ ତର୍ ସଃଙ୍ଗ୍ ଜଃଉଁନ୍ଦ୍ ।” ସେମଃନ୍ ବାରାୟ୍ ଜାୟ୍ ଡଙ୍ଗାୟ୍ ଚଃଗ୍ଲାୟ୍, ଆର୍ ସେ ରାତି କାୟ୍ରି ହେଁ ଦଃରୁ ନଃହାୟ୍ଲାୟ୍ ।
4 କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ।
ମଃତର୍ ସଃକାଳ୍ ଅୟ୍ଲା ହଃଚେ ଜିସୁ କଃଣ୍ଡାୟ୍ ଟିଆ ଅୟ୍ଲା, ଅୟ୍ଲେକ୍ ହେଁ ସେ ଜିସୁ ବଃଲି ଚେଲାମଃନ୍ ଜାଣୁ ନଃହାୟ୍ଲାୟ୍ ।
5 ଯୀଶୁ ସେମାନଙ୍କୁ କହିଲେ, “ପିଲାମାନେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଇବାର ଅଛି?” ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ।
ଜିସୁ ସେମଃନ୍କେ କୟ୍ଲା, “ହିଲାମଃନ୍ ତୁମାର୍ ଲଃଗେ କାୟ୍ରି ମାଚ୍ କାଉଁକେ ଆଚେ?” ସେମଃନ୍ ତାକ୍ କୟ୍ଲାୟ୍, “ନାୟ୍, କାୟ୍ରି ହେଁ ନାୟ୍ ।”
6 ସେ ସେମାନଙ୍କୁ କହିଲେ, “ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ।” ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ।
ଜିସୁ ସେମଃନ୍କେ କୟ୍ଲା, “ଡଙ୍ଗାର୍ କାତା ବାଟ୍ୟା ଜାଲ୍ ହଃକାଉଆ, ଆର୍ ତୁମିମଃନ୍ ହାଉଆସ୍ ।” ସେତାକ୍ ସେମଃନ୍ ଜାଲ୍ ହଃକାୟ୍ଲାୟ୍, ଆର୍ ଜାଲେ ଅଃତେକ୍ ମାଚ୍ ଲାଗ୍ଲାୟ୍ ଜେ, ସେମଃନ୍ ଜାଲ୍ ଜିକୁକ୍ ସଃକ୍ତି ନଃକେଟ୍ଲି ।
7 ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
ସେତାକ୍ ଜିସୁ ଜୁୟ୍ ଚେଲାକେ ଲାଡ୍ କଃର୍ତିରିଲା, ସେ ଜହନ୍ ପିତର୍କେ କୟ୍ଲା, “ଏ ତ ମାପ୍ରୁ ।” ସିମନ୍ ପିତର୍ ଏ ତ ମାପ୍ରୁ ବଃଲି ସୁଣି ଡୁମ୍ଣ୍ଡା ଅୟ୍ରିଲାକ୍ ଅଃହ୍ଣାର୍ ଆଙ୍ଗି ହିନ୍ଦି ସଃମ୍ନ୍ଦେ ଡଃଗାୟ୍ଲା;
8 କିନ୍ତୁ ଅନ୍ୟ ଶିଷ୍ୟମାନେ ନୌକାରେ ଭର୍ତ୍ତି ହୋଇଥିବା ମାଛର ଜାଲ ଟାଣି ଟାଣି ନୌକାକୁ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ।
ମଃତର୍ ବିନ୍ ଚେଲାମଃନ୍ ମାଚ୍ ବଃର୍ତି ଅୟ୍ରିଲା ଜାଲ୍ ଜିକି ଜିକି ଡଙ୍ଗାକ୍ କଃଣ୍ଡିଏ ଆଣ୍ଲାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ କଃଣ୍ଡାୟ୍ ହୁଣି ଅଃଦିକ୍ ଦୁରିକ୍ ନଃରିଲାୟ୍, ଅଃକାୟ୍ ହଃକାହାକି ଦଃସ୍ କଳି ଆତ୍ ଦୁରିକ୍ ରିଲାୟ୍ ।
9 ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ।
ସେମଃନ୍ କଃଣ୍ଡିଏ ଉତ୍ରି ସେତି ଇଙ୍ଗ୍ରାଜୟ୍ ଉହ୍ରେ ମାଚ୍ ଆର୍ ରୁଟି ସଃଙ୍ଗାୟ୍ ରିଲାର୍ ଦଃକଃଲାୟ୍ ।
10 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ।”
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଅଃବେ ଜୁୟ୍ ମାଚ୍ ଦଃରି ଆଚାସ୍, ସେତିର୍ କଃତିଗଟ୍ ଆଣା ।”
11 ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ।
ସିମନ୍ ପିତର୍ ଜାୟ୍ ସାତ୍କଳି ତେର ଗଟ୍ ବଃଡ୍ ବଃଡ୍ ମାଚ୍ ବଃର୍ତି ଅୟ୍ରିଲା ଜାଲ୍ କଃଣ୍ଡିଏ ଜିକି ଆଣ୍ଲା; ଆର୍ ଅଃତେକ୍ ମାଚ୍ ରିଲାକ୍ ହେଁ ଜାଲ୍ ନଃଚିଡ୍ଲି ।
12 ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ।
ଜିସୁ ସେମଃନ୍କେ କୁଦିକଃରି କୟ୍ଲା, “ଆସି କାହା ।” ଚେଲାମଃନାର୍ ବିତ୍ରେ କେ ହେଁ ତୁୟ୍ କେ ବଃଲି ତାକ୍ ହଃଚାରୁକ୍ ସାସ୍ ନଃକେର୍ତି ରିଲାୟ୍, କାୟ୍ତାକ୍ବଃଲେକ୍ ସେ ଜେ ମାପ୍ରୁ ଇରି ସେମଃନ୍ ଜାଣି ରିଲାୟ୍ ।
13 ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ।
ଜିସୁ ଆସି ରୁଟି ନଃୟ୍ ସେମଃନ୍କେ ଦିଲା, ଆର୍ ସେବାନ୍ୟା ମାଚ୍ ହେଁ ଦିଲା ।
14 ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ।
ମଃଲା ଲକାର୍ ବିତ୍ରେ ଉଟ୍ଲା ହଃଚେ ଜିସୁ ଚେଲାମଃନ୍କେ ଆର୍ ସଃଙ୍ଗ୍ ତିନିତର୍ ଦଃକାୟ୍ ଅୟ୍ଲା ।
15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।”
ସେମଃନ୍ କାୟ୍ଲା ହଃଚେ ଜିସୁ ସିମନ୍ ପିତର୍କେ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଇମଃନାର୍ ତଃୟ୍ହୁଣି ଅଃଦିକ୍ ଲାଡ୍ କଃରୁଲିସ୍?” ସେ ତାକ୍ କୟ୍ଲା, “ହେଁ ମାପ୍ରୁ, ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡା ହିଲାମଃନ୍କେ ଚଃରାଉ ।”
16 ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।”
ଜିସୁ ଆରେକ୍ ଇତାର୍ ସଃଙ୍ଗ୍ ଦୁୟ୍ତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍?” ସିମନ୍ ତାକ୍ କୟ୍ଲା, “ହେଁ ମାପ୍ରୁ, ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନାର୍ ଜଃତୁନ୍ କଃର୍ ।”
17 ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ।
ଜିସୁ ଇତାର୍ ସଃଙ୍ଗ୍ ତିନିତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍?” ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍? ଇରି କୟ୍ ସେ ତିନିତର୍ ପିତର୍କେ ହଃଚାର୍ଲାକ୍ ପିତର୍ ଦୁକ୍ ଅୟ୍ ତାକ୍ କୟ୍ଲା, “ମାପ୍ରୁ, ତୁୟ୍ ସଃବୁ କଃତା ଜାଣି ଆଚ୍ସି; ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନ୍କେ ଚଃରାଉ ।
18 ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।”
ସଃତ୍କଃରି ମୁୟ୍ ତକ୍ କଃଉଁଲେ, ବେଣ୍ଡ୍ୟା ରିଲାବଃଳ୍ ତୁୟ୍ ଅଃହ୍ଣାର୍ ଅଃଟା ବାନ୍ଦି ଅୟ୍ ଜୁୟ୍ ହାକ୍ ମଃନ୍, ସେ ହାକ୍ ବୁଲ୍ତି ରିଲିସ୍, ମଃତର୍ ବୁଡା ଅୟ୍ଲେକ୍ ଅଃହ୍ଣାର୍ ଆତ୍ ଲାମାଉସି ଆର୍ ବିନ୍ ଲକ୍ ତର୍ ଅଃଟାକ୍ ବାନ୍ଦି ଜୁୟ୍ ହାକ୍ ତର୍ ମଃନ୍ ନଃରେୟ୍, ସେ ହାକ୍ ତକ୍ ନଃୟ୍ ଜାୟ୍ଦ୍ ।”
19 ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।”
ପିତର୍ କଃନ୍କଃରି ମଃର୍ନ୍ ବଗ୍ କଃରି ଇସ୍ୱରାର୍ ଜଃଜ୍ମାନ୍ କଃରେଦ୍, ସେ କଃତାକ୍ ଦଃରି ଜିସୁ ଇରି କୟ୍ଲା । ଇରି କୟ୍ଲା ହଃଚେ ଜିସୁ ତାକ୍ କୟ୍ଲା, “ମର୍ ହଃଚେ ଆଉ ।”
20 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ।
ଜିସୁ ଜୁୟ୍ ଚେଲାକେ ଲାଡ୍ କଃର୍ତିରିଲା ଆର୍ ଜେ ରାତ୍ୟା କାତାବଃଳ୍ ତାର୍ ବୁକେ ଡେରାୟ୍ ଅୟ୍, ମାପ୍ରୁ, ତକ୍ କେ ସଃତ୍ରୁ ଆତେ ସଃହ୍ରି ଦଃୟ୍ଦ୍ ବଃଲି ହଃଚାରିରିଲା, ସେ ଚେଲାକେ ପିତର୍ ଉଲ୍ଟି କଃରି ହଃଚେ ଆସ୍ତିରିଲାର୍ ଦଃକ୍ଲା ।
21 ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ?
ପିତର୍ ତାକ୍ ଦଃକି ଜିସୁକେ ହଃଚାର୍ଲା, “ମାପ୍ରୁ, ଇମାନାୟ୍ର୍ ବିସୟେ ତୁୟ୍ କାୟ୍ରି କଃଉଁଲିସ୍?”
22 ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।”
ଜିସୁ ତାକ୍ କୟ୍ଲା, “ମୁୟ୍ ଆରେକ୍ ଗଟ୍ତର୍ ଆସ୍ତା ଦିନ୍ ହଃତେକ୍ ସେ ରେଉଅ ବଃଲି ମୁୟ୍ ଜଦି ମଃନ୍ କଃରିନ୍ଦ୍, ତଃବେ ତର୍ କାୟ୍ରି ଆଚେ? ତୁୟ୍ ମର୍ ହଃଚେ ଆଉ ।”
23 ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ।
ସେତାକ୍ ସେ ଚେଲା ଜେ ନଃମେରେ, ଇ କଃତା ବାୟ୍ମଃନାର୍ ବିତ୍ରେ ଉର୍ଜି ଅୟ୍ଲି, ମଃତର୍ ସେ ନଃମେରେ ବଃଲି ଜିସୁ ତାକ୍ କୟ୍ନଃରିଲା, ମଃତର୍ ମୁୟ୍ ଆରେକ୍ ଗଟ୍ତର୍ ଆସ୍ତା ଦିନ୍ ହଃତେକ୍ ସେ ରେଉଅ ବଃଲି ଜଦି ମୁୟ୍ ମଃନ୍ କଃରିନ୍ଦ୍, ତଃବେ ତର୍ କାୟ୍ରି ଆଚେ ବଃଲି କୟ୍ରିଲା ।
24 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ।
ଜେ ଇସଃବୁ କଃତା ସାକି ଦେଉଁଲା ଆର୍ ଇସଃବୁ ଲେକି ଆଚେ, ଇରି ସେ ଚେଲା; ଆର୍ ତାର୍ ସାକି ଜେ ସଃତ୍, ସେରି ଅଃମିମଃନ୍ ଜାଣୁ ।
25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।
ଆରେକ୍, ଜିସୁ ଗାଦେକ୍ ଗାଦେକ୍ କାମ୍ ହେଁ କଃରିରିଲା; ସେସଃବୁ ଜଦି ଗଟେକ୍ ଗଟେକ୍ କଃରି ଲେକା ଅୟ୍ରିଲେକ୍, ତଃନ୍ଅୟ୍ଲେକ୍ ଅଃତେକ୍ ପୁସ୍ତକ୍ ଲେକା ଅୟ୍ଲି ହୁଣି ଜେ, ମର୍ ବାବ୍ନାୟ୍ ଜଃଗତ୍ଜାକ ହେଁ ସେସଃବୁ ସଃଙ୍ଗାଉଁକ୍ ଟାଣ୍ ନୟ୍ଲି ହୁଣି ।