< ଯୋହନ 18 >
1 ଯୀଶୁ ଏହିସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ। ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ।
ଜିସୁ ଇସଃବୁ ପାର୍ତ୍ନା ସଃରାୟ୍କଃରି ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ କିଦ୍ରଣ୍ ନାଉଁଆର୍ ଦରାଣ୍ ସେହାଟିକ୍ ବାରାୟ୍ ଗଃଳାୟ୍ । ସେତି ଗଟେକ୍ ବାଳ୍ ରିଲି, ଆର୍ ଜିସୁ ଆର୍ ତାର୍ ଚେଲାମଃନ୍ ସେଲଃଗେ ହୁର୍ଲାୟ୍ ।
2 ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ।
ଜୁୟ୍ ଜିଉଦା ଜିସୁକେ ସଃତ୍ରୁ ଆତେ ସଃହ୍ରି ଦିଲା, ସେ ହେଁ ସେ ଟାଣ୍ ଜାଣିରିଲା, କାୟ୍ତାକ୍ବଃଲେକ୍ ଜିସୁ ଗାଦେକ୍ ତର୍ ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ ସେଟାଣେ ଜାୟ୍ରିଲାୟ୍ ।
3 ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା।
ସେତାକ୍, ଜାଗୁଆଳି ସଃଇନ୍ ଦଃଳ୍ ଆରେକ୍ ବଃଡ୍ ଜାଜକ୍ ଆର୍ ପାରୁସିମଃନାର୍ ତଃୟ୍ହୁଣି ହାୟ୍ଲା ସଃଇନ୍ମଃନ୍କେ ଦଃରି ଲାତର୍ ଆର୍ କଃଣ୍ଡାମଃନ୍ ଦଃରି ସେ ଲଃଗେ ଆୟ୍ଲାୟ୍ ।
4 ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?”
ସେତାକ୍ ଜିସୁ, ତାର୍ ସଃଙ୍ଗ୍ ଜାୟ୍ ଜାୟ୍ରି ଗଃଟୁକ୍ ଜଃଉଁଲି, ସେସଃବୁ ଜାଣି ଆଗ୍ତୁ ଜାୟ୍ ସେମଃନ୍କେ ହଃଚାର୍ଲା, “ତୁମିମଃନ୍ କାକେ ଲଳୁଲାସ୍?”
5 ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ। ସେ ସେମାନଙ୍କୁ କହିଲେ, “ମୁଁ ସେହି।” ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା।
ସେମଃନ୍ ତାକ୍ ଉତୁର୍ ଦିଲାୟ୍, “ନାଜରିତ୍ ଜିସୁକେ ।” ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସେ ଲକ୍ ।” ଜୁୟ୍ ଜିଉଦା ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ଦିଲା, ସେ ହେଁ ସେମଃନାର୍ ସଃଙ୍ଗ୍ ଟିଆ ଅୟ୍ରିଲା ।
6 ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ।
ଜିସୁ ଜଃଡେବଃଳ୍ ସେମଃନ୍କେ କୟ୍ଲା, “ମୁୟ୍ ସେ ଲକ୍,” ସଃଡେବଃଳ୍ ସେମଃନ୍ ହଃଚେ ଗୁଚି ଜାୟ୍ ବୁୟେଁ ହଃବ୍ଳାୟ୍ ଅୟ୍ଲାୟ୍ ।
7 ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?” ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ।
ସେତାକ୍ ଜିସୁ ସେମଃନ୍କେ ଆରେକ୍ ଗଟ୍ତର୍ ହଃଚାର୍ଲା, “ତୁମିମଃନ୍ କାକେ ଲଳୁଲାସ୍?” ସେମଃନ୍ କୟ୍ଲାୟ୍, “ନାଜରିତ୍ ଜିସୁକେ ।”
8 ଯୀଶୁ ଉତ୍ତର ଦେଲେ, “ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ।”
ଜିସୁ ଉତୁର୍ ଦିଲା, “ମୁୟ୍ ଜେ ସେ ଲକ୍, ଇରି ତ ମୁୟ୍ ତୁମିମଃନ୍କେ କୟ୍ଲେ । ଇତାର୍ ଗିନେ ଜଦି ତୁମିମଃନ୍ ମକ୍ ଲଳୁଲାସ୍, ତଃବେ ମର୍ ଏମଃନ୍କେ ଜଃଉଁକେ ଚାଡି ଦିଆସ୍ ।”
9 ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ।”
ଜିସୁ ଇରି କୟ୍ଲା, ଜଃନ୍କଃରି ସେ କୟ୍ଲା ଇ ବଃଚନ୍ ହୁରୁଣ୍ ଅୟ୍ଦ୍, “ତୁୟ୍ ମକ୍ ଜୁୟ୍ମଃନ୍କ୍ ଦଃୟ୍ ଆଚ୍ସି, ସେମଃନାର୍ ବିତ୍ରେ ମୁୟ୍ ଗଟ୍ ଲକ୍କେ ହେଁ ଆରାୟ୍ ନଃକେରି ।”
10 ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍ଖ।
ସିମନ୍ ପିତର୍ ଲଃଗେ ଗଟେକ୍ କଃଣ୍ଡା ରିଲାକ୍ ସେ ସେରି ବାର କଃରି ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାକ୍ ମାର୍ଲା ଆର୍ ତାର୍ କାତା ବାଟାର୍ କାନ୍ କାଟ୍ଲା; ସେ ଦଃଙ୍ଗ୍ଳାର୍ ନାଉଁ ମାଲ୍କ ।
11 ସେଥିରେ ଯୀଶୁ ପିତରଙ୍କୁ କହିଲେ, “ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ?”
ସେତାକ୍ ଜିସୁ ପିତର୍କେ କୟ୍ଲା, “ତର୍ କଃଣ୍ଡାକ୍ କାପ୍ ବିତ୍ରେ ସଃଙ୍ଗାଉ; ଉବା ମକ୍ ଜୁୟ୍ ଦୁକ୍ କଃସ୍ଟାର୍ କପା ଦଃୟ୍ ଆଚେ, ମୁୟ୍ କାୟ୍ ସେତିର୍ ନଃସୁରି?”
12 ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୁଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ
ଇତାର୍ ହଃଚେ ସଃଇନ୍ ଦଃଳ୍, ସଃଇନ୍ ଅଃଦିକାରି ଆରେକ୍ ଜିଉଦିମଃନାର୍ ଜାଗୁଆଳିମଃନ୍ ଜିସୁକେ ଦଃରି ବାନ୍ଦ୍ଲାୟ୍,
13 ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ।
ଆର୍ ତାକ୍ ବାନ୍ଦି ହଃର୍ତୁମ୍ ହାନାନର୍ ଲଃଗେ ନିଲାୟ୍, କାୟ୍ତାକ୍ବଃଲେକ୍ ସେ, ସେ ବଃର୍ସାର୍ ମୁଳ୍ ଜାଜକ୍ କୟାପା ରିଲା ତାର୍ ସଃତ୍ରାସି ।
14 ଲୋକସାଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ବୋଲି ଯିହୁଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ, ଏ ସେହି କୟାଫା।
ସଃବୁ ଲକ୍ମଃନାର୍ ଗିନେ ଗଟ୍ ଲକ୍ ମଃର୍ତାର୍ ବଃଲ୍ କବୁର୍ ବଃଲି ଜିଉଦିମଃନ୍କେ ଜେ କୟ୍ରିଲା, ଇ ମାନାୟ୍ ସେ କୟାପା ।
15 ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ସେହି ଶିଷ୍ୟ ମହାଯାଜକଙ୍କର ପରିଚିତ ଥିଲେ ଓ ଯୀଶୁଙ୍କ ସହିତ ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ;
ସିମନ୍ ପିତର୍ ଆର୍ ଆରେକ୍ ଗଟେକ୍ ଚେଲା ଜିସୁର୍ ହଃଚେ ହଃଚେ ଜାତିରିଲାୟ୍ । ସେ ଚେଲା ମୁଳ୍ ଜାଜକାର୍ ଚିନାଜାଣା ଲକ୍ ରିଲା ତଃବେ ଜିସୁର୍ ସଃଙ୍ଗ୍ ମୁଳ୍ ଜାଜକାର୍ କୁଆଳେ ହୁର୍ଲା;
16 କିନ୍ତୁ ପିତର ବାହାରେ ଦ୍ୱାର ନିକଟରେ ଠିଆ ହୋଇ ରହିଲେ। ଅତଏବ, ସେହି ଯେଉଁ ଅନ୍ୟ ଶିଷ୍ୟ ମହାଯାଜକଙ୍କ ପରିଚିତ ଥିଲେ, ସେ ବାହାରକୁ ଯାଇ ଦ୍ୱାରରକ୍ଷିକାକୁ କହି ପିତରଙ୍କୁ ଭିତରକୁ ଆଣିଲେ।
ମଃତର୍ ପିତର୍ ହଃଦାର୍ କୁଆଳାର୍ ଦୁଆର୍ ଲଃଗେ ଟିଆ ଅୟ୍ରିଲା । ସଃଡେବଃଳ୍ ସେ ଜୁୟ୍ ବିନ୍ ଚେଲା ମୁଳ୍ ଜାଜକାର୍ ଚିନାଜାଣା ରିଲା, ସେ ହଃଦାୟ୍ ଜାୟ୍ ଦୁଆର୍ ଜାଗୁଆଳିକେ କୟ୍ ପିତର୍କେ ବିତ୍ରେ ଆଣ୍ଲା ।
17 ସେଥିରେ ସେହି ଦ୍ୱାରରକ୍ଷିକା ଦାସୀ ପିତରଙ୍କୁ କହିଲା, ତୁମ୍ଭେ ମଧ୍ୟ କଅଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ କହିଲେ, ମୁଁ ନୁହେଁ।
ସେତାକ୍ ସେ ଦୁଆର୍ ଜାଗ୍ତା ଦଃଙ୍ଗ୍ଳି ପିତର୍କେ କୟ୍ଲି, “ତୁୟ୍ ହେଁ କାୟ୍ ଇ ଲକାର୍ ଚେଲାମଃନାର୍ ବିତ୍ରେ ଗଟ୍ ଲକ୍ ନାୟ୍?” ପିତର୍ କୟ୍ଲା, “ନାୟ୍ ମୁୟ୍ ନାୟ୍ ।”
18 ଶୀତ ହେତୁ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଠିଆ ହୋଇ ନିଆଁ ପୋଉଁଥିଲେ; ପିତର ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇ ନିଆଁ ପୋଉଁଥିଲେ।
ସିତାର୍ ଗିନେ ଗତିଦଃଙ୍ଗ୍ଳା ଆର୍ ଜାଗୁଆଳିମଃନ୍ ଜୟ୍ ଲାଗାୟ୍ ସେତି ଟିଆ ଅୟ୍ ଜୟ୍ ଚେକ୍ତି ରିଲାୟ୍; ପିତର୍ ହେଁ ସେମଃନାର୍ ସଃଙ୍ଗ୍ ଟିଆ ଅୟ୍ ଜୟ୍ ଚେକ୍ତି ରିଲା ।
19 ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ।
ଇ ବିତ୍ରେ ମୁଳ୍ ଜାଜକ୍ ଜିସୁକେ ତାର୍ ଚେଲାମଃନାର୍ ବିସୟେ ଆର୍ ତାର୍ ସିକ୍ୟା ବିସୟେ ହଃଚାର୍ଲା ।
20 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୁଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ।
ଜିସୁ ତାକ୍ ଉତୁର୍ ଦିଲା, “ମୁୟ୍ ଜଃଗତେ ହୁଟାୟ୍ କଃରି କଃତା କୟ୍ଆଚି, ଜୁୟ୍ ଲଃଗେ ସଃବୁ ଜିଉଦି ଲକ୍ମଃନ୍ ଗଟେତଃୟ୍ଁ ରୁଣ୍ଡ୍ତି, ଇବାନ୍ୟା ପାର୍ତ୍ନା ଗଃରେ ଆର୍ ମନ୍ଦିରେ ମୁୟ୍ ସଃବୁ ବଃଳ୍ ସିକ୍ୟା ଦଃୟ୍ଆଚି; ମୁୟ୍ ଲୁକ୍ଣେ କାୟ୍ରି ହେଁ ନଃକୟ୍ଁ ।
21 ମୋତେ କାହିଁକି ପଚାରୁଅଛନ୍ତି? ମୁଁ ସେମାନଙ୍କୁ କଅଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହିସବୁ ଜାଣନ୍ତି।”
ମକ୍ କାୟ୍ତାକ୍ ଗଃଉଆରି କଃରୁଲିସ୍? ମୁୟ୍ ସେମଃନ୍କେ କାୟ୍ରି କୟ୍ଆଚି, ଜୁୟ୍ ଲକ୍ମଃନ୍ ସୁଣି ଆଚ୍ତି, ସେମଃନ୍କେ ହଃଚାର୍; ଦଃକ୍, ମୁୟ୍ ଜାୟ୍ ଜାୟ୍ରି କୟ୍ଆଚି, ସେମଃନ୍ ସେସଃବୁ ଜାଣି ଆଚ୍ତି ।”
22 ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ?
ଜିସୁ ଇରି କୟ୍ଲାକ୍ ଜାଗୁଆଳିମଃନାର୍ ବିତ୍ରେ ଲଃଗେ ଟିଆ ଅୟ୍ରିଲା ଗଟେକ୍ ଲକ୍ ଜିସୁକେ ଚାହୁଳ୍ ମାରି କୟ୍ଲା, “ତୁୟ୍ ମୁଳ୍ ଜାଜକ୍କେ ଇବାନ୍ୟା ଉତୁର୍ ଦେଉଁକ୍ କଃନ୍କଃରି ସାସ୍ କଃଲିସ୍?”
23 ଯୀଶୁ ତାହାକୁ ଉତ୍ତର ଦେଲେ, “ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ?”
ଜିସୁ ତାକ୍ ଉତୁର୍ ଦିଲା, “ଜଦି ମୁୟ୍ କଃରାବ୍ କୟ୍ଲେ, ତଃବେ କଃରାବ୍ କୟ୍ଲାର୍ ସଃବାର୍ ମୁୟେ ସାକି ଦେସ୍; ମଃତର୍ ଜଦି ମୁୟ୍ ବଃଲ୍ କୟ୍ଲେ, ତଃବେ କାୟ୍ତାକ୍ ମକ୍ ମାରୁଲାସ୍?”
24 ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।
ସେତାକ୍ ହାନାନ୍ ଜିସୁକେ ବାନ୍ଦ୍ଲା ସଃଙ୍ଗ୍ ମୁଳ୍ ଜାଜକ୍ କୟାପାର୍ ଲଃଗେ ହଃଟାୟ୍ଲା ।
25 ଇତିମଧ୍ୟରେ ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିଲେ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ ମଧ୍ୟ କଅଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ ଅସ୍ୱୀକାର କରି କହିଲେ, ମୁଁ ନୁହେଁ।
ଇ ବିତ୍ରେ ସିମନ୍ ପିତର୍ ଟିଆ ଅୟ୍ ଜୟ୍ ଚେକ୍ତି ରିଲା । ସେତାକ୍ ସେତି ରିଲା ବିନ୍ ଲକ୍ମଃନ୍ ତାକ୍ ହଃଚାର୍ଲାୟ୍, “ତୁୟ୍ ହେଁ କାୟ୍ ତାର୍ ଚେଲାମଃନାର୍ ବିତ୍ରେ ଗଟ୍ ଲକ୍ ନାୟ୍?” ମଃତର୍ ପିତର୍ ନଃମାନିକଃରି କୟ୍ଲା, “ନାୟ୍ ମୁୟ୍ ନାୟ୍ ।”
26 ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କଅଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି?
ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାମଃନାର୍ ବିତ୍ରେ ଗଟ୍ଲକ୍, ବଃଲେକ୍ ପିତର୍ ଜାର୍ କାନ୍ କାଟିରିଲା, ତାର୍ ଗଟେକ୍ ନିଜାର୍ ଲକ୍ କୟ୍ଲା, “ମୁୟ୍ କାୟ୍ ତକ୍ ତାର୍ ସଃଙ୍ଗ୍ ଗେତ୍ସିମନି ବାଳେ ଦଃକିନଃରିଲେ?”
27 ସେଥିରେ ପିତର ପୁନର୍ବାର ଅସ୍ୱୀକାର କଲେ; ଆଉ, ସେହିକ୍ଷଣି କୁକୁଡ଼ା ଡାକିଲା।
ସେତାକ୍ ପିତର୍ ଆରେକ୍ ଗଟ୍ତର୍ ନଃମାନିକଃରି କୟ୍ଲା, “ନାୟ୍ ମୁୟ୍ ନାୟ୍ ।” ଆର୍ ସେଦାହ୍ରେ ଗାଞ୍ଜା କୁକ୍ଳା ବାସ୍ଲା ।
28 ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ।
ତାର୍ ଆର୍କ ଦିନ୍ ବର୍ ସଃକାଳ୍ୟା ଜିସୁକେ କୟାପା ତଃୟ୍ହୁଣି ପିଲାତ ରଃଜାର୍ କୁଆଳ୍ ବିତ୍ରେ ନିଲାୟ୍ । ଜିଉଦି ଅଃଦିକାରିମଃନ୍ ଜଃନ୍କଃରି ବିଟାଳ୍ ନଃୟ୍କଃରି ମୁକ୍ଳାଉଁଣି ହଃର୍ବ୍ ବଜି କାଉଁକେ ହାର୍ତି, ଇତାର୍ ଗିନେ ସେମଃନ୍ ନଃଉର୍ ବିତ୍ରେ ହୁରୁ ନଃଚ୍ଲାୟ୍ ।
29 ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ?
ସେତାକ୍ ପିଲାତ ସେମଃନାର୍ ଲଃଗେ ବାରାୟ୍ ଆସି ହଃଚାର୍ଲା, “ଇ ଲକ୍ ବିରଦେ ତୁମିମଃନ୍ କାୟ୍ ଦଃସାର୍ କଃତା ଆଣୁଲାସ୍?”
30 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ।
ସେମଃନ୍ ତାକ୍ ଉତୁର୍ ଦିଲାୟ୍, “ଇ ଲକ୍ ଜଦି ଦଃସ୍ କଃରି ନଃରିଲେକ୍, ଅଃମିମଃନ୍ ତାକ୍ ତର୍ ଆତେ ସଃହ୍ରି ନଃଦିଲୁ ହୁଣି ।”
31 ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର। କେତେକ ଯିହୁଦୀ ନେତାମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ।
ସେତାକ୍ ପିଲାତ ସେମଃନ୍କେ କୟ୍ଲା, “ତୁମିମଃନ୍ ଇ ଲକ୍କେ ଦଃରିଜାୟ୍ ତୁମିମଃନାର୍ ବିଦି ହଃର୍କାରେ ଇତାର୍ ବିଚାର୍ କଃରା ।” ଜିଉଦିମଃନ୍ ତାକ୍ କୟ୍ଲାୟ୍, “କାକେ ମଃର୍ନ୍ ଡଃଣ୍ଡ୍ ଦେତାର୍ ଅଃମିମଃନାର୍ ଅଃଦିକାର୍ ନାୟ୍ ।
32 ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥିନିମନ୍ତେ ସେମାନେ ଏହା କହିଲେ।
ଜିସୁ କୁୟ୍ ରଃକମାର୍ ମଃର୍ନ୍ ଡଃଣ୍ଡ୍ ବଗୁକ୍ ଜଃଉଁଲା, ଇ ବିସୟେ ଜିସୁ ଜାୟ୍ରି କୟ୍ରିଲା, ସେରି ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ସେମଃନ୍ ଇରି କୟ୍ଲାୟ୍ ।”
33 ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା?
ତଃବେ ପିଲାତ କୁଆଳ୍ ବିତ୍ରେ ବାଉଳି ଜାୟ୍, ଜିସୁକେ କୁଦି ହଃଚାର୍ଲା, “ତୁୟ୍ କାୟ୍ ଜିଉଦିମଃନାର୍ ରଃଜା?”
34 ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋʼ ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?”
ଜିସୁ ତାକ୍ ଉତୁର୍ ଦିଲା, “ତୁୟ୍ କାୟ୍ ନିଜାର୍ ଇରି କଃଉଁଲିସ୍, କି ବିନ୍ ଲକ୍ମଃନ୍ ମର୍ ବିସୟେ ତକ୍ ଇରି କୟ୍ ଆଚ୍ତି?”
35 ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ?
ପିଲାତ ଉତୁର୍ ଦିଲା, “ମୁୟ୍ କାୟ୍ ଗଟେକ୍ ଜିଉଦି? ତର୍ ନିଜାର୍ ଲକ୍ ଆର୍ ବଃଡ୍ ଜାଜକ୍ମଃନ୍ ତକ୍ ମର୍ ଆତେ ସଃହ୍ରି ଦଃୟ୍ ଆଚ୍ତି; ତୁୟ୍ କାୟ୍ କଃରି ଆଚ୍ସି?”
36 ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍ସମ୍ବନ୍ଧୀୟ ନୁହେଁ।”
ଜିସୁ ଉତୁର୍ ଦିଲା, “ମର୍ ରାଇଜ୍ ଇ ଜଃଗତାର୍ ବିସୟେ ନାୟ୍, ଜଦି ମର୍ ରାଇଜ୍ ଜଃଗତାର୍ ବିସୟେ ଅୟ୍ରିଲେକ୍, ତଃବେ ମୁୟ୍ ଜିଉଦି ଅଃଦିକାରିମଃନାର୍ ଆତେ ସଃହ୍ରି ନୟ୍ଲେ ହୁଣି, ସେତାର୍ ଗିନେ ମର୍ ଜାଗୁଆଳି ଲକ୍ମଃନ୍ ଜୁଜ୍ କଃଲାୟ୍ ହୁଣି; ମଃତର୍ ମର୍ ରାଇଜ୍ ସଃତ୍କଃରି ସେ ବିସୟେ ନାୟ୍ ।”
37 ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।”
ସେତାକ୍ ପିଲାତ ଜିସୁକେ ହଃଚାର୍ଲା, “ତଃବେ ତୁୟ୍ କାୟ୍ ଗଟେକ୍ ରଃଜା?” ଜିସୁ ଉତୁର୍ ଦିଲା, “ତୁୟ୍ ତ କଃଉଁଲିସ୍, ମୁୟ୍ ଗଟେକ୍ ରଃଜା । ମୁୟ୍ ଜଃନ୍କଃରି ସଃତ୍ ବାଟ୍ୟା ଅୟ୍ ସାକି ଦଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ଜଃଲମ୍ ଅୟ୍ ଆଚି ଆର୍ ଜଃଗତେ ଆସିଆଚି । ଜୁୟ୍ ଲକ୍ ସଃତାର୍ ହୟ୍ସି, ସେ ମର୍ କଃତା ସୁଣେଦ୍ ।”
38 ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ।
ପିଲାତ ଜିସୁକେ କୟ୍ଲା, “ସଃତ୍ କାୟ୍ରି?” ତାର୍ହଃଚେ ପିଲାତ ଆରେକ୍ ଜିଉଦିମଃନାର୍ ଲଃଗେ ହଃଦାୟ୍ ଜାୟ୍ ସେମଃନ୍କେ କୟ୍ଲା, “ମୁୟ୍ ଇତାର୍ ଲଃଗେ କାୟ୍ ହେଁ ଦଃସ୍ ନଃହାଉଁଲେ ।
39 କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୁଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କର ଇଚ୍ଛା?
ମଃତର୍ ମୁୟ୍ ଜେ ମୁକ୍ଳାଉଁଣି ହଃର୍ବ୍ ଦିନ୍ ଗଟ୍ ଲକ୍କେ ମୁକ୍ଳାୟ୍ ଦଃୟ୍ନ୍ଦ୍, ଇରି ତୁମିମଃନାର୍ ରିତିବିଦି ଆଚେ; ବଃଲେକ୍ ଜିଉଦିମଃନାର୍ ରଃଜାକ୍ ମୁୟ୍ ତୁମାର୍ ଗିନେ ମୁକ୍ଳାୟ୍ନ୍ଦ୍ ବଃଲି କାୟ୍ ତୁମିମଃନାର୍ ମଃନ୍?”
40 ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍ବାକୁ। ଏହି ବାରବ୍ବା ଜଣେ ଡକାଇତ ଥିଲା।
ସେତାକ୍ ସେମଃନ୍ ଆରେକ୍ ଉଲ୍ଗାଟ୍ ଅୟ୍ କୟ୍ଲାୟ୍, “ନାୟ୍, ଇ ଲକ୍କେ ନାୟ୍, ମଃତର୍ ବାରବାକେ ମୁକ୍ଳାଉ ।” ଇ ବାରବା ଗଟେକ୍ ଚର୍ ରିଲା ।