< ଯୋହନ 16 >
1 “ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି।
“Nǹkan wọ̀nyí ni mo ti sọ fún yín, kí a má ba à mú yín yapa kúrò.
2 ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ।
Wọ́n ó yọ yín kúrò nínú Sinagọgu: àní, àkókò ń bọ̀, tí ẹnikẹ́ni tí ó bá pa yín, yóò rò pé òun ń ṣe ìsìn fún Ọlọ́run.
3 ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାନ୍ତି।
Nǹkan wọ̀nyí ni wọ́n ó sì ṣe, nítorí tí wọn kò mọ Baba, wọn kò sì mọ̀ mí.
4 ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥିନିମନ୍ତେ ମୁଁ ଏହିସବୁ କଥା ତୁମ୍ଭମାନଙ୍କୁ କହିଅଛି। ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହିସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ।”
Ṣùgbọ́n nǹkan wọ̀nyí ni mo ti sọ fún yín, pé nígbà tí wákàtí wọn bá dé, kí ẹ lè rántí wọn pé mo ti wí fún yín. Ṣùgbọ́n èmi kò sọ nǹkan wọ̀nyí fún yín láti ìpilẹ̀ṣẹ̀ wá, nítorí tí mo wà pẹ̀lú yín.
5 “କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ।
“Ṣùgbọ́n nísinsin yìí èmi ń lọ sọ́dọ̀ ẹni tí ó rán mi; kò sì sí ẹnìkan nínú yín tí ó bi mí lérè pé, ‘Níbo ni ìwọ ń lọ?’
6 ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିବାରୁ ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି।
Ṣùgbọ́n nítorí mo sọ nǹkan wọ̀nyí fún yín, ìbìnújẹ́ kún ọkàn yín.
7 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି।
Ṣùgbọ́n òtítọ́ ni èmi ń sọ fún yín; àǹfààní ni yóò jẹ́ fún yín bí èmi bá lọ, nítorí bí èmi kò bá lọ, Olùtùnú kì yóò tọ̀ yín wá; ṣùgbọ́n bí mo bá lọ, èmi ó rán an sí yín.
8 ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ;
Nígbà tí òun bá sì dé, yóò fi òye yé aráyé ní ti ẹ̀ṣẹ̀, àti ní ti òdodo, àti ní ti ìdájọ́,
9 ପାପ ବିଷୟରେ, କାରଣ ସେମାନେ ମୋʼ ଠାରେ ବିଶ୍ୱାସ କରନ୍ତି ନାହିଁ;
ní ti ẹ̀ṣẹ̀, nítorí tí wọn kò gbà mí gbọ́;
10 ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ;
ní ti òdodo, nítorí tí èmi ń lọ sọ́dọ̀ Baba, ẹ̀yin kò sì mọ̀ mí.
11 ନ୍ୟାୟବିଚାର ବିଷୟରେ କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି।
Ní ti ìdájọ́, nítorí tí a ti ṣe ìdájọ́ ọmọ-aládé ayé yìí.
12 ମୋହର ତୁମ୍ଭମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମ୍ଭେମାନେ ଏବେ ସେହିସବୁ ସହି ପାର ନାହିଁ।
“Mo ní ohun púpọ̀ láti sọ fún yín pẹ̀lú, ṣùgbọ́n ẹ kò lè gbà wọ́n nísinsin yìí.
13 କିନ୍ତୁ ସେ, ଅର୍ଥାତ୍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ।
Ṣùgbọ́n nígbà tí òun, àní Ẹ̀mí òtítọ́ náà bá dé, yóò tọ́ yín sí ọ̀nà òtítọ́ gbogbo, nítorí kì yóò sọ ti ara rẹ̀; ṣùgbọ́n ohunkóhun tí ó bá gbọ́, òun ni yóò máa sọ, yóò sì sọ ohun tí ń bọ̀ fún yín.
14 ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋʼ ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ।
Òun ó máa yìn mí lógo, nítorí tí yóò gbà nínú ti èmi, yóò sì máa sọ ọ́ fún yín.
15 ଯାହା ଯାହା ପିତାଙ୍କର, ସେହିସବୁ ମୋହର; ଏହି ହେତୁ ମୁଁ କହିଲି, ସେ ମୋହର ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ।”
Ohun gbogbo tí Baba ní tèmi ni, nítorí èyí ni mo ṣe wí pé, òun ó gba nínú tèmi, yóò sì sọ ọ́ fún yín.
16 “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ।”
“Nígbà díẹ̀, ẹ̀yin kì ó sì rí mi, àti nígbà díẹ̀ si, ẹ ó sì rí mi, nítorí tí èmi ń lọ sọ́dọ̀ Baba.”
17 ସେଥିରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେହି କେହି ପରସ୍ପର କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ ଓ ମୁଁ ପିତାଙ୍କ ନିକଟକୁ ଯାଉଅଛି,” ଏହି ଯେଉଁ କଥା ସେ ଆମ୍ଭମାନଙ୍କୁ କହୁଅଛନ୍ତି, ଏହା କଅଣ?
Nítorí náà díẹ̀ nínú àwọn ọmọ-ẹ̀yìn rẹ̀ ń bá ara wọn sọ pé, “Kín ni èyí tí o wí fún wa yìí, ‘Nígbà díẹ̀, ẹ̀yin ó sì rí mi, àti nígbà díẹ̀ ẹ̀wẹ̀, ẹ̀yin kì yóò rí mi, àti, nítorí tí èmi ń lọ sọ́dọ̀ Baba’?”
18 ଏଣୁ ସେମାନେ କହିଲେ, “ଅଳ୍ପ ସମୟ” ବୋଲି ଏ କଅଣ କହୁଅଛନ୍ତି? ସେ କଅଣ କହୁଅଛନ୍ତି, ଆମ୍ଭେମାନେ ବୁଝି ପାରୁ ନାହୁଁ।
Nítorí náà wọ́n wí pé, kín ni, nígbà díẹ̀? Àwa kò mọ̀ ohun tí ó wí.
19 ସେମାନେ ତାହାଙ୍କୁ ପଚାରିବାକୁ ଇଚ୍ଛା କରୁଅଛନ୍ତି ବୋଲି ବୁଝି ଯୀଶୁ ସେମାନଙ୍କୁ କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ‘ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ, ମୁଁ ଏହି ଯେଉଁ କଥା କହିଲି, ସେ ବିଷୟ ଘେନି ତୁମ୍ଭେମାନେ କଅଣ ପରସ୍ପର ବାଦାନୁବାଦ କରୁଅଛ?’
Jesu sá à ti mọ̀ pé, wọ́n ń fẹ́ láti bi òun léèrè, ó sì wí fún wọn pé, “Ẹ̀yin ń bi ara yín léèrè ní ti èyí tí mo wí pé, nígbà díẹ̀, ẹ̀yin kì yóò sì rí mi, àti nígbà díẹ̀ si, ẹ̀yin ó sì rí mi?
20 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ରୋଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦ କରିବ; ତୁମ୍ଭେମାନେ ଦୁଃଖିତ ହେବ, କିନ୍ତୁ ତୁମ୍ଭମାନଙ୍କ ଦୁଃଖ ଆନନ୍ଦରେ ପରିଣତ ହେବ।
Lóòótọ́, lóòótọ́ ni mo wí fún yín pé, ẹ̀yin yóò máa sọkún ẹ ó sì máa pohùnréré ẹkún, ṣùgbọ́n àwọn aráyé yóò máa yọ̀: ṣùgbọ́n, ìbànújẹ́ yín yóò di ayọ̀.
21 ପ୍ରସବ ସମୟ ଉପସ୍ଥିତ ହେଲେ ସ୍ତ୍ରୀଲୋକ ଦୁଃଖ ପାଏ; କିନ୍ତୁ ସେ ସନ୍ତାନ ପ୍ରସବ କଲା ଉତ୍ତାରେ ଜଗତରେ ଜଣେ ମାନବ ଜନ୍ମଗ୍ରହଣ କଲା, ଏହି ଆନନ୍ଦ ଯୋଗୁଁ ଆଉ କଷ୍ଟ ସ୍ମରଣ କରେ ନାହିଁ।
Nígbà tí obìnrin bá ń rọbí, a ní ìbìnújẹ́, nítorí tí wákàtí rẹ̀ dé: ṣùgbọ́n nígbà tí ó bá ti bí ọmọ náà tán, òun kì í sì í rántí ìrora náà mọ́, fún ayọ̀ nítorí a bí ènìyàn sí ayé.
22 ସେହିପରି ତୁମ୍ଭେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଦର୍ଶନ ଦେବି, ଆଉ ତୁମ୍ଭମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ଆନନ୍ଦ ହରଣ କରିବ ନାହିଁ।
Nítorí náà ẹ̀yin ní ìbànújẹ́ nísinsin yìí, ṣùgbọ́n èmi ó tún rí yín, ọkàn yín yóò sì yọ̀, kò sì sí ẹni tí yóò gba ayọ̀ yín lọ́wọ́ yín.
23 ସେ ଦିନ ତୁମ୍ଭେମାନେ ମୋତେ କିଛି ପଚାରିବ ନାହିଁ। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋʼ ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ।
Àti ní ọjọ́ náà ẹ̀yin kì ó bi mí lérè ohunkóhun. Lóòótọ́, lóòótọ́ ni mo wí fún yín, ohunkóhun tí ẹ̀yin bá béèrè lọ́wọ́ Baba ní orúkọ mi, òhun ó fi fún yín.
24 ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ନାମରେ କିଛି ମାଗି ନାହଁ; ମାଗ, ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ।”
Títí di ìsinsin yìí ẹ kò tí ì béèrè ohunkóhun ní orúkọ mi, ẹ béèrè, ẹ ó sì rí gbà, kí ayọ̀ yín kí ó lè kún.
25 “ମୁଁ ତୁମ୍ଭମାନଙ୍କୁ ଉପମା ଦ୍ୱାରା ଏହି ସମସ୍ତ କଥା କହିଅଛି; ସମୟ ଆସୁଅଛି, ଯେତେବେଳେ ମୁଁ ଆଉ ଉପମା ଦ୍ୱାରା ତୁମ୍ଭମାନଙ୍କୁ କହିବି ନାହିଁ, କିନ୍ତୁ ପିତାଙ୍କ ବିଷୟ ସ୍ପଷ୍ଟ ରୂପେ ତୁମ୍ଭମାନଙ୍କୁ ଜଣାଇବି।
“Nǹkan wọ̀nyí ni mo fi òwe sọ fún yín: ṣùgbọ́n àkókò dé, nígbà tí èmi kì yóò fi òwe bá yín sọ̀rọ̀ mọ́, ṣùgbọ́n èmi ó sọ nípa ti Baba fún yín gbangba.
26 ସେ ଦିନ ତୁମ୍ଭେମାନେ ମୋʼ ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ନିବେଦନ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ;
Ní ọjọ́ náà, ẹ̀yin ó béèrè ní orúkọ mi, èmi kò sì wí fún yín pé, èmi ó béèrè lọ́wọ́ Baba fún yín.
27 କାରଣ ପିତା ସ୍ୱୟଂ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ଯେଣୁ ତୁମ୍ଭେମାନେ ମୋତେ ସ୍ନେହ କରିଅଛ ଓ ମୁଁ ଯେ ଈଶ୍ବରଙ୍କ ନିକଟରୁ ଆସିଅଛି, ତାହା ତୁମ୍ଭେମାନେ ବିଶ୍ୱାସ କରିଅଛ।
Nítorí tí Baba tìkára rẹ̀ fẹ́ràn yín, nítorí tí ẹ̀yin ti fẹ́ràn mi, ẹ sì ti gbàgbọ́ pé, lọ́dọ̀ Ọlọ́run ni èmi ti jáde wá.
28 ମୁଁ ପିତାଙ୍କ ନିକଟରୁ ଜଗତକୁ ଆସିଅଛି; ପୁନର୍ବାର ମୁଁ ଜଗତ ପରିତ୍ୟାଗ କରି ପିତାଙ୍କ ନିକଟକୁ ଯାଉଅଛି।”
Mo ti ọ̀dọ̀ Baba jáde wá, mo sì wá sí ayé, àti nísinsin yìí mo fi ayé sílẹ̀, mo sì lọ sọ́dọ̀ Baba.”
29 ତାହାଙ୍କ ଶିଷ୍ୟମାନେ କହିଲେ, ଦେଖନ୍ତୁ, ବର୍ତ୍ତମାନ ଆପଣ ସ୍ପଷ୍ଟ ରୂପେ କହୁଅଛନ୍ତି ଓ ଉପମା-କଥା ଆଉ କହୁ ନାହାନ୍ତି।
Àwọn ọmọ-ẹ̀yìn rẹ̀ wí fún un pé, “Wò ó, nígbà yìí ni ìwọ ń sọ̀rọ̀ gbangba, ìwọ kò sì sọ ohunkóhun ní òwe.
30 ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି, କେହି ଆପଣଙ୍କୁ ପ୍ରଶ୍ନ କରିବାର ଯେ ଆପଣଙ୍କର ପ୍ରୟୋଜନ ନାହିଁ, ତାହା ଏବେ ଆମ୍ଭେମାନେ ଜାଣିଲୁ; ଈଶ୍ବରଙ୍କ ନିକଟରୁ ଆପଣ ଆସିଅଛନ୍ତି ବୋଲି ଆମ୍ଭେମାନେ ଏହା ଦ୍ୱାରା ବିଶ୍ୱାସ କରୁଅଛୁ।
Nígbà yìí ni àwa mọ̀ pé, ìwọ mọ̀ ohun gbogbo, ìwọ kò ní kí a bi ọ́ léèrè: nípa èyí ni àwa gbàgbọ́ pé, lọ́dọ̀ Ọlọ́run ni ìwọ ti jáde wá.”
31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ଏବେ ବିଶ୍ୱାସ କରୁଅଛ?
Jesu dá wọn lóhùn pé, “Ẹ̀yin gbàgbọ́ wàyí?
32 ଦେଖ, ସମୟ ଆସୁଅଛି, ହଁ, ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ; ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋʼ ସାଙ୍ଗରେ ଅଛନ୍ତି।
Kíyèsi i, wákàtí ń bọ̀, àní ó dé tan nísinsin yìí, tí a ó fọ́n yín ká kiri, olúkúlùkù sí ilé rẹ̀; ẹ ó sì fi èmi nìkan sílẹ̀, ṣùgbọ́n kì yóò sì ṣe èmi nìkan, nítorí tí Baba ń bẹ pẹ̀lú mi.
33 ତୁମ୍ଭେମାନେ ଯେପରି ମୋʼ ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହିସବୁ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି।”
“Nǹkan wọ̀nyí ni mo ti sọ fún yín tẹ́lẹ̀, kí ẹ̀yin kí ó lè ní àlàáfíà nínú mi. Nínú ayé, ẹ̀yin ó ní ìpọ́njú; ṣùgbọ́n ẹ tújúká; mo ti ṣẹ́gun ayé.”