< ଯୋହନ 15 >

1 “ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ।
ମୁୟ୍‌ ସଃତ୍ୟା ଅଙ୍ଗୁର୍‌ ମାଳ୍‌, ଆରେକ୍‌ ମର୍‌ ଉବା ତାସି ।
2 ମୋʼ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି।
ମର୍‌ ତଃୟ୍‌ ରିଲା ଜୁୟ୍‌ କଃନ୍ଦା ହଃଳ୍‌ ନଃହେଳେ, ତାକ୍‌ ସେ କାଟି ହଃକାୟ୍‌ଦ୍‌; ଆର୍‌ ଜୁୟ୍‌ କଃନ୍ଦା ହଃଳ୍‌ ହଃଳେଦ୍‌, ସେରି ଅଃଦିକ୍‌ ହଃଳ୍‌ ହଃଳୁକ୍‌ ତାକ୍‌ ହଃର୍ଚାଳ୍‌ କଃରେଦ୍‌ ।
3 ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ।
ମୁୟ୍‌ ତୁମିମଃନ୍‌କେ ଜୁୟ୍‌ କଃତା କୟ୍‌ଆଚି, ସେତାର୍‌ଗିନେ ତୁମିମଃନ୍ ନିର୍ମୁଳ୍‌ ଅୟ୍‌ ସଃରିଆଚାସ୍‌ ।
4 ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ।
ମର୍‌ ତଃୟ୍‌ ରିଆ, ତଃବେ ମୁୟ୍‌ ତୁମାର୍‌ ତଃୟ୍‌ ରଃୟ୍‌ନ୍ଦ୍ । କଃନ୍ଦା ଜଃନ୍‌କଃରି ଅଙ୍ଗୁର୍‌ ମାଳେ ନଃରିଲେକ୍‌ ନିଜେ ହଃଳ୍‌ ହଃଳୁ ନାହାରେ, ସେହର୍‌ ତୁମିମଃନ୍ ହେଁ ମର୍‌ ତଃୟ୍‌ ନଃରିଲେକ୍‌ ହଃଳ୍‌ ହଃଳୁ ନଃହାରାସ୍‌ ।
5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ।
ମୁୟ୍‌ ଅଙ୍ଗୁର୍‌ ମାଳ୍‌, ଆର୍‌ ତୁମିମଃନ୍ କଃନ୍ଦା, ଜେ ମର୍‌ତଃୟ୍‌ ରଃୟ୍‌ଦ୍‌ ଆର୍‌ ମୁୟ୍‌ ଜାର୍‌ତଃୟ୍‌ ରଃୟ୍‌ନ୍ଦ୍, ସେ ଜଃବର୍‌ ହଃଳ୍‌ ହଃଳେଦ୍‌; ବଃଲେକ୍‌ ମୁୟ୍‌ ନୟ୍‌ଲେକ୍‌ ତୁମିମଃନ୍ କାୟ୍‌ରି କଃରୁ ନଃହାରାସ୍‌ ।
6 କେହି ଯେବେ ମୋʼ ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ।
କେ ଜଃବେ ମର୍‌ତଃୟ୍‌ ନଃରେୟ୍‌, ତଃବେ ତାକ୍‌ ଗଟେକ୍‌ କାଟ୍‌ଲା କଃନ୍ଦା ହର୍‌ ହଃଦାୟ୍‌ ହଃକାଅୟ୍‌ଦ୍‌ ଆର୍‌ ସେରି ସୁକିଜାୟ୍‌ଦ୍‌; ଇରଃକମ୍‌ କଃନ୍ଦାମଃନ୍‌କ୍‌ ଲକ୍‌ମଃନ୍ ଗଟ୍‌ଟାଣେ ରୁଣ୍ଡାୟ୍‌ କଃରି ଜୟେ ହଃକାଉତି ଆର୍‌ ସେରିମଃନ୍ ହଡିଜାୟ୍‌ଦ୍‌ ।
7 ଯଦି ତୁମ୍ଭେମାନେ ମୋʼ ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ।
ଜଦି ତୁମିମଃନ୍ ମର୍‌ତଃୟ୍‌ ରିଆସ୍‌, ଆର୍‌ ମର୍‌ କଃତା ତୁମାର୍‌ ତଃୟ୍‌ ରଃୟ୍‌ଦ୍‌, ତଃବେ ତୁମିମଃନ୍ ଜାୟ୍‌ରି ମଃନ୍‌କଃରି ମାଗାସ୍‌, ସେରି ହାଉଆସ୍‌ ।
8 ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ।
ତୁମିମଃନ୍ ଜଃବର୍‌ ହଃଳ୍‌ ହଃଳ୍‌ଲେକ୍‌ ମର୍‌ ଉବା ଜଃଜ୍‌ମାନ୍ ହାୟ୍‌ଦ୍‌, ଆର୍‌ ତୁମିମଃନ୍ ମର୍‌ ନିଜାର୍‌ ଚେଲା ଅଃଉଆସ୍‌ ।
9 ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ।
ଉବା ଜୁୟ୍‌ରଃକମ୍‌ ମକ୍‌ ଲାଡ୍‌ କଃଲା ଆଚେ, ମୁୟ୍‌ ହେଁ ସେରଃକମ୍‌ ତୁମିମଃନ୍‌କେ ଲାଡ୍‌ କଃରିଆଚି; ମର୍‌ ଲାଡେ ତିର୍‌ ଅୟ୍‌ରିଆ ।
10 ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ।
ମୁୟ୍‌ ଜଃନ୍‌କଃରି ମର୍‌ ଉବାର୍‌ ଆଦେସ୍‌ ମାନି କଃରି ତାର୍‌ ଲାଡେ ତିର୍‌ ଅୟ୍‌ ଆଚି, ତୁମିମଃନ୍ ସେରଃକମ୍‌ ଜଃବେ ମର୍‌ ଆଦେସ୍‌ ମାନାସ୍‌ ତଃବେ ମର୍‌ ଲାଡେ ତିର୍‌ ଅୟ୍‌ରିଆସ୍‌ ।
11 ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥିନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି।
ମର୍‌ ସଃର୍ଦା ଜଃନ୍‌କଃରି ତୁମାର୍‌ ଲଃଗେ ରଃୟ୍‌ଦ୍‌, ଆର୍‌ ତୁମିମଃନାର୍‌ ସଃର୍ଦା ହୁରୁଣ୍ ଅୟ୍‌ଦ୍‌, ଇତାର୍‌ ଗିନେ ମୁୟ୍‌ ଇ ସଃବୁ କୟ୍‌ଲେ ।
12 ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା।
ମୁୟ୍‌ ଜଃନ୍‌କଃରି ତୁମିମଃନ୍‌କେ ଲାଡ୍‌ କଃରିଆଚି, ତୁମିମଃନ୍ ହେଁ ସେନ୍‌କଃରି ତୁମାର୍‌ ତୁମାର୍‌ ବିତ୍ରେ ଲାଡ୍‌ କଃରା, ଇରି ମର୍‌ ଆଦେସ୍‌,
13 ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ।
ଅଃହ୍‌ଣାର୍‌ ନିଜାର୍‌ ଲକାର୍‌ ଗିନେ ନିଜାର୍‌ ଜିବନ୍ ଦେତାର୍‌ ଚାଡି କାର୍‌ ଆରେକ୍‌ ଅଃଦିକ୍‌ ବଃଡ୍ ଲାଡ୍‌ ନାୟ୍‌ ।
14 ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ।
ମୁୟ୍‌ ତୁମିମଃନ୍‌କେ ଜୁୟ୍‌ ଆଡର୍‌ ଦେଉଁଲେ, ସେରି ଜଦି ମାନାସ୍‌, ତଃବେ ତୁମିମଃନ୍ ମର୍‌ ନିଜାର୍‌ ଲକ୍‌ ।
15 ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କଅଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହିସବୁ ତୁମ୍ଭମାନଙ୍କୁ ଜଣାଇଅଛି।
ମୁୟ୍‌ ତୁମିମଃନ୍‌କେ ଆରେକ୍‌ ଗତିଦଃଙ୍ଗ୍‌ଳା ବଃଲି ନଃକୟ୍‌ଁ, ବଃଲେକ୍‌ ସାଉକାର୍‌ କାୟ୍‌ରି କଃରୁଲା, ଦଃଙ୍ଗ୍‌ଳା ସେରି ନଃଜାଣେ, ମଃତର୍‌ ମୁୟ୍‌ ତୁମିକେ ନିଜାର୍‌ ସଃଙ୍ଗ୍ ବଃଲି କୟ୍‌ଆଚି, ବଃଲେକ୍‌ ମୁୟ୍‌ ମର୍‌ ଉବାର୍‌ ତଃୟ୍‌ହୁଣି ଜାୟ୍‌ ଜାୟ୍‌ରି ସୁଣିଆଚି, ସେରି ସଃବୁ ତୁମିମଃନ୍‌କେ ଜାଣାୟ୍‌ ଦିଲେଆଚି ।
16 ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥିନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋʼ ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ;
ତୁମିମଃନ୍ ମକ୍‌ ବାଚ୍‌ଲାର୍‌ ନାୟ୍‌, ମଃତର୍‌ ମୁୟ୍‌ ତୁମିମଃନ୍‌କେ ବାଚି ଆଚି, ଆର୍‌ ତୁମିମଃନ୍ ଜଃନ୍‌କଃରି ଅଃଦିକ୍‌ ହଃଳ୍‌ ହଃଳୁକ୍‌ ହାରାସ୍‌ ଆର୍‌ ତୁମାର୍‌ ହଃଳ୍‌ ସଃବୁ ଦିନ୍ ରଃୟ୍‌ଦ୍‌, ଇତାର୍‌ ଗିନେ, ତୁମିମଃନ୍‌କେ କାମେ ଲାଗାୟ୍‌ ଆଚି । ସେତାକ୍‌ ତୁମିମଃନ୍ ମର୍‌ ନାଉଁଏ ଉବାକ୍‌ ଜାୟ୍‌ରି ହେଁ ମାଗାସ୍‌, ସେ ସେରି ତୁମିକେ ଦଃୟ୍‌ଦ୍‌ ।
17 ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।”
ତୁମିମଃନ୍ ଜଃନ୍‌କଃରି ଗଟ୍‌ ଲକ୍‌ ଆରେକ୍‌ ଗଟ୍‌ ଲକ୍‌କେ ଲାଡ୍‌ କଃରାସ୍‌, ଇତାର୍‌ ଗିନେ ମୁୟ୍‌ ତୁମିମଃନ୍‌କେ ଇସଃବୁ ଆଡର୍‌ ଦେଉଁଲେ ।
18 “ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ।
ଜଦି ଜଃଗତ୍‌ ତୁମିମଃନ୍‌କେ ବିରଦ୍‌ କଃରେଦ୍‌, ତଃବେ ତୁମିମଃନ୍‌କେ ବିରଦ୍‌ କଃର୍ତା ଆଗ୍‌ତୁ, ସେରି ଜେ ମକ୍‌ ଗିଣ୍ କଃରି ଆଚେ, ଇରି ଜାଣା ।
19 ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ।
ଜଦି ତୁମିମଃନ୍ ଜଃଗତାର୍‌ ଅୟ୍‌ରିଲେକ୍‌, ଜଃଗତ୍‌ ତୁମିମଃନ୍‌କେ ନିଜାର୍‌ ଲକ୍‌ ବଃଲି ଲାଡ୍‌ କଃଲିହୁଣି, ମଃତର୍‌ ତୁମିମଃନ୍ ଜଃଗତାର୍‌ ନାୟ୍‌, ମଃତର୍‌ ମୁୟ୍‌ ତୁମିମଃନ୍‌କେ ଜଃଗତ୍‌ ବିତ୍ରେହୁଣି ବାଚି ଆଚି, ଇତାର୍‌ ଗିନେ ଜଃଗତ୍‌ ତୁମିକେ ବିରଦ୍‌ କଃରେଦ୍‌ ।
20 ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ।
ଗତିଦଃଙ୍ଗ୍‌ଳା ସାଉକାର୍‌ ତଃୟ୍‌ହୁଣି ବଃଡ୍ ନାୟ୍‌, ମୁୟ୍‌ ତୁମିମଃନ୍‌କେ ଇ ଜୁୟ୍‌ କଃତା କୟ୍‌ରିଲେ, ସେରି ଏତୁ କଃରା । ଜଦି ସେମଃନ୍ ମକ୍‌ ତାଡ୍‌ନା କଃରିଆଚ୍‌ତି, ତଃବେ ତୁମିମଃନ୍‌କେ ହେଁ ତାଡ୍‌ନା କଃର୍ତି; ଜଦି ସେମଃନ୍ ମର୍‌ କଃତା ମାନି ଆଚ୍‌ତି, ତଃବେ ତୁମିମଃନାର୍‌ କଃତାକ୍‌ ହେଁ ମାନ୍‌ତି ।
21 କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ।
ମଃତର୍‌ ସେମଃନ୍ ମକ୍‌ ହଃଟାୟ୍‌ଲା ଲକ୍‌କେ ଜାଣି ନଃରିଲାକ୍‌, ମର୍‌ ନାଉଁ ଗିନେ ତୁମିକେ ଇସଃବୁ କଃର୍ତି ।
22 ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହାହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ।
ଜଦି ମୁୟ୍‌ ଆସି ସେମଃନ୍‌କେ କୟ୍‌ ନଃରିଲେକ୍‌, ସେମଃନାର୍‌ ହାହ୍‌ ନିଲାହୁଣି; ମଃତର୍‌ ଅଃବେ ସେମଃନାର୍‌ ହାହ୍‌ ବିସୟେ ସେମଃନ୍ କାୟ୍‌ ହେଁ ବାଟ୍‌ ଦଃକାଉଁ ନଃହାର୍‌ତି ।
23 ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ।
ଜେ ମକ୍‌ ବିରଦ୍‌ କଃରେଦ୍‌, ସେ ମର୍‌ ଉବାକ୍‌ ହେଁ ବିରଦ୍‌ କଃରେଦ୍‌ ।
24 ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି।
ଜୁୟ୍‌ କାମ୍‌ସଃବୁ ଆରେକ୍‌ କେ ହେଁ ନଃକେର୍ତି, ମୁୟ୍‌ ଜଦି ସେରିସଃବୁ ସେମଃନାର୍‌ ବିତ୍ରେ କଃରି ନଃରିଲେକ୍‌, ସେମଃନାର୍‌ ହାହ୍‌ ନିଲାହୁଣି; ମଃତର୍‌ ଅଃବେ ସେମଃନ୍ ଦଃକିଆଚ୍‌ତି, ଆରେକ୍‌ ମକ୍‌ ଆର୍‌ ମର୍‌ ଉବାକ୍‌ ଗିଣ୍ କଃରି ଆଚ୍‌ତି ।
25 ‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି।
ମଃତର୍‌ ସେମଃନ୍ ତିନିହଲ୍ୟାୟ୍‌ ମକ୍‌ ବିରଦ୍‌ କଃଲାୟ୍‌, ସେମଃନାର୍‌ ବିଦିଲଃଗେ ଲେକାଅୟ୍‌ଲା ଇ ବଃଚନ୍ ଜଃନ୍‌କଃରି ହୁରା ଅୟ୍‌ଦ୍‌, ଇତାର୍‌ ଗିନେ ଇବାନ୍ୟା ଗଃଟୁଲି ।
26 ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ;
ଉବାର୍‌ ଲଃଗେହୁଣି ମୁୟ୍‌ ତୁମାର୍‌ ହାକ୍‌ ଜୁୟ୍‌ ଉହ୍‌କାର୍‌ କାରିକେ ହଃଟାୟ୍‌ନ୍ଦ୍, ସେ ଉବାର୍‌ ତଃୟ୍‌ହୁଣି ଆସି ପବିତ୍ର ଆତ୍ମାର୍‌ ବିସୟେ ସଃତ୍‌ ସାକି ଦଃୟ୍‌ଦ୍‌ । ଆର୍‌ ମର୍‌ ବିସୟେ ହେଁ ସାକି ଦଃୟ୍‌ଦ୍‌ ।
27 ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।”
ଆର୍‌ ତୁମିମଃନ୍ ହେଁ ସାକି, ବଃଲେକ୍‌ ତୁମିମଃନ୍ ଆରୁମେ ହୁଣି ମର୍‌ ସଃଙ୍ଗ୍ ଆଚାସ୍‌ ।

< ଯୋହନ 15 >