< ଯୋହନ 12 >

1 ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ।
ଏତ୍‌କି ବିତ୍‌ରେ ଜିସୁ ନିସ୍‌ତାର୍‌ ପରବ୍‌ ଅଇବାକେ ଚ ଦିନର୍‌ ଆଗ୍‌ତୁ ବେତ୍‌ନିଆ ଗାଲା । ତେଇ ଲାଜାରର୍‌ ଗର୍‌ । ଜିସୁ ଏ ଲାଜାର୍‌କେସେ ମଲାଟାନେଅନି ଉଟାଇରଇଲା ।
2 ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରିଭୋଜ ପ୍ରସ୍ତୁତ କଲେ; ମାର୍ଥା ପରିଚର୍ଯ୍ୟା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଲେ, ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ।
ସେ ରାତି ତେଇ ଜିସୁର୍‌ପାଇ ଗଟେକ୍‌ ବଜି ଟିକ୍‌ କଲାଇ । ଆରି ମାର୍‌ତା ସେମନ୍‌କେ କୁଆପୁଚା କରାଇତେରଇଲା । ଲାଜାର୍‌ ଜିସୁର୍‌ ସଙ୍ଗ୍‌ ବଜିତେଇ ବସି ରଇଲା ।
3 ସେତେବେଳେ ମରୀୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା।
ସେଡ୍‌କିବେଲେ ମରିୟମ୍‌ ଜଟାମାଉଁସ୍‌ ନାଉଁର୍‌ ବେସି ଦାମେ ତିଆର୍‌ ଅଇଲା ଅଦ୍‌ ଲିଟର୍‌ ବାସ୍‌ନା ଚିକନ୍‌ ଆନି ଜିସୁର୍‌ ପାଦେ ରକଇ ନିଜର୍‌ ଚେଣ୍ଡିସଙ୍ଗ୍‌ ପୁଚିଦେଲା । ଆରି ସେ ଚିକନର୍‌ ସୁନ୍ଦର୍‌ ବାସ୍‌ନା ଗୁଲାଇ ଗର୍‌ ଗମ୍‌କିଗାଲା ।
4 କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା,
ଜିସୁର୍‌ ସିସ୍‌ମନର୍‌ ବିତ୍‌ରେ ଅନି ଇସ୍‌କାରିୟତ୍‌ ଜିଉଦା ନାଉଁର୍‌ ସିସ୍‌, ଜେ କି ଜିସୁକେ ସତ୍‌ରୁମନ୍‍କେ ସର୍‌ପିଦେବାକେ ଜାଇତେ ରଇଲା, ସେ କଇଲା,
5 ଏହି ତୈଳ ତିନିଶହ ଦିନର ମଜୁରୀ ସମାନ ମୂଲ୍ୟରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା?
“ଏ ବାସ୍‌ନା ଚିକନ୍‌ ତିନ୍‌ ସଅ ରୁପା ଟାଙ୍ଗାକେ ବିକିକରି ସେ ଡାବୁ ଗରିବ୍‌ ଲକ୍‌ମନ୍‌କେ ଦେଲେ ନଇତା କି?”
6 ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା।
ଇସ୍‌କାରିୟତ୍‌ ଜିଉଦା ଗରିବ୍‌ ଲକ୍‌ମନର୍‌ପାଇ ଚିନ୍ତା କର୍‌ତେରଇଲାଜେ ଏନ୍ତି କଇଲା ବଲି ନାଇ, ମାତର୍‌ ସେ ଗଟେକ୍‌ ଚର୍‌ । ତାର୍‌ ଦାଇତେ ରଇଲା ଟାଙ୍ଗାମୁନା ଟାନେଅନି ସେ ନିଜର୍‌ ପାଇ କେତେକ୍‌ କେତେକ୍‌ ଲୁଚାଇ ନେଇତେରଇଲା ।
7 ସେଥିରେ ଯୀଶୁ କହିଲେ, “ଏହାକୁ ଛାଡ଼ିଦିଅ, ଯେପରି ମୋହର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ।
ମାତର୍‌ ଜିସୁ କଇଲା, “ତାକେ କାଇଟା ବଲି କୁଆ ନାଇ, ତାର୍‌ଟାନେ ଜେତ୍‌କି ଆଚେ, ସେଟା ଜେନ୍ତିକି ମର୍‌ ସମାଦି ଦିନର୍‌ପାଇ ସଙ୍ଗଇଆଚେ ।
8 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।”
ଗରିବ୍‌ ଲକ୍‌ମନ୍‌ ତା ସବୁବେଲେ ତମର୍‌ ସଙ୍ଗ୍‌ ରଇଲାଇନି, ମାତର୍‌ ମୁଇ ସବୁବେଲେ ନ ରଇ ।”
9 ଇତିମଧ୍ୟରେ ବହୁସଂଖ୍ୟକ ଯିହୁଦୀ ଲୋକ ସେ ସେଠାରେ ଅଛନ୍ତି ବୋଲି ଜାଣି ପାରି କେବଳ ଯୀଶୁଙ୍କ ସକାଶେ ନୁହେଁ, ମାତ୍ର ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାହାଙ୍କୁ ଦେଖିବା ନିମନ୍ତେ ମଧ୍ୟ ଆସିଲେ।
ଏତ୍‌କିବିତ୍‌ରେ ଜିସୁ ବେତ୍‌ନିଆଇ ଆଚେ ବଲି ଜାନିକରି ବେସି ଜିଉଦି ଲକ୍‌ମନ୍‌ ଆଇଲାଇ । ଅବ୍‌କା ଜିସୁକେ ସେ ଦେକ୍‌ବାକେ ନାଇ, ମାତର୍‌ ଜନ୍‌ ଲାଜାର୍‌କେ ଜିସୁ ମଲାଟାନେଅନି ଉଟାଇରଇଲା ତାକେ ମିସା ଦେକ୍‌ବାର୍‌ ଆସିରଇଲାଇ ।
10 କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ,
୧୦ମାତର୍‌ ମୁକିଅ ପୁଜାରିମନ୍‌ ଲାଜାର୍‌କେ ମିସା ମରାଇବାକେ ଜଜ୍‌ନା କଲାଇ ।
11 କାରଣ ତାହାଙ୍କ ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ।
୧୧କାଇକେବଇଲେ ତାର୍‌ଲାଗି ବଲି କେତେକ୍‌ କେତେକ୍‌ ଜିଉଦି ଲକ୍‌ମନ୍‌ ନେତାମନ୍‌କେ ଚାଡି ଜିସୁକେ ବିସ୍‌ବାସ୍‌ କର୍‌ତେରଇଲାଇ ।
12 ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମ ସହରକୁ ଆସୁଅଛନ୍ତି ବୋଲି ଶୁଣି
୧୨ତାର୍‌ ଆର୍‌କର୍‌ ଦିନେ ରକିଆପାଇବା ପରବେ ଆସିରଇବା ବେସି ଲକ୍‌ମନ୍‌ ଜିସୁ ଜିରୁସାଲାମ୍‌ ଆଇଲାନି ବଲି ସୁନ୍‌ଲାଇ ।
13 ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, “ହୋଶାନ୍ନା।” “ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା।”
୧୩ସେଟାର୍‌ ପାଇ ସେମନ୍‌ କଜ୍‌ରିଡାଲ୍‌ ଦାରି ଜିସୁକେ ବେଟ୍‌ଅଇବାର୍‌ ଗାଲାଇ, ଆରି ଆଉଲିଅଇକରି କଇଲାଇ, “ଅସାନା, ଜେ ମାପ୍‌ରୁର୍‌ ନାଉଁଦାରି ଆଇଲାନି ତାର୍‌ ମଙ୍ଗଲ୍‌ ଅ, ପର୍‌ମେସର୍‌ ତାକେ ଆସିର୍‌ବାଦ୍‌ କର । ସେ ଇସ୍‌ରାଏଲର୍‌ ରାଜା ଡାକ୍‌ପୁଟା ପାଅ ।”
14 ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖାଅଛି,
୧୪ଆରି ଜିସୁ ଗଟେକ୍‌ ଗଦ ପିଲାର୍‌ ଉପ୍‌ରେ ବସି ଆଇତେ ରଇଲା । ଜେନ୍ତିକି ସାସ୍‌ତରେ ଲେକାଅଇଲା ଏ ବବିସତ୍‌ କାତା ସିଦ୍‌ ଅଇଲା ।
15 ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
୧୫“ଏ ସିୟନ୍‌ ନଅରର୍‌ ଲକ୍‌ମନ୍‌, ତମେ ଡରାନାଇ ଦେକା ତମର୍‌ ରାଜା ଗଟେକ୍‌ ଗଦ ପିଲାର୍‌ ଉପ୍‌ରେ ବସି ଆଇଲାନି ।”
16 ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହିସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା।
୧୬ପର୍‌ତୁମ୍‌ ପର୍‌ତୁମ୍‌ ଜିସୁର୍‌ ସିସ୍‌ମନ୍‌ ଏ ବିସଇ ବୁଜି ନ ରଇଲାଇ । ମାତର୍‌ ଜିସୁ ଜେଡେବେଲା ମଲାଟାନେଅନି ଉଟ୍‌ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍‌ତରେ ତାର୍‌ ବିସଇସେ ଲେକା ଅଇରଇଲା । ଆରି ସେମନ୍‌ ତାର୍‌ ପାଇ ସବୁ କାମ୍‌ କରିରଇଲାଇ ।
17 ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ।
୧୭ଜିସୁ ଲାଜାର୍‌କେ ମଲାଟାନେଅନି ଉଟାଇକରି ସମାଦିଅନି ବାରଇବାକେ କଇଲାବେଲେ ଜନ୍‌ ଲକ୍‌ମନ୍‌ ଜିସୁର୍‌ ସଙ୍ଗ୍‌ ରଇଲାଇ, ସେମନ୍‌ ସେ ଗଟ୍‍ନା ବିସଇର୍‌ ସାକି ଦେବାର୍‌ ଦାର୍‌ଲାଇ ।
18 ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ।
୧୮ସେଟାର୍‌ପାଇ ଲକ୍‌ମନ୍‌ ତାକେ ବେଟ୍‌ଅଇବାକେ ଜାଇରଇଲାଇ । କାଇକେବଇଲେ ସେ ଆକା ଏ କାବା ଅଇବା କାମ୍‌ମନ୍‌ କଲାନି ବଲି ସେମନ୍‌ ସୁନିରଇଲାଇ ।
19 ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଅଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି।
୧୯ତେଇ ପାରୁସିମନ୍‌ ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଦେକ୍‌ଲାସ୍‌ନି କାଇକି, ଆମେ ଚେସ୍‌ଟା କଲାଟା ଗଟେକ୍‌ ମିସା ଅଏନାଇ, ଦେକାନି ଗୁଲାଇ ଦୁନିଆଜାକ ତାର୍‌ ପଚେ ଗାଲାନି ।”
20 ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍‍ ଲୋକ ଥିଲେ।
୨୦ନିସ୍‌ତାର୍‌ ପରବ୍‌ କର୍‌ବାକେ ଆସିରଇବା ଲକ୍‌ମନର୍‌ ବିତ୍‌ରେ ଗିରିକ୍‌ ଲକ୍‌ମନ୍‌ ମିସା କେତେଲକ୍‌ ରଇଲାଇ ।
21 ସେମାନେ ଗାଲିଲୀସ୍ଥ ବେଥ୍‌ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା।
୨୧ସେମନ୍‌ ପିଲିପର୍‌ ଲଗେ ଆସି ତାକେ କଇଲାଇ, “ଏ ଆଗିଆଁ ଆମେ ଜିସୁକେ ଦେକ୍‌ବାକେ ମନ୍‌ କଲୁନି ।” ପିଲିପ୍‌ ବେତ୍‌ସାଇଦାର୍‌ ଲକ୍‌ ରଇଲା ।
22 ଫିଲିପ୍ପ ଯାଇ ଆନ୍ଦ୍ରିୟଙ୍କୁ କହିଲେ, ପୁଣି, ଆନ୍ଦ୍ରିୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ।
୨୨ପିଲିପ୍‌ ଜାଇ ଆନ୍ଦ୍‌ରିୟକେ ଏ କବର୍‌ ଜାନାଇଲାକେ ସେମନ୍‌ ଜାଇ ଜିସୁକେ କଇଲାଇ ।
23 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ।
୨୩ଜିସୁ ସେମନ୍‌କେ କଇଲା, “ପର୍‌ମେସର୍‌ତେଇ ଅନି ଆଇଲା ନର୍‌ପିଲା ମୁଇ ଡାକ୍‌ପୁଟା ପାଇବା ବେଲା ଆସି କେଟି ଆଚେ ।
24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ।
୨୪ମୁଇ ତମ୍‌କେ ସତ୍‌କାତା କଇଲିନି ଜଦି ଗଅମ୍‌ ମୁଞ୍ଜି ବୁଏଁ ଅଦ୍‌ରି ନ ମର୍‌ବା ଜାକ ସେନ୍ତିସେ ରଇସି । ସେଟା ମଲେ ସେ ବେସି ମୁଞ୍ଜି ଦାର୍‌ସି ।
25 ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। (aiōnios g166)
୨୫ଜେ ନିଜର୍‌ ଜିବନ୍‌କେ ବେସି ଆଲାଦ୍‌ କର୍‌ସି, ସେ ସେଟା ଆରାଇସି । ଜେ ନିଜର୍‌ ଜିବନ୍‌ ଗିନ୍‌ କର୍‌ତେରଇସି, କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଜାକ ତାର୍‌ ଜିବନ୍‌ ରକିଆ କର୍‌ସି । (aiōnios g166)
26 କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ।”
୨୬ଜନ୍‌ ଲକ୍‌ ମର୍‌ ସେବା କର୍‌ବାକେ ମନ୍‌ କଲାନି, ସେ ମର୍‌ ସଙ୍ଗ୍‌ ଆସ । ମୁଇ ଜନ୍‌ ଜାଗାଇ ରଇବି, ମର୍‌ ସେବା କାମ୍‌ କର୍‌ବା ଲକ୍‌ମନ୍‌ମିସା ସେ ଜାଗାଇ ରଇବାଇ । ଆରି ସେ ମର୍‌ ଆରି ମର୍‌ ବାବା ପର୍‌ମେସରର୍‌ ସନ୍‌ମାନ୍‌ ପାଇସି ।”
27 “ଏବେ ମୋହର ପ୍ରାଣ ଉଦ୍‌ବିଗ୍ନ ହୋଇଅଛି, ଆଉ ମୁଁ କଅଣ କହିବି? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି।
୨୭ଏବେ ମର୍‌ ଜିବନ୍‌ ବେସି ବାୟାବିକଲ୍‌ ଅଇଗାଲାନି । କାଇଟା କଇବି? ଏ ବାବା ମକେ ଏ ଦୁକର୍‌ ବେଲାଇଅନି ରକିଆ କର୍‌ ବଲି ଗୁଆରି କର୍‌ବି କି? ନାଇ ସେନ୍ତି ନ କଇ । ଦୁକ୍‌ କସ୍‌ଟ ମୁରଚ୍‍ବାକେ ସେ ମୁଇ ଆଇଲିଆଚି ।
28 ପିତଃ, ଆପଣା ନାମ ମହିମାନ୍ୱିତ କର।” ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ।
୨୮ଏ ବାବା ତର୍‌ ନାଉଁ ଡାକ୍‌ପୁଟା କର । ସେ ବେଲା ସର୍‌ଗେଅନି ଏ କାତା କଇବା ସବଦ୍‌ ଆଇଲା, “ମର୍‌ ନାଉଁ ଡାକ୍‌ପୁଟା କଲିଆଚି, ଆରି ତରେକ୍‌ ଡାକ୍‌ପୁଟା କର୍‌ବି ।”
29 ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜ୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି।
୨୯ତେଇ ଟିଆଅଇ ରଇଲା ଲକ୍‌ମନ୍‌ ଏ ସବଦ୍‌ ସୁନି କରି “ଏଟା ବାଦଲ୍‌ ଗୁଡ୍‌ଗୁଡ୍‌ଲା” ବଲି କଇଲାଇ । ମାତର୍‌ ଅଦେକ୍‌ ଲକ୍‌ମନ୍‌, “ସର୍‌ଗେଅନି ଗଟେକ୍‌ ଦୁତ୍‌ ତାର୍‌ ସଙ୍ଗ୍‌ କାତା ଅଇଲାନି” ବଲି କଇଲାଇ ।
30 ଯୀଶୁ ଉତ୍ତର ଦେଲେ, “ମୋʼ ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି।
୩୦ଜିସୁ ସେ ଲକ୍‌ମନ୍‌କେ କଇଲା, “ଏ ସବଦ୍‌ ମର୍‌ ପାଇ ଅଏନାଇ, ମାତର୍‌ ତମର୍‌ ପାଇସେ ଅଇଲା ।
31 ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ।
୩୧ଏବେ ଏ ଦୁନିଆର୍‌ ବିଚାର୍‌ କର୍‌ବା ଦିନ୍‌ କେଟ୍‌ଲା ଆଚେ, ଏ ଦୁନିଆର୍‍ ସାସନ୍‌ କରୁକେ ମୁଇ ବାଇରେ ପିଙ୍ଗିଦେବି ।
32 ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି।
୩୨ଆରି ମକେ କୁର୍‌ସେ ଟେକ୍‌ଲେ, ସବୁ ଲକ୍‌ମନ୍‌କେ ମର୍‌ବାଟେ ଜିକ୍‌ବି” ବଲି କଇଲା ।
33 ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ।”
୩୩ସେ କେନ୍ତିଅଇ ମର୍‌ବାକେ ଗାଲାନି, ସେଟା ଜାନାଇବାକେ ଏନ୍ତି କଇରଇଲା ।
34 ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ? (aiōn g165)
୩୪ସେବେଲା ସବୁ ଲକ୍‌ମନ୍‌ ତାକେ କଇଲାଇ, “ମସିଅ ସବୁ ଦିନର୍‌ ପାଇ ବଁଚି ରଇସି ବଲି ଆମର୍‌ ସାସ୍‌ତରେ ଲେକା ଆଚେ । ତୁଇ କେନ୍ତି ପର୍‌ମେସରର୍‌ ପିଲାକେ କୁର୍‌ସେ ଟେକ୍‌ବାଇ ବଲି କଇଲୁସ୍‌ନି? ଏନ୍ତିବଇଲେ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା କେ ତେବେ?” (aiōn g165)
35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ।
୩୫ଜିସୁ ସେମନ୍‌କେ କ‍ଇଲା, “ଏବେ ତମର୍‌ ମୁଆଟେ ଜନ୍‌ ଉଜଲ୍‌, ଉଜଲ୍‌ ଦେଲାନି, ସେଟା ଚନେକର୍‌ପାଇସେ ରଇସି । ଜନ୍‌ ଜାଗାଇ ଜିବାର୍‌ ଆଚେ, ଉଜଲ୍‌ ରଇତେ ଆକା ଇଣ୍ଡା । ସେନ୍ତାର୍‌ଆଲେ ତମ୍‌କେ ଆନ୍ଦାର୍‌ ନ ଡାବେ । ଆନ୍ଦାରେ ରଇବା ଲକ୍‌ କେନେ ଗାଲାନି ସେଟା ନାଜାନେ ।
36 ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର।” ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ।
୩୬ସେଟାର୍‌ ପାଇ ତମର୍‌ ଲଗେ ଉଜଲ୍‌ ରଇତେସେ ଉଜଲ୍‌ ପାରା ରଇବା ମର୍‌କାତା ବିସ୍‌ବାସ୍‌ କରା । ତେବେ ତମେ ଉଜଲର୍‌ ଲକ୍‌ ଅଇସା” ବଲିକରି କଇଲା । ଜିସୁ ଏ କାତା କଇକରି ଉଟିଗାଲା ଆରି ସେମନ୍‌କେ ନ ଦେକାଇଅଇକରି ରଇଲା ।
37 କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ,
୩୭ଜିସୁ ସେମନର୍‌ ଦେକ୍‌ତେ କେତେକ୍‌ କେତେକ୍‌ କାବା ଅଇଜିବା କାମ୍‌ମନ୍‌ କରିରଇଲେ ମିସା, ସେମନ୍‌ ତାକେ ବିସ୍‌ବାସ୍‌ କରତ୍‌ନାଇ ।
38 ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?”
୩୮ଜେନ୍ତାରି ଜିସାୟ ବବିସତ୍‌ବକ୍‌ତା କଇଲା କାତା ସତ୍‌ ଅଇଲା । ସେ ଏନ୍ତି କଇରଇଲା, “ଏ ମାପ୍‌ରୁ, ଆମେ କଇଲା କାତା ସୁନିକରି କେ ବିସ୍‌ବାସ୍‌ କଲାଆଚେ? ଆରି ମାପ୍‌ରୁ କାର୍‌ଲଗେ ତାର୍‌ ରକିଆ କର୍‌ବା ବପୁ ଦେକାଇଲା?”
39 ଏହି କାରଣରୁ ସେମାନେ ବିଶ୍ୱାସ କରିପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି,
୩୯ସେଟାର୍‌ପାଇ ସେମନ୍‌ ବିସ୍‌ବାସ୍‌ ନ କର୍‌ତେରଇଲାଇ । ତେବେ ଜିସାୟ ଆରିତରେକ୍‌ କଇଲାଆଚେ,
40 “ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।”
୪୦ପର୍‌ମେସର୍‌ ଜେନ୍ତିକି ତାକର୍‌ ଦେକ୍‌ବା ଆଁକି କାଣା କରିଦେଇଆଚେ ଆରି ସେମନର୍‌ ବୁଜ୍‌ବା ବପୁ ନସାଇଦେଇଆଚେ ସେଟାର୍‌ପାଇ ସେମନ୍‌ ଦେକି ନାପାର୍‌ଲାଇନି କି ମୁଲ୍‌କେ ବୁଜି ନାପାର୍‌ଲାଇନି । ସେମନ୍‌ ନିକ ଅଇବାକେ ମର୍‌ଟାନେ ବାଉଡି ଆସତ୍‌ନାଇ । ଏଟା ପର୍‌ମେସର୍‌ କଇଲାନି । ଆମେ ସେମନ୍‌କେ ନିକ ନ କରୁ ।
41 ଯିଶାଇୟ ଏହିସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ।
୪୧ଜିସାୟ ବବିସତ୍‌ବକ୍‌ତା ପୁର୍‌ବେ ଜିସୁ ମାପ୍‌ରୁର୍‌ ଏ ସବୁ ମଇମା ଜାନିରଇଲାଜେ ଏନ୍ତି ବଲି କଇରଇଲା ।
42 ତଥାପି ଯିହୁଦୀ ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ,
୪୨ଏଲେ ମିସା ଜିଉଦି ନେତାମନର୍‌ ବିତ୍‌ରେଅନି କେତେ ଲକ୍‌ ତାକେ ବିସ୍‌ବାସ୍‌ କଲାଇ । ମାତର୍‌ ସେମନ୍‌ ପାରୁସି ମନର୍‌ଲାଗି ପାର୍‌ତନା ଗରେ ଅନି ବାର୍‌କରାଇଦେବାଇ ବଲି ଡରିକରି କାତାବାର୍‌ତା ନ ଅଇତେ ରଇଲାଇ ।
43 କାରଣ ସେମାନେ ଈଶ୍ବରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ।
୪୩ସେମନ୍‌ ପର୍‌ମେସର୍‌କେ ମାନାଇବା ଟାନେଅନି ଲକ୍‌ମନ୍‌କେ ମାନାଇବାଟା ଅଦିକ୍‌ ନିକ ବଲି ବାବ୍‌ତେରଇଲାଇ ।
44 ଯୀଶୁ ଉଚ୍ଚସ୍ୱରରେ କହିଲେ, “ଯେ ମୋʼ ଠାରେ ବିଶ୍ୱାସ କରେ, ସେ କେବଳ ମୋʼ ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ;
୪୪ଜିସୁ ଆଉଲିଅଇ କଇଲା, “ଜନ୍‌ ଲକ୍‌ ମକେ ବିସ୍‌ବାସ୍‌ କର୍‌ସି, ସେ ମକେସେ ବିସ୍‌ବାସ୍‌ କରେନାଇ, ମକେ ଜେ ପାଟାଇଲା ଆଚେ, ତାକେ ମିସା ବିସ୍‌ବାସ୍‌ କଲାନି ।”
45 ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ।
୪୫ଜେ ମକେ ଦେକି ଆଚେ, ସେ ମକେ ପାଟାଉକେ ମିସା ଦେକି ଆଚେ ।
46 ଯେ କେହି ମୋʼ ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି।
୪୬ମୁଇ ଜଗତର୍‌ ଉଜଲ୍‌ ଅଇ ଆଇଲିଆଚି । ଜେ ମକେ ବିସ୍‌ବାସ୍‌ କର୍‌ସି, ସେ ଆରି ଆନ୍ଦାରେ ନ ରଏ ।
47 କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି।
୪୭ଜେ ମର୍‌ ବାକିଅ ସୁନି ନ ମାନେ, ମୁଇ ତାର୍‌ ବିଚାର୍‌ ନ କରି । କାଇକେବଇଲେ ମୁଇ ଜଗତର୍‌ ଲକ୍‌ମନ୍‌କେ ବିଚାର୍‌ କର୍‌ବାର୍‌ ଆସିନାଇ, ମାତର୍‌ ସେମନ୍‌କେ ରକିଆ କର୍‌ବାର୍‌ ଆସିଆଚି ।
48 ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ।
୪୮ଜେ ମକେ ନିଚି କରି ମର୍‌ ବାକିଅ ନ ମାନେ, ମର୍‌ ଟଣ୍ଡର୍‌ ବାକିଅ ତାର୍‌ ବିଚାର୍‌ କାରିଆ ଅଇସି । ସାରାସାରି ଦିନେ ସେ ବାକିଅସେ ତାକେ ବିଚାର୍‌ କର୍‌ସି ।
49 କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କଅଣ କହିବି ଓ କଅଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି;
୪୯ମୁଇ ନିଜର୍‌ ମନେ ଅନି କାଇଟା ମିସା କଇନାଇ, ଏ କାତା ସତ୍‌ । ମାତର୍‌ ମୁଇ କଇବାଟା ମକେ ପାଟାଇରଇବା ବାବା ଆଦେସ୍‌ ଦେଇଆଚେ ।
50 ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।” (aiōnios g166)
୫୦ଆରି ମୁଇ ଜାନିଆଚି, ତାର୍‌ ଆଦେସ୍‌ ନ ସାର୍‌ବା ଜିବନ୍‌ ଦେଇସି । ମର୍‌ ବାବା ମକେ ଜନ୍‌ କାତା କଇବାକେ ଆଦେସ୍‌ ଦେଇଆଚେ, ସେଟାସେ ମୁଇ କଇଲିନି । (aiōnios g166)

< ଯୋହନ 12 >