< ଯୋହନ 1 >

1 ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ, ବାକ୍ୟ ଈଶ୍ବରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ବର ଥିଲେ।
କାଇଟା ତିଆର୍‌ ନ ଅଇରଇଲା ପୁର୍‌ବେ ବାକିଅ ରଇଲା । ସେ ବାକିଅ ପର୍‌ମେସରର୍‌ ସଙ୍ଗ୍‌ ରଇଲା । ସେ ଆରି ପର୍‌ମେସର୍‌ ଗଟେକ୍‌ ରଇଲାଇ ।
2 ସେ ଆଦ୍ୟରେ ଈଶ୍ବରଙ୍କ ସହିତ ଥିଲେ।
କାଇଟା ତିଆର୍‌ ନ ଅଇବା ଆଗ୍‌ତୁ ଏ ବାକିଅ ପର୍‌ମେସର୍‌ ସଙ୍ଗ୍‍ ରଇଲା ।
3 ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ।
ପର୍‌ମେସର୍‌ ସେ ବାକିଅ ଦେଇ ସବୁ ବିସଇ ତିଆର୍‌ କଲାଆଚେ । ଏ ଦୁନିଆଇ ତିଆର୍‌ ଅଇଲା ଗଟେକ୍‌ ବିସଇ ମିସା ତାର୍‌ଟାନେଅନି ତିଆର୍‌ ନ ଅଇଲାଟା ନ ର‍ଇଲା ।
4 ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ।
ସେ ବାକିଅ ନ ସାର୍‌ବା ଜିବନର୍‌ ଦାନ୍‌ ଦେଲା ଆରି ସେ ଜିବନ୍‌ ଦୁନିଆର୍‌ ଲକ୍‌ମନ୍‌କେ ଉଜଲ୍‌ ଦେକାଇଦେଲା ।
5 ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ।
ସେ ଉଜଲ୍‌ ଆନ୍ଦାର୍‌ ବିତ୍‌ରେ ସବୁବେଲେ ଉଜଲ୍‌ ଦେଇସି । ଆନ୍ଦାର୍‌ କେବେ ମିସା ସେ ଉଜଲ୍‌ ଲିବାଇ ନାପାରେ ।
6 ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ।
ପର୍‌ମେସର୍‌, ଜଅନ୍‌ ନାଉଁର୍‌ ଗଟେକ୍‌ ଲକ୍‌କେ ତାର୍‌ କବର୍‌ନେଉ କରି ପାଟାଇଲା ।
7 ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।
ସେ ଲକ୍‌ମନ୍‌କେ ଉଜଲ୍‌ ବିସଇ କଇବାର୍‌ ଆସିରଇଲା । ଜେନ୍ତାରିକି ଗୁଲାଇ ଜଗତର୍‌ ଲକ୍‌ମନ୍‌ ତାର୍‌ତେଇଅନି ସେ ଉଜଲର୍‌ ବିସଇ ସୁନ୍‌ବାଇ ଆରି ବିସ୍‌ବାସ୍‌ କର୍‌ବାଇ ।
8 ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।
ଜଅନ୍‌ ନିଜେ ସେ ଉଜଲ୍‌ ନ ରଇଲା, ମାତର୍‌ ଲକ୍‌ମନ୍‌କେ ସେ ଉଜଲ୍‌ ବିସଇର୍‍ ସାକି ଦେବାକେ ଆସିରଇଲା ।
9 ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ।
ସେ ସତ୍‌ ଏବେ ଉଜଲ୍‌ ଅଇଲା, ଏ ଉଜଲ୍‌ ଦୁନିଆଇ ଆଇଲା ଆରି ସବୁ ଲକ୍‌ମନର୍‌ ମନ୍‌ବିତ୍‌ରେ ରଇବା ଆଁକି ଡିସାଇଲା ।
10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।
୧୦ବାକିଅ ଏ ଦୁନିଆଇ ରଇଲା । ତାର୍‌ଟାନେଅନି ପର୍‌ମେସର୍‌ ଏ ଦୁନିଆ ତିଆର୍‌ କରିରଇଲେ ମିସା ଏ ଦୁନିଆର୍‌ ଲକ୍‌ମନ୍‌ ତାକେ ଚିନତ୍‌ ନାଇ ।
11 ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
୧୧ସେ ତାର୍‌ ନିଜର୍‌ ଲକ୍‌ମନର୍‌ ଟାନେ ଆଇଲା, ମାତର୍‌ ତାର୍‌ ନିଜର୍‌ ଲକ୍‌ ଇସ୍‌ରାଏଲର୍‌ ପିଲାଜିଲା ତାକେ ନାମତ୍‌ନାଇ ।
12 ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ;
୧୨ମାତର୍‌ ଜେ ଜେ ତାକେ ନାମ୍‍ଲାଇ, ଆରି ତାକେ ବିସ୍‌ବାସ୍‌ କଲାଇ, ସେ ଲକ୍‌ମନ୍‌କେ ପର୍‌ମେସରର୍‌ ପିଲାଜିଲା ଅଇଜିବାକେ ସେ ଅଦିକାର୍‌ ଦେଲା ।
13 ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ।
୧୩ସେମନ୍‌ ମୁନୁସ୍‌ମ‌ନ୍‌ ମନ୍‌କଲା ଇସାବେ ଜନମ୍‌ ଅଅତ୍‌ନାଇ, କି ଗାଗଡର୍‌ ବନି ଇସାବେ ଅଅତ୍‌ନାଇ । ନିଜେ ପର୍‌ମେସର୍‌ ସେମନର୍‌ ବାବା ।
14 ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ।
୧୪ଆରି ସେ ବାକିଅ ନର୍‌ ଲକ୍‌ ଅଇକରି ଆମର୍‌ ସଙ୍ଗ୍‌ ଜିଇଲା । ତାର୍‌ ସତ୍‌ ଆରି ଜିବନ୍‌ ଦୁକାଇବାଟା ପୁରାପୁରୁନ୍‌ ରଇଲା । ତାର୍‌ ବାବାର୍‌ ଗଟେକ୍‌ସେ ପିଲା ବଲି ସେ ମଇମା ପାଇରଇଲା । ତାର୍‌ ମଇମା ଆମେ ଦେକିଆଚୁ ।
15 ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋʼ ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।
୧୫ଡୁବନ୍‌ ଦେଉ ଜଅନ୍‌ ଜିସୁର୍‌ ବିସଇ ଲକ୍‌ମନ୍‌କେ ଆକ୍‌ମାରି କରି ଏନ୍ତାରି କଇଲା, “ଏ ଲକର୍‌ ବିସଇ ମୁଇ ଏନ୍ତି କଇରଇଲି, ଜେ ମର୍‌ପଚେ ଆଇଲାନି, ସେ ମର୍‌ତେଇଅନି ବେସି ମୁକିଅ, କାଇକେବଇଲେ ମୁଇ ଜନମ୍‌ ଅଇବା ଆଗ୍‌ତୁଅନି ସେ ଆଚେ ।”
16 ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହପ୍ରାପ୍ତ ହୋଇଅଛୁ।
୧୬“ତାର୍‌ ମନ୍‌ ବିତ୍‌ରେ ରଇଲା ପୁରାପୁରୁନ୍‌ ଜିବନ୍‌ ଦୁକାଇବା ତେଇଅନି ଆମେ ସବୁ ଆସିର୍‌ବାଦ୍‌ ପାଇଆଚୁ । ଉଁ, ଆସିର୍‌ବାଦର୍‌ ପଚେ ଆସିର୍‌ବାଦ୍‌ ପାଇଆଚୁ ।
17 କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା।
୧୭କାଇକେ ବଇଲେ ପର୍‌ମେସର୍‌ ଆମ୍‌କେ ମସାର୍‌ଟାନେଅନି ନିୟମ୍‌ ଦେଲା ଆଚେ । ମାତର୍‌ ଜିସୁ କିରିସ୍‌ଟର୍‌ଟାନେଅନି ଆମ୍‌କେ ଜିବନ୍‌ ଦୁକାଇ ସତ୍‌ ବାଟ୍‌ ଆଇଲା ଆଚେ ।
18 କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ।
୧୮କେ ମିସା କେବେ ପର୍‌ମେସର୍‌କେ ଦେକତ୍‌ନାଇ । ମାତର୍‌ ତାର୍‌ ଗଟେକ୍‌ ବଲି ପିଲା ଜେ କି ପର୍‌ମେସରର୍‌ ସମାନ୍‌ ଆଚେ ଆରି ତାର୍‌ କଲେ ଆଚେ, ସେ ଆକା ଆମ୍‌କେ ତାର୍‌ ବିସଇ ଜାନାଇ ଦେଲା ଆଚେ ।”
19 ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ,
୧୯ଜିରୁସାଲମର୍‌ ଜିଉଦି ନେତାମନ୍‌, କେତେଟା ଦରମ୍‌ ଗୁରୁମନ୍‌କେ ଆରି ଲେବି ଦଲର୍‌ ଲକ୍‌ମନ୍‌କେ ଡୁବନ୍‌ ଦେଉ ଜଅନର୍‌ ଲଗେ “ତମେ କେ?” ବଲି ପାଚାର୍‌ବାକେ ପାଟାଇଲାଇ ।
20 ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ।
୨୦ସେ ସତ୍‍ ବିସଇ କଇବାକେ ନ ନିଚିକରି, ସବୁ ଲକ୍‌ ବୁଜ୍‌ଲା ପାରା କଇଲା, “ମୁଇ କିରିସ୍‌ଟ ନଇ ।”
21 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅଣ? ଆପଣ କଅଣ ଏଲୀୟ? ସେ କହିଲେ, ମୁଁ ନୁହେଁ। ଆପଣ କଅଣ ସେହି ଭାବବାଦୀ? ସେ ଉତ୍ତର ଦେଲେ, ନା।
୨୧ତେଇ ସେମନ୍‌ ପାଚାର୍‌ଲାଇ, “ସେନ୍ତି ବଇଲେ ତମେ କେ ତେବେ? ବବିସତ୍‌ବକ୍‌ତା ଏଲିୟ କି?” ଜଅନ୍‌ କଇଲା, “ନଇ, ମୁଇ ଏଲିଅ ନଇ ।” ଆରି ସେମନ୍‌ ପାଚାର୍‌ଲାଇ, “ତୁଇ ସେ ବବିସତ୍‌ବକ୍‌ତା କି?” ଜଅନ୍‌ କଇଲା, “ମୁଇ ସେ ନଇ ।”
22 ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କହୁଅଛନ୍ତି?
୨୨ତାର୍‌ ପଚେ ସେମନ୍‌ ପାଚାର୍‌ଲାଇ, “ସେନ୍ତାର୍‌ଆଲେ ତମେ କେ? ଆମ୍‌କେ ପାଟାଇଲା ଲକ୍‌ମନ୍‌କେ ଆମେ ଜାଇ, କାଇଟା ବଲି କ‍ଇବୁ, ସେଟାର୍‌ପାଇ ତମର୍‌ ନିଜର୍‌ ବିସଇ ଅଲପ୍‌ କଇଦିଆ ।”
23 ସେ କହିଲେ, “ଯିଶାଇୟ ଭାବବାଦୀ ଯେପରି କହିଥିଲେ, ‘ମୁଁ ସେହି ପ୍ରକାର ମରୁପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର।’”
୨୩ଜିସାୟ ବବିସତ୍‌ବକ୍‌ତା ଜେନ୍ତି କଇରଇଲା, ଜଅନ୍‌ ସେମନ୍‌କେ ସେନ୍ତି କଇଲା । “ମୁଇ ମରୁବାଲି ବୁଏଁ ଆକ୍‌ମାରି ବୁଲ୍‌ବା ଗଟେକ୍‌ ସବଦ୍‌ ମାପ୍‌ରୁ ଜିବାକେ ଗଟେକ୍‌ ସଲକ୍‌ ବାଟ୍‌ ତିଆର୍‌ କରା!”
24 ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ।
୨୪ତାର୍‌ ପଚେ ପାରୁସିମନ୍‌ ପାଟାଇ ରଇଲା କବର୍‌ ନେଉମନ୍‌ ଜଅନ୍‌କେ ପାଚାର୍‌ଲାଇ ।
25 ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତାହାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି?
୨୫“ତମେ ଜଦି କିରିସ୍‌ଟ ନୁଆସ୍‌, ଏଲିୟ ନୁଆସ୍‌, ଆରି ବବିସତ୍‌ବକ୍‌ତା ନୁଆସ୍‌, କାଇକେ ଲକ୍‌ମନ୍‌କେ ଡୁବନ୍‌ ଦେଲାସ୍‌ନି?”
26 ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ;
୨୬ଜଅନ୍‌ ସେମନ୍‌କେ କଇଲା, “ମୁଇ ଲକ୍‌ମନ୍‌କେ ପାନିତେଇ ଡୁବନ୍‌ ଦେଲିନି, ଜନ୍‌ ଲକ୍‌କେ କି ତମେ ନାଜାନାସ୍‌, ମାତର୍‍ ସେ ତମର୍‌ ସଙ୍ଗ୍‌ ଆଚେ ।
27 ସେ ମୋʼ ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ।
୨୭ସେ ମର୍‌ ପଚେ ଆଇଲାନି । ଆରି ତାର୍‌ ଗତିଦାଙ୍ଗ୍‌ଡା ଅଇ ତାର୍‌ ପାଣ୍ଡଇର୍‌ ପିତା ବେଟ୍‌ବାର୍‌ ମିସା ମର୍‌ ଅଦିକାର୍‌ ନାଇ ।”
28 ଯର୍ଦ୍ଦନ ନଦୀର ପରପାରସ୍ଥ ଯେଉଁ ବେଥନୀୟାରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହିସବୁ ଘଟିଲା।
୨୮ଏ ଗଟ୍‍ନା ଜର୍‌ଦନ୍‌ ଗାଡର୍‌ ସେପାଟେ ବେତ୍‌ନି ନାଉଁର୍‌ ଜାଗାଇ, ଜଅନ୍‌ ଲକ୍‌ମନ୍‌କେ ଡୁବନ୍‌ ଦେଲା ବେଲା ଅଇରଇଲା ।
29 ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି।
୨୯ତାର୍‌ ଆର୍‌କର୍‌ ଦିନେ ଜିସୁ ତାର୍‌ ଲଗେ ଆଇବାଟା ଦେକିକରି ଜଅନ୍‌ କଇଲା, “ଏଦେ ଦେକା! ପର୍‌ମେସରର୍‌ ମେଣ୍ଡାପିଲା ଜେ କି, ଏ ଦୁନିଆର୍‌ ସବୁ ଲକ୍‌ମନର୍‌ ପାପର୍‌ ଡଣ୍ଡ୍‌ ବଇକରି ନେଇସି ।
30 ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।
୩୦ଏ ଲକର୍‌ ବିସଇ ମୁଇ ଆଗ୍‌ତୁ ଏନ୍ତି କଇରଇଲି, ମୁଇ ଆଇଲା ପଚେ ଜନ୍‌ ଲକ୍‌ ଆଇଲାନି ସେ ମର୍‌ତେଇଅନି ବେସି ବଡ୍‌ଲକ୍‌ ଆରି ମୁଇ ଜନମ୍‌ ଅଇଲା ବେସି ଆଗ୍‌ତୁଅନି ଆଚେ ।
31 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି।
୩୧ମୁଇ ନିଜେ ମିସା ସେ କେ ଅଇରଇସି ବଲି ନାଜାନିରଇଲି । ମାତର୍‌ ଇସ୍‌ରାଏଲର୍‌ ଲକ୍‌ମନ୍‌ ତାର୍‍ ବିସଇ ଜାନତ୍‌ ବଲି ମୁଇ ପାନିତେଇ ଡୁବନ୍‌ ଦେବାକେ ଆସିଆଚି ।”
32 ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ପବିତ୍ର ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ।
୩୨ତାର୍‌ ପଚେ ଜଅନ୍‌ ଆରି ଏ ସାକି ଦେଇ କଇଲା, “ସୁକଲ୍‌ ଆତ୍‌ମା ପରୁଆପାରା ଅଇକରି ସର୍‌ଗେଅନି ଉତ୍‌ରି ଆସି ତାର୍‌ ଉପ୍‌ରେ ବସ୍‌ବାଟା ମୁଇ ଦେକିଆଚି ।
33 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି।
୩୩ଏଲେମିସା ସେଡ୍‌କିବେଲା ଜାକ ଏ ଲକ୍‌ ସେ ଆକା ବଲି ମୁଇ ଜାନି ନ ରଇଲି । ମାତର୍‌ ପାନିତେଇ ଡୁବନ୍‌ ଦେବାକେ ପାଟାଇରଇଲା ପର୍‌ମେସର୍‌ ମକେ କଇରଇଲା, ଜେଡେବେଲା ଗଟେକ୍‌ ଲକର୍‌ ଉପ୍‌ରେ ସୁକଲ୍‌ ଆତ୍‌ମା ଉତ୍‌ରି ଆଇବାଟା ତୁଇ ଦେକ୍‌ସୁ, ସେସେ ଅଇଲାନି ତୁଇ କଜ୍‌ବା ଲକ୍‌ । ସେ ଲକ୍‌ ସୁକଲ୍‌ ଆତ୍‌ମାଇ ଡୁବନ୍‌ ଦେଇସି ।
34 ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ବରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି।
୩୪ଏନ୍ତି ସୁକଲ୍‌ ଆତ୍‌ମା ତାର୍‍ ଉପ୍‌ରେ ଉତ୍‌ରି ଆଇବାଟା ମୁଇ ଦେକ୍‌ଲି ଆରି ସେ ପର୍‌ମେସରର୍‌ ପିଲା ବଲି ମୁଇ ତମ୍‌କେ ସାକିଦେଲିନି” ବଲି ଜଅନ୍‌ କଇଲା ।
35 ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ;
୩୫ତାର୍‌ ଆର୍‌କର୍‌ ଦିନେମିସା ଜଅନ୍‌ ସେ ଜାଗାଇସେ ରଇଲା । ଆରି ତାର୍‌ ଦୁଇଟା ସିସ୍‌ମନର୍‌ ସଙ୍ଗ୍‌ ଟିଆ ଅଇରଇଲା ।
36 ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ।
୩୬ଆରି ଜିସୁ ସେ ବାଟେ ଜିବାଟା ଜଅନ୍‌ ଦେକିକରି କଇଲା, “ଏଦେ ଦେକା! ପର୍‌ମେସରର୍‌ ମେଣ୍ଡାପିଲା ଗାଲାନି ।”
37 ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ।
୩୭ଜଅନର୍‌ ଦୁଇଟା ସିସ୍‌ମନ୍‌ ତାର୍‌ କାତା ସୁନି, ଜିସୁର୍‌ ପଚେ ପଚେ ଗାଲାଇ ।
38 ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, “ତୁମ୍ଭେମାନେ କଅଣ ଖୋଜୁଅଛ?” ସେମାନେ ତାହାଙ୍କୁ ପଚାରିଲେ, ରାବ୍‌ବୀ (ଅର୍ଥାତ୍‍ ଗୁରୁ), ଆପଣ କେଉଁଠାରେ ରୁହନ୍ତି?
୩୮ଜିସୁ ପାସ୍‌ଲିକରି ଦେକ୍‌ବା ବେଲେ ସେ ଦୁଇଟା ସିସ୍‌ମନ୍‌ ତାର୍‌ ପଚେ ପଚେ ଜିବାଟା ଦେକି ସେମନ୍‌କେ ପାଚାର୍‌ଲା ତମେ କାଇଟା କଜ୍‌ଲାସ୍‌ନି? ସେମନ୍‌ ଜିସୁକେ କଇଲାଇ, “ରାବି ତମେ କନ୍‌ ଜାଗାଇ ରଇଲାସ୍‌ନି?” ରାବିର୍‌ ଅରତ୍‌ ଅଇଲାନି ସିକାଇ ଦେବା ଗୁରୁ ।
39 ସେ ସେମାନଙ୍କୁ କହିଲେ, “ଆସ, ଦେଖିବ।” ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; କାରଣ ସେତେବେଳେ ପ୍ରାୟ ସନ୍ଧ୍ୟା ଚାରି ଘଣ୍ଟା ହୋଇଥିଲା।
୩୯ଜିସୁ ସେମନ୍‌କେ କଇଲା, “ମର୍‌ ସଙ୍ଗ୍‌ ଆସା ମୁଇ ରଇବା ଜାଗା ଦେକ୍‌ସା ।” ସେଟାର୍‌ ପାଇ ସେମନ୍‌ ତାର୍‌ ସଙ୍ଗ୍‌ ଜାଇ ସେ ରଇବା ଜାଗା ଦେକ୍‌ଲାଇ । ଆରି ସେ ଦିନେ ତାର୍‌ ସଙ୍ଗ୍‌ ରଇଲାଇ । ସେବେଲା ସଞ୍ଜୁଆ ଚାର୍‌ଟା ଅଇରଇଲା ।
40 ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ ଥିଲେ।
୪୦ତାକର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଅଇଲାନି ସିମନ୍‌ ପିତରର୍‌ ବାଇ, ଆନ୍ଦ୍‌ରିୟ ।
41 ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ) ଦେଖା ପାଇଅଛୁ।
୪୧ସେ ଦାପ୍‌ରେ ସେ ତାର୍‌ ବାଇ ସିମନ୍‌ ପିତର୍‌କେ କଜିକରି ବେଟ୍‌ ପାଇ କଇଲା, “ପର୍‌ମେସର୍‌ ବାଚି ପାଟାଇଲା ମସିଅକେ ଆମେ ବେଟ୍‍ପାଇଲୁ ।”
42 ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କୈଫା (ଅର୍ଥାତ୍‍ ପିତର) ନାମରେ ଖ୍ୟାତ ହେବ।”
୪୨ତାର୍‌ ପଚେ ଆନ୍ଦ୍‌ରିୟ ସିମନ୍‌ପିତର୍‌କେ ଜିସୁର୍‌ ଲଗେ ଡାକି ଆନ୍‌ଲା । ଜିସୁ ତାକେ ଦେକି କଇଲା, “ତମେ ସିମନ୍‌, ଜଅନର୍‌ ପିଲା ଏବେଅନି ତକେ କେପା ବଲି ଡାକ୍‌ବାଇ ।” କେପାର୍‌ ଅରତ୍‌ ଅଇଲାନି ପିତର୍‌ ଆରି ପିତରର୍‌ ଅରତ୍‌ ଅଇଲାନି ରାଙ୍ଗ୍‌ନି ପାକ୍‌ନା ।
43 ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଯିବା ପାଇଁ ଇଚ୍ଛା କଲେ, ଆଉ ସେ ଫିଲିପ୍ପଙ୍କ ଦେଖା ପାଇ ତାହାଙ୍କୁ କହିଲେ, “ମୋହର ଅନୁଗମନ କର।”
୪୩ତାର୍‌ ଆରକର୍‌ ଦିନେ ଜିସୁ ଗାଲିଲି ଦେସେ ଜିବାକେ ମନ୍‍ କଲା । ଆରି ସେ ଜିବା ବେଲେ ପିଲିପ୍‌କେ ବେଟ୍‍ପାଇ ତାକେ କଇଲା, “ମର୍‌ ସଙ୍ଗ୍‌ ଆଉ ।”
44 ଫିଲିପ୍ପ ବେଥ୍‌ସାଇଦାର ଲୋକ ଥିଲେ, ତାହା ଆନ୍ଦ୍ରିୟ ଓ ପିତରଙ୍କର ନଗର ଥିଲା।
୪୪ଆନ୍ଦ୍‌ରିୟ ଆରି ପିତର୍‌ ପାରା ପିଲିପ୍‌ ମିସା ବେତ୍‌ସାଇଦା ଗଡର୍‌ ଲକ୍‌ ରଇଲା ।
45 ଫିଲିପ୍ପ ନିଥନିୟେଲଙ୍କୁ ଦେଖା ପାଇ ତାହାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶା ବ୍ୟବସ୍ଥାରେ ଲେଖିଅଛନ୍ତି, ପୁଣି, ଭାବବାଦୀମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ; ସେ ଯୋଷେଫଙ୍କ ପୁତ୍ର ନାଜରିତୀୟ ଯୀଶୁ।
୪୫ପିଲିପ୍‌ ନିତନିଏଲ୍‌କେ ବେଟ୍‌ ପାଇ କଇଲା, “ଜନ୍‌ ଲକର୍‌ ବିସଇ ମସାର୍‌ ନିୟମେ ଲେକିରଇଲା ଆରି ବବିସତ୍‌ବକ୍‌ତାମନ୍‌ ଲେକି ଆଚତ୍‌, ଆମେ ତାକେ ଦେକ୍‌ଲୁ ଆଚୁ । ସେ ଜସେପର୍‌ ପିଲା ନାଜରିତ୍‌ ଗଡର୍‌ ଜିସୁ ।”
46 ନିଥନିୟେଲ ତାହାଙ୍କୁ ପଚାରିଲେ, “ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ?” ଫିଲିପ୍ପ ତାହାଙ୍କୁ କହିଲେ, “ଆସି ଦେଖ।”
୪୬ନିତନିଏଲ୍‌ ପିଲିପ୍‌କେ ପାଚାର୍‌ଲା, “ନାଜରିତ୍‌ ଗଡେଅନି କାଇଆଲେ ନିକ ବିସଇ ଆଇସି କି?” ପିଲିପ୍‌ ତାକେ କଇଲା, “ତୁଇ ଆସିକରି ଦେକ୍‌!”
47 ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାହାଙ୍କ ବିଷୟରେ କହିଲେ, “ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ।”
୪୭ଜିସୁ ନିତନିଏଲ୍‌କେ ତାର୍‌ ଲଗେ ଆଇବାଟା ଦେକି ତାର୍‌ ବିସଇ ନେଇ କଇଲା, “ଏଦେ ଦେକା! ଏ ଗଟେକ୍‌ ଇସ୍‌ରାଏଲର୍‌ ସତ୍‌ ଲକ୍‌, ଏ ଲକର୍‌ତେଇ କାଇମିସା କୁଟ୍‌କପଟ୍‌ ନାଇ ।”
48 ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ? ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମ୍ବିରିବୃକ୍ଷ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।”
୪୮ନିତନିଏଲ୍‌ ଜିସୁକେ ପାଚାର୍‌ଲା “ମକେ କେନ୍ତି ଜାନୁସ୍‌?” ଜିସୁ କଇଲା, “ପିଲିପ୍‌ ତମ୍‌କେ ଡାକ୍‌ବା ଆଗ୍‌ତୁ ମୁଇ ତକେ ଡୁମ୍‌ରି ଗଚ୍‌ ତଲେ ଦେକି ରଇଲି ।”
49 ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ବରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା।
୪୯ତାର୍‌ ପଚେ ନିତନିଏଲ୍‌ ଜିସୁକେ କଇଲା, “ଏ ଗୁରୁ, ତମେ ପର୍‌ମେସରର୍‌ ପିଲା ଆରି ଇସ୍‌ରାଏଲର୍‌ ରାଜା!”
50 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମ୍ବିରିବୃକ୍ଷ ତଳେ ଦେଖିଥିଲି ବୋଲି କହିବାରୁ କି ତୁମ୍ଭେ ବିଶ୍ୱାସ କରୁଅଛ? ତୁମ୍ଭେ ଏହାଠାରୁ ଆହୁରି ମହତ‍୍-ମହତ‍୍ ବିଷୟ ଦେଖିବ।”
୫୦ଜିସୁ ତାକେ କଇଲା, “ମୁଇ ତକେ ଡୁମ୍‌ରି ଗଚ୍‌ ତଲେ ଟିଆଅଇଲାଟା ଦେକ୍‌ଲି ବଲି କଇଲାକେ ବିସ୍‌ବାସ୍‌ କଲୁସ୍‌ନି କି? ଇତିଅନି ଆରି ଅଦିକ୍‌ ବଡ୍‌ ବଡ୍‌ କାବା ଅଇଜିବା ବିସଇମନ୍‌ ଦେକ୍‌ସୁ ।”
51 ପୁଣି, ସେ ତାହାଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ବରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ।”
୫୧ଜିସୁ ଆରି ତରେକ୍‌ କଇଲା, “ମୁଇ ତକେ ସତ୍‌କାତା କଇଲିନି, ସରଗ୍‌ ଉଗାଡି ଅଇଜାଇ ନର୍‌ପିଲା ମର୍‌ ଉପ୍‌ରେ, ପର୍‌ମେସରର୍‌ ଦୁତ୍‌ମନ୍‌ ଚଗି ଜିବାଟା ଆରି ଉତ୍‌ରି ଆଇବାଟା ତମେ ଦେକ୍‌ସା ।”

< ଯୋହନ 1 >