< ଯୋୟେଲ 1 >
1 ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
Hili ni neno la Bwana lililomjia Yoeli mwana wa Pethueli.
2 ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ, ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର। ତୁମ୍ଭମାନଙ୍କ ସମୟରେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟରେ କି ଏହା ଘଟିଅଛି?
Sikieni haya, ninyi wazee, na sikieni, ninyi wenyeji wa nchi. Je! Hii imewahi kuwa kabla ya siku zenu au katika siku za baba zenu?
3 ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।
Waambie watoto wako kuhusu hilo, na waache watoto wako kuwaambie watoto wao, na watoto wao kizazi kijacho.
4 ଶୂକ କୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି।
Yale yaliyosazwa na tunutu yameliwa na nzige wakubwa; yale yaliyosazwa na nzige panzi wameyala; na yaliyosazwa na panzi yameliwa na madumadu
5 ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର, ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର; କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି।
Amkeni, enyi walevi, lieni! Omboleza, ninyi nyote mnywao divai, kwa sababu divai nzuri imekatwa kutoka kwenu.
6 ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି, ସେ ବଳବାନ ଓ ଅସଂଖ୍ୟ; ତାହାର ଦନ୍ତ ସିଂହଦନ୍ତ ତୁଲ୍ୟ ଓ ତାହାର କଳଦନ୍ତ ଏକ ବୃହତ ସିଂହର କଳଦନ୍ତ ତୁଲ୍ୟ।
Kwa maana taifa limekuja juu ya nchi yangu, imara na bila idadi. Meno yake ni meno ya simba, neye ana meno ya simba.
7 ସେ ଆମ୍ଭର ଦ୍ରାକ୍ଷାଲତା ଉଜାଡ଼ କରିଅଛି ଓ ଆମ୍ଭ ଡିମ୍ବିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି; ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି; ତହିଁର ଶାଖାସବୁ ଶୁକ୍ଳ କରାଯାଇଅଛି।
Amelifanya shamba langu la mizabibu kuwa mahali pa kutisha, amechukua mtini wangu. Amechukua gome lake na kulitupa mbali; matawi yake yamekuwa meupe.
8 ଯୌବନକାଳୀନ ସ୍ୱାମୀ ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର।
Omboleza kama bikira aliyevaa magunia kwa kifo cha mumewe mdogo.
9 ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଅନ୍ତର କରାଯାଇଅଛି; ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି।
Sadaka ya unga na sadaka ya kinywaji zimekatiliwa mbali na nyumba ya Bwana. Makuhani, watumishi wa Bwana, huomboleza.
10 କ୍ଷେତ୍ର ଉଜାଡ଼ ହୋଇଅଛି, ଭୂମି ଶୋକ କରୁଅଛି; କାରଣ ଶସ୍ୟ ଉଜାଡ଼ ହୋଇଅଛି, ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି।
Mashamba yameharibiwa, na nchi imekuwa dhaifu. Kwa maana nafaka imeharibiwa, divai mpya imekauka, na mafuta yameharibiwa.
11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।
Oneni aibu, enyi wakulima, lieni, wakulima wa mzabibu, kwa ngano na shayiri. Kwa mavuno ya mashamba yameharibika.
12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବିରିବୃକ୍ଷ ମ୍ଳାନ ହେଉଅଛି; ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜ୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।
Mizabibu imeharibika na miti ya mtini imekauka, miti ya mkomamanga, pia mitende, na miti ya epo - miti yote ya shambani imeharibika. Kwa furaha imeharibika kutoka kwa wana wa wanadamu.
13 ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର; ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର; ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର; କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ନିବୃତ୍ତ କରାଯାଇଅଛି।
Panda magunia na omboleza, enyi makuhani! Mwalia, enyi watumishi wa madhabahu. Njoo, ulala usiku wote kwenye magunia, enyi watumishi wa Mungu wangu. Maana sadaka ya unga na sadaka ya kinywaji zimezuiliwa nyumbani mwa Mungu wenu.
14 ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେ ପ୍ରାଚୀନଗଣଙ୍କୁ ଓ ଦେଶ ନିବାସୀ ସମସ୍ତଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।
Iteni kwa funga takatifu, na iteni kusanyiko takatifu. Mkusanyieni wazee na wenyeji wote wa nchi wafike nyumbani kwa Bwana Mungu wenu, na kumlilia Bwana.
15 ହାୟ ହାୟ ସେ ଦିନ! କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ, ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ।
Ole kwa siku! Kwa maana siku ya Bwana imekaribia. Nayo itakuja uharibifu kutoka kwa Mwenyezi.
16 ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଆନନ୍ଦ ଓ ଉଲ୍ଲାସ କି ଅଲଗା କରାଯାଇ ନାହିଁ?
Je, chakula hakikukatiliwa mbali mbele ya macho yetu, na furaha na kicheko kutoka nyumbani mwa Mungu wetu?
17 ବିହନସବୁ ଟେଳା ତଳେ ପଚି ଯାଉଅଛି; ଗୋଲାସବୁ ଧ୍ୱଂସିତ, ଶସ୍ୟ ଅମାରସବୁ ଭଗ୍ନ ହୋଇଅଛି; କାରଣ ଶସ୍ୟ ଶୁଷ୍କ ହୋଇଅଛି।
Mbegu zinaoza chini ya udongo wake, ghala zimekuwa ukiwa, na mabanda yamevunjika, kwa maana nafaka imeharibika.
18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ଦଣ୍ଡ ପାଉଅଛନ୍ତି।
Jinsi wanyama hulia! Ng'ombe wa ngome wanateseka kwa sababu hawana malisho. Pia, makundi ya kondoo yanateseka.
19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।
Bwana, nakulilia wewe. Kwa maana moto umekula malisho ya jangwani, na moto umeteketeza miti yote ya mashamba.
20 ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି; ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛି ଓ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି।
Hata wanyama wa mashambani wanapanda kwa ajili yako, kwa maana mito ya maji imekauka, na moto umekula malisho ya jangwani.